CISF Jawan Opens Fire - The Sakala

କୋଲକାତା ମ୍ୟୁଜିୟମରେ ଅଘଟଣ : ଛୁଟି ନମିଳିବାରୁ ଓଡ଼ିଆ ସିଆଇଏସଏଫ ଯବାନଙ୍କ ଗୁଳିମାଡ଼ରେ ଓଡ଼ିଆ ସବ-ଇନ୍ସପେକ୍ଟର ମୃତ
କୋଲକାତା : ପଶ୍ଚିମବଙ୍ଗର ରାଜଧାନୀ କେଲକାତାର ଐତିହାସିକ ଇଣ୍ଡିଆନ ମ୍ୟୁଜିୟମରେ ଅଘଟଣ। ସେଠାରେ ସୁରକ୍ଷା ପାଇଁ ମୁତୟନ ଥିବା ଜଣେ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ(ସିଆଇଏସଏଫ) ଯବାନ ହଠାତ ଗୁଳି ଚଳାଇବାରୁ ଜଣେ ବ୍ୟକ୍ତି ନିହତ ହେବା ସହ ଆଉ କିଛି ଲୋକ ଆହତ ହୋଇଛନ୍ତି । ଜଣେ ସିଆଇଏସଏଫ ଯବାନ ୨ଜଣ ସହକର୍ମୀଙ୍କୁ ତାଙ୍କ ଏକେ-୪୭ ସର୍ଭିସ ରାଇଫଲରୁ ଗୁଳି କରିଛନ୍ତି। ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ହୋଇଛନ୍ତି। ଗୁରୁତର ସିଆଇଏସଏଫ ଯବାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ମିଳିଥିବା ସୂଚନା ଅନୁସାରେ ଶନିବାର ସଂଧ୍ୟା ୬ଟା ୪୫ ମିନିଟ ସମୟରେ କେନ୍ଦ୍ରୀୟ କୋଲକାତାର କାଇଡ୍ ଷ୍ଟ୍ରିଟରେ ଅବସ୍ଥିତ ଇଣ୍ଡିଆନ ମ୍ୟୁଜିୟମରେ ମୁତୟନ ଥିବା ହେଡ କନଷ୍ଟେବଳ ଅକ୍ଷୟ କୁମାର ମିଶ୍ର ନିଜର କେତେକ ସାଥୀ ସିଆଇଏସଏଫ କର୍ମୀଙ୍କ ଉପରକୁ ହଠାତ ଗୁଳି ଚଳାଇଥିଲା । ଏହାଫଳରେ ଜଣେ ସବ-ଇନ୍ସପେକ୍ଟର ରଣଜିତ ଷଡ଼ଙ୍ଗୀ ଓ ଜଣେ ହେଡ-କନଷ୍ଟେବଲ ସବୀର ଘୋଷଙ୍କ ଶରୀରରେ ଗୁଳି ବାଜିଥିଲା । ଘଟଣାସ୍ଥଳରେ ହିଁ ଷଡ଼ଙ୍ଗୀ ମୃତ୍ୟୁବରଣ କରିଥିଲେ । ଘୋଷଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି ।

ଗୁଳି କରିଥିବା ସିଆଇଏସଏଫ ଯବାନଙ୍କ ପରିଚୟ ଅକ୍ଷୟ ମିଶ୍ର। ତାଙ୍କ ଘର ଓଡ଼ିଶାର ଢେଙ୍କାନାଳ ଜିଲ୍ଲାରେ ବୋଲି ଜଣାପଡ଼ିଛି। ସମ୍ପୃକ୍ତ ଯବାନ ସିଆଇଏସଏଫରେ କନଷ୍ଟେବଲ୍‌ ଭାବେ କାର୍ଯ୍ୟରତ ଥିଲେ। ସେ ତାଙ୍କ ସର୍ଭିସ ରାଇଫଲରୁ ୨ ସହକର୍ମୀଙ୍କୁ ୨୦ରୁ ୨୫ ରାଉଣ୍ଡ ଗୁଳି କରିଥିଲେ। ଏଥିରେ ଜଣେ ସିଆଇଏସଏଫ ଏସଆଇଙ୍କ ମୃତ୍ୟୁ ହୋଇଛି। ମୃତ ସିଆଇଏସଏଫ ଏସଆଇଙ୍କ ପରିଚୟ ରଞ୍ଜିତ କୁମାର ଷଡ଼ଙ୍ଗୀ ବୋଲି କୁହାଯାଉଛି।

ଅଭିଯୁକ୍ତ କନଷ୍ଟେବଳ ଅକ୍ଷୟ କୁମାର ମିଶ୍ର ଓଡ଼ିଶାର ଢେଙ୍କାନାଳ ଜିଲ୍ଲାର ହୋଇଥିବା ବେଳେ ତାଙ୍କ ବାପାଙ୍କର ଶୁଦ୍ଧିକ୍ରିୟା ପାଇଁ ସେ ଛୁଟି ଆବେଦନ କରିଥିଲେ ବି ତାହା ମିଳିନଥିଲା । ଏହା ଫଳରେ ସେ କିଛି ଦିନ ହେବ ମାନସିକ ଚାପରେ ଥିଲେ । ଏହି କାରଣରୁ ସେ ଗୁଳି ଚଳାଇଥିବା କୁହାଯାଉଛି ।ସମ୍ପୃକ୍ତ ଯବାନଙ୍କୁ କୋଲକାତା ପୋଲିସ ଗିରଫ କରିଛି। ଗିରଫ ହେବା ପରେ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଭୁଲରେ ଏପରି କରିଦେଇଛି।