Bihar politics - The Sakala

ବିହାରରେ ପ୍ରଥମ ଥର ପାଇଁ ବିଜେପି ସରକାର, ସମ୍ରାଟ ଚୌଧୁରୀ ହେବେ ନୂଆ ମୁଖ୍ୟମନ୍ତ୍ରୀ
ବିହାର ରାଜନୀତିରେ ଏକ ଐତିହାସିକ ପରିବର୍ତ୍ତନ ଘଟିଛି। ଦୀର୍ଘ ଦୁଇ ଦଶନ୍ଧି ଧରି ବିହାରର ଶାସନ ଭାର ସମ୍ଭାଳିଥିବା ନୀତୀଶ କୁମାର ମଙ୍ଗଳବାର ଦିନ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ସେ ପାଟଣା ସ୍ଥିତ ଲୋକ ଭବନରେ ରାଜ୍ୟପାଳ ସୟଦ ଅତା ହସନୈନଙ୍କୁ ଭେଟି ନିଜର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ଏହା ସହିତ ରାଜ୍ୟରେ ପ୍ରଥମ ଥର ପାଇଁ ଭାରତୀୟ ଜନତା ପାର୍ଟି (ବିଜେପି) ନେତୃତ୍ୱାଧୀନ ସରକାର ଗଠନ ପାଇଁ ବାଟ ଫିଟିଛି।

ସମ୍ରାଟ ଚୌଧୁରୀ ହେବେ ନୂଆ ମୁଖ୍ୟମନ୍ତ୍ରୀ

ବିଜେପି ନେତା ତଥା ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ଏକ ଏନଡିଏ ବୈଠକରେ ତାଙ୍କୁ ବିଜେପି ବିଧାୟକ ଦଳର ନେତା ଭାବରେ ନିର୍ବାଚିତ କରାଯାଇଛି। କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବରେ କେନ୍ଦ୍ର ମନ୍ତ୍ରୀ ଶିବରାଜ ସିଂହ ଚୌହାନ ଏହି ବୈଠକରେ ଉପସ୍ଥିତ ଥିଲେ। ନୂତନ ସରକାରଙ୍କ ଶପଥ ଗ୍ରହଣ ଉତ୍ସବ ଏପ୍ରିଲ ୧୫ ତାରିଖରେ ଅନୁଷ୍ଠିତ ହେବାର ସମ୍ଭାବନା ରହିଛି। ବିହାର ଇତିହାସରେ ସେ ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ।

ଶେଷ କ୍ୟାବିନେଟ୍ ବୈଠକ

ଇସ୍ତଫା ଦେବା ପୂର୍ବରୁ ନୀତୀଶ କୁମାର ନିଜ ମନ୍ତ୍ରିମଣ୍ଡଳର ଶେଷ ବୈଠକ ଡାକିଥିଲେ। ପ୍ରାୟ ୨୫ ମିନିଟ୍ ଧରି ଚାଲିଥିବା ଏହି ବୈଠକ ବେଶ ଭାବପ୍ରବଣ ଥିଲା ବୋଲି ମନ୍ତ୍ରୀ ରାମ କୃପାଳ ଯାଦବ ସୂଚନା ଦେଇଛନ୍ତି। ଏହି ବୈଠକରେ ସେ ମନ୍ତ୍ରିମଣ୍ଡଳ ଭଙ୍ଗ କରିବା ନେଇ ସାମ୍ବିଧାନିକ ନିଷ୍ପତ୍ତି ନେଇଥିଲେ। ନିଜର ୬ ମିନିଟର ଅଭିଭାଷଣରେ ସେ ୨୦୦୫ ମସିହାରୁ ଆରମ୍ଭ କରିଥିବା ବିଭିନ୍ନ ଯୋଜନା ଓ ବିକାଶମୂଳକ କାର୍ଯ୍ୟ ବିଷୟରେ ଆଲୋଚନା କରିଥିଲେ ଏବଂ ଆଗାମୀ ସରକାରଙ୍କୁ ନିଜର ମାର୍ଗଦର୍ଶନ ମିଳିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ରାଜ୍ୟସଭାକୁ ଗଲେ ନୀତୀଶ

ସୂଚନାଯୋଗ୍ୟ ଯେ, ଗତ ମାର୍ଚ୍ଚ ୧୬ ତାରିଖରେ ନୀତୀଶ କୁମାର ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ଏବଂ ନିୟମ ଅନୁଯାୟୀ ମାର୍ଚ୍ଚ ୩୦ ତାରିଖରେ ତାଙ୍କୁ ବିଧାନ ପରିଷଦ ସଦସ୍ୟ (ଏମଏଲସି) ପଦରୁ ଇସ୍ତଫା ଦେବାକୁ ପଡ଼ିଥିଲା। ରାଜ୍ୟସଭା ସାଂସଦ ଭାବରେ ଏପ୍ରିଲ ୧୧ ତାରିଖରେ ଶପଥ ନେବା ପରେ, ସେ ମୁଖ୍ୟମନ୍ତ୍ରୀ ପଦ ଛାଡିବା ନିଶ୍ଚିତ ହୋଇଯାଇଥିଲା। ଏହି ଘଟଣାକ୍ରମ ବିହାର ରାଜନୀତିରେ ଏକ ନୂତନ ଯୁଗର ଆରମ୍ଭ ବୋଲି ବିବେଚନା କରାଯାଉଛି।

