jdu - The Sakala
ବିହାରରେ ପ୍ରଥମ ଥର ପାଇଁ ବିଜେପି ସରକାର, ସମ୍ରାଟ ଚୌଧୁରୀ ହେବେ ନୂଆ ମୁଖ୍ୟମନ୍ତ୍ରୀ
ବିହାର ରାଜନୀତିରେ ଏକ ଐତିହାସିକ ପରିବର୍ତ୍ତନ ଘଟିଛି। ଦୀର୍ଘ ଦୁଇ ଦଶନ୍ଧି ଧରି ବିହାରର ଶାସନ ଭାର ସମ୍ଭାଳିଥିବା ନୀତୀଶ କୁମାର ମଙ୍ଗଳବାର ଦିନ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ସେ ପାଟଣା ସ୍ଥିତ ଲୋକ ଭବନରେ ରାଜ୍ୟପାଳ ସୟଦ ଅତା ହସନୈନଙ୍କୁ ଭେଟି ନିଜର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ଏହା ସହିତ ରାଜ୍ୟରେ ପ୍ରଥମ ଥର ପାଇଁ ଭାରତୀୟ ଜନତା ପାର୍ଟି (ବିଜେପି) ନେତୃତ୍ୱାଧୀନ ସରକାର ଗଠନ ପାଇଁ ବାଟ ଫିଟିଛି।
ସମ୍ରାଟ ଚୌଧୁରୀ ହେବେ ନୂଆ ମୁଖ୍ୟମନ୍ତ୍ରୀ
ବିଜେପି ନେତା ତଥା ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ଏକ ଏନଡିଏ ବୈଠକରେ ତାଙ୍କୁ ବିଜେପି ବିଧାୟକ ଦଳର ନେତା ଭାବରେ ନିର୍ବାଚିତ କରାଯାଇଛି। କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବରେ କେନ୍ଦ୍ର ମନ୍ତ୍ରୀ ଶିବରାଜ ସିଂହ ଚୌହାନ ଏହି ବୈଠକରେ ଉପସ୍ଥିତ ଥିଲେ। ନୂତନ ସରକାରଙ୍କ ଶପଥ ଗ୍ରହଣ ଉତ୍ସବ ଏପ୍ରିଲ ୧୫ ତାରିଖରେ ଅନୁଷ୍ଠିତ ହେବାର ସମ୍ଭାବନା ରହିଛି। ବିହାର ଇତିହାସରେ ସେ ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ।
ଶେଷ କ୍ୟାବିନେଟ୍ ବୈଠକ
ଇସ୍ତଫା ଦେବା ପୂର୍ବରୁ ନୀତୀଶ କୁମାର ନିଜ ମନ୍ତ୍ରିମଣ୍ଡଳର ଶେଷ ବୈଠକ ଡାକିଥିଲେ। ପ୍ରାୟ ୨୫ ମିନିଟ୍ ଧରି ଚାଲିଥିବା ଏହି ବୈଠକ ବେଶ ଭାବପ୍ରବଣ ଥିଲା ବୋଲି ମନ୍ତ୍ରୀ ରାମ କୃପାଳ ଯାଦବ ସୂଚନା ଦେଇଛନ୍ତି। ଏହି ବୈଠକରେ ସେ ମନ୍ତ୍ରିମଣ୍ଡଳ ଭଙ୍ଗ କରିବା ନେଇ ସାମ୍ବିଧାନିକ ନିଷ୍ପତ୍ତି ନେଇଥିଲେ। ନିଜର ୬ ମିନିଟର ଅଭିଭାଷଣରେ ସେ ୨୦୦୫ ମସିହାରୁ ଆରମ୍ଭ କରିଥିବା ବିଭିନ୍ନ ଯୋଜନା ଓ ବିକାଶମୂଳକ କାର୍ଯ୍ୟ ବିଷୟରେ ଆଲୋଚନା କରିଥିଲେ ଏବଂ ଆଗାମୀ ସରକାରଙ୍କୁ ନିଜର ମାର୍ଗଦର୍ଶନ ମିଳିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।
