CISF Jawan - The Sakala

ଆସାନସୋଲର ଶୀତଲପୁରରେ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ: ସିଆଇଏସଏଫ୍ (CISF) ଯବାନଙ୍କ ନାମରେ ଅଭିଯୋଗ, ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା
ପଶ୍ଚିମବର୍ଦ୍ଧମାନ ଜିଲ୍ଲାର ଆସାନସୋଲ ଅନ୍ତର୍ଗତ ଶୀତଲପୁର ଅଞ୍ଚଳରେ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଜଣେ କେନ୍ଦ୍ରୀୟ ଔଦ୍ୟୋଗିକ ସୁରକ୍ଷା ବଳ (CISF) ଯବାନଙ୍କ ବିରୋଧରେ ଜଣେ ୧୦ ବର୍ଷୀୟା ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ଯବାନଙ୍କ ନାମ ରମାକାନ୍ତ ବିଶ୍ୱକର୍ମା ବୋଲି ଜଣାପଡିଛି। ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ତୀବ୍ର ଉତ୍ତେଜନା ଦେଖାଦେବା ସହ ସ୍ଥାନୀୟ ଲୋକଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି।

ଆମ୍ବ ତୋଳିବାକୁ ଯାଇଥିବା ବେଳେ ଘଟିଲା ଘଟଣା

ସୂଚନା ଅନୁଯାୟୀ, ରବିବାର ଅପରାହ୍ନ ପ୍ରାୟ ୩ଟା ସମୟରେ ଶୀତଲପୁର ଲାଲ ବଜାର ଅଞ୍ଚଳରେ ଦୁଇ ଜଣ ନାବାଳିକା (ଜଣଙ୍କ ବୟସ ୫ ବର୍ଷ ଏବଂ ଅନ୍ୟ ଜଣଙ୍କ ବୟସ ୧୦ ବର୍ଷ) ଆମ୍ବ ତୋଳିବା ପାଇଁ ଯାଇଥିଲେ। ସେହି ସ୍ଥାନଟି CISF କ୍ୟାମ୍ପ ନିକଟରେ ଅବସ୍ଥିତ ଥିଲା। ସେଠାରେ ମୁତୟନ ଥିବା ଯବାନ ରମାକାନ୍ତ ବିଶ୍ୱକର୍ମା ଅଧିକ ଆମ୍ବ ଦେବାର ଲୋଭ ଦେଖାଇ ଉଭୟଙ୍କୁ ନିଜ କ୍ୱାର୍ଟର୍ସ ଆଡ଼କୁ ନେଇଯାଇଥିଲେ। ଅଭିଯୋଗ ଅନୁଯାୟୀ, ଯବାନ ଜଣକ ୫ ବର୍ଷର ଶିଶୁକନ୍ୟାକୁ ବାହାରେ ଛିଡ଼ା କରି ୧୦ ବର୍ଷର ନାବାଳିକାକୁ ଭିତରକୁ ନେଇ ଦୁଷ୍କର୍ମ ଉଦ୍ୟମ କରିଥିଲେ। ବିପଦର ଆଶଙ୍କା କରି ନାବାଳିକା ଜଣକ ଜୋରରେ ପାଟି କରିବାରୁ ଆଖପାଖର ଲୋକମାନେ ସତର୍କ ହୋଇଯାଇଥିଲେ। ଲୋକମାନଙ୍କୁ ଆସୁଥିବାର ଦେଖି ଅଭିଯୁକ୍ତ ଯବାନ ଏକ ସ୍କୁଟି ଧରି ସେଠାରୁ ଫେରାର୍ ହୋଇଯାଇଥିଲେ।

ସ୍ଥାନୀୟ ଲୋକଙ୍କ ବିରୋଧ ପ୍ରଦର୍ଶନ ଓ ପୋଲିସରେ ଅଭିଯୋଗ

ଏହି ଘଟଣାର ଖବର ପ୍ରଚାରିତ ହେବା ମାତ୍ରେ ଅଞ୍ଚଳରେ ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଥିଲା। କ୍ରୋଧିତ ସ୍ଥାନୀୟ ବାସିନ୍ଦା ତୁରନ୍ତ ଶୀତଲପୁର ସ୍ଥିତ CISF କ୍ୟାମ୍ପ ଘେରାଉ କରିବା ସହ ଅଭିଯୁକ୍ତର ଗିରଫଦାରୀ ଦାବି କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହାସହ ଶୀତଲପୁରର ତିନି ନମ୍ବର ଗେଟ୍ ନିକଟରେ ରାସ୍ତା ଅବରୋଧ କରିବାରୁ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଥିଲା। ପୀଡ଼ିତାଙ୍କ ପିତା ସକତୋଡ଼ିଆ ଫାଣ୍ଡିରେ ଅଭିଯୁକ୍ତଙ୍କ ବିରୋଧରେ ଲିଖିତ ଅଭିଯୋଗ ରୁଜୁ କରିଛନ୍ତି। ସ୍ଥାନୀୟ ତୃଣମୂଳ କଂଗ୍ରେସ ସହ ଜଡିତ ଥିବା ଟ୍ରେଡ୍ ୟୁନିୟନ ନେତା ରତନ ମସିହ ଏବଂ ଅନ୍ୟମାନେ ପୋଲିସ ଉପରେ ଚାପ ପକାଇ ଅଭିଯୁକ୍ତଙ୍କ ବିରୋଧରେ କଠୋର ଓ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।

ନିଜକୁ ଗୁଳିକରି ସିଆଇଏସଏଫ୍ ଯବାନଙ୍କ ଆତ୍ମହତ୍ୟା !
କୋଲକାତା: ନିଜ ବନ୍ଧୁକରୁ ଗୁଳିକରି ସିଆଇଏସଏଫ୍ ଯବାନଙ୍କ ଆତ୍ମହତ୍ୟା । କୋଲକାତା ବିମାନ ବନ୍ଦରରେ ଗୁରୁବାର ସକାଳେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତକ ହେଲେ ସିଆଇଏସଏଫ୍ ଯବାନ ଶ୍ରୀବିଷ୍ଣୁ। ବିମାନ ବନ୍ଦର ୫ ନମ୍ବର ଗେଟ ସୁରକ୍ଷା ଦାୟିତ୍ବରେ ଥିଲେ ବିଷ୍ଣୁ । ୫ ନମ୍ବର ଗେଟରୁ ହଠାତ୍ ଗୁଳି ଶବ୍ଦ ଶୁଣି ପାଖରେ କାର୍ଯ୍ୟରତ ଥିବା ଅନ୍ୟ ସିଆଇଏସଏଫ୍ ଯବାନ ପହଞ୍ଚି ବିଷ୍ଣୁଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ସଙ୍ଗେସଙ୍ଗେ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲକୁ ନିଆଯାଇଥିବା ବେଳେ ଯବାନଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ରହିଥିବା ଜଣାପଡିଛି। ଘଟଣାସ୍ଥଳରେ ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ତେବେ ଯବାନ ଜଣକ ନିଜକୁ କାହିଁକି ଗୁଳି କଲେ ବା କୌଣସି ଶତ୍ରୁତା ଯୋଗୁଁ କେହି ତାଙ୍କୁ ଗୁଳି କରି ଆତ୍ମହତ୍ୟା ରୂପ ଦେଇଛି ସେ ସବୁ ଦିଗକୁ ନେଇ ଜାରି ରହିଛି ତଦନ୍ତ।

କୋଲକାତା ମ୍ୟୁଜିୟମରେ ଅଘଟଣ : ଛୁଟି ନମିଳିବାରୁ ଓଡ଼ିଆ ସିଆଇଏସଏଫ ଯବାନଙ୍କ ଗୁଳିମାଡ଼ରେ ଓଡ଼ିଆ ସବ-ଇନ୍ସପେକ୍ଟର ମୃତ
କୋଲକାତା : ପଶ୍ଚିମବଙ୍ଗର ରାଜଧାନୀ କେଲକାତାର ଐତିହାସିକ ଇଣ୍ଡିଆନ ମ୍ୟୁଜିୟମରେ ଅଘଟଣ। ସେଠାରେ ସୁରକ୍ଷା ପାଇଁ ମୁତୟନ ଥିବା ଜଣେ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ(ସିଆଇଏସଏଫ) ଯବାନ ହଠାତ ଗୁଳି ଚଳାଇବାରୁ ଜଣେ ବ୍ୟକ୍ତି ନିହତ ହେବା ସହ ଆଉ କିଛି ଲୋକ ଆହତ ହୋଇଛନ୍ତି । ଜଣେ ସିଆଇଏସଏଫ ଯବାନ ୨ଜଣ ସହକର୍ମୀଙ୍କୁ ତାଙ୍କ ଏକେ-୪୭ ସର୍ଭିସ ରାଇଫଲରୁ ଗୁଳି କରିଛନ୍ତି। ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ହୋଇଛନ୍ତି। ଗୁରୁତର ସିଆଇଏସଏଫ ଯବାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ମିଳିଥିବା ସୂଚନା ଅନୁସାରେ ଶନିବାର ସଂଧ୍ୟା ୬ଟା ୪୫ ମିନିଟ ସମୟରେ କେନ୍ଦ୍ରୀୟ କୋଲକାତାର କାଇଡ୍ ଷ୍ଟ୍ରିଟରେ ଅବସ୍ଥିତ ଇଣ୍ଡିଆନ ମ୍ୟୁଜିୟମରେ ମୁତୟନ ଥିବା ହେଡ କନଷ୍ଟେବଳ ଅକ୍ଷୟ କୁମାର ମିଶ୍ର ନିଜର କେତେକ ସାଥୀ ସିଆଇଏସଏଫ କର୍ମୀଙ୍କ ଉପରକୁ ହଠାତ ଗୁଳି ଚଳାଇଥିଲା । ଏହାଫଳରେ ଜଣେ ସବ-ଇନ୍ସପେକ୍ଟର ରଣଜିତ ଷଡ଼ଙ୍ଗୀ ଓ ଜଣେ ହେଡ-କନଷ୍ଟେବଲ ସବୀର ଘୋଷଙ୍କ ଶରୀରରେ ଗୁଳି ବାଜିଥିଲା । ଘଟଣାସ୍ଥଳରେ ହିଁ ଷଡ଼ଙ୍ଗୀ ମୃତ୍ୟୁବରଣ କରିଥିଲେ । ଘୋଷଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି ।

ଗୁଳି କରିଥିବା ସିଆଇଏସଏଫ ଯବାନଙ୍କ ପରିଚୟ ଅକ୍ଷୟ ମିଶ୍ର। ତାଙ୍କ ଘର ଓଡ଼ିଶାର ଢେଙ୍କାନାଳ ଜିଲ୍ଲାରେ ବୋଲି ଜଣାପଡ଼ିଛି। ସମ୍ପୃକ୍ତ ଯବାନ ସିଆଇଏସଏଫରେ କନଷ୍ଟେବଲ୍‌ ଭାବେ କାର୍ଯ୍ୟରତ ଥିଲେ। ସେ ତାଙ୍କ ସର୍ଭିସ ରାଇଫଲରୁ ୨ ସହକର୍ମୀଙ୍କୁ ୨୦ରୁ ୨୫ ରାଉଣ୍ଡ ଗୁଳି କରିଥିଲେ। ଏଥିରେ ଜଣେ ସିଆଇଏସଏଫ ଏସଆଇଙ୍କ ମୃତ୍ୟୁ ହୋଇଛି। ମୃତ ସିଆଇଏସଏଫ ଏସଆଇଙ୍କ ପରିଚୟ ରଞ୍ଜିତ କୁମାର ଷଡ଼ଙ୍ଗୀ ବୋଲି କୁହାଯାଉଛି।

ଅଭିଯୁକ୍ତ କନଷ୍ଟେବଳ ଅକ୍ଷୟ କୁମାର ମିଶ୍ର ଓଡ଼ିଶାର ଢେଙ୍କାନାଳ ଜିଲ୍ଲାର ହୋଇଥିବା ବେଳେ ତାଙ୍କ ବାପାଙ୍କର ଶୁଦ୍ଧିକ୍ରିୟା ପାଇଁ ସେ ଛୁଟି ଆବେଦନ କରିଥିଲେ ବି ତାହା ମିଳିନଥିଲା । ଏହା ଫଳରେ ସେ କିଛି ଦିନ ହେବ ମାନସିକ ଚାପରେ ଥିଲେ । ଏହି କାରଣରୁ ସେ ଗୁଳି ଚଳାଇଥିବା କୁହାଯାଉଛି ।ସମ୍ପୃକ୍ତ ଯବାନଙ୍କୁ କୋଲକାତା ପୋଲିସ ଗିରଫ କରିଛି। ଗିରଫ ହେବା ପରେ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଭୁଲରେ ଏପରି କରିଦେଇଛି।