Ministry of Health - The Sakala

କରୋନା ରୋଗୀଙ୍କ ଠାରେ ବଢୁଛି ‘ଯକ୍ଷ୍ମା’ର ଭୟ, ସମସ୍ତ ପଜିଟିଭଙ୍କ ‘ଟିବି’ ଯାଞ୍ଚ ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ନିର୍ଦେଶ
ନୂଆଦିଲ୍ଲୀ: ସମସ୍ତ କରୋନା ପଜିଟିଭ ରୋଗୀଙ୍କର ଟ୍ୟୁବରକ୍ୟୁଲୋସିସ ବା ଟିବି ପରୀକ୍ଷା କରାଯାଉ ବୋଲି ଶନିବାର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ଟିବିରୁ ଭଲ ହୋଇଥିବା ରୋଗୀଙ୍କର କରୋନା ସ୍କ୍ରିନିଂ କରାଯାଉ ବୋଲି କୁହାଯାଇଛି । ଦେଶରେ କରୋନା ମହାମାରୀ ଘାତକ ସାଜିଥିବା ବେଳେ ଏବେ ଯକ୍ଷ୍ମା (ଟିବି) ମାମଲା ବୃଦ୍ଧି ପାଉଛି। କରୋନା ସଂକ୍ରମିତଙ୍କ ଠାରେ ଟିବି ମାମଲା ବୃଦ୍ଧିପାଉଥିବା ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ମାର୍ଗଦର୍ଶିକା ଜାରି କରିଛି

ତେବେ କରୋନା ଯୋଗୁ ଟିବି ହେଉଥିବା ନେଇ ପ୍ରର୍ୟ୍ୟାପ୍ତ ତଥ୍ୟ ମିଳିନାହିଁ ବୋଲି ସରକାର କହିଛନ୍ତି। ଉଭୟ କରୋନା ଏବଂ ଟିବି ଫୁସଫୁସକୁ ଆକ୍ରମଣ କରୁଥିବା ବେଳେ ଏଥିରେ କାଶ, ଜ୍ବର ଏବଂ ଶ୍ବାସକ୍ରିୟାରେ କଷ୍ଟ ଅନୁଭବ କରୁଛନ୍ତି ରୋଗୀ। କିନ୍ତୁ ଟିବିର ଲକ୍ଷଣ ବିଳମ୍ବରେ ଆସୁଥିବା ବେଳେ ପ୍ରାରମ୍ଭିକ ପର୍ୟ୍ୟାୟରେ ଏହାର ଲକ୍ଷଣ ବେଶୀ ପ୍ରକାଶ ପାଏନାହିଁ।ଏହା ବ୍ୟତୀତ ବ୍ଲାକ ଫଙ୍ଗସ୍‌ ଭଳି ପୋଷ୍ଟ କୋଭିଡ୍‌ ରୋଗକୁ ନଜରରେ ରଖି ସ୍ବାସ୍ଥ୍ୟ ମନ୍ତ୍ରାଳୟ ଚେତାବନୀ ଦେଇ କହିଛି, ସାର୍ସ କୋଭ୍‌-୨ରେ ସଂକ୍ରିମତ ବ୍ୟକ୍ତିଙ୍କୁ ଯକ୍ଷ୍ମା ହେବାର ଅଧିକ ସମ୍ଭାବନା ରହିଛି । କାରଣ ବ୍ଲାକ ଫଙ୍ଗସ୍‌ ପରି ଟିବି ଏମିତି ଏକ ସଂକ୍ରମଣ ଯାହାକି ଶକ୍ତିହୀନ ଶରୀରକୁ ଆକ୍ରମଣ କରେ ।

ସୂଚନାଯୋଗ୍ୟ, ଦେଶରେ କରୋନାର ଦ୍ୱିତୀୟ ଲହର କମ୍ ହୋଇ ନ ଥିବା ବେଳେ କେଉଁଠି କେଉଁଠି ତୃତୀୟ ଲହର ଆରମ୍ଭ ହୋଇ ଯାଇଥିବା କୁହାଯାଉଛି । ସଂକ୍ରମଣ ମଧ୍ୟ ଗୋଟିଏ ଦିନ କମ୍ ହେଲେ ଆରଦିନକୁ ପୁଣି ବଢିଯାଉଛି । କେରଳ ଓ ମହାରାଷ୍ଟ୍ରରେ ପୁଣିଥରେ ସଂକ୍ରମଣ ବଢିଯାଇଥିବା ସୂଚନା ମିଳିଛି ।

ଆଜି ଜାତୀୟ ଡାକ୍ତର ଦିବସ: କରୋନା ଯୋଦ୍ଧାଙ୍କ ପାଇଁ ଦିନଟିଏ
ସମାଜରେ ଡାକ୍ତରଙ୍କ ଆବଶ୍ୟକତା ସବୁଦିନ ରହିଥିବାବେଳେ ସଂପ୍ରତି କରୋନା ମହାମାରୀ ସମୟରେ ସେମାନଙ୍କ ଅବଦାନକୁ ଭୁଲି ହେବ ନାହିଁ। କରୋନା ମହାମାରୀରେ ଡାକ୍ତରମାନେ ହେଉଛନ୍ତି ସମ୍ମୁଖ ଯୋଦ୍ଧା। କରୋନା ରୋଗୀଙ୍କୁ ଚିକିତ୍ସା କରିବା ପାଇଁ ଡାକ୍ତରମାନେ ନିଜ ଜୀବନକୁ ବାଜି ଲଗାଇ ଦିନରାତି ନିଜର ସେବା ଜାରି ରଖିଛନ୍ତି। ସମାଜରେ ଡାକ୍ତରମାନଙ୍କ ଅବଦାନକୁ ମନେ ରଖିବା ପାଇଁ ପ୍ରତିବର୍ଷ ଜୁଲାଇ ମାସର ୧ ତାରିଖକୁ ‘ଜାତୀୟ ଡାକ୍ତର ଦିବସ’ ଭାବେ ଭାରତରେ ପାଳନ କରାଯାଉଛି।

ଏହି ଅବସରରେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକାକଳା ମାଧ୍ଯମରେ ଡାକ୍ତରମାନଙ୍କୁ ସମ୍ମାନ ଜଣାଇଛନ୍ତି।  ମାନବଜାତିର ସେବା ପାଇଁ ଉତ୍ସର୍ଗୀକୃତ ଭାବରେ କାର୍ଯ୍ୟ କରୁଥିବାରୁ ଡାକ୍ତରମାନଙ୍କୁ ସେ ତାଙ୍କର ନମସ୍କାର ଜଣାଇଛନ୍ତି।

On National #DoctorsDay We salute the doctors working dedicatedly to serve mankind . My sand art with message “Doctors are next to God”. pic.twitter.com/BPgCw8sJiL