ରାଜ୍ୟସଭାକୁ ଗଲେ ନୀତୀଶ
ସୂଚନାଯୋଗ୍ୟ ଯେ, ଗତ ମାର୍ଚ୍ଚ ୧୬ ତାରିଖରେ ନୀତୀଶ କୁମାର ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ଏବଂ ନିୟମ ଅନୁଯାୟୀ ମାର୍ଚ୍ଚ ୩୦ ତାରିଖରେ ତାଙ୍କୁ ବିଧାନ ପରିଷଦ ସଦସ୍ୟ (ଏମଏଲସି) ପଦରୁ ଇସ୍ତଫା ଦେବାକୁ ପଡ଼ିଥିଲା। ରାଜ୍ୟସଭା ସାଂସଦ ଭାବରେ ଏପ୍ରିଲ ୧୧ ତାରିଖରେ ଶପଥ ନେବା ପରେ, ସେ ମୁଖ୍ୟମନ୍ତ୍ରୀ ପଦ ଛାଡିବା ନିଶ୍ଚିତ ହୋଇଯାଇଥିଲା। ଏହି ଘଟଣାକ୍ରମ ବିହାର ରାଜନୀତିରେ ଏକ ନୂତନ ଯୁଗର ଆରମ୍ଭ ବୋଲି ବିବେଚନା କରାଯାଉଛି।
ବିହାର ବିଧାନସଭା ନିର୍ବାଚନ: ଚାଲିଛି ଭୋଟ୍ ଗଣତି, ଆଗରେ NDA ...
ବିହାର : ବିହାର ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି ଆରମ୍ଭ ହୋଇଛି । ସକାଳ ୮ଟାରୁ ଆରମ୍ଭ ହୋଇଛି ଭୋଟ ଗଣତି ପ୍ରକ୍ରିୟା । ଏହାରି ମଧ୍ୟରେ ବିହାରରେ ପୁଣି ଥରେ NDA ସରକାର ଗଠନ କରୁଥିବା ପରି ମନେ ହେଉଛି । ୧୯୦ ଆସନରେ ଆଗୁଆ ରହି NDA ଅଗ୍ରଣୀ ହାସଲ କରିଛି । NDA ପକ୍ଷରୁ ବିଜେପି ୮୦, ଜେଡିୟୁ ୮୩ , ଏଲଜେପି ୨୨ ଟି ସିଟରେ ଆଗରେ ରହିଛି। ସେହିଭଳି ମହାଗଠବନ୍ଧନ ପକ୍ଷରୁ ଆରଜେଡି ୩୮ଟି, କଂଗ୍ରସ ୭ଟି ସିଟରେ ଆଗରେ ରହିଛି।
ବିହାର ବିଧାନସଭା ନିର୍ବାଚନ ପାଇଁ ଦୁଇଟି ପର୍ଯ୍ୟାୟରେ ପ୍ରକ୍ରିୟା ଶେଷ ହୋଇଛି । ପ୍ରଥମ ପର୍ଯ୍ୟାୟ ମତଦାନ ୬ ନଭେମ୍ବର ଏବଂ ଦ୍ବିତୀୟ ପର୍ଯ୍ୟାୟରେ ୧୧ ନଭେମ୍ବର ହୋଇଥିଲା। ଭୋଟ ଗଣତିର ଫଳାଫଳ ଆଜି ସନ୍ଧ୍ୟାରେ ଘୋଷଣା କରାଯିବ ।
ମଣିପୁରରେ NDA କୁ ଝଟକା, ବିଜେପି ସରକାରରୁ ସମର୍ଥନ ପ୍ରତ୍ୟାହାର କଲା JDU
