India team for Asia Cup - The Sakala
ରୋହିତ-କୋହଲିଙ୍କ ଷ୍ଟମ୍ପ ଉଡ଼ାଇଦେଲେ ଆଫ୍ରିଦୀ, ପାକିସ୍ତାନୀ ଫାଷ୍ଟ ବୋଲରଙ୍କ ଆଗରେ ସଂଘର୍ଷ କରୁଛନ୍ତି ଭାରତୀୟ ବ୍ୟାଟର
ପାଲିକଲ: ଏସିଆ କପର ବହୁଚର୍ଚ୍ଚିତ ଭାରତ-ପାକିସ୍ତାନ୍ ମ୍ୟାଚରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଭାରତକୁ ଝଟକା ପରେ ଝଟକା ଲାଗିଚାଲିଛି। ପାକିସ୍ତାନୀ ଫାଷ୍ଟ ବୋଲରଙ୍କ ଆଗରେ ଭାରତୀୟ ବ୍ୟାଟର କ୍ରିଜ୍‌ରେ ଠିଆ ହେବା ପାଇଁ ସଂଘର୍ଷ କରୁଥିବା ଦେଖିବାକୁ ମିଳିଛି। ପ୍ରବଳ ବର୍ଷା ହେବାରୁ ମ୍ୟାଚକୁ ବାରମ୍ବାର ଅଟକା ଯାଉଥିଲେ ମଧ୍ୟ ପାକିସ୍ତାନ ଫାଷ୍ଟ ବୋଲରଙ୍କ ଘାତକ ବୋଲିଂ କରି ଷ୍ଟମ୍ପ ଉଡାଇବାରେ ଲାଗିଛନ୍ତି।
ଖବର ଲେଖାଯିବା ସମୟରେ ଭାରତ ୧୯ ଓଭର ଖେଳି ୯୪ ରନ୍‌ରେ ୪ ୱିକେଟ ହରାଇ ସାରିଛି। ସବୁଠୁ ବଡ଼ କଥା ହେଉଛି ଭାରତର ନିର୍ଭରଯୋଗ୍ୟ ବ୍ୟାଟର ମାନେ ପାକିସ୍ତାନ ବୋଲରଙ୍କ ଆଗର ହାର ମାନିନେଇଛନ୍ତି। ରୋହିତ ଶର୍ମା, ଶୁବମନ ଗିଲ୍‌, ବିରାଟ କୋହଲି, ଶ୍ରେୟସ ଆୟରଙ୍କ ପରି ବ୍ୟାଟର ଆଉଟ ହୋଇସାରିଛନ୍ତି।
ଭାରତ ପାଇଁ ରୋହିତ ଓ ଶୁବମନ ଗିଲ୍‌ ଆଜି ଇନିଂସ ଆରମ୍ଭ କରିଥିଲେ। ଆରମ୍ଭରୁ ରୋହିତ ସତର୍କତାର ସହ ବ୍ୟାଟିଂ କରିଥିଲେ। ଏଥିସହ ଦଳୀୟ ସ୍କୋରକୁ ୪.୨ ଓଭର ସୁଦ୍ଧା ୧୫ ରନରେ ପହଞ୍ଚାଇ ଦେଇଥିଲେ। ଏହାପରେ ବର୍ଷା ହେବାରୁ ଖେଳକୁ ବନ୍ଦ କରାଯାଇଥିଲା। କିଛି ସମୟରେ ବିରତୀ ପରେ ପୁଣି ମ୍ୟାଚ୍‌ ଆରମ୍ଭ ହୋଇଥିଲା। କିନ୍ତୁ ସେହି ଓଭର୍‌ର ଶେଷ ବଲରେ ରୋହିତ(୧୧)ଙ୍କୁ ଆଫ୍ରିଦି କ୍ଲିନବୋଲ୍ଡ କରି ଦେଇଥିଲେ। ଏହାପରେ ବିରାଟ କୋହଲି ଆସିଥିଲେ। ସେ ନଶୀମ ଶାହଙ୍କୁ ଚୌକା ମାରି ନିଜର ଦକ୍ଷତା ଦେଖାଇଥିଲେ। କିନ୍ତୁ ଆଫ୍ରିଦି ୬ଷ୍ଠ ଓଭର୍‌ର ୩ୟ ବଲରେ ବିରାଟ(୪)ଙ୍କୁ ବୋଲ୍ଡ କରି ଭାରତକୁ ସବୁଠାରୁ ବଡ଼ ଝଟକା ଦେଇଥିଲେ। ଆଫ୍ରିଦିଙ୍କ ଘାତକ ବୋଲିଂରେ ଭାରତୀୟ ବ୍ୟାଟର ସଂଘର୍ଷ କରୁଥିବା ବେଳେ ଶ୍ରେସୟ ଆୟରଙ୍କୁ ହାରିସ ରୌଫ ଆଉଟ କରିଦେଇଛନ୍ତି। ଏହାପରେ ଓପନିଂ ଆସି ଧୀରେ ଧୀରେ ଲୟକୁ ଫେରୁଥିବା ଶୁବମନ ଗିଲଙ୍କୁ ମଧ୍ୟ ହାରିସ ରୌଫ  ତାଙ୍କ ଦ୍ବିତୀୟ ଶିକାର କରିଥିଲେ। ଏବେ ଇସାନ କିଶାନ ଓ ହାର୍ଦ୍ଦିକ ପାଣ୍ଡ୍ୟା ବ୍ୟାଟିଂ କରୁଛନ୍ତି।
ହାରିଲା ପାକିସ୍ତାନ : ରୋମାଞ୍ଚକର ମ୍ୟାଚ୍‌ରେ ‘ପାକ୍‌’କୁ ୫ ଓ୍ଵିକେଟ୍‌ରେ ହରାଇଲା ଟିମ୍‌ ଇଣ୍ଡିଆ
ଦୁବାଇ : ଦୁବାଇଠାରେ ଖେଳାଯାଉଥିବା ଏସିଆ କପର ୨ୟ ମ୍ୟାଚରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ହରାଇ ଭାରତ ବିଜୟ ଅଭିଯାନ ଆରମ୍ଭ କରିଛି। ଆଜି ଖେଳାଯାଉଥିବା ବହୁପ୍ରତୀକ୍ଷିତ ଏହି ମୁକାବିଲାରେ ଟସ୍ ଜିତି ଭାରତ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଯାହା ଫଳରେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଥିଲା ପାକିସ୍ତାନ। ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ସାମ୍ନା କରିବାରେ ବିଫଳ ହୋଇ ପାକିସ୍ତାନ ୧୪୭ ରନ୍‌ରେ ଅଲ୍‌ଆଉଟ ହୋଇଯାଇଥିଲା।ପାକିସ୍ତାନ ଦଳର ନାମୀ ବ୍ୟାଟ୍ସମ୍ୟାନ ବାବର ଆଜମ, ଫକର ଜମାନ ବଡ଼ ସ୍କୋର କରିବାକୁ ବିଫଳ ହୋଇଥିଲେ । ଉଭୟ ମାତ୍ର ୧୦ ରନ ଲେଖାଏଁ କରି ଆଉଟ ହୋଇଥିଲେ । ତେବେ ମହମ୍ମଦ ରିଜଓ୍ବାନ ୪୩ ରନ କରିଥିବାବେଳେ ଇଫତାର ୨୮ ରନ କରିଥିଲେ।
WHAT. A. WIN!#TeamIndia clinch a thriller against Pakistan. Win by 5 wickets 👏👏
Scorecard – https://t.co/o3hJ6VNfwF #INDvPAK #AsiaCup2022 pic.twitter.com/p4pLDi3y09
— BCCI (@BCCI) August 28, 2022
