NEET - The Sakala

ସରକାରଙ୍କୁ ସୋନମ୍ ୱାଙ୍ଗଚୁକ୍‌ଙ୍କ ଚେତାବନୀ: 'ପ୍ରତିଶ୍ରୁତି ପାଳନ କରନ୍ତୁ, ଛାତ୍ରଛାତ୍ରୀଙ୍କୁ ନ୍ୟାୟ ଦିଅନ୍ତୁ'
ପ୍ରସିଦ୍ଧ ପରିବେଶବିତ୍ ତଥା ସାମାଜିକ କର୍ମୀ ସୋନମ୍ ୱାଙ୍ଗଚୁକ୍ (Sonam Wangchuk) ଶନିବାର କେନ୍ଦ୍ର ସରକାରଙ୍କୁ ନିଜର ପ୍ରତିଶ୍ରୁତି ମନେ ପକାଇ ଦେଇଛନ୍ତି। ନିକଟରେ ଶେଷ ହୋଇଥିବା ୨୬ ଦିନିଆ ଅନଶନ ସମୟରେ କେନ୍ଦ୍ର ସରକାର ଦେଇଥିବା ଲିଖିତ ପ୍ରତିଶ୍ରୁତିଗୁଡ଼ିକୁ ଯଥାଶୀଘ୍ର ପୂରଣ କରିବାକୁ ସେ ଆହ୍ୱାନ ଦେଇଛନ୍ତି। ଏଥିସହ ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କ ବିରୋଧରେ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ଏବଂ ଆତ୍ମହତ୍ୟା କରିଥିବା ଛାତ୍ରଛାତ୍ରୀଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରିବାକୁ ସେ ଦାବି କରିଛନ୍ତି।

ସୋସିଆଲ୍ ମିଡିଆରେ ବାର୍ତ୍ତା

ଲାଦାଖ୍‌ରେ ଥିବା ନିଜର ପୈତୃକ ଗାଁକୁ ଫେରିବା ପରେ ଏକ୍ସ (X)ରେ ଏକ ଭିଡିଓ ବାର୍ତ୍ତା ସେୟାର କରିଛନ୍ତି ୱାଙ୍ଗଚୁକ୍। ସେ ଏହି ପୋଷ୍ଟରେ ଲେଖିଛନ୍ତି, 'ଗାଁକୁ ଫେରିଆସିଛି... କିନ୍ତୁ କାରଣଗୁଡ଼ିକୁ ଭୁଲି ନାହିଁ। ଆଶା କରୁଛି ସରକାର ବାକି ଥିବା ପ୍ରତିଶ୍ରୁତିଗୁଡ଼ିକୁ ମଧ୍ୟ ପୂରଣ କରିବେ।' ଭିଡିଓରେ ସେ ଦର୍ଶାଇଛନ୍ତି ଯେ ସେ ବର୍ତ୍ତମାନ ବିଶ୍ରାମ ନେଉଛନ୍ତି ଏବଂ ଶକ୍ତି ସଞ୍ଚୟ କରୁଛନ୍ତି। ଠିକ୍ ସମୟରେ ପଦକ୍ଷେପ ନେଲେ ସରକାରଙ୍କ ପ୍ରତି ସମ୍ମାନ ବଢ଼ିଥାଏ ବୋଲି ସେ ମତ ଦେଇଛନ୍ତି। ବିଶେଷ କରି ଛାତ୍ର ଆନ୍ଦୋଳନ ଏବଂ ପରୀକ୍ଷା ବିଭ୍ରାଟ ଯୋଗୁଁ ଯେଉଁ ଛାତ୍ରଛାତ୍ରୀମାନେ ନିଜ ଜୀବନ ହାରିଛନ୍ତି, ସେମାନଙ୍କ ପରିବାରକୁ ନ୍ୟାୟ ଏବଂ କ୍ଷତିପୂରଣ ଦେବାର ସମୟ ଆସିଯାଇଛି ବୋଲି ସେ ସ୍ପଷ୍ଟ କରିଛନ୍ତି।

ଛାତ୍ର ଆନ୍ଦୋଳନ ଓ ଅନଶନ

ସୂଚନାଯୋଗ୍ୟ ଯେ, ନିଟ୍ (NEET) ପରୀକ୍ଷା ଦୁର୍ନୀତି ଏବଂ ଅନ୍ୟାନ୍ୟ ଶିକ୍ଷାଗତ ଅନିୟମିତତାକୁ ନେଇ ନୂଆଦିଲ୍ଲୀର ଯନ୍ତରମନ୍ତର ଠାରେ ଛାତ୍ରଛାତ୍ରୀମାନେ ବିକ୍ଷୋଭ ପ୍ରଦର୍ଶନ କରୁଥିଲେ। ଏହି ଆନ୍ଦୋଳନକୁ ସମର୍ଥନ ଜଣାଇ ୱାଙ୍ଗଚୁକ୍ ଜୁନ୍ ୨୮ ତାରିଖରୁ ଅନଶନରେ ବସିଥିଲେ। ପରେ କେନ୍ଦ୍ର ମନ୍ତ୍ରୀ ଜେ.ପି ନଡ୍ଡା ଏବଂ ଜିତେନ୍ଦ୍ର ସିଂହଙ୍କ ଉପସ୍ଥିତିରେ ଲିଖିତ ପ୍ରତିଶ୍ରୁତି ପାଇବା ପରେ ସେ ନିଜର ଅନଶନ ଭାଙ୍ଗିଥିଲେ। ଶାନ୍ତିପୂର୍ଣ୍ଣ ପ୍ରଦର୍ଶନକାରୀଙ୍କ ଉପରେ କୌଣସି ମାମଲା ରୁଜୁ ହେବ ନାହିଁ ବୋଲି ସରକାର ସେତେବେଳେ ଆଶ୍ୱାସନା ଦେଇଥିଲେ।

ଭାରତୀୟ ରେଳବାଇ ପ୍ରସଙ୍ଗ

ଅନ୍ୟପକ୍ଷରେ ୱାଙ୍ଗଚୁକ୍ ନିକଟରେ ଭାରତୀୟ ରେଳବାଇକୁ ନେଇ ଦେଇଥିବା ନିଜର ମନ୍ତବ୍ୟକୁ ସମର୍ଥନ କରିଛନ୍ତି। କାଶ୍ମୀରକୁ ରେଳପଥ ସମ୍ପ୍ରସାରଣ ଏବଂ ଏହାର ଇଞ୍ଜିନିୟରିଂ କାର୍ଯ୍ୟକୁ ପ୍ରଶଂସା କରିଥିବାରୁ କିଛି ବ୍ୟକ୍ତି ତାଙ୍କୁ ସମାଲୋଚନା କରିଥିଲେ ଏବଂ ଏହାକୁ ସରକାରଙ୍କ ସପକ୍ଷବାଦୀ ମନୋଭାବ ବୋଲି ଆକ୍ଷେପ କରିଥିଲେ। ଏହାର ଉତ୍ତରରେ ୱାଙ୍ଗଚୁକ୍ କହିଛନ୍ତି ଯେ ରେଳବାଇ କିମ୍ବା ଇସ୍ରୋ (ISRO) ଭଳି ଜାତୀୟ ପ୍ରତିଷ୍ଠାନଗୁଡ଼ିକର ସଫଳତାକୁ କେବେହେଲେ ରାଜନୈତିକ ଦୃଷ୍ଟିକୋଣରୁ ବିଚାର କରାଯିବା ଉଚିତ୍ ନୁହେଁ। ଆମେ କ'ଣ ଏତେ ସଂକୀର୍ଣ୍ଣମନା ହୋଇଯାଇଛୁ ବୋଲି ପ୍ରଶ୍ନ କରି ସେ ଜାତୀୟ ସେବା ପାଇଁ ହଜାର ହଜାର ଇଞ୍ଜିନିୟରଙ୍କ ଅବଦାନକୁ ସ୍ୱୀକୃତି ଦେବା ଜରୁରୀ ବୋଲି ମତବ୍ୟକ୍ତ କରିଛନ୍ତି।

ନିଟ୍ ପରୀକ୍ଷା ପୂର୍ବରୁ ୪ ଦଲାଲ ଗିରଫ, ମେଡ଼ିକାଲ କଲେଜରେ ଆଡ଼ମିଶନ କରାଇଦେବାକୁ କହି ଠକୁଥିବା ଅଭିଯୋଗ
ଭୁବନେଶ୍ୱର: ସ୍ପେଶାଲ କ୍ରାଇମ ୟୁନିଟ ପଞ୍ଝାରେ ମେଡିକାଲ ସିଟ ବିକ୍ରି କରୁଥିବା ଦଲାଲ ଗ୍ୟାଙ୍ଗ।  ମେଡିକାଲ କଲେଜରେ ଆଡମିସନ କରାଇଦେବାକୁ କହି ଠକେଇ କରିଥିବା ଅଭିଯୋଗରେ ସ୍ପେଶାଲ କ୍ରାଇମ୍ ୟୁନିଟ ଦ୍ୱାରା ୪ ଆନ୍ତ ରାଜ୍ୟ ଠକ ଗିରଫ ହୋଇଥିବା ଜଣାଯାଇଛି। ନିଟ୍ ପରୀକ୍ଷା ପୂର୍ବରୁ ଚାରି ଜଣଙ୍କୁ ଗିରଫ କରିଛି ସ୍ପେଶାଲ୍ କ୍ରାଇମ୍ ୟୁନିଟ। ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୁଲିସ କମିସନର ଏସ ଦେବଦତ୍ତ ସିଂ। ଅଭିଯୁକ୍ତମାନଙ୍କ ମଧ୍ୟରେ ଦୁଇଜଣ ଓଡ଼ିଶାର ଥିବା ବେଳେ ଜଣେ ଲେଖାଏଁ ଝାଡ଼ଖଣ୍ଡ ଏବଂ ବିହାରର ରହିଛନ୍ତି।