ଇମ୍ଫା: ମଣିପୁରରେ ଏନଡିଏକୁ ଝଟକା । ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଦଳ ଜେଡିୟୁ ବିଜେପିକୁ ଏକ ଝଟକା ଦେଇଛି। ଉତ୍ତର-ପୂର୍ବ ରାଜ୍ୟ ମଣିପୁରରେ ବିଜେପି ସରକାରରୁ JDU ସମର୍ଥନ ପ୍ରତ୍ୟାହାର କରିନେଇଛି। ଜେଡିୟୁର ଏକମାତ୍ର ବିଧାୟକ ମହମ୍ମଦ ଅବଦୁଲ ନାସିର ଏବେ ବିରୋଧୀ ଦଳରେ ସାମିଲ ହେବେ। ତେବେ ଏହି ନିଷ୍ପତ୍ତି ଯୋଗୁଁ ବୀରେନ ସିଂହଙ୍କ ସରକାର ପ୍ରତି କୌଣସି ବିପଦ ନାହିଁ। ୬୦ ଆସନ ବିଶିଷ୍ଟ ବିଧାନସଭାରେ ବିଜେପି ପାଖରେ ୩୨ଟି ଆସନ ରହିଛି। ଯାହା ସଂଖ୍ୟାଗରିଷ୍ଠତାଠାରୁ ବହୁତ ଅଧିକ।
ଆପଣଙ୍କୁ କହି ରଖୁଛୁ ଯେ, ଜେଡିୟୁ ଏନଡିଏର ସାଂଗଠନିକ ଦଳର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ।
ବିଚ୍ ରାସ୍ତାରେ ଜେଡିୟୁ ନେତାଙ୍କୁ ଗୁଳିକରି ହତ୍ୟା
ପାଟନା: ବିହାରର ରାଜଧାନୀ ପଟନାରେ ଚାଞ୍ଚଲ୍ୟ। ବିଚ୍ ରାସ୍ତା ଉପରେ ଜେଡିୟୁ ନେତାଙ୍କୁ ଗୁଳି ମାରି ହତ୍ୟା। ପୁନପୁନ ବଜାରରେ ଆଜି ଭୋରରୁ ଘରକୁ ଫେରୁଥିଲେ ଜେଡିୟୁ ନେତା ସୌରଭ କୁମାର୍ ଓ ତାଙ୍କ ବନ୍ଧୁ। ଏହି ସମୟରେ ଦୁଇଟି ବାଇକରେ ୪ ଜଣ ଆସି ଅତର୍କିତ ଭାବେ ଗୁଳି ଚଲାଇଥିଲେ। ଗୁଳି ବିନିମୟରେ ଅନ୍ୟ ଜଣେ ଯୁବକ ଆହତ ହୋଇଛନ୍ତି। ସୂଚନା ପାଇବା ମାତ୍ରେ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଆହତ ଯୁବକଙ୍କୁ ଡାକ୍ତରଖାନା ନିଆଯାଇଛି। ମୃତ ଜେଡିୟୁ ନେତାଙ୍କ ମୃତଦେହ ଶବବ୍ୟବଚ୍ଛେଦ ପାଇଁ ପଠାଇଛି ପୁଲିସ।
ସୂଚନା ଅନୁଯାୟୀ, ବିଳମ୍ବିତ ରାତିରେ ପୁନପୁନରେ ଆୟୋଜିତ ଏକ ବିବାହ ସମାରୋହରୁ ଫେରୁଥିବା ବେଳେ ଭୋରୁ କିଛି ଦୁର୍ବୃତ୍ତ ଏଭଳି କାଣ୍ଡ ଭିଆଇଛନ୍ତି। ପୁଲିସ ଏହି ଘଟଣାର ତଦନ୍ତ କରୁଛି। ରାଜନୈତିକ ଶତ୍ରୁତା ଯୋଗୁଁ ଏହି ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପାଟଲିପୁତ୍ରରୁ ଆରଜେଡି ପ୍ରାର୍ଥୀ ଏବଂ ଲାଲୁ ପ୍ରସାଦଙ୍କ ଝିଅ ମିସା ଭାରତୀ ପୁନପୁନରେ ପହଞ୍ଚି ସୌରଭ କୁମାରଙ୍କ ପରିବାର ସଦସ୍ୟଙ୍କୁ ଭେଟିଥିଲେ। ତଦନ୍ତ ପାଇଁ ପାଟନା ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି।
