IT Raids - The Sakala

ଦେଶର ସବୁଠୁ ବଡ଼ ରେଡ୍, ବ୍ୟବସାୟୀଙ୍କ ଘରୁ ୩୯୦ କୋଟି ଟଙ୍କାର ବେନାମୀ ସମ୍ପତ୍ତି ଜବତ
ମୁମ୍ବାଇ: ବ୍ୟବସାୟୀଙ୍କ ଘରେ ଟଙ୍କାର ପାହାଡ । ଯୁଆଡେ ଚାହିଁଲେ ସିଆଡେ ଖାଲି ଟଙ୍କା ଆଉ ଟଙ୍କା । ଖୋଦ ଆୟକର ବିଭାଗ ଅଧିକାରୀ ଏତେ ପରିମାଣର ଟଙ୍କା ଦେଖି ଜଳକା । କୋଟିଏ କି ଦୁଇ କୋଟି ନୁହେଁ ଆୟକର ବିଭାଗକୁ ମିଳିଛି ନଗଦ ୫୮ କୋଟି ଟଙ୍କା ଏବଂ ୩୨ କେଜି ସୁନା ଗହଣା । ଏହାସହିତ ପ୍ରାୟ ୩୯୦ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଥିବାବେଳେ ଠାବ ହୋଇଛି ଅପର୍ଯ୍ୟାପ୍ତ ବେନାମୀ ସମ୍ପତ୍ତି । ପଶ୍ଚିମବଙ୍ଗ ପରେ ଏବେ ମହାରାଷ୍ଟ୍ରରେ ଆୟକର ବିଭାଗ ଚଢାଉ କରି ବିପୁଳ ପରିମାଣର ଟଙ୍କା ଜବତ କରିଛି । ଜଲନାର ଜଣେ ଷ୍ଟିଲ ଓ ଲୁଗା ବ୍ୟବସାୟୀ ତଥା ଜଣେ ରିୟଲ ଇଷ୍ଟେଟ କମ୍ପାନି ମାଲିକଙ୍କ ଘରେ ଓ ବ୍ୟବସାୟ ପ୍ରତିଷ୍ଠାନରେ ହୋଇଥିବା ରେଡରେ ଟେରା ହୋଇଯାଇଛି ଆୟକର ବିଭାଗ । ବ୍ୟବସାୟୀଙ୍କ ଘରେ ୧୩ ଘଣ୍ଟା ଧରି ଟଙ୍କା ଗଣାଯାଇଥିଲା । ଟଙ୍କା ଗଣି ଗଣି ନୟାନ୍ତ ହୋଇଯାଇଥିଲେ ଆୟକର ବିଭାଗ କର୍ମଚାରୀ ।

ଗତ ୧ ତାରିଖଠାରୁ ୮ ତାରିଖ ଯାଏ ଏହି ବିଶାଳ ରେଡ୍ ଚାଲିଥିଲା । ଚଢାଉ କାର୍ଯ୍ୟରେ ନିୟୋଜିତ ଥିଲେ ଆୟକର ବିଭାଗର ୫ଟି ଟିମର ପ୍ରାୟ ୨୬୦ କର୍ମଚାରୀ । ଆୟକର ବିଭାଗର ନାସିକ ଓ୍ୱିଙ୍ଗ ପକ୍ଷରୁ ଏହି ରେଡ୍ ହୋଇଥିଲା । ଏହା ସହ ଏହି ଅପରେସନରେ ସାମିଲ ହୋଇଥିଲା ୧୨୦ରୁ ଅଧିକ ଗାଡ଼ି ।

ସୂଚନା ଅନୁସାରେ, ଆୟକର ବିଭାଗ ପକ୍ଷରୁ ଏହି ରେଡ କରାଯାଇଥିଲା। ଜଲନା ଓ ଔରଙ୍ଗାବାଦରେ ଥିବା ବ୍ୟବସାୟୀଙ୍କ ଅଫିସ, ଫ୍ୟାକ୍ଟ୍ରୀ ଓ ଘରେ ଏକକାଳୀନ ଚଢ଼ଉ କରିଥିଲେ। ଚଢ଼ଉରେ ବ୍ୟବସାୟୀଙ୍କ ଘରୁ ନଗଦ ୫୮ କୋଟି ଟଙ୍କା ମିଳିଥିବା ସୂଚନା ମିଳିଛି । ୫୦୦ ଓ ୨ହଜାର ଟଙ୍କିଆ ବିଡ଼ାକୁ ଘରର ବିଭିନ୍ନ ସ୍ଥାନରେ ରଖାଯାଇଥିଲା। ଅଧିକାରୀମାନେ ଅଧିକ ଖୋଳତାଡ଼ କରିବାରୁ ବ୍ୟବସାୟୀଙ୍କ ଘରୁ ୩୨ କେଜି ଓଜନର ସୁନା, ହୀରା ଓ ମୋତି ମିଳିଛି। ଏଗୁଡ଼ିକର ମୂଲ୍ୟ ପ୍ରାୟ ୧୬ କୋଟି ଟଙ୍କା ହେବ। ସେହିପରି ଅଫିସ କାଗଜପତ୍ର ଯାଞ୍ଚ କରିବା ବେଳେ ସେ ବେଆଇନ ଭାବେ ମୋଟ ୩୯୦ କୋଟି ଟଙ୍କା ରଖିଥିବା ମଧ୍ୟ ଜଣାପଡ଼ିଛି। ଟିକସ ଫାଙ୍କିବା ପାଇଁ ବ୍ୟବସାୟୀ ଜଣଙ୍କ ନିଜ ଆୟକୁ କାଗଜପତ୍ରରେ କମ ଦେଖାଉଥିଲେ। ଜାଲ କାଗଜପତ୍ର ଜରିଆରେ ସେ କୋଟି କୋଟି ଟଙ୍କା ଚଳୁ କରି ନେଇଥିବା ଅଭିଯୋଗ ପରେ ଆୟକର ବିଭାଗ ରେଡ୍ ଆରମ୍ଭ କରିଥିଲା।