ବିହାର ରାଜନୀତିରେ ବଡ଼ ପରିବର୍ତ୍ତନ: ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନୀତୀଶ କୁମାର, ଭଙ୍ଗ ହେଲା କ୍ୟାବିନେଟ୍
ବିହାର: ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଙ୍ଗଳବାର ଦିନ ନିଜ କ୍ୟାବିନେଟ୍ ଭଙ୍ଗ କରିଛନ୍ତି। ଏହା ସହିତ ରାଜ୍ୟ ରାଜନୀତିରେ ଏକ ଯୁଗର ଅବସାନ ଘଟିଛି। ପ୍ରାୟ ଦୁଇ ଦଶନ୍ଧି ଧରି ରାଜ୍ୟର ଶାସନ ଭାର ସମ୍ଭାଳିବା ପରେ ସେ ଏବେ ରାଜ୍ୟ ରାଜନୀତିରୁ ଦୂରେଇ ଯାଇ ଜାତୀୟ ସ୍ତରର ଦାୟିତ୍ୱ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିବାକୁ ଯାଉଛନ୍ତି।

ଆଜି ଦିନର ପ୍ରଥମ ଭାଗରେ ମୁଖ୍ୟମନ୍ତ୍ରୀଙ୍କ ସଚିବାଳୟରେ ସେ ତାଙ୍କର ଶେଷ କ୍ୟାବିନେଟ୍ ବୈଠକରେ ଅଧ୍ୟକ୍ଷତା କରିଥିଲେ। ଏଥିରେ ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଏବଂ ବିଜୟ କୁମାର ସିହ୍ନାଙ୍କ ସମେତ ସମସ୍ତ ବିଭାଗର ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ବୈଠକ ସମୟରେ ନୀତୀଶ କୁମାର ନିଜର ଇସ୍ତଫା ନିଷ୍ପତ୍ତି ବିଷୟରେ ସହକର୍ମୀମାନଙ୍କୁ ଆନୁଷ୍ଠାନିକ ଭାବେ ଅବଗତ କରାଇଥିଲେ। ବୈଠକର ପରିବେଶ ଅତ୍ୟନ୍ତ ଭାବବିହ୍ୱଳ ଥିଲା। ଏହି ଅବସରରେ ସେ କହିଥିଲେ ଯେ, "ଏହା ଏକ ଅତ୍ୟନ୍ତ ଭାବବିହ୍ୱଳ ମୁହୂର୍ତ୍ତ। ମୁଁ ବର୍ତ୍ତମାନ ଦିଲ୍ଲୀ ଯାଉଛି, କିନ୍ତୁ ସେଠାରୁ ମୁଁ ସବୁକିଛି ଉପରେ ତୀକ୍ଷ୍ଣ ନଜର ରଖିବି ଏବଂ ବିହାରର ବିକାଶ ପ୍ରତି ମୋର ଧ୍ୟାନ ବଜାୟ ରହିବ।"

ବୈଠକ ପରେ ସଚିବାଳୟରେ ଏକ ଫଟୋ ସେସନ୍ ଅନୁଷ୍ଠିତ ହୋଇଥିଲା, ଯେଉଁଠାରେ ମୁଖ୍ୟମନ୍ତ୍ରୀ ନିଜର କ୍ୟାବିନେଟ୍ ସହକର୍ମୀ ଓ ବରିଷ୍ଠ ଅଧିକାରୀମାନଙ୍କ ସହ ନିଜ କାର୍ଯ୍ୟକାଳର ଶେଷ ମୁହୂର୍ତ୍ତକୁ ସ୍ମୃତିରେ ସାଉଁଟିଥିଲେ। ଆଜି ଦିନର ପରବର୍ତ୍ତୀ ସମୟରେ ସେ ରାଜ୍ୟପାଳଙ୍କୁ ନିଜର ଇସ୍ତଫା ପତ୍ର ପ୍ରଦାନ କରିବେ ବୋଲି ସୂଚନା ମିଳିଛି। ଏହାପରେ ରାଜ୍ୟରେ ଏକ ନୂଆ ସରକାର ଗଠନ ପାଇଁ ପ୍ରକ୍ରିୟା ଆରମ୍ଭ ହେବ।

ରାଜ୍ୟସଭା ସାଂସଦ ଭାବରେ ଶପଥ ଗ୍ରହଣ କରିବା ପରେ ନୀତୀଶ କୁମାର ସକ୍ରିୟ ଭାବରେ ଜାତୀୟ ରାଜନୀତିରେ ପ୍ରବେଶ କରିବେ। ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ସତ୍ତ୍ୱେ ବିହାରର ଶାସନ ବ୍ୟବସ୍ଥା ଏବଂ ରାଜନୈତିକ ଦିଗ ଉପରେ ତାଙ୍କର ପ୍ରଭାବ ଆଗକୁ ମଧ୍ୟ ବଜାୟ ରହିବ ବୋଲି ଆଶା କରାଯାଉଛି। ଏହା କେବଳ ଏକ ନେତୃତ୍ୱ ପରିବର୍ତ୍ତନ ନୁହେଁ, ବରଂ ବିହାରର ରାଜନୈତିକ ଦୃଶ୍ୟପଟ୍ଟରେ ଏକ ନିର୍ଣ୍ଣାୟକ ମୋଡ଼ ଅଟେ।

