oil prices - The Sakala
ମଧ୍ୟପ୍ରାଚ୍ୟ ସଂଘର୍ଷର ପ୍ରଭାବ: ବିଶ୍ୱ ଅର୍ଥନୀତିକୁ ନେଇ ସତର୍କ କରାଇଲେ ବିଶ୍ୱ ବ୍ୟାଙ୍କ ଅଧ୍ୟକ୍ଷ ଅଜୟ ବଙ୍ଗା
ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ସଂଘର୍ଷ କେବଳ ସେହି ଅଞ୍ଚଳରେ ସୀମିତ ହୋଇ ରହିନାହିଁ, ବରଂ ଏହାର ବ୍ୟାପକ ପ୍ରଭାବ ସମଗ୍ର ବିଶ୍ୱ ଉପରେ ପଡ଼ିବାକୁ ଯାଉଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟସ୍ଥତାରେ ଅସ୍ତ୍ରବିରତି ଘୋଷଣା ହୋଇଥିଲେ ସୁଦ୍ଧା, ବିଶ୍ୱ ଅର୍ଥନୀତି ବଡ଼ ଧରଣର କ୍ଷତି ସହିବ ବୋଲି ବିଶ୍ୱ ବ୍ୟାଙ୍କ ଅଧ୍ୟକ୍ଷ ଅଜୟ ବଙ୍ଗା ସତର୍କ କରାଇ ଦେଇଛନ୍ତି।
ଅଭିବୃଦ୍ଧି ହ୍ରାସ ଏବଂ ମୁଦ୍ରାସ୍ଫୀତି ବୃଦ୍ଧି
ବିଶ୍ୱ ବ୍ୟାଙ୍କର ସଦ୍ୟତମ ଆକଳନ ଅନୁସାରେ, ଯଦି ଯୁଦ୍ଧ ଶୀଘ୍ର ଶେଷ ହୁଏ, ତେବେ ବିଶ୍ୱ ଅଭିବୃଦ୍ଧି ୦.୩ ରୁ ୦.୪ ପ୍ରତିଶତ କମିବ। କିନ୍ତୁ ଯୁଦ୍ଧ ଦୀର୍ଘକାଳୀନ ହେଲେ ଏହା ୧ ପ୍ରତିଶତ ଯାଏଁ ହ୍ରାସ ପାଇବାର ଆଶଙ୍କା ରହିଛି। ବିଶେଷ କରି ବିକାଶଶୀଳ ଦେଶଗୁଡ଼ିକରେ ମୁଦ୍ରାସ୍ଫୀତି ୬.୭ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ। ରିପୋର୍ଟ ଅନୁଯାୟୀ, ବିଶ୍ଵବ୍ୟାପୀ ତୈଳ ଦର ୫୦% ବୃଦ୍ଧି ପାଇଛି ଏବଂ ୨୦୨୬ ପାଇଁ ବିଶ୍ୱ ଅଭିବୃଦ୍ଧି ଆକଳନ ପୂର୍ବର ୪% ରୁ ଖସି ଆସି ୩.୬୫% ରେ ପହଞ୍ଚିଛି।
ଯୋଗାଣ ଶୃଙ୍ଖଳା ବାଧାପ୍ରାପ୍ତ ଓ ଭୂ-ରାଜନୈତିକ ଉତ୍ତେଜନା
ଏହି ସଂଘର୍ଷ ଯୋଗୁଁ କେବଳ ତେଲ ନୁହେଁ, ବରଂ ଗ୍ୟାସ୍, ସାର୍, ହିଲିୟମ୍ ଏବଂ ଖାଦ୍ୟ ସାମଗ୍ରୀର ଯୋଗାଣ ମଧ୍ୟ ବାଧାପ୍ରାପ୍ତ ହେଉଛି। ଅନ୍ୟପଟେ ଇରାନ ଓ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ଜାରି