ବିହାର ରାଜନୀତିରେ ଭୂକମ୍ପ, ଜେଡିୟୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ଲଲନ୍ ସିଂହ
ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ବିହାର ରାଜନୀତିରେ ଭୂକମ୍ପ ସୃଷ୍ଟି ହୋଇଛି। ଜେଡିୟୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦରୁ ଲଲନ ସିଂହ ଇସ୍ତଫା ଦେଇଛନ୍ତି। ଜେଡିୟୁର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ନୀତୀଶ କୁମାରଙ୍କୁ ପୁଣି ଥରେ ଜେଡିୟୁର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭୋବେ ମନୋନୀତ କରାଯାଇଛି । ଏ ନେଇ ସନ୍ଧ୍ୟା ୫ଟରେ ସମ୍ପୂର୍ଣ୍ଣ ବିବିରଣୀ ସମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯିବ ବୋଲି ଜଣାପଡ଼ିଛି।
ବିରୋଧୀ ବିଜେପି ମଧ୍ୟ ବିହାରକୁ ନେଇ ନିଜର ରଣନୀତି ପ୍ରସ୍ତୁତ କରୁଥିବା ବେଳେ ଜେଡିୟୁ ମୁଖ୍ୟ ନୀତୀଶ କୁମାର ବିଜେପି ଫାନ୍ଦରେ ପୁଣି ପଡ଼ିପାରନ୍ତି ବୋଲି ଆଲୋଚନା ଜୋର ଧରିଛି। ସାଂପ୍ରତିକ ସ୍ଥିତିରେ ଜେଡିୟୁ ଅଧ୍ୟକ୍ଷ ଲଲନ ସିଂଙ୍କ ସହ ଆରଜେଡିର ଘନିଷ୍ଠତା ନୀତୀଶଙ୍କ ପାଇଁ ସବୁଠାରୁ କାଳ ହୋଇଛି। ଗୁରୁବାର ନୀତୀଶ ଦିଲ୍ଲୀ ଗସ୍ତ କରିବା ସହ ଆଜି ଦଳର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ଯୋଗ ଦେଇଥିଲେ। ଏହି ସମୟରେ ସେ ଲଲନ ସିଂଙ୍କୁ ଦାୟିତ୍ବରୁ ହଟାଇ ଦିଆଯାଇଛି।