ବିଜେପିର ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କଲେ ନୀତିନ ନବୀନ
ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି)ର ନୂତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ନୀତିନ ନବୀନ। ନୂଆଦିଲ୍ଲୀ ସ୍ଥିତ ଦଳୀୟ ମୁଖ୍ୟାଳୟରେ ଆୟୋଜିତ ଏକ ଭବ୍ୟ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ସେ ଏହି ଗୁରୁତ୍ୱପୂର୍ଣ୍ଣ ପଦବୀ ସମ୍ଭାଳିଛନ୍ତି। ଏହି କାର୍ଯ୍ୟକ୍ରମରେ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ, ରାଷ୍ଟ୍ରୀୟ ପଦାଧିକାରୀ ଏବଂ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟମାନେ ଉପସ୍ଥିତ ଥିଲେ।

ସୋମବାର ଦିନ ଦଳ ପକ୍ଷରୁ ନୀତିନ ନବୀନଙ୍କୁ ନିର୍ଦ୍ୱନ୍ଦ୍ୱରେ ବିଜୟୀ ଘୋଷଣା କରାଯାଇଥିଲା। ନାମାଙ୍କନ ପତ୍ର ଦାଖଲ ଏବଂ ଯାଞ୍ଚ ପ୍ରକ୍ରିୟା ଶେଷ ହେବା ପରେ ଅନ୍ୟ କୌଣସି ପ୍ରାର୍ଥୀ ନଥିବାରୁ ରିଟର୍ଣ୍ଣିଂ ଅଫିସର କେ. ଲକ୍ଷ୍ମଣ ତାଙ୍କ ନାମ ଘୋଷଣା କରିଥିଲେ। ସେ ବିଜେପିର ୧୨ତମ ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଇଛନ୍ତି। ମାତ୍ର ୪୫ ବର୍ଷ ବୟସରେ ଅଧ୍ୟକ୍ଷ ହୋଇ ସେ ଦଳର ଇତିହାସରେ ସବୁଠାରୁ କନିଷ୍ଠ ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବାର ଗୌରବ ଅର୍ଜନ କରିଛନ୍ତି, ଯାହା ପୂର୍ବରୁ ନୀତିନ ଗଡକରୀଙ୍କ ନାମରେ ଥିଲା।

ବିହାରର ବାଙ୍କିପୁର ଆସନରୁ କ୍ରମାଗତ ୫ ଥର ବିଧାୟକ ହୋଇଥିବା ନୀତିନ ନବୀନ ବର୍ତ୍ତମାନ ବିହାର ସରକାରରେ ପୂର୍ତ୍ତ ବିଭାଗର ମନ୍ତ୍ରୀ ଅଛନ୍ତି। ନିଜ ପିତା ତଥା ବରିଷ୍ଠ ନେତା ନବୀନ କିଶୋର ସିହ୍ନାଙ୍କ ଦେହାନ୍ତ ପରେ ୨୦୦୬ ମସିହାରେ ସେ ରାଜନୀତିରେ ପ୍ରବେଶ କରିଥିଲେ। ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ABVP)ରୁ କ୍ୟାରିୟର ଆରମ୍ଭ କରି ସେ ଯୁବ ମୋର୍ଚ୍ଚାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲେ। ଛତିଶଗଡ଼ ବିଧାନସଭା ନିର୍ବାଚନ (୨୦୨୩) ଏବଂ ଲୋକସଭା ନିର୍ବାଚନ (୨୦୨୪)ରେ ଦଳର ସଫଳତା ପଛରେ ତାଙ୍କର ସାଙ୍ଗଠନିକ ଦକ୍ଷତାକୁ ପ୍ରମୁଖ କାରଣ ବୋଲି ବିବେଚନା କରାଯାଏ।

ମକର ସଂକ୍ରାନ୍ତିରେ ଲାଲୁ-ରାବିଡ଼ିଙ୍କ ଆଶୀର୍ବାଦ ନେଲେ ତେଜ୍ ପ୍ରତାପ, ତେଜସ୍ୱୀଙ୍କୁ ଦେଲେ ଦହି-ଚୁଡ଼ା ଭୋଜିର ନିମନ୍ତ୍ରଣ
ପାଟନା: ମକର ସଂକ୍ରାନ୍ତି ଅବସରରେ ଆରଜେଡି ନେତା ତେଜ୍ ପ୍ରତାପ ଯାଦବ ନିଜ ପରିବାର ସହ ସାକ୍ଷାତ କରିଛନ୍ତି। ସେ ନିଜ ପିତା ତଥା ଦଳର ମୁଖ୍ୟ ଲାଲୁ ପ୍ରସାଦ ଯାଦବ ଏବଂ ମାତା ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବିଡ଼ି ଦେବୀଙ୍କୁ ପାଟନା ସ୍ଥିତ ବାସଭବନରେ ଭେଟି ଆଶୀର୍ବାଦ ଗ୍ରହଣ କରିଛନ୍ତି। ଏହି ପାରିବାରିକ ସାକ୍ଷାତକାର ସମୟରେ ସେ ଆଗାମୀ ଦହି-ଚୁଡ଼ା ଭୋଜି ପାଇଁ ପରିବାର ବର୍ଗଙ୍କୁ ନିମନ୍ତ୍ରଣ କରିଛନ୍ତି।

