1st T20I - The Sakala
ବାରବାଟୀ ପ୍ରସ୍ତୁତ; ଆଜିଠୁ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ସିରିଜ୍‌, ଟସ୍‌ ନେବ ଗୁରୁତ୍ୱପୂର୍ଣ୍ଣ ଭୂମିକା ...
କଟକ: କାଉଣ୍ଟ ଡାଉନ ଶେଷ ହୋଇଛି। ପ୍ରତୀକ୍ଷାର ମଧ୍ୟ ଅନ୍ତ ଘଟିଛି। ରାତି ପାହିଲେ ଐତିହାସିକ ବାରବାଟୀ ଷ୍ଟାଡିୟମରେ ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମୁକାବିଲା ଖେଳାଯିବ। ସିରିଜର ଏହି ପ୍ରଥମ ମ୍ୟାଚ୍‌ ଲାଗି ଉଭୟ ଦଳ ପ୍ରସ୍ତୁତି ଶେଷ କରିଛନ୍ତି। ବାରବାଟୀ ମଧ୍ୟ ପ୍ରସ୍ତୁତ ରହିଛି। ପ୍ରଥମ ମ୍ୟାଚରେ ବିଜୟୀ ହୋଇ ଅଗ୍ରଣୀ ହାସଲ କରିବା ଉଭୟ ଦଳର ଲକ୍ଷ୍ୟ। ସେହିଭଳି ବର୍ଷକରେ ଦ୍ୱିତୀୟ ଅନ୍ତର୍ଜାତୀୟ ମ୍ୟାଚ୍‌ ବାରବାଟୀରେ ଆୟୋଜିତ ହେବାକୁ ଯାଉଥିବାରୁ ଏହାକୁ ନେଇ ଓଡ଼ିଶାର କ୍ରିକେଟ୍‌ପ୍ରେମୀଙ୍କ ମଧ୍ୟରେ ନାହିଁ ନ ଥିବା ଉତ୍ସାହ ଦେଖିବାକୁ ମିଳିଛି।
ଟସ୍‌ ନେବ ଗୁରୁତ୍ୱପୂର୍ଣ୍ଣ ଭୂମିକା
ଆସନ୍ତାକାଲି ବାରବାଟୀରେ ଖେଳାଯିବାକୁ ଥିବା ପ୍ରଥମ ଟି-୨୦ ମ୍ୟାଚରେ ଟସ୍‌ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇବ। ଯେତେହୁ ବର୍ତ୍ତମାନ ଓଡ଼ିଶାରେ ଶୀତର ଲହରି ଜାରି ରହିଛି ତେଣୁ ମ୍ୟାଚରେ କାକର ବୋଲରଙ୍କ ପାଇଁ ସମସ୍ୟା ସୃଷ୍ଟି କରିବ। ସନ୍ଧ୍ୟା ୭ଟାରେ ମ୍ୟାଚ୍‌ ଆରମ୍ଭ ହେବ। ପାଣିପାଗ ବିଭାଗର ସୂଚନା ଅନୁଯାୟୀ ରାତି ୮ଟାରୁ କାକରର ପରିମାଣ ବଢ଼ିବ। ‘ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୭ଟା ୩୦ରୁ ବାରବାଟୀରେ କାକର ପଡ଼ିବାର ସମ୍ଭାବନା ରହିଛି। ରାଜ୍ୟରେ ବର୍ତ୍ତମାନ ଥଣ୍ଡା ପାଗ ସାଙ୍ଗକୁ କାକର ପାଇଁ ପାଗ ଅନୁକୂଳ ରହିଛି। ରାଜ୍ୟକୁ ଏବେ ବଙ୍ଗୋପସାଗର ପଟୁ କିଛିକାଂଶରେ ଜଳୀୟବାଷ୍ପପୂର୍ଣ୍ଣ ବାୟୁ ଆସୁଥିବାରୁ ଏହା କାକର ପାଇଁ ଅନୁକୂଳ ପାଗ ସୃଷ୍ଟି କରିଛି। ମ୍ୟାଚ୍‌ ଦିନ ସମାନସ୍ଥିତି ଜାରି ରହିବ’ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ପାଣିପାଗ ବିଭାଗର ଆକଳନ ଅନୁଯାୟୀ ଯଦି କାକରର ପରିମାଣ ୮ଟା ପରେ ବଢ଼ିବ ତେବେ ଏଥିରେ ଦ୍ୱିତୀୟ ଇନିଂସରେ ଫିଲ୍ଡିଂ କରୁଥିବା ଦଳ ସମସ୍ୟାର ସମ୍ମୁଖୀନ ହେବ। କାକର ଯୋଗୁ ବଲ୍‌ ଓଦା ହୋଇ ହାତରୁ ଖସିବ। ଫଳରେ ବଲ୍‌କୁ ଗ୍ରୀପ୍‌ କରିବାରେ ସ୍ପିନରଙ୍କୁ ଅସୁବିଧା ହେବ। ଏ ସବୁ କାରଣରୁ ଟସ୍‌ ଜିତିଲେ ପ୍ରଥମେ ଫିଲ୍ଡିଂ କରିବାକୁ ଉଭୟ ଦଳ ପସନ୍ଦ କରିବେ। ସେହିଭଳି ସୋମବାର ସାମ୍ବାଦିକ ସମ୍ମିଳନୀରେ ଅଧିନାୟକ ସୂର୍ଯ୍ୟକୁମାର କାକରକୁ ନେଇ କହିଛନ୍ତି ଯେ ଏହା ଆମ ହାତରେ ନାହିଁ। କାକର ପାଇଁ ଆମେ ସେତେଟା ବ୍ୟସ୍ତ ନାହୁଁ। ଆଇପିଏଲ୍‌ ସମେତ ଏକାଧିକ ଦିବା-ରାତ୍ର ମ୍ୟାଚରେ କାକରରେ କେଉଁଭଳି ଖେଳାଯିବ ଆମେ ସେଥିରେ ଅଭ୍ୟସ୍ତ ହୋଇଗଲୁଣି।
ଝାଳ ବୁହାଇଲେ ଗିଲ୍‌; ବିଶ୍ରାମ ନେଲେ କୁଲଦୀପ
ଟେଷ୍ଟ ସିରିଜକୁ ହାରିବା ପରେ ଭାରତୀୟ ଦଳ ଦିନିକିଆରେ ୨-୧ରେ ବିଜୟୀ ହୋଇ ପ୍ରତିଶୋଧ ନେଇଥିଲା। ଏହି ବିଜୟ ଟି-୨୦ ସିରିଜ ପୂର୍ବରୁ ଖେଳାଳିଙ୍କ ମନୋବଳ ମଧ୍ୟ ଦୃଢ଼ ରହିଛି। ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱାଧୀନ ଘରୋଇ ଦଳ ସୋମବାର ବାରବାଟୀରେ ବେଶ୍‌ କିଛି ଘଣ୍ଟା ନେଟ୍ସରେ ଝାଳ ବୁହାଇଥିଲେ। ଅପରାହ୍ଣ ପାଖାପାଖି ୨ଟାରୁ ଆରମ୍ଭ କରି ସାଢେ଼ ୪ଟା ପର୍ଯ୍ୟନ୍ତ ଟିମ୍‌ ଇଣ୍ଡିଆର ଖେଳାଳିମାନେ ଫିଲ୍ଡିଂ, ବୋଲିଂ ଓ ନେଟ୍ସରେ ବ୍ୟାଟିଂ କରିଥିଲେ। ବାଉଣ୍ଡାରୀ ଲାଇନରେ ଥିବା ଦୁଇଟି ନେଟ୍ସରେ ପ୍ରଥମେ ଶୁବମନ ଗିଲ, ଅଧିନାୟକ ସୂର୍ଯ୍ୟକୁମାର ଯାଦବ, ତିଲକ ବର୍ମା ଓ ସଞ୍ଜୁ ସାମସନ ବ୍ୟାଟିଂ ଅଭ୍ୟାସ କରିଥିଲେ। ବିଶେଷ କରି ଆହତ ସମସ୍ୟାରୁ ମୁକୁଳି ଥିବା ଗିଲ୍‌ ନେଟ୍ସରେ ବହୁତ ସମୟ ପର୍ଯ୍ୟନ୍ତ ନେଟ୍ସରେ ଦ୍ରୁତ ବୋଲରଙ୍କୁ ଖେଳିଥିଲେ। ଫଳରେ ଆସନ୍ତାକାଲି ଗିଲ୍‌ଙ୍କ ଖେଳିବା ସମ୍ଭାବନା ଉଜ୍ଜଳ ହୋଇଛି। ଅପରପକ୍ଷରେ ସ୍ପିନର କୁଲଦୀପ୍‌ ଯାଦବ ନେଟ୍ସରେ ବୋଲିଂ ନ କରି ବିଶ୍ରାମ କରୁଥିବାର ଦେଖିବାକୁ ମିଳିଥିଲା। ଅନ୍ୟତମ ସ୍ପିନର ବରୁଣ ଚକ୍ରବର୍ତ୍ତୀ କିନ୍ତୁ ଆରମ୍ଭରୁ ସୂର୍ଯ୍ୟକୁମାର ଓ ତିଲକଙ୍କୁ ବୋଲିଂ କରିଥିଲେ। ତେଣୁ ପ୍ରଥମ ଟି-୨୦ର ଚୂଡ଼ାନ୍ତ ଏକାଦଶରେ ରିଷ୍ଟସ୍ପିନର କୁଲଦୀପ୍‌ଙ୍କ ଖେଳିବା ଆଶା କ୍ଷୀଣ ହୋଇଛି। ସେହିଭଳି ଯଶପ୍ରୀତ୍‌ ବୁମ୍‌ରାଙ୍କ ସହ ଶିବମ ଦୁବେ ନେଟ୍ସରେ ବେଶ କିଛି ସମୟ ବୋଲିଂ ଅଭ୍ୟାସ କରିଥିଲେ। ତେଣୁ ବୁମରାଙ୍କ ସହ ପାଣ୍ଡ୍ୟା ନୂଆ ବଲରେ ବୋଲିଂ ଆରମ୍ଭ କରିବା ସ୍ପଷ୍ଟ ହୋଇଛି। ଦୁବେ ତୃତୀୟ ଦ୍ରୁତ ବୋଲର ଭୂମିକା ତୁଲାଇବେ। ସେହିଭଳି ବରୁଣଙ୍କ ସହ ଅକ୍ଷର ପଟେଲ ସ୍ପିନ ବିଭାଗ ସମ୍ଭାଳିବେ। ତେବେ ୱିକେଟ୍‌କିପର ଭାବେ କିଏ ଖେଳିବେ ତାହାକୁ ନେଇ ଦ୍ୱନ୍ଦ୍ୱ ରହିଛି। ଅଷ୍ଟ୍ରେଲିଆରେ ସଞ୍ଜୁ ସାମସନଙ୍କୁ ପଛରେ ପକାଇ ଜିତେଶ ଶର୍ମାଙ୍କୁ ଦଳ ଚୂଡାନ୍ତ ଏକାଦଶରେ ସାମିଲ କରାଯାଇଥିଲା। ଉଭୟ ସୋମବାର ନେଟ୍ସରେ ବ୍ୟାଟିଂ କରୁଥିବାର ଦେଖିବାକୁ ମିଳିଥିଲା। ମୁଖ୍ୟ ପିଚର ସାଇଡ୍‌ରେ ରହିଥିବା ନେଟ୍ସରେ ଅଭ୍ୟାସ କରିଥିବା ଜିତେଶ ବଡ଼ ବଡ଼ ସଟ୍‌ ମାରି ଦର୍ଶକଙ୍କ ମନମୋହିଥିଲେ।
‘ପ୍ରତ୍ୟେକ ପୋଜିସନରେ ବ୍ୟାଟିଂ କରିପାରିବେ ସଞ୍ଜୁ’
ସେହିଭଳି ସଞ୍ଜୁ ସାମସନଙ୍କୁ ନେଇ ସୂର୍ଯ୍ୟକୁମାର କହିଛନ୍ତି, ‘ସେ ଯେତେବେଳେ ଆସିଥିଲେ ଉପର ଅର୍ଡର ବ୍ୟାଟିଂ କରିଥିଲେ। ମୁଁ ଭାବୁଛି ଓପନର୍‌ଙ୍କ ବ୍ୟତୀତ ଅନ୍ୟ ସମସ୍ତେ ସବୁ ପୋଜିସନରେ ବ୍ୟାଟିଂ କରିପାରିବାର ଦକ୍ଷତା ରଖୁଥିବା ଦରକାର। ଶୁବମନ ତାଙ୍କ ପୂର୍ବରୁ ଶ୍ରୀଲଙ୍କା ସିରିଜ୍‌ରେ ଭଲ ପ୍ରଦର୍ଶନ କରିଥିଲେ। ତେଣୁ ଗିଲ୍‌ ସେହି ପୋଜିସନ (ଓପନିଂ) ପାଇଁ ଯୋଗ୍ୟ। ସଞ୍ଜୁଙ୍କୁ ଆମେ ମଧ୍ୟ ସୁଯୋଗ ଦେଇଥିଲୁ। ସେ ପ୍ରତ୍ୟେକ ପୋଜିସନରେ ଖେଳିବାକୁ ଯୋଗ୍ୟ। ଏପରି ଜଣେ ଖେଳାଳି ଦଳରେ ରହିବା ଭଲ’ ବୋଲି ଅଧିନାୟକ ଯାଦବ କହିଛନ୍ତି। ଫଳରେ ଆସନ୍ତାକାଲି ଗିଲ୍‌ ଇନିଂସ ଓପନ୍‌ କରିବା ଏକପ୍ରକାର ନିଶ୍ଚିତ ହୋଇଛି।
କଟକର ପ୍ରଶଂସକ ବେଶ ଉତ୍ସାହୀ; ମୁଁ ବି ବାମହାତରେ ଟସ୍‌ ପକାଇବି
ସେହିଭଳି କଟକରେ ପ୍ରଥମଥର ନାଲିମାଟିରେ ପିଚ୍‌ ପ୍ରସ୍ତୁତ ହୋଇଥିବା ନେଇ ସୂର୍ଯ୍ୟ ଆଶ୍ଚର୍ଯ୍ୟପ୍ରକଟ କରିଛନ୍ତି। ସେ କହିଛନ୍ତି ପୂର୍ବରୁ ଏଠାରେ ଆମେ ‘କଳା ମାଟି’ର ପିଚରେ ଖେଳିଛୁ। ବର୍ତ୍ତମାନ ସୁଦ୍ଧା ମୁଁ ଗ୍ରାଉଣ୍ଡକୁ ଯାଇନି। ପିଚ୍‌ ଯଦି ନାଲି ମାଟି ହୋଇଥିବ ତେବେ ଆହୁରି ଭଲ। ନାଲି ମାଟିରେ ପିଚ୍‌ ଫାଷ୍ଟ ରହିଥାଏ। ସେହିଭଳି ବାରବାଟୀରେ ପ୍ରଥମଥର ଖେଳିବାକୁ ଯାଉଥିବା ସୂର୍ଯ୍ୟ କହିଛନ୍ତି, ‘ଏଠାରେ ମୁଁ ପୂର୍ବରୁ ଆଇପିଏଲ୍‌ ଓ ଘରୋଇ କ୍ରିକେଟ୍‌ ମ୍ୟାଚ୍‌ ଖେଳିଛି। ଏଠାକାର ପ୍ରଶଂସକ ବେଶ ଉତ୍ସାହୀ। ଲୋକେଶ ରାହୁଲ ତୃତୀୟ ଦିନିକିଆରେ ବାମହାତରେ ଟସ୍‌ ପକାଇ ଯେଉଁଭଳି ବିଜୟୀ ହୋଇଥିଲେ ମୁଁ ମଧ୍ୟ କାଲି ବାରବାଟୀରେ ବାମହାତରେ ଟସ୍‌ ପକାଇବି’ ବୋଲି ମଜାରେ ସାମ୍ବାଦିକଙ୍କୁ କହିଥିଲେ ସୂର୍ଯ୍ୟକୁମାର।
ଭାରତ: ଅଭିଷେକ ଶର୍ମା, ଶୁବମନ ଗିଲ୍‌, ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ତିଳକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ଅକ୍ଷର ପଟେଲ, ଜିତେଶ ଶର୍ମା (ୱିକେଟ ରକ୍ଷକ), ଯଶ୍‌ପ୍ରୀତ୍‌ ବୁମ୍‌ରା, ବରୁଣ ଚକ୍ରବର୍ତ୍ତୀ ଓ କୁଲଦୀପ ଯାଦବ। ବେଞ୍ଚ୍‌ : ସଞ୍ଜୁ ସାମସନ, ଅର୍ଶଦୀପ ସିଂହ, ୱାଶିଂଟନ ସୁନ୍ଦର, ହର୍ଷିତ ରାଣା।
ଦକ୍ଷିଣ ଆଫ୍ରିକା : ଆଇଡେନ୍‌ ମାରକ୍ରମ (ଅଧିନାୟକ), କ୍ୱିଣ୍ଟନ ଡି କକ୍‌, ଟୋନି ଡି ଜୋର୍ଜି/ ରୀଜା ହେଣ୍ଡ୍ରିକ୍ସ, ଡିୱାଲ୍ଡ ବ୍ରେଭିସ୍‌, ଟ୍ରିଷ୍ଟାନ ଷ୍ଟବ୍ସ, ଡେଭିଡ ମିଲର, ମାର୍କୋ ଜାନସେନ, କବିନ ବୋଶ୍ଚ, କେଶବ ମହାରାଜ, ଲୁନ୍‌ଗି ଏନ୍‌ଗିଡି, ଆନରିଚ୍‌ ନୋର୍ଜେ। ବେଞ୍ଚ : ଡୋନୋଭାନ ଫେରେରା, ଜର୍ଜ ଲିଣ୍ଡେ, ଓଟ୍ଟନେଲ ବାର୍ଟମ୍ୟାନ୍‌, କ୍ୱେନା ମାଫକା।
ଖେଳ ଆରମ୍ଭ : ରାତି ୭ଟା
ଲାଇଭ୍‌ ଷ୍ଟ୍ରିମିଂ : ଜିଓହଟ୍‌ଷ୍ଟାର
ପ୍ରସାରଣ : ଷ୍ଟାର୍‌ସ୍ପୋର୍ଟ୍ସ ନେଟ୍‌ୱର୍କ
ଆଜିଠାରୁ ୫ ମ୍ୟାଚ୍‌ ବିଶିଷ୍ଟ ଭାରତ-ଅଷ୍ଟ୍ରେଲିଆ ଟି-୨୦ ସିିରିଜ୍‌ ...
କାନବେରା:  ବିଶ୍ୱର ନଂ-୧ ତଥା ବିଶ୍ୱ ଚାମ୍ପିଅନ ଟିମ୍‌ ଭାରତ ଓ ନଂ-୨ ଟିମ୍‌ ତଥା ଆୟୋଜକ ଅଷ୍ଟ୍ରେଲିଆ ମଧ୍ୟରେ ବୁଧବାରଠାରୁ ୫ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ ଖେଳାଯିବ। ଏହା ପୂର୍ବରୁ ଦୁଇ ଦେଶ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ ଖେଳାଯାଇଥିଲା। ଏଥିରେ ଅଷ୍ଟ୍ରେଲିଆ ୨-୧ରେ ବିଜୟୀ ହୋଇଥିଲା। କିନ୍ତୁ ଟି-୨୦ ଫର୍ମାଟରେ ଭାରତର ଶକ୍ତି ଅଧିକ। ଏପରିକି ୨୦୦୮ ପରଠାରୁ ଅଷ୍ଟ୍ରେଲିଆରେ ଭାରତ ସିରିଜ୍‌ ହାରିନାହିଁ। ରେକର୍ଡ ଯାହା ହେଉ ପଛେ ଦଳର ତାରକା ବୋଲର ଯଶପ୍ରୀତ୍‌ ବୁମ୍‌ରା ଏହି ସିରିଜ୍‌ ଖେଳିବାକୁ ମନୋନୀତ ହୋଇଛନ୍ତି। ଏଣୁ ଭାରତର ଶକ୍ତି ବୃଦ୍ଧି ଘଟିଛି ଓ ଦଳର ସନ୍ତୁଳନକୁ ନେଇ ମ୍ୟାନେଜମେଣ୍ଟର ଚିନ୍ତା ମଧ୍ୟ ବଢ଼ିଛି। ଆସନ୍ତାବର୍ଷ ଭାରତ ଓ ଶ୍ରୀଲଙ୍କାରେ ଖେଳାଯିବ ଟି-୨୦ ବିଶ୍ୱକପ୍‌। ଏହି ଟୁର୍ଣ୍ଣାମେଣ୍ଟ ପୂର୍ବରୁ ନିଜକୁ ପ୍ରସ୍ତୁତ କରିନେବାକୁ ଉଭୟ ଦଳ ଯୋଜନାବଦ୍ଧ ଭାବେ ଉଦ୍ୟମ କରିବେ। ଏପରିକି ଦଳର ଦକ୍ଷତା, ସନ୍ତୁଳନ, ଦୁର୍ବଳତାକୁ ମଧ୍ୟ ସଜାଡ଼ିନେବାକୁ ଉଭୟ ଦଳ ଚେଷ୍ଟା କରିବେ। ଟି-୨୦ ଫର୍ମାଟରେ ଦୁଇ ପ୍ରତିଦ୍ୱନ୍ଦ୍ୱୀ ବିଶ୍ୱର ଟପ୍‌-୨ ଦଳ ହୋଇଥିବାରୁ ଏହି ସିରିଜ୍‌ର ପ୍ରତ୍ୟେକ ମ୍ୟାଚ୍‌ ବେଶ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି।
ଭାରତରେ ଖେଳାଯିବାକୁ ଥିବା ବିଶ୍ୱକପ୍‌ର ପିଚ୍‌ କିମ୍ବା ଭେନ୍ୟୁ ସହ ଅଷ୍ଟ୍ରେଲିଆର ପିଚ୍‌ର ବ୍ୟବହାର ସମ୍ପୂର୍ଣ୍ଣ ଭିନ୍ନ। କିନ୍ତୁ ଏବେ ସବୁ ଦଳର ନଜର ରହିଛି ବିଶ୍ୱକପ୍‌ ପୂର୍ବରୁ ନିଜର ଶ୍ରେଷ୍ଠ ଟିମ୍‌ ଚୟନ କରିବା। ଏହି ସିରିଜ୍‌ ଭାରତ ଓ ଅଷ୍ଟ୍ରେଲିଆକୁ ଶ୍ରେଷ୍ଠ ଦଳ ଚୟନ ଓ ଦଳର ସନ୍ତୁଳନ ସଜାଡିବାକୁ ବଡ଼ ସୁଯୋଗ ଦେଇଛି। ଉଭୟଙ୍କ ମଧ୍ୟରେ ଲଢେ଼ଇରୁ ଯେଉଁ ଫଳ ମିଳିବ ତାହା ନିଶ୍ଚିତପକ୍ଷେ ଲାଭଦାୟକ ହେବ। ଏହା ପୂର୍ବରୁ ଭାରତ ଟି-୨୦ ଫର୍ମାଟରେ ଏସିଆ କପ୍‌ ଖେଳି ଚାମ୍ପିଅନ ହୋଇଥିଲା। ଏଥିରେ ଦଳ ଅପରାଜେୟ ଥିଲାବେଳେ ଶ୍ରୀଲଙ୍କା ବିପକ୍ଷ ସୁପର-୪’ର ଏକ ମ୍ୟାଚ୍‌କୁ ବାଦ୍‌ ଦେଲେ ଅନ୍ୟ ସବୁଥିରେ ସହଜ ବିଜୟ ହାସଲ କରିଥିଲା। ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଏକାଧିକ ପ୍ରତିଭାବାନ ଖେଳାଳି ଆଇପିଏଲ୍‌ରେ ଶ୍ରେଷ୍ଠ ପ୍ରଦର୍ଶନ କରି ଅନ୍ତର୍ଜାତୀୟ ସ୍ତରରେ ପ୍ରତିଷ୍ଠିତ ହୋଇଛନ୍ତି। ଭାରତ ନିକଟରେ ଏତେ ପ୍ରତିଭା ରହିଛି ଯେ ୧୫ ଜଣିଆ ହେଉ କିମ୍ବା ୧୧ ଜଣିଆ ଦଳ ଚୟନ କରିବା କଷ୍ଟକର।  ଟି-୨୦ ସିରିଜ୍‌ ଲାଗି ଯଶ୍‌ପ୍ରୀତ୍‌ ବୁମ୍‌ରାଙ୍କ ପ୍ରତ୍ୟାବର୍ତ୍ତନ ଦଳକୁ ଅଧିକ ମଜଭୁତ କରିଛି। ଅର୍ଶଦୀପ ସିଂହଙ୍କୁ ପାର୍ଟନର କରି ସେ ନିଶ୍ଚିତଭାବେ ଅଷ୍ଟ୍ରେଲୀୟ ବ୍ୟାଟରଙ୍କୁ ଅସୁବିଧାରେ ପକାଇବେ। ନିକଟରେ ସିଡନୀ ଦିନିକିଆରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ହର୍ଷିତ ରାଣା କିମ୍ବା ଶିବମ ଦୁବେ ପେସ୍‌ ବୋଲିଂ ଯୋଡି ବୁମ୍‌ରା-ଅର୍ଶଦୀପ୍‌ଙ୍କୁ ସାହାଯ୍ୟ କରିବେ। ଏସିଆ କପ୍‌ରେ ଭାରତ ସ୍ପିନରଙ୍କୁ ନେଇ ଚାମ୍ପିଅନ ହୋଇଥିଲା। ଅଷ୍ଟ୍ରେଲିଆ ବିପକ୍ଷରେ ସ୍ପିନରଙ୍କ ଭୂମିକା ଅଧିକ ନ ରହିଲେ ମଧ୍ୟ ଏମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବେ। ଦଳରେ ୪ଜଣ ସ୍ପିନରଙ୍କୁ ନିଆଯାଇଛି। ଅକ୍ଷର ପଟେଲ, କୁଲଦୀପ ଯାଦବ, ୱାଶିଂଟନ ସୁନ୍ଦର ଓ ବରୁଣ ଚକ୍ରବର୍ତ୍ତୀଙ୍କ ମଧ୍ୟରୁ ୨ଜଣ ଖେଳିବା ନିଶ୍ଚିତ।  ଦିନିକିଆରେ ଏମାନେ ଅଷ୍ଟ୍ରେଲିଆ ପିଚ୍‌ରେ ସଂଘର୍ଷ କରିଥିଲେ। ଟି-୨୦ରେ କିପରି ପ୍ରଦର୍ଶନ କରିବେ ତାହା ଉପରେ ଦଳର ସଫଳତା ନିର୍ଭର କରୁଛି। ଭାରତ ୨୦୨୪ରେ ବିଶ୍ୱକପ୍‌ ଜିତିବା ପରେ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଖେଳି ମାତ୍ର ୩ଟି ମ୍ୟାଚ୍‌ରେ ପରାଜିତ ହୋଇଛି। ଏହି ରେକର୍ଡ ବଜାୟ ରଖିବ ବୋଲି ଭାରତୀୟ ସମର୍ଥକ ଓ କର୍ମକର୍ତ୍ତା ଆଶା ରଖିବା ସ୍ୱାଭାବିକ୍‌।
ଖେଳ ଆରମ୍ଭ : ଅପରାହ୍ଣ ୧ଟା ୪୫ ମିନିଟ୍‌
ପ୍ରସାରଣ : ଷ୍ଟାର ସ୍ପୋର୍ଟ୍ସ ନେଟ୍‌ୱର୍କ, ଜିଓ ହଟ୍‌ଷ୍ଟାର
ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ଗତ ଦୁଇଟି ବିଶ୍ୱକପ୍‌ରେ ସଅଳ ବିଦାୟ ନେବା ସହ ସମସ୍ତଙ୍କୁ ନିରାଶ କରିଥିଲା। କିନ୍ତୁ ୨୦୨୪ ବିଶ୍ୱକପ୍‌ ପରେ ଦଳର ତାହାର ରଣନୀତି ଓ ଦୃଷ୍ଟିକୋଣରେ ପରିବର୍ତ୍ତନ ଆଣିଛି। ଯାହା ଫଳରେ ୧୧ଟି ମ୍ୟାଚ୍‌ ଖେଳି ମାତ୍ର ୨ଟିରେ ପରାଜିତ ହୋଇଛି। ମିଚେଲ ମାର୍ଶଙ୍କ ନେତୃତ୍ୱରେ ପାୱାର ହିଟରଙ୍କୁ କେବଳ ଦଳରେ ସ୍ଥାନ ମିଳିଛି। ଟ୍ରାଭିସ ହେଡ୍‌, ଜୋଶ ଇଂଲିଶ, କାମେରନ ଗ୍ରୀନ୍‌ (ଏହି ସିରିଜ୍‌ରେ ଖେଳୁନାହାନ୍ତି), ଟିମ୍‌ ଡେଭିଡ୍‌, ମିଚେଲ ଓଏନ୍‌ ଓ ଗ୍ଲେନ୍‌ ମ୍ୟାକ୍ସୱେଲ (ଶେଷ ୩ଟି ମ୍ୟାଚ୍‌ ଖେଳିବେ)ଙ୍କୁ ନେଇ ଦଳର ବ୍ୟାଟିଂ ଲାଇନ୍‌ ବେଶ ସଫଳ ହୋଇଛି। ମାର୍କସ ଷ୍ଟୋଇନିସଙ୍କ ନେତୃତ୍ୱରେ ଏକାଧିକ ଅଲରାଉଣ୍ଡର ଅଷ୍ଟ୍ରେଲିଆର ସଫଳତାରେ ଭାଗୀଦାରି ହେଉଛନ୍ତି।
ସମ୍ଭାବ୍ୟ ଦଳ
ଭାରତ- ଅଭିଷେକ ଶର୍ମା, ଶୁବମନ ଗିଲ୍‌, ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ତିଳକ ବର୍ମା, ସଞ୍ଜୁ ସାମସନ (ୱିକେଟରକ୍ଷକ), ରିଙ୍କୁ ସିଂ, ଅକ୍ଷର ପଟେଲ, ଶିବମ ଦୁବେ/ ହର୍ଷିତ ରାଣା, କୁଲଦୀପ ଯାଦବ/ ବରୁଣ ଚକ୍ରବର୍ତ୍ତୀ, ଅର୍ଶଦୀପ ସିଂହ, ଯଶ୍‌ପ୍ରୀତ୍‌ ବୁମ୍‌ରା।
ବେଞ୍ଚ- ୱାଶିଂଟନ ସୁନ୍ଦର, ନୀତୀଶ କୁମାର ରେଡ୍ଡୀ।
ଅଷ୍ଟ୍ରେଲିଆ - ମିଚେଲ ମାର୍ଶ (ଅଧିନାୟକ), ଟ୍ରାଭିସ ହେଡ୍‌, ଜୋଶ ଇଂଲିଶ (ୱିକେଟରକ୍ଷକ), ଟିମ୍‌ ଡେଭିଡ୍‌, ଜୋଶ ଫିଲିପ୍‌, ମିଚେଲ ଓଏନ, ମାର୍କସ ଷ୍ଟୋଇନିସ୍‌, ସିନ୍‌ ଆବଟ/ ଜାଭିୟର ବାର୍ଟଲେଟ, ନାଥାନ ଏଲିସ୍‌, ମ୍ୟାଟ କୁନେମାନ, ଜୋଶ ହାଜ୍‌ଲେଉଡ୍‌।
ବେଞ୍ଚ୍‌- ମାଥ୍ୟୁ ସର୍ଟ, ଜୋଶ ଫିଲିପ୍‌, ତନବୀର ସାଙ୍ଗା ଓ ବେନ୍‌ ଡ୍ୱାରଶୁଇସ୍‌।
ଭାରତ -ଇଂଲଣ୍ଡ ପ୍ରଥମ ଟି-୨୦; ୭ ୱିକେଟରେ ଜିତିଲା ଭାରତ
କୋଲକାତା: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ କୋଲକାତାର ଇଡେନ୍ ଗାର୍ଡେନ୍ସରେ ଆରମ୍ଭ ହୋଇଛି। ଟିମ୍ ଇଣ୍ଡିଆ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା।  ଇଂଲଣ୍ଡ ଦଳ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ସମସ୍ତ ୱିକେଟ ହରାଇ ୧୩୨ ରନ କରିଥିଲା। ଫଳରେ ଭାରତ ଆଗରେ ବିଜୟ ପାଇଁ ୧୩୩ ରନର ଟାର୍ଗେଟ ରହିଥିଲା। ଭରତ ୩ ୱିକେଟ ହରାଇ ୧୨.୫ ଓଭରରେ ୧୩୩ ରନ କରି ଆଜିର ମ୍ୟାଚକୁ ସହଜରେ ଜିତି ନେଇଛି।
ଭାରତ ପକ୍ଷରୁ ସଞ୍ଜୁ ସାମସନ ୨୦ ବଲରେ ୨୬ ରନ କରି ଆଉଟ ହୋଇଥିବାବେଳେ ଅଭିଷେକ ଶର୍ମା ୩୪ ବଲରେ ୭୯ ରନ କରି ଆଉଟ ହୋଇଥିଲେ। ସୂର୍ଯ୍ୟକୁମାର ଯାଦବ କୌଣସି ରନ ନ କରି ଆଉଟ ହୋଇଥିଲେ। ପରେ ପାରିକୁ ସମ୍ଭାଳିଥିଲେ ତିଲକ ଭର୍ମା। ତିଲକ ଭର୍ମା ୧୬ ବଲରେ ୧୯ ରନ କରି ଅପରାଜିତ ଥିବାବେଳେ ହାର୍ଦ୍ଦିକ ପାଣ୍ଡ୍ଯ ୪ ବଲରେ ୩ ରନ କରି ଅପରାଜିତ ରହିଥିଲେ।
ଇଂଲଣ୍ଡ ପକ୍ଷରୁ ଜୋଫ୍ରା ଆର୍ଚର ୨ଟି ୱିକେଟ ନେଇଥିବାବେଳେ ଆଦିଲ ରଶିଦ୍ ଗୋଟିଏ ୱିକେଟ ନେଇଥିଲେ।
ଇଂଲଣ୍ଡ ପକ୍ଷରୁ ଅଧିନାୟକ ଜୋସ୍ ବଟ୍ଟଲର ୪୪ ବଲରେ ୬୮ ରନ କରି ଆଉଟ ହୋଇଥିବାବେଳେ ହ୍ୟାରୀ ବ୍ରୁକ୍ ୧୪ ବଲରେ ୧୭ରନ କରି ଆଉଟ ହୋଇଥିଲେ। ଜୋଫ୍ରା ଆର୍ଚର ୧୦ ବଲରେ ୧୨ ରନ କରି ଆଉଟ ହୋଇଥିଲେ। ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ୨ ଅଙ୍କ ଛୁଇଁ ପାରି ନ ଥିଲେ।
ସେହିପରି ଭାରତ ପକ୍ଷରୁ ବରୁଣ ଚକ୍ରବର୍ତ୍ତୀ ୩ ଟି ୱିକେଟ ନେଇଥିବାବେଳେ ଅର୍ଶଦୀପ ସିଂହ, ହାର୍ଦ୍ଦିକ ପାଣ୍ଡ୍ଯ ଓ ଅକ୍ଷର ପଟେଲ ୨ଟି ଲେଖାଏଁ ୱିକେଟ ନେଇଥିଲେ।
ଭାରତ -ଇଂଲଣ୍ଡ ପ୍ରଥମ ଟି-୨୦: ଭାରତକୁ ୧୩୩ ରନର ଟାର୍ଗେଟ ଦେଲା ଇଂଲଣ୍ଡ
କୋଲକାତା: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ କୋଲକାତାର ଇଡେନ୍ ଗାର୍ଡେନ୍ସରେ ଆରମ୍ଭ ହୋଇଛି। ଟିମ୍ ଇଣ୍ଡିଆ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା।  ଇଂଲଣ୍ଡ ଦଳ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ସମସ୍ତ ୱିକେଟ ହରାଇ ୧୩୨ ରନ କରିଥିଲା। ଫଳରେ ଭାରତ ଆଗରେ ବିଜୟ ପାଇଁ ୧୩୩ ରନର ଟାର୍ଗେଟ ରହିଛି।
ଇଂଲଣ୍ଡ ପକ୍ଷରୁ ଅଧିନାୟକ ଜୋସ୍ ବଟ୍ଟଲର ୪୪ ବଲରେ ୬୮ ରନ କରି ଆଉଟ ହୋଇଥିବାବେଳେ ହ୍ୟାରୀ ବ୍ରୁକ୍ ୧୪ ବଲରେ ୧୭ରନ କରି ଆଉଟ ହୋଇଥିଲେ। ଜୋଫ୍ରା ଆର୍ଚର ୧୦ ବଲରେ ୧୨ ରନ କରି ଆଉଟ ହୋଇଥିଲେ। ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ୨ ଅଙ୍କ ଛୁଇଁ ପାରି ନ ଥିଲେ।
ସେହିପରି ଭାରତ ପକ୍ଷରୁ ବରୁଣ ଚକ୍ରବର୍ତ୍ତୀ ୩ ଟି ୱିକେଟ ନେଇଥିବାବେଳେ ଅର୍ଶଦୀପ ସିଂହ, ହାର୍ଦ୍ଦିକ ପାଣ୍ଡ୍ଯ ଓ ଅକ୍ଷର ପଟେଲ ୨ଟି ଲେଖାଏଁ ୱିକେଟ ନେଇଥିଲେ।
କିଙ୍ଗସମେଡ୍‌‌: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୪ ମ୍ୟାଚ୍‌‌ ବିଶିଷ୍ଟ ଟି-୨୦ ସିରିଜ୍‌‌ ଆସନ୍ତାକାଲି ବା ଶୁକ୍ରବାରଠାରୁ ଏଠାରେ ଆରମ୍ଭ ହେବ। ଉଭୟ ପ୍ରତିଦ୍ୱନ୍ଦ୍ୱୀ ଦଳ ନିକଟରେ ଶେଷ ହୋଇଥିବା ଟି-୨୦ ବିଶ୍ୱକପ୍‌‌ ଫାଇନାଲ ଖେଳିଥିଲେ। ଏଥିରେ ଦକ୍ଷିଣ ଆଫ୍ରିକାକୁ ହରାଇ ଭାରତ ଚାମ୍ପିଅନ ହୋଇଥିଲା। ଏହି ଟୁର୍ଣ୍ଣାମେଣ୍ଟ ପରେ ଉଭୟ ଦଳର କିଛି ଖେଳାଳି ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ ଓ ଆଉ କିଛି ଖେଳାଳିଙ୍କୁ ଅବସର କିମ୍ବା ବିଶ୍ରାମ ଦିଆଯାଇଛି। ନୂଆ ଖେଳାଳିଙ୍କୁ ଦକ୍ଷିଣ ଆଫ୍ରିକା ଗତ କିଛି ମ୍ୟାଚରେ ସୁଯୋଗ ଦେଇଛି। ଅଧିନାୟକ ଆଇଡେନ୍‌‌ ମାର୍କରାମ, ଟ୍ରିଷ୍ଟାନ ଷ୍ଟବ୍ସ ଓ ରିଜା ହେଣ୍ଡ୍ରିକ୍ସ ବିଶ୍ୱକପ୍‌‌ ଦଳରୁ ତିଷ୍ଠି ରହିଛନ୍ତି। ଏହା ପରେ ଭାରତ ବିପକ୍ଷ ସିରିଜ୍‌‌ ଲାଗି ଟି-୨୦ ବିଶେଷଜ୍ଞଙ୍କୁ ଦଳରେ ସାମିଲ କରିବା ଫଳରେ ଘରୋଇ ଦଳର ଶକ୍ତିବୃଦ୍ଧି ପାଇଛି। ଅନ୍ୟପକ୍ଷରେ ବିଶ୍ୱକପ୍‌‌ ଖେଳିଥିବା ଭାରତୀୟ ଦଳରୁ ମାତ୍ର ୪ଜଣ ଯଥା ଅଧିନାୟକ ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ ଓ ଅର୍ଶଦୀପ ସିଂ ବର୍ତ୍ତମାନ ଖେଳିବାକୁ ଆସିଥିବା ଭାରତୀୟ ଦଳରେ ତିଷ୍ଠି ରହିଛନ୍ତି। ଏହି ସିରିଜ୍‌‌ର ଅନ୍ୟ ମ୍ୟାଚ୍‌‌ ଗୁଡିକ ନଭେମ୍ବର ୧୦, ୧୩ ଓ ୧୫ରେ ଖେଳାଯିବ।
ଟି-୨୦ ବିଶ୍ୱକପ୍‌‌ ପରେ ଦକ୍ଷିଣ ଆଫ୍ରିକା ଖେଳିଥିବା ଶେଷ ୬ଟି ମ୍ୟାଚ୍‌‌ରୁ ୫ଟିରେ ପରାଜିତ ହୋଇଛି। ଅନ୍ୟପକ୍ଷରେ ଭାରତ ୧୨ଟି ମ୍ୟାଚ୍‌‌ ଖେଳି ମାତ୍ର ଗୋଟିକରେ ହାରିଛି। ନିକଟରେ ନ୍ୟୁଜିଲାଣ୍ଡ ନିକଟରୁ ୩-୦ରେ ଟେଷ୍ଟ ସିରିଜ୍‌‌ ହାରିଥିଲା ଭାରତ। ଏହାର କୌଣସି ସିଧାସଳଖ ପ୍ରଭାବ ଏହି ଟି-୨୦ ଭାରତୀୟ ଦଳ ଉପରେ ପଡ଼ିବ ନାହିଁ। ଟେଷ୍ଟ ଦଳରେ ସାମିଲ ଥିବା ଓ ଗୋଟିଏ ହେଲେ ମ୍ୟାଚ୍‌‌ ଖେଳି ନ ଥିବା ଅକ୍ଷର ପଟେଲ ଦକ୍ଷିଣ ଆଫ୍ରିକାରେ ଖେଳିବେ। ସେହିପରି ଭାରତୀୟ ଖେଳାଳିଙ୍କ ଆଉ ଏକ ଚାପ ହେଲା ଇଣ୍ଡିଆନ ପ୍ରିମିୟର ଲିଗ୍‌‌ ବା ଆଇପିଏଲ୍‌‌ ନିଲାମୀ। ଭାରତୀୟ ଦଳରେ ସାମିଲ ଥିବା ୧୫ଜଣ ଖେଳାଳିଙ୍କ ମଧ୍ୟରୁ ୧୧ଜଣଙ୍କୁ ବିଭିନ୍ନ ଫ୍ରାଞ୍ଚାଇଜ୍‌‌ ରିଟେନ କରିଛନ୍ତି। ଏଣୁ ଖେଳାଳିମାନେ ଚାପରେ ରହିବେ ନାହିଁ। ଭାରତ ଏକ ଟି-୨୦ ସ୍ପେଶାଲିଷ୍ଟ ଦଳ ପଠାଇଥିବାରୁ ଏଠାରେ ଜୋରଦାର ଲଢ଼େଇ ହେବ ବୋଲି ଆଶା କରିବା ସ୍ୱାଭାବିକ୍‌‌।
ଖେଳ ଆରମ୍ଭ: ରାତି ୮ଟା ୩୦
ପ୍ରସାରଣ: ସ୍ପୋର୍ଟ୍ସ ୧୮, ଜିଓ ସିନେମା
ଖେଳାଳି ଦଳ
ଭାରତ: ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ଅଭିଷେକ ଶର୍ମା, ସଞ୍ଜୁ ସାମସନ (ୱିକେଟରକ୍ଷକ), ତିଳକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ରମଣଦୀପ ସିଂ, ଜିତେଶ ଶର୍ମା (ୱିକେଟରକ୍ଷକ), ବରୁଣ ଚକ୍ରବର୍ତ୍ତୀ, ରବି ବିଷ୍ଣୋଇ, ଅର୍ଶଦୀପ ସିଂ, ବିଜୟକୁମାର ବ୍ୟାସକ, ଆଭେଷ ଖାନ୍‌‌ ଓ ୟଶ ଦୟାଲ।
ଦକ୍ଷିଣ ଆଫ୍ରିକା : ଆଇଡେନ୍‌‌ ମାର୍କରାମ (ଅଧିନାୟକ), ରିଜା ହେଣ୍ଡ୍ରିକ୍ସ, ହେନ୍ରିକ୍‌‌ କ୍ଲାସେନ, ଟ୍ରିଷ୍ଟାନ ଷ୍ଟବ୍ସ, ଓଟ୍ଟନିଲ ବାର୍ଟମ୍ୟାନ୍‌‌, ଗେରାଲ୍ଡ କୋଏଜି, ଡୋନୋଭାନ ଫେରେରା, ମାର୍କୋ ଜାନସେନ୍‌‌, ପ୍ୟାଟ୍ରିକ୍‌‌ କ୍ରୁଗର, କେଶବ ମହାରାଜ, ଡେଭିଡ ମିଲର, ମିହଲାଇ ପୋଙ୍ଗୱାନା, ନକ୍‌‌ବା ପିଟର,ରନ୍‌‌ ରିକେଲଟନ, ଆନ୍ଦିଲ ସିମେଲାନେ, ଲୁଥୋ ସିପ୍‌‌ମ୍ଲା।
ଭାରତ-ଶ୍ରୀଲଙ୍କା ପ୍ରଥମ ଟି-୨୦: ଶ୍ରୀଲଙ୍କାକୁ ୨୧୪ ରନର ଟାର୍ଗେଟ ଦେଲା ଭାରତ
କଲମ୍ବୋ: ଆଜି ଶ୍ରୀଲଙ୍କା ଓ ଟିମଇଣ୍ଡିଆ ପ୍ରଥମ ଟି-୨୦ରେ ମୁହାଁମୁହିଁ ହୋଇଛନ୍ତି। ପାଲ୍ଲେକେଲେ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଘରୋଇ ଶ୍ରୀଲଙ୍କା ଦଳର ଅଧିନାୟକ ଚାରିଥ୍ ଆଶାଲଙ୍କା ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଟିମ୍ ଇଣ୍ଡିଆ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ବରେ ବ୍ୟାଟିଂ ଆରମ୍ଭ କରିଥିଲା। ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୭ ୱିକେଟ ହରାଇ ୨୧୩ ରନ କରିଥିଲା। ଏହି ମ୍ୟାଚ ଜିତିବାକୁ ହେଲେ ଶ୍ରୀଲଙ୍କାକୁ ୨୧୪ ରନର ଆବଶ୍ୟକତା ରହିଛି।
ଭାରତୀୟ ଦଳ ପକ୍ଷରୁ ୟଶସ୍ୱୀ ଜୟସ୍ୱାଲ ୨୧ ବଲରେ ୪୦ ରନ କରି ଆଉଟ ହୋଇଥିଲେ। ଶୁବମାନ ଗିଲ୍‌ ୧୬ ବଲରେ ୩୪ ରନ କରି ଆଉଟ ହୋଇଥିଲେ। ଋଷଭ ପନ୍ତ ୨୭ ବଲରେ ୩୬ ରନ କରି ଆଉଟ ହୋଇଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ୧୦ ବଲରେ ୯ ରନ କରି ଆଉଟ ହୋଇଥିଲେ। ପାରିକୁ ସମ୍ଭାଳିଥିବା ସୂର୍ଯ୍ୟକୁମାର ଯାଦବ  ୨୬ ବଲରେ ୫୮ ରନ କରି ଆଉଟ ହୋଇଥିଲେ। ରିୟାନ ପରାଗ ୬ ବଲରେ ୭ରନ କରି ଆଉଟ ହୋଇଥିବା ବେଳେ ଋଷଭ ପନ୍ତ ୩୩ ବଲରେ ୪୯ ରନ କରି ଆଉଟ ହୋଇଥିଲେ। ପରେ ପାରିକୁ ରିଙ୍କୁ ସିଂ ଓ ଅକ୍ଷର ପଟେଲ ସମ୍ଭାଳିଥିଲେ। ଅକ୍ଷର ପଟେଲ ୫ ବଲରେ ୧୦ ରନ କରି ଅପରାଜିତ ରହିଥିବା ବେଳ ରିଙ୍କୁ ସିଂ ୨ ବଲରେ ୧ ରନ କରି ଆଉଟ ହୋଇଥିଲେ।
ଶ୍ରୀଲଙ୍କା ପକ୍ଷରୁ ମାଥିସା ପଥିରାନା ୪ ଟି ୱିକେଟ ନେଇଥିବାବେଳେ ଦିଲସାନ ମଦୁଶଙ୍କା, ଅସିଥ ଫର୍ଣ୍ଣାଣ୍ଡୋ ଓ ୱାନିନ୍ଦୁ ହସରଙ୍ଗା ଗୋଟିଏ ଲେଖାଏ ୱିକେଟ ନେଇଥିଲେ।
ଭାରତ-ଆଫଗାନିସ୍ତାନ ପ୍ରଥମ ଟ୍ବେଣ୍ଟି-୨୦, ୬ ୱିକେଟରେ ଜିତିଲା ଭାରତ
ମୋହାଲି: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଟି-୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍ ଗୁରୁବାର ମୋହାଲିରେ ଖେଳା ଯାଇଥିଲା। ଆଜିର ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଭାରତ।ଆଫଗାନିସ୍ତାନ ପ୍ରଥମ ବ୍ୟାଟିଂ କରି ଭାରତକୁ ୧୫୮ ରନର ଟାର୍ଗେଟ୍ ଦେଇଥିଲା। ଭାରତ ୧୭.୩ ଓଭରରେ ୪  ୱିକେଟ ହରାଇ ୧୫୯ ରନ କରି ଆଜିର ମ୍ୟାଚକୁ ଜିତନେଇଛି। ଫଳରେ ଭାରତ ୩ ଟିକିଆ ସିରିଜରରେ ୧-୦ ରେ ଆଗରେ ରହିଛି।
ଭାରତ ପକ୍ଷରୁ  ରୋହିତ ଶର୍ମା ୨ବଲ ଖେଳି କୌଣସି ରନ ନ କରି ଆଉଟ ହୋଇଥିଲେ। ପରେ ପାରିକୁ ଶୁଭମନ ଗିଲ୍ ଓ ତିଲକ ବର୍ମା ଶର୍ମା ସମ୍ଭାଳିଥିଲେ। ଶୁଭମନ ଗିଲ୍ ୧୨ ବଲରେ ୨୩ ରନ କରି ଆଉଟ ହୋଇଥିଲେ। ତିଲକ ବର୍ମା ୨୨ ବଲରେ ରନ କରି ଆଉଟ ହୋଇଥିଲେ।  ପରେ ଜିତେଶ ଶର୍ମା ୨୦ ବଲରେ ୩୧ ରନ କରି ଆଉଟ ହୋଇଥିଲେ। ପାରିକୁ ରିଙ୍କୁ ସିଂହ ଓ ଶୁଭମ ଦୁବେ ସମ୍ଭାଳିଥିଲେ। ରିଙ୍କୁ ସିଂହ ୯ ବଲରେ ୧୬ରନ କରି ଅପରାଜିତ ଥିବା ବେଳେ ଶୁଭମ ଦୁବେ ଏକ ଅର୍ଦ୍ଧଶତକୀୟ ଇଂନିସ ଖେଳିଥିଲେ।  ୪୦ ବଲରେ ୬୦ ରନ କରି ଅପରାଜିତ ରହିଥିଲେ ଶୁଭମ ଦୁବେ ।
ଆଫଗାନିସ୍ତାନ ପକ୍ଷରୁ ମୁଜୀବ ଉର ରହମାନ ୨ଟି ୱିକେଟ ନେଇଥିବା ବେଳେ ଅଜମତଉଲ୍ଲାହ ଉମାରଜାଇ ଗୋଟିଏ ୱିକେଟ ନେଇଥିଲା।
ଆଜିଠାରୁ ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜ୍‌, ବିଜୟ ଅଭିଯାନ ଲକ୍ଷ୍ୟରେ ଭାରତ
ବିଶାଖାପଟନମ: ଆଇସିସି ଦିନିକିଆ ଶେଷ ହେବାର ୩ ଦିନପରେ ଭାରତ ଓ ଭ୍ରମଣକାରୀ ଅଷ୍ଟ୍ରେଲିଆ ମଧ୍ୟରେ ଆଜି ଆରମ୍ଭ ହେବାକୁ ଯାଉଛି ୫ ମ୍ୟାଚ୍‌‌ ବିଶିଷ୍ଟ ଟି-୨୦ ସିରିଜ। ସ୍ଥାନୀୟ ୱାଇଏସ୍‌‌ ରାଜଶେଖର ରେଡ୍ଡୀ ଷ୍ଟାଡିୟମରେ ଗୁରୁବାର ପ୍ରଥମ ଟି-୨୦ ମ୍ୟାଚ୍‌‌ ଖେଳାଯିବ। ମ୍ୟାଚ୍‌‌ ସନ୍ଧ୍ୟା ୭ଟାରୁ ଆରମ୍ଭ ହେବ। ବିଶ୍ୱକପ୍‌‌ ଫାଇନାଲ ମୁକାବିଲାରେ ଭାରତ ୬ ୱିକେଟରେ ଅଷ୍ଟ୍ରେଲିଆଠାରୁ ପରାସ୍ତ ହୋଇ ଟାଇଟଲ ହାସଲରୁ ବଞ୍ଚିତ ହୋଇଥିଲା। ତେଣୁ ଏହି ସିରିଜ ଜିତି ଭାରତ କିଛିଟା ଆଶ୍ବସ୍ତି ଲାଭ କରିବାକୁ ପ୍ରୟାସ କରିବ। ନୂଆ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଭାରତ ପଡ଼ିଆକୁ ଓହ୍ଲାଇବ। ପୂର୍ବତନ ବ୍ୟାଟର ତଥା ଜାତୀୟ କ୍ରିକେଟ ଏକାଡେମୀ (ଏନ୍‌‌ସିଏ) ଅଧ୍ୟକ୍ଷ ଭିଭିଏସ୍‌ ଲକ୍ଷ୍ମଣ ଭାରତୀୟ ଦଳର ପ୍ରଶିକ୍ଷକ ଦାୟିତ୍ୱ ତୁଲାଇବେ। ସେହିପରି ଅଷ୍ଟ୍ରେଲିଆର ନେତୃତ୍ୱ ନେବେ ମାଥ୍ୟୁ ୱେଡ୍‌‌। ଦୀର୍ଘ ଏକ ବର୍ଷ ପରେ ସେ ପ୍ରଥମଥର ପାଇଁ ଅନ୍ତର୍ଜାତୀୟ ମ୍ୟାଚ୍‌‌ ଖେଳିବେ। ଟି-୨୦ ସ୍ପୋଶାଲିଷ୍ଟ ଦ୍ରୁତ ବୋଲର ଅର୍ଶଦୀପ ସିଂ ପୁଣି ଥରେ ଚମକ ଦେଖାଇବାର ସୁଯୋଗ ପାଇବେ। ଆହତ ହୋଇ ବିଶ୍ୱକପ୍‌‌ରୁ ବାଦ୍‌‌ ପଡ଼ିଥିବା ସ୍ପିନ ଅଲରାଉଣ୍ଡର ଅକ୍ଷର ପଟେଲ ଏହି ଦଳରେ ସ୍ଥାନ ପାଇଛନ୍ତି।
ପିଚ୍‌‌ ଉଭୟ ବ୍ୟାଟର, ବୋଲରଙ୍କୁ ସୁହାଇବ
ବିଶାଖାପଟନମର ଏହି ପିଚ୍‌‌ ସନ୍ତୁଳିତ ମନେହେଉଛି। ଉଭୟ ବ୍ୟାଟର ଓ ବୋଲରଙ୍କୁ ଏହି ପିଚ୍‌‌ ସୁହାଇବ। ଏଠାରେ ଗତ ୧୦ଟି ମ୍ୟାଚ୍‌‌ରେ ପ୍ରଥମେ ବ୍ୟାଟିଂ କରିଥିବା ଦଳର ହାରାହାରି ସ୍କୋର ୧୩୨ ରହିଛି। ଟସ୍‌‌ର ଭୂମିକା ଗୁରୁତ୍ୱପୂର୍ଣ୍ଣ ହେବ। ଟସ୍‌‌ ଜିତିବା ଦଳ ବ୍ୟାଟିଂ କରିବାକୁ ପସନ୍ଦ କରିବ। ଦ୍ୱିତୀୟ ପାଳିରେ ବ୍ୟାଟିଂ କରିଥିବା ଦଳ ଏଠାରେ ୬୭% ମ୍ୟାଚ୍‌‌ ଜିତିଛି। ଉଭୟ ଦ୍ରୁତ ବୋଲର ଓ ସ୍ପିନର ଏହି ପିଚ୍‌‌ରେ ସହାୟତା ପାଇବେ।
ଭାରତର ରେକର୍ଡ ଭଲ ରହିଛି
ଟି-୨୦ରେ ଉଭୟ ଦଳ ପରସ୍ପରକୁ ୨୬ଥର ଭେଟିଛନ୍ତ ଓ ଭାରତର ରେକର୍ଡ ଭଲ ରହିଛି। ଭାରତ ୧୫ଟି ମ୍ୟାଚ୍‌‌ ଓ ଅଷ୍ଟ୍ରେଲିଆ ୧୦ଟିରେ ବିଜୟୀ ହୋଇଛି। ଗୋଟିଏ ମ୍ୟାଚ୍‌‌ ବିନା ଫଳାଫଳରେ ଶେଷ ହୋଇଛି। ଗତ ୫ଟି ମ୍ୟାଚ୍‌‌ରେ ଭାରତ ୩ ଓ ଅଷ୍ଟ୍ରେଲିଆ ୨ଟିରେ ବିଜୟୀ ହୋଇଛି। ତେଣୁ ଏହି ମ୍ୟାଚ୍‌‌ରେ ଭାରତ ଫେବରାଇଟ୍‌‌ ବିବେଚିତ ହେଉଛି। ସିରିଜର ଦ୍ୱିତୀୟ, ତୃତୀୟ, ଚତୁର୍ଥ ଓ ପଞ୍ଚମ ମ୍ୟାଚ୍‌‌ ୨୬, ୨୮, ଡିସେମ୍ବର ୧ ଓ ୩ରେ ଯଥାକ୍ରମେ ଥିରୁବନନ୍ତପୁରମ, ଗୁଆହାଟୀ, ରାୟପୁର ଓ ବେଙ୍ଗାଲୁରୁରେ ଖେଳାଯିବ।
ଭାରତୀୟ ଦଳ: ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ଇଶାନ କିଶନ, ଋତୁରାଜ ଗାଏକ୍ୱାଡ, ତିଳକ ବର୍ମା, ଶିବମ ଦୁବେ, ରିଙ୍କୁ ସିଂ, ଅକ୍ଷର ପଟେଲ, ୱାଶିଂଟନ ସୁନ୍ଦର, ରବି ବିଷ୍ଣୋଇ, ଅର୍ଶଦୀପ ସିଂ, ପ୍ରସିଦ୍ଧ କ୍ରିଷ୍ଣା, ଆଭେସ ଖାନ ଓ ମୁକେଶ କୁମାର।
ଅଷ୍ଟ୍ରେଲିଆ ଦଳ: ମାଥ୍ୟୁ ୱେଡ (ଅଧିନାୟକ), ଷ୍ଟିଭ ସ୍ମିଥ୍‌‌, ଆରୋନ ହାର୍ଡି, ଜୋଶ ଇଂଲିଶ, ମାର୍କସ ଷ୍ଟୋଇନିସ୍‌‌, ଟିମ ଡେଭିଡ୍‌‌, ସିନ ଆବୋଟ, ନାଥନ ଏଲିସ୍‌‌, ଜାସନ ବେହେରନଡୋର୍ଫ, ମାଥ୍ୟୁ ଶର୍ଟ, ସ୍ପେନସର ଜନଦସନ, ତନବୀର ସାଙ୍ଗା, ଟ୍ରାଭିସ ହେଡ ଓ ଗ୍ଲେନ ମ୍ୟାକ୍ସୱେଲ।
ଭାରତ ଓ ଆୟର୍ଲାଣ୍ଡ ପ୍ରଥମ ଟି-୨୦: ଭାରତକୁ ୧୪୦ ରନର ଟାର୍ଗେଟ ଦେଲା ଆୟର୍ଲାଣ୍ଡ
ଡବଲିନ: ଭାରତ ଓ ଆୟର୍ଲାଣ୍ଡ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ର ପ୍ରଥମ ମୁକାବିଲା ଆଜିଠାରୁ ଆରମ୍ଭ ହୋଇଛି। ରାଜଧାନୀ ଡବ୍‌ଲିନ୍‌ରେ ଖେଳାଯାଉଥିବା ଆଜିର ମ୍ୟାଚ୍‌ରେ ଭାରତ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଛି।  ଆୟରଲ୍ୟାଣ୍ଡ ଘରୋଇ ମଇଦାନରେ ପ୍ରଥମେ ବ୍ୟାଟିଂ କରି ୭ ୱିକେଟ ହରାଇ ୧୩୯ ରନ କରିଛି। ଏହି ମ୍ୟାଚକୁ ଜିତିବାକୁ ହେଲେ ଭାରତକୁ ୧୪୦ ରନର ଆବଶ୍ୟକତା ରହିଛି।
ଆୟର୍ଲାଣ୍ଡ ପକ୍ଷରୁ ଆଣ୍ଡ୍ରିଉ ବଲବିର୍ଣ୍ଣି ୨ ବଲରେ ୪ ରନ କରି ଆଉଟ ହୋଇଥିବା ବେଳେ ପଲ ଷ୍ଟର୍ଲିଂ ୧୧ ବଲରେ ୧୧ ରନ କରି ଆଉଟ ହୋଇଥିଲେ। ଲୋରାନ ଟକର ୩ଟି ବଲ ଖେଳି କୌଣସନ ରନ ନ କରି ଆଉଟ ହୋଇଥିଲେ। ହ୍ୟାରୀ ଟେକ୍ଟର ୧୯ ବଲରେ ୬ ରନ କରି ଆଉଟ ହୋଇଥିଲେ। ଜର୍ଜ ଡକରେଲ ୩ ବଲରେ ୧ ରନ କରି ଆଉଟ ହୋଇଥିଲେ। ମାର୍କ ଆଦେୟାର ୧୬ ବଲରେ ୧୬ ରନ କରି ଆଉଟ ହୋଇଥିଲେ। ଅନ୍ୟପକ୍ଷରେ କର୍ଟିସ କାମ୍ଫର ପାରିକୁ ସମ୍ଭାଳିଥିଲେ। ତାଙ୍କ ସଥ ଦେଇଥିଲେ ବାରୀ ମ୍ୟାକ୍‌କାର୍ଥି । ପରେ କର୍ଟିସ କାମ୍ଫର ୩୩ ବଲରେ ୩୯ ରନ କରି ଆଉଟ ହୋଇଥିଲେ। ବାରୀ ମ୍ୟାକ୍‌କାର୍ଥି ୩୩ ବଲରେ ୫୧ ରନ କରି ଅପରାଜିତ ରହିଥିଲେ ।
ଭାରତୀୟଙ୍କ ପକ୍ଷରୁ ଯଶପ୍ରୀତ୍‌ ବୁମ୍‌ରା , ପ୍ରସିଦ୍ଧ କ୍ରିଷ୍ଣା ଓ ରବି ବିଷ୍ଣୋଇ ୨ଟି ଲେଖାଏଁ ୱିକେଟ ନେଇଥିବା ବେଳେ ଅର୍ଶଦୀପ ସିଂ ଗୋଟିଏ ୱିକେଟ ନେଇଥିଲେ।
ପ୍ରଥମ ଟି-୨୦: ଭାରତକୁ ୧୫୦ ରନର ଟାର୍ଗେଟ ଦେଲା ଓ୍ଵେଷ୍ଟଇଣ୍ଡିଜ
ତ୍ରିନିଦାଦ: ୱେଷ୍ଟଇଣ୍ଡିଜ ଗସ୍ତରେ ଥିବା ଭାରତ ଟେଷ୍ଟ ସିରିଜ ଓ ଦିନିକିଆ ସିରିଜ୍‌କୁ କବ୍‌ଜା କରିବା ପରେ ଆଜି ଠାରୁ ଟି-୨୦ ସିରିଜ୍‌ ଆରମ୍ଭ ହୋଇଛି। ବ୍ରାଏନ ଲାରା ଷ୍ଟାଡିୟମ୍‌ରେ ପ୍ରଥମ ଟି-୨୦ ମ୍ୟାଚ୍ ଖେଳାଯାଉଛି। ଆଜିର ମ୍ୟାଚ୍‌ରେ ଘରୋଇ ଦଳ ୱେଷ୍ଟଇଣ୍ଡିଜ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ପ୍ରଥମେ ବ୍ୟାଟିଂ କରି ୬ ୱିକେଟ ହରାଇ ୱେଷ୍ଟଇଣ୍ଡିଜ୧୪୯ ରନ କରିଛି। ତେବେ ଏହି ମ୍ୟାଚକୁ ଜିତିବାକୁ ହେଲେ ଭାରତକୁ ୧୫୦ ରନର ଆବଶ୍ୟକତା ରହିଛି।
ୱେଷ୍ଟଇଣ୍ଡିଜ୍ ପକ୍ଷରୁ ବ୍ରେଣ୍ଡନ୍ କିଙ୍ଗ୍ ୧୯ ବଲରେ ୨୮ ରନ କରି ଆଉଟ ହୋଇଥିବା ବେଳେ କାଇଲ୍ ମାୟର୍ସ ୭ ବଲରେ ୧ ରନ କରି ଆଉଟ ହୋଇଥିଲେ । ଜନସନ ଚାର୍ଲ୍ସ ୬ ବଲରେ ୩ ରନ କରି ଆଉଟ ହୋଇଥିଲେ। ନିକୋଲାସ୍ ପୁରନ୍ ୩୪ ବଲରେ ୪୧ ରନ କରି ଆଉଟ ହୋଇଥିଲେ। ପରେ ପାରିକୁ ରୋଭମାନ ପାୱେଲ  ଓ  ଶିମ୍ରନ୍ ହେଟମାୟର ସମ୍ଭାଳିଥିଲେ। ଶିମ୍ରନ୍ ହେଟମାୟର ୧୨ ବଲରେ ୧୦ ରନ କରି ଆଉଟ ହୋଇଥିଲେ। ପାୱେଲଙ୍କ ସାଥ ଦେବା ପାଇଁ ରୋମାରିଓ ଶେଫର୍ଡ ଆସିଥିଲେ। ରୋଭମାନ ପାୱେଲ ୩୨ ବଲରେ ୪୮ ରନ କରି ଆଉଟ ହୋଇଥିଲେ। ପରେ ଜେସନ ହୋଲ୍ଡର ବ୍ୟାଟିଂ କରିବାକୁ ଆସିଥିଲେ। ଜେସନ ହୋଲ୍ଡର ୫ ବଲରେ ୬ ରନ କରି ଅପରାଜିତ ରହିଥିଲେ।
ଭାରତ ପକ୍ଷରୁ ୟୁଜବେନ୍ଦ୍ର ଚହଲ ଓ  ଅର୍ଶଦୀପ ସିଂହ ୨ଟି ଲେଖାଏଁ ୱିକେଟ ନେଇଥିଲେ। ସେହିପରି କୁଲଦୀପ ଯାଦବ ଓ ହାର୍ଦ୍ଦିକ ପାଣ୍ଡ୍ୟା ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।
ଆଜିଠୁ ଭାରତ-ନ୍ୟୁଜିଲାଣ୍ଡ ଟି-୨୦ ସିରିଜ: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ବରେ ପଡିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ
ରାଞ୍ଚି: ଆଜିଠୁ ଆରମ୍ଭ ହେବ ଭାରତ-ନ୍ୟୁଜିଲାଣ୍ଡ ଟି-୨୦ ସିରିଜ୍ । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ବରେ ୩ ଟିକିଆ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳିବ ମେନ୍ ଇନ ବ୍ଲୁ । ଆଜି ସନ୍ଧ୍ୟା ୭ଟାରେ ରାଞ୍ଚିରେ ଖେଳାଯିବ ପ୍ରଥମ ମ୍ୟାଚ୍ ।ସିରିଜରେ ଦଳର ବରିଷ୍ଠ ଖେଳାଳି ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ବିଶ୍ରାମ ଦିଆଯାଇଛି । ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଦିନିକିଆ ଶୃଙ୍ଖଳା କ୍ଲିନ୍ ସୁଇପ କରି ଭାରତର ମନୋବଳ ଦୃଢ଼ ରହିଛି ।
ICC ଦିନିକିଆ ମାନ୍ୟତାରେ ଏକ ନମ୍ବର ଦଳ ହୋଇଛି ଟିମ୍ ଇଣ୍ଡିଆ । ଯାହାକି ଭାରତୀୟ ଖେଳାଳିଙ୍କ ମନରେ ଜୋସ୍ ଭରିଛି । ଏଣୁ ମ୍ୟାଚ ଜିତି ଆରମ୍ଭରୁ ସିରିଜକୁ କବଜାକୁ ନେବାକୁ ଉଦ୍ୟମ କରିବ ଭାରତ । ସେପଟେ ତ୍ରୁଟି ସୁଧାରି ଭାରତକୁ ଜବାବ ଦେବାକୁ ରଣନୀତି କରିଛି ନ୍ୟୁଜିଲାଣ୍ଡ । ଦିନିକିଆରେ ଶୋଚନୀୟ ପରାଜୟ ପରେ ଟି-୨୦ ସିରିଜରେ ଭଲ ପ୍ରଦର୍ଶନ ପାଇଁ ଦଳ ଉଦ୍ୟମ କରିବ।
ଆଜିଠାରୁ ଭାରତ- ନ୍ୟୁଜିଲାଣ୍ଡ ଟି-୨୦ ସିରିଜ୍‌ ଆରମ୍ଭ, ନୂଆ ମନ ନେଇ ଖେଳିବ ଭାରତ
ୱେଲିଂଟନ: ମାତ୍ର ଗୋଟିଏ ବର୍ଷ ପୂର୍ବେ ୟୁଏଇରେ ଖେଳାଯାଇଥିବା ୨୦୨୧ ଟି-୨୦ ବିଶ୍ୱକପ୍‌ରେ ଭାରତ ଅନେକ ତ୍ରୁଟି କରିଥିଲା । ଏହାର ଗୋଟିଏ ବର୍ଷ ପରେ ଅଷ୍ଟ୍ରେଲିଆରେ ୨୦୨୨ରେ ଖେଳାଯାଇଥିବା ବିଶ୍ୱକପ୍‌ରେ ଭାରତୀୟ ଦଳ ତାହାର ଖେଳ ଶୈଳୀରେ ପରିବର୍ତ୍ତନ କରି ପାରି ନଥିଲା । ଏହାରି ମଧ୍ୟରେ ଭାରତ ଆଦୌ ଉତ୍ସାହଜନକ ଖେଳ ପ୍ରଦର୍ଶନ କରି ନପାରି ସେମିଫାଇନାଲ ଖେଳିଥିଲା ଓ ଲଜ୍ଜାଜନକ ଭାବେ ପରାଜିତ ହୋଇଥିଲା । ବିଶ୍ୱକପ୍‌ ଅଭିଯାନ ପରେ ଶୁକ୍ରବାରଠାରୁ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ୩ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ ୱେଲିଂଟନଠାରୁ ଆରମ୍ଭ ହେବ । ଏହି ସିରିଜ୍‌ ପରଠାରୁ ଭାରତ ଏକ ନୂଆ ଦଳ, ନୂଆ ଯୋଜନା ଓ ନୂଆ ମନ ନେଇ ଖେଳିବ ବୋଲି ଆଶା କରାଯାଉଛି ।
ୟୁଏଇ’ର ବିଫଳତା ପରେ ଭାରତୀୟ ଦଳ ଖେଳିଥିବା ମ୍ୟାଚ୍‌ରେ ଆକ୍ରମଣାତ୍ମକ ଖେଳି ଭଲ ସଫଳତା ପାଇଥିଲା । ତାହା କିନ୍ତୁ ବିଶ୍ୱକପ୍‌ରେ ଦେଖିବାକୁ ମିଳି ନଥିଲା । ଦଳର ଟପ୍‌ ଅର୍ଡର ବ୍ୟାଟରଙ୍କ ମନୋଭାବ ବା ଖେଳଶୈଳୀ ଆଦୌ ସଫଳ ହୋଇ ନଥିଲା, ଯାହାକି ଭାରତକୁ ଲଜ୍ଜାଜନକ ଭାବେ ବ୍ୟାକ୍‌ଫୁଟକୁ ଠେଲିଦେଇଥିଲା । ପ୍ରତିଦ୍ୱନ୍ଦ୍ୱୀଙ୍କୁ ଚାପରେ ପକାଇବା ପରିବର୍ତ୍ତେ ଭାରତୀୟ ଦଳ ନିଜକୁ ଚାପରେ ରଖିଥିଲା । ଏହି ମନୋଭାବ ଯୋଗୁଁ ଭାରତ ଗତ ୯ ବର୍ଷ ହେଲା ଆଇସିସିରେ କୌଣସି ଟ୍ରଫି ଜିତିପାରି ନାହିଁ । ଟି-୨୦ ବିଶ୍ୱକପ୍‌ ଆଉ ଦୁଇ ବର୍ଷ ଥିଲାବେଳେ ଏହି ଦଳର ନେତୃତ୍ୱ ନେବାକୁ ହାର୍ଦ୍ଦିକ ପାଣ୍ଡ୍ୟା ଏବେ ସୁଦ୍ଧା ଯୋଗ୍ୟତମ ବ୍ୟକ୍ତି । ତାଙ୍କରି ନେତୃତ୍ୱରେ ଏବେ ଭାରତ ନ୍ୟୁଜିଲାଣ୍ଡ ସିରିଜ୍‌ରୁ ୨୦୨୪ ବିଶ୍ୱକପ୍‌ ଲାଗି ପ୍ରସ୍ତୁତି ଆରମ୍ଭ କରିବ ।
ଏହି ବିଶ୍ୱକପ୍‌ ପରେ ଭାରତରେ ଆସନ୍ତାବର୍ଷ ଅର୍ଥାତ୍‌ ୨୦୨୩ରେ ଦିନିକିଆ ବିଶ୍ୱକପ୍‌ ଖେଳାଯିବ । ଭାରତ ସମେତ ସମସ୍ତ ଦେଶ ଗୁଡିକ ଏହା ଉପରେ ନଜର ରଖିଛନ୍ତି । ଏହି ବିଶ୍ୱକପ୍‌ ଖେଳାଯିବାକୁ ପୂର୍ବରୁ ଭାରତ ଅଧା ଡଜନେରୁ ଟି-୨୦ ମ୍ୟାଚ୍‌ ଖେଳିବ । ଏହି ମ୍ୟାଚ୍‌ ଗୁଡିକରେ କେବଳ ଟି-୨୦ରେ ଦକ୍ଷତା ହାସଲ କରିଥିବା ଖେଳାଳିଙ୍କୁ ସୁଯୋଗ ମିଳିବ ବୋଲି କାମଚଳା ଟିମ୍‌ ମ୍ୟାନେଜମେଣ୍ଟର ମୁଖ୍ୟ କୋଚ୍‌ ଭିଭିଏସ୍‌ ଲକ୍ଷ୍ମଣ ସୂଚନା ଦେଇଛନ୍ତି । ଅଷ୍ଟ୍ରେଲିଆରେ ଟପ୍‌ ଅର୍ଡରରେ ଖେଳିଥିବା ଦୁଇ ଓପନର ରୋହିତ ଶର୍ମା ଓ ଲୋକେଶ ରାହୁଲଙ୍କୁ ପରବର୍ତ୍ତୀ ବିଶ୍ୱକପ୍‌ରେ ସ୍ଥାନ ମିଳିବା ଆଶା ନାହିଁ । ସଫଳ ହୋଇଥିଲେ ମଧ୍ୟ ନଂ-୩ ବ୍ୟାଟର ବିରାଟ କୋହଲିଙ୍କ ଅବସ୍ଥା ମଧ୍ୟ ସମାନ ହେବ । ଏଭଳି ସ୍ଥିତିରେ ପ୍ରତିଭାବାନ ଶୁବମାନ ଗିଲ୍‌ଙ୍କୁ ଭାରତ ନୂଆ ଓପନର ଭାବେ ଉପସ୍ଥାପନ କରିବ । ପୂର୍ବରୁ ଇନିଂସ ଓପନ କରିଥିବା ଇଶାନ କିସାନ କିମ୍ବା ୱିକେଟକିପର ଋଷଭ ପନ୍ତ୍‌ଙ୍କୁ ଓପନିଂରେ ଖେଳିବାର ସୁଯୋଗ ମିଳିବ । ସୂର୍ଯ୍ୟକୁମାର ଯାଦବ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉପସ୍ଥିତିରେ ମିଡଲ ଅର୍ଡରର ପ୍ରଦର୍ଶନକୁ ନେଇ ଢେ଼ର ଆଶା ରହିଛି । ଶ୍ରେୟସ ଆୟର, ୱାଶିଂଟନ ସୁନ୍ଦର ଓ ସଞ୍ଜୁ ସାମସନ ସୁଯୋଗ ପାଇଲେ ତାହାକୁ ପୂରା ମାତ୍ରାରେ କାର୍ଯ୍ୟକାରୀ କରିବେ ବୋଲି ଆଶା ରଖିବା ସ୍ୱାଭାବିକ୍‌ ।
ପେସ୍‌ ବୋଲିଂରେ ସେପରି କିଛି ପରିବର୍ତ୍ତନ ହେବାର ଆଶା କମ୍‌ । ଭୁବନେଶ୍ୱର କୁମାର, ଅର୍ଶଦୀପ ସିଂ ଓ ପାଣ୍ଡ୍ୟା ଆହତ ନହେଲେ ୩ଟିଯାକ ମ୍ୟାଚ୍‌ରେ ଖେଳିବେ । ନବାଗତ ଖେଳାଳି ତଥା ନୂଆ ଟ୍ରମ୍ପ କାର୍ଡ ହେବାକୁ ଯାଉଥିବା ଉମ୍ରାନ ମଲ୍ଲିକ, ହର୍ଷଲ ପଟେଲ ଓ ମହମ୍ମଦ୍‌ ସିରାଜଙ୍କୁ ଯେଉଁ ସୁଯୋଗ ମିଳିବ ତାହାକୁ ସେମାନେ ଦୁଇ ହାତରେ କାର୍ଯ୍ୟକାରୀ କରିବେ ବୋଲି ଆଶା କରାଯାଉଛି । କିନ୍ତୁ ସ୍ପିନ୍‌ ବିଭାଗରେ ‘କୁଲଚା’ ଯୋଡି ଅର୍ଥାତ୍‌ କୁଲଦୀପ ଯାଦବ ଓ ଯୁଜବେନ୍ଦ୍ର ଚହଲଙ୍କୁ ନ୍ୟୁଜିଲାଣ୍ଡ ପରିବେଶରେ କିପରି ପ୍ରଭାବ ପକାଇବେ ତାହା ଦେଖିବାକୁ ବାକି ରହିଛି । ଏହି ସିରିଜ୍‌ରେ ଭାରତୀୟ ଖେଳାଳିଙ୍କୁ ଗଠିତ ଟିମ୍‌କୁ ‘ବି’ ଟିମ୍‌ର ଆଖ୍ୟା ଦିଆଯାଉଥିଲେ ମଧ୍ୟ ଏହି ଦଳରେ ଅନ୍ତର୍ଜାତୀୟ କ୍ରିକେଟ ଖେଳିଥିବା ସମସ୍ତ ଖେଳାଳି ରହିଛନ୍ତି ।
ଭାରତୀୟ ଦଳରେ ଯଶ୍‌ପ୍ରୀତ୍‌ ବୁମ୍‌ରା ଆହତ ଯୋଗୁଁ ଅନୁପସ୍ଥିତ ଥିଲାବେଳେ ଘରୋଇ ଦଳର ଟପ୍‌ ଫାଷ୍ଟ ବୋଲର ଟ୍ରେଣ୍ଟ ବୋଲ୍ଟଙ୍କୁ ସ୍ଥାନ ମିଳିନାହିଁ । ଘରୋଇ ପରିବେଶ ଓ ଅଭିଜ୍ଞତାରୁ ନ୍ୟୁଜିଲାଣ୍ଡ ଫାଷ୍ଟ ବୋଲର ବେଶ ପ୍ରଭାବ ପକାଇବେ ବୋଲି ଆଶା ରହିଛି । ଦୁଇ ଓପନର ଫିନ୍‌ ଆଲେନ ଓ ଡେଭନ କନୱେ, ମିଡଲ ଅର୍ଡରରେ ଦୁଇ ଯୁବ ଖେଳାଳି ଡାରିଲ ମିଚେଲ ଓ ଗ୍ଲେନ୍‌ ଫିଲିପ୍ସ ବିଶ୍ୱର ଯେ କୌଣସି ବୋଲିଂ ଲାଇନ୍‌ର ହୋସ୍‌ ଉଡ଼ାଇବାର ଦକ୍ଷତା ରଖିଛନ୍ତି । କିନ୍ତୁ ନ୍ୟୁଜିଲାଣ୍ଡର ବୋଲିଂ ଏହି ସିରିଜ୍‌ ନିର୍ଣ୍ଣାୟକରେ ମୁଖ୍ୟ ଭୂମିକା ଗ୍ରହଣ କରିବ ।
ଖେଳାଳି ଦଳ
ଭାରତ: ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ଋଷଭ ପନ୍ତ୍‌ (ଉପଅଧିନାୟକ), ଇଶାନ କିସାନ, ଶୁବମାନ ଗିଲ, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଦା, ଶ୍ରେୟସ ଆୟର, ସଞ୍ଜୁ ସାମସନ, ୱାଶିଂଟନ ସୁନ୍ଦର, ଯୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ହର୍ଶଲ ପଟେଲ, ମହମ୍ମଦ୍‌ ସିରାଜ୍‌, ଭୁବନେଶ୍ୱର କୁମାର, ଅର୍ଶଦୀପ ସିଂ ଓ ଉମ୍ରାନ ମଲ୍ଲିକ ।
ନ୍ୟୁଜିଲାଣ୍ଡ: କେନ୍‌ ୱିଲିୟମସନ (ଅଧିନାୟକ), ଫିନ୍‌ ଆଲେନ୍‌, ଡେଭନ କନୱେ (ୱିକେଟ କିପର), ମାଇକେଲ ବ୍ରେସ୍‌ୱେଲ, ଡାରିଲ ମିଚେଲ, ଗ୍ଲେନ୍‌ ଫିଲିପ୍ସ, ମିଚେଲ ସାଣ୍ଟନର, ଇଶ୍‌ ସୋଧି, ଜିମ୍ମି ନୀଶାମ, ଟିମ୍‌ ସୌଦୀ, ଲକି ଫର୍ଗୁସନ, ଆଦାମ ମିଲ୍‌ନେ ଓ ବ୍ଲେୟର ଟିକ୍‌ନର ।
ଖେଳସୂଚୀ
୧୮ା୧୧- ପ୍ରଥମ ଟି-୨୦ ୱେଲିଂଟନ
୨୦ା୧୧ -ଦ୍ୱିତୀୟ ଟି-୨୦ ମାଉଣ୍ଟ ମାଉଙ୍ଗାନୁଇ
୨୨ା୧୧ -ତୃତୀୟ ଟି-୨୦ ନାପିଏର
ପ୍ରସାରଣ: ଷ୍ଟାର ସ୍ପୋର୍ଟ୍ସ
ଖେଳ ଆରମ୍ଭ: ମଧ୍ୟାହ୍ନ ୧୨ଟା