ଗୋଟିଏ ପକ୍ଷରେ ଇଣ୍ଡିଆ ମେଣ୍ଟକୁ ନେଇ ନୀତାଶ ହତାସ ହୋଇଛନ୍ତି। ନୀତୀଶଙ୍କ ନେତୃତ୍ବରେ ଇଣ୍ଡିଆ ମେଣ୍ଟ ଏକାଠି ହୋଇଥିଲା। କିନ୍ତୁ ଶେଷ ମୁହୂର୍ତ୍ତରେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ମଲିକାର୍ଜ୍ଜୁନ ଖଡ଼ଗେଙ୍କୁ ମେଣ୍ଟ ସଦସ୍ୟମାନେ ବାଛିଥିଲେ। ଅନ୍ୟପକ୍ଷରେ ଆରଜେଡି ସହିତ ଲଲନ ସିଂଙ୍କ ଘନିଷ୍ଠତାକୁ ନେଇ ମଧ୍ୟ ନୀତୀଶ ଅଡ଼ୁଆରେ ପଡ଼ିଛନ୍ତି। ଲଲନ ନିଜ ସମର୍ଥନରେ ରହିଥିବା କେତେକ ଜେଡିୟୁ ବିଧାୟକଙ୍କ ସହ ଆରଜେଡିରେ ମିଶିବାକୁ ମସୁଧା କରିବା ସହିତ ତେଜସ୍ବୀ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଯୋଜନା କରିଛନ୍ତି ବୋଲି ଜଣାପଡ଼ିବା ପରେ ତାଙ୍କ ବିରୋଧରେ ଦଳୀୟ ନେତା ହୁଙ୍କାର ଦେଇଛନ୍ତି। ଏହିକ୍ରମରେ ନୀତୀଶ ଲଲନ ସିଂଙ୍କୁ ଅଧ୍ୟକ୍ଷ ପଦବୀରୁ ହଟାଇବାକୁ ଅଣ୍ଟା ଭିଡିଥିଲେ।
ଲଲନଙ୍କୁ ହଟାଇବା ପରେ ଜେଡିୟୁ ଦୁଇଫାଳ ହେବାର ଆଶଙ୍କାକୁ ମଧ୍ୟ ଏଡାଇ ଦିଆଯାଇପାରୁ ନାହିଁ। ତେଣୁ ନୀତୀଶ ପୁଣିଥରେ ଏନଡିଏରେ ସାମିଲ ହେବାର ସମ୍ଭାବନା ରହିଛି ବୋଲି ରାଜନୀତିକ ବିଶାରଦମାନେ ଆକଳନ କରିବା ଆରମ୍ଭ କରିଛନ୍ତି। ବିହାରରେ ନୀତୀଶଙ୍କ ଯେତିକି ଭୋଟ ଶେୟାର ରହିଛି ତାହା ମଧ୍ୟ ବିଜେପି ପାଇଁ ଫାଇଦା ହେବ ବୋଲି ବିଜେପି ଅନୁଭବ କରିସାରିଛି। ଯଦିଓ ନୀତୀଶଙ୍କୁ ପୁଣିଥରେ ସାମିଲ କରାଯିବ ନାହିଁ ବୋଲି ଦଳୀୟ ନେତାମାନେ କହୁଛନ୍ତି, କିନ୍ତୁ ଭିତରେ ଭିତରେ ନୀତୀଶଙ୍କୁ ଏନଡିଏରେ ସାମିଲ କରିବାକୁ ପ୍ରସ୍ତୁତି ଚାଲିଛି ବୋଲି କୁହାଯାଉଛି।
ମଣିପୁରରେ ନୀତୀଶ କୁମାରଙ୍କୁ ଝଟକା, ୫ ଜେଡିୟୁ ବିଧାୟକ ଦଳ ଛାଡ଼ି ବିଜେପିରେ ସାମିଲ
ଇମ୍ଫାଲ: ମଣିପୁରରେ ନୀତୀଶ କୁମାରଙ୍କ ଦଳ ଜେଡିୟୁକୁ ଲାଗିଛି ଶକ୍ତ ଝଟ୍‌କା । ଜେଡିୟୁର ହେବାକୁ ଥିବା ଜାତୀୟ କାର୍ଯ୍ୟକାରିଣୀ ବୈଠକ ପୂର୍ବରୁ ମଣିପୁରର ୬ ଜଣ ଜେଡି(ୟୁ) ବିଧାୟକଙ୍କ ମଧ୍ୟରୁ ପାଞ୍ଚ ଜଣ ବିଧାୟକ ବିଜେପିରେ ଯୋଗ ଦେଇଛନ୍ତି। ଏମାନଙ୍କ ମଧ୍ୟରେ କେଏଚ ଜୟକିଷାନ, ଏନ ସନାତେ, ମହମ୍ମଦ ଅଛବ ଉଦ୍ଦୀନ, ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ଏଏଣ ଖାଇଟେ ଏବଂ ଥାଙ୍ଗଜାମା ଅରୁଣ କୁମାର ସାମିଲ ଅଛନ୍ତି । ଗତ ମାସରେ ବିହାରରେ ବିଜେପି ଏବଂ ଜେଡିୟୁ ଅଲଗା ହେବା ପରେ ଦଳର ମଣିପୁର ବିଧାୟକଙ୍କ ଦ୍ଵାରା ଏହି ପଦକ୍ଷେପ ନିଆଯାଇଛି। ବିହାରରେ ବିଭାଜନ ପରେ ଜେଡିୟୁ ମଣିପୁରରେ ଏନ୍ ବିରେନ ସିଂହଙ୍କ ନେତୃତ୍ୱାଧୀନ ବିଜେପି ସରକାରକୁ ସମର୍ଥନ ପ୍ରତ୍ୟାହାର କରିବାକୁ ଯୋଜନା କରୁଥିବା ଚର୍ଚ୍ଚା ହେଉଥିଲା।
ମଣିପୁର ବିଧାନସଭା ସଚିବଙ୍କ ଦ୍ୱାରା ଜାରି ଏକ ବିବୃତ୍ତିରେ ଏହି ବିଧାୟକଙ୍କ ବିଜେପିରେ ସାମିଲ ହୋଇଥିସବା ସୂଚନା ଦିଆଯାଇଛି । ଜେଡିୟୁ ଚଳିତ ବର୍ଷ ମାର୍ଚ୍ଚରେ ହୋଇଥିବା ବିଧାନସଭା ନିର୍ବାଚନରେ ୩୮ଟି ଆସନରେ ପ୍ରାର୍ଥୀ ଦେଇଥିଲା । ଏଥିମଧ୍ୟରୁ ୬ଟି ଆସନରେ ବିଜୟ ଲାଭ କରିଥିଲା । ଏବେ ୫ ବିଧାୟକଙ୍କ ଦଳ ଛାଡିବା ପରେ କେବଳ ଜଣେ ବିଧାୟକ ରହିଯାଇଛନ୍ତି ।
ସୂଚନାଯୋଗ୍ୟ, ନୀତୀଶ କୁମାରଙ୍କ ଜେଡିୟୁ କିଛି ଦିନ ପୂର୍ବେ ମଣିପୁରରେ ବିଜେପି ସରକାର ଠାରୁ ସମର୍ଥନ ଫେରାଇ ନେବା ପାଇଁ କହିଥିଲା। ଏହାକୁ ନେଇ ଉକ୍ତ ମଣିପୁରର ଜେଡିୟୁ ବିଧାୟକମାନେ ଅସନ୍ତୋଷ ଥିଲେ। ଏହି ଘଟଣାକୁ ନେଇ ଏବେ ରାଜନୈତିକ ବୟାନବାଜି ଦେଖିବାକୁ ମିଳିଛି । ଜେଡିୟୁ ଏହାକୁ ଅସାମ୍ବିଧାନିକ ବୋଲି କହିଛି, ସେହିପରି ଅନ୍ୟପକ୍ଷରେ ବିଜେପି ଏହି ସମସ୍ତ ବିଧାୟକଙ୍କୁ ସ୍ୱାଗତ କରିଛି । ସୂଚନାଥାଉକି ଗତ ମାସରେ ବିହାରରେ ବିଜେପି ମେଣ୍ଟରୁ ଅଲଗା ହୋଇ ନୀତିଶଙ୍କ ଜେଡିୟୁ ଆରଜେଡି ଓ କଂଗ୍ରେସ ସହ ମିଶି ସରକାର ଗଠନ କରିଥିଲା । ଏହି ନିଷ୍ପତ୍ତିକୁ କିଛି ଜେଡିୟୁ ନେତା ବିରୋଧ କରୁଥିଲେ ।
