Ladakh - The Sakala

ସରକାରଙ୍କୁ ସୋନମ୍ ୱାଙ୍ଗଚୁକ୍‌ଙ୍କ ଚେତାବନୀ: 'ପ୍ରତିଶ୍ରୁତି ପାଳନ କରନ୍ତୁ, ଛାତ୍ରଛାତ୍ରୀଙ୍କୁ ନ୍ୟାୟ ଦିଅନ୍ତୁ'
ପ୍ରସିଦ୍ଧ ପରିବେଶବିତ୍ ତଥା ସାମାଜିକ କର୍ମୀ ସୋନମ୍ ୱାଙ୍ଗଚୁକ୍ (Sonam Wangchuk) ଶନିବାର କେନ୍ଦ୍ର ସରକାରଙ୍କୁ ନିଜର ପ୍ରତିଶ୍ରୁତି ମନେ ପକାଇ ଦେଇଛନ୍ତି। ନିକଟରେ ଶେଷ ହୋଇଥିବା ୨୬ ଦିନିଆ ଅନଶନ ସମୟରେ କେନ୍ଦ୍ର ସରକାର ଦେଇଥିବା ଲିଖିତ ପ୍ରତିଶ୍ରୁତିଗୁଡ଼ିକୁ ଯଥାଶୀଘ୍ର ପୂରଣ କରିବାକୁ ସେ ଆହ୍ୱାନ ଦେଇଛନ୍ତି। ଏଥିସହ ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କ ବିରୋଧରେ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ଏବଂ ଆତ୍ମହତ୍ୟା କରିଥିବା ଛାତ୍ରଛାତ୍ରୀଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରିବାକୁ ସେ ଦାବି କରିଛନ୍ତି।

ସୋସିଆଲ୍ ମିଡିଆରେ ବାର୍ତ୍ତା

ଲାଦାଖ୍‌ରେ ଥିବା ନିଜର ପୈତୃକ ଗାଁକୁ ଫେରିବା ପରେ ଏକ୍ସ (X)ରେ ଏକ ଭିଡିଓ ବାର୍ତ୍ତା ସେୟାର କରିଛନ୍ତି ୱାଙ୍ଗଚୁକ୍। ସେ ଏହି ପୋଷ୍ଟରେ ଲେଖିଛନ୍ତି, 'ଗାଁକୁ ଫେରିଆସିଛି... କିନ୍ତୁ କାରଣଗୁଡ଼ିକୁ ଭୁଲି ନାହିଁ। ଆଶା କରୁଛି ସରକାର ବାକି ଥିବା ପ୍ରତିଶ୍ରୁତିଗୁଡ଼ିକୁ ମଧ୍ୟ ପୂରଣ କରିବେ।' ଭିଡିଓରେ ସେ ଦର୍ଶାଇଛନ୍ତି ଯେ ସେ ବର୍ତ୍ତମାନ ବିଶ୍ରାମ ନେଉଛନ୍ତି ଏବଂ ଶକ୍ତି ସଞ୍ଚୟ କରୁଛନ୍ତି। ଠିକ୍ ସମୟରେ ପଦକ୍ଷେପ ନେଲେ ସରକାରଙ୍କ ପ୍ରତି ସମ୍ମାନ ବଢ଼ିଥାଏ ବୋଲି ସେ ମତ ଦେଇଛନ୍ତି। ବିଶେଷ କରି ଛାତ୍ର ଆନ୍ଦୋଳନ ଏବଂ ପରୀକ୍ଷା ବିଭ୍ରାଟ ଯୋଗୁଁ ଯେଉଁ ଛାତ୍ରଛାତ୍ରୀମାନେ ନିଜ ଜୀବନ ହାରିଛନ୍ତି, ସେମାନଙ୍କ ପରିବାରକୁ ନ୍ୟାୟ ଏବଂ କ୍ଷତିପୂରଣ ଦେବାର ସମୟ ଆସିଯାଇଛି ବୋଲି ସେ ସ୍ପଷ୍ଟ କରିଛନ୍ତି।

ଛାତ୍ର ଆନ୍ଦୋଳନ ଓ ଅନଶନ

ସୂଚନାଯୋଗ୍ୟ ଯେ, ନିଟ୍ (NEET) ପରୀକ୍ଷା ଦୁର୍ନୀତି ଏବଂ ଅନ୍ୟାନ୍ୟ ଶିକ୍ଷାଗତ ଅନିୟମିତତାକୁ ନେଇ ନୂଆଦିଲ୍ଲୀର ଯନ୍ତରମନ୍ତର ଠାରେ ଛାତ୍ରଛାତ୍ରୀମାନେ ବିକ୍ଷୋଭ ପ୍ରଦର୍ଶନ କରୁଥିଲେ। ଏହି ଆନ୍ଦୋଳନକୁ ସମର୍ଥନ ଜଣାଇ ୱାଙ୍ଗଚୁକ୍ ଜୁନ୍ ୨୮ ତାରିଖରୁ ଅନଶନରେ ବସିଥିଲେ। ପରେ କେନ୍ଦ୍ର ମନ୍ତ୍ରୀ ଜେ.ପି ନଡ୍ଡା ଏବଂ ଜିତେନ୍ଦ୍ର ସିଂହଙ୍କ ଉପସ୍ଥିତିରେ ଲିଖିତ ପ୍ରତିଶ୍ରୁତି ପାଇବା ପରେ ସେ ନିଜର ଅନଶନ ଭାଙ୍ଗିଥିଲେ। ଶାନ୍ତିପୂର୍ଣ୍ଣ ପ୍ରଦର୍ଶନକାରୀଙ୍କ ଉପରେ କୌଣସି ମାମଲା ରୁଜୁ ହେବ ନାହିଁ ବୋଲି ସରକାର ସେତେବେଳେ ଆଶ୍ୱାସନା ଦେଇଥିଲେ।

ଭାରତୀୟ ରେଳବାଇ ପ୍ରସଙ୍ଗ

ଅନ୍ୟପକ୍ଷରେ ୱାଙ୍ଗଚୁକ୍ ନିକଟରେ ଭାରତୀୟ ରେଳବାଇକୁ ନେଇ ଦେଇଥିବା ନିଜର ମନ୍ତବ୍ୟକୁ ସମର୍ଥନ କରିଛନ୍ତି। କାଶ୍ମୀରକୁ ରେଳପଥ ସମ୍ପ୍ରସାରଣ ଏବଂ ଏହାର ଇଞ୍ଜିନିୟରିଂ କାର୍ଯ୍ୟକୁ ପ୍ରଶଂସା କରିଥିବାରୁ କିଛି ବ୍ୟକ୍ତି ତାଙ୍କୁ ସମାଲୋଚନା କରିଥିଲେ ଏବଂ ଏହାକୁ ସରକାରଙ୍କ ସପକ୍ଷବାଦୀ ମନୋଭାବ ବୋଲି ଆକ୍ଷେପ କରିଥିଲେ। ଏହାର ଉତ୍ତରରେ ୱାଙ୍ଗଚୁକ୍ କହିଛନ୍ତି ଯେ ରେଳବାଇ କିମ୍ବା ଇସ୍ରୋ (ISRO) ଭଳି ଜାତୀୟ ପ୍ରତିଷ୍ଠାନଗୁଡ଼ିକର ସଫଳତାକୁ କେବେହେଲେ ରାଜନୈତିକ ଦୃଷ୍ଟିକୋଣରୁ ବିଚାର କରାଯିବା ଉଚିତ୍ ନୁହେଁ। ଆମେ କ'ଣ ଏତେ ସଂକୀର୍ଣ୍ଣମନା ହୋଇଯାଇଛୁ ବୋଲି ପ୍ରଶ୍ନ କରି ସେ ଜାତୀୟ ସେବା ପାଇଁ ହଜାର ହଜାର ଇଞ୍ଜିନିୟରଙ୍କ ଅବଦାନକୁ ସ୍ୱୀକୃତି ଦେବା ଜରୁରୀ ବୋଲି ମତବ୍ୟକ୍ତ କରିଛନ୍ତି।

