MUKTA Scheme - The Sakala

ମୁକ୍ତା ଯୋଜନାର ତୃତୀୟ ପର୍ଯ୍ୟାୟରେ ଆଉ ୨୨୫.୫୩ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ମୁକ୍ତା ଯୋଜନାରେ ଚଳିତ ଆର୍ଥିକବର୍ଷ ପାଇଁ ତୃତୀୟ ପର୍ଯ୍ୟାୟରେ ୧୦ ଜିଲ୍ଲାର ମ୍ୟୁନିସିପାଲିଟି ଏବଂ ଏନଏସି ପାଇଁ ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ। ୩୬ ମ୍ୟୁନିସିପାଲିଟି ଏବଂ ଏନଏସି ପାଇଁ ୨୨୫.୫୩ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୨୦୨୩-୨୪ ବର୍ଷ ପାଇଁ ତୃତୀୟ ପର୍ଯ୍ୟାୟରେ ଏହି ଟଙ୍କା ମଞ୍ଜୁର କରାଯାଇଛି। ଏହି ୧୦ ଜିଲ୍ଲା ହେଲା- ଗଞ୍ଜାମ, ଗଜପତି, କଳାହାଣ୍ଡି, ନୂଆପଡ଼ା, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ମାଲକାନଗିରି, କନ୍ଧମାଳ ଓ ବୌଦ୍ଧ। ମୁକ୍ତା ଯୋଜନାରେ ୪୨ଟି ମ୍ୟୁନିସିପାଲିଟି ଏବଂ ଏନଏସିର ବିକାଶ ପାଇଁ ବାର୍ଷିକ ଆକ୍ସନ ପ୍ଲାନ୍ ପ୍ରସ୍ତୁତ ହୋଇଛି। ପ୍ରକଳ୍ପଗୁଡ଼ିକ ଏସଏଚଡି, ଏସଡିଏ ଏବଂ ସ୍ଥାନୀୟ ଗୋଷ୍ଠୀ ଦ୍ବାରା କାର୍ଯ୍ୟକାରୀ ହେବ।

ପ୍ରକଳ୍ପ କାର୍ଯ୍ୟକାରୀ ନେଇ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଜୁନ ୯ରେ ଜନ ପ୍ରତିନିଧିମାନଙ୍କ ସହ 5T ସଚିବ ଭିକେ ପାଣ୍ଡିଆନ ଆଲୋଚନା କରିଥିଲେ। ଏହି ପ୍ରକଳ୍ପରେ ମିନି ପାର୍କ, ଓପନ୍ ଜିମ୍, ଚାଇଲ୍ଡ ପ୍ଲେ ଷ୍ଟେସନ, ଖେଳ ପଡ଼ିଆ, ଭେଣ୍ଡିଂଜୋନ୍ ରହିଛି। ବହୁମୁଖୀ କମ୍ୟୁନିଟି ସେଣ୍ଟର, ୱାଲ ପେଣ୍ଟିଂ, ସୌନ୍ଦର୍ଯ୍ୟକରଣ ଓ ଶ୍ରମିକ ଓରିଏଣ୍ଟେସନ କାର୍ଯ୍ୟକ୍ରମ ଏଥିରେ ଅନ୍ତର୍ଭୁକ୍ତ। ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ ବା ମୁକ୍ତା ୨୦୨୦ ଏପ୍ରିଲ ୧୮ରେ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିଥିଲେ। ଗରିବ ଓ ବେରୋଜଗାରଙ୍କୁ କାମ ଦେବା ଲକ୍ଷ୍ୟରେ ଏହି ଯୋଜନା ହୋଇଥିଲା। ପୂର୍ବରୁ ୪୨ ମ୍ୟୁନିସିପାଲିଟି ପାଇଁ ଦ୍ବିତୀୟ ପର୍ଯ୍ୟାୟରେ ୧୮୩ କୋଟି ୮୧ ଲକ୍ଷ ଟଙ୍କା ଓ ୩୭ ମ୍ୟୁନିସିପାଲିଟି ଏବଂ ଏନଏସି ପାଇଁ ପ୍ରଥମ ପର୍ଯ୍ୟାୟରେ ୪୨୩ କୋଟି ୮୭ ଲକ୍ଷ ଟଙ୍କା ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଥିଲେ।

