kranti diwas - The Sakala
୧୯୪୨ ମସିହା ଅଗଷ୍ଟ ୯ ତାରିଖ ଭାରତୀୟ ଇତିହାସର ଏକ ସ୍ମରଣୀୟ ଦିନ। ସ୍ବାଧୀନତା ପରଠାରୁ ଉକ୍ତ ଦିନକୁ ଅଗଷ୍ଟ କ୍ରାନ୍ତି ଭାବେ ପାଳନ କରାଯାଉଛି। ସ୍ବାଧୀନତା ପାଇଁ ପ୍ରାଣବଳୀ ଦେଇଥିବା କ୍ରାନ୍ତିକାରୀଙ୍କ ସ୍ମରଣ ଲାଗି ପ୍ରତିବର୍ଷ ଅଗଷ୍ଟ ୯ ତାରିଖକୁ ‘ଅଗଷ୍ଟ କ୍ରାନ୍ତି’ ତଥା ‘ଭାରତ ଛାଡ ଆନ୍ଦୋଳନ’ ଭାବେ ପାଳନ କରାଯାଏ। ଭାରତକୁ ବ୍ରିଟିଶ୍‌ ଶାସନ କବଳରୁ ମୁକ୍ତ କରିବା ପାଇଁ ଏହି ଦିନ ଜାତିର ପିତା ମହାତ୍ମା ଗାନ୍ଧୀ ଭାରତ ଛାଡ଼ ଆନ୍ଦୋଳନର ଡାକରା ଦେଇଥିଲେ। ଦେଶରୁ ଇଂରେଜଙ୍କୁ ବିତାଡ଼ିତ କରିବା ପାଇଁ ଯୁବଗୋଷ୍ଠୀଙ୍କୁ ଗାନ୍ଧୀଜୀ ଆହ୍ବାନ ଦେଇଥିଲେ। ଦ୍ବିତୀୟ ବିଶ୍ବଯୁଦ୍ଧରେ ମହାତ୍ମା ଗାନ୍ଧୀ ବ୍ରିଟିଶ୍‌ମାନଙ୍କୁ ସମର୍ଥନ କରିବା ପରେ ମଧ୍ୟ ସେମାନେ ଭାରତ ଛାଡିବାକୁ ପ୍ରସ୍ତୁତ ନ ଥିଲେ। ସେଥିପାଇଁ ଗାନ୍ଧୀ ଭାରତଛାଡ଼ ଆନ୍ଦୋଳନ ଆରମ୍ଭ କଲେ। ୧୯୪୨ ଜୁଲାଇ ୪ରେ ଭାରତୀୟ ଜାତୀୟ କଂଗ୍ରେସ ଏକ ପ୍ରସ୍ତାବ ପାରିତ କଲା ବ୍ରିଟିଶ୍‌ମାନଙ୍କୁ ଦେଶରୁ ବିତାଡିତ କରିବା ପାଇଁ। ଭାରତ ଛାଡ଼ ଆନ୍ଦୋଳନର ପ୍ରାରମ୍ଭରେ ଗାନ୍ଧୀ ‘କର ବା ମର’ ଆହ୍ବାନ ଦେଇଥିଲେ। ଭାରତବାସୀ ଏକଜୁଟ୍ ହୋଇ ବ୍ରିଟିଶ୍‌ ସରକାରଙ୍କ ବିରୋଧରେ ଲଢ଼େଇ କରିଥିଲେ ଏବଂ ବ୍ରିଟିଶ୍‌ମାନେ ମଧ୍ୟ ମୁଣ୍ଡ ନୁଆଇଁ ଥିଲେ। ୧୯୪୨ରୁ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ ୧୯୪୭ରେ ସଫଳ ହୋଇଥିଲା। ଯାହାର ଫଳସ୍ବରୂପ ୧୯୪୭ ଅଗଷ୍ଟ ୧୫ରେ ଭାରତ ଇଂରେଜ ଶାସନରୁ ମୁକ୍ତ ହୋଇଥିଲା।