ନୂଆଦିଲ୍ଲୀ: ବିହାର ରାଜନୀତିରେ ହଟଚମଟ । ଭାଙ୍ଗିଲା ବିହାରରେ ମେଣ୍ଟ ସରକାର । ଆଜି ବସିଥିବା ଜେଡିୟୁ ବୈଠକରେ ମେଣ୍ଟ ଭାଙ୍ଗିବା ନେଇ ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି । ଫଳରେ ଅଲଗା ହେଇଛନ୍ତି ଜେଡିୟୁ – ବିଜେପି। ବିଜେପି ହତ ଛାଡି ପୁଣି ଆରଜେଡି ସହ ମେଣ୍ଟ କରିବ ଜେଡିୟୁ ।  ଆଜି ଅପରାହ୍ନ ୪ଟାରେ ନୀତିଶ କୁମାର ରାଜ୍ଯପାଳକୁ ଭେଟିବେ ବୋଲି ଜଣା ପଡ଼ିଛି। ଏହା ପରେ ନୀତିଶ କୁମାର ଆରେଜିଡି ନେତା ତେଜସ୍ବୀ ଯାଦବଙ୍କୁ ଭେଟିଥିଲେ । ବିହାରରେ ଜାରି ରହିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ଆରଜେଡିର ବିଧାୟକ ତଥା ବହୁ ବରିଷ୍ଠ ନେତା ଦଳର ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ପାଟନା ସ୍ଥିତ ବାସ ଭବନରେ ପହଞ୍ଚିଛନ୍ତି । ସେପଟେ ଜେଡିୟୁର ସାଂସଦମାନେ ନୀତିଶଙ୍କ ଘରେ ବୈଠକ କରୁଥିବା ଜଣାପଡ଼ିଛି ।
ଏକାଧିକ ପ୍ରସଙ୍ଗକୁ ନେଇ ଗତ କିଛିଦିନ ହେବ ଜେଡିୟୁ ଓ ବିଜେପି ମଧ୍ୟରେ ତୁ ତୁ ମେଁ ମେଁ ଜାରି ରହିଥିଲା । ଗତବର୍ଷ କେନ୍ଦ୍ର କ୍ୟାବିନେଟରେ ସାମିଲ ହୋଇଥିବା ଜେଡିୟୁ ସାଂସଦ ଆରସିପି ସିଂଙ୍କୁ ନେଇ ବିଜେପି ଏବଂ ଜେଡିୟୁ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା । ନୀତିଶଙ୍କ ଅଜଣାତରେ ଆର୍ସିପି ସିଂଙ୍କୁ କେନ୍ଦ୍ର କ୍ୟାବିନେଟରେ ସାମିଲ କରାଯାଇଥିଲା । ଫଳରେ ଏଥର ରାଜ୍ୟସଭାରେ ଆରସିପି ସିଂଙ୍କ କାର୍ୟ୍ୟକାଳ ବଢ଼ାଇ ନଥିଲା ଜେଡିୟୁ । ଶନିବାର ସେ ଜେଡିୟୁରୁ ଇସ୍ତଫା ଦେଇଥିଲେ । ଏହାଛଡ଼ା ଗତକାଲି ଅନୁଷ୍ଠିତ ନୀତି ଆୟୋଗ ବୈଠକରେ ବି ନୀତିଶ କୁମାର ସାମିଲ ହୋଇ ନଥିଲେ । ଜୁଲାଇ ୧୭ରେ ଗୃହମନ୍ତ୍ରୀ ଅମିତ ଶାହା ସବୁ ମୁଖ୍ୟମନ୍ତ୍ରୀଙ୍କ ବୈଠକ ଡାକିଥିଲେ ବି ଏଥିରେ ନୀତିଶ ଯୋଗ ଦେଇନଥିଲେ । ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ବିଦାୟ ସମ୍ବର୍ଦ୍ଧନା ଓ ରାଷ୍ଟ୍ରପତି ଦ୍ରୈପଦୀ ମୁର୍ମୁଙ୍କ ଶପଥ ଗ୍ରହଣରେ ବି ନୀତିଶ କୁମାର ସାମିଲ ହୋଇ ନ ଥିଲେ ।