ରାଜ୍ୟ ସରକାରଙ୍କ ମୁକ୍ତା ଯୋଜନାକୁ ମିଳିଲା ଅନ୍ତର୍ଜାତୀୟ ମାନ୍ୟତା; ସଫଳ ରୁପାୟନ ନେଇ WRI ପକ୍ଷରୁ ପୁରସ୍କୃତ
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ମୁକ୍ତା ଯୋଜନାକୁ ମିଳିଲା ଆନ୍ତର୍ଜାତୀୟ ମାନ୍ୟତା । ବିଶ୍ବ ସମ୍ବଳ ସଂସ୍ଥା ବା WRI ପକ୍ଷରୁ ମୁକ୍ତା ଯୋଜନାର ସଫଳ ରୁପାୟନ ନେଇ ପୁରସ୍କୃତ କରାଯାଇଛି । ନିୟୁର୍କ ସିଟିର ଫୋର୍ଡ ଫାଉଣ୍ଡେସନ ସେଣ୍ଟର ଫର ସୋସିଆଲ ଜଷ୍ଟିସରେ ଆୟୋଜିତ ଏକ ଉତ୍ସବରେ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା । ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଜି. ମାଥିଭାତନନ୍ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି । ଏହି ପ୍ରତିଯୋଗୀତାରେ ୬୫ଟି ଦେଶର ୧୫୫ଟି ସହରରୁ ୨୬୦ଟି ଆବେଦନ ଆସିଥିଲା ।

The @HUDDeptOdisha is recognised as one of the winners of the 2021-2022 @WRIRossCities Ross Center Prize for Cities, a global recognition for the #MUKTA– an Urban Wage Employment Scheme under the #5T initiative of Shri @Naveen_Odisha‘s Govt. 1/4 pic.twitter.com/awkRbwzxqy

— H & UD Dept (@HUDDeptOdisha) February 2, 2023

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସରକାରଙ୍କ ୫ଟି ପଦକ୍ଷେପ ଅନ୍ତର୍ଗତ ଏହି ସହରୀ କର୍ମ ନିଯୁକ୍ତି ଯୋଜନାକୁ କାର୍ଯ୍ୟକାରୀ କରୁଥିବା ଓଡିଶା ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ୨୦୨୧-୨୦୨୨ ବିଶ୍ୱ ସମ୍ବଳ ପ୍ରତିଷ୍ଠାନର ଅନ୍ୟତମ ବିଜେତା ଭାବରେ ମନୋନୀତ ହୋଇ (ଡବ୍ୟୁଆରଆଇ), ସହରଗୁଡିକ ପାଇଁ ରସ୍ କେନ୍ଦ୍ର ପୁରସ୍କାର ହାସଲ କରିଛି ।

ଫେବୃଆରୀ ୧ ତାରିଖରେ ନ୍ୟୁୟର୍କ ସହରର ଫୋର୍ଡ ଫାଉଣ୍ଡେସନ ସେଣ୍ଟର ଫର ସୋସିଆଲ ଜଷ୍ଟିସରେ ଆୟୋଜିତ କାର୍ଯ୍ୟକ୍ରମରେ ବିଜେତା ଘୋଷିତ ହୋଇଥିଲା । ନ୍ୟୁୟର୍କରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଜି ମାଥି ଭାଥନନ୍ ଏହି ଆନ୍ତର୍ଜାତୀୟ ପୁରସ୍କାର ଗ୍ରହଣ କରିଛନ୍ତି । ବିଭାଗର ଯୁଗ୍ମ ସଚିବ ଶ୍ରୀ ସାରଦା ପ୍ରସାଦ ପଣ୍ଡା ପୁରସ୍କାର ଗ୍ରହଣ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଏକ ଆନ୍ତର୍ଜାତୀୟ ଜୁରି ଦଳ ଏହି ପୁରସ୍କାର ପ୍ରତିଯୋଗିତାରେ ୬୫ ଟି ଦେଶର ୧୫୫ ଟି ସହରରୁ ଆସିଥିବା ୨୬୦ ଟି ଆବେଦନ ମଧ୍ୟରୁ ମୁକ୍ତା କୁ ବିଜେତା ଭାବରେ ଚୟନ କରିଛନ୍ତି ।