ପାକିସ୍ତାନର ୧୪୮ ରନ୍‌ ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିବା ଭାରତ ପ୍ରଥମରୁ କେଏଲ ରାହୁଲଙ୍କ ୱିକେଟ ହରାଇ ସଙ୍କଟରେ ପଡିଥିଲା। କିନ୍ତୁ ଏହାପରେ ପୂର୍ବତନ ଅଧିନାୟକ ବିରାଟ କୋହଲି ଏବଂ ବର୍ତ୍ତମାନର ଅଧିନାୟକ ରୋହିତ ଶର୍ମା ଦଳର ସ୍କୋରକୁ ଆଗକୁ ବଢାଇନେଇଥିଲେ। ହେଲେ ଭାରତର ସ୍କୋର ୫୦ ହୋଇଥିବା ସମୟରେ ଅଧିନାୟକ ରୋହିତ ଶର୍ମା ନସୀମ ଶାହଙ୍କ ଶିକାର ବନିଥିଲେ। ରୋହିତ ୧୮ ବଲ୍‌ରେ ୧୨ ରନ୍‌ କରି ଆଉଟ ହୋଇଥିଲେ। ଏହାପରେ ବିରାଟ ମଧ୍ୟ ଅଧିକ ସମୟ ରହିପାରିନଥିଲେ ଦଳର ସ୍କୋର ୫୩ ଥିବା ବେଳେ ସେ ମଧ୍ୟ ମହମ୍ମଦ ନୱାଜଙ୍କ ଦ୍ବାରା ଆଉଟ ହୋଇଥିଲେ । ବିରାଟ ୩୪ ବଲ୍‌ରେ ୩ଟି ଚୌକା ଓ ଗୋଟିଏ ଛକା ବଳରେ ୩୫ ରନ୍‌ କରି ପ୍ୟାଭିଲିୟନ ଫେରିଥିଲେ।
Hardik Pandya finishes things off in style 🎉#INDvPAK #AsiaCup2022 pic.twitter.com/O7e4UcWbL0
— BCCI (@BCCI) August 28, 2022
ଟିମ୍‌ ଇଣ୍ଡିଆର ୩ ଜଣ ବଡ ବ୍ୟାଟର ରାହୁଲ,ରୋହିତ ଓ ବିରାଟ ଆଉଟ ହେବାପରେ ଜେଡେଜା-ସୂର୍ଯ୍ୟ କୁମାର ଦଳକୁ ବିଜୟ ଆଡକୁ ଅଗ୍ରସର କରାଇଥିଲେ। ସୂର୍ଯ୍ୟ କୁମାର ୧୮ ବଲ୍‌ରେ ୧୮ ରନ୍‌ କରି ଆଉଟ ହୋଇଯାଇଥିଲେ। ଏହାପରେ ଆସିଥିବା ହାର୍ଦ୍ଦିକ ପାଣ୍ଡ୍ୟା ବୋଲିଂ ପରେ ବ୍ୟାଟରେ ପାକିସ୍ତାନକୁ ଦମ୍‌ ଦେଖାଇଥିଲେ। ଜାଡେଜା ଓ ପାଣ୍ଡ୍ୟା ଦଳକୁ ବିଜୟ ଦ୍ବାରଦେଶରେ ପହଞ୍ଚାଇବା ସମୟରେ ଜାଡେଜା ୩୫ ରନ୍‌ରେ ଆଉଟ ହୋଇଥିଲେ।ଜାଡେଜା ୨୯ ବଲରେ ୩୫ ରନ୍‌ କରି ମହମ୍ମଦ ନୱାଜଙ୍କ ତୃତୀୟ ଶିକାର ହୋଇଥିଲେ। ଜାଡେଜାଙ୍କ ପରେ ଦିନେଶ କାର୍ତ୍ତିକ ବ୍ୟାଟିଂ କରିବାକୁ ଆସି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସାଥ୍‌ ଦେଇ ଦଳକୁ ବିଜୟୀ କରିଥିଲେ। ହାର୍ଦ୍ଦିକ ୧୭ ବଲ୍‌ ଖେଳି ୩୩ ରନ୍‌ କରି ଭାରତକୁ ବିଜୟୀ କରାଇଥିଲେ।
ଦୁବାଇରେ ଦମ୍‌ ଦେଖାଇଲେ ଭାରତୀୟ ବୋଲର : ୧୪୭ରେ ପାକିସ୍ତାନ ଅଲ୍‌ଆଉଟ୍‌
