Sahitya Akademi Award - The Sakala

କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଁ ଡ. ଗାୟତ୍ରୀବାଳା ପଣ୍ଡାଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଭୁବନେଶ୍ବର: କବିତା ସଙ୍କଳନ ‘ଦୟାନଦୀ’ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବାକୁ ମନୋନୀତ ହୋଇଥିବା ଓଡ଼ିଶାର ବିଶିଷ୍ଟ କବୟିତ୍ରୀ ଡ. ଗାୟତ୍ରୀବାଳା ପଣ୍ଡାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓଡ଼ିଆ ସାହିତ୍ୟ ଜଗତକୁ ସମୃଦ୍ଧ କରିବା ନେଇ ଆଗାମୀଦିନରେ ତାଙ୍କର ଆହୁରି ସଫଳତା କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ।

କବିତା ସଙ୍କଳନ 'ଦୟାନଦୀ' ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବାକୁ ମନୋନୀତ ହୋଇଥିବା ଓଡ଼ିଶାର ବିଶିଷ୍ଟ କବୟିତ୍ରୀ ଶ୍ରୀମତୀ ଗାୟତ୍ରୀବାଳା ପଣ୍ଡାଙ୍କୁ ମୋର ଶୁଭେଚ୍ଛା ଜଣାଉଛି। ଓଡ଼ିଆ ସାହିତ୍ୟ ଜଗତକୁ ସମୃଦ୍ଧ କରିବା ନେଇ ଆଗାମୀଦିନରେ ଆପଣଙ୍କର ଆହୁରି ସଫଳତା କାମନା କରୁଛି।

— Naveen Patnaik (@Naveen_Odisha) December 23, 2022

ବିଶିଷ୍ଟ ଓଡ଼ିଆ କବି ଡ. ଗାୟତ୍ରୀବାଳା ପଣ୍ଡା ଚଳିତବର୍ଷର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି। କବିତା ସଂକଳନ ‘ଦୟାନଦୀ’ ପାଇଁ ତାଙ୍କୁ ଏହି ମର୍ଯ୍ୟାଦାଜନକ ପୁରସ୍କାର ମିଳିବ। ଏକ ସ୍ୱତନ୍ତ୍ର ଉତ୍ସବରେ ୧ଲକ୍ଷ ଟଙ୍କାର ଅର୍ଥରାଶି ଓ ତାମ୍ର ଫଳକ ଏକାଡେମୀ ପକ୍ଷରୁ ପ୍ରଦାନ କରାଯିବ। ଡ. ପଣ୍ଡାଙ୍କ ବ୍ୟତୀତ ଅନୁବାଦକ ଗୋପବନ୍ଧୁ ମିଶ୍ରଙ୍କୁ ମନୋଜ ଦାସଙ୍କ ‘ଅମୃତ ଫଳ’ ପୁସ୍ତକର ସଂସ୍କୃତ ଅନୁବାଦ ନିମନ୍ତେ ପୁରସ୍କାର ପ୍ରଦାନ କରାଯିବାକୁ ନିଷ୍ପତ୍ତି ହୋଇଛି।

କଳିଙ୍ଗ ଯୁଦ୍ଧୋତ୍ତର କାହାଣୀ ଉପରେ ଆଧାରିତ ଗାୟତ୍ରୀବାଳାଙ୍କ କବିତା ସଂକଳନ ‘ଦୟାନଦୀ’ ୨୦୧୭ ମସିହାରେ ପକ୍ଷୀଘର ପ୍ରକାଶନ ସଂସ୍ଥା ଦ୍ୱାରା ପ୍ରକାଶ ପାଇଥିଲା। ଇତିହାସର କୌଣସି ତାତ୍ତ୍ୱିକ ଆଲୋଚନା ବା କାବ୍ୟରୂପ ପରିବର୍ତ୍ତେ ଇତିହାସ ନଦୀରେ ନୌଯାତ୍ରାର କାବ୍ୟିକ ସମ୍ବେଦନା ଏହି କବିତା ସଙ୍କଳନକୁ ଅଧିକ ଗ୍ରହଣୀୟ କରିପାରିଥିଲା। ନିକଟ ଅତୀତରେ ଏହି କବିତା ସଂକଳନର ହିନ୍ଦୀ ଅନୁବାଦ ରାଜକମଲ ପ୍ରକାଶନୀ ଦ୍ୱାରା ପ୍ରକାଶ ପାଇବା ପରେ ଏହା ଜାତୀୟସ୍ତରର ସାହତ୍ୟିକଙ୍କ ମଧ୍ୟରେ ବେଶ୍‍ ଆଦୃତ ହୋଇଥିଲା। ୨୦୨୨ ମସିହା କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ନିମନ୍ତେ ସୁପାରିସ ହୋଇଥିବା ଗୋଟିଏ ଉପନ୍ୟାସ, ଗୋଟିଏ ନାଟକ, ଗୋଟିଏ କ୍ଷୁଦ୍ରଗଳ୍ପ ସଂକଳନ ଓ ୪ଟି କବିତା ପୁସ୍ତକ ମଧ୍ୟରୁ ଗାୟତ୍ରୀଙ୍କ ‘ଦୟାନଦୀ’କୁ ବିଚାରକମଣ୍ଡଳୀ ପୁରସ୍କାର ନିମନ୍ତେ ମନୋନୀତ କରିଛନ୍ତି। ୨୦୨୨ ମସିହା ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀର ଏହି ପୁରସ୍କାର୨୩ଟି ଭାଷାରେ ପ୍ରଦାନ କରାଯିବାକୁ ନିଷ୍ପତ୍ତି ହୋଇଛି। ବିଭିନ୍ନ ଭାଷା ପାଇଁ ପୃଥକ୍‍ ଜୁରୀ କମିଟି ଗଠନ ହୋଇଥିଲା। ଓଡ଼ିଆ ଭାଷା ପାଇଁ ଡ. ଜୟନ୍ତୀ ରଥ. କ୍ଷୀରୋଦ ପରିଡ଼ା ଏବଂ ସୁଦର୍ଶନ ଆଚାର୍ଯ୍ୟ ଜୁରୀ ସଦସ୍ୟ ରହିଥିଲେ। ସାହିତ୍ୟ ଏକାଡେମୀ ସଭାପତି ଡ. ଚନ୍ଦ୍ରଶେଖର କମ୍ବରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକାରୀ କମିଟି ବୈଠକରେ ଏହି ପୁରସ୍କାର ଘୋଷଣା କରାଯାଇଛି। ଏହି ବୈଠକରେ କେନ୍ଦ୍ର ସାହିତ୍ୟ ଏକାଡେମୀର ଓଡ଼ିଆ ଉପଦେଷ୍ଟା ପରିଷଦର ଆବାହକ ଡ. ବିଜୟାନନ୍ଦ ସିଂହ ଉପସ୍ଥିତ ଥିଲେ।

ଦୀର୍ଘ ତିନି ଦଶନ୍ଧିରୁ ଊର୍ଦ୍ଧ୍ବ ସମୟ କାଳ କବିତା, ଗପ, ଉପନ୍ୟାସ, ପ୍ରବନ୍ଧ ଓ ଖବରକାଗଜରେ ସ୍ତମ୍ଭ ରଚନା କରି ଯଥେଷ୍ଟ ପାଠକୀୟ ସ୍ୱୀକୃତି ହାସଲ କରିଥିବା କବି ଗାୟତ୍ରୀବାଳା ପଣ୍ଡାଙ୍କର ଅଦ୍ୟାବଧି ୨୫ଖଣ୍ଡ ପୁସ୍ତକ ପ୍ରକାଶ ପାଇଛି। ଆହତ ପ୍ରତିଶ୍ରୁତି(୨୦୦୧), ଅସ୍ପଷ୍ଟ ଈଶ୍ୱର(୨୦୦୨), ଅଣାୟତ୍ତ(୨୦୦୬), ଗାଁ(୨୦୦୮), ଯେତିକି ଦିଶୁଚି ଆକାଶ(୨୦୧୧), ଆଖି ନାଇଁ କାନ ନାଇଁ(୨୦୧୩), ଏ ରାତିର ଯେତେ ତାରା(୨୦୧୪), ବାଘ(୨୦୧୫), ଦୟାନଦୀ(୨୦୧୭), ମହେଞ୍ଜୋଦାରୋ(୨୦୧୮), ନିର୍ବାଚିତ କବିତା(୨୦୧୯) ଓ ପ୍ରାର୍ଥନାର ଶବ୍ଦପରି (୨୦୨୨) ପ୍ରମୁଖ କବିତା ସଂକଳନ ବ୍ୟତୀତ ବିସର୍ଜନ(୨୦୧୫) ଓ ନିଜକୁ ନେଇ ସତ ଗପ (୨୦୧୯) ଗଳ୍ପ ସଂକଳନ ପ୍ରକାଶିତ ହୋଇଛି। ମମ୍ମି ଯାହା ଜାଣେ ନାହିଁ(୨୦୧୬), ରାସ୍ତା (୨୦୨୧), ରିପୋର୍ଟର ଓ ମାୟାଜାଲ ତାଙ୍କର ଚାରୋଟି ଉପନ୍ୟାସ ତଥା ବିଚାର ବିମର୍ଶ ପ୍ରବନ୍ଧ ସଂକଳନ ତାଙ୍କର ଅନନ୍ୟ ସୃଷ୍ଟି। ଏହାବ୍ୟତୀତ ପାଞ୍ଚଟି କବିତା ସଂକଳନ ଓ ଗୋଟିଏ ଗଳ୍ପ ସଙ୍କଳନ ହିନ୍ଦୀ ଭାଷାରେ, ଦୁଇଟି କବିତା ସଂକଳନ ଇଂରାଜୀରେ ପ୍ରକାଶିତ ହୋଇଛି।

୨୦୧୧ରେ କବିତା ସଂକଳନ ‘ଗାଁ’ ପାଇଁ ପ୍ରଥମେ ଗାୟତ୍ରୀବାଳା କେନ୍ଦ୍ର ସାହିତ୍ୟ ଏକାଡ଼େମୀ ଯୁବ ପୁରସ୍କାର ପାଇଥିଲେ। ଏହାବ୍ୟତୀତ ସେ ରାଜ୍ୟ ଯୁବ ପୁରସ୍କାର, ରାଜୀବ ଗାନ୍ଧୀ ସଦ୍ଭାବନା ପୁରସ୍କାର, ଉକ୍ରଳ ସାହିତ୍ୟ ସମାଜ ଯୁବ ସାହିତ୍ୟିକ ସମ୍ମାନ, ଶାରଳା କାବ୍ୟ ସମ୍ମାନ, କାଦମ୍ୱିନୀ କବିତା ସମ୍ମାନ, ଫକୀର ମୋହନ ସାହିତ୍ୟ ସମ୍ମାନ, ବସନ୍ତ ମୁଦୁଲି କବିତା ସମ୍ମାନ, ମନ୍ଥନ ଯୁବ କବି ସମ୍ମାନ, ଲେଖାଲେଖି ଯୁବ କବି ସମ୍ମାନ, ଟାଇମ୍‍ ପାସ୍‍ ସ୍ୱୟଂଶ୍ରୀ ସମ୍ମାନ, ତାଳପଦେଶ୍ୱରୀ ସାରସ୍ୱତ ସମ୍ମାନ, ଇସ୍ତାହାର କବିତା ସମ୍ମାନ, ଦୀପକ ମିଶ୍ର କବିତା ସମ୍ମାନ, ‘ରାଇଟର୍ସ-ଇନ୍‍-ରେସିଡେନ୍ସ’ ଆଟ୍‍ ରାଷ୍ଟ୍ରପତି ଭବନ-୨୦୧୫, ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ଦୁର୍ନୀତି ନିବାରଣ ଉପରେ ରଚିତ ପ୍ରବନ୍ଧ ପାଇଁ ପୁରସ୍କୃତ ହେବା ସହିତ ସତ୍ୟବାଦୀ ସାହିତ୍ୟ ସମ୍ମାନ, ରାଜକନ୍ୟା ରତ୍ନମାଳୀ ଜେମା ସାରସ୍ୱତ ସମ୍ମାନ, ଆର୍ଯ୍ୟା ସମ୍ମାନ, କଳିଙ୍ଗ ବୀରାଙ୍ଗନା ସମ୍ମାନ, ଭଞ୍ଜ ଭାରତୀ ଜୟଦେବ ଷଡଙ୍ଗୀ ସ୍ମୃତି ସମ୍ମାନ, ଟାଇମ୍ସ ପାୱାର ୱିମେନ୍‍ ସମ୍ମାନ ଓ ଅକ୍ଷୟ ସାହିତ୍ୟ ସମ୍ମାନ ଇତ୍ୟାଦି ବହୁ ପୁରସ୍କାର ଓ ସମ୍ମାନରେ ସମ୍ମାନିତ ହୋଇଛନ୍ତି।

ଜଗତସିଂହପୁର ଜିଲ୍ଲାର ସାଦେଇପୁରର ଗୋଲକ ବିହାରୀ ପଣ୍ଡା ଓ ଅରୁଣିମା ପଣ୍ଡାଙ୍କ କନ୍ୟା, ନୃସିଂହ ଚରଣ ମଙ୍ଗରାଜ ଓ ଶ୍ରଦ୍ଧାଞ୍ଜଳି ମଙ୍ଗରାଜଙ୍କ ପୁତ୍ରବଧୂ ତଥା ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜଙ୍କ ଧର୍ମପତ୍ନୀ ଗାୟତ୍ରୀବାଳା ୧୯୭୭ରେ ଜନ୍ମଗ୍ରହଣ କରିଥିଲେ। କଟକର ଶୈଳବାଳା ମହିଳା ମହାବିଦ୍ୟାଳୟରେ ସ୍ନାତକ ଶିକ୍ଷା ଓ ପରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ପାଠାଗାର ବିଜ୍ଞାନରେ ସ୍ନାତକୋତ୍ତର ପାଠ୍ୟକ୍ରମରେ ପ୍ରଥମ ସ୍ଥାନ ଅଧିକାର କରି ସ୍ୱର୍ଣ୍ଣପଦକ ହାସଲ କରିଥିଲେ। ସେହିପରି ଢେଙ୍କାନାଳ ଭାରତୀୟ ଜନସଞ୍ଚାର ସଂସ୍ଥାନରୁ ସାମ୍ବାଦିକତା ଓ ଗଣମାଧ୍ୟମରେ ଡିପ୍ଲୋମା ଏବଂ ହିମାଚଳ ପ୍ରଦେଶ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି। ସାମ୍ବାଦିକତା ପାଠ୍ୟକ୍ରମରେ ଶ୍ରେଷ୍ଠସ୍ଥାନ ଅଧିକାର କରି ପବ୍ଲିକ ରିଲେସନ୍‍ ସୋସାଇଟି ଅଫ୍‍ ଇଣ୍ଡିଆରୁ ମଧ୍ୟ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି।

ରାମଚନ୍ଦ୍ର ନାୟକଙ୍କୁ ‘ବାଲ୍‍ ସାହିତ୍ୟ ପୁରସ୍କାର’ , ଚନ୍ଦ୍ରଶେଖର ହୋତାଙ୍କୁ ‘ଯୁବ ପୁରସ୍କାର’
ଭୁବନେଶ୍ୱର: କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ୨୦ଟି ଭାଷାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା କରାଯାଇଛି। ଏଥିରେ ୭ଟି କବିତା ପୁସ୍ତକ, ୪ଟି ଉପନ୍ୟାସ, ୫ଟି କ୍ଷୁଦ୍ର ଗଳ୍ପ, ୨ଟି ନାଟକ, ଗୋଟିଏ ଅନୁସନ୍ଧାନମୂଳକ ପ୍ରବନ୍ଧ ଏବଂ ଗୋଟିଏ ମହାକାବ୍ୟ ପୁରସ୍କାର ପାଇଁ ଚୟନ ହୋଇଛି। ପରବର୍ତ୍ତୀ ସମୟରେ ମାଲାୟଲମ୍‍, ନେପାଳି, ଓଡ଼ିଆ ଓ ରାଜସ୍ଥାନୀ ଭାଷା ଘୋଷାଣା କରାଯିବ ବୋଲି ଏକାଡେମୀ ପକ୍ଷରୁ ସୂଚନା ମିଳିଛି। ଦିଲ୍ଲୀଠାରେ ଅନୁଷ୍ଠିତ କେନ୍ଦ୍ର ସାହିତ୍ୟ ଏକାଡେମୀର କାର୍ଯ୍ୟକାରିଣୀ ପରିଷଦ ବୈଠକରେ ୨୦୨୦ବର୍ଷ ପାଇଁ ଏହି ପୁରସ୍କାର ଘୋଷଣା କରାଯାଇଛି। ଏକାଡେମୀର ସଭାପତି ଚନ୍ଦ୍ରଶେଖର କମ୍ବର ବୈଠକରେ ଘୋଷଣା କରିଛନ୍ତି। କବିତା ସଂକଳନ ପାଇଁ ଅରୁନ୍ଧତୀ ସୁବ୍ରମଣିୟମ୍‍ (ଇଂରାଜୀ), ହରିଶ ମୀନାଶ୍ରୁ (ଗୁଜୁରାଟୀ), ଅନାମିକା (ହିନ୍ଦୀ), ଆର୍‍ଏସ୍‍ ଭାସ୍କର (କୋନ୍‍କର୍ଣ୍ଣୀ), ଇରୁଙ୍ଗବାମ୍‍ ଦେଭେନ୍‍ (ମଣିପୁଣୀ), ରୂପଚାନ୍ଦ ହାଂସଦା (ସାନ୍ତାଳୀ), ନିଖିଳେଶ୍ୱର (ତେଲୁଗୁ) ପୁରସ୍କୃତ ହେବେ। ସେହିପରି ନନ୍ଦା ଖାରେ(ମରାଠୀ), ମହେଶଚନ୍ଦ୍ର ଶର୍ମା ଗୌତମ (ସଂସ୍କୃତ), ଇମାଇୟମ୍‍ (ତାମିଲ) ଓ ହୁସେନ୍‍ ଉଲ ହକ୍‍ (ଉର୍ଦ୍ଦୁ) ପ୍ରମୁଖ ଉପନ୍ୟାସ ପାଇଁ ସମ୍ମାନିତ ହେବେ। କ୍ଷୁଦ୍ରଗଳ୍ପ ପାଇଁ ଅପୂର୍ବ କୁମାର ସାଇକିଆ, ସ୍ୱର୍ଗତ ଧରଣୀଧର ଓୱାରି (ବୋଦୋ), ସ୍ୱର୍ଗତ ହିର୍‍ଦେ କୌଲ ଭାରତୀ (କଶ୍ମିରୀ), କମଳାକାନ୍ତ ଝା (ମୈଥିଳୀ) ଓ ଗୁରୁଦେବ ସିଂହ ରୂପାନା (ପଞ୍ଜାବୀ) ପ୍ରମୁଖଙ୍କୁ ମନୋନିତ କରାଯାଇଛି। ନାଟକ ପାଇଁ ଗିଆନ୍‍ ସିଂହ(ଡଂଗ୍ରୀ), ଜେଥୋ ଲାଲ୍‍ୱାନି (ସିନ୍ଧି) ଏବଂ ଅନୁସନ୍ଧାନମୂଳକ ପ୍ରବନ୍ଧ ପାଇଁ ମଣିଶଙ୍କର ମୁଖୋପାଧ୍ୟାୟ (ବଙ୍ଗାଳୀ) ଓ ମହାକାବ୍ୟ ପାଇଁ ବିରପ୍ପା ମୌଲୀ(କନ୍ନଡ଼)ଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବାକୁ ଘୋଷଣା ହୋଇଛି। ଏକାଡେମୀ ପକ୍ଷରୁ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ଏହି ପୁରସ୍କାର ପ୍ରଦାନ କରାଯିବ। ପୁରସ୍କାର ରାଶି ବାବଦକୁ ୧ଲକ୍ଷ ଟଙ୍କା ସହ ତାମ୍ର ଫଳକ ଓ ମାନପତ୍ର ପ୍ରଦାନ କରାଯିବ ବୋଲି ସାହିତ୍ୟ ଏକାଡେମୀ ପକ୍ଷରୁ ଘୋଷଣା କରାଯାଇଛି।

ଓଡ଼ିଆ ଭାଷାରେ ବିଶିଷ୍ଟ ସାହିତ୍ୟିକ ରାମଚନ୍ଦ୍ର ନାୟକ ‘ବାଲ୍‍ ସାହିତ୍ୟ ପୁରସ୍କାର’ ପାଇବାକୁ ମନୋନୀତ ହୋଇଛନ୍ତି। ଏହାସହ ଯୁବ ସାହିତ୍ୟିକ ଚନ୍ଦ୍ରଶେଖର ହୋତା ଚଳିତବର୍ଷର ‘ଯୁବ ପୁରସ୍କାର’ ପାଇବେ ବୋଲି କାର୍ଯ୍ୟକାରିଣି ପରିଷଦ ବୈଠକରେ ସଭାପତି ଚନ୍ଦ୍ରଶେଖର କମ୍ବର ଘୋଷଣା କରିଛନ୍ତି। ରାମଚନ୍ଦ୍ର ନାୟକଙ୍କୁ ତାଙ୍କ ପୁସ୍ତକ ‘ବଣ ଦେଉଳରେ ସୁନା ନେଉଳ’ ଓ ଶ୍ରୀ ହୋତାଙ୍କୁ ତାଙ୍କ ଦ୍ୱାରା ରଚିତ ପ୍ରବନ୍ଧ ପୁସ୍ତକ ‘ଚେତନାର ଅନ୍ୱେଷଣ’ ପାଇଁ ପୁରସ୍କୃତ କରାଯିବ। ବାଲ୍‍ ସାହିତ୍ୟ ପୁରସ୍କାର-୨୦୨୦ ପାଇଁ ଚଳିତବର୍ଷ ବିଚାରକଭାବେ ବିରେନ୍ଦ୍ର ମହାନ୍ତି, ‘କାଦମ୍ବିନୀ’ର ସମ୍ପାଦିକା ଇତି ସାମନ୍ତ ଓ ପ୍ରୀତିଧରା ସାମଲ ପ୍ରମୁଖ ଯୋଗ ଦେଇଥିଲେ। ସେହିପରି ‘କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର’ ପାଇଁ ବିପିନ୍‍ ବିହାରୀ ନାୟକ, ପ୍ରଫେସର ରାଜକିଶୋର ମିଶ୍ର ଓ ସଂଘମିତ୍ରା ମିଶ୍ର ପ୍ରମୁଖ ବିଚାରକ ମଣ୍ଡଳୀର ସଦସ୍ୟ ଥିଲେ।

୧୯୮୫ମସିହାରେ ବଲାଙ୍ଗୀର ଜିଲ୍ଲାର ଲୋଇସିଂହାସ୍ଥିତ ଗୁର୍ଜିଭଟାରେ ଜନ୍ମିତ ଶ୍ରୀ ହୋତା ନବରଙ୍ଗପୁରର ଡିଏସ୍‍ପିଭାବେ କାର୍ଯ୍ୟରତ। ୨୦୦୮ ମସିହାରୁ ବିଭିନ୍ନ ଖବରକାଗଜରେ ସ୍ତମ୍ଭ ଲେଖନ୍ତି। ତାଙ୍କର ପୂର୍ବରୁ ପ୍ରକାଶିତ ପୁସ୍ତକ ‘କଳ୍ପନା, ଅନୁଭବ ଓ ସାହିତ୍ୟ’, ‘ଚେତନାର ଅନ୍ୱେଷଣ’, ‘ଷଡ଼ଜ’, ‘ଗାନ୍ଧୀ କବିତା’ ଆଦି ଭଳି ଅନେକ ପୁସ୍ତକ ପ୍ରକାଶିତ। ଏଥିପାଇଁ ସେ ଗୋକର୍ଣ୍ଣିକା ପ୍ରବନ୍ଧ ସମ୍ମାନ, ସାରସ୍ୱତ ସମ୍ମାନ, ଅଖିଳ ଜଗନ୍ନାଥ ଦାସ ସମ୍ମାନ, ମହୁରି ସମ୍ମାନ ଆଦି ଭଳି ଅନେକ ସମ୍ମାନରେ ସମ୍ମାନିତ ହୋଇଛନ୍ତି। ‘ଚେତନାର ଅନ୍ୱେଷଣ’ ପୁସ୍ତକରେ ୧୦ଟି ପ୍ରବନ୍ଧ ସନ୍ନିବେଶିତ। ଶ୍ରୀ ହୋତା ପ୍ରତିକ୍ରିୟାରେ କହିଛନ୍ତି ଏହି ପୁରସ୍କାର ପାଇ ମୁଁ ସ୍ୱାଭାବିକ୍‍ଭାବେ ଅତ୍ୟନ୍ତ ଆନନ୍ଦିତ ଓ ପୁଲକିତ। ତାଠାରୁ ଅଧିକ ଶଙ୍କାକୁଳ। ଶଙ୍କାକୂଳ କାରଣ ଯେଉଁ ବୌଦ୍ଧିକ ଆଶା ଏକ ମୋ ଉପରେ ନିରୁପିତ ହେଲା ତାକୁ ନିର୍ବାହ କରିବାର ଗୁରୁ ଦାୟିତ୍ୱ। ପ୍ରବନ୍ଧ ସାହିତ୍ୟରେ ଏ ପୁରସ୍କାର ପାଇଥିବାରୁ ମୁଁ ଆହ୍ଲାଦିତ। ପ୍ରବନ୍ଧ ଏକ ନିରସ ନୀରଜନା ନୁହେଁ। ପଦ୍ୟମୟ ଗଦ୍ୟ ହିଁ ପ୍ରବନ୍ଧ। ଏହି ପ୍ରବନ୍ଧ ପୁସ୍ତକଟି ଫ୍ରେଣ୍ଡସ୍‍ ପ୍ରକାଶନୀ ସଂସ୍ଥା ପ୍ରକାଶ କରିଛନ୍ତି। ନୀରବତାର ଦୁଃଖ, ଯନ୍ତ୍ରଣାର ଆନନ୍ଦ, ଶ୍ରଦ୍ଧାର ସଂଜ୍ଞା ଓ ଭାରତର ବିଭିନ୍ନ ବିଭାଗ ବିଷୟରେ ଏହି ପୁସ୍ତକରେ ପ୍ରବନ୍ଧ ସ୍ଥାନ ପାଇଛି। ଆଗକୁ ସମସ୍ତଙ୍କ ପ୍ରେରଣା ଓ ଆଶୀର୍ବାଦକୁ ପାଥେୟ କରି ପ୍ରବନ୍ଧ ସାହିତ୍ୟକୁ ଯଥାର୍ଥ ଯୋଗଦାନ ପାଇଁ ବ୍ରତୀ ହେବେ ବୋଲି ଶ୍ରୀ ହୋତା କହିଛନ୍ତି। ଏହି ପୁରସ୍କାର ଅଗଣିତ ପାଠକମାନଙ୍କର।

‘ସାହିତ୍ୟ ମୋର ପ୍ରାଣ’: ବିଶିଷ୍ଟ ସାହିତ୍ୟିକ ରାମଚନ୍ଦ୍ର ନାୟକ

କେନ୍ଦୁଝର ଜିଲ୍ଲା ଘସିପୁରାର ଡ. ରାମଚନ୍ଦ୍ର ନାୟକ ବିଭିନ୍ନ ସୁନାମଧନ୍ୟ ଶିକ୍ଷାନୁଷ୍ଠାନମାନଙ୍କରେ ଶିକ୍ଷକତା କରି ୨୦୦୮ ମସିହାରେ ଚାକିରୀରୁ ଅବସର ଗ୍ରହଣ କରି ସାରିଛନ୍ତି। ଜିଲ୍ଲାର ଭଗବତୀ ବିଦ୍ୟାପୀଠ ଭଣ୍ଡାରିଡିହା, ରିମୁଳି ହାଇସ୍କୁଲ, କେନ୍ଦୁଝର ଡିଆଇଇଟି, ଫକୀରପୁର ସିଟି ସ୍କୁଲ ଆଦିରେ ଶିକ୍ଷକତା କରିଥିଲେ। ସେ ଇତିମଧ୍ୟରେ ୨୦ ଖଣ୍ଡ ବହି ଲେଖି ସାରିଛନ୍ତି। ସେଥିମଧ୍ୟରେ ଗପ, କବିତା ଓ ପ୍ରବନ୍ଧ ରହିଥିବାବେଳେ ତାଙ୍କ ଲେଖା ସରକାରୀ ପ୍ରାଥମିକ ବିଦ୍ୟାଳୟର ଦ୍ୱିତୀୟ ଓ ତୃତୀୟ ଶ୍ରେଣୀରେ ମଧ୍ୟ ପାଠପଢା ହେଉଥିବା ସେ ସୂଚନା ଦେଇଛନ୍ତି। “ସାହିତ୍ୟ ମୋର ପ୍ରାଣ” ବୋଲି ଶ୍ରୀ ନାୟକ କହିଛନ୍ତି। ପୁରସ୍କାର ଆଶାରେ ଏଭଳି ଲେଖାଲେଖି କରୁନଥିବା କହିଥିବାବେଳେ ଭବିଷ୍ୟତ ପୀଢିମାନେ ସାହିତ୍ୟ ପ୍ରତି ରୁଚି ରଖନ୍ତୁ ଏବଂ ସାଧନା କରି ଅଧିକ ପଢାପଢି କରନ୍ତୁ ବୋଲି ଆହ୍ୱାନ ଜଣାଇଛନ୍ତି। ବର୍ତ୍ତମାନ ଦିନକୁ ସେ ୬ରୁ ୮ ଘଣ୍ଟା ଲେଖାଲେଖି ଓ ପଢାପଢି କରୁଥିବା କହିଛନ୍ତି। ୧୯୫୦ମସିହା ୨୨ଜୁନ୍‍ରେ ଜନ୍ମଗ୍ରହଣ କରିଥିବା ଶ୍ରୀ ନାୟକ ବିଷୁବମିଳନ ପୁରସ୍କାର, ମୀନାବଜାର ପୁରସ୍କାର, ଓଡ଼ିଶା ଶିଶୁ ଲେଖକ ସମିତି କଟକରୁ ସମ୍ମାନୀତ ହେବା ସହ ୪୫ରୁ ଅଧିକ ଅନୁଷ୍ଠାନର ସମ୍ମାନୀତ ହୋଇଛନ୍ତି। ସେ ଚାକିରି କରୁଥିବା ସମୟରେ ୧୯୯୫ ମସିହାରେ ରାଜ୍ୟପାଳଙ୍କଠାରୁ ମଧ୍ୟ ପୁରସ୍କାର ପାଇଥିବାବେଳେ ୧୯୮୫ ମସିହାରେ ଉତ୍କଳ ବିିଶ୍ୱବିଦ୍ୟାଳୟରୁ ପିଏଚ୍‍ଡି ହାସଲ କରିଥିଲେ। ସେ ଲେଖିଥିବା ଗପଗୁଡିକ ମଧ୍ୟରେ ‘ବଣ ଦେଉଳରେ ସୁନା ନେଉଳ’, ‘କଣ୍ଢେଇ ଖେଳ’, ‘ଶୋଲା ବାଲା’, ‘ଆମ ଦେଶର ଜାତୀୟ ପ୍ରତୀକ’, ‘ପିଲାଙ୍କ ବଣଭୋଜି’, ‘ଆସ ଖୋଲିଦେବା ଗପର ପେଡ଼ି’ ପ୍ରଭୃତି ଗପ ବହି ରହିଛି। ଏଥିସହ ‘ମା ପରି ମୋର କିଏସେ ହେବ’, ‘ଚାଇଁ ଚେରିକି’, ‘କେମିତି ଲାଗିବ କୁହ’, ‘ଟିକି ଫୁଲର ବାସ’, ‘ଟିକିକୁ ନକର ହେଳା’, ‘ମହିମା ଧର୍ମର ଆଦିସିଦ୍ଧ ଗୋବିନ୍ଦ ବାବା’, ‘ଓଡିଶାର ଶୈବ ପରମ୍ପରାରେ କୁଶଳେଶ୍ୱର ମନ୍ଦିର’ ପ୍ରଭୃତି କବିତା ରହିଛି। ସେହିଭଳି ଭାବେ ‘ସାଧନା ଓ ସିଦ୍ଧି’, ‘ଶକ୍ତି ଓ ସଂକଳ୍ପ’ ପ୍ରଭୃତି ପ୍ରବନ୍ଧ ରହିଥିବାବେଳେ ୬୧୬ ପୃଷ୍ଠା ବିଶିଷ୍ଟ ‘ଶ୍ରୀକ୍ଷେତ୍ରେ ଶ୍ରୀ ଜଗନ୍ନାଥ’ ନାମକ ବଡ ଲେଖା ପ୍ରକାଶ ପାଇଛି। ବର୍ତ୍ତମାନ ପାଠ ପଢା ହେଉଥିବା ଦ୍ୱିତୀୟ ଶ୍ରେଣୀର ପାଠ୍ୟକ୍ରମରେ ‘ମା’ ପରି ମୋର କିଏସେ ହେବ’ କବିତା ଏବଂ ତୃତୀୟ ଶ୍ରେଣୀରେ ‘ଟିକି ଫୁଲର ବାସ’ କବିତା ପାଠପଢା ହେଉଥିବା ସେ ସୂଚନା ଦେଇଛନ୍ତି।