NIOT - The Sakala

ଉପକୂଳ ସୁରକ୍ଷା ପାଇଁ ରାଜ୍ୟର ବାରମ୍ବାର ଦାବି ସତ୍ତ୍ବେ କର୍ଣ୍ଣପାତ କରୁନି କେନ୍ଦ୍ର, ନିଜେ ପଦକ୍ଷେପ ନେଲା ରାଜ୍ୟ
ଭୁବନେଶ୍ୱର : ରାଜ୍ୟର ଓଡ଼ିଶାର ଉପକୂଳ ଅଞ୍ଚଳରେ ପ୍ରାକୃତିକ ବିପର୍ଯ୍ୟୟ ନିରୋଧୀ ଭିତ୍ତିଭୂମୀ ପ୍ରସ୍ତୁତିରେ କ୍ଷେତ୍ରରେ ରାଜ୍ୟ ସରକାର ଆଉ ଏକ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି। ଆଜି ରାଜ୍ୟ ଜଳସମ୍ପଦ ବିଭାଗ ଏବଂ ଚେନ୍ନାଇ ସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍‍ ଅଫ୍‍ ଓସନ ଟେକ୍ନୋଲୋଜି(ଏନଆଇଓଟି) ମଧ୍ୟରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହେବାକୁ ଯାଉଛି। ଏହି ବୁଝାମଣା ଅନୁଯାୟୀ ଏନଆଇଓଟି ରାଜ୍ୟ ଜଳସମ୍ପଦ ବିଭାଗକୁ ଜଳବାୟୁ ପ୍ରତିରୋଧୀ ଉପକୂଳ ସୁରକ୍ଷା ପଦକ୍ଷେପ ସମ୍ପର୍କିତ ବୈଷୟିକ ସହାୟତା ଯୋଗାଇଦେବ। ଯାହାଫଳରେ ଉପକୂଳ ସୁରକ୍ଷା କ୍ଷେତ୍ରରେ ଏହା ଓଡ଼ିଶା ପାଇଁ ବେଶ୍‍ ସହାୟକ ହୋଇପାରିବ ବୋଲି ଆଶା କରାଯାଉଛି।

ସୂଚନାଯୋଗ୍ୟ ଯେ ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ଓଡ଼ିଶା କେନ୍ଦ୍ର ସରକାରଙ୍କ ନିକଟରେ ଉପକୂଳ ସୁରକ୍ଷା ପାଇଁ ସହାୟତା ପ୍ରଦାନ ପାଇଁ ପ୍ରାୟ ବର୍ଷେ ହେଲାଣି ଦାବି କରି ଆସୁଛି। ଗତବର୍ଷ ମେ’ ମାସରେ ସାମୁଦ୍ରିକ ଝଡ଼ ‘ୟସ୍‍’ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଗସ୍ତରେ ଆସିଥିବା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ଉପକୂଳ ସୁରକ୍ଷା ଲାଗି ପ୍ରାକୃତିକ ବିପର୍ଯ୍ୟୟ ନିରୋଧୀ ଭିତ୍ତିଭୂମି ପ୍ରସ୍ତୁତିରେ ସହାୟତା ଦେବା ଲାଗି ଦାବି ଉପସ୍ଥାପନ କରିଥିଲେ। ମୁଖ୍ୟମନ୍ତ୍ରୀ ଓଡ଼ିଶା ସମେତ ଅନ୍ୟ ଉପକୂଳ ରାଜ୍ୟ ପାଇଁ ମଧ୍ୟ ସମାନ ଦାବି ଉଠାଇଥିଲେ। ଓଡ଼ିଶାକୁ ବାତ୍ୟା ସହାୟତା ନୁହେଁ ବରଂ ସ୍ଥାୟୀ ପ୍ରତିକାର ବ୍ୟବସ୍ଥା କରିବା ପାଇଁ ପ୍ରସ୍ତାବ ଦେଇଥିଲେ। ଏଥିରେ ପ୍ରଧାନମନ୍ତ୍ରୀ ସହଯୋଗ ପାଇଁ ଆଶ୍ୱାସନା ଦେଇଥିବା ବେଳେ ଏହାର ୨୪ ଘଣ୍ଟା ଭିତରେ କେନ୍ଦ୍ର ଶକ୍ତି ମନ୍ତ୍ରାଳୟର ସଚିବଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଡ଼କାଯାଇ ଓଡ଼ିଶାର ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା। ମାତ୍ର ଏହାପରେ ଏନେଇ କେନ୍ଦ୍ର ସରକାର ଚୁପ୍‍ ହୋଇ ବସିରହିଛନ୍ତି। ଓଡ଼ିଶାର ସ୍ୱାର୍ଥ ଦୃଷ୍ଟିରୁ ଏହି ଦାବିର ବେଶ୍‍ ଯଥାର୍ଥତା ରହିଥିବା ବେଳେ କେନ୍ଦ୍ର ସରକାର କିନ୍ତୁ ଓଡ଼ିଶାର ଦାବି ପ୍ରତି ଆଦୌ କର୍ଣ୍ଣପାତ କରୁନାହାନ୍ତି। ଫଳରେ ରାଜ୍ୟ ସରକାର ନିଜସ୍ୱ ଉଦ୍ୟମରେ ରାଜ୍ୟର ଉପକୂଳ ସୁରକ୍ଷା ଏବଂ ପ୍ରାକୃତିକ ବିପର୍ଯ୍ୟୟ ନିରୋଧୀ ଭିତ୍ତିଭୂମୀ ନିର୍ମାଣ ପାଇଁ ଅଣ୍ଟା ଭିଡ଼ିଛନ୍ତି।