ଦୁବାଇ: ବିଶ୍ୱ ତଥା ଏସିଆ କ୍ରିକେଟର ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ମଧ୍ୟରେ ଏସିଆ କପ୍‍ କ୍ରିକେଟରେ ମହା ମୁକାବିଲା  ଖେଳାଯାଉଛି।  ବହୁପ୍ରତୀକ୍ଷିତ ଏହି ମୁକାବିଲାରେ ଟସ୍ ଜିତି ଭାରତ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଯାହା ଫଳରେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଥିଲା ପାକିସ୍ତାନ। କିନ୍ତୁ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ସାମ୍ନା କରିବାରେ ବିଫଳ ହୋଇ ପାକିସ୍ତାନ ବ୍ୟାଟିଂ ଲାଇନଅଫ୍‌ ଭୁସୁଡି ପଡିଛି। ପାକିସ୍ତାନ ୧୪୭ ରନ୍‌ରେ ଅଲ୍‌ଆଉଟ ହୋଇଛି। ପାକିସ୍ତାନ ଦଳର ନାମୀ ବ୍ୟାଟ୍ସମ୍ୟାନ ବାବର ଆଜମ, ଫକର ଜମାନ ବଡ଼ ସ୍କୋର କରିବାକୁ ବିଫଳ ହୋଇଥିଲେ । ଉଭୟ ମାତ୍ର ୧୦ ରନ ଲେଖାଏଁ କରି ଆଉଟ ହୋଇଥିଲେ । ତେବେ ମହମ୍ମଦ ରିଜଓ୍ବାନ ୪୩ ରନ କରିଥିବାବେଳେ ଇଫତଖାର ୨୮ ରନ କରିଥିଲେ ।
ଭୁବନେଶ୍ବର କୁମାର, ହାର୍ଦ୍ଧିକ ପାଣ୍ଡ୍ୟା ଘାତକ ବୋଲିଂ କରି ପାକିସ୍ତାନକୁ ଝଟକା ଦେବା ସହ ଦୁହେଁ ୭ଟି ୱିକେଟ ନେଇଛନ୍ତି। ଭୁବନେଶ୍ବର କୁମାର ୪ ଓଭର ବୋଲିଂ କରି ୨୬ ରନ୍‌ ଦେଇ ୪ଟି ୱିକେଟ ନେଇଥିବା ବେଳେ ହାର୍ଦ୍ଧିକ ପାଣ୍ଡ୍ୟା ୪ ଓଭରରେ ୨୫ ରନ୍‌  ଦେଇ ୩ ୱିକେଟ ନେଇଛନ୍ତି। ସେହିପରି ଅର୍ଶଦୀପ ସିଂହ ୩.୫ ଓଭର ବୋଲିଂ କରି ୩୩ ରନରେ ୨ଟି ଏବଂ ଅଭେଶ ଖାନ୍‌ ୨ ଓଭରରେ ୧୯ ରନ ଦେଇ ୧ଟି ଓ୍ଵିକେଟ୍ ନେଇଛନ୍ତି।
ଆଜିର ମ୍ୟାଚରେ ଭାରତ ଟସ୍‌ ଜିତି ପାକିସ୍ତାନକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ପାକ୍‌ର ଅଧିନାୟକ ବାବର ଆଜମ(୧୦)ଙ୍କୁ ଆଉଟ୍ କରି ଭୁବନେଶ୍ଵର କୁମାର ଭାରତକୁ ବଡ ସଫଳତା ଦେଇଥିଲେ। ଏହା ପରେ ମହମ୍ମଦ ରିଜଓ୍ଵାନ ଏବଂ ଫକର ଜମାନ ଦ୍ଵିତୀୟ ଓ୍ଵିକେଟ୍‌ରେ ୨୭ ରନ ଯୋଡିଥିଲେ। ଦଳୀୟ ସ୍କୋର ୪୨ ରନରେ ଫକର ଜମାନ(୧୦)ଙ୍କୁ ଅଭେଶ ଖାନ ଆଉଟ୍ କରିଥିଲେ। ରିଜଓ୍ଵାନ ଏବଂ ଇଫତିକାର ଅହମ୍ମଦ ଭଲ ବ୍ୟାଟିଂ କରିଥିଲେ। ଦୁଇ ବ୍ୟାଟସମ୍ୟାନ ତୃତୀୟ ଓ୍ଵିକେଟ୍‌ରେ ୪୫ ରନ ଯୋଡିଥିଲେ। ଇଫତିକାରଙ୍କୁ ଆଉଟ୍ କରି ଏହି ଯୋଡି ଭାଙ୍ଗି ଭାରତକୁ ତୃତୀୟ ସଫଳତା ଦେଇଥିଲେ ହାର୍ଦ୍ଦିକ ପାଣ୍ଡ୍ୟା। ଇଫତିକାର ୨୨ ବଲରୁ ୨୮ ରନ କରି ପାଭିଲିୟନ ଫେରିଥିଲେ।
ତେବେ ୧୫ତମ ଓଭରରେ ପାକିସ୍ତାନକୁ ଲଗାତର ଦୁଇଟି ଝଟକା ଲାଗିଥିଲା। କ୍ରିଜରେ ଜମି ରହି ଇନିଂସ ସମ୍ଭାଳିଥିବା ମହମ୍ମଦ ରିଜଓ୍ଵାନଙ୍କୁ ଆଉଟ୍ କରି ପାକିସ୍ତାନକୁ ବଡ ଝଟକା ଦେଇଥିଲେ ପାଣ୍ଡ୍ୟା। ରିଜଓ୍ଵାନ ୪୨ ବଲ୍‌ରୁ ୪ ଚୌକା ଏବଂ ୧ ଛକା ସହ ୪୩ ରନ କରିଥିଲେ। ରିଜଓ୍ଵାନଙ୍କ ଆଉଟ୍ ପରେ ନିମ୍ନ କ୍ରମରେ ପାକିସ୍ତାନ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇଥିଲା। ପୁଣି ସେହି ଓଭରରେ ଖୁସଦିଲ ଶାହ(୨) ପାଣ୍ଡ୍ୟାଙ୍କ ତୃତୀୟ ଶିକାର ହୋଇଥିଲେ। ଆସିଫ ଅଲ୍ଲୀ(୯) ଭୁବନେଶ୍ଵରଙ୍କ ଶିକାର ହୋଇଥିଲେ। ମହମ୍ମଦ ନଓ୍ଵାଜ(୧)ଙ୍କୁ ଅର୍ଶଦୀପ ପାଭିଲିୟନ ପଠାଇଥିଲେ। ୧୯ ତମ ଓଭରରେ ଭୁବନେଶ୍ଵର କୁମାର ଲଗାତାର ଦୁଇଟି ବଲ୍‌ରେ ଶାଦବ ଖାନ(୧୦) ଏବଂ ନସୀମ ଶାହ(୦)ଙ୍କୁ ଆଉଟ୍ କରି ହ୍ୟାଟ୍ରିକ ସୃଷ୍ଟି କରିଥିଲେ। ଶେଷରେ ପାକିସ୍ତାନ ନିର୍ଦ୍ଧାରିତ ଓଭରରେ ୧୪୭ ରନରେ ଅଲଆଉଟ୍ ହୋଇଛି। ହାରିସ ରଉଫ ୧୩ ରନ କରି ଅପରାଜିତ ଥିଲେ। ଶାହାନଓ୍ଵାଜ ଦହାନି ୬ ବଲରୁ ୧୬ ରନ କରି ଅର୍ଶଦୀପ ସିଂହଙ୍କ ବଲରେ ଆଉଟ୍ ହୋଇଥିଲେ।
ନୂଆଦିଲ୍ଳୀ : ଏସିଆ କପ୍‌ ପାଇଁ ଘୋଷଣା କରାଯାଇଛି ଭାରତୀୟ କ୍ରିକେଟ ଦଳ। ରୋହିତ ଶର୍ମାଙ୍କ ନେତୃତ୍ୱରେ ୧୫ ଜଣିଆ ଭାରତୀୟ ଦଳ ଘୋଷଣା ହୋଇଛି । ଆହତ ସମସ୍ୟା ପାଇଁ ଦ୍ରୁତ ବୋଲର ଜଶପ୍ରୀତ ବୁମରା ଓ ହର୍ଷଲ ପଟେଲଙ୍କୁଦଳରୁ ବାଦ୍‌ ଦିଆଯାଇଥିବା ବେଳେ ବିରାଟ କୋହଲି ଏବଂ କେଏଲ ରାହୁଲଙ୍କର ଦଳକୁ ପ୍ରତ୍ୟାବର୍ତ୍ତନ ଘଟିଛି।