ପରିବେଶବିତ୍ ସୋନମ ୱାଙ୍ଗଚୁକ୍‌ଙ୍କ ନାଁରୁ NSA ହଟାଇଲେ କେନ୍ଦ୍ର ସରକାର, ଖୁବଶୀଘ୍ର ମୁକୁଳିବେ ଜେଲ୍‌ରୁ
ନୂଆଦିଲ୍ଲୀ: ସୋନମ ୱାଙ୍ଗଚୁକ୍‌ଙ୍କ ନାଁରୁ NSA ହଟାଇଲେ ସରକାର । ଖୁବଶୀଘ୍ର ଜେଲ୍‌ରୁ ମୁକୁଳିବେ ଲଦାଖ ଆନ୍ଦୋଳନକାରୀ ସୋନମ ୱାଙ୍ଗଚୁକ । କେନ୍ଦ୍ର ସରକାର ଶନିବାର ଦିନ ଜାତୀୟ ସୁରକ୍ଷା ଆଇନ (National Security Act - NSA) ଅଧୀନରେ ବନ୍ଦୀ ଥିବା ଲଦାଖର ପ୍ରସିଦ୍ଧ ପରିବେଶବିତ୍ ତଥା ସାମାଜିକ କର୍ମୀ ସୋନମ ୱାଙ୍ଗଚୁକଙ୍କ ଅଟକାଦେଶକୁ ତୁରନ୍ତ ପ୍ରତ୍ୟାହାର କରିନେଇଛନ୍ତି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ମନ୍ତ୍ରଣାଳୟ କହିଛି ଯେ, ଲଦାଖରେ ଶାନ୍ତି, ସ୍ଥିରତା ଏବଂ ପାରସ୍ପରିକ ବିଶ୍ୱାସର ପରିବେଶ ସୃଷ୍ଟି କରିବା ପାଇଁ ସରକାର ପ୍ରତିବଦ୍ଧ ରହିଛନ୍ତି।

ଗୃହ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ, ସମସ୍ତ ଅଂଶୀଦାରଙ୍କ ସହ ସକାରାତ୍ମକ ଏବଂ ଅର୍ଥପୂର୍ଣ୍ଣ ଆଲୋଚନାକୁ ସହଜ କରିବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ନିଆଯାଇଛି। ସରକାରଙ୍କ କହିବା ଅନୁଯାୟୀ, ସୋନମ ୱାଙ୍ଗଚୁକ ତାଙ୍କ ଅଟକ ଅବଧିର ପ୍ରାୟ ଅଧା ସମୟ କାଟି ସାରିଛନ୍ତି। ଅନ୍ୟପକ୍ଷରେ, ଲଦାଖରେ କ୍ରମାଗତ ବନ୍ଦ ଏବଂ ବିକ୍ଷୋଭ ଯୋଗୁଁ ଛାତ୍ରଛାତ୍ରୀ, ବ୍ୟବସାୟୀ, ପର୍ଯ୍ୟଟକ ଏବଂ ସମଗ୍ର ଅର୍ଥନୀତି ଉପରେ ପ୍ରତିକୂଳ ପ୍ରଭାବ ପଡ଼ୁଥିବା ସରକାର ଦର୍ଶାଇଛନ୍ତି ଏବଂ ଏହାକୁ ରୋକିବା ପାଇଁ ସ୍ଥାନୀୟ ନେତାମାନଙ୍କ ସହ ନିରନ୍ତର ଆଲୋଚନା ଜାରି ରଖିଛନ୍ତି।

ସରକାରଙ୍କ ଏହି ନିଷ୍ପତ୍ତି ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପର କିଛି ଦିନ ପରେ ଆସିଛି। ସୁପ୍ରିମକୋର୍ଟ ମାର୍ଚ୍ଚ ୧୭ ତାରିଖକୁ ଶୁଣାଣି ଘୁଞ୍ଚାଇବା ସହ ୱାଙ୍ଗଚୁକଙ୍କ ଖରାପ ସ୍ୱାସ୍ଥ୍ୟବସ୍ଥାକୁ ଦୃଷ୍ଟିରେ ରଖି ତାଙ୍କ ଅଟକ ନିଷ୍ପତ୍ତିର ପୁନର୍ବିଚାର କରିବାକୁ କେନ୍ଦ୍ରକୁ କହିଥିଲେ। ତାଙ୍କ ପତ୍ନୀ ଗୀତାଞ୍ଜଳି ଆଙ୍ଗମୋ ସୁପ୍ରିମକୋର୍ଟରେ ଏହି ଅଟକକୁ ଚ୍ୟାଲେଞ୍ଜ କରିଥିଲେ, ଯାହାର ପ୍ରଥମ ଶୁଣାଣି ଗତବର୍ଷ ଅକ୍ଟୋବର ୬ରେ ହୋଇଥିଲା।

ଲଦାଖକୁ ପୂର୍ଣ୍ଣ ରାଜ୍ୟ ପାହ୍ୟା ଏବଂ ସମ୍ବିଧାନର ଷଷ୍ଠ ଅନୁସୂଚୀରେ ସାମିଲ କରିବା ଦାବିରେ ଆନ୍ଦୋଳନ ତୀବ୍ର ହେବା ପରେ, ଗତ ସେପ୍ଟେମ୍ବର ୨୬, ୨୦୨୫ରେ ଲେହ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ନିର୍ଦ୍ଦେଶକ୍ରମେ ୱାଙ୍ଗଚୁକଙ୍କୁ ଏନଏସଏ (NSA) ବଳରେ ଅଟକ ରଖାଯାଇଥିଲା। ପରେ ତାଙ୍କୁ ରାଜସ୍ଥାନର ଜୋଧପୁର ଜେଲକୁ ସ୍ଥାନାନ୍ତର କରାଯାଇଥିଲା। ସରକାର ଅଭିଯୋଗ କରିଥିଲେ ଯେ, ୱାଙ୍ଗଚୁକ ନେପାଳ ଓ ବାଂଲାଦେଶ ଭଳି ବିଦ୍ରୋହ ପାଇଁ ଯୁବକମାନଙ୍କୁ ଉସକାଉଥିଲେ। ଏଥିସହ ସେପ୍ଟେମ୍ବର ୨୪ ତାରିଖର ହିଂସା ସହ ମଧ୍ୟ ତାଙ୍କୁ ଯୋଡ଼ା ଯାଇଥିଲା, ଯେଉଁଥିରେ ୪ ଜଣଙ୍କର ମୃତ୍ୟୁ ହେବା ସହ ୧୬୦ରୁ ଅଧିକ ଲୋକ ଆହତ ହୋଇଥିଲେ।

ଲଦାଖରେ ଅଘଟଣ: ନଦୀରେ ଭାସିଗଲା ସେନା ଟ୍ୟାଙ୍କ, ୫ ଯବାନ ଭାସିଯାଇଥିବା ସୂଚନା
ନୂଆଦିଲ୍ଲୀ: ନଦୀରେ ଭାସିଗଲା ସେନା ଟ୍ୟାଙ୍କ। ନଦୀରେ ଅଧିକ ପାଣି ଆସିବାରୁ ସେନା ଟ୍ୟାଙ୍କ ଭାସି ଯାଇଥିବା ଜଣାପଡ଼ିଛି। ଲଦାଖରେ ସେନାର ଟ୍ୟାଙ୍କ ଅଭ୍ୟାସ ବେଳେ ଭାସିଯାଇଛି। ବଢି ପାଣିରେ ୫ ଜଣ ଭାସି ଯାଇଥିବା ସୂଚନା। ନଦୀ ପାର ବେଳେ ହଠାତ୍ ଜଳସ୍ତର ବଢିଯିବାରୁ ଦୌଲତ ବାଗ୍ ଓଲ୍ଡି ଅଞ୍ଚଳରେ ଟ୍ୟାଙ୍କଟି ଭାସିଯାଇଥିବା ଜଣାପଡ଼ିଛି।

ଲଦାଖରେ ନିୟୋଜିତ ହେଲେ ୬୮ ହଜାର ଯବାନ, ସୀମାରେ ସଜାଗ ୯୦ ଟ୍ୟାଙ୍କ
ନୂଆଦିଲ୍ଲୀ:  ଲଦାଖର ବାସ୍ତବ ନିୟନ୍ତ୍ରଣ ରେଖା (ଏଲ୍‌ଏସି) ନିକଟରେ ଭାରତ ୬୮ ହଜାରରୁ ଅଧିକ ଯବାନଙ୍କୁ ମୁତୟନ କରିଛି। ୯୦ ଟ୍ୟାଙ୍କ ଏବଂ ୱିପନ ସିଷ୍ଟମ ଆକ୍ରମଣ ପାଇଁ ପ୍ରସ୍ତୁତ ହୋଇ ରହିଛି। ସୁଖୋଇ ଏସ୍‌ୟୁ-୩୦ ଏମ୍‌କେଆଇ ଏବଂ ଜାଗୁଆର ଭଳି ବିମାନ ଶତ୍ରୁ ଉପରେ ୨୪ ଘଣ୍ଟା ନଜର ରଖିଛନ୍ତି। ପ୍ରତିରକ୍ଷା ଏବଂ ସୁରକ୍ଷା ପ୍ରତିଷ୍ଠାନ ସୂତ୍ରରୁ ଏହି ସୂଚନା ମିଳିଛି। ୨୦୨୦ ଜୁନ୍‌ ୧୫ରେ ଲଦାଖର ଗଲୱାନ ଘାଟୀରେ ଚୀନ୍‌ ସୈନିକଙ୍କ ସହ ଭାରତୀୟ ଯବାନଙ୍କ ସଂଘର୍ଷ ହୋଇଥିଲା। ଏହା ପରେ ଲଦାଖରେ ସେନା ମୁତୟନ ବୃଦ୍ଧି କରାଯାଇଥିଲା।

ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଏହି ସଂଘର୍ଷ ପରେ ଭାରତୀୟ ବାୟୁସେନାର ପରିବହନ ବିଭାଗ ଏକ ବିଶେଷ ଅଭିଯାନରେ କମ୍‌ ସମୟରେ ଅଧିକରୁ ଅଧିକ ଅସ୍ତ୍ରଶସ୍ତ୍ର ଏବଂ ଯବାନଙ୍କୁ ଏଲ୍‌ଏସିର ଦୁର୍ଗମ ଅଞ୍ଚଳକୁ ନେଇଥିଲା। ଏହି ଅଭିଯାନରେ ସି-୧୩୦ଜେ ସୁପର ହରକ୍ୟୁଲେସ ଏବଂ ସି-୧୭ ଗ୍ଲୋବମାଷ୍ଟର ବିମାନ ସାମିଲ ଥିଲା। ମୋଟ ୯ ହଜାର ଟନ୍‌ର ସାମଗ୍ରୀ ପରିବହନ କରାଯାଇଥିଲା। ଚୀନ୍‌ କାର୍ଯ୍ୟକଳାପ ଉପରେ ନଜର ରଖିବାକୁ ଦୂରରୁ ପରିଚାଳିତ ହେଉପାରୁଥିବା ବିମାନ (ଆର୍‌ପିଏ) ମୁତୟନ କରାଯାଇଛି। ବିମାନରୁ କେବଳ ୫୦ କିମି ପର୍ଯ୍ୟନ୍ତ ନଜର ରଖାଯାଇ ପାରୁଥିଲା। ତେଣୁ ଚୀନ୍‌ ସୈନିକଙ୍କ ସ୍ଥିତି ଏବଂ କାର୍ଯ୍ୟକଳାପ ଉପରେ ନଜର ରଖିବାକୁ ସେନା ସୁନିଶ୍ଚିତ କରିଥିଲା। ଗୁଇନ୍ଦା ସୂଚନା ସଂଗ୍ରହ କରାଯାଉଥିଲା। ଲଢୁଆ ବିମାନର ଅନେକ ସ୍କ୍ବାଡ୍ରନ ପ୍ରସ୍ତୁତ ହୋଇ ରହିଥିଲେ। ୩୩୦ ବିଏମପି ପଦାତିକ ବାହିନୀର ଲଢୁଆ ଗାଡ଼ି, ରାଡାର ସିଷ୍ଟମ, ତୋପ, ବନ୍ଧୁକ ଏବଂ ଅନ୍ୟ ଉପକରଣ ଲଦାଖ ନିଆଯାଇଥିଲା।

ତାଇୱାନ୍‌-ଚାଇନା ବିବାଦ ମଧ୍ୟରେ ଚୀନ୍‌କୁ ଭାରତର ଚେତାବନୀ, ଲଦାଖରେ କରନାହିଁ ବାୟୁ ସୀମା ଉଲ୍ଲଂଘନ
ନୂଆଦିଲ୍ଲୀ : ଆମେରିକା କଂଗ୍ରେସ ବାଚସ୍ପତି ନାନ୍ସି ପେଲୋସିଙ୍କ ତାଇଓ୍ୱାନ୍ ଗସ୍ତକୁ ନେଇ ଉଗ୍ରରୂପ ଧାରଣ କରିଛି ତାଇୱାନ୍‌-ଚାଇନା ବିବାଦ। ଏହି ବିବାଦ ଏବେ ଯୁଦ୍ଧ ପରିସ୍ଥିତି ସୃଷ୍ଟି କରିବା ଉପରେ ରହିଛି। ଯେଉଁମାନେ ଚାଇନାକୁ ଅପମାନିତ କରିଛନ୍ତି ସେମାନଙ୍କୁ ଦଣ୍ଡ ଦିଆଯିବ ବୋଲି ଚାଇନା ବୈଦେଶିକ ମନ୍ତ୍ରୀଙ୍କ ଘୋଷଣା ପରେ ଅଧିକ ଘନେଇଛି ଯୁଦ୍ଧ ସ୍ଥିତି । ନୌସେନା ଜାହାଜରୁ ସମୁଦ୍ର ଭିତରକୁ ଘନ ଘନ କ୍ଷେପଣାସ୍ତ୍ର ବି ମାଡ କରୁଛି ଡ୍ରାଗନ୍ ସେନା। ଅଦ୍ୟାବଧି ତାଇଓ୍ୱାନ୍ ଚାରିପାଖେ ୬ଟି ସ୍ଥାନରେ ଚାଲିଛି ଚୀନର ସମରାଭ୍ୟାସ। ଚୀନ୍‌ର ‘ପିପୁଲ୍‌ସ୍‌ ଲିବରେସନ୍‌ ଆର୍ମି’ ତାଇୱାନ୍‌ ଦ୍ବୀପ ଚତୁଃପାର୍ଶ୍ବରେ ଆରମ୍ଭ କରିଥିବା ବ୍ୟାପକ ସମରାଭ୍ୟାସରେ ଦୂରଗାମୀ ରକେଟ୍‌ କମାଣ ଏବଂ ସାଧାରଣ କ୍ଷେପଣାସ୍ତ୍ର ନିକ୍ଷେପ କରୁଛି। ଏହାରି ମଧ୍ୟରେ ଚାଇନାକୁ ଚେତାବନୀ ଦେଇଛି ଭାରତ।

ମିଳିଥିବା ସୂଚନା ଅନୁସାରେ ଗତ ମଙ୍ଗଳବାର ପୂର୍ବ ଲଦାଖର ଚୁସୁଲ ମଲଡୋ ଠାରେ ଭାରତ ଏବଂ ଚୀନ୍ ମଧ୍ୟରେ ସ୍ୱତନ୍ତ୍ର ଆଲୋଚନା ହୋଇଥିଲା। ଏଥିରେ ଗତ ୪୫ଦିନ ମଧ୍ୟରେ ଚୀନ୍ ବାୟୁସେନା ଦ୍ୱାରା ବାୟୁ ସୀମା ଉଲ୍ଲଂଘନ କରାଯିବାକୁ ନେଇ ଭାରତ ଦୃଢ ବିରୋଧ କରିଛି। ଭାରତୀୟ ବାୟୁସେନା ଏହି ଅଞ୍ଚଳରୁ ଚୀନ୍ ଯୁଦ୍ଧ ବିମାନକୁ ତଡ଼ି ଦେଇଥିଲା। ପୂର୍ବ ଲଦ୍ଦାଖ ସୀମା ନିକଟରେ ଲଢୁଆ ବିମାନ ଉଡାଇ ଚୀନର ଉସକାଇଲା ଭଳି କାମକୁ ଭାରତ ବିରୋଧ କରିଛି ।

ଭାରତ ଏବଂ ଚୀନ୍ ପୂର୍ବରୁ କରିଥିବା ବୁଝାମଣା ଅନୁସାରେ ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍(LAC) ର ୧୦ କିଲୋମିଟର ମଧ୍ୟରେ ନିଜ ନିଜର ଯୁଦ୍ଧ ବିମାନ ଉଡ଼ାଇବାକୁ ନିଷ୍ପତ୍ତି ହୋଇଥିଲା। କିନ୍ତୁ ଚୀନ୍ ବିମାନ ଗତ ଦେଢ ମାସ ମଧ୍ୟରେ ଏହାକୁ ଉଲ୍ଲଂଘନ କରିଛି।ଚୀନ୍ ସାମରିକ ଅଧିକାରୀଙ୍କୁ ଭାରତ ଏହାକୁ ଏକ ଉତ୍ତେଜନାମୂଳକ କାର୍ଯ୍ୟ ବୋଲି କହିଛି ଏବଂ ଭାରତ ପକ୍ଷରୁ ଚୀନ୍‌କୁ ବାୟୁସେନା ଉଲ୍ଲଂଘନ ଭଳି ଉତ୍ତେଜନାମୂଳକ କାର୍ଯ୍ୟରୁ ନିବୃତ୍ତ ରହିବାକୁ ଚେତାବନୀ ଦିଆଯାଇଛି।

ଏହି ବୈଠକରେ ପ୍ରଥମଥର ପାଇଁ ସାମିଲ ହୋଇଥିଲେ ଭାରତୀୟ ଏୟାରଫୋର୍ସ କମାଣ୍ଡର । ସ୍ୱତନ୍ତ୍ର ସାମରିକ ଆଲୋଚନାରେ ଉଭୟ ଦେଶର ବାୟୁସେନା ଅଧିକାରୀ ମଧ୍ୟ ଅଂଶଗ୍ରହଣ କରିଥିଲେ। ସେମାନଙ୍କ ବ୍ୟତୀତ ସାମରିକ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ। ଏୟାର କମାଣ୍ଡର ଅମିତ ଶର୍ମା ଭାରତୀୟ ପକ୍ଷରେ ଉପସ୍ଥିତ ଥିବାବେଳେ ଚୀନ୍ ପକ୍ଷରୁ ତାଙ୍କ ପ୍ରତିପକ୍ଷ ଅଧିକାରୀ ଥିଲେ। ସୂତ୍ରରୁ ପ୍ରକାଶ ଯେ ଲେଫ୍ଟନାଣ୍ଟ ଜେନେରାଲ ଏ ସେନଗୁପ୍ତାଙ୍କ ନେତୃତ୍ୱରେ ଅଗ୍ନି ଏବଂ ଫ୍ୟୁରି କର୍ପସ ଅଧୀନରେ ମେଜର ଜେନେରାଲ ପଦବୀର ଜଣେ ଅଧିକାରୀ ଭାରତୀୟ ସେନାକୁ ପ୍ରତିନିଧିତ୍ୱ କରିଥିଲେ। ଏହି ବୈଠକରେ ଭାରତ ଚୀନକୁ ସଫା ସଫା କହିଦେଇଛି, ଲଢୁଆ ବିମାନ ଉଡାଇବା ବେଳେ ନିଜ ସୀମାର ରହୁ ଚୀନ୍ । ଏହା ସହିତ ଏଲଏସି ଠାରୁ ୧୦ କିମି ଦୂରତା ବଜାୟୀ ରଖୁ ।

ଏହି ଆଲୋଚନା ପରେ ଆଜି ଗଣାମଧ୍ୟମକୁ ସୂଚା ଦିଆଯିବା ସହିତ ଏକ ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇ ଏୟାର ଚିଫ୍ ମାର୍ସଲ ବିଆର ଚୌଧୁରୀ କହିଛନ୍ତି, ଭାତର ଏଲଏସି ବାହାରେ ଚୀନର ଗତିବିଧୀ ଉପରେ ନଜର ରଖିଛି । ଯଦି ସୀମାରେ ଚୀନର କୌଣସି ଅପ୍ରିତିକର ଗତିବିଧୀ ନଜର କରିବୁ ତାହେଲେ ଭାରତ ତାର ଲଢୁଆ ବିମାନକୁ ସୀମାରେ ମୁତୟନ କରିଦେବ । ରାଡାର ସିଷ୍ଟମକୁ ଆହୁରି ମଜଭୁତ କରିଦିଆଯାଇଛି । ଚୀନ୍ ଉପରେ ନଜର ରଖାଯାଇଛି ବୋଲି କହିଛନ୍ତି ଚିଫ୍ ମାର୍ସଲ।