MUKTA Yojana - The Sakala

ମୁକ୍ତା ଯୋଜନାରେ ଚମକିବ ମ୍ୟୁନିସିପାଲଟି, ଦ୍ବିତୀୟ ପର୍ଯ୍ୟାୟରେ ବ୍ୟୟ ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ଆଉ ୧୦ ଜିଲ୍ଲାର ମ୍ୟୁନିସିପାଲିଟି ଏବଂ ଏନଏସି ପାଇଁ ମୁକ୍ତା ଯୋଜନାରେ ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ । ମୁକ୍ତା ଯୋଜନାରେ ଆଉ ୧୦ ଜିଲ୍ଲାର ୪୨ ମ୍ୟୁନିସିପାଲିଟି ଏବଂ ଏନଏସି ପାଇଁ ୧୮୩ ଦଶମିକ ୮୧ କୋଟି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଞ୍ଜୁର କରିଛନ୍ତି । ୨୦୨୩-୨୪ ବର୍ଷ ପାଇଁ ଦ୍ବିତୀୟ ପର୍ଯ୍ୟାୟରେ ଟଙ୍କା ମଞ୍ଜୁର କରାଯାଇଛି । ଏହି ୧୦ ଜିଲ୍ଲା ହେଲା- ଗଞ୍ଜାମ, ଗଜପତି, କଳାହାଣ୍ଡି, ନୂଆପଡ଼ା, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ମାଲକାନଗିରି, କନ୍ଧମାଳ ଓ ବୌଦ୍ଧ ।

ମୁକ୍ତା ଯୋଜନାରେ ୱାର୍ଡୱାରି ୪୨ଟି ମ୍ୟୁନିସିପାଲିଟି ଏବଂ ଏନଏସିର ବିକାଶ ପାଇଁ ବାର୍ଷିକ ଆକ୍ସନ ପ୍ଲାନ୍ ପ୍ରସ୍ତୁତ ହୋଇଛି । ସବୁ ପ୍ରକଳ୍ପ ପାଇଁ ଜରୁରୀ ଅନୁସାରେ ଯାହା ସମ୍ଭବ ହେବ ଓ ପରିବେଶକୁ ନଜରରେ ରଖାଯିବ । ସେସବୁ ପ୍ରକଳ୍ପର ପ୍ଲାନ୍ ସ୍କ୍ରିନିଂ ହେଉଛି । ମଞ୍ଜୁର ପାଉଥିବା ପ୍ରକଳ୍ପ ମିଶନ ଶକ୍ତିଙ୍କ ଦ୍ବାରା କାର୍ୟ୍ୟକାରୀ ହେବ । ପ୍ରକଳ୍ପ କାର୍ୟ୍ୟକାରୀ ନେଇ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଜୁନ ୯ରେ ଜନ ପ୍ରତିନିଧିମାନଙ୍କ ସହ ୫ଟି ସଚିବ ଭି.କେ ପାଣ୍ଡିଆନ ଆଲୋଚନା କରିଥିଲେ ।

ଏହି ପ୍ରକଳ୍ପରେ ମିନି ପାର୍କ, ଓପନ୍ ଜିମ୍, ଚାଇଲ୍ଡ ପ୍ଲେ ଷ୍ଟେସନ, ଖେଳ ପଡ଼ିଆ, ଭେଣ୍ଡିଂଜୋନ୍ ରହିଛି । ବହୁମୁଖୀ କମ୍ୟୁନିଟି ସେଣ୍ଟର, ୱାଲ ପେଣ୍ଟିଂ, ସୌନ୍ଦର୍ଯ୍ୟକରଣ ଓ ଶ୍ରମିକ ଓରିଏଣ୍ଟେସନ କାର୍ଯ୍ୟକ୍ରମ ଏଥିରେ ଅନ୍ତର୍ଭୁକ୍ତ । ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଯୋଜନା ବା ମୁକ୍ତାକୁ ୧୮ ଏପ୍ରିଲ ୨୦୨୦ରେ ଲୋକାର୍ପିତ କରିଥିଲେ । ଶୀଘ୍ର ଗରିବ ଓ ବେରୋଜଗାରଙ୍କୁ କାମ ଦେବା ଲକ୍ଷ୍ୟରେ ଏହି ଯୋଜନା ହୋଇଥିଲା । ପୂର୍ବରୁ ପଥମ ପର୍ୟ୍ୟାୟରେ ୩୭ ପୌରାଞ୍ଚଳ ପାଇଁ ୪୨୩ କୋଟି ୮୭ ଲକ୍ଷ ମଞ୍ଜୁର କରିଥିଲେ ମୁଖ୍ୟମନ୍ତ୍ରୀ । ଖୁବଶୀଘ୍ର ୧୦ ଜିଲ୍ଲାର ବାକି ୩୬ ଟଖଈ ପାଇଁ ଟଙ୍କା ମଞ୍ଜୁର କରିବେ ନବୀନ ।

‘ମୁକ୍ତା’ ଯୋଜନାକୁ ବଳ ଯୋଗାଉଛି ବିଏମ୍‌ସି; ରାଜଧାନୀରେ ହେବ ଆଉ ୨୫ ଭେଣ୍ଡିଂଜୋନ୍‍
ଭୁବନେଶ୍ୱର: ରାଜଧାନୀର ଆଉ ୨୫ଟି ନୂଆ ଭେଣ୍ଡିଂଜୋନ୍‍ କରିବାକୁ ବିଏମ୍‌ସି ଯୋଜନା କରିଛି। ବିଏମ୍‌ସିର ୩ଟି ଜୋନ୍‍ ରେ ଏହି ୨୫ଟି ଭେଣ୍ଡିଂଜୋନ୍‍ କରାଯିବ। ବିଏମ୍‌ସି ପକ୍ଷରୁ ଏନେଇ ଯୋଜନା ପ୍ରସ୍ତୁତ ସରିଥିବା ବେଳେ ଆବଶ୍ୟକ ଜାଗା ଯୋଗାଇ ଦେବା ପାଇଁ ସାଧାରଣ ପ୍ରଶାସନ ବିଭାଗକୁ ଅନୁରୋଧ କରାଯାଇଛି। ନୂତନ ଭେଣ୍ଡିଂଜୋନ୍‍ ଦ୍ୱାରା ଉଠାଦୋକାନୀଙ୍କ ସମସ୍ୟା ଦୂର ହେବ ବୋଲି ଆଶା ରହିଛି। ନୂତନ ଭେଣ୍ଡିଙ୍ଗ ଜୋନ୍‍ ରେ ଉଭୟ ଦୋକାନୀ ଓ ଜନସାଧାରଣଙ୍କ ପାଇଁ ଶୌଚାଳୟ ଓ ପାନୀୟଜଳର ବ୍ୟବସ୍ଥା କରାଯିବାକୁ ଥିବା ବେଳେ ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା ମଧ୍ୟ ଉପଲବ୍ଧ କରାଯିବ। ଏହି କାର୍ଯ୍ୟକୁ ମୁକ୍ତା ଯୋଜନାରେ ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ କରାଯିବ। ଦୀର୍ଘଦିନ ଧରି ବିଭିନ୍ନ ସ୍ଥାନରେ ଭେଣ୍ଡିଂଜୋନ୍‍ ପାଇଁ ଦାବି ହୋଇ ଆସୁଛି। ଏହାକୁ ବିଭାଗ ଗୁରୁତର ସହ ନେଇ ଏହି ନିଷ୍ପତ୍ତି ନେଇଛି। ଭେଣ୍ଡିଂଜୋନ୍‍ ନିର୍ମାଣ ଦ୍ୱାରା ସ୍ମାର୍ଟସିଟିର ବ୍ୟବସାୟୀଙ୍କୁ ସୁବିଧା ମିଳିବା ସହିତ ଏସ୍‍ଏଚ୍‍ଜି ମହିଳାମାନଙ୍କର ମଧ୍ୟ ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ସବୁ ଭେଣ୍ଡିଂଜୋନ୍‍ ‘ମୁକ୍ତା’ ଯୋଜନାରେ କାର୍ଯ୍ୟକାରୀ କରାଯିବ। ଏହାଦ୍ୱାରା ସ୍ଥାନୀୟ ମହିଳାମାନଙ୍କୁ ସରକାରୀ ନିୟମ ଅନୁଯାୟୀ ଆର୍ଥିକ ପ୍ରୋତ୍ସାହନ ମିଳିବ। ଏହା ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ୫୦ଟି ମିନି ପାର୍କ କରିବାକୁ ବିଏମ୍‌ସି ଘୋଷଣା କରିଥିବା ବେଳେ ଏହି ପାର୍କଗୁଡ଼ିକୁ ‘ମୁକ୍ତା’ ଯୋଜନାରେ କରିବାକୁ ବିଏମ୍‌ସି ନିଷ୍ପତ୍ତି ନେଇଛି। ଏସ୍‍ଏଚ୍‍ଜିଗୁଡ଼ିକ ନିର୍ମାଣ ସମୟରେ କାର୍ଯ୍ୟ ତଦାରଖ କରିବେ। ଏଥିପାଇଁ ସେମାନଙ୍କୁ ପ୍ରକଳ୍ପ ମୂଲ୍ୟର ୭.୫ ପ୍ରତିଶତ ଅର୍ଥ ପ୍ରଦାନ କରାଯିବ। ଏବେ ଭେଣ୍ଡିଂଜୋନ୍‍ ନିର୍ମାଣ କ୍ଷେତ୍ରରେ ମଧ୍ୟ ସମାନ ନିୟମ ଅନୁସରଣ କରାଯାଇଛି।

ବିଏମ୍‌ସି ଅଞ୍ଚଳରେ ବର୍ତ୍ତମାନ ସରକାରୀ ଭାବେ ୩୪ଟି ଭେଣ୍ଡିଂଜୋନ୍‍ ରହିଛି। ଏଥିମଧ୍ୟରୁ ୨୩୦ ଜଣ ଜନପଥରେ ସ୍ମାର୍ଟ କିଓସ୍କ ପାଇଥିବା ବେଳେ ଅନେକ ଉଠାଦୋକାନୀ ମଧ୍ୟ ରାଜଧାନୀରେ ବ୍ୟବସାୟ କରୁଛନ୍ତି। କୋଭିଡ୍‍ ସମୟରେ ପାଖାପାଖି ୨୫ ହଜାର ଉଠାଦୋକାନୀ ରାଜ୍ୟ ସରକାରଙ୍କ କୋଭିଡ୍‍ ସହାୟତା ପାଇଛନ୍ତି। ଏହି ଉଠାଦୋକାନୀମାନେ ନୂଆ ଭେଣ୍ଡିଂଜୋନ୍‍ ନିର୍ମାଣ ହେଲେ ଦୋକାନ ପାଇବେ ବୋଲି ଆଶା ରହିଛି। ଅନ୍ୟପଟେ ଆବଶ୍ୟକ ତୁଳନାରେ ବର୍ତ୍ତମାନ ବହୁ କମ୍‍ ସଂଖ୍ୟାରେ ଭେଣ୍ଡିଂଜୋନ୍‍ ଥିବାରୁ ବହୁ ସ୍ଥାନରେ ରାସ୍ତାକଡ଼ରେ ବ୍ୟବସାୟ ଜାରି ରହୁଛି। ଏହାଦ୍ୱାରା ଅନେକ ରାସ୍ତାରେ ଭିଡ଼ ସୃଷ୍ଟି ହେବା ଯୋଗୁଁ ଯାନବାହନ ଚଳାଚଳରେ ସମସ୍ୟା ସୃଷ୍ଟି ହେଉଛି। ଭେଣ୍ଡିଂଜୋନ୍‍ ନିର୍ମାଣ ପରେ ଏଥିରେ ରୋକ୍‍ ଲାଗିବ ବୋଲି ବିଏମ୍‌ସି ଆଶା ରଖିଛି।