ତେଜ୍ ପ୍ରତାପ ନିଜ ସାନ ଭାଇ ତଥା ବିହାର ବିଧାନସଭାର ବିରୋଧୀ ଦଳ ନେତା ତେଜସ୍ୱୀ ଯାଦବଙ୍କୁ ଆନୁଷ୍ଠାନିକ ଭାବେ ନିମନ୍ତ୍ରଣ କରିଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ' (X)ରେ ଏକ ପୋଷ୍ଟ କରି ସେ ଜଣାଇଛନ୍ତି ଯେ, ଜାନୁଆରୀ ୧୪ ତାରିଖରେ ମକର ସଂକ୍ରାନ୍ତି ଉପଲକ୍ଷେ ଆୟୋଜିତ ହେବାକୁ ଥିବା "ଐତିହାସିକ ଦହି-ଚୁଡ଼ା ଭୋଜି" ପାଇଁ ସେ ତେଜସ୍ୱୀଙ୍କୁ ନିମନ୍ତ୍ରଣ ପତ୍ର ହସ୍ତାନ୍ତର କରିଛନ୍ତି।

କେବଳ ରାଜନୈତିକ କିମ୍ବା ଔପଚାରିକ ସାକ୍ଷାତ ନୁହେଁ, ପରିବାର ସହ କିଛି ଭାବପ୍ରବଣ ମୁହୂର୍ତ୍ତ ମଧ୍ୟ ବିତାଇଛନ୍ତି ତେଜ୍ ପ୍ରତାପ। ସେ ତାଙ୍କ ଝିଆରୀ କାତ୍ୟାୟନୀଙ୍କୁ କୋଳରେ ଧରି ଖେଳୁଥିବାର ଫଟୋ ଶେୟାର କରିଛନ୍ତି। ସେ ଲେଖିଛନ୍ତି ଯେ, "ଆଜି ମୋର ପ୍ରିୟ ଝିଆରୀ କାତ୍ୟାୟନୀଙ୍କ ସହ ଖେଳିବାର ସୁନ୍ଦର ମୁହୂର୍ତ୍ତ ମିଳିଥିଲା," ଯାହା ତାଙ୍କ ପାଇଁ ଅତ୍ୟନ୍ତ ଆନନ୍ଦଦାୟକ ଥିଲା।

ଜମି ବଦଳରେ ଚାକିରି ଦୁର୍ନୀତି ମାମଲା: ଲାଲୁ ଯାଦବ ଓ ପରିବାର ବିରୋଧରେ ଚାର୍ଜ ଫ୍ରେମ ନିର୍ଦ୍ଦେଶ
ନୂଆଦିଲ୍ଲୀ: ଲାଲୁ ଯାଦବଙ୍କୁ ବଡ ଝଟକା । ଜମି ବଦଳରେ ଚାକିରିଦୁର୍ନୀତି ମାମଲାରେ ଆରଜେଡି ମୁଖ୍ୟ ତଥା ପୂର୍ବତନ ରେଳ ମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ଏବଂ ତାଙ୍କ ପରିବାରକୁ ବଡ଼ ଝଟକା ଲାଗିଛି। ଶୁକ୍ରବାର ଦିନ ସିବିଆଇର ସ୍ବତନ୍ତ୍ର ଦିଲ୍ଲୀ କୋର୍ଟ ଲାଲୁ ଯାଦବ, ତାଙ୍କ ପରିବାର ସଦସ୍ୟ ଏବଂ ଅନ୍ୟ ଅଭିଯୁକ୍ତମାନଙ୍କ ବିରୋଧରେ ଚାର୍ଜ ଫ୍ରେମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସ୍ୱତନ୍ତ୍ର ବିଚାରପତି ବିଶାଲ ଗୋଗ୍ନେ ଏହି ମାମଲାର ଶୁଣାଣି କରି କଡ଼ା ଟିପ୍ପଣୀ ଦେଇଛନ୍ତି। ସେ କହିଛନ୍ତି ଯେ, ଲାଲୁ ଯାଦବ ରେଳ ମନ୍ତ୍ରାଳୟକୁ ନିଜର ବ୍ୟକ୍ତିଗତ ସମ୍ପତ୍ତି ବା ଜାଗିର ଭଳି ବ୍ୟବହାର କରୁଥିଲେ। ଏକ ଅପରାଧିକ ଷଡଯନ୍ତ୍ର ମାଧ୍ୟମରେ ସେ ସରକାରୀ ଚାକିରିକୁ ବାର୍ଗେନିଂ ଚିପ୍ ଭାବରେ ବ୍ୟବହାର କରିଥିଲେ, ଯାହା ବଦଳରେ ଯାଦବ ପରିବାର ରେଳ ଅଧିକାରୀ ଏବଂ ଘନିଷ୍ଠ ସହଯୋଗୀଙ୍କ ସାହାଯ୍ୟରେ ଜମି ହାତେଇଥିଲେ। ବିଚାରପତି ଆହୁରି ମଧ୍ୟ କହିଛନ୍ତି ଯେ, ସିବିଆଇର ରିପୋର୍ଟ ଏକ ବଡ଼ ଧରଣର ଷଡଯନ୍ତ୍ର ଆଡକୁ ଇଙ୍ଗିତ କରୁଛି।

