odisha government job - The Sakala
ଯୁବବର୍ଗ ବେକାର, ବୃଦ୍ଧଙ୍କୁ ଚାକିରି; କୋର୍ଟରେ ଗଡୁଛି ମାମଲା, ପକ୍ଷ ରଖୁନାହାନ୍ତି ସରକାର...
ଭୁବନେଶ୍ୱର: ଉଚ୍ଚ ଶିକ୍ଷାନୁଷ୍ଠାନରେ ଅର୍ଦ୍ଧାଧିକ ଅଧ୍ୟାପକ ପଦ ଖାଲି ପଡ଼ିଛି; ହେଲେ ସରକାର ନୂତନ ନିଯୁକ୍ତି ଦେଉ ନାହାନ୍ତି। ଅପରପକ୍ଷରେ ଅବସରପ୍ରାପ୍ତ ଅଧ୍ୟାପକ/ଅଧ୍ୟାପିକାଙ୍କୁ ଉଚ୍ଚଶିକ୍ଷାନୁଷ୍ଠାନରେ ଅତିଥି ଅଧ୍ୟାପକ ଭାବେ ନିଯୁକ୍ତି କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏପରିକି ଅଣଶିକ୍ଷକ ପଦରେ ମଧ୍ୟ ଅବସରପ୍ରାପ୍ତ ଅଧିକାରୀଙ୍କୁ ମଧ୍ୟ ନିଯୁକ୍ତି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟରେ ଶିକ୍ଷିତ ଯୁବକ ଯୁବତୀ ବେକାର ବୁଲୁଥିବାବେଳେ ଅବସରପ୍ରାପ୍ତ ବୃଦ୍ଧଙ୍କୁୁ ସରକାର ନିଯୁକ୍ତି ଦେବାକୁ ନେଇ ସାଧାରଣରେ ସୃଷ୍ଟି ହୋଇଛି ତୀବ୍ର ପ୍ରତିକ୍ରିୟା
ଗତ ୨୩ ତାରିଖରେ ଅବସରପ୍ରାପ୍ତ ଅଧ୍ୟାପକ ଓ କର୍ମଚାରୀଙ୍କୁ ୪୮୮ ଓ ୬୬୨ ବର୍ଗ ଏବଂ ସଂସ୍କୃତ କଲେଜରେ ନିଯୁକ୍ତି ପାଇଁ ଉଚ୍ଚଶିକ୍ଷା ବିଭାଗ ବିଜ୍ଞପ୍ତି ପ୍ରକାଶ କରିଛି। ଚଳିତ ଶିକ୍ଷାବର୍ଷରୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଅବସରପ୍ରାପ୍ତ ଅଧ୍ୟାପକ ଓ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ଗୋଟିଏପଟେ ଅବସରପ୍ରାପ୍ତଙ୍କୁ ନିଯୁକ୍ତି ପ୍ରଦାନ କରିବାକୁ ଅଣ୍ଟା ଭିଡ଼ିଥିବା ସରକାର ନୂତନ ଅଧ୍ୟାପକ ନିଯୁକ୍ତି କରିବା ପାଇଁ କୌଣସି ପଦକ୍ଷେପ ନେଉ ନାହାନ୍ତି। ଯୋଗ୍ୟତା ମାନଦଣ୍ଡକୁ ନେଇ ଆଶାୟୀମାନେ ଉଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଥିବାବେଳେ ସରକାର ନିଜର ପକ୍ଷ ରଖୁ ନାହାନ୍ତି। ଏପରିକି ଡବଲ୍‌ ବେଞ୍ଚରେ ହୋଇଥିବା ମାମଲାର ଶୁଣାଣି ସମୟରେ ଆଡଭୋକେଟ୍‌ ଜେନେରାଲ୍‌ (ଏଜି) ଉପସ୍ଥିତ ରହୁ ନ ଥିବାରୁ ମାମଲାର ଶୁଣାଣି ହୋଇ ପାରୁ ନ ଥିବା ଆଶାୟୀମାନେ ଅଭିଯୋଗ କରିଛନ୍ତି। ଖାଲି ପଦରେ ନିଯୁକ୍ତି ଦେବାକୁ ପଦକ୍ଷେପ ନେବା ପରିବର୍ତ୍ତେ ଅବସରପ୍ରାପ୍ତଙ୍କୁ ନିଯୁକ୍ତି ପ୍ରଦାନ କରିବାକୁ ଏସ୍‌ଏସ୍‌ବି ଅଧ୍ୟାପକ ଆଶାୟୀମାନେ ଦୃଢ଼ ନିନ୍ଦା କରିଛନ୍ତି।   ଅପରପକ୍ଷରେ ଚାକିରି ଆଶାୟୀଙ୍କ ପକ୍ଷରୁ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ  ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ ସରକାରୀ ବ୍ୟବସ୍ଥାକୁ କଟୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ଉଚ୍ଚ ଶିକ୍ଷାନୁଷ୍ଠାନରେ ଅଧ୍ୟାପକ ପଦ ପୂରଣ କରିବାରେ ସରକାର ଆନ୍ତରିକତା ପ୍ରକାଶ କରୁ ନାହାନ୍ତି। ୨୦୨୪ ମାର୍ଚ୍ଚରେ ଏସ୍‌ଏସ୍‌ବି ଅଧ୍ୟାପକ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲେ ମଧ୍ୟ ଏଯାଏଁ କୋର୍ଟରେ ବିଚାରଧୀନ ରହିବା ସରକାରଙ୍କ ଆନ୍ତରିକତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଫଳରେ ବହୁ ପଦ ଫାଙ୍କା ପଡ଼ିଛି। ନିୟମିତ ଭାବେ ନିଯୁକ୍ତି ପରୀକ୍ଷାରେ ବିଭ୍ରାଟ ହେଉଛି। ନିଯୁକ୍ତି ପାଇଁ ପ୍ରକାଶିତ ବିଜ୍ଞପ୍ତିରେ ତ୍ରୁଟି କାରଣରୁ ପ୍ରାୟ ସମସ୍ତ ବିଜ୍ଞପ୍ତି କୋର୍ଟକୁ ଯାଉଛି। ଫଳରେ ସମଗ୍ର ନିଯୁକ୍ତି ପ୍ରକ୍ରିୟା ବିଳମ୍ବ ହେଉଛି। ଏଥିପାଇଁ ସରକାର ତ୍ୱରିତ ପଦକ୍ଷେପ ନେବା ଆବଶ୍ୟକ। ସେହିପରି ପ୍ରତିବର୍ଷ ଏସ୍‌ଏସ୍‌ବି ନିଯୁକ୍ତି କରାଗଲେ ଅଧ୍ୟାପକ ଅଭାବ ପରି ଅଶୋଭନୀୟ ପରିସ୍ଥିତି ସୃଷ୍ଟି ନ ହେବ ବୋଲି ସେ ପରାମର୍ଶ ଦେଇଛନ୍ତି।
ଅବସରପ୍ରାପ୍ତଙ୍କୁ ନିଯୁକ୍ତି ଦେବା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଆଶାୟୀମାନେ ଦୃଢ଼ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।  ସରକାର ନିଯୁକ୍ତି ଦେବା ପାଇଁ ତ୍ୱରିତ ପଦକ୍ଷେପ ନ ନେଲେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ଆଶାୟୀମାନେ ଚେତାବନୀ ଦେଇଛନ୍ତି।ଏହି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଟ୍ଟନାୟକଙ୍କ ସହ ସଂଗ୍ରାମ ମୋହାଲିକ, କମଳାକାନ୍ତ ଶତପଥି, ବିଜୟ ମଲ୍ଲିକ, ରଞ୍ଜିତ ପ୍ରଧାନଙ୍କ ସହ ବହୁ ଯୁବକଯୁବତୀ ଉପସ୍ଥିତ ଥିଲେ।