ଏସିଆ କପ୍‌ ପାଇଁ ଘୋଷଣା କରାଯାଇଥିବା ଭାରତୀୟ ଦଳରେ ଶ୍ରେୟସ ଆୟର, ଅକ୍ଷର ପଟେଲ ଓ ଦୀପକ ଚହଲଙ୍କୁ ଷ୍ଟାଣ୍ଡବାଏ ଖେଳାଳି ଭାବେ ରଖାଯାଇଛି । ଅର୍ଥାତ ସିଲେକ୍ସନ ହୋଇଥିବା ଖେଳାଳିଙ୍କ ଭିତରୁ ଯଦି କେହି ଖେଳାଳି ସିରିଜରୁ ବାଦ୍ ପଡନ୍ତି, ତେବେ ତାଙ୍କ ବଦଳରେ ଏହି ଖେଳାଳିମାନେ ଭାରତୀୟ ଟିମରେ ସ୍ଥାନ ପାଇବେ । ଅନ୍ୟପଟେ ଷ୍ଟାର ଓପନର କେଏଲ ରାହୁଲ ଫେବୃଆରୀ ପରେ ପ୍ରଥମ ଥର ଦଳରେ ସାମିଲ୍ ହୋଇଛନ୍ତି। ଆଗାମୀ ଟି-୨୦ ଟୁର୍ଣ୍ଣାମେଣ୍ଟ ପାଇଁ ତାଙ୍କୁ ଦଳର ଉପ ଅଧିନାୟକ କରାଯାଇଛି। ସେ ଫିଟନେସ୍ ସମସ୍ୟା କାରଣରୁ ଦଳରୁ ବାହାରେ ଥିଲେ।
ଭାରତୀୟ କ୍ରିକେଟ ଦଳରେ ତିନି ଜଣ ସ୍ପିନର ଆର ଅଶ୍ଵିନ, ୟୁଜବେନ୍ଦ୍ର ଚହଲ ଏବଂ ରବି ବିଷ୍ନୋଇଙ୍କୁ ଦଳରେ ସାମିଲ୍ କରାଯାଇଛି। ଏସିଆ କପ୍ ୟୁଏଇରେ ଖେଳା ଯାଉଥିବାରୁ ସେଠାକାର ପିଚ୍ ଏବଂ ପରିବେଶ ସ୍ପିନରଙ୍କୁ ଭଲ ସୁହାଇବ, ଏହାକୁ ଦୃଷ୍ଟିରେ ରଖି ୩ ଜଣ ସ୍ପିନ ବୋଲର ଭାରତୀୟ ଦଳରେ ସାମିଲ ହୋଇଛନ୍ତି।ଦ୍ରୁତ ବୋଲର ହିସାବରେ ଭୁବନେଶ୍ଵର କୁମାର, ଅର୍ଶଦୀପ ସିଂହ ଏବଂ ଅଭେଶ ଖାନଙ୍କୁ ଦଳରେ ସାମିଲ୍ କରାଯାଇଛି। ସେହିପରି ଅଲରାଉଣ୍ଡର ଭାବେ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ରବୀନ୍ଦ୍ର ଜାଡେଜା ଦଳରେ ସ୍ଥାନ ପାଇଛନ୍ତି।
ଏସିଆ କପ୍ ପାଇଁ ଭାରତୀୟ ଦଳ
ରୋହିତ ଶର୍ମା (ଅଧିନାୟକ),କେ ଏଲ ରାହୁଲ (ଉପ-ଅଧିନାୟକ),ବିରାଟ କୋହଲି,ସୂର୍ଯ୍ୟକୁମାର ଯାଦବ,ଦୀପକ ହୁଡା,ରିଷଭ ପନ୍ତ,ଦିନେଶ କାର୍ତ୍ତିକ,ହାର୍ଦ୍ଦିକ ପାଣ୍ଡ୍ୟା,ରବୀନ୍ଦ୍ର ଜାଡେଜା,ଆର ଅଶ୍ୱିନୀ,ୟୁଜବେନ୍ଦ୍ର ଚହଲ,ରବି ବିଷ୍ଣୋଇ,ଭୁବନେଶ୍ୱର କୁମାର,ଅର୍ଶଦୀପ ସିଂହ,ଆଭେସ ଖାନ୍