ରହିଛି। ପାକିସ୍ତାନରେ ଆଲୋଚନା ପୂର୍ବରୁ ଇରାନ ନିଜର ଜବତ ସମ୍ପତ୍ତି ଫେରସ୍ତ ଦାବି କରିଥିବା ବେଳେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚେତାବନୀ ଦେଇଛନ୍ତି ଯେ ଆମେରିକୀୟ ଯୁଦ୍ଧ ଜାହାଜଗୁଡ଼ିକ ଅସ୍ତ୍ରଶସ୍ତ୍ର ସହ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି।
ଶକ୍ତି ସୁରକ୍ଷା ଉପରେ ବିଶ୍ୱ ବ୍ୟାଙ୍କର ଗୁରୁତ୍ୱ
ଏହି ଆର୍ଥିକ ସଙ୍କଟ ସମୟରେ ଅଜୟ ବଙ୍ଗା ବିଶ୍ୱର ବିଭିନ୍ନ ଦେଶକୁ ଶକ୍ତି ସୁରକ୍ଷା ଉପରେ ଅଧିକ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଛନ୍ତି। ସେ ନାଇଜେରିଆର ଉଦାହରଣ ଦେଇ କହିଛନ୍ତି ଯେ ନିଜସ୍ୱ ରିଫାଇନାରୀ ସ୍ଥାପନ କରିବା ଦ୍ୱାରା ଦେଶଟି ଏବେ ଅଧିକ ସୁରକ୍ଷିତ ହୋଇପାରିଛି। ଏହି ପରିପ୍ରେକ୍ଷୀରେ ବିଶ୍ୱ ବ୍ୟାଙ୍କ ପରମାଣୁ ଶକ୍ତି ଏବଂ ଜଳବିଦ୍ୟୁତ ପ୍ରକଳ୍ପକୁ ପାଣ୍ଠି ଯୋଗାଇବା ପାଇଁ ନିଜ ନିୟମରେ ମଧ୍ୟ ପରିବର୍ତ୍ତନ ଆଣିଛି। ମୁକାବିଲା ପାଇଁ ଦେଶଗୁଡ଼ିକୁ ଅନାବଶ୍ୟକ ସବସିଡି ନ ଦେବାକୁ ଏବଂ ଆର୍ଥିକ ସ୍ଥିତି ସୁଧାରିବାକୁ ବିଶ୍ୱ ବ୍ୟାଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି।
ହରମୁଜ୍ ପ୍ରଣାଳୀ ବନ୍ଦ କଲା ଇରାନ: ବିଶ୍ୱ ବଜାରରେ ତୈଳ ସଙ୍କଟ, ଆକ୍ରମଣ ପାଇଁ ପ୍ରସ୍ତୁତ ଆମେରିକା ନେତୃତ୍ୱାଧୀନ ମେଣ୍ଟ
ହରମୁଜ୍ ପ୍ରଣାଳୀ (Strait of Hormuz) ଠାରେ ଲାଗି ରହିଥିବା ଭୂ-ରାଜନୈତିକ ସଙ୍କଟ କାରଣରୁ ବିଶ୍ୱ ଶକ୍ତି ବଜାରରେ ଏକ ବଡ଼ ଧରଣର ଅସ୍ଥିରତା ଦେଖାଦେଇଛି। ଆମେରିକା ଏବଂ ଇସ୍ରାଏଲ୍ ପକ୍ଷରୁ ଇରାନ ଉପରେ କରାଯାଇଥିବା ସାମରିକ ଆକ୍ରମଣ ପରେ ଇରାନର ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନ ଯୋଗୁଁ ଏହି ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ପଥ ଏବେ ବନ୍ଦ ହୋଇଯାଇଛି। ଫଳସ୍ୱରୂପ ବିଶ୍ୱରେ ତୈଳ ଏବଂ ଗ୍ୟାସ୍ ଯୋଗାଣରେ ବ୍ୟାପକ ବାଧା ସୃଷ୍ଟି ହୋଇଛି।
ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲର ଆକ୍ରମଣ
ଗତ ୨୮ ଫେବୃଆରୀ ୨୦୨୬ ରେ ଆମେରିକା ଏବଂ ଇସ୍ରାଏଲ୍ ମିଳିତ ଭାବେ ଇରାନର ସାମରିକ ଏବଂ ପରମାଣୁ କେନ୍ଦ୍ରଗୁଡ଼ିକ ଉପରେ ବିମାନ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ଇରାନର ସର୍ବୋଚ୍ଚ ନେତା ଅଲି ଖାମେନେଇ (Ali Khamenei) ଙ୍କର ମୃତ୍ୟୁ ଘଟିଥିଲା। ଏହାର ଜବାବରେ ଇରାନ ମଧ୍ୟ ଆମେରିକାର ସାମରିକ ଘାଟି ଏବଂ ଇସ୍ରାଏଲ୍ ଉପରେ ମିସାଇଲ୍ ଏବଂ ଡ୍ରୋନ୍ ମାଡ଼ କରିଥିଲା। ଏହା ସହିତ ଇରାନର ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (IRGC) ହରମୁଜ୍ ପ୍ରଣାଳୀ ଦେଇ ଯାଉଥିବା ବ୍ୟାବସାୟିକ ଜାହାଜଗୁଡ଼ିକୁ ରୋକିବା ସହ ଆକ୍ରମଣ କରିବା ଆରମ୍ଭ କରିଥିଲା, ଯାହା ଫଳରେ ଏହି ପଥରେ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି।
ବିଶ୍ୱ ଅର୍ଥନୀତି ଉପରେ ପ୍ରଭାବ ଏବଂ ତୈଳ ଦର ବୃଦ୍ଧି
ହରମୁଜ୍ ପ୍ରଣାଳୀ ଦେଇ ବିଶ୍ୱର ପ୍ରାୟ ୨୦ ପ୍ରତିଶତ ଦୈନିକ ତୈଳ ଯୋଗାଣ ଏବଂ ବିପୁଳ ପରିମାଣର ତରଳ ପ୍ରାକୃତିକ ଗ୍ୟାସ୍ (LNG) ପରିବହନ କରାଯାଇଥାଏ। ଏହି ସଙ୍କଟ କାରଣରୁ ବ୍ରେଣ୍ଟ୍ କ୍ରୁଡ୍ ଅଏଲ୍ (Brent crude oil) ର ମୂଲ୍ୟ ବ୍ୟାରେଲ୍ ପିଛା ୧୧୨ ରୁ ୧୨୬ ଡଲାର ପାର୍ କରିଛି। କତାରରୁ ଏସିଆ ଏବଂ ୟୁରୋପକୁ ଯାଉଥିବା LNG ଯୋଗାଣ ମଧ୍ୟ ଗମ୍ଭୀର ଭାବରେ ପ୍ରଭାବିତ ହୋଇଛି, ଯାହା ବିଶ୍ୱ ଅର୍ଥନୀତି ପାଇଁ ଏକ ବଡ଼ ବିପଦ ସୃଷ୍ଟି କରିଛି।
ଆମେରିକାର ଚେତାବନୀ ଓ ନୂତନ ମେଣ୍ଟ
ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ୧୯ ମାର୍ଚ୍ଚ ୨୦୨୬ ରୁ ଆମେରିକା ସେନା ଏହି ପ୍ରଣାଳୀକୁ ଖୋଲିବା ପାଇଁ ଏକ ସାମରିକ ଅଭିଯାନ ଆରମ୍ଭ କରିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ଚେତାବନୀ ଦେଇଛନ୍ତି ଯେ ଯଦି ତୁରନ୍ତ ଏହି ଜଳପଥକୁ ମୁକ୍ତ ନକରାଯାଏ, ତେବେ ଇରାନର ବିଦ୍ୟୁତ୍ କେନ୍ଦ୍ରଗୁଡ଼ିକୁ ଧ୍ୱଂସ କରିଦିଆଯିବ। ଅନ୍ୟପକ୍ଷରେ, ଇରାନ ଧମକ ଦେଇଛି ଯେ ଯଦି ତାହାର ଭିତ୍ତିଭୂମି ଉପରେ ଆକ୍ରମଣ ହୁଏ, ତେବେ ଗଲ୍ଫ ଦେଶଗୁଡ଼ିକର ଶକ୍ତି ଭିତ୍ତିଭୂମିକୁ ମଧ୍ୟ ନଷ୍ଟ କରିଦିଆଯିବ। ଏହି ସଙ୍କଟ ସମୟରେ ବ୍ରିଟେନ୍, ଫ୍ରାନ୍ସ, କାନାଡ଼ା, ଇଟାଲୀ ସମେତ ସାତୋଟି ଆମେରିକୀୟ ମିତ୍ର ରାଷ୍ଟ୍ର ହରମୁଜ୍ ପ୍ରଣାଳୀ ଖୋଲିବା ପାଇଁ ଏକ ଅନ୍ତର୍ଜାତୀୟ ମେଣ୍ଟକୁ ସମର୍ଥନ ଜଣାଇଛନ୍ତି।
ନୂଆଦିଲ୍ଲୀ: ଦିନକୁ ଦିନ ତେଜୁଛି ଇସ୍ରାଏଲ-ଇରାନ ଉତ୍ତେଜନା। ଉଭୟ ଦେଶ ପରସ୍ପରର ତୈଳ ଉତ୍ସ ଏବଂ ରିଫାଇନାରୀକୁ ଟାର୍ଗେଟ କରିଛନ୍ତି। ଶନିବାର ଇରାନ ଇସ୍ରାଏଲର ଉତ୍ତର ଉପକୂଳବର୍ତ୍ତୀ ସହର ହାଇଫାରେ ଅନେକ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ମାଡ଼ କରିଛି। ହାଇଫାରେ ଅନେକ ଇସ୍ରାଏଲୀ ତୈଳ ବିଶୋଧନାଗାର ଅଛି। ଇସ୍ରାଏଲ ଇରାନର ଅନେକ ତୈଳ ଏବଂ ଗ୍ୟାସ କ୍ଷେତ୍ର ଏବଂ ରିଫାଇନାରୀ ଉପରେ ମଧ୍ୟ ଆକ୍ରମଣ କରିଛି। ରିପୋର୍ଟ ଅନୁସାରେ, ଇସ୍ରାଏଲ୍‌ ଆକ୍ରମଣରେ ଇରାନରେ ଅନେକ ରିଫାଇନାରୀ ଏବଂ ତୈଳ ଏବଂ ଗ୍ୟାସ କ୍ଷେତ୍ର ଏବେ ଜଳୁଛି। ଇରାନ୍‌ର ସାଉଥ୍‌ ପାର୍ସ ଗ୍ୟାସ୍‌ କ୍ଷେତ୍ରରେ ଆକ୍ରମଣ ପରେ ସେଠାରେ ଉତ୍ପାଦନ ବନ୍ଦ ହୋଇଛି। ଏହାଫଳରେ ସୋମବାର ଅଶୋଧିତ ତୈଳ ମୂଲ୍ୟରେ ଏକ ବଡ଼ ବୃଦ୍ଧି ଦେଖବବାକୁ ମିଳିପାରେ ବୋଲି କୁହାଯାଉଛି। ଏମିତିକି ଏହା ଗତ ୨୦ ବର୍ଷ ମଧ୍ୟରେ ଗୋଟିଏ ଦିନରେ ସବୁଠାରୁ ବଡ଼ ବୃଦ୍ଧି ହୋଇପାରେ।