ଭୁବନେଶ୍ବର: ଖୁବ ଶୀଘ୍ର ପୂରଣ ହେବ ୨୨ ହଜାର ୮୯୬ ପଦବୀ । ୧୦ବିଭାଗର ‘ଗ୍ରୁପ-ସି’ ର ୨୨ ହଜାର ୮୯୬ ପଦବୀ ପୂରଣ ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଅଗଷ୍ଟ ୩୧ ସୁଦ୍ଧା ନିଯୁକ୍ତି ପକ୍ରିୟା ସାରିବାକୁ ନିର୍ଦ୍ଦେଶ ଜାରି କରଯାଇଛି। ସର୍ବାଧିକ ବିଦ୍ୟାଳୟ ଓ ଗଣଶିକ୍ଷ ବିଭାଗର ୮ ହଜାର ୩୫୮, ପଞ୍ଚାୟତିରଜା ବିଭାଗର ୪ ହଜାର ୪୨, ସ୍ୱାସ୍ଥ୍ୟ ବିଭାଗର ୩ ହଜାର ୬୭୭ ସହ ୧୦ ବିଭାଗରେ ନିଯୁକ୍ତି ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି। ୧୦ ବିଭାଗରେ ୪୪ ହଜାର୯୦୯ ପଦବୀ ଖାଲି ପଡ଼ିଥିବା ବେଳେ ତୁରନ୍ତ ୨୨ ହଜାର ୮୯୬ ପଦବୀ ପୂରଣ ପାଇଁ ବିଭାଗ ଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ।
ସରକାରୀ ଚାକିରି ଆଶାୟୀଙ୍କ ପାଇଁ ଖୁସି ଖବର : ୨୦୨୧ରୁ ୨୦୨୩ ବର୍ଷ ପାଇଁ ସରକାରୀ ଚାକିରି ବୟସସୀମା ୩୮କୁ ବୃଦ୍ଧି
ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଅଧୀନରେ ଖାଲି ଥିବା ପଦବୀ ଶୀଘ୍ର ପୂରଣ ହେବ। ଏଥିପାଇଁ ବିଭିନ୍ନ ବିଭାଗ ଏବଂ ଚୟନକାରୀ ସଂସ୍ଥା ଉଚିତ ପଦକ୍ଷେପ ନେବା ଆବଶ୍ୟକ ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି। ଲୋକସେବା ଭବନ ସଭାଗୃହରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ମହାପାତ୍ର ଏହି ନିର୍ଦ୍ଦେଶ ଦେଇଛନ୍ତି। ଓଡ଼ିଶା ପବ୍ଲିକ୍‍ ସର୍ଭିସ କମିଶନ, ଷ୍ଟାଫ୍‍ ସିଲେକ୍ସନ୍‍ କମିଶନ, ସବ୍‍-ଅର୍ଡିନେଟ୍‍ ଷ୍ଟାଫ୍‍ ସିଲେକ୍ସନ୍‍ କମିଶନ, ପୁଲିସ ରିକ୍ରୁଟ୍‍ମେଣ୍ଟ ବୋର୍ଡ ଆଦିଙ୍କୁ ନିଯୁକ୍ତି ପ୍ରକ୍ରିୟା ତ୍ୱରାନ୍ୱିତ କରିବା ପାଇଁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ।
ସମୀକ୍ଷାରୁ ଜଣାପଡ଼ିଛି ଯେ ୨୦୨୧-୨୨ ଏବଂ ଚଳିତ ଆର୍ଥିକ ବର୍ଷରେ ବର୍ତ୍ତମାନ ସୁଦ୍ଧା ଓଡ଼ିଶା ପବ୍ଲିକ୍‍ ସର୍ଭିସ୍‍ କମିଶନ ମାଧ୍ୟମରେ ୨୮୪୮ ପଦବୀ, ଓଡ଼ିଶା ଷ୍ଟାଫ୍‍ ସିଲେକ୍ସନ୍‍ କମିଶନ ମାଧ୍ୟମରେ ୨୫୫୫ ପଦବୀ ଏବଂ ସବ୍‍-ଅର୍ଡିନେଟ୍‍ ଷ୍ଟାଫ୍‍ ସିଲେକ୍ସନ୍‍ କମିଶନ ମାଧ୍ୟମରେ ୧୦୩୫୫ ପଦବୀ ପୂରଣ ଲାଗି ପ୍ରାର୍ଥି ଚୟନ କରାଯାଇଛି। ସେମାନଙ୍କୁ ବିଭିନ୍ନ ବିଭାଗରେ ପର୍ଯ୍ୟାୟକ୍ରମେ ନିଯୁକ୍ତି ଦିଆଯାଉଛି। ଏହା ବ୍ୟତୀତ ଓଡ଼ିଶା ପବ୍ଲିକ୍‍ ସର୍ଭିସ କମିଶନ ୫୮୯୨ ଗ୍ରୁପ୍‍-ଏ ଓ ଗ୍ରୁପ୍‍-ବି ପଦବୀ ପାଇଁ ଚୟନ ପ୍ରକିୟା ଆରମ୍ଭ କରିଛନ୍ତି।