ସୂଚନାଯୋଗ୍ୟ ଭାରତ ନିଜର ପ୍ରଥମ ମ୍ୟାଚ୍ ଅଗଷ୍ଟ ୨୮ରେ ପାକିସ୍ତାନକୁ ଭେଟିବ।ଭାରତକୁ ଗ୍ରୁପ ଏରେ ରଖାଯାଇଛି। ଏଥିରେ ପାକିସ୍ତାନ ଏବଂ ତୃତୀୟ ଯୋଗ୍ୟତାଅର୍ଜନ କରିଥିବା ଦଳ ରହିଛି। ଶ୍ରୀଲଙ୍କା, ଆଫଗାନିସ୍ତାନ ଏବଂ ବାଂଲାଦେଶକୁ ଗ୍ରୁପ ବିରେ ରଖାଯାଇଛି। ଏହି ଟୁର୍ଣ୍ଣାମେଣ୍ଟରେ ଅଗଷ୍ଟ ୨୭ରୁ ସେପ୍ଟେମ୍ବର ୧୧ ମଧ୍ୟରେ ମୋଟ୍ ୧୧ଟି ମୁକାବିଲା ଖେଳାଯିବ।
ସୂଚନାଯୋଗ୍ୟଏସିଆ କପ୍ ଅଗଷ୍ଟ ୨୭ ରୁ ସେପ୍ଟେମ୍ବର ୧୧ ପର୍ଯ୍ୟନ୍ତ ଟି-୨୦ ଫର୍ମାଟରେ ଖେଳାଯିବ । ୧୯୮୪ ରେ ଆରମ୍ଭ ହୋଇଥିବା ଏହି ଟୁର୍ନାମେଣ୍ଟ ୨୦୧୪ ପର୍ଯ୍ୟନ୍ତ ୫୦ ଓଭର ଫର୍ମାଟରେ ଖେଳାଯାଇଥିଲା । ତା’ପରେ ୨୦୧୬ରେ ଟି-୨୦ ବିଶ୍ୱକପ ଯୋଗୁଁ ଏହା ଟି-୨୦ ଫର୍ମାଟରେ ଖେଳାଯାଇଥିଲା । ୨୦୧୬ରେ ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ୱରେ ଭାରତୀୟ ଦଳ ଚାମ୍ପିୟନ ହୋଇଥିଲା । ପୁଣି ୨୦୧୮ ରେ ପୁଣି ଥରେ ଏହି ଟୁର୍ନାମେଣ୍ଟ ଦିନିକିଆ ଫର୍ମାଟରେ ଖେଳାଯାଇଥିଲା ଏବଂ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ରେକର୍ଡ ସପ୍ତମ ଥର ଚାମ୍ପିୟନ ହୋଇଥିଲା । ଚଳିତ ବର୍ଷ ଟି-୨୦ ବିଶ୍ୱକପ ଅନୁଷ୍ଠିତ ହେଉଥିବାରୁ ଏସିଆ କପ୍ ପୁଣି ଥରେ ଟି-୨୦ ଫର୍ମାଟରେ ଖେଳାଯିବ।
ଭାରତ ଏପର୍ଯ୍ୟନ୍ତ ଟୁର୍ନାମେଣ୍ଟର ୧୩ଟି ସଂସ୍କରଣରେ ଅଂଶଗ୍ରହଣ କରିଛି ଏବଂ ସର୍ବାଧିକ ୭ ଥର ଚାମ୍ପିୟନ ହୋଇଛି । ଏହା ବ୍ୟତୀତ ଟିମ୍ ଇଣ୍ଡିଆ ମଧ୍ୟ ୩ ଥର ରନର୍ ଅପ୍ ହୋଇଛି। ଭାରତ ପରେ ଶ୍ରୀଲଙ୍କା ଦ୍ୱିତୀୟ ସ୍ଥାନରେ ରହିଛି। ଶ୍ରୀଲଙ୍କା ଦଳ ପାଞ୍ଚ ଥର ଚାମ୍ପିୟନ ହୋଇଛି ଏବଂ ୬ ଥର ଉପବିଜେତା ହୋଇଛି। ପାକିସ୍ତାନ ଦଳ ଦୁଇଥର ଟାଇଟଲ ଜିତିଛି ଏବଂ ଦୁଇଥର ରନର୍ ଅପ୍ ହୋଇଛି। ଆସନ୍ତା ବର୍ଷ ପୁଣି ଏହି ଟୁର୍ନାମେଣ୍ଟ ଦିନିକିଆ ଫର୍ମାଟକୁ ଫେରିବ । ଏଥର ଏସିଆ କପ୍ ଶ୍ରୀଲଙ୍କାରେ ଅନୁଷ୍ଠିତ ହେବାର ଥିଲା । ତେବେ ଆର୍ଥିକ ଓ ରାଜନୈତିକ ସଙ୍କଟ ଯୋଗୁଁ ଶ୍ରୀଲଙ୍କାରୁ ଏହି ଟୁର୍ଣ୍ଣାମେଣ୍ଟକୁ ୟୁଏଇକୁ ସ୍ଥାନାନ୍ତର କରାଯାଇଥିଲା ।