Bihar Political Crisis - The Sakala
ଅଷ୍ଟମ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନୀତିଶ, ତେଜସ୍ୱୀ ହେଲେ ଉପମୁଖ୍ୟମନ୍ତ୍ରୀ
ପାଟଣା : ବିହାରରେ ନୀତିଶ କୁମାରଙ୍କ ନେତୃତ୍ୱରେ ଗଠନ ହୋଇଛି ମହାଗଠବନ୍ଧନ ସରକାର। ଅଷ୍ଟମ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ବାବେ ଶପଥ ନେଇଛନ୍ତି ନୀତିଶ କୁମାର । ରାଜ୍ୟପାଳ ଫଗୁ ଚୌହାନ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ରାଜଭବନରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସେ ଶପଥ ନେଇଛନ୍ତି । ତାଙ୍କ ସହ ଉପମୁଖ୍ୟମନ୍ତ୍ରୀ ଭାବେ ତେଜସ୍ୱୀ ଯାଦବ ଶପଥ ନେଇଛନ୍ତି । ଦ୍ୱିତୀୟ ଥର ପାଇଁ ସେ ଏହି ପଦର ଶପଥ ନେଇଛନ୍ତି ।
ଗତକାଲି ଅର୍ଥାତ ମଙ୍ଗଳବାର ନୀତିଶ ବିଜେପିର ହାତ ଛାଡି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ବିଜେପି ଓ ଜେଡିୟୁ ମଧ୍ୟରେ ମେଣ୍ଟ ସରକାର ଭାଙ୍ଗିବା ପରେ ନୀତିଶ ଆର୍‌ଜେଡି ସମେତ ୭ଟି ଦଳ ସହ ମହାଗଠବନ୍ଧନ କରି ପୁଣି ଥରେ ଆଜି ବିହାରର ଶାସନ କମାଣ ଧରିଛନ୍ତି।୨୦୨୦ରେ ବିଜେପି ଓ ନୀତୀଶଙ୍କ ଜେଡିୟୁ ମିଳିତ ଭାବେ ନିର୍ବାଚନ ଲଢ଼ିବା ସହ ବିହାରରେ ସରକାର ଗଠନ କରିଥିଲେ। କିନ୍ତୁ ପ୍ରାୟ ଅଢ଼େଇ ବର୍ଷ ପରେ ଏହି ମେଣ୍ଟ ଭାଙ୍ଗିବା ସହ ସରକାର ଭୁଶୁଡିଛି। ନୂଆ କରି ନୀତୀଶ ଗଠନ କରିଥିବା ମହାଗଠବନ୍ଧନରେ ଜେଡିୟୁ ଓ ଆର୍‌ଜେଡି ବ୍ୟତୀତ କଂଗ୍ରେସ, ବାମ ଦଳ ଓ ଜଣେ ସ୍ୱାଧୀନ ବିଧାୟକ ରହିଛନ୍ତି। ନୀତୀଶଙ୍କ ଦାବି ଅନୁସାରେ ମହାଗଠବନ୍ଧନ ସରକାର ସପକ୍ଷରେ ୧୬୪ ବିଧାୟକଙ୍କ ସମର୍ଥନ ରହିଛି।
ଇତିହାସ ସାକ୍ଷୀ ଅଛି ବିଜେପି ଯାହା ସହ ରହିଥାଏ, ପ୍ରଥମେ ତାକୁ ହିଁ ସମାପ୍ତ କରିଦେଇଥାଏ : ତେଜସ୍ୱୀ
ପାଟଣା : ବିହାରରେ ପୁଣି ସରକାରକୁ ଫେରିଛି ଆରଜେଡି। ଜେଡିୟୁ-ବିଜେପି ମେଣ୍ଟ ସରକାର ଭାଙ୍ଗିବା ପରେ ଆସନ୍ତାକାଲି ନୂଆ ସରକାର ଗଠନ ହେବ। ବିଜେପି ଠାରୁ ଅଲଗା ହୋଇ ଆସନ୍ତାକାଲି ଅଷ୍ଟମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇ ନୀତିଶ କୁମାର ବିହାରରେ ମହାଗଠବନ୍ଧନ ସରକାର ଚଳାଇବେ। ନୀତିଶଙ୍କ ମହାମେଣ୍ଟରେ ଆରଜେଡି ସମେତ ୭ଟି ରାଜନୀତିକ ଦଳ ସାମିଲ ହୋଇଛନ୍ତି। ଆସନ୍ତାକାଲି ଅପରାହ୍ଣ ୨ଟା ବେଳେ ନୀତିଶ ବିହାରରେ ୮ମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ସେହିପରି ତେଜସ୍ୱୀ ଯାଦବ ଉପ ମୁଖ୍ୟମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ନେବେ।
ଏନେଇ ଗଣାମଧ୍ୟମରେ ବିବୃତ୍ତି ଦେବା ବେଳେ ଆରଜେଡି(ରାଷ୍ଟ୍ରୀୟ ଜନତା ଦଳ)ର ନେତା ତେଜସ୍ୱୀ ଯାଦବ ବିଜେପି ଉପରେ ବର୍ଷିଛନ୍ତି। ସେ କହିଥିଲେ ଯେ ଇତିହାସ ସାକ୍ଷୀ ଅଛି ବିଜେପି ଯାହା ସହ ରହିଥାଏ, ପ୍ରଥମେ ତାକୁ ହିଁ ସମାପ୍ତ କରିଦେଇଥାଏ। ବିହାରରେ ମଧ୍ୟ କିଛି ସମାନ ପ୍ରସ୍ତୁତି ହୋଇଥିଲା। ଅତୀତରେ ବିଜେପିର ଜାତୀୟ ସଭାପତି ଜେପି ନଡ୍ଡା ବିହାରକୁ ଆସିଥିଲେ। ଏହି ସମୟରେ ସେ କହିଥିଲେ ଯେ ଆଞ୍ଚଳିକ ଦଳଗୁଡିକୁ ସମାପ୍ତ କରିଦେବୁ ।
ତେଜସ୍ୱୀ ଆହୁରି ମଧ୍ୟ କହିଛନ୍ତି ବିଜେପିର ଜାତୀୟ ସଭାପତି ଜେପି ନଡ୍ଡା କେବଳ ଆଞ୍ଚଳିକ ଦଳଗୁଡ଼ିକୁ ସମାପ୍ତ କରିବା କଥା ନୁହେଁ, ସେ ଦେଶର ସମ୍ବିଧାନ ସମାପ୍ତ କରିବା ବିଷୟରେ ମଧ୍ୟ କହିଥିଲେ । ଗଣତନ୍ତ୍ରକୁ ବଞ୍ଚାଇବା ପାଇଁ ଆମେ ଏକଜୁଟ ହୋଇଛୁ। ଦେଶକୁ ବଞ୍ଚାଇବାକୁ ପଡିବ। ଆମେ ଲୋକଙ୍କ ସହ ଜଡିତ, ତେଣୁ ଆମର ଉଦ୍ଦେଶ୍ୟ କେବଳ ଲୋକଙ୍କ ସେବା କରିବା ହିଁ ରହିଛି । ତେଜସ୍ୱୀ କହିଛନ୍ତି ଯେ ଆଜି ଦେଶରେ ମୁଦ୍ରାସ୍ଫୀତି ହେତୁ ସାଧାରଣ ଲୋକଙ୍କୁ ଦୁଇବେଳା ଖାଦ୍ୟ ଯୋଗାଡ କରିବା ବି କଷ୍ଟକର ହୋଇପଡୁଛି । ଗରିବ ଲୋକ ଦୁଃଖ ଭୋଗୁଛନ୍ତି। ବିଜେପି ପୂର୍ବରୁ ଜାତୀୟ ସୁରକ୍ଷା ବିଷୟରେ କଥାବାର୍ତ୍ତା କରୁଥିଲା କିନ୍ତୁ ଆଜି ଚୀନ୍ ଆମ ଭୂମି ଦଖଲ କରିଛି କିଛି ବିଜେପି ଚୁପ୍‌ ବସିଛି।
ତେଜସ୍ୱୀ ଯାଦବ ବିଜେପି ଉପରେ ଆକ୍ରମଣ କରି କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବିହାରକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପାଇଁ ଦାବି କରିଥିଲେ ଓ ପାଟନା ବିଶ୍ୱବିଦ୍ୟାଳୟ ବିଷୟରେ ଦାବି କରିଥିଲେ ମଧ୍ୟ କେନ୍ଦ୍ର କିଛି ଶୁଣି ନାହିଁ। ବିଜେପି ଯାହା ବି କଲା, ତାହା ଏଜେଣ୍ଡା ଅନୁଯାୟୀ କରିଥିଲା। ଆମକୁ ଦେଶର ସମ୍ବିଧାନ ବଞ୍ଚାଇବାକୁ ପଡିବ। ମୁଁ ନୀତିଶ କୁମାରଙ୍କୁ ଧନ୍ୟବାଦ ଦେଉଛି । ଆମେ ପୁଣି ଥରେ ଏକାଠି ଅଛୁ ।ଆମେ କକେଇ-ପୁତୁରା, ପରସ୍ପର ମଧ୍ୟରେ ତୁ ତୁ ମେଁ ମେଁ ଚାଲିଥାଏ ।
ବିହାରରେ ମହାମେଣ୍ଟ ସରକାର : କାଲି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନୀତିଶ କୁମାର
ପାଟଣା : ବିଜେପି ଓ ଜେଡିୟୁ ମଧ୍ୟରେ ମେଣ୍ଟ ସରକାର ଭାଙ୍ଗିବା ପରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ତେବେ ଆଜି ସେ ଇସ୍ତଫା ଦେବା ପରେ ଆସନ୍ତାକାଲି ଅର୍ଥାତ୍ ବୁଧବାରଦିନ ଅପରାହ୍ଣ ୨ଟା ବେଳେ ପୁଣି ଥରେ ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି ।
ଆସନ୍ତାକାଲି ନୀତିଶ ବିହାରରେ ୮ମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ସେହିପରି ତେଜସ୍ୱୀ ଯାଦବ ଉପ ମୁଖ୍ୟମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ନେବେ। ଅପରାହ୍ନ ୨ ଟାରେ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।ନୀତୀଶ କୁମାରଙ୍କ ନୂଆ ସରକାରରେ କଂଗ୍ରେସକୁ ୩ଟି ମନ୍ତ୍ରୀ ପଦ ମିଳିବ। ବାଚସ୍ପତି କଂଗ୍ରେସରୁ ହୋଇ ପାରନ୍ତି। ଯଦି କଂଗ୍ରେସକୁ ବାଚସ୍ପତି ପଦ ନ ମିଳିବ, ତା’ହେଲେ ନୀତୀଶ ସରକାରରେ ଦଳର ୪ ଜଣ ସଦସ୍ୟ ମନ୍ତ୍ରୀ ଭାବେ କାମ କରିବେ ବୋଲି ଜଣାପଡ଼ିଛି।ବିଜେପି ଠାରୁ ଅଲଗା ହୋଇ ନୀତୀଶ କୁମାର ବିହାରରେ ମହାଗଠବନ୍ଧନ ସରକାର ଚଳାଇବେ। ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଥିବା ବେଳେ ଏହି ମହାମେଣ୍ଟରେ ୭ଟି ରାଜନୀତିକ ଦଳ ସାମିଲ ହେବେ। ଏଥିସହ ଜଣେ ସ୍ୱାଧୀନ ବିଧାୟକ ମଧ୍ୟ ନୀତୀଶ କୁମାରଙ୍କୁ ସମର୍ଥନ କରିବେ। ମହାଗଠବନ୍ଧନରେ କଂଗ୍ରେସ ଓ ବାମଦଳ ରହିଛନ୍ତି।
ମଙ୍ଗଳବାରଦିନ ନୀତିଶ ଦୁଇଥର ରାଜ୍ୟପାଳ ଫଗୁ ଚୌହାନଙ୍କୁ ଦୁଇଥର ଭେଟିଥିଲେ । ପ୍ରଥମ ଥର ଭେଟି ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଏହାର ଏକ ଘଣ୍ଟା ପରେ ପୁଣି ଥରେ ରାଜଭବନ ଫେରିଥିଲେ । ଏଥର ସେ ଆରଜେଡି ନେତା ତେଜସ୍ବୀ ଯାଦବଙ୍କ ସହ ରାଜ୍ୟପାଳଙ୍କୁ ଭେଟି ପ୍ରସ୍ତାବିତ ମହାଗଠବନ୍ଧନ ସରକାରକୁ ସମର୍ଥନ କରୁଥିବା ୧୬୪ ଜଣ ବିଧାୟକମାନଙ୍କ ସମର୍ଥନ ତାଲିକା ପ୍ରଦାନ କରିଥିଲେ ।ଏନଡିଏରୁ ବାହାରିବା ପରେ ଜେଡିୟୁକୁ ରାଷ୍ଟ୍ରୀୟ ଜନତା ଦଳ ଓ କଂଗ୍ରେସ ସମେତ ମୋଟ ୭ଟି ଦଳ ସମର୍ଥନ କରିଥିଲେ । ଜଣେ ସ୍ବାଧୀନ ବିଧାୟକ ତାଙ୍କୁ ସମର୍ଥନ କରୁଛନ୍ତି ବୋଲି ନୀତିଶ କହିଛନ୍ତି ।
ମେଣ୍ଟ ସରକାର ଭାଙ୍ଗିବା ପରେ ଦୋଷ ଲଦାଲଦି ହେଲେ ବିଜେପି-ଜେଡିୟୁ, ଗିରିରାଜ କହିଲେ ପ୍ରଧାନମନ୍ତ୍ରୀ ହେବାକୁ ଚାହୁଁଛନ୍ତି ‘ପଲଟୁ ରାମ’
ପାଟଣା : ବିହାରରେ ଭାଙ୍ଗିଯାଇଛି ବିଜେପି-ଜେଡିୟୁ ମେଣ୍ଟ ସରକାର। ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ନେତା ନୀତିଶ କୁମାରଙ୍କ ଇସ୍ତଫା ପରେ ସରକାର ଭାଙ୍ଗିଯାଇଛି। ଜେଡିୟୁ ବିଜେପି ସହ ମେଣ୍ଟ ଭାଙ୍ଗି ନୂଆ ସରକାର ଗଠନ କରିବା ପାଇଁ ଆରଜେଡି ସମେତ ଆଉ ୭ ଦଳଙ୍କ ସମର୍ଥନ ପାଇଛି। ନୀତିଶ ଭାରତୀୟ ଜନତା ପାର୍ଟି ସହିତ ଆଠ ବର୍ଷ ମଧ୍ୟରେ ଦ୍ୱିତୀୟ ଥର ପାଇଁ ମେଣ୍ଟ ଭାଙ୍ଗିଛନ୍ତି। ତେବେ ଏହି ମେଣ୍ଟକୁ ବଞ୍ଚାଇବା ପାଇଁ ବିଜେପି ଜୋରଦାର ଉଦ୍ୟମ କରିଥିଲା। ହେଲେ ଶେଷରେ ସେ ବିଜେପି କଥା ନମାନି ଇସ୍ତଫା ଦେବା ସହ ବିରୋଧୀ କଂଗ୍ରେସ, ଆରଜେଡି ଓ ବାମଦଳ ସହ ଗଠବନ୍ଧନ କରି ସରକାର ଗଠନ କରିବେ ।
ନୀତିଶଙ୍କ ଏହି ନିଷ୍ପତ୍ତି ପରେ ବିଜେପି ପକ୍ଷରୁ ନିତୀଶଙ୍କୁ ଟାର୍ଗେଟ କରାଯାଇଛି । ବିଜେପି ପକ୍ଷରୁ ନୀତିଶଙ୍କ ଏଭଳି ନିଷ୍ପତ୍ତିକୁ ବିଶ୍ୱାସଘାତକତା ବୋଲି କୁହାଯାଇଛି । ଏନେଇ ଦଳ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଛି । ଏଥିରେ କୁହାଯାଇଛି କି ବିଧାନସଭା ନିର୍ବାଚନରେ ବିହାରର ଜନତା ଏନଡିଏକୁ ଜନାଦେଶ ଦେଇଥିଲେ । ତେଣୁ ମେଣ୍ଟ ଭାଙ୍ଗି ନୀତିଶ କୁମାର ଉଭୟ ବିହାରର ଜନତା ଓ ବିଜେପି ସହ ବିଶ୍ୱାସଘାତକତା କରିଥିବା କଥା ସେ କହିଛନ୍ତି । ଜନମତ ସହ ନୀତିଶ କୁମାର ଖେଳିଛନ୍ତି।
ସେହିପରି ବିଜେପିର କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ କହିଛନ୍ତି ଯେ ବିଜେପି ନିଜର ଗଠବନ୍ଧନ ଧର୍ମ ନିଭାଇଛି। ହେଲେ ନୀତୀଶ ଏଭଳି ନକରି ମେଣ୍ଟ ଭାଙ୍ଗିଛନ୍ତି। ଏପରିକି ଯେତେବେଳେ ଆମର ୬୩ଜଣ ବିଧାୟକ ଥିଲେ ଏବଂ ତାଙ୍କର ୩୬ଜଣ ବିଧାୟକ ଥିଲେ, ଆମେ ତାଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲୁ। ଆଜି ନୀତୀଶ ଆମକୁ ଧୋକା ଦେଇ ମେଣ୍ଟ ଭାଙ୍ଗିଛନ୍ତି। ପ୍ରଧାନମନ୍ତ୍ରୀ ହେବାକୁ ନୀତୀଶଙ୍କର ଆକାଂକ୍ଷା ତାଙ୍କୁ ମେଣ୍ଟ ଭାଙ୍ଗିବାକୁ ବାଧ୍ୟ କଲା। ୩ଦଶନ୍ଧି ମଧ୍ୟରେ ସେ ଅନେକ ଥର ନିଜର ସହଯୋଗୀ ଦଳ ବଦଳାଇଛନ୍ତି। ଏବେ ପୁଣି ପଲଟୁ ରାମ ନିଜ ସହଯୋଗୀ ଦଳକୁ ଧୋକା ଦେଇ ଇତିହାସକୁ ଦୋହରାଇଛନ୍ତି। କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ ଆହୁରି ମଧ୍ୟ କହିଛନ୍ତି ଯେ ବିହାରରେ ଜେଡି (ୟୁ) ସହିତ ବିଜେପିର ମେଣ୍ଟ ଭାଙ୍ଗିବାକୁ ନେଇ ଦଳ ଦୁଃଖିତ ନୁହେଁ। ବିଜେପି କାହା ଆଗରେ ମୁଣ୍ଡ ନୁଆଁଇ ନାହିଁ। ଦଳ ସର୍ବଦା ନିଜ ସିଦ୍ଧାନ୍ତରେ ଅଟଳ। ବିଜେପି ଗଠବନ୍ଧନର ନିୟମ ପାଳନ କରିଛି। ଏନେଇ କେହି ବିଜେପିକୁ ଆଙ୍ଗଳି ଉଠାଇ ପାରିବେ ନାହିଁ।
ଅନ୍ୟପଟେ ବିଜେପିର ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି ନୀତିଶ କୁମାର । ସେ କହିଛନ୍ତି କି ବିଜେପି ସହ ମେଣ୍ଟ ଭାଙ୍ଗିବା ତାଙ୍କର ନିଷ୍ପତ୍ତି ନୁହେଁ ବରଂ ଏହା ଦଳର ନିଷ୍ପତ୍ତି । ଦଳର ବିଧାୟକ ଓ ସାଂସଦମାନେ ଏନଡିଏରୁ ବାହାରି ଯିବାକୁ ଚାହୁଁଥିଲେ । ତେଣୁ ସେମାନଙ୍କ ପ୍ରସ୍ତାବକୁ ସମ୍ମାନ ଦେଇ ବିଜେପି ସହ ଥିବା ମେଣ୍ଟ ଭାଙ୍ଗି ଦିଆଯାଇଥିବା କଥା ନୀତିଶ କୁମାର କହିଛନ୍ତି । ନୀତିଶ କୁମାର ଆହୁରି ମଧ୍ୟ କହିଛନ୍ତି ଯେ ବିଜେପି ସବୁ ସମୟରେ ଆମକୁ ଶକ୍ତିହୀନ କରିବା ପାଇଁ ଚେଷ୍ଟା କରୁଥିଲା । ବାରମ୍ବାର ଦଳ ଜେଡିୟୁ ଅପମାନିତ କରିଛି । ଯାହାପରେ ଦଳର ନେତାଙ୍କ ସମେତ ବିହାର ଜନତା ମଧ୍ୟ ବିଜେପି ସହ ମେଣ୍ଟ ଭଙ୍ଗ କରିବାକୁ ଚାହିୁଁଥିଲେ।
ପୁଣିଥରେ ମୁଖ୍ୟମନ୍ତ୍ରୀ ହେବେ ନୀତିଶ : ସମର୍ଥନ ଦେଲେ ତେଜସ୍ୱୀ, ମହାମେଣ୍ଟ ନେତା ନିର୍ବାଚିତ ହେଲେ ନୀତିଶ
ପାଟଣା : ବିହାର ରାଜନୀତିରେ ଖେଳ କରିଦେଲେ ନୀତିଶ ଓ ତେଜସ୍ୱୀ। ମେଣ୍ଟ ସରକାରରେ ଥିବା ବିଜେପିକୁ ହଟାଇ ଏବେ ନୂଆ ସରକାର ଗଠନ କରିବାକୁ ଆରମ୍ଭ କରିଛନ୍ତି ପ୍ରୟାସ। ବିଜେପି ସହ ସମ୍ପର୍କ ତୁଟାଇ ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ନେତା ନୀତିଶ କୁମାର ଆଜି ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେ ରାଜ୍ୟପାଳ ଫଗୁ ଚୌହ୍ୱାନଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ସହ ନୂଆ ସରକାର ଗଠନ କରିବାକୁ ଦାବି ଜଣାଇଛନ୍ତି। ନୀତିଶ କୁମାର ଆରଜେଡି ସହ ମିଶି ସରକାର ଗଠନ କରିବେ। ନୂଆ ସରକାର ପାଇଁ ନୀତୀଶ କୁମାର ରାଜ୍ୟପାଳଙ୍କ ପାଖକୁ ୧୬୦ ଜଣ ବିଧାୟକଙ୍କ ସମର୍ଥନ ଥିବା ଜଣାଇଛନ୍ତି  । ନୀତିଶ କୁମାରଙ୍କ ପାଖରେ ୪୫ ଜଣ ବିଧାୟକ ଥିବା ବେଳେ ଆରଜେଡି ପାଖରେ ରହିଛନ୍ତି ୭୯ ବିଧାୟକ । ଏହାସହ କଂଗ୍ରେସର ୧୯ ଓ ବାମଦଳର ୧୬ ଜଣ ବିଧାୟକ ନୀତିଶଙ୍କୁ ସମର୍ଥନ କରୁଥିବା କଥା କୁହାଯାଉଛି । ବିହାରରେ ବହୁମତ ସଂଖ୍ୟା ୧୨୨ ରହିଛି ଏଣୁ ନୂଆ ସମୀକରଣ ସହ ନୀତିଶ ସରକାର ଗଠନ କରିବା ସ୍ପଷ୍ଟ ହୋଇଛି।
ଅନ୍ୟପଟେ ନୂଆ ସରକାର ଗଠନ ପୂର୍ବରୁ ମହାମେଣ୍ଟ ନେତା ନିର୍ବାଚିତ ହୋଇଛନ୍ତି ନୀତିଶ କୁମାର। ମହାମେଣ୍ଟ ନେତା ନିର୍ବାଚିତ ହେବା ପରେ ରାଜଭବନ ଅଭିମୁଖେ ଯାଇ ନୀତିଶ ଓ ତେଜସ୍ୱୀ ରାଜ୍ୟପାଳଙ୍କୁ ଭେଟିଛନ୍ତି। ଆଜି ଇସ୍ତଫା ଦେବା ପରେ ସିଧା ଆରଜେଡି ନେତା ତେଜସ୍ୱୀ ଯାଦବଙ୍କ ଘରେ ପହଞ୍ଚି ଯାଇଥିଲେ ନୀତିଶ । ଦୁହେଁ କିଛି ଘନିଷ୍ଠ ନେତାଙ୍କ ସହ ଏ ସମ୍ପର୍କରେ ଉଭୟ ବିସ୍ତୃତ ଭାବେ ଆଲୋଚନା କରିବା ପରେ ଏକାଠି ପୁଣି ରାଜ୍ୟପାଳଙ୍କୁ ଭେଟିଛନ୍ତି। ଏହି ସମୟରେ ଉଭୟ ଦଳର ଆଉ କିଛି ନେତା ମଧ୍ୟ ଉପସ୍ଥିତ ଥିଲେ। ସେମାନେ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ କରିବାକୁ ଦାବି ଜଣାଇଥିବା କୁହାଯାଉଛି।
ତେବେ ଏହାପୂର୍ବରୁ ମଧ୍ୟ ଉଭୟ ନେତା ଗୁପ୍ତ ଭାବେ ଆଲୋଚନା କରିଥିଲେ। ଏହି ସମୟରେ ଉଭୟେ ସରକାର ଗଠନ ପାଇଁ କିଛି ସର୍ତ୍ତ ରଖିଛନ୍ତି। ସରକାର ଗଠନ ପରେ ଜେଡିୟୁ ଓ ଆରଜେଡିକୁ କ’ଣ ସବୁ ମିଳିବ, ସେନେଇ ଗୋଟିଏ ବୁଝାମଣା ହୋଇଛି। ଆରଜେଡି ନେତା ତେଜସ୍ୱୀ ଯାଦବ ଉପ ମୁଖ୍ୟମନ୍ତ୍ରୀ ସହ ଗୃହ ବିଭାଗ ଦାୟିତ୍ୱରେ ରହିବେ। ମନ୍ତ୍ରୀମାନଙ୍କ ସବୁ କାମ ନୀତୀଶ କୁମାରଙ୍କ ଇଚ୍ଛାନୁସାରେ କରାଯିବ।ବିଧାନସଭା ବାଚସ୍ପତି ଆରଜେଡିରୁ ହିଁ ଚୟନ ହେବେ।ଅର୍ଥ ବିଭାଗ ଜେଡିୟୁ ପାଖରେ ରହିବ।
ଅନ୍ୟପକ୍ଷରେ ବାମପନ୍ଥୀ ଓ କଂଗ୍ରେସ ମଧ୍ୟ ନୀତୀଶ କୁମାରଙ୍କ ନୂଆ ସରକାରରେ ସାମିଲ ହେବାକୁ ଚାହୁଁଛନ୍ତି। ତେଣୁ ଆଜି ସନ୍ଧ୍ୟାରେ ତେଜସ୍ୱୀ ଓ ନୀତୀଶ କୁମାର ସେମାନଙ୍କ ସହ ବୈଠକ କରିପାରନ୍ତି। ଏହାପୂର୍ବରୁ କଂଗ୍ରେସର ବିଧାୟକ ଦଳ ବୈଠକ ମଧ୍ୟ ବସିବ। ବିହାର ଦାୟିତ୍ୱରେ ଥିବା କଂଗ୍ରେସର ବରିଷ୍ଠ ନେତା ଭକ୍ତ ଚରଣ ଦାସ ସ୍ଥିତି ଉପରେ ନଜର ରଖିଛନ୍ତି। ତାଙ୍କ ନିଷ୍ପତ୍ତି ଅନୁସାରେ ଦଳର ବିଧାୟକମାନେ ନିଜର ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବେ।
ଲାଲୁଙ୍କ ବିନା ବିହାର ଚାଲିବା ଅସମ୍ଭବ : ରାଜତିଳକ ପାଇଁ ପ୍ରସ୍ତୁତ ହୁଅ, ଲଣ୍ଠନଧାରୀ ଆସୁଛନ୍ତି ବୋଲି ଟ୍ବିଟ କଲେ ଲାଲୁଙ୍କ ଝିଅ
ପାଟଣା : ଗତ କିଛିଦିନ ଧରି ବିହାର ରାଜନୀତିରେ ଚାଲିଥିବା ଚର୍ଚ୍ଚାର ଅବସାନ ଘଟିଛି। ବିହାରର ମୁଖ୍ୟମନ୍ତ୍ରୀ ପଦରୁ ନୀତୀଶ କୁମାରଙ୍କ ଇସ୍ତଫା ସହ ଭାଙ୍ଗିଯାଇଛି ବିଜେପି-ଜେଡିୟୁ ମେଣ୍ଟ ସରକାର। ଏଥିସହ ନୀତୀଶ କୁମାର  ରାଜ୍ୟପାଳ ଫଗୁ ଚୌହ୍ୱାନଙ୍କୁ ଭେଟି ଇସ୍ତଫା ପତ୍ର ପ୍ରଦାନ କରିବା ସହ  ନୂଆ ସରକାର ଗଠନ କରିବାକୁ ଦାବି ଜଣାଇଛନ୍ତି। ନୂଆ ସରକାର ପାଇଁ ନୀତୀଶ କୁମାର ରାଜ୍ୟପାଳଙ୍କ ପାଖକୁ ୧୬୦ ଜଣ ବିଧାୟକଙ୍କ ସମର୍ଥନ ଥିବା ଜଣାଇଛନ୍ତି  । ନୀତିଶ କୁମାରଙ୍କ ପାଖରେ ୪୫ ଜଣ ବିଧାୟକ ଥିବା ବେଳେ ଆରଜେଡି ପାଖରେ ରହିଛନ୍ତି ୭୯ ବିଧାୟକ । ଏହାସହ କଂଗ୍ରେସର ୧୯ ଓ ବାମଦଳର ୧୬ ଜଣ ବିଧାୟକ ନୀତିଶଙ୍କୁ ସମର୍ଥନ କରୁଥିବା କଥା କୁହାଯାଉଛି । ବିହାରରେ ବହୁମତ ସଂଖ୍ୟା ୧୨୨ ରହିଛି ଏଣୁ ନୂଆ ସମୀକରଣ ସହ ନୀତିଶ ସରକାର ଗଠନ କରିବା ସ୍ପଷ୍ଟ ହୋଇଛି।
ଏହାରି ମଧ୍ୟରେ ଲାଲୁଙ୍କ ବିନା ବିହାର ଚାଲିବା ଅସମ୍ଭବ ବୋଲି କହି ବିହାରରେ ପୁଣି ଥରେ ଲଣ୍ଠନଧାରୀ କ୍ଷମତାକୁ ଫେରିବେ ବୋଲି ଟ୍ବିଟ କରି କହିଛନ୍ତି ଲାଲୁଙ୍କ ଝିଅ ରୋହିଣୀ ଆଚାର୍ୟ୍ୟ। ସେ ଏକ ଭୋଜପୁରୀ ଗୀତର ଭିଡିଓ ଟ୍ବିଟ କରି କ୍ୟାପସନରେ ଲେଖିଛନ୍ତି ଯେ, ରାଜତିଳକ ପାଇଁ ପ୍ରସ୍ତୁତ ହୁଅ, ଖୁବ ଶୀଘ୍ର ଲଣ୍ଠନଧାରୀ କ୍ଷମତାକୁ ଫେରିବେ। ଚଳିତ ବର୍ଷ ଆରମ୍ଭରେ ବିହାର ବିଧାନ ପରିଷଦ ନିର୍ବାଚନ ପୂର୍ବରୁ ମୁକ୍ତିଲାଭ କରିଥିବା ଗୀତର ଭିଡିଓ ସେୟାର କରିଛନ୍ତି ରୋହିଣୀ। ଏହି ଗୀତରେ ‌ଭୋଜପୁରୀ ଅଭିନେତା ଖେସାରୀ ଲାଲ୍ ନଜର ଆସୁଥିବା ବେଳେ ସେ ଲାଲୁଙ୍କ ବିନା ବିହାର ଚାଲିବା ଅସମ୍ଭବ ବୋଲି ଗୀତରେ ନାଚୁଥିବା ଦେଖାଯାଇଛି।
ଅନ୍ୟପଟେ ମୁଖ୍ରମନ୍ତ୍ରୀ ପଦରରୁ ଇସ୍ତଫା ପରେ ନୀତିଶ କୁମାର ସିଧା ଆରଜେଡି ନେତା ତେଜସ୍ୱୀ ଯାଦବଙ୍କ ଘରେ ପହଞ୍ଚି ଯାଇଛନ୍ତି। ରାଜ୍ୟରେ ନୀତୀଶ କୁମାର ଆରଜେଡି ସହ ମିଶି ସରକାର ଗଠନ କରିବେ। ତେଣୁ ଏ ସମ୍ପର୍କରେ ଉଭୟ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି। ବୈଠକ ପରେ ନୀତୀଶ କୁମାର ଓ ଜେଜସ୍ୱୀ ଯାଦବ ଏକାଠି ପୁଣି ରାଜ୍ୟପାଳଙ୍କୁ ଭେଟିଛନ୍ତି। ଏହି ସମୟରେ ଉଭୟ ଦଳର ଆଉ କିଛି ନେତା ମଧ୍ୟ ଉପସ୍ଥିତ ଥିଲେ। ସେମାନେ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ କରିବାକୁ ଦାବି ଜଣାଇଥିବା କୁହାଯାଉଛି। ତେବେ ଏହାପୂର୍ବରୁ ମଧ୍ୟ ଉଭୟ ନେତା ଗୁପ୍ତ ଭାବେ ଆଲୋଚନା କରିଥିଲେ। ଏହି ସମୟରେ ଉଭୟେ ସରକାର ଗଠନ ପାଇଁ କିଛି ସର୍ତ୍ତ ରଖିଛନ୍ତି। ସରକାର ଗଠନ ପରେ ଜେଡିୟୁ ଓ ଆରଜେଡିକୁ କ’ଣ ସବୁ ମିଳିବ, ସେନେଇ ଗୋଟିଏ ବୁଝାମଣା ହୋଇଛି। ଅନ୍ୟପକ୍ଷରେ ବାମପନ୍ଥୀ ଓ କଂଗ୍ରେସ ମଧ୍ୟ ନୀତୀଶ କୁମାରଙ୍କ ନୂଆ ସରକାରରେ ସାମିଲ ହେବାକୁ ଚାହୁଁଛନ୍ତି। ତେଣୁ ଆଜି ସନ୍ଧ୍ୟାରେ ତେଜସ୍ୱୀ ଓ ନୀତୀଶ କୁମାର ସେମାନଙ୍କ ସହ ବୈଠକ କରିପାରନ୍ତି। ଏହାପୂର୍ବରୁ କଂଗ୍ରେସର ବିଧାୟକ ଦଳ ବୈଠକ ମଧ୍ୟ ବସିବ। ବିହାର ଦାୟିତ୍ୱରେ ଥିବା କଂଗ୍ରେସର ବରିଷ୍ଠ ନେତା ଭକ୍ତ ଚରଣ ଦାସ ସ୍ଥିତି ଉପରେ ନଜର ରଖିଛନ୍ତି। ତାଙ୍କ ନିଷ୍ପତ୍ତି ଅନୁସାରେ ଦଳର ବିଧାୟକମାନେ ନିଜର ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବେ।
ସୂଚନାଯୋଗ୍ୟ ୨୦୧୩ରେ ନରେନ୍ଦ୍ର ମୋଦିଙ୍କୁ ବିଜେପି ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବା ପରେ ନୀତିଶ ଏନଡିଏରୁ ଓହରି ଯାଇଥିଲେ । ପରେ ସେ ୨୦୧୫ ବିଧାନସଭା ନିର୍ବାଚନ କାଳରେ ଆରଜେଡି ସହିତ ମେଣ୍ଟ କରି ବିଜେପିକୁ ଜବରଦସ୍ତ ପରାଜୟ ଦେଇଥିଲେ । କିନ୍ତୁ ମହାମେଣ୍ଟ ସରକାର ୨୦୧୭ରେ ଭାଙ୍ଗିଯାଇଥିଲା । ତେଜସ୍ୱୀଙ୍କ ବିରୋଧରେ ଦୁର୍ନିତୀ ଅଭିଯୋଗରେ ସିବିଆଇ ତାଙ୍କ ଘର ଉପରେ ଚଢାଉ କରିଥିଲା । ଏହାପରେ ନୀତିଶ ବିଜେପି ସହିତ ହାତ ମିଳାଇ ନିଜ ସରକାର ଗଠନ କରିଥିଲେ ।
ନୀତିଶଙ୍କ ଏହି ଦଗାବାଜୀ ପାଇଁ ତେଜସ୍ୱୀ ତାଙ୍କ ବିରୋଧରେ ମୋର୍ଚ୍ଚା ଖୋଲିଥିଲେ । ସେ ଅନେକ ସମୟରେ ନୀତିଶଙ୍କୁ ‘ପଲଟୁ ଚାଚା’ ବୋଲି ସମ୍ବୋଧନ କରୁଥିଲେ । କିନ୍ତୁ ଗତ କେଇ ମାସ ମଧ୍ୟରେ ବିହାରରେ ନୂଆ ସମୀକରଣ ସୃଷ୍ଟି ହୋଇଥିଲା । ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ବିଜେପି ନେତା ନୀତିଶଙ୍କୁ ଟାର୍ଗେଟ୍ କରିବା ଆରମ୍ଭ କରିଥିଲେ । ଯାହାକୁ ନେଇ ନୀତିଶ ଅସନ୍ତୁଷ୍ଟ ଥିଲେ । ନିକଟରେ ନୀତିଶଙ୍କ ୨୫ ବର୍ଷର ଖାସ୍ ସାଥୀ ଆରସିପିଙ୍କ ବିରୋଧରେ ଜେଡିୟୁ ଦୁର୍ନୀତି ଅଭିଯୋଗ ଆଣି ଦଳରୁ ବିତାଡିତ କରିଥିଲା । ଜେଡିୟୁରେ ଆରସିପି ବିଜେପିର ଗୁପ୍ତଚର ଥିଲେ ବୋଲି ଦଳ ସନ୍ଦେହ କରୁଥିଲା । ଏହି ସବୁ କାରଣକୁ ନେଇ ଜେଡିୟୁ ଓ ବିଜେପି ମଧ୍ୟରେ ଫାଟ ସୃଷ୍ଟି ହୋଇଥିଲା । ୧୯୯୮ରେ ଏନଡିଏରେ ଯୋଗ ଦେଇଥିବା ନୀତିଶ ଏପର୍ୟ୍ୟନ୍ତ ଦୁଇଥର ଏନଡିଏ ଛାଡିଛନ୍ତି । ପ୍ରଥମ ଥର ମେଣ୍ଟ ଛାଡିବାର ୩ ବର୍ଷ ପରେ ତାଙ୍କର ଘର ୱାପସୀ ହୋଇଥିଲା । ତେବେ ଏଥର ତେଜସ୍ୱୀଙ୍କ ସହିତ ବୁଝାମଣାରେ ଏହି ରାଜନୈତିକ ଗଠବନ୍ଧନ କେତେଦିନ ତିଷ୍ଟିବ ତାହା ଆଗାମୀ ସମୟ କହିବ ।
ବିହାର ଦେଖିବ ନୂଆ ସରକାର : ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନୀତିଶ କୁମାର
ପାଟନା : ବିହାର ରାଜନୀତିରେ ଗତ କିଛିଦିନ ଧରି ଚାଲିଥିବା ଚର୍ଚ୍ଚାର ଅବସାନ ଘଟିଛି। ବିହାରର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ନୀତୀଶ କୁମାର। ବିଜେପି ସହ ମେଣ୍ଟ ଭାଙ୍ଗିବା ପରେ ନୀତୀଶ କୁମାର ଆଜି ଅପରାହ୍ଣରେ ରାଜ୍ୟପାଳ ଫଗୁ ଚୌହ୍ୱାନଙ୍କୁ ଭେଟିଥିଲେ। ତାଙ୍କ ସହ ରାଜ୍ୟରେ ସୃଷ୍ଟି ହୋଇଥିବା ରାଜନୀତିକ ହଟଚମଟ ବିଷୟରେ ଆଲୋଚନା କରିଥିଲେ। ଏହାପରେ ସେ ବିଧିବଦ୍ଧ ଭାବେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ଏଥିସହ ନୂଆ ସରକାର ଗଠନ କରିବାକୁ ଦାବି ଜଣାଇଛନ୍ତି। ଏବେ ସମସ୍ତଙ୍କ ନଜର ରାଜ୍ୟପାଳଙ୍କ ନିଷ୍ପତ୍ତି ଉପରେ ରହିଛି। ସେ ନୀତୀଶ କୁମାରଙ୍କୁ ନୂଆ ସରକାର ଗଠନ କରିବାକୁ ଡାକିବେ ନା ଆଉ କୌଣସି ରାଜନୀତିକ ବିକଳ୍ପ ଦେଖିବେ, ତା’କୁ ସମସ୍ତେ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି।
ବିହାର ରାଜନୀତିରେ ଚାଲିଥିବା ରାଜନୈତିକ ହଟଚମଟ ଭିତରେ ଆଜି ୪ ଟା ସମୟରେ ରାଜ୍ୟପାଳ ଫଗୁ ଚୌହାନଙ୍କୁ ଭେଟି ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି ନୀତିଶ କୁମାର। ଏହା ପୂର୍ବରୁ ମଙ୍ଗଳବାର ଦିନ ମହାଗଠବନ୍ଧନ ସହ ବୈଠକ ପରେ ନିଷ୍ପତ୍ତି କୁମାର ଏଭଳି ନିଷ୍ପତ୍ତି ନେଇଥିବା କଥା କୁହାଯାଉଛି । ପ୍ରାଥମିକ ଅବସ୍ଥାରେ ନୀତୀଶ କୁମାର ଇସ୍ତଫା ଦେବାକୁ ଚାହୁଁ ନଥିଲେ। ହେଲେ ମେଣ୍ଟ ସରକାରରେ ମନ୍ତ୍ରୀ ହୋଇଥିବା ବିଜେପି ବିଧାୟକମାନେ ପଦ ଛାଡ଼ିବାକୁ ରାଜି ହୋଇ ନଥିଲେ। ତେଣୁ ସେ ବାଧ୍ୟ ହୋଇ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ସେ ଇସ୍ତଫା ଦେଇଥିବାରୁ ରାଜ୍ୟରେ ଗଠନ ହୋଇଥିବା ବିଜେପି ଓ ଜେଡିୟୁ ମେଣ୍ଟ ଆପେଆପେ ଭାଙ୍ଗି ଯାଇଛି ।ଜେଡିୟୁ ଓ ନୀତୀଶ କୁମାର ବିଜେପି ହାତ ଛାଡ଼ିଥିବାରୁ ତାଙ୍କୁ ଆରଜେଡି ଓ କଂଗ୍ରେସ ସମର୍ଥନ ଘୋଷଣା କରିଛନ୍ତି। ତେଣୁ ଏମାନଙ୍କ ସହ ମିଶି ନୀତୀଶ କୁମାର ପୁଣି ସରକାର ଗଠନ କରିବେ ବୋଲି କୁହାଯାଉଛି।
ଅନ୍ୟପଟେ ବିହାର ରାଜନୀତିରେ ଦେଖାଦେଇଥିବା ଅସ୍ଥିରତାକୁ ନେଇ କୌଣସି ମନ୍ତବ୍ୟ ନଦେବାକୁ ନିଜ ଦଳର ବିଧାୟକଙ୍କୁ ନିର୍ଦ୍ଦେଶ ଦେଇଛି ବିଜେପି । ଆଜି ସନ୍ଧ୍ୟା ୫ଟାରେ କୋର କମିଟି ବୈଠକ ଡାକିଛି ବିଜେପି । ତେବେ କୁହାଯାଉଛି ଯେ ମାମେଣ୍ଟରେ ସରକାର ଗଠନ ପରେ ମୁଖ୍ୟମନ୍ତ୍ରୀ ଭାବେ ନୀତିଶ ରହିବେ ସେହିପରି ଆରଜେଡିର ତେଜସ୍ୱୀ ଯାଦବ ଉପମୁଖ୍ୟମନ୍ତ୍ରୀ ହେବେ ଓ କଂଗ୍ରେସକୁ ବାଚସ୍ପତି ପଦ ମିଳିପାରେ ।
ସେପଟେ ବିହାର ରାଜନୀତିରେ କ୍ଷମତାର ଯେଉଁ ନୂଆ ସମୀକରଣ ସହ ନୀତିଶଙ୍କ ନିକଟରେ ୧୬୦ ଜଣ ବିଧାୟକଙ୍କ ସମର୍ଥନ ଥିବା କଥା ଆକଳନ କରାଯାଉଛି । ୨୦୨୦ ବିହାର ବିଧାନସଭା ନିର୍ବାଚନରେ ଜେଡିୟୁକୁ ୪୫ ଆସନ ମିଳିଥିବା ବେଳେ ବିଜେପିକୁ ୭୭ ଆସନ ମିଳିଥିଲା । କମ୍ ଆସନ ଜିତିଥିଲେ ବି ବିଜେପି ନୀତୀଶଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ସହମତ ହୋଇଥିଲା । ସେହିପରି ଆରଜେଡିକୁ ୭୯ ଓ କଂଗ୍ରେସକୁ ୧୯ ଟି ଆସନ ମିଳିଥିଲା । ଏହାସହ ଆରଜେଡି ମେଣ୍ଟରେ ଥିବା ବାମଦଳକୁ ୧୬ ଟି ଆସନ ମିଳିଥିଲା । ବିହାରରେ ବହୁମତ ସଂଖ୍ୟା ୧୨୨ ରହିଛି । ବିଜେପି ଓ ଜେଡିୟୁ ୧୨୫ ବିଧାୟକଙ୍କ ସହ ସରକାର ଗଢ଼ିଥିଲେ । ଏବେ ଜେଡିୟୁ ଆରଜେଡି, କଂଗ୍ରେସ ଓ ବାମଦଳ ସହ ୧୬୦ ସଦସ୍ୟଙ୍କ ସହ ସରକାର ଗଢ଼ିବ । ଆଜି ସନ୍ଧ୍ୟାରେ ମେଣ୍ଟ ସରକାର ଗଠନ ନେଇ ହୋଇପାରେ ଘୋଷଣା ।
ନୂଆଦିଲ୍ଲୀ: ବିହାର ରାଜନୀତିରେ ହଟଚମଟ । ଭାଙ୍ଗିଲା ବିହାରରେ ମେଣ୍ଟ ସରକାର । ଆଜି ବସିଥିବା ଜେଡିୟୁ ବୈଠକରେ ମେଣ୍ଟ ଭାଙ୍ଗିବା ନେଇ ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି । ଫଳରେ ଅଲଗା ହେଇଛନ୍ତି ଜେଡିୟୁ – ବିଜେପି। ବିଜେପି ହତ ଛାଡି ପୁଣି ଆରଜେଡି ସହ ମେଣ୍ଟ କରିବ ଜେଡିୟୁ ।  ଆଜି ଅପରାହ୍ନ ୪ଟାରେ ନୀତିଶ କୁମାର ରାଜ୍ଯପାଳକୁ ଭେଟିବେ ବୋଲି ଜଣା ପଡ଼ିଛି। ଏହା ପରେ ନୀତିଶ କୁମାର ଆରେଜିଡି ନେତା ତେଜସ୍ବୀ ଯାଦବଙ୍କୁ ଭେଟିଥିଲେ । ବିହାରରେ ଜାରି ରହିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ଆରଜେଡିର ବିଧାୟକ ତଥା ବହୁ ବରିଷ୍ଠ ନେତା ଦଳର ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ପାଟନା ସ୍ଥିତ ବାସ ଭବନରେ ପହଞ୍ଚିଛନ୍ତି । ସେପଟେ ଜେଡିୟୁର ସାଂସଦମାନେ ନୀତିଶଙ୍କ ଘରେ ବୈଠକ କରୁଥିବା ଜଣାପଡ଼ିଛି ।
ଏକାଧିକ ପ୍ରସଙ୍ଗକୁ ନେଇ ଗତ କିଛିଦିନ ହେବ ଜେଡିୟୁ ଓ ବିଜେପି ମଧ୍ୟରେ ତୁ ତୁ ମେଁ ମେଁ ଜାରି ରହିଥିଲା । ଗତବର୍ଷ କେନ୍ଦ୍ର କ୍ୟାବିନେଟରେ ସାମିଲ ହୋଇଥିବା ଜେଡିୟୁ ସାଂସଦ ଆରସିପି ସିଂଙ୍କୁ ନେଇ ବିଜେପି ଏବଂ ଜେଡିୟୁ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା । ନୀତିଶଙ୍କ ଅଜଣାତରେ ଆର୍ସିପି ସିଂଙ୍କୁ କେନ୍ଦ୍ର କ୍ୟାବିନେଟରେ ସାମିଲ କରାଯାଇଥିଲା । ଫଳରେ ଏଥର ରାଜ୍ୟସଭାରେ ଆରସିପି ସିଂଙ୍କ କାର୍ୟ୍ୟକାଳ ବଢ଼ାଇ ନଥିଲା ଜେଡିୟୁ । ଶନିବାର ସେ ଜେଡିୟୁରୁ ଇସ୍ତଫା ଦେଇଥିଲେ । ଏହାଛଡ଼ା ଗତକାଲି ଅନୁଷ୍ଠିତ ନୀତି ଆୟୋଗ ବୈଠକରେ ବି ନୀତିଶ କୁମାର ସାମିଲ ହୋଇ ନଥିଲେ । ଜୁଲାଇ ୧୭ରେ ଗୃହମନ୍ତ୍ରୀ ଅମିତ ଶାହା ସବୁ ମୁଖ୍ୟମନ୍ତ୍ରୀଙ୍କ ବୈଠକ ଡାକିଥିଲେ ବି ଏଥିରେ ନୀତିଶ ଯୋଗ ଦେଇନଥିଲେ । ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ବିଦାୟ ସମ୍ବର୍ଦ୍ଧନା ଓ ରାଷ୍ଟ୍ରପତି ଦ୍ରୈପଦୀ ମୁର୍ମୁଙ୍କ ଶପଥ ଗ୍ରହଣରେ ବି ନୀତିଶ କୁମାର ସାମିଲ ହୋଇ ନ ଥିଲେ ।
ବିହାରରେ ଭାଙ୍ଗିପାରେ ଜେଡିୟୁ-ବିଜେପି ମେଣ୍ଟ !
ପାଟନା: ବିହାରରେ ଭାଙ୍ଗିପାରେ ଜେଡିୟୁ-ବିଜେପି ମେଣ୍ଟ ! ବିହାରରୁ ବିଦା ହୋଇପାରେ ବିଜେପି । ବିଜେପିଠାରୁ ଅଲଗା ହୋଇ ଆରଜେଡି, ବାମଦଳ ଓ କଂଗ୍ରେସ ସହ ସରକାର ଗଠନ ପାଇଁ ନୀତିଶ କୁମାର ପ୍ଲାନ କରୁଥିବା ଜଣାପଡ଼ିଛି । ଯାହାକୁ ନେଇ ଦଳୀୟ ବିଧାୟକ ଓ ଏମପିଙ୍କ ସହ ଆଲୋଚନା ପାଇଁ ଜରୁରିକାଳୀନ ବୈଠକ ଡାକିଛନ୍ତି ନୀତିଶ କୁମାର । ଆସନ୍ତାକାଲି ଜେଡିୟୁ ବୈଠକ ଥିବା ବେଳେ ଏବେକାର ରାଜନୈତିକ ଅସ୍ଥିରତାକୁ ଏନଡିଏ ସମର୍ଥିତ ସବୁ ଦଳ ପକ୍ଷରୁ ମଧ୍ୟ ବୈଠକ ଡକାଯାଇଛି ।
ଅଗଷ୍ଟ ୧୧ ପୂର୍ବରୁ ବିଜେପି ସହ ମେଣ୍ଟ ଭାଙ୍ଗିପାରେ ବୋଲି ଅନୁମାନ କରାଯାଉଛି । ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ମୁଖିଆ ନୀତିଶ କୁମାର କଂଗ୍ରେସ ଅଧ୍ୟକ୍ଷ ନୀତିଶ କୁମାରଙ୍କ ସହ ଫୋନ ଯୋଗେ କଥା ହୋଇଥିବା ସୂଚନା । ଆରଜେଡି ମଧ୍ୟ ଜେଡିୟୁ ପ୍ରତି ସଫ୍ଟକର୍ଣ୍ଣର ଦେଖାଉଥିବା ବେଳେ ଦଳର ବିଧାୟକଙ୍କୁ ପାଟନାରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ତେଜସ୍ବୀ ଯାଦବ ।
ଏକାଧିକ ପ୍ରସଙ୍ଗକୁ ନେଇ ଗତ କିଛିଦିନ ହେବ ଜେଡିୟୁ ଓ ବିଜେପି ମଧ୍ୟରେ ତୁ ତୁ ମେଁ ମେଁ ଜାରି ରହିଛି । ଗତବର୍ଷ କେନ୍ଦ୍ର କ୍ୟାବିନେଟରେ ସାମିଲ ହୋଇଥିବା ଜେଡିୟୁ ସାଂସଦ ଆରସିପି ସିଂଙ୍କୁ ନେଇ ବିଜେପି ଏବଂ ଜେଡିୟୁ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା । ନୀତିଶଙ୍କ ଅଜଣାତରେ ଆର୍ସିପି ସିଂଙ୍କୁ କେନ୍ଦ୍ର କ୍ୟାବିନେଟରେ ସାମିଲ କରାଯାଇଥିଲା । ଫଳରେ ଏଥର ରାଜ୍ୟସଭାରେ ଆରସିପି ସିଂଙ୍କ କାର୍ଯ୍ଯକାଳ ବଢ଼ାଇ ନଥିଲା ଜେଡିୟୁ । ଶନିବାର ସେ ଜେଡିୟୁରୁ ଇସ୍ତଫା ଦେଇଥିଲେ । ଏହାଛଡ଼ା ଗତକାଲି ଅନୁଷ୍ଠିତ ନୀତି ଆୟୋଗ ବୈଠକରେ ବି ନୀତିଶ କୁମାର ସାମିଲ ହୋଇ ନଥିଲେ । ଜୁଲାଇ ୧୭ରେ ଗୃହମନ୍ତ୍ରୀ ଅମିତ ଶାହା ସବୁ ମୁଖ୍ୟମନ୍ତ୍ରୀଙ୍କ ବୈଠକ ଡାକିଥିଲେ ବି ଏଥିରେ ନୀତିଶ ଯୋଗ ଦେଇନଥିଲେ । ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ବିଦାୟ ସମ୍ବର୍ଦ୍ଧନା ଓ ରାଷ୍ଟ୍ରପତି ଦ୍ରୈପଦୀ ମୁର୍ମୁଙ୍କ ଶପଥ ଗ୍ରହଣରେ ବି ନୀତିଶ କୁମାର ସାମିଲ ହୋଇ ନ ଥିଲେ ।