Meghalaya - The Sakala
ମେଘାଳୟର ଏକ ବେଆଇନ କୋଇଲା ଖଣିରେ ଭୟଙ୍କର ବିସ୍ଫୋରଣ, ୧୦ ଶ୍ରମିକ ମୃତ
ନୂଆଦିଲ୍ଲୀ: ମେଘାଳୟର ଇଷ୍ଟ ଜୟନ୍ତିଆ ହିଲ୍ସ ଜିଲ୍ଲାରେ ଥିବା ଏକ ବେଆଇନ କୋଇଲା ଖଣିରେ ବୁଧବାର ଦିନ ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ଏହି ଦୁର୍ଘଟଣାରେ ଅତି କମରେ ୧୦ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଅନ୍ୟ ଜଣେ ଶ୍ରମିକ ଗୁରୁତର ଭାବେ ଆହତ ହୋଇଛନ୍ତି ଏବଂ ତାଙ୍କୁ ଚିକିତ୍ସା ପାଇଁ ଶିଲଂ ସ୍ଥିତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ପ୍ରାପ୍ତ ସୂଚନା ଅନୁଯାୟୀ, ଥାଙ୍ଗସ୍କାଇ ଗ୍ରାମ ନିକଟରେ ଥିବା ଏହି ଖଣିରେ ଖନନ କାର୍ଯ୍ୟ ପାଇଁ ଡିନାମାଇଟ୍ ବ୍ୟବହାର କରାଯାଉଥିବା ସମୟରେ ଏହି ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣର ତୀବ୍ରତା ଏତେ ଅଧିକ ଥିଲା ଯେ ଏହା ପାଖାପାଖି ପାହାଡ଼ଗୁଡ଼ିକୁ ମଧ୍ୟ ଦୋହଲାଇ ଦେଇଥିଲା। ଏହାଫଳରେ ଖଣିର କିଛି ଅଂଶ ଧସିଯିବାରୁ ଶ୍ରମିକମାନେ ଭଗ୍ନାବଶେଷ ତଳେ ଚାପି ହୋଇଯାଇଥିଲେ। ସମସ୍ତ ମୃତ ଶ୍ରମିକ ଆସାମର ବାସିନ୍ଦା ବୋଲି ସରକାରୀ ସୂତ୍ରରୁ ଜଣାପଡିଛି।
ଖବର ପାଇ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବାହିନୀ ଏବଂ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ବର୍ତ୍ତମାନ ସୁଦ୍ଧା ୧୦ଟି ମୃତଦେହ ଉଦ୍ଧାର କରାଯାଇଛି, କିନ୍ତୁ ଆହୁରି ଅନେକ ଶ୍ରମିକ ଭଗ୍ନାବଶେଷ ତଳେ ଫସି ରହିଥିବା ଆଶଙ୍କା କରାଯାଉଛି। ତେବେ ଖରାପ ପାଗ, ଦୁର୍ଗମ ରାସ୍ତା ଏବଂ ଖଣିର ବିପଜ୍ଜନକ ଅବସ୍ଥା ଯୋଗୁଁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି।
ଏହି ଘଟଣା ପୁଣିଥରେ ଇଷ୍ଟ ଜୟନ୍ତିଆ ହିଲ୍ସ ଅଞ୍ଚଳରେ ଚାଲିଥିବା ବେଆଇନ କୋଇଲା ଖନନ ସମସ୍ୟାକୁ ସାମ୍ନାକୁ ଆଣିଛି। ସରକାରୀ କଟକଣା ସତ୍ତ୍ୱେ ଏଠାରେ ବେଆଇନ ଭାବେ ଖନନ କାର୍ଯ୍ୟ ଚାଲୁରହିଛି। ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ଏବଂ ଏଥିରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛି।
ଭୂକମ୍ପରେ ଥରିଲା ମେଘାଳୟ, ରିକ୍ଟର ସ୍କେଲରେ ତୀବ୍ରତା ୫.୨ ରେକର୍ଡ
ନୂଆଦିଲ୍ଲୀ: ଭୂମିକମ୍ପରେ ଥରିଲା ମେଘାଳୟ। କେବଳ ମେଘାଳୟ ନୁହେଁ ସୋମବାର ସନ୍ଧ୍ୟାରେ ପୂର୍ବୋତ୍ତରରେ ଭୂମିକମ୍ପର ତୀବ୍ର ଝଟକା ଅନୁଭୂତ ହୋଇଛି। ଭୂମିକମ୍ପ ଯୋଗୁଁ, ମେଘାଳୟ, ଆସାମ ସହ ତ୍ରିପୁରା ଏବଂ ପଶ୍ଚିମବଙ୍ଗରେ ମଧ୍ୟ ତୀବ୍ର ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୨ ରେକର୍ଡ ହୋଇଛି। ହଠାତ୍ ଭୂମିକମ୍ପ ଫଳରେ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ବର୍ତ୍ତମାନ ସୁଦ୍ଧା କୌଣସି ଧନ-ଜୀବନ କ୍ଷତି ନେଇ ସୂଚନା ମିଳିନାହିଁ। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୂଯାୟୀ ସନ୍ଧ୍ୟା ୬ଟା ୧୫ ମିନିଟ୍‌ ସମୟରେ ଭୂମିକମ୍ପ ହୋଇଥିଲା। ଏହି ଭୂମିକମ୍ପ ବିଶେଷ କରି ମେଘାଳୟରେ ଆସିଛି। ମେଘାଳୟର ଉତ୍ତର ଗାରୋ ପର୍ବତ ଏହାର କେନ୍ଦ୍ରସ୍ଥଳ ରହିଛି। ଏହାର ତୀବ୍ରତା ୫.୨ ରହିଛି। ତେବେ ସବୁଠୁ ଅଧିକ ଉତ୍ତର ପଶ୍ଚିବଙ୍ଗର ଅର୍ଥାତ୍ ସିଲିଗୁଡ଼ୀ, ଦାର୍ଜିଲିଂ ଏବଂ ଜୁଚ ବିହାରରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ତ୍ରିପୁରା ଏବଂ ଆସାମରେ ମଧ୍ୟ ଅନେକ ଅଞ୍ଚଳରେ ଭୂମିକମ୍ପର ତୀବ୍ର ଝଟକା ଅନୁଭୁତ ହୋଇଛି।
ଚାଲିଛି ଭୋଟ୍ ଗଣତି: ଆଜି ଆସିବ ତ୍ରିପୁରା, ନାଗାଲାଣ୍ଡ ଓ ମେଘାଳୟ ନିର୍ବାଚନ ଫଳ
ନୂଆଦିଲ୍ଲୀ: ନିକଟରେ ଶେଷ ହୋଇଥିବା ଉତ୍ତରପୂର୍ବାଞ୍ଚଳର ୩ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ଆଜି ପ୍ରକାଶ ପାଇବ। ଏ ନେଇ ଆଜି ସକାଳୁ ଭୋଟ୍ ଗଣତି ଆରମ୍ଭ ହୋଇଯାଇଛି। ଏହି ତିନି ରାଜ୍ୟ ମଧ୍ୟରୁ ପ୍ରଥମେ ତ୍ରିପୁରାରେ ଗତ ମାସ ୧୬ ତାରିଖରେ ନିର୍ବାଚନ କରାଯାଇଥିଲା ବେଳେ ଗତ ୨୭ ତାରିଖରେ ନାଗାଲାଣ୍ଡ ଏବଂ ମେଘାଳୟରେ ନିର୍ବାଚନ ଶେଷ ହୋଇଥିଲା। ତେବେ ଏହି ସବୁ ରାଜ୍ୟର ଫଳାଫଳ ଆଜି ପ୍ରକାଶ ପାଇବ। ଏହାକୁ ନେଇ ବିଭିନ୍ନ ରାଜନୀତିକ ଦଳ ମଧ୍ୟରେ ଉତ୍କଣ୍ଠା ଲାଗି ରହିଛି।
ବୁଥ୍‌ ବାହୁଡ଼ା ରିପୋର୍ଟ ଅନୁସାରେ ତ୍ରିପୁରାରେ ବିଜେପି ପୁଣି କ୍ଷମତାକୁ ଫେରିବା ନେଇ ଆକଳନ କରାଯାଇଥିଲା ବେଳେ ନାଗାଲାଣ୍ଡରେ ମଧ୍ୟ ବିଜେପି ଏନଡିପିପି ସହିତ ମେଣ୍ଟ ସରକାର ପ୍ରତିଷ୍ଠା କରିବ ବୋଲି ଆକଳନ କରାଯାଇଛି। ମେଘାଳୟରେ ଝୁଲା ଅବସ୍ଥା ସୃଷ୍ଟି ହୋଇପାରେ ବୋଲି କୁହାଯାଉଛି।  ଆଜ ସବୁ ଆକଳନ ସ୍ପଷ୍ଟ ହୋଇଯିବ। ଚଳିତ ବର୍ଷ ଏହି ତିନି ରାଜ୍ୟ ବ୍ୟତୀତ ରାଜସ୍ଥାନ, କର୍ଣ୍ଣାଟକ ଏବଂ ତେଲଙ୍ଗାନା ଭଳି ରାଜ୍ୟରେ ମଧ୍ୟ ବିଧାନସଭା ନିର୍ବାଚନ ହେବାକୁ ରହିଛି। ତେଣୁ ଏହି ତିନି ରାଜ୍ୟର ଫଳାଫଳ ସବୁ ରାଜନୀତିକ ଦଳ ପାଇଁ ମହତ୍ତ୍ବପୂର୍ଣ୍ଣ ରହିଛି।
ମେଘାଳୟ, ତ୍ରିପୁରା ଓ ନାଗାଲାଣ୍ଡ ନିର୍ବାଚନ ପାଇଁ ବାଜିଲା ବିଗୁଲ, ଘୋଷଣା ହେଲା ନିର୍ବାଚନୀ ତାରିଖ
ନୂଆଦିଲ୍ଲୀ: ୩ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା କରାଯାଇଛି।  ଏହି ୩ଟି ରାଜ୍ୟର ବିଧାନସଭା ନିର୍ବାଚନ ତାରିଖ ଭାରତୀୟ ନିର୍ବାଚନ କମିଶନର ରାଜୀବ କୁମାର ଘୋଷଣା କରିଛନ୍ତି। ଉତ୍ତର-ପୂର୍ବ ରାଜ୍ୟ ତ୍ରିପୁରା, ନାଗାଲାଣ୍ଡ ଓ ମେଘାଳୟ ପାଇଁ ନିର୍ବାଚନ ତାରିଖ ଘଷଣା କରାଯାଇଛି।
ଘୋଷଣା ଅନୁଯାୟୀ, ଫେବୃଆରୀ ୧୬ ତାରିଖରେ ତ୍ରିପୁରାର ସମସ୍ତ ୬୦ ବିଧାନସଭା ଆସନ ପାଇଁ ଗୋଟିଏ ପର୍ଯ୍ଯାୟରେ ଭୋଟିଂ ହେବ। ସେହିପରି ମେଘାଳୟ ଓ ନାଗାଲାଣ୍ଡ ବିଧାନସଭାର ସମସ୍ତ ୬୦ ଆସନ ପାଇଁ ଫେବୃଆରୀ ୨୭ରେ ମତଦାନ ଗ୍ରହଣ କରାଯିବ। ଦୁଇଟି ତାରିଖରେ ୩ଟି ରାଜ୍ୟର ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ଗୋଟିଏ ଦିନରେ ରେଜଲ୍ଟ ପ୍ରକାଶ ପାଇବ। ମାର୍ଚ୍ଚ ୨ ତାରିଖରେ ୩ ରାଜ୍ୟରେ ଭୋଟ ଗଣତି ସହ ରେଜଲ୍ଟ ପ୍ରକାଶ ପାଇବ ବୋଲି ମୁଖ୍ୟ ନିର୍ବାଚନ କମିସନର ରାଜୀବ କୁମାର ସୂଚନା ଦେଇଛନ୍ତି।
ତ୍ରପୁରା ବିଧାନସଭା ନିର୍ବାଚନ ପାଇଁ ଜାନୁଆରୀ ୨୧ରେ ବିଜ୍ଞପ୍ତି ପ୍ରକାଶ ପାଇବ। ନାମାଙ୍କନ ଦାଖଲର ଶେଷ ତାରିଖ ଜାନୁଆରୀ ୩୦ ରହିଥିବା ବେଳେ ପ୍ରତ୍ୟାହାରର ଶେଷ ତାରିଖ ଫେବୃଆରୀ ୨ ରହିଛି। ସେହିପରି ମେଘାଳୟ ଓ ନାଗାଲାଣ୍ଡ ବିଧାନସଭା ନିର୍ବାଚନ ପାଇଁ ଜାନୁଆରୀ ୩୧ରେ ବିଜ୍ଞପ୍ତି ପ୍ରକାଶ ପାଇବ। ନାମାଙ୍କନ ଦାଖଲର ଶେଷ ତାରିଖ ଫେବୃଆରୀ ୭ ରହିଛି। ଫେବୃଆରୀ ୧୦ ସୁଦ୍ଧା ଏହି ଦୁଇ ରାଜ୍ୟରେ ପ୍ରାର୍ଥୀମାନେ ନାମାଙ୍କନ ପ୍ରତ୍ୟାହାର କରିପାରିବେ। ଫେବୃଆରୀ ୨୭ରେ ଲୋକମାନେ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ।
ଆସାମରେ 5.2 ତୀବ୍ରତା ବିଶିଷ୍ଟ ଭୂକମ୍ପ ଅନୁୁଭୂତ ହୋଇଛି, ଏହାର ପ୍ରଭାବ ମେଘାଳୟରେ ମଧ୍ୟ ଅନୁଭୂତ ହୋଇଛି
ବୁଧବାର ସକାଳେ ଆସାମରେ 5.2 ଭୂକମ୍ପ ଅନୁଭୂତ ହୋଇଛି। ପଡୋଶୀ ମେଘାଳୟ ଏବଂ ଉତ୍ତର ପଶ୍ଚିମବଙ୍ଗ ତଥା ବାଂଲାଦେଶର କିଛି ଅଂଶରେ କମ୍ପନ ଅନୁଭୂତ ହୋଇଥିଲା। ସକାଳ 8.45 ରେ ଏହି ଭୂକମ୍ପ ଘଟିଛି ବୋଲି ଜାତୀୟ ଭୂକମ୍ପ କେନ୍ଦ୍ର କହିଛି। ଭୂକମ୍ପର କେନ୍ଦ୍ରସ୍ଥଳ ଗୋଲପାରାଠାରେ 14 କିଲୋମିଟର ଗଭୀରରେ ଥିଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର (ଆରଏମସି) ଅନୁଯାୟୀ, ମେଘାଳୟର ତୁରା ଠାରୁ 71 କିଲୋମିଟର ଉତ୍ତରରେ ଭୂକମ୍ପ କାର୍ଯ୍ୟକଳାପ ପଞ୍ଜିକୃତ ହୋଇଥିଲା। ଏହି ଅସନ୍ତୋଷ ଲୋୟର ଆସାମ ଜିଲ୍ଲା ଏବଂ ମେଘାଳୟରେ ଆତଙ୍କ ସୃଷ୍ଟି କରିଥିଲା ଏବଂ ଗୁଆହାଟୀ ସମେତ ଅନେକ ସ୍ଥାନରେ ଲୋକମାନେ ଘରୁ ଦଉଡ଼ି ପଳାଇଥିଲେ ବୋଲି ଗଣମାଧ୍ୟମ ରିପୋର୍ଟ କରିଛି। ପଶ୍ଚିମବଙ୍ଗରେ, ଆଲିପୁରଦାର ଏବଂ ଜାଲପାଇଗୁରି ସମେତ ଉତ୍ତର ଜିଲ୍ଲା ଏହି ଭୂକମ୍ପ ପ୍ରଭାବ ଅନୁଭବ କରିଥିଲେ | ବାଙ୍ଗଲାଦେଶରେ ସ୍ଥାନୀୟ ମେଡ ଅନୁଯାୟୀ ଢାକା , ଗାଇବାନ୍ଧା, ବୋଗୁରା ଏବଂ ରାଜଶାହୀରେ ଏହାର ପ୍ରଭାବ ଅନୁଭୂତ ହୋଇଥିଲା ।
ଲୋକେ ପରସ୍ପର ସହିତ କଥା ହେବା ପାଇଁ ଜଣେ ଅନ୍ୟଜଣକର ନାମ ଧରି ସମ୍ବୋଧନ କରିଥାନ୍ତି। ଭାରତରେ ଏପରି ଏକ ଗାଁ ଅଛି ଯେଉଁଠି ଲୋକେ ପରସ୍ପରର ନାଁ ନନେଇ ବରଂ ସିଟି ବଜାଇ ଡାକିଥାନ୍ତି। ସେହିଭଳି ଗାଁର ସମସ୍ତ ଅଧିବାସୀଙ୍କର ସିଟିର ସ୍ବର ମଧ୍ୟ ଅଲଗା ହୋଇଥାଏ। ଏହି ଗାଁ ସାରା ଭାରତରେ ‘ହୁଇସିଲିଂ ଭିଲେଜ୍‌’ ଭାବେ ପରିଚିତ। ମେଘାଳୟର ଖାସି ପାହାଡରେ ‘କଙ୍ଗ୍‌ଥଙ୍ଗ୍‌’ ନାମକ ଏହି ଗାଁଟି ରହିଛି। ଏହି ଗାଁରେ ପ୍ରତ୍ୟେକ ବ୍ୟକ୍ତିଙ୍କର ଦୁଇଟି ନାମ ରହିଛି ଗୋଟିଏ ତାର ନିଜସ୍ବ ନାମ ଓ ଅନ୍ୟଟି ସିଟି ଧୁନ୍‌ ଉପରେ ଆଧାରିତ ନାମ। ଗାଁ ଲୋକେ ପରସ୍ପରକୁ ସିଟି ମାରିବା ନାମରେ ସମ୍ବୋଧନ କରିଥାନ୍ତି। ସାଧାରଣତଃ ଖାସି ସମ୍ପ୍ରଦାୟରେ ପରିବାରର ମୁଖ୍ୟ ମହିଳା ହୋଇଥାନ୍ତି। ଏହି ସମ୍ପ୍ରଦାୟରେ ଜମି ମାଆଠାରୁ ତାଙ୍କର ଝିଅକୁ ସ୍ଥାନାନ୍ତରିତ ହୋଇଥାଏ। କଙ୍ଗଥଙ୍ଗ ଗାଁକୁ ପାହାଡ ଘେରି ରହିଛି। ଏଠାକାର ଲୋକେ କୃଷି କାର୍ଯ୍ୟ କରିଥାଆନ୍ତି। ଏଠାକାର ଲୋକେ ଅଧିକାଂଶ ସମୟ ଘର ଛାଡି ବାହାରେ କାମ କରନ୍ତି। କ୍ଷେତରେ ସେମାନେ ପରସ୍ପରକୁ ହୁଇସିଲ୍ ମାରି ସମ୍ବୋଧନ କରନ୍ତି। ଏଠାରେ ନାଁ ନ ଧରି ପରସ୍ପରକୁ ଡାକିବା ପଛରେ ଏକ ଅନ୍ଧବିଶ୍ବାସ ମଧ୍ୟ ରହିଛି। ଯଦି ଜଙ୍ଗଲରେ କୌଣସି ବ୍ୟକ୍ତିକୁ ତାର ସାଧାରଣ ନାଁ ଡକାଯାଏ, ତେବେ ଏହି ନାଁ ପ୍ରେତାତ୍ମାମାନେ ଶୁଣି ଦିଅନ୍ତି। ଏଥି ଯୋଗୁଁ ସେହି ବ୍ୟକ୍ତି ରୋଗଗ୍ରସ୍ତ ହୋଇଥାଏ। କୃଷି ବ୍ୟତୀତ ଏହି ଗାଁ ମହୁଚାଷ ପାଇଁ ମଧ୍ୟ ମେଘାଳୟରେ ପ୍ରସିଦ୍ଧ ଲାଭ କରିଛି।