— Sudarsan Pattnaik (@sudarsansand) July 1, 2021

ଏହା ପ୍ରସିଦ୍ଧ ଚିକିତ୍ସାବିତ୍‌ ତଥା ପଶ୍ଚିମବଙ୍ଗର ଦ୍ବିତୀୟ ମୁଖ୍ୟମନ୍ତ୍ରୀ ଡାକ୍ତର ବିଧାନ ଚନ୍ଦ୍ର ରାୟଙ୍କ ଉଭୟ ଜନ୍ମ ଓ ମୃତ୍ୟୁ ଦିବସ। ୧୮୮୨ ମସିହା ଜୁଲାଇ ୧ ତାରିଖରେ ବିଧାନ ଚନ୍ଦ୍ର ଜନ୍ମଗ୍ରହଣ କରିଥିଲେ ଓ ୧୯୬୨ରେ ସେହି ଦିନରେ ଅଶୀ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଥିଲା । ଲୋକଙ୍କ ସେବା କରିବା ଏବଂ ସାଧାରଣ ଲୋକଙ୍କୁ ଏକ ନେତୃତ୍ୱର ରାସ୍ତା ଦେଖାଇବାରେ ସେ ଥିଲେ ସିଦ୍ଧହସ୍ତ । ସେ ତାଙ୍କ ଜୀବନକୁ ମାନବ ସେବାରେ ଉତ୍ସର୍ଗ କରିଥିଲେ । ତାଙ୍କର ସ୍ବେଚ୍ଛାକୃତ ରୋଗୀ ସେବା ପାଇଁ ୧୯୬୧ ଫେବୃଆରୀ ୪ ତାରିଖରେ ଭାରତ ସର୍ବଶ୍ରେଷ୍ଠ ନାଗରିକତ୍ବ ପୁରସ୍କାର ଭାରତ ରତ୍ନରେ ସେ ମଣ୍ଡିତ ହୋଇଥିଲେ। ତାଙ୍କର ସମ୍ମାନାର୍ଥେ ତଥା ଡାକ୍ତରମାାନଙ୍କ ତ୍ୟାଗ, ସେବା, ଚିକିତ୍ସାକୁ ଉଚିତ୍ ସମ୍ମାନ ପ୍ରଦର୍ଶନ ନିମନ୍ତେ ୧୯୯୧ ମସିହାରେ ପ୍ରଥମ ଥର ପାଇଁ ଜାତୀୟ ଡାକ୍ତର ଦିବସ ପାଳନ କରାଯାଇଥିଲା। ଡାକ୍ତରମାନଙ୍କୁ ଭଗବାନଙ୍କ ଦ୍ବିତୀୟ ଅବତାର କୁହାଯାଇଥାଏ । ବିଶ୍ବ ମହାମାରୀ ପ୍ରମାଣ କରିଦେଇଛି ଡାକ୍ତରଙ୍କ ବିନା ମାନବ ସଭ୍ୟତା କେତେ ଅସୁରକ୍ଷିତ।

ଦେଶରେ ବୃଦ୍ଧି ପାଉଛି କରୋନା ସଂକ୍ରମିତଙ୍କ ସଂଖ୍ଯା; ୨୪ ଘଣ୍ଟାରେ ୨୪ ହଜାର ୮୮୨ ନୂଆ ଆକ୍ରାନ୍ତ, ୧୪୦ ମୃତ
ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ଯା ପୁଣି ବୃଦ୍ଧି ପାଇବେ ଲାଗିଛି। ଦୈନିକ ସଂକ୍ରମଣ ମଧ୍ଯ ବଢ଼ି ଚାଲିଛି । ଭାରତରେ ଗତ ୨୪ ଘଣ୍ଟାରେ ୨୪ ହଜାର ୮୮୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୪୦ ଜଣ କରୋନାରେ ପ୍ରାଣ ହରାଇଛନ୍ତି। ଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୮ ହଜାର ୪୪୬କୁ ବୃଦ୍ଧି ପାଇଛି। ଦେଶରେ ଏବେ ୨,୦୨,୦୨୨ ଜଣ ସକ୍ରିୟ ରୋଗୀ ଥିବାବେଳେ ୧,୦୯,୭୩,୨୬୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ମହାରାଷ୍ଟ୍ରରେ ଦୈନିକ ସଂକ୍ରମଣ ମଧ୍ଯ ଚିନ୍ତା ବଢ଼ାଇଛି । ଗତ ୨୪ ଘଣ୍ଟାରେ କେବଳ ମହାରାଷ୍ଟ୍ରରୁ ୧୫ ହଜାର ୮୧୭ ପଜିଟିଭ୍ ବାହାରିଛନ୍ତି । ସେହିପରି କରୋନା ମହାରାଷ୍ଟ୍ରରେ ଆଉ ୫୮ ଜଣଙ୍କ ମୁଣ୍ଡ ନେଇଛି।