ନିକଟରେ ଚଳିତ ବଜେଟରେ ପ୍ରଥମ ଥର ଲାଗି ରାଜ୍ୟ ସରକାର ଏଥିପାଇଁ ୭୬୩ କୋଟି ଟଙ୍କା ଦେଇଛନ୍ତି। ଏହି ଅର୍ଥରେ ଆସନ୍ତା ତିନି ବର୍ଷ ଭିତରେ ୧୯୯ କିମି ଉପକୂଳ ବନ୍ଧର ସୁରକ୍ଷା କାମ ସମ୍ପୂର୍ଣ୍ଣ କରିବା ପାଇଁ ନିଷ୍ପତ୍ତି ହୋଇଛି। ଏହି କାର୍ଯ୍ୟ ଶେଷ ହେବା ପରେ ଅବଶିଷ୍ଟ ୨୮୦ କିମି ପାଇଁ କାମ ଆରମ୍ଭ ହେବ। ଅନ୍ୟପକ୍ଷରେ ଆସନ୍ତାକାଲି ଯେଉଁ ବୁଝାମଣା ପତ୍ର ସ୍ୱାକ୍ଷରିତ ହେବାକୁ ଯାଉଛି ସେଥିରେ ଏନଆଇଓଟି ରାଜ୍ୟ ଜଳସମ୍ପଦ ବିଭାଗକୁ ଉପକୂଳ ସୁରକ୍ଷା କ୍ଷେତ୍ରରେ ଆବଶ୍ୟକୀୟ ବୈଷୟିକ ଜ୍ଞାନକୌଶଳ, ଡିଜାଇନ୍‍ ଏବଂ ଡ୍ରଇଂ ପ୍ରଦାନ କରିବ। ରାଜୀବ ଭବନରେ ଏଥିପାଇଁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବା ବେଳେ ଏଥିରେ ୭ଟି ଉପକୂଳ ଜିଲ୍ଲା ଯଥା ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀ, ଖୋର୍ଦ୍ଧା ଏବଂ ଗଞ୍ଜାମର ଜିଲ୍ଲା ମୁଖ୍ୟଯନ୍ତ୍ରୀ,କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କୁ ଯୋଗ ଦେବାକୁ କୁହାଯାଇଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ କିମ୍ବା ଜିଲ୍ଲା ଓସ୍ୱାନ ସମ୍ମିଳନୀ କକ୍ଷରେ ଭିଡିଓ କନଫରେନ୍ସିଂ ଯୋଗେ ଉପରୋକ୍ତ ଅଧିକାରୀମାନେ ଯୋଗ ଦେବେ। ସେହିପରି ବିଭିନ୍ନ ନଦୀ ସିଷ୍ଟମର ବେସିନ୍‍ ମ୍ୟାନେଜର ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ।