Independence Day on school - The Sakala

ଏଥର ସ୍କୁଲରେ କେବଳ ଶିକ୍ଷକଙ୍କ ଗହଣରେ ପାଳିତ ହେବ ସ୍ବାଧୀନତା ଦିବସ, ଭାଗ ନେବେନି ଛାତ୍ରଛାତ୍ରୀ
ଭୁବନେଶ୍ବର : ଚଳିତ ବର୍ଷ ସ୍ବାଧୀନତା ଦିବସ (ଅଗଷ୍ଟ ୧୫) ସ୍କୁଲରେ କେବଳ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ଗହଣରେ ପାଳିତ ହେବ। ସ୍କୁଲରେ ଶିକ୍ଷକ ମାନେ ପତାକା ଉତ୍ତୋଳନ କରିବେ। ଏଥିରେ ଛାତ୍ର ଓ ଛାତ୍ରୀ ମାନଙ୍କୁ ସଂପୃକ୍ତ କରାଯିବନି। ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। କରୋନା ପାଇଁ ରାଜ୍ୟ ସରକାରଙ୍କ ଗାଇଡ ଲାଇନ ଅନୁଯାୟୀ ସ୍ବାଧୀନତା ଦିବସ ପାଳନ ହେବ।

ଏହାପୂର୍ବରୁ ରାଜ୍ୟ ସରକାର ଅଗଷ୍ଟ ୧୫ରେ ଯେଉଁ ରାଜ୍ୟସ୍ତରୀୟ ପରେଡ୍ ହେବ ସେଥିରେ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀମାନେ ଭାଗ ନେବେନାହିଁ ବୋଲି ନିଷ୍ପତ୍ତି ନେଇ ସାରିଛନ୍ତି। କେବଳ ୩ଟି କଣ୍ଟିଜେଣ୍ଟ ଏହି ପରେଡରେ ସାମିଲ ହେବେ। ଓଏସଏପି, ଓଡ୍ରାଫ୍ ଓ ବିଏସଏଫ୍ ପରେଡରେ ସାମିଲ ହେବେ। ଏଥିପାଇଁ ୩ଦିନ ହେବ ପ୍ରାକ୍ଟିସ୍ । ପ୍ରଦର୍ଶନୀ ପଡ଼ିଆରେ ୧୧, ୧୨ ଓ ୧୩ ତାରିଖରେ କଣ୍ଟିଜେଣ୍ଟ ଅଭ୍ୟାସ କରିବେ କଣ୍ଟିଜେଣ୍ଟ।

ସରକାରଙ୍କ ପକ୍ଷରୁ ପ୍ରଦତ୍ତ ସୂଚନା ଅନୁଯାୟୀ, ରିହର୍ସଲ ଦିନ ନିର୍ଦ୍ଧାରିତ ସମୟର ଅଧାଘଣ୍ଟା ପୂର୍ବରୁ କଣ୍ଟିଜେଣ୍ଟ ପହଞ୍ଚିବେ। ଯେଉଁ କଣ୍ଟିଜେଣ୍ଟ ସ୍ବାଧୀନତା ଦିବସ କାର୍ଯ୍ୟକ୍ରମରେ ସାମିଲ ହେବେ ସେମାନଙ୍କ ଲାଗି କୋଭିଡ ଟେଷ୍ଟକୁ ବାଧ୍ୟତାମୂଳକ କରାଯାଇଛି। ସମସ୍ତେ ସାମାଜିକ ଦୂରତା ବଜାୟ ରଖିବେ। ଫ୍ଲାଗ୍ ପୋଷ୍ଟ ପାଖରେ ନିୟୋଜିତ ହେବାକୁ ଥିବା ଅଫିସର କୋଭିଡ ନେଗେଟିଭ ହେବା ସହ ମାସ୍କ ଓ ଗ୍ଲୋବ୍ସ ପିନ୍ଧିବାକୁ ବି ନିର୍ଦ୍ଦେଶ ଦିଆଯାଇଛି। ଏଥର ସ୍ବାଧୀନତା ଦିବସ ସମାରୋହରେ ଜନ ସମାଗମକୁ ବି ବାରଣ କରାଯାଇଛି। ଏଥର ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ସମାରୋହ ଅନୁଷ୍ଠିତ ହେବ। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାତୀୟ ପତାକା ଉତ୍ତୋଳନ କରିବେ।