ଏହା ପୂର୍ବରୁ ଶୁକ୍ରବାର ବିଶ୍ବ ତୈଳ ବଜାରରେ ଏକ ବଡ଼ ହଇଚଇ ସୃଷ୍ଟି ହୋଇଥିଲା। ଜେପି ମୋର୍ଗାନ୍ ଚେତାବନୀ ଦେଇଛି ଯେ ଯଦି ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଆହୁରି ବୃଦ୍ଧି ପାଏ, ତେବେ ତେଲ ମୂଲ୍ୟ ପ୍ରତି ବ୍ୟାରେଲ ପିଛା ୧୨୦ ଡଲାର ପର୍ଯ୍ୟନ୍ତ ବଢ଼ିପାରେ। ଇରାନରୁ ତେଲ ଯୋଗାଣ ବାଧାପ୍ରାପ୍ତ ହୋଇପାରେ। ଏହା ତେଲ ମୂଲ୍ୟରେ ବହୁତ ଦ୍ରୁତ ବୃଦ୍ଧି ଆଣିପାରେ। ଏହି ବୃଦ୍ଧି ଧୀରେ ଧୀରେ ହେବ ନାହିଁ, ବରଂ ହଠାତ୍ ହେବ। ଶୁକ୍ରବାର କାରବାର ସମୟରେ, ବ୍ରେଣ୍ଟ କ୍ରୁଡ ଫ୍ୟୁଚର୍ସ ମୂଲ୍ୟ ପ୍ରାୟ ୯% ବୃଦ୍ଧି ପାଇ ପ୍ରତି ବ୍ୟାରେଲ ପିଛା ୭୫ ଡଲାର ଉପରେ ପହଞ୍ଚିଛି।
ଇରାନର ଦକ୍ଷିଣ ପାର୍ସ ଗ୍ୟାସ ଫିଲ୍ଡ ଉପରେ ଇସ୍ରାଏଲର ଆକ୍ରମଣ ପରେ ଉତ୍ପାଦନ ବନ୍ଦ ହୋଇଯାଇଛି। ଏହି ଗ୍ୟାସ୍‌ କ୍ଷେତ୍ରରୁ ପ୍ରତିଦିନ ୧୨ନିୟୁତ ଘନ ମିଟର ଗ୍ୟାସ ଉତ୍ପାଦନ ହୋଇଥାଏ। ସେହିପରି ପଶ୍ଚିମ ତେହେରାନର ଶାହରାନ ତୈଳ କ୍ଷେତ୍ର ଇସ୍ରାଏଲୀ ଆକ୍ରମଣ ଯୋଗୁଁ ଜଳୁଛି। ଇସ୍ରାଏଲ ତେହେରାନର ଦୁଇଟି ତୈଳ ଡିପୋ ଉପରେ ଆକ୍ରମଣ କରିଛି ଏବଂ ସେଥିରେ ନିଆଁ ଲାଗିଛି। ଇରାନ କହିଛି ଯେ ବିଶ୍ୱର ସର୍ବବୃହତ ଗ୍ୟାସ କ୍ଷେତ୍ରରେ ଉତ୍ପାଦନ ଆଂଶିକ ଭାବରେ ପ୍ରଭାବିତ ହୋଇଛି। ଇରାନରେ ଅନେକ ତୈଳ ବିଶୋଧନାଗାରରେ ନିଆଁ ଲାଗିଛି। ଇରାନ ଦୈନିକ ୩୩ ଲକ୍ଷ ବ୍ୟାରେଲ ଅଶୋଧିତ ତୈଳ ଉତ୍ପାଦନ କରେ ଯାହା ବିଶ୍ୱ ଯୋଗାଣର ୩.