ସେହିପରି ଷ୍ଟାଫ୍‍ ସିଲେକ୍ସନ୍‍ କମିଶନ ୨୩୭୬ ଗ୍ରୁପ୍‍-ବି ଏବଂ ଗ୍ରୁପ୍‍-ସି ପଦବୀ ପାଇଁ ମଧ୍ୟ ଚୟନ ପ୍ରକ୍ରିୟା ତ୍ୱରାନ୍ୱିତ କରିଛନ୍ତି। ସମସ୍ତଙ୍କୁ ରାଜ୍ୟ କ୍ୟାଡର୍‍ରେ ନିଯୁକ୍ତ କରାଯିବ। ମୁଖ୍ୟତଃ କନିଷ୍ଠ ଯନ୍ତ୍ରୀ, ଷ୍ଟେନୋଗ୍ରାଫର, ଅବକାରୀ, ଏସ୍‍ଆଇ, ଡାଟା ଏଣ୍ଟ୍ରି ଅପରେଟର, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ, ଅଡିଟର, ଆରଆଇ, ଅମୀନ, ଫରେଷ୍ଟ ଗାର୍ଡ, ଅବକାରୀ କନେଷ୍ଟବଳ, ନର୍ସିଂ ଅଫିସର, ପ୍ରାଣୀଧନ ନିରୀକ୍ଷକମାନଙ୍କୁ ଚୟନ କରାଯିବ। ଏହାସହ ଓଡ଼ିଶା ସିଭିଲ୍‍ ସର୍ଭିସେସ୍‍ ଅନ୍ତର୍ଭକ୍ତ ମେଡିକାଲ କଲେଜ ପାଇଁ ଅତିରିକ୍ତ ପ୍ରଫେସର, କୃଷି ଅଧିକାରୀ, ସ୍ନାତକତ୍ତୋର ଶିକ୍ଷକ, ଭୁତତ୍ତ୍ୱବିତ୍‍, ସରକାରୀ ମହାବିଦ୍ୟାଳୟରେ ଅତିରିକ୍ତ ପ୍ରଫେସର ଆଦି ପଦବୀ ପାଇଁ ଚୟନ ଓ ନିଯୁକ୍ତି ପ୍ରକ୍ରିୟା ତ୍ୱରାନ୍ୱିତ କରାଯାଇଛି।
ବୈଠକରେ କୁହାଯାଇ ଥିଲା ଯେ କୋଭିଡ୍‍ ପରବର୍ତ୍ତୀ ସ୍ଥିତିରେ ରାଜ୍ୟ ସରକାର ବିଭିନ୍ନ ପଦବୀ ନିମନ୍ତେ ଦରଖାସ୍ତ ଓ ପରୀକ୍ଷା ଫିସ୍‍ ଛାଡ଼ କରିଛନ୍ତି। ୨୦୨୧, ୨୦୨୨ ଓ ୨୦୨୩ ଏହି ୩ବର୍ଷ ପାଇଁ ସରକାରୀ ଚାକିରି ପ୍ରବେଶ ବୟସ ସୀମା ମଧ୍ୟ ୩୨ରୁ ୩୮ବର୍ଷକୁ ବୃଦ୍ଧି କରାଯାଇଛି। ଏହି ଅନୁଯାୟୀ ସଂରକ୍ଷିତ ଶ୍ରେଣୀ ଅନ୍ତର୍ଭୁକ୍ତ ବର୍ଗମାନଙ୍କ ପାଇଁ ମଧ୍ୟ ନିୟମ ଅନୁସାରେ ବୟସ ସୀମା କୋହଳ କରାଯାଇଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଏହି ବୈଠକରେ ପୁଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ, ସାଧାରଣ ପ୍ରଶାସନ ବିଭାଗ ପ୍ରମୁଖ ସଚିବ ସୁରେନ୍ଦ୍ର କୁମାର, ଅର୍ଥ ବିଭାଗ ପ୍ରମୁଖ ସଚିବ ବିଶାଲ କୁମାର ଦେବ, ପ୍ରମୁଖ ସଚିବ ଓ ସବ୍‍ ଅର୍ଡିନେଟ ଷ୍ଟାଫ୍‍ ସିଲେକ୍ସନ୍‍ କମିଶନ ଅଧ୍ୟକ୍ଷ ଶାଶ୍ୱତ ମିଶ୍ର, ଷ୍ଟାଫ୍‍ ସିଲେକ୍ସନ୍‍ କମିଶନ ଅଧ୍ୟକ୍ଷ ଅଭୟ, ପବ୍ଳିକ୍‍ ସର୍ଭିସ୍‍ କମିଶନ ସଚିବ ପ୍ରମୋଦ ମିଶ୍ରଙ୍କ ସମେତ ବରିଷ୍ଠ ପଦାଧିକାରୀମାନେ ଯୋଗ ଦେଇଥିଲେ।