12th Arts Result Declared - The Sakala

ପ୍ରକାଶ ପାଇଲା ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ, ପାସ୍‌ ହାରରେ ଛାତ୍ରଙ୍କଠାରୁ ଛାତ୍ରୀ ଆଗରେ
ଭୁବନେଶ୍ବର : ପ୍ରକାଶ ପାଇଛି ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ। ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ରେଜଲ୍ଟ ପ୍ରକାଶିତ ହୋଇଛି। ଚଳିତ ବର୍ଷ ଯୁକ୍ତ ଦୁଇ କଳାରେ ୨ ଲକ୍ଷ ୮ ହଜାର ୬୩୧ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ଏଥର ପାସ୍ ହାର ୮୨.୧୦ ପ୍ରତିଶତ ରହିଛି। ସେହିପରି ଧନ୍ଦାମୂଳକ ଶିକ୍ଷାରେ ୫ ହଜାର ୮୬୩ ଜଣ ପରୀକ୍ଷା ଦେଇଥିଲେ। ଏଥିରେ ୭୦.୩୫ ପ୍ରତିଶତ ପିଲା ଉତ୍ତୀର୍ଣ୍ଣ ହୋଇଛନ୍ତି। ଛାତ୍ରଛାତ୍ରୀମାନେ ସନ୍ଧ୍ୟା ୫ଟାରୁ  orissaresults.nic.in ଓ chseodisha.nic.in  କୁ ଭିଜିଟ କରି ନିଜର ରୋଲ ନମ୍ବର ଓ ଆବଶ୍ୟକୀୟ ତଥ୍ୟ ଦେଇ ପରୀକ୍ଷା ଫଳ ପାଇପାରିବେ। ସେହିପରି ଛାତ୍ରଛାତ୍ରୀ ନିଜର ମାର୍କସିଟକୁ ମଧ୍ୟ ଡାଉନଲୋଡ଼ କରିପାରିବେ।  ଛାତ୍ରଛାତ୍ରୀମାନେ ନିଜର ରୋଲ୍‌ ନମ୍ବର ଦାଖଲ କରି ଏସ୍‌ଏମ୍‌ଏସ୍‌ ମାଧ୍ୟମରେ ରେଜଲ୍ଟ ଜାଣିପାରିବେ। ଏଥିସହ ସାମ୍‌ସ କଲେଜ ଇ-ସ୍ପେସ୍‌ରେ ମଧ୍ୟ ପରୀକ୍ଷାର୍ଥୀ ଫଳ ପାଇପାରିବେ।

ଚଳିତବର୍ଷ ମୂଲ୍ୟାୟନ ନିମନ୍ତେ ଦୁଇପ୍ରକାରର ମୂଲ୍ୟାୟନ ପଦ୍ଧତି ଗ୍ରହଣ କରାଯାଇଛି। ଦୁଇଟି ପଦ୍ଧତି ମଧ୍ୟରୁ ଯେଉଁଥରେ ପିଲାଙ୍କ ମାର୍କ ଅଧିକ ହେବ ତାହାକୁ ସମ୍ପୃକ୍ତ ବିଷୟର ଚୂଡ଼ାନ୍ତ ମାର୍କ ଭାବେ ବିଚାର କରାଯାଇଛି।। ଯଦି ଫଳକୁ ନେଇ ଅସନ୍ତୁଷ୍ଟ ଥାଆନ୍ତି ତେବେ ସେମାନେ ରିଚେକିଂ ପାଇଁ ଆବେଦନ କରିପାରିବେ। ୧୨୦୫ କଲେଜର ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ୨ ଲକ୍ଷ ୮ହଜାର ୬୩୧ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ୧ ଲକ୍ଷ ୭୧ ହଜାର ୨୮୮ ଛାତ୍ରଛାତ୍ରୀ ପାସ କରିଛନ୍ତି। ପ୍ରଥମ ଶ୍ରେଣୀରେ ୬୨, ୭୩୪ ଜଣ ଛାତ୍ରଛାତ୍ରୀ ପାସ୍ କରିଥିବା ବେଳେ ଦ୍ୱିତୀୟ ଶ୍ରେଣୀରେ ୪୧, ୧୯୩ ଓ ତୃତୀୟ ଶ୍ରେଣୀରେ ୬୭, ୩୪୧ ଜଣ ପାସ୍ କରିଛନ୍ତି। ୧୭୭ ଜଣ ଛାତ୍ରଛାତ୍ରୀ ୯୦%ରୁ ଅଧିକ ନମ୍ବର ରଖିଛନ୍ତି। ୮ ସ୍କୁଲର ଶତ ପ୍ରତିଶତ ରେଜଲ୍ଟ କରିଛନ୍ତି । କୌଣସି ଉଚ୍ଚ ମାଧ୍ୟମିକ ସ୍କୁଲର ରେଜଲ୍ଟ ଶୂନ ହୋଇନି । ପାସ୍ ହାରରେ ଖୋର୍ଦ୍ଧା ଜିଲ୍ଲା ସର୍ବାଧିକ, ନବରଙ୍ଗପୁର ସର୍ବନିମ୍ନରେ ରହିଛି।

ସୂଚନାଯୋଗ୍ୟ ଏହା ପୂର୍ବରୁ ଗତ ଜୁଲାଇ ୨୭ରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‍ଏସ୍‍ଇ) ପକ୍ଷରୁ ବିଜ୍ଞାନ ଓ ବାଣିଜ୍ୟ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ପ୍ରକାଶ କରାଯାଇଥିଲା। ବିଜ୍ଞାନ ପରୀକ୍ଷାରେ ପାସ୍‌ ହାର ୯୪.୧୨% ରହିଥିବା ବେଳେ ବାଣିଜ୍ୟରେ ୮୯.୨୦%  ପାସ୍‌ ହାର ରହିଥିଲା। ବିଜ୍ଞାନରେ ୭୮ହଜାର ୭୭ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ୩୯ ହଜାର ୫୮୭ ଜଣ ଛାତ୍ର ଓ ୩୨ ହଜାର ୫୧୯ ଜଣ ଛାତ୍ରୀ ପାସ୍ କରିଥିଲେ। । ବିଜ୍ଞାନ ବିଭାଗରେ ଚଳିତ ବର୍ଷ ୫୦ ହଜାର ୧୫୭ ଜଣ ପ୍ରଥମ ଶ୍ରେଣୀରେ ପାସ କରିଥିବାବେଳେ, ଦ୍ୱିତୀୟ ଶ୍ରେଣୀରେ ୧୪ ହଜାର ୯୩୨ ଜଣ ପିଲା ଉତ୍ତୀର୍ଣ୍ଣ ହୋଇଛନ୍ତି । ସେହିପରି ୬୯୧୦ ଜଣ ପିଲା ତୃତୀୟ ଶ୍ରେଣୀରେ ପାସ୍ କରିଥିଲେ।

ସେହିପରି ବାଣିଜ୍ୟ ବିଭାଗରେ ୨୩ ହଜାର ୭୨୬ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ସେଥିରୁ ୨୧ ହଜାର ୧୬୫ ଜଣ ପରୀକ୍ଷାର୍ଥୀ ପାସ୍ କରିଥିଲେ। ଚଳିତବର୍ଷ ବାଣିଜ୍ୟ ବିଭାଗରେ ପାସ୍ ହାର ରହିଥିଲା ୮୯.୨୦ ପ୍ରତିଶତ । ତତ୍‌ମଧ୍ୟରୁ ୧୩ ହଜାର ୨୧୧ ଜଣ ଛାତ୍ର ପାସ୍ କରିଥିବାବେଳେ, ୭୯୫୪ ଜଣ ଛାତ୍ରୀ ପାସ୍ କରିଥିଲେ।। ବାଣିଜ୍ୟ ବିଭାଗରେ ମୋଟ ୧୦ ହଜାର ୮୬୩ ଜଣ ପରୀକ୍ଷାର୍ଥୀ ପ୍ରଥମ ଶ୍ରେଣୀରେ ପାସ୍ କରିଥିବାବେଳେ, ଦ୍ୱିତୀୟ ଶ୍ରେଣୀରେ ୫୦୫୩ ଜଣ ପିଲା ପାସ୍ କରିଥିଲେ। ତା ସହିତ ୫୨୪୨ ଜଣ ପରୀକ୍ଷାର୍ଥୀ ତୃତୀୟ ଶ୍ରେଣୀରେ ପାସ୍ କରିଥିଲେ। । ବାଣିଜ୍ୟ ବିଭାଗରେ ୧୩୪ ଟି କଲେଜରେ ପିଲା ଶତ ପ୍ରତିଶତ ପାସ୍ କରିଥିଲେ।

ଅନ୍ୟପଟେ ଳିତବର୍ଷ ମୂଲ୍ୟାୟନ ନିମନ୍ତେ ଦୁଇପ୍ରକାରର ମୂଲ୍ୟାୟନ ପଦ୍ଧତି ଗ୍ରହଣ କରାଯାଇଛି। ଦୁଇଟି ପଦ୍ଧତି ମଧ୍ୟରୁ ଯେଉଁଥରେ ପିଲାଙ୍କ ମାର୍କ ଅଧିକ ହେବ ତାହାକୁ ସମ୍ପୃକ୍ତ ବିଷୟର ଚୂଡ଼ାନ୍ତ ମାର୍କ ଭାବେ ବିଚାର କରାଯାଇଛି। ପ୍ରଥମ ପଦ୍ଧତିରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସ୍ତରରେ ହୋଇଥିବା ଇଣ୍ଟରନାଲ୍‍ ପରୀକ୍ଷାରେ ଛାତ୍ରଛାତ୍ରୀମାନେ ପାଇଥିବା ମାର୍କରୁ ୨୦% ୱେଟେଜ୍‍(ହାରାହାରି ମାର୍କ) ଓ ଦ୍ୱାଦଶ ପରୀକ୍ଷାର ୮୦% ୱେଟେଜ୍‍କୁ ନିଆଯାଇ ପିଲାଙ୍କୁ ପ୍ରତ୍ୟେକ ବିଷୟର ମାର୍କ ଦିଆଯାଇଛି। ପିଲାଙ୍କ ତିନୋଟି ଇଣ୍ଟରନାଲ୍‍ ପରୀକ୍ଷା ମଧ୍ୟରୁ ସର୍ବାଧିକ ମାର୍କ ପାଇଥିବା ଦୁଇଟି ପରୀକ୍ଷାକୁ ବିଚାରକୁ ନିଆଯାଇଛି। ପ୍ରଥମ ପଦ୍ଧତି ଅନୁଯାୟୀ ଉଭୟ ଇଣ୍ଟରନାଲ୍‍ ଏବଂ ଯୁକ୍ତ ଦୁଇ ବୋର୍ଡ(ଦ୍ୱାଦଶ) ପରୀକ୍ଷାର ୱେଟେଜ୍‍ ଭିତ୍ତିରେ ପିଲାଙ୍କୁ ସମୁଦାୟ ମାର୍କ ଦିଆଯାଇଛି। ସେହିପରି ଦ୍ୱିତୀୟ ପଦ୍ଧତିରେ କେବଳ +୨ ବୋର୍ଡ ପରୀକ୍ଷାରେ ରଖିଥିବା ନମ୍ୱରକୁ ଶତ ପ୍ରତିଶତ ୱେଟେଜ୍‍ ଭାବେ ଗ୍ରହଣ କରାଯାଇଛି। ଉପରୋକ୍ତ ଦୁଇଟି ପଦ୍ଧତି ମଧ୍ୟରୁ ଯେଉଁଥରେ ପିଲାଙ୍କ ମାର୍କ ଅଧିକ ହେବ ତାହାକୁ ସମ୍ପୃକ୍ତ ବିଷୟର ଚୂଡ଼ାନ୍ତ ମାର୍କ ଭାବେ ବିଚାର କରାଯାଇଛି ବୋଲି ସିଏଚ୍‍ଏସ୍‍ଇ ଦର୍ଶାଇଛି।