Vending Zone - The Sakala

‘ମୁକ୍ତା’ ଯୋଜନାକୁ ବଳ ଯୋଗାଉଛି ବିଏମ୍‌ସି; ରାଜଧାନୀରେ ହେବ ଆଉ ୨୫ ଭେଣ୍ଡିଂଜୋନ୍‍
ଭୁବନେଶ୍ୱର: ରାଜଧାନୀର ଆଉ ୨୫ଟି ନୂଆ ଭେଣ୍ଡିଂଜୋନ୍‍ କରିବାକୁ ବିଏମ୍‌ସି ଯୋଜନା କରିଛି। ବିଏମ୍‌ସିର ୩ଟି ଜୋନ୍‍ ରେ ଏହି ୨୫ଟି ଭେଣ୍ଡିଂଜୋନ୍‍ କରାଯିବ। ବିଏମ୍‌ସି ପକ୍ଷରୁ ଏନେଇ ଯୋଜନା ପ୍ରସ୍ତୁତ ସରିଥିବା ବେଳେ ଆବଶ୍ୟକ ଜାଗା ଯୋଗାଇ ଦେବା ପାଇଁ ସାଧାରଣ ପ୍ରଶାସନ ବିଭାଗକୁ ଅନୁରୋଧ କରାଯାଇଛି। ନୂତନ ଭେଣ୍ଡିଂଜୋନ୍‍ ଦ୍ୱାରା ଉଠାଦୋକାନୀଙ୍କ ସମସ୍ୟା ଦୂର ହେବ ବୋଲି ଆଶା ରହିଛି। ନୂତନ ଭେଣ୍ଡିଙ୍ଗ ଜୋନ୍‍ ରେ ଉଭୟ ଦୋକାନୀ ଓ ଜନସାଧାରଣଙ୍କ ପାଇଁ ଶୌଚାଳୟ ଓ ପାନୀୟଜଳର ବ୍ୟବସ୍ଥା କରାଯିବାକୁ ଥିବା ବେଳେ ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା ମଧ୍ୟ ଉପଲବ୍ଧ କରାଯିବ। ଏହି କାର୍ଯ୍ୟକୁ ମୁକ୍ତା ଯୋଜନାରେ ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ କରାଯିବ। ଦୀର୍ଘଦିନ ଧରି ବିଭିନ୍ନ ସ୍ଥାନରେ ଭେଣ୍ଡିଂଜୋନ୍‍ ପାଇଁ ଦାବି ହୋଇ ଆସୁଛି। ଏହାକୁ ବିଭାଗ ଗୁରୁତର ସହ ନେଇ ଏହି ନିଷ୍ପତ୍ତି ନେଇଛି। ଭେଣ୍ଡିଂଜୋନ୍‍ ନିର୍ମାଣ ଦ୍ୱାରା ସ୍ମାର୍ଟସିଟିର ବ୍ୟବସାୟୀଙ୍କୁ ସୁବିଧା ମିଳିବା ସହିତ ଏସ୍‍ଏଚ୍‍ଜି ମହିଳାମାନଙ୍କର ମଧ୍ୟ ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ସବୁ ଭେଣ୍ଡିଂଜୋନ୍‍ ‘ମୁକ୍ତା’ ଯୋଜନାରେ କାର୍ଯ୍ୟକାରୀ କରାଯିବ। ଏହାଦ୍ୱାରା ସ୍ଥାନୀୟ ମହିଳାମାନଙ୍କୁ ସରକାରୀ ନିୟମ ଅନୁଯାୟୀ ଆର୍ଥିକ ପ୍ରୋତ୍ସାହନ ମିଳିବ। ଏହା ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ୫୦ଟି ମିନି ପାର୍କ କରିବାକୁ ବିଏମ୍‌ସି ଘୋଷଣା କରିଥିବା ବେଳେ ଏହି ପାର୍କଗୁଡ଼ିକୁ ‘ମୁକ୍ତା’ ଯୋଜନାରେ କରିବାକୁ ବିଏମ୍‌ସି ନିଷ୍ପତ୍ତି ନେଇଛି। ଏସ୍‍ଏଚ୍‍ଜିଗୁଡ଼ିକ ନିର୍ମାଣ ସମୟରେ କାର୍ଯ୍ୟ ତଦାରଖ କରିବେ। ଏଥିପାଇଁ ସେମାନଙ୍କୁ ପ୍ରକଳ୍ପ ମୂଲ୍ୟର ୭.୫ ପ୍ରତିଶତ ଅର୍ଥ ପ୍ରଦାନ କରାଯିବ। ଏବେ ଭେଣ୍ଡିଂଜୋନ୍‍ ନିର୍ମାଣ କ୍ଷେତ୍ରରେ ମଧ୍ୟ ସମାନ ନିୟମ ଅନୁସରଣ କରାଯାଇଛି।

ବିଏମ୍‌ସି ଅଞ୍ଚଳରେ ବର୍ତ୍ତମାନ ସରକାରୀ ଭାବେ ୩୪ଟି ଭେଣ୍ଡିଂଜୋନ୍‍ ରହିଛି। ଏଥିମଧ୍ୟରୁ ୨୩୦ ଜଣ ଜନପଥରେ ସ୍ମାର୍ଟ କିଓସ୍କ ପାଇଥିବା ବେଳେ ଅନେକ ଉଠାଦୋକାନୀ ମଧ୍ୟ ରାଜଧାନୀରେ ବ୍ୟବସାୟ କରୁଛନ୍ତି। କୋଭିଡ୍‍ ସମୟରେ ପାଖାପାଖି ୨୫ ହଜାର ଉଠାଦୋକାନୀ ରାଜ୍ୟ ସରକାରଙ୍କ କୋଭିଡ୍‍ ସହାୟତା ପାଇଛନ୍ତି। ଏହି ଉଠାଦୋକାନୀମାନେ ନୂଆ ଭେଣ୍ଡିଂଜୋନ୍‍ ନିର୍ମାଣ ହେଲେ ଦୋକାନ ପାଇବେ ବୋଲି ଆଶା ରହିଛି। ଅନ୍ୟପଟେ ଆବଶ୍ୟକ ତୁଳନାରେ ବର୍ତ୍ତମାନ ବହୁ କମ୍‍ ସଂଖ୍ୟାରେ ଭେଣ୍ଡିଂଜୋନ୍‍ ଥିବାରୁ ବହୁ ସ୍ଥାନରେ ରାସ୍ତାକଡ଼ରେ ବ୍ୟବସାୟ ଜାରି ରହୁଛି। ଏହାଦ୍ୱାରା ଅନେକ ରାସ୍ତାରେ ଭିଡ଼ ସୃଷ୍ଟି ହେବା ଯୋଗୁଁ ଯାନବାହନ ଚଳାଚଳରେ ସମସ୍ୟା ସୃଷ୍ଟି ହେଉଛି। ଭେଣ୍ଡିଂଜୋନ୍‍ ନିର୍ମାଣ ପରେ ଏଥିରେ ରୋକ୍‍ ଲାଗିବ ବୋଲି ବିଏମ୍‌ସି ଆଶା ରଖିଛି।