ଅଭିଯୁକ୍ତମାନଙ୍କଠାରୁ ୯୪ ଲକ୍ଷ ଟଙ୍କାର ଚେକ୍ ଓ ଗୋଟିଏ ବ୍ଲଙ୍କ ଚେକ୍ ଜବତ ହୋଇଛି। ଏମାନେ ଘରୋଇ ମେଡିକାଲ କଲେଜରେ ଆଡମିସନ କରାଇଦେବାକୁ କହି ଆଶାୟୀ ଛାତ୍ରଛାତ୍ରୀଙ୍କଠୁ ଟଙ୍କା ନେଇଥିଲେ। ଅସଲି ପରୀକ୍ଷାର୍ଥୀ ବଦଳରେ ନକଲି ପରୀକ୍ଷାର୍ଥୀ ବସାଇବାକୁ କହି ବି ଟଙ୍କା ନେଇଥିଲେ।

ନିଟ୍ ପରୀକ୍ଷା ବିବାଦ: NTA କୁ ସୁପ୍ରିମକୋର୍ଟଙ୍କ ନୋଟିସ୍, ସାମାନ୍ୟ ଦାୟିତ୍ୱହୀନତା ହୋଇଥିଲେ କାର୍ଯ୍ୟାନୁଷ୍ଠାନ
ନୂଆଦିଲ୍ଲୀ: ଚଳିତ ନିଟ୍ ପରୀକ୍ଷା ବିବାଦ ମଧ୍ୟରେ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ)କୁ କଡ଼ା ଚେତାବନୀ ଦେଇଛନ୍ତି ସୁପ୍ରିମକୋର୍ଟ। ଏପରିକି ପରୀକ୍ଷା ପ୍ରକ୍ରିୟାରେ ୦.୦୦୧% ଅବହେଳାକୁ ଅତ୍ୟନ୍ତ ଗମ୍ଭୀରତାର ସହ ସମାଧାନ କରାଯିବା ଆବଶ୍ୟକ ବୋଲି ସୁପ୍ରିମ୍ କୋର୍ଟ ଗୁରୁତ୍ୱାରୋପ କରିଛନ୍ତି।

ଶୁଣାଣି ସମୟରେ ସୁପ୍ରିମକୋର୍ଟ ନିଟ୍ ପରୀକ୍ଷାରେ ଅନିୟମିତତା ସମ୍ପର୍କିତ ଅନେକ ଅଭିଯୋଗ ଶୁଣିଥିଲେ। ପରୀକ୍ଷା ପ୍ରକ୍ରିୟାର ସଚ୍ଚୋଟତା ବଜାୟ ରଖିବା ଏବଂ ସମସ୍ତ ପରୀକ୍ଷାର୍ଥୀଙ୍କ ସହ ଯେପରି ପାତର ଅନ୍ତର ନେହେହ ତାହା ସୁନିଶ୍ଚିତ କରିବା ଉପରେ ବିଚାରପତିମାନେ ଗୁରୁତ୍ୱାରୋପ କରିଛନ୍ତି।

ନିଟ୍ ପରୀକ୍ଷା ବାତିଲ କରିବା ଦାବି ସମେତ ଅନ୍ୟ ଏକ ଆବେଦନର ଶୁଣାଣି କରି ଆବେଦନକାରୀଙ୍କ ମଧ୍ୟରେ ଶିକ୍ଷାବିତ୍ ନୀତିନ ବିଜୟ ମଧ୍ୟ ଥିଲେ। ପରୀକ୍ଷା ପ୍ରସ୍ତୁତିରେ ଛାତ୍ରଛାତ୍ରୀଙ୍କ ଉଦ୍ୟମକୁ ସ୍ୱୀକାର କରି ଜୁଲାଇ ୮ତାରିଖରେ ହେବାକୁ ଥିବା ଶୁଣାଣି ପାଇଁ ସୁପ୍ରିମକୋର୍ଟ ଉଭୟ ଆବେଦନକୁ ପୂର୍ବ ଆବେଦନ ସହ ଯୋଡ଼ିଛନ୍ତି। ଆଜିର ଶୁଣାଣି ପାଇଁ ଜଷ୍ଟିସ ବିକ୍ରମ ନାଥ ଓ ଜଷ୍ଟିସ ଏସଭି ଭଟ୍ଟିଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ବସିଥିଲା।

ପ୍ରାୟ ୨୦ ହଜାର ଛାତ୍ରଛାତ୍ରୀଙ୍କ ପ୍ରତିନିଧିତ୍ୱ କରୁଥିବା ନୀତିନ ବିଜୟ ନିଟ୍ ପରୀକ୍ଷାରେ ଅନିୟମିତତା ଅଭିଯୋଗ ଆଣି କୋର୍ଟରେ ପକ୍ଷ ରଖିଥିଲେ। ପ୍ରଶ୍ନପତ୍ର ଲିକ୍ ଓ ଅନିୟମିତତା କାରଣରୁ ପୁନର୍ବାର ପରୀକ୍ଷା କରିବାକୁ ଆବେଦନରେ ଦାବି କରାଯାଇଛି।

ଛାତ୍ରଛାତ୍ରୀଙ୍କ ଅଭିଯୋଗକୁ ଅଣଦେଖା ନ କରିବା ଏବଂ ପରୀକ୍ଷା ସମୟରେ କୌଣସି ବାସ୍ତବ ତ୍ରୁଟିକୁ ତୁରନ୍ତ ସୁଧାରିବାକୁ ସୁପ୍ରିମକୋର୍ଟ ଏନଟିଏକୁ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ହୋଇଥିବା ଶୁଣାଣିରେ ସୁପ୍ରିମକୋର୍ଟ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ)କୁ ନୋଟିସ ଜାରି କରିଥିଲେ ମଧ୍ୟ କାଉନସେଲିଂ ପ୍ରକ୍ରିୟାକୁ ବନ୍ଦ କରିବାକୁ ମନା କରିଦେଇଥିଲେ।

NEETକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି: ରଦ୍ଦ ହେଲା ଗ୍ରେସ୍ ମାର୍କ, ପୁଣି ପରୀକ୍ଷା ଦେବେ ୧୫୬୩ ଛାତ୍ରଛାତ୍ରୀ
ନୂଆଦିଲ୍ଲୀ: ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ୍ ପରୀକ୍ଷା ଫଳ ନେଇ ସୁପ୍ରିମକୋର୍ଟଙ୍କ ବଡ ନିଷ୍ପତ୍ତି । ରଦ୍ଦ ହେଲା ଛାତ୍ରଛାତ୍ରୀଙ୍କ ଗ୍ରେସ୍ ମାର୍କ । ୧୫୬୩ ଛାତ୍ରଛାତ୍ରୀଙ୍କ ଗ୍ରେସ ମାର୍କ ରଦ୍ଦ କଲେ NTA । ଗ୍ରେସ୍ ମାର୍କ ପାଇଥିବା ୧୫୬୩ ଛାତ୍ରଛାତ୍ରୀ ପୁଣି ଦେବେ ପରୀକ୍ଷା । ଜୁନ୍ ୨୩ରେ ପୁନର୍ବାର ପରୀକ୍ଷା ହେବ ଏବଂ ଫଳାଫଳ ଜୁନ୍ ୩୦ସୁଦ୍ଧା ଘୋଷଣା କରାଯିବ।

ଚଳିତ ନିଟ୍‌ ପରୀକ୍ଷାରେ ଗ୍ରେସ୍‌ ମାର୍କ ମିଳିଥିବା ଛାତ୍ରଛାତ୍ରୀଙ୍କୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ଏହି ସମୟରେ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ତଥା ଏନ୍‌ଟିଏ ଭୟ ଦୂର କରିବା ପାଇଁ ଗ୍ରେସ୍‌ ମିଳିଥିବା ଛାତ୍ରଛାତ୍ରୀଙ୍କ ପୁଣି ଥରେ ପରୀକ୍ଷା କରାଇବା ପାଇଁ ନିଷ୍ପତ୍ତି ନିଆଯାଇଛି ବୋଲି ସେ କୋର୍ଟକୁ ଜଣାଇଛି।

ତେବେ ନିଟ୍ ପରୀକ୍ଷା ସମ୍ପୂର୍ଣ୍ଣ ରଦ୍ଦ କରାଯାଇନଥିବା ନେଇ ଜବାବ ଦାଖଲ ରଖିଥିଲା ଏନଟିଏ। ସୁପ୍ରିମକୋର୍ଟରେ ଏହି ଜବାବ ରଖିଛନ୍ତି ମେଡିକାଲ ପ୍ରବେଶିକା ପରୀକ୍ଷା ଆୟୋଜନ କରିଥିବା ନ୍ଯାସନାଲ ଟେଷ୍ଟିଂ ଏଜନସି NTA। ତେବେ ମେଡିକାଲ ନାମଲେଖା ଲାଗି କାଉନସେଲିଂ ପ୍ରକ୍ରିୟାରେ ରୋକ ଲଗାଇବାକୁ ମନା କରିଛନ୍ତି ସୁପ୍ରିମକୋର୍ଟ। ନାମଲେଖା ପ୍ରକ୍ରିୟା ଜାରି ରହିବ। ମେଡିକାଲ ପ୍ରବେଶିକା ପରୀକ୍ଷା ରେଜଲ୍ଟ , ପରୀକ୍ଷାରେ ଅନିୟମିତତା ଏବଂ ପରୀକ୍ଷା ରଦ୍ଦ କରିବା ନେଇ ଆବେଦନ ହୋଇଥିଲା। ଏହି ମାମଲାରେ ଜବାବ ଦାଖଲ ଲାଗି ସୁପ୍ରିମକୋର୍ଟରେ ଏନଟିଏକୁ ନିର୍ଦ୍ଦେଶ ଦେଇଥିଲେ। ସୁପ୍ରିମକୋର୍ଟରେ ଏନଟିଏର ଜବାବ ପରେ ଏହି ନିଷ୍ପତ୍ତି ନେଇଛନ୍ତି ସୁପ୍ରିମକୋର୍ଟ। ଆସନ୍ତା ଜୁଲାଇ ୮ ତାରିଖରେ ମାମଲାରେ ପରବର୍ତ୍ତୀ ଶୁଣାଣି ହେବ।

ଜାନୁଆରୀ ୮ ତାରିଖରୁ ଯୁକ୍ତଦୁଇ ଛାତ୍ରଛାତ୍ରୀଙ୍କୁ ଦିଆଯିବ NEET ଓ JEE କୋଚିଂ
ଭୁବନେଶ୍ବର: ଯୁକ୍ତଦୁଇ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର । ଜାନୁଆରୀ ୮ ତାରିଖରୁ ୩୧ ତାରିଖ ଯାଏଁ ଯୁକ୍ତଦୁଇ ଛାତ୍ରଛାତ୍ରୀଙ୍କୁ ଦିଆଯିବ NEET ଓ JEE କୋଚିଂ । ଆଶାୟୀ ଛାତ୍ରଛାତ୍ରୀ ଅନଲାଇନରେ ପାଇ ପାରିବେ ରେଗୁଲାର କୋଚିଂ । ସକାଳ ୮ଟା ୩୦ରୁ ୧୦ଟା ଯାଏଁ ଦିଆଯିବ NEET କୋଚିଂ । ସେହିପରି ଅପରାହ୍ଣ୨ଟା ୩୦ରୁ ୩ଟା ୩୦ ଯାଏଁ ଦିଆଯିବ JEE କୋଚିଂ । ଯୁକ୍ତଦୁଇ ଛାତ୍ରଛାତ୍ରୀଙ୍କୁ ଏହି କୋଚିଂ ଦେବେ ଏକ୍ସପର୍ଟ । ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଜାରି କରାଗଲା ଟାଇମ ଟେବୁଲ ।

ଅନଲାଇନ କୋଚିଂ ବ୍ୟବସ୍ଥା କରିବାକୁ ସିଏଚଏସଇ ପକ୍ଷରୁ ନିର୍ଦେଶ ଦିଆଯାଇଛି। ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ କଲେଜକୁୁ ଯୁକ୍ତ ୨ ଛାତ୍ରଛାତ୍ରୀଙ୍କୁ ନିଟ ଓ ଜେଇଇ କୋଚିଂ ଦିଆଯିବା ନେଇ ସିଏଚଏସଇ ପକ୍ଷରୁ ନିର୍ଦେଶ ଦିଆଯାଇଛି। ୪୦ରୁ ୫୦ ଛାତ୍ରଛାତ୍ରୀଙ୍କ ଲାଗି ଜଣେ ପରାମର୍ଶଦାତା ଶିକ୍ଷକ ଗାଇଡ୍ କରିବେ । ପ୍ରତିଯୋଗିତାମୂଳକ ପରୀକ୍ଷାରେ ଦକ୍ଷତା ବୃଦ୍ଧି ଲାଗି ଉଚ୍ଚମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଏହି ବ୍ୟବସ୍ଥା କରିଛି ।

ଆସନ୍ତାକାଲିଠୁ +2 କଲେଜରେ ଆରମ୍ଭ ହେବ NEET ଓ JEE କୋଚିଂ
ଭୁବନେଶ୍ବର: ଆସନ୍ତାକାଲିଠୁ ଆରମ୍ଭ ହେବ ଯୁକ୍ତ ଦୁଇ କଲେଜରେ NEET ଓ JEE କୋଚିଂ।  ଭର୍ଚୁଆଲରେ ଯୁକ୍ତ ଦୁଇ ଛାତ୍ରଛାତ୍ରୀ ପାଇବେ କୋଚିଂ। ସବୁ ସରକାରୀ ଓ ଅନୁଦାନପ୍ରାପ୍ତ ବେସରକାରୀ କଲେଜରେ ଆରମ୍ଭ ହେବ କୋଚିଂ । ଏଥିଲାଗି କଲେଜରେ ସ୍ମାର୍ଟ ଟିଭି ଓ interactive panel install କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସର୍ବ ଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ୍ ଓ ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା JEE ରେ ଓଡ଼ିଆ ଛାତ୍ରଛାତ୍ରୀଙ୍କ ସଫଳତା ହାର ବଢ଼ାଇବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଯୋଜନା ଆରମ୍ଭ ହୋଇଛି। ପ୍ରତିଦିନ କୋଚିଂ କ୍ଲାସର ଉପସ୍ଥାନ ସମ୍ପର୍କରେ ନୋଡାଲ ଅଫିସର ନିର୍ଦ୍ଦେଶାଳୟକୁ ଅବଗତ କରାଇବେ । ଅନଲାଇନ୍ କ୍ଲାସ ସମୟରେ କଲେଜ୍ କର୍ତ୍ତୃପକ୍ଷ ପିଲାଙ୍କୁ ସହାୟତା କରିବାକୁ ମେଣ୍ଟର ଟିଚରଙ୍କୁ ନିଯୁକ୍ତ କରିବେ ।

ନିଟ୍‌ ପାଇଁ ସର୍ବନିମ୍ନ ମାର୍କ ବାଧ୍ୟତାମୂଳକ ନୁହେଁ, ଦ୍ବାଦଶ ଶ୍ରେଣୀ ପାସ୍‌ ହାର ଆଧାରରେ ପରୀକ୍ଷା ଦେଇପାରିବେ ଛାତ୍ରଛାତ୍ରୀ
ଭୁବନେଶ୍ୱର: ଦ୍ବାଦଶ ଶ୍ରେଣୀ ପରେ ମେଡିକାଲ ପଢ଼ିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କ ଲାଗି ନ୍ୟାସନାଲ ମେଡିକାଲ କମିଶନ (ଏନଏମ୍‌ସି) ନୂଆ ନିୟମ କାର୍ଯ୍ୟକାରୀ କରିଛନ୍ତି। ଏବେ ଛାତ୍ରଛାତ୍ରୀଙ୍କ ପାଇଁ ସର୍ବନିମ୍ନ ମାର୍କ ରଖିବା ବାଧ୍ୟତାମୂଳକ ହେବ ନାହିଁ। ସେମାନେ ଦ୍ବାଦଶ ଶ୍ରେଣୀର ପାସ୍‌ ହାର (ପାସିଂ ପର୍ସେଣ୍ଟେଜ) ଆଧାରରେ ନିଟ୍‌ ପରୀକ୍ଷା ଦେଇପାରିବେ। ବୟସ ନିୟମ ମଧ୍ୟ ସଂଶୋଧନ କରାଯାଇ ଏହାକୁ ଏକ ମାସ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ସଂଶୋଧିତ ନିୟମ ଅନୁଯାୟୀ ଜାନୁଆରୀ ୩୧ ସୁଦ୍ଧା ଛାତ୍ରଛାତ୍ରୀଙ୍କ ବୟସ ୧୭ ବର୍ଷ ହୋଇଥିବା ଆବଶ୍ୟକ। ଅଧିକରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେବା ପାଇଁ ଅବଧିକୁ ମାସେ ପର୍ଯ୍ୟନ୍ତ ବଢ଼ାଇ ହେବ। ମେଡିକାଲରେ ସ୍ଥାନ ମିଳିବା ପରେ ଛାତ୍ରଛାତ୍ରୀଙ୍କୁ ସର୍ବାଧିକ ୯ ବର୍ଷ ଭିତରେ ଏମ୍‌ବିବିଏସ ପଢ଼ା ଶେଷ କରିବାକୁ ପଡ଼ିବ। ଯଦି କଲେଜ କାଉନସିଲିଂ ବ୍ୟତୀତ ଅନ୍ୟ କୌଣସି ଉପାୟରେ ଛାତ୍ରଛାତ୍ରୀଙ୍କ ନାମ ଲେଖାନ୍ତି ତେବେ ଏକ କୋଟି ଟଙ୍କା କିମ୍ବା ସମ୍ପୂର୍ଣ୍ଣ ପାଠ୍ୟକ୍ରମ ପାଇଁ ଲାଗୁଥିବା ଦେୟ (ସର୍ବାଧିକ)କୁ ଜରିମାନା ଭାବେ ଦେବାକୁ ପଡ଼ିବ। ଦ୍ବିତୀୟ ଥର ଏପରି ଭୁଲ୍‌ ହେଲେ ଦୁଇ ଗୁଣ ଜରିମାନା ସହିତ କଲେଜର ଦୁଇ ଗୁଣ ସିଟ୍‌କୁ ହ୍ରାସ କରିଦିଆଯିବ।

ଯଦି ୨ ଜଣ ଛାତ୍ରଛାତ୍ରୀଙ୍କ ଙ୍କ ସମାନ ଆସେ ତେବେ ଭୌତିକ ବିଜ୍ଞାନ ପରେ ରସାୟନ ବିଜ୍ଞାନ ଏବଂ ଜୀବ ବିଜ୍ଞାନରେ ମିଳିଥିବା ମାର୍କକୁ ବିଚାର କରାଯିବ। ଯଦି ଏଥିରେ ମାର୍କ ସମାନ ରହେ ତେବେ କମ୍ପ୍ୟୁଟର ମାଧ୍ୟମରେ ଲଟେରୀ ଉଠାଣ କରି ଚୟନ କରାଯିବ। ଏନଏମ୍‌ସି-୨୦୨୪ରୁ ନ୍ୟାସନାଲ ଏକ୍ଜିଟ ଟେଷ୍ଟ (ନେକ୍ସଟ) କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନିଆଯାଇଛି। ଶିକ୍ଷାବିତ୍‌ ଆଶୀଷ ଆରୋରାଙ୍କ ଅନୁଯାୟୀ ଏମ୍‌ବିବିଏସ୍‌ର ପଞ୍ଚମ ବର୍ଷରେ ଛାତ୍ରଛାତ୍ରୀଙ୍କୁ ଏହି ପରୀକ୍ଷା ଦେବାକୁ ପଡିବ। ଏହି ପରୀକ୍ଷା ଦ୍ବାରା ଛାତ୍ରଛାତ୍ରୀଙ୍କୁ ପିଜି ପାଇଁ ଅଲଗା ଭାବେ ପରୀକ୍ଷା ଦେବାକୁ ପଡ଼ିବ ନାହିଁ। ନେକ୍ସଟ ଫଳାଫଳ ଆଧାରରେ ସେମାନଙ୍କୁ ପିଜି ମେରିଟରେ ସ୍ଥାନ ମିଳିବ। ତେବେ ଛାତ୍ରଛାତ୍ରୀଙ୍କୁ ନେକ୍ସଟ ପରୀକ୍ଷା ଦ୍ବାରା ହିଁ ମେଡିକାଲ ପ୍ରାକ୍ଟିସ ପାଇଁ ଅନୁମତି ମିଳିବ। ଏହି ନିୟମ ଦେଶ ବିଦେଶରୁ ମେଡିକାଲ ପଢ଼ି ଆସୁଥିବା ଛାତ୍ରଛାତ୍ରୀଙ୍କ ନିମନ୍ତେ କାର୍ଯ୍ୟକାରୀ ହେବ।

ନିଟ୍‍ ୟୁଜି ପ୍ରବେଶିକା ଲାଗି ସର୍ବାଧିକ ବୟସ କଟକଣା ଉଚ୍ଛେଦ
ଭୁବନେଶ୍ୱର : ଏଣିକି ମେଡିକାଲ୍‍ ଶିକ୍ଷା ପାଇଁ ବୟସ ବାଧକ ହେବନି। ନିଟ୍‍(ୟୁଜି) ପ୍ରବେଶିକା ପାଇଁ ପୂର୍ବରୁ ଲାଗୁ କରାଯାଇଥିବା ସର୍ବାଧିକ ବୟସ ସୀମାକୁ ଜାତୀୟ ମେଡିକାଲ୍‍ କମିଶନ(ଏନଏମସି) ପକ୍ଷରୁ ଉଚ୍ଛେଦ କରାଯାଇଛି। ଏନଏମସି ପକ୍ଷରୁ ଏନେଇ ବୁଧବାର ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ମେଡିକାଲ୍‍ ପ୍ରବେଶିକା ପରୀକ୍ଷା ପରିଚାଳନା କରୁଥିବା ଏନଟିଏକୁ ସର୍ବାଧିକ ବୟସସୀମା କଟକଣା ଉଚ୍ଛେଦ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଏନଏମସି ସଚିବ ଡା. ପୁଲକେଶ କୁମାର ଏନେଇ ଏନଟିଏର ନିର୍ଦ୍ଦେଶକଙ୍କୁ ଚିଠି ଲେଖିଛନ୍ତି। ଡା. କୁମାର ଚିଠିରେ ଦର୍ଶାଇଛନ୍ତି ଯେ, ବିଗତ ବର୍ଷ ଅକ୍ଟୋବର ୨୧ ତାରିଖରେ ଅନୁଷ୍ଠିତ ହୋଇଥିବା ଏନଏମସି ୪ର୍ଥ ବୈଠକରେ ନିଟ୍‍ ପ୍ରବେଶିକା ପାଇଁ ସର୍ବାଧିକ ବୟସସୀମା ଧାର୍ଯ୍ୟ କରାଯିବ ନାହିଁ ବୋଲି ନିଷ୍ପତ୍ତି ହୋଇଥିଲା।

ତେଣୁ ଚଳିତ ବର୍ଷର ପ୍ରବେଶିକା ପରୀକ୍ଷା ପାଇଁ ପ୍ରକାଶ ପାଇବାକୁ ଥିବା ବିଜ୍ଞପ୍ତିରେ ସର୍ବାଧିକ ବୟସସୀମା କଟକଣାକୁ ଉଚ୍ଛେଦ କରିବାକୁ ସଚିବ ଚିଠିରେ ଦର୍ଶାଇଛନ୍ତି। ଏଥି ସହିତ ଗ୍ରାଜୁଏଟ ମେଡିକାଲ୍‍ ଶିକ୍ଷା ଅଧିନିୟମ ୧୯୯୭କୁ ପରିବର୍ତ୍ତନ କରି ସଂଶୋଧିକ ବିଜ୍ଞପ୍ତି କରିବା ପାଇଁ ଚିଠିରେ ଉଲ୍ଲେଖ କରାଯାଇଛି। ସୂଚନାଥାଉକି ପୂର୍ବରୁ ନିଟ୍‍ ପ୍ରବେଶିକା ପାଇଁ ସାଧାରଣ ବର୍ଗର ପିଲାଙ୍କ ପାଇଁ ସର୍ବାଧିକ ୨୫ ବର୍ଷ ଏବଂ ଅନୁସୂଚିତ ଜାତି, ଜନଜାତି ଓ ଓବିସି ବର୍ଗର ପିଲାଙ୍କ ପାଇଁ ସର୍ବାଧିକ ବୟସ ସୀମା ୩୦ ବର୍ଷ ନିର୍ଦ୍ଧାରିତ ହୋଇଥିଲା। ନିଟ୍‍ ପ୍ରବେଶିକାରେ ସର୍ବାଧିକ ବୟସ ସୀମା ଉଚ୍ଛେଦ କରାଯାଇଥିବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡା. ମନସୁଖ ମାଣ୍ଡଭୀୟ ମଧ୍ୟ ଟ୍ୱିଟ୍‍ ଯୋଗେ ସୂଚନା ଦେଇଛନ୍ତି।

ଅଗଷ୍ଟ ୧ରେ ନିଟ୍‌ ପ୍ରବେଶିକା ପରୀକ୍ଷା, ୧୧ଟି ଭାଷାରେ ଆସିବ ପ୍ରଶ୍ନ
ଭୁବନେଶ୍ବର : ନାସ୍‌ନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଦ୍ବାରା ପରିଚାଳିତ ଡାକ୍ତରୀ ଏମ୍‌ବିବିଏସ୍‌ ଏବଂ ବିଡିଏସ୍‌ ପାଠ୍ୟକ୍ରମରେ ନାମଲେଖାଇବା ପାଇଁ ଆସନ୍ତା ଅଗଷ୍ଟ ୧ରେ ସାରା ଦେଶରେ ନିଟ୍‌ ଅନୁଷ୍ଠିତ ହେବ। ଏନେଇ ଏନ୍‌ଟିଏ ପକ୍ଷରୁ ଶୁକ୍ରବାର ତାରିଖ ଘୋଷଣା ହୋଇଛି।

ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ଚଳିତ ବର୍ଷ ଅଫ୍‌ଲାଇନ୍‌ରେ ପରୀକ୍ଷା କରାଯିବ। ଛାତ୍ରଛାତ୍ରୀଙ୍କ ପାଇଁ ଇଂରାଜୀ ଏବଂ ହିନ୍ଦୀ ସହିତ ୧୧ ଭାଷାରେ ପ୍ରଶ୍ନପତ୍ର ଆସିବ। ଏମ୍‌ବିବିଏସ୍‌, ବିଡିଏସ୍‌, ବିଏଏମ୍‌ଏସ୍‌, ବିଏସ୍‌ଏମ୍‌ଏସ୍‌, ବିୟୁଏମ୍‌ଏସ୍‌ ଏବଂ ବିଏଚ୍‌ଏମ୍‌ଏସ୍‌ ପାଠ୍ୟକ୍ରମ ନାମଲେଖାଇବା ପାଇଁ ଛାତ୍ରଛାତ୍ରୀଙ୍କୁ ନିଟ୍ ପରୀକ୍ଷା ଦେବାକୁ ପଡିଥାଏ। ଏ ନେଇ ଏନଟିଏର ntaneet.nic.in/nta.ac.in ୱେବସାଇଟରେ ଘୋଷଣା କରାଯାଇଛି।

ନିଟ୍‌ ୟୁଜି ପରୀକ୍ଷା ଫଳ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଧୀନରେ ଥିବା ଡାକ୍ତରୀ ଏବଂ ନର୍ସିଂ ଶିକ୍ଷାନୁଷ୍ଠାନ ଗୁଡିକର ନିୟମାବଳୀକୁ ଭିତିକରି ଫଳ ପ୍ରକାଶ ପାଇବ ବୋଲି ଏନ୍‌ଟିଏ ବିଜ୍ଞପ୍ତିରେ ଉଲ୍ଲେଖ କରିଛି।