କୋର୍ଟ ଅଭିଯୁକ୍ତମାନଙ୍କର ଦୋଷମୁକ୍ତ ଆବେଦନକୁ ଖାରଜ କରିଦେଇଛନ୍ତି। ଏହି ମାମଲାରେ ମୋଟ ୪୧ ଜଣଙ୍କ ବିରୋଧରେ ଚାର୍ଜ ଫ୍ରେମ କରାଯାଇଥିବା ବେଳେ ୫୨ ଜଣଙ୍କୁ ମୁକ୍ତ କରାଯାଇଛି। ମୁକ୍ତ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ କିଛି ରେଳ ଅଧିକାରୀ ଏବଂ ସେହି ପ୍ରାର୍ଥୀମାନେ ଅଛନ୍ତି ଯେଉଁମାନେ ନିଜ ଜମି ହସ୍ତାନ୍ତର କରିନଥିଲେ। ସିବିଆଇ ଚାର୍ଜସିଟରେ ଥିବା ୧୦୩ ଅଭିଯୁକ୍ତଙ୍କ ମଧ୍ୟରୁ ୫ ଜଣଙ୍କର ମୃତ୍ୟୁ ଘଟିଛି। ଆସନ୍ତା ଜାନୁଆରୀ ୨୩ ତାରିଖରେ ଏନେଇ ଆନୁଷ୍ଠାନିକ ପ୍ରକ୍ରିୟା ଅନୁଷ୍ଠିତ ହେବ।

ସିବିଆଇର ଅଭିଯୋଗ ଅନୁଯାୟୀ, ୨୦୦୪ରୁ ୨୦୦୯ ମସିହା ମଧ୍ୟରେ ଲାଲୁ ଯାଦବ ରେଳ ମନ୍ତ୍ରୀ ଥିବା ସମୟରେ ମଧ୍ୟପ୍ରଦେଶର ଜବଲପୁର ସ୍ଥିତ ପଶ୍ଚିମ କେନ୍ଦ୍ରୀୟ ଜୋନରେ ନିୟମ ଉଲ୍ଲଙ୍ଘନ କରି ‘ଗ୍ରୁପ୍-ଡି’ ବର୍ଗରେ ନିଯୁକ୍ତି ଦିଆଯାଇଥିଲା। ଏହି ନିଯୁକ୍ତି ବଦଳରେ ପ୍ରାର୍ଥୀମାନେ ଲାଲୁଙ୍କ ପରିବାର ସଦସ୍ୟ ଏବଂ ସହଯୋଗୀଙ୍କ ନାମରେ ଜମି ଉପହାର କିମ୍ବା ସ୍ୱଳ୍ପ ମୂଲ୍ୟରେ ହସ୍ତାନ୍ତର କରିଥିଲେ। ଏହି ମାମଲାରେ ଲାଲୁଙ୍କ ସହ ତାଙ୍କ ପତ୍ନୀ ରାବ୍ରି ଦେବୀ ଏବଂ ପୁଅ ତେଜସ୍ୱୀ ଯାଦବ ମଧ୍ୟ ସାମିଲ ଅଛନ୍ତି।

ମୁଖ୍ୟମନ୍ତ୍ରୀ ପଦରୁ ନୀତୀଶ କୁମାରଙ୍କ ଇସ୍ତଫା, ୨୦ରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ
ବିହାର: ବିହାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନୀତୀଶ କୁମାର । ରାଜ୍ୟପାଳ ଆରିଫ ଖାନଙ୍କୁ ନିଜର ଇସ୍ତଫାପତ୍ର ଦେଇଛନ୍ତି ନୀତୀଶ କୁମାର । ବିହାର ବିଧାନସଭା ଭଙ୍ଗ ନେଇ ରାଜ୍ୟପାଳଙ୍କୁ ଜଣାଇଛନ୍ତି ନୀତୀଶ ।  ବିହାରରେ ସରକାର ଗଠନ ପାଇଁ ଜୋର୍‌ଦାର ପ୍ରସ୍ତୁତି ଚାଲିଛି । ଆସନ୍ତା ୩ ଦିନ ମଧ୍ୟରେ ବିହାରରେ ସରକାର ଗଠନ ହେବ ବୋଲି ଜାତୀୟ ଗଣମାଧ୍ୟମରୁ ସୂଚନା ମିଳିଛି । ନଭେମ୍ବର ୨୦ରେ ବିହାରର ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ ନେଇ ଚର୍ଚ୍ଚା ଜୋର ଧରିଛି ।

୨୪୩ ସଦସ୍ୟ ବିଶିଷ୍ଟ ବିହାର ବିଧାନସଭାରେ ୨୦୨ ଆସନ ଜିତି NDA ଐତିହାସିକ ବହୁମତ ହାସଲ କରିଛି । ନିର୍ବାଚନରେ ବିଜେପି ୮୯, ଜେଡିୟୁ ୮୫, ଏଲଜେଏପି (ରାମ ବିଳାସ) ୧୯ ଏବଂ ଅନ୍ୟାନ୍ୟ ସହଯୋଗୀ ଦଳ ୯ ଆସନ ଜିତିଥିଲା । ବହୁମତ ହାସଲ କରି ଏବେ ସରକାର ଗଢ଼ିବାକୁ ପ୍ରସ୍ତୁତ ହେଉଛି NDA ।