ସହରଗୁଡିକ ପାଇଁ ପୁରସ୍କାର ହେଉଛି ‘ଡବ୍ଲ୍ୟୁଆରଆଇ’ ର ସହରୀ ରୂପାନ୍ତରଣ ପୁରସ୍କାର, ଯାହାକି ବିଶ୍ୱବ୍ୟାପି ଅଧିକ ସ୍ଥାୟୀ ଏବଂ ଅନ୍ତର୍ଭୂକ୍ତ ସହର ସୃଷ୍ଟି କରୁଥିବା ଅଗ୍ରଣୀମାନଙ୍କୁ ସ୍ୱୀକୃତି ପ୍ରଦାନ କରେ । ଅନିଶ୍ଚିତତା, ବ୍ୟାଘାତ ଏବଂ ସଙ୍କଟର ମୁକାବିଲା ପାଇଁ ସହରାଞ୍ଚଳର ଗରିବ, ଅନୌପଚାରିକ ତଥା ପ୍ରବାସୀ ଶ୍ରମିକମାନଙ୍କ ପାଇଁ ବଡ଼ ଧରଣର ନିଯୁକ୍ତି ସୁଯୋଗ ସୃଷ୍ଟି କରି ମୁକ୍ତା ଏହି ପୁରସ୍କାର ହାସଲ କରିଛି । କଠିନ ସମୟରେ ବଞ୍ଚିବା ଏବଂ ତିଷ୍ଠି ରହିବା ପାଇଁ ଏକ ପ୍ରଣାଳୀ ଭାବରେ ମୁକ୍ତାକୁ ସ୍ୱୀକୃତି ମିଳିଛି ।

ବର୍ତ୍ତମାନ ସୁଦ୍ଧା ଓଡିଶାର ୧୧୪ ଟି ସହରରେ ୭ ଲକ୍ଷ ସହରୀ ଗରିବ ଏବଂ ପ୍ରବାସୀ ଶ୍ରମିକ ୨୦୮ କୋଟି ଟଙ୍କା ମୂଲ୍ୟର ୨୨,୫୦୦ ଗୋଷ୍ଠି ସ୍ତରୀୟ ବିକାଶ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ଯେଉଁଥିରେ ପକ୍କା ସଡକ, ଡ୍ରେନ୍, ବର୍ଷା ଜଳ ଅମଳ, କମ୍ୟୁନିଟି ସେଣ୍ଟର, ବୃକ୍ଷରୋପଣ, ଜଳାଶୟ ପୁନରୁଦ୍ଧାର ଏବଂ ସର୍ବସାଧାରଣ ସ୍ଥାନ ଆଦିର ବିକାଶ କାର୍ଯ୍ୟ ଅନ୍ତର୍ଭୁକ୍ତ । ଏହା ବ୍ୟତୀତ ୫୩୬୮ ମିଶନ୍ ଶକ୍ତି ଗୋଷ୍ଠୀ ଏବଂ ୪୩୮ ବସ୍ତି ବାସିନ୍ଦା ସଙ୍ଗଠନ ମଧ୍ୟ ଓଡିଶା ସରକାରଙ୍କ ଏହି ଉଚ୍ଚାଭିଳାଷୀ ଯୋଜନା ଅଧୀନରେ କାର୍ଯ୍ୟକାରୀ ସହଭାଗୀ ଭାବରେ ନିୟୋଜିତ ହୋଇଛନ୍ତି ।

ଠିକାଦାରମାନଙ୍କୁ ନିୟୋଜିତ କରିବା ପରିବର୍ତ୍ତେ ମିଶନ ଶକ୍ତି ଗ୍ରୁପ୍ ଏବଂ ବସ୍ତି ବାସିନ୍ଦାଙ୍କୁ କାର୍ଯ୍ୟ ଦାୟିତ୍ୱ ଦେବା ପାଇଁ ଓଡ଼ିଶା ରାଜ୍ୟରଙ୍କ ପଦକ୍ଷେପ ସ୍ୱରୂପ ମୁକ୍ତା ଯୋଜନାକୁ ପ୍ରଶଂସା କରାଯାଇଛି । ଏହି ଯୋଜନା ଏକ ସମାନ ଢଙ୍ଗରେ ଗୋଷ୍ଠି ସ୍ତରୀୟ ନାଗରିକ ସୁବିଧା ସୃଷ୍ଟି କରିବାରେ ମଧ୍ୟ ସାହାଯ୍ୟ କରିଥାଏ । ଭାରତ ସରକାର ମଧ୍ୟ ଓଡିଶା ସରକାରଙ୍କ ଏହି ଉଦ୍ୟମକୁ ପ୍ରଶଂସା କରିଛନ୍ତି ଏବଂ ଓଡିଶାର ମୁକ୍ତା ମଡେଲକୁ ଅନ୍ୟ ରାଜ୍ୟମାନଙ୍କରେ କାର୍ଯ୍ୟକାରୀ ଲାଗି ସୁପାରିଶ କରିଛନ୍ତି । ଏଥିରୁ ଶିକ୍ଷାଲାଭ କରି ଝାଡଖଣ୍ଡ, ହିମାଚଳ ପ୍ରଦେଶ, ରାଜସ୍ଥାନ ଏବଂ ତାମିଲନାଡୁ ସହରାଞ୍ଚଳରେ ଥିବା ଗରିବ ଲୋକଙ୍କ ପାଇଁ କର୍ମନିଯୁକ୍ତି ସୁଯୋଗ ସୃଷ୍ଟି ଲାଗି ଓଡିଶାର ମୁକ୍ତା ଢାଞ୍ଚାରେ ସେମାନଙ୍କ ସହରରେ ମଜୁରୀ ନିଯୁକ୍ତି ଯୋଜନା ଘୋଷଣା କରିଛନ୍ତି ।

‘ମୁକ୍ତା’ ଯୋଜନାକୁ ବଳ ଯୋଗାଉଛି ବିଏମ୍‌ସି; ରାଜଧାନୀରେ ହେବ ଆଉ ୨୫ ଭେଣ୍ଡିଂଜୋନ୍‍
ଭୁବନେଶ୍ୱର: ରାଜଧାନୀର ଆଉ ୨୫ଟି ନୂଆ ଭେଣ୍ଡିଂଜୋନ୍‍ କରିବାକୁ ବିଏମ୍‌ସି ଯୋଜନା କରିଛି। ବିଏମ୍‌ସିର ୩ଟି ଜୋନ୍‍ ରେ ଏହି ୨୫ଟି ଭେଣ୍ଡିଂଜୋନ୍‍ କରାଯିବ। ବିଏମ୍‌ସି ପକ୍ଷରୁ ଏନେଇ ଯୋଜନା ପ୍ରସ୍ତୁତ ସରିଥିବା ବେଳେ ଆବଶ୍ୟକ ଜାଗା ଯୋଗାଇ ଦେବା ପାଇଁ ସାଧାରଣ ପ୍ରଶାସନ ବିଭାଗକୁ ଅନୁରୋଧ କରାଯାଇଛି। ନୂତନ ଭେଣ୍ଡିଂଜୋନ୍‍ ଦ୍ୱାରା ଉଠାଦୋକାନୀଙ୍କ ସମସ୍ୟା ଦୂର ହେବ ବୋଲି ଆଶା ରହିଛି। ନୂତନ ଭେଣ୍ଡିଙ୍ଗ ଜୋନ୍‍ ରେ ଉଭୟ ଦୋକାନୀ ଓ ଜନସାଧାରଣଙ୍କ ପାଇଁ ଶୌଚାଳୟ ଓ ପାନୀୟଜଳର ବ୍ୟବସ୍ଥା କରାଯିବାକୁ ଥିବା ବେଳେ ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା ମଧ୍ୟ ଉପଲବ୍ଧ କରାଯିବ। ଏହି କାର୍ଯ୍ୟକୁ ମୁକ୍ତା ଯୋଜନାରେ ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ କରାଯିବ। ଦୀର୍ଘଦିନ ଧରି ବିଭିନ୍ନ ସ୍ଥାନରେ ଭେଣ୍ଡିଂଜୋନ୍‍ ପାଇଁ ଦାବି ହୋଇ ଆସୁଛି। ଏହାକୁ ବିଭାଗ ଗୁରୁତର ସହ ନେଇ ଏହି ନିଷ୍ପତ୍ତି ନେଇଛି। ଭେଣ୍ଡିଂଜୋନ୍‍ ନିର୍ମାଣ ଦ୍ୱାରା ସ୍ମାର୍ଟସିଟିର ବ୍ୟବସାୟୀଙ୍କୁ ସୁବିଧା ମିଳିବା ସହିତ ଏସ୍‍ଏଚ୍‍ଜି ମହିଳାମାନଙ୍କର ମଧ୍ୟ ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ସବୁ ଭେଣ୍ଡିଂଜୋନ୍‍ ‘ମୁକ୍ତା’ ଯୋଜନାରେ କାର୍ଯ୍ୟକାରୀ କରାଯିବ। ଏହାଦ୍ୱାରା ସ୍ଥାନୀୟ ମହିଳାମାନଙ୍କୁ ସରକାରୀ ନିୟମ ଅନୁଯାୟୀ ଆର୍ଥିକ ପ୍ରୋତ୍ସାହନ ମିଳିବ। ଏହା ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ୫୦ଟି ମିନି ପାର୍କ କରିବାକୁ ବିଏମ୍‌ସି ଘୋଷଣା କରିଥିବା ବେଳେ ଏହି ପାର୍କଗୁଡ଼ିକୁ ‘ମୁକ୍ତା’ ଯୋଜନାରେ କରିବାକୁ ବିଏମ୍‌ସି ନିଷ୍ପତ୍ତି ନେଇଛି। ଏସ୍‍ଏଚ୍‍ଜିଗୁଡ଼ିକ ନିର୍ମାଣ ସମୟରେ କାର୍ଯ୍ୟ ତଦାରଖ କରିବେ। ଏଥିପାଇଁ ସେମାନଙ୍କୁ ପ୍ରକଳ୍ପ ମୂଲ୍ୟର ୭.୫ ପ୍ରତିଶତ ଅର୍ଥ ପ୍ରଦାନ କରାଯିବ। ଏବେ ଭେଣ୍ଡିଂଜୋନ୍‍ ନିର୍ମାଣ କ୍ଷେତ୍ରରେ ମଧ୍ୟ ସମାନ ନିୟମ ଅନୁସରଣ କରାଯାଇଛି।

ବିଏମ୍‌ସି ଅଞ୍ଚଳରେ ବର୍ତ୍ତମାନ ସରକାରୀ ଭାବେ ୩୪ଟି ଭେଣ୍ଡିଂଜୋନ୍‍ ରହିଛି। ଏଥିମଧ୍ୟରୁ ୨୩୦ ଜଣ ଜନପଥରେ ସ୍ମାର୍ଟ କିଓସ୍କ ପାଇଥିବା ବେଳେ ଅନେକ ଉଠାଦୋକାନୀ ମଧ୍ୟ ରାଜଧାନୀରେ ବ୍ୟବସାୟ କରୁଛନ୍ତି। କୋଭିଡ୍‍ ସମୟରେ ପାଖାପାଖି ୨୫ ହଜାର ଉଠାଦୋକାନୀ ରାଜ୍ୟ ସରକାରଙ୍କ କୋଭିଡ୍‍ ସହାୟତା ପାଇଛନ୍ତି। ଏହି ଉଠାଦୋକାନୀମାନେ ନୂଆ ଭେଣ୍ଡିଂଜୋନ୍‍ ନିର୍ମାଣ ହେଲେ ଦୋକାନ ପାଇବେ ବୋଲି ଆଶା ରହିଛି। ଅନ୍ୟପଟେ ଆବଶ୍ୟକ ତୁଳନାରେ ବର୍ତ୍ତମାନ ବହୁ କମ୍‍ ସଂଖ୍ୟାରେ ଭେଣ୍ଡିଂଜୋନ୍‍ ଥିବାରୁ ବହୁ ସ୍ଥାନରେ ରାସ୍ତାକଡ଼ରେ ବ୍ୟବସାୟ ଜାରି ରହୁଛି। ଏହାଦ୍ୱାରା ଅନେକ ରାସ୍ତାରେ ଭିଡ଼ ସୃଷ୍ଟି ହେବା ଯୋଗୁଁ ଯାନବାହନ ଚଳାଚଳରେ ସମସ୍ୟା ସୃଷ୍ଟି ହେଉଛି। ଭେଣ୍ଡିଂଜୋନ୍‍ ନିର୍ମାଣ ପରେ ଏଥିରେ ରୋକ୍‍ ଲାଗିବ ବୋଲି ବିଏମ୍‌ସି ଆଶା ରଖିଛି।