୫ ପ୍ରତିଶତ। ଜେପି ମୋର୍ଗାନ ଚେତାବନୀ ଦେଇଛି ଯେ ଇରାନ ଉପରେ ଆକ୍ରମଣ ଯୋଗୁଁ ତୈଳ ମୂଲ୍ୟ ବ୍ୟାରେଲ ପିଛା ୧୨୦ ଡଲାର ପର୍ଯ୍ୟନ୍ତ ବଢ଼ିପାରେ। ଏହା ବିଶ୍ୱବ୍ୟାପୀ ମୁଦ୍ରାସ୍ଫୀତି ବୃଦ୍ଧି ପାଇବାର ଆଶଙ୍କା ସୃଷ୍ଟି କରୁଛି। ଏଥିଯୋଗୁ ଆମେରିକାରେ ମୁଦ୍ରାସ୍ଫୀତି ୫%ରେ ପହଞ୍ଚିପାରେ। ସେହିପରି, ଭାରତରେ ମଧ୍ୟ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପାଇପାରେ। ଯଦି ଏହା ହୁଏ, ତେବେ କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକୁ ମୁଦ୍ରାସ୍ଫୀତି ହ୍ରାସ କରିବା ପାଇଁ ନେବାକୁ ଥିବା ପଦକ୍ଷେପ ବନ୍ଦ କରିବାକୁ ପଡ଼ିପାରେ। ଆମେରିକୀୟ ଫେଡେରାଲ ରିଜର୍ଭ ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)କୁ ମଧ୍ୟ ସୁଧ ହାର ହ୍ରାସ କରିବାର ସମ୍ଭାବନା ଉପରେ ପୁନର୍ବିଚାର କରିବାକୁ ପଡ଼ିପାରେ।
ଅଣାୟତ୍ତ ବଜାର ଦର : ଡାଲି, ଚାଉଳ, ଅଟା ଓ ତେଲ ଦର ଉପରମୁହାଁ
ଭୁବନେଶ୍ବର : ପ୍ରତିଦିନ ବଢ଼ିଚାଲିଛି ଖାଉଟି ସାମଗ୍ରୀ ମୂଲ୍ୟ। ଅଣାୟତ୍ତ ହୋଇପଡ଼ିଛି ବଜାର ଦର।  ଦର ବୃଦ୍ଧିର ଚାପରେ ସାଧାରଣ ଖାଉଟି ଅସ୍ତବ୍ୟସ୍ତ। ଖାଦ୍ୟ ସାମଗ୍ରୀ, ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟ, ପେଟ୍ରୋଲ-ଡିଜେଲ, ଔଷଧ ସବୁର ମୂଲ୍ୟ ବୃଦ୍ଧି ନିମ୍ନ ଓ ମଧ୍ୟବିତ୍ତ ପରିବାର ପାଇଁ ଅସହ୍ୟ ହେଲାଣି୤  ଏଭଳି ସମୟରେ ଦ୍ରବ୍ୟ ଏବଂ ସେବା ଟିକସ (ଜିଏସ୍‌ଟି) ବ୍ୟବସ୍ଥା ଖାଉଟିଙ୍କ ପାଇଁ କାଳ ସାଜିଛି। କେନ୍ଦ୍ର ସରକାର ନିକଟରେ  ଗହମ ଜାତୀୟ ଦ୍ରବ୍ୟଗୁଡିକୁ  ଜିଏସ୍‌ଟି ପରିସରଭୁକ୍ତ କରି  ତାହା ଉପରେ ୫% ଜିଏସ୍‌ଟି ଲାଗୁ କରିବା ପରେ ମାତ୍ର ମାସକ ମଧ୍ୟରେ ବଜାରରେ ଅଟା,ସୁଜି,ମଇଦା,ବିସ୍କୁଟ୍‌ ଏବଂ ଅଟା ଓ ମଇଦା ପ୍ରସ୍ତୁତ ସାମଗ୍ରୀର ଦର ଅତ୍ୟଧିକ ବଢ଼ିଛି। ବର୍ଷକ ମଧ୍ୟରେ ବଜାରରେ ଅଟା ଦର ୨୦% ବୃଦ୍ଧି ପାଇଛି।
ଅରପପକ୍ଷେ ମାସକ ମଧ୍ୟରେ କ୍ଷୀର ଲିଟର ୨ ଟଙ୍କା ବଢ଼ିଛି। ଏଭଳି ଦର ବୃଦ୍ଧିରୁ ବାଦ୍‌ପଡ଼ିନି ବିସ୍କୁଟ୍,ନୁଡୁଲ୍ସ ଏବଂ ସାବୁନ୍‌। ବଜାରରେ ବର୍ତ୍ତମାନ ସାଧାରଣ କିସମର ଉଷୁନା ଚାଉଳ ମୂଲ୍ୟ କିଲୋ ପିଛା ପ୍ରାୟ ୮ଟଙ୍କା ବୃଦ୍ଧି ପାଇ ୩୫ ଟଙ୍କା ଟପିଛି। ଏହାଛଡା ଅଟା କିଲୋ ପିଛା ମଧ୍ୟ ୩୫ ଟଙ୍କା ହୋଇଛି। ବଜାରରେ ୫ କେଜିଆ ଅଟା ପ୍ୟାକେଟ୍‌ ଏବେ ୨୦୦ ଟଙ୍କା ଛୁଇଁବାକୁ ବସିଛି। ସେହିପରି ଚୂଡା କିଲୋ ୪୦ ଟଙ୍କାରେ ପହଞ୍ଚିଛି। ସୁଜି କିଲୋ ୫ ଟଙ୍କା ବୃଦ୍ଧି ପାଇ ୩୫ ଟଙ୍କା ଏବଂ ମଇଦା  ୩୫ରୁ ୪୦ ଟଙ୍କା ଛୁଇଁଛି। ଅପରପକ୍ଷେ ଗହମଜାତ ଅନ୍ୟ ଉତ୍ପାଦ ମଧ୍ୟରେ ବିସ୍କୁଟ ଏବଂ ନୁଡୁଲ୍ସ ଦର ମାସକ ମଧ୍ୟରେ ପ୍ୟାକେଟ୍‌ ପିଛା ୫ ଟଙ୍କା ବଢ଼ିଛି। ୪୦ ଟଙ୍କା ପ୍ୟାକ୍‌ର ମେରିଗୋଲ୍ଡ ଏବେ ବଜାରରେ ୪୫ ଟଙ୍କାରେ ବିକ୍ରି ହେଉଛି।
ସେହିପରି ୪୦ ଗ୍ରାମ ପ୍ୟାକ୍‌ର ମ୍ୟାଗି ନୁଡୁଲ୍ସ ପ୍ୟାକେଟ୍ ୭୮ ଟଙ୍କାରୁ ୮୨ ଟଙ୍କାରେ ପହଞ୍ଚିଛି। ହରଡ ଡାଲି ଦର କିଲୋ ପିଛା ୧୦ ଟଙ୍କା ବୃଦ୍ଧି ପାଇ ୧୧୦ ଟଙ୍କା ହୋଇଥÒବାବେଳେ ବିରି ଡାଲି ୧୫ ଟଙ୍କା ବଢ଼ି ୧୦୫ ଟଙ୍କାରେ ପହଞ୍ଚିଛି। ଖାଦ୍ୟ ସାମଗ୍ରୀ ପରେ ବଜାରରେ ବର୍ତ୍ତମାନ ସମୟରେ ସାବୁନ ଦର ମଧ୍ୟ ବଢ଼ିଛି। ଦୀର୍ଘ ଦିନ ହେବ ଖାଉଟିଙ୍କୁ ଉଚ୍ଚ ଦରରେ ଅଣନିଶ୍ବାସୀ କରିପକାଇଥିବା ଖାଇବା ତେଲ ଦର ଏଯାଏ କମିବାର ନାମ ଧରୁନାହିଁ। ଯଦିଓ କେନ୍ଦ୍ର ସରକାର ନିକଟରେ ଖାଇବା ତେଲ କମ୍‌ ହେବା ନେଇ ବାରମ୍ବାର ଘୋଷଣା କରିଚାଲିଥିଲେ ତଥାପି ବଜାରରେ ଦର ପୁଣି ଥରେ ବୃଦ୍ଧି ପାଇଛି। କରୋନା ମହାମାରୀ ପରେ ରୁଷ୍‌-ୟୁକ୍ରେନ ଯୁଦ୍ଧ ସାରା ବିଶ୍ବରେ ଯୋଗାଣ ଶୃଙ୍ଖଳାକୁ ପ୍ରଭାବିତ କରିଛି।
ଏଭଳି ସ୍ଥଳେ ଉତ୍ପାଦନକାରୀ ଦେଶ ହୋଇଥିଲେ ସୁଦ୍ଧା ଭାରତ ଉପରେ ଏହାର ପ୍ରଭାବ ବିଶେଷ ଭାବେ ପଡିଛି। ୟୁକ୍ରେନ୍‌ରୁ ସୂର୍ଯ୍ୟମୁଖୀ ତେଲର ଯୋଗାଣ ବନ୍ଦ ହୋଇଯିବା ପରେ ଘରୋଇ ବଜାରରେ ଏହାର ଦରବୃଦ୍ଧି ଘଟିଛି। ଇଣ୍ଡୋନେସିଆରୁ ଆସୁଥିବା ପାମୋଲିନ୍‌ ତେଲ ଦର ଏବେ ପୁନର୍ବାର ଲିଟର ପିଛା ୧୦ ଟଙ୍କା ବଢ଼ି ୧୩୫ ଟଙ୍କା ଛୁଇଁଛି।  ଏ ସମ୍ପର୍କରେ ଓଡ଼ିଶା ବ୍ୟବସାୟୀ ମହାସଂଘର ସାଧାରଣ ସମ୍ପାଦକ ସୁଧାକର ପଣ୍ଡା କହିଛନ୍ତି ଯେ, ଇଣ୍ଡୋନେସିଆରୁ ଭାରତକୁ ରପ୍ତାନୀ କଟକଣା  ଉଠିବା ପରେ ଦର କମିଯିବା ଭୟରେ ଅନେକ ବଡ଼ ବ୍ୟବସାୟୀ ସେଠାରୁ ଦେଶକୁ ପାମୋଲିନ୍‌ ତେଲ ଆମଦାନୀ କଲେ ନାହିଁ। ଯାହା ଫଳରେ ବଜାରରେ ଅଭାବ ଯୋଗୁ ପାମୋଲିନ୍‌ ତେଲ,  ଅଟା, ମଇଦା ଓ ସୁଜି ସବୁର କ୍ବିଣ୍ଟାଲ ପିଛା ୪୦୦-୫୦୦ ଟଙ୍କା ଯାଏ ବୃଦ୍ଧି ପାଇଛି।
ଜିଏସ୍‌ଟି ବୃଦ୍ଧିର ଫଳ ଏବେ ଖାଉଟିଙ୍କ ସହ ବ୍ୟବସାୟୀ ଭୋଗୁଛନ୍ତି ବୋଲି ଶ୍ରୀ ପଣ୍ଡା କହିଛନ୍ତି କ୍ରମାଗତ ଦରବୃଦ୍ଧି ଯୋଗୁଁ ପରିବାରର ଖର୍ଚ୍ଚ ଗତ ୨ ବର୍ଷ ମଧ୍ୟରେ ପ୍ରାୟ ଦେଢ଼ଗୁଣ ବୃଦ୍ଧି ପାଇଛି୤ ରନ୍ଧନ ଗ୍ୟାସ ସିଲିଣ୍ଡର ମୂଲ୍ୟ ଇତିମଧ୍ୟରେ ଦୁଇଗୁଣ ହୋଇ ହଜାରେ ଟଙ୍କା ଟପିଲାଣି। ସଡ଼କରୁ ସଂସଦ ପର୍ଯ୍ୟନ୍ତ ଦରବୃଦ୍ଧିର ଅସନ୍ତୋଷ ବ୍ୟାପିବାରେ ଲାଗିଛି। ଗତକାଲି ସଂସଦର ଉଭୟ ଗୃହରେ ଦରଦାମ ବୃଦ୍ଧିର ଉଷ୍ଣତା ଅନୁଭୂତ ହୋଇଛି। ବିରୋଧୀ ଦଳର ସଦସ୍ୟମାନେ ଦରବୃଦ୍ଧି ପ୍ରସଙ୍ଗରେ ସରକାରଙ୍କୁ ଘେରିଛନ୍ତି। ଅନ୍ୟପକ୍ଷରେ ଦରଦାମ ବୃଦ୍ଧିକୁ ବିରୋଧ କରି ଆସନ୍ତା ୫ ତାରିଖରୁ ସାରା ଓଡ଼ିଶାରେ ଆନ୍