ଜେଡିୟୁ ମୁଖ୍ୟ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଆଜି ସକାଳ ୧୧ଟା ୩୦ରେ ଶେଷ କ୍ୟାବିନେଟ୍ ବୈଠକ ଡାକିଥିଲେ । ଏହି ବୈଠକରେ ବର୍ତ୍ତମାନର ବିଧାନସଭାକୁ ଭଙ୍ଗ କରିବା ପାଇଁ ଏକ ପ୍ରସ୍ତାବ ଗୃହୀତ ହୋଇଛି । ବୈଠକ ପରେ, ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରାଜ୍ୟପାଳ ଆରିଫ୍ ମହମ୍ମଦ ଖାନଙ୍କୁ ଇସ୍ତଫାପତ୍ର ପ୍ରଦାନ କରିବା ପାଇଁ ରାଜ ଭବନ ଯାଇଥିଲେ । ବର୍ତ୍ତମାନର ବିଧାନସଭାର କାର୍ଯ୍ୟକାଳ ନଭେମ୍ବର ୨୨ରେ ଶେଷ ହେଉଛି ।

ବିହାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନୀତୀଶ କୁମାର
ବିହାର: ବିହାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନୀତୀଶ କୁମାର । ଜେଡିୟୁ ବିଧାୟକ ଦଳ ବୈଠକରେ ନିଆଗଲା ବଡ଼ ନିଷ୍ପତି । ରାଜଭବନରେ ପହଁଚି ରାଜ୍ୟପାଳଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ନୀତୀଶ କୁମାର ଏନଡିଏ ସହ ମିଶି ନୂଆ ସରକାର ଗଠନ ପାଇଁ ଦାବି କରିବା ସମ୍ଭାବନା ରହିଛି । ନବମ ଥର ମୁଖ୍ୟମନ୍ତ୍ରୀ ହେବେ ନୀତୀଶ କୁମାର । ଆଜି ସନ୍ଧ୍ୟା ସୁଦ୍ଧା ନବମ ଥର ପାଇଁ ନୀତିଶ ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି । ତାଙ୍କ ସହ ବିଜେପିର ଦୁଇଜଣ ବିଧାୟକ ଉପମୁଖ୍ୟମନ୍ତ୍ରୀ ଭାବେ ମଧ୍ୟ ଶପଥ ନେଇପାରନ୍ତି । ବିଜେପି-ଜେଡିୟୁରୁ ୧୪ ଜଣ ଲେଖାଏଁ ମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି। ସୁଶୀଲ ମୋଦୀ ପୁଣି ଥରେ ଉପମୁଖ୍ୟମନ୍ତ୍ରୀ ହେବା ସମ୍ଭାବନା ରହିଛି ।

ତେବେ ନୀତୀଶଙ୍କ ଇସ୍ତଫା ପରେ ‘ଇଣ୍ଡିଆ’ ମେଣ୍ଟକୁ ଲାଗିଛି ଜୋରଦାର ଝଟକା । ଦେଶରେ ୨୮ ବିରୋଧୀ ଦଳ ମିଶି ୨୦୨୪ ସାଧାରଣ ନିର୍ବାଚନରେ ବିଜେପିକୁ ହଟାଇବାକୁ କରିଥିବା ମେଣ୍ଟ ଏକ ପ୍ରକାର ଭାଙ୍ଗିବା ପରି ହୋଇଯାଇଛି । ୨୦୧୯ ନିର୍ବାଚନରେ ଏନଡିଏ ମେଣ୍ଟରୁ ଜିତି ସରକାର ଗଢ଼ିଥିବା ଜେଡିୟୁ ନେତା ନୀତୀଶ, ବିଜେପିକୁ ବାଏ ବାଏ କହି ଆରଜେଡି ସାଙ୍ଗରେ ମିଶି ସରକାର ଗଢ଼ିଥିଲେ । ଏବେ ପୁଣି ଆରଜେଡିକୁ ଛାଡି ପୁରୁଣା ମେଣ୍ଟ ଦଳ ବିଜେପି ସମର୍ଥନରେ ସରକାର ଗଢ଼ିବାକୁ ଯାଉଛନ୍ତି ।

ହସପିଟାଲରୁ ସୁସ୍ଥ ହୋଇ ଫେରୁ ଫେରୁ ଅଡୁଆରେ ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦ, ରେଳ ପ୍ରକଳ୍ପ ଦୁର୍ନୀତି ଅଭିଯୋଗର ତଦନ୍ତ କରିବ ସିବିଆଇ
ନୂଆଦିଲ୍ଲୀ: କିଡନୀ ପ୍ରତିରୋପଣ ପରେ ହସପିଟାଲରୁ ସୁସ୍ଥ ହୋଇ ଫେରୁ ଫେରୁ ଅଡୁଆରେ ପଡିପାରନ୍ତି ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦ । ଲାଲୁଙ୍କ ପୁରୁଣା ଫାଇଲ୍ ଖୋଲି ତଦନ୍ତ କରିବ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା।ସିବିଆଇ ତାଙ୍କ ବିରୋଧରେ ରେଳ ପ୍ରକଳ୍ପ ଆବଣ୍ଟନ ସହ ଜଡ଼ିତ ଦୁର୍ନୀତି ମାମଲାର ପୁନଃ ତଦନ୍ତ କରିବାକୁ ନିଷ୍ପତ୍ତି ନେଇଛି । ଯେଉଁଥିପାଇଁ ଲାଲୁଙ୍କ ଟେନସନ୍ ପୁଣି ବଢ଼ିପାରେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

ଲାଲୁ ୟୁପିଏ ରାସରକାରରେ ରେଳମନ୍ତ୍ରୀ ଥିବାବେଳେ ରେଳ ପ୍ରକଳ୍ପ ଆବଣ୍ଟନରେ ଦୁର୍ନୀତି ଅଭିଯୋଗ ଆସିଥିଲା। ସିବିଆଇ ୨୦୧୮ରେ ଏହି ମାମଲାର ତଦନ୍ତ ଆରମ୍ଭ କରିଥିଲା। ତେବେ ଉପଯୁକ୍ତ ସାକ୍ଷ୍ୟ ପ୍ରମାଣ ଅଭାବରୁ ସିବିଆଇ ମେ ୨୦୨୧ରେ ଏହାର ଯାଞ୍ଚ୍ ବନ୍ଦ କରିଦେଇଥିଲା ।

ଲାଲୁ ଯାଦବଙ୍କ ବ୍ୟତୀତ ତାଙ୍କ ପୁଅ ତଥା ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ, ଝିଅ ଚନ୍ଦା ଯାଦବ ଏବଂ ରାଗିଣୀ ଯାଦବଙ୍କୁ ମଧ୍ୟ ଏହି ମାମଲାରେ ଅଭିଯୁକ୍ତ କରାଯାଇଛି। ନୀତୀଶ କୁମାର ପଟ ପରିବର୍ତ୍ତନ କରିବାର କିଛି ମାସ ପରେ ସିବିଆଇ ଏହି ମାମଲା ପୁଣି ଖୋଲିବାକୁ ନିଷ୍ପତ୍ତି ନେଇଛି। ନୀତୀଶ କୁମାର ବିଜେପି ସହ ସମ୍ପର୍କ ଛିନ୍ନ କରି ପୁଣି ଆରଜେଡି ସହିତ ହାତ ମିଳାଇଥିଲେ । ତେବେ ସିବିଆଇର ଏହି ନିଷ୍ପତ୍ତି ଦ୍ୱାରା ବିହାର ରାଜନୀତିରେ ଝଡ଼ ସୃଷ୍ଟି ହେବା ସମ୍ଭାବନା ରହିଛି ।

ବିହାରରେ ସରକାର ଗଠନ କରିବା ଲାଗି ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁଙ୍କ ଦଳ ‘ଆର୍‌ଜେଡି’ ନୀତୀଶ କୁମାରଙ୍କ ‘ଜନତା ଦଳ ୟୁନାଇଟେଡ୍‌’ (ଜେଡିୟୁ) ସହିତ ମେଣ୍ଟ କରିବାର ମାତ୍ର କିଛି ମାସ ପରେ ‘ସିବିଆଇ’ ପୁନଃତଦନ୍ତ ଆରମ୍ଭ କରିବାରୁ ଏହାକୁ ରାଜନୈତିକ ଆକ୍ରୋଶ ବୋଲି ଅଭିହିତ କରାଯାଉଛି। ବିଜେପି କେନ୍ଦ୍ରୀୟ ଏଜେନ୍ସି ଗୁଡ଼ିକର ଅଯଥା ଦୁରୁପଯୋଗ କରୁଛି ବୋଲି ଆରଜେଡି ଅଭିଯୋଗ କରିଆସିଛି।

ପୁଣିଥରେ ମୁଖ୍ୟମନ୍ତ୍ରୀ ହେବେ ନୀତିଶ : ସମର୍ଥନ ଦେଲେ ତେଜସ୍ୱୀ, ମହାମେଣ୍ଟ ନେତା ନିର୍ବାଚିତ ହେଲେ ନୀତିଶ
ପାଟଣା : ବିହାର ରାଜନୀତିରେ ଖେଳ କରିଦେଲେ ନୀତିଶ ଓ ତେଜସ୍ୱୀ। ମେଣ୍ଟ ସରକାରରେ ଥିବା ବିଜେପିକୁ ହଟାଇ ଏବେ ନୂଆ ସରକାର ଗଠନ କରିବାକୁ ଆରମ୍ଭ କରିଛନ୍ତି ପ୍ରୟାସ। ବିଜେପି ସହ ସମ୍ପର୍କ ତୁଟାଇ ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ନେତା ନୀତିଶ କୁମାର ଆଜି ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେ ରାଜ୍ୟପାଳ ଫଗୁ ଚୌହ୍ୱାନଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ସହ ନୂଆ ସରକାର ଗଠନ କରିବାକୁ ଦାବି ଜଣାଇଛନ୍ତି। ନୀତିଶ କୁମାର ଆରଜେଡି ସହ ମିଶି ସରକାର ଗଠନ କରିବେ। ନୂଆ ସରକାର ପାଇଁ ନୀତୀଶ କୁମାର ରାଜ୍ୟପାଳଙ୍କ ପାଖକୁ ୧୬୦ ଜଣ ବିଧାୟକଙ୍କ ସମର୍ଥନ ଥିବା ଜଣାଇଛନ୍ତି  । ନୀତିଶ କୁମାରଙ୍କ ପାଖରେ ୪୫ ଜଣ ବିଧାୟକ ଥିବା ବେଳେ ଆରଜେଡି ପାଖରେ ରହିଛନ୍ତି ୭୯ ବିଧାୟକ । ଏହାସହ କଂଗ୍ରେସର ୧୯ ଓ ବାମଦଳର ୧୬ ଜଣ ବିଧାୟକ ନୀତିଶଙ୍କୁ ସମର୍ଥନ କରୁଥିବା କଥା କୁହାଯାଉଛି । ବିହାରରେ ବହୁମତ ସଂଖ୍ୟା ୧୨୨ ରହିଛି ଏଣୁ ନୂଆ ସମୀକରଣ ସହ ନୀତିଶ ସରକାର ଗଠନ କରିବା ସ୍ପଷ୍ଟ ହୋଇଛି।

ଅନ୍ୟପଟେ ନୂଆ ସରକାର ଗଠନ ପୂର୍ବରୁ ମହାମେଣ୍ଟ ନେତା ନିର୍ବାଚିତ ହୋଇଛନ୍ତି ନୀତିଶ କୁମାର। ମହାମେଣ୍ଟ ନେତା ନିର୍ବାଚିତ ହେବା ପରେ ରାଜଭବନ ଅଭିମୁଖେ ଯାଇ ନୀତିଶ ଓ ତେଜସ୍ୱୀ ରାଜ୍ୟପାଳଙ୍କୁ ଭେଟିଛନ୍ତି। ଆଜି ଇସ୍ତଫା ଦେବା ପରେ ସିଧା ଆରଜେଡି ନେତା ତେଜସ୍ୱୀ ଯାଦବଙ୍କ ଘରେ ପହଞ୍ଚି ଯାଇଥିଲେ ନୀତିଶ । ଦୁହେଁ କିଛି ଘନିଷ୍ଠ ନେତାଙ୍କ ସହ ଏ ସମ୍ପର୍କରେ ଉଭୟ ବିସ୍ତୃତ ଭାବେ ଆଲୋଚନା କରିବା ପରେ ଏକାଠି ପୁଣି ରାଜ୍ୟପାଳଙ୍କୁ ଭେଟିଛନ୍ତି। ଏହି ସମୟରେ ଉଭୟ ଦଳର ଆଉ କିଛି ନେତା ମଧ୍ୟ ଉପସ୍ଥିତ ଥିଲେ। ସେମାନେ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ କରିବାକୁ ଦାବି ଜଣାଇଥିବା କୁହାଯାଉଛି।

ତେବେ ଏହାପୂର୍ବରୁ ମଧ୍ୟ ଉଭୟ ନେତା ଗୁପ୍ତ ଭାବେ ଆଲୋଚନା କରିଥିଲେ। ଏହି ସମୟରେ ଉଭୟେ ସରକାର ଗଠନ ପାଇଁ କିଛି ସର୍ତ୍ତ ରଖିଛନ୍ତି। ସରକାର ଗଠନ ପରେ ଜେଡିୟୁ ଓ ଆରଜେଡିକୁ କ’ଣ ସବୁ ମିଳିବ, ସେନେଇ ଗୋଟିଏ ବୁଝାମଣା ହୋଇଛି। ଆରଜେଡି ନେତା ତେଜସ୍ୱୀ ଯାଦବ ଉପ ମୁଖ୍ୟମନ୍ତ୍ରୀ ସହ ଗୃହ ବିଭାଗ ଦାୟିତ୍ୱରେ ରହିବେ। ମନ୍ତ୍ରୀମାନଙ୍କ ସବୁ କାମ ନୀତୀଶ କୁମାରଙ୍କ ଇଚ୍ଛାନୁସାରେ କରାଯିବ।ବିଧାନସଭା ବାଚସ୍ପତି ଆରଜେଡିରୁ ହିଁ ଚୟନ ହେବେ।ଅର୍ଥ ବିଭାଗ ଜେଡିୟୁ ପାଖରେ ରହିବ।

ଅନ୍ୟପକ୍ଷରେ ବାମପନ୍ଥୀ ଓ କଂଗ୍ରେସ ମଧ୍ୟ ନୀତୀଶ କୁମାରଙ୍କ ନୂଆ ସରକାରରେ ସାମିଲ ହେବାକୁ ଚାହୁଁଛନ୍ତି। ତେଣୁ ଆଜି ସନ୍ଧ୍ୟାରେ ତେଜସ୍ୱୀ ଓ ନୀତୀଶ କୁମାର ସେମାନଙ୍କ ସହ ବୈଠକ କରିପାରନ୍ତି। ଏହାପୂର୍ବରୁ କଂଗ୍ରେସର ବିଧାୟକ ଦଳ ବୈଠକ ମଧ୍ୟ ବସିବ। ବିହାର ଦାୟିତ୍ୱରେ ଥିବା କଂଗ୍ରେସର ବରିଷ୍ଠ ନେତା ଭକ୍ତ ଚରଣ ଦାସ ସ୍ଥିତି ଉପରେ ନଜର ରଖିଛନ୍ତି। ତାଙ୍କ ନିଷ୍ପତ୍ତି ଅନୁସାରେ ଦଳର ବିଧାୟକମାନେ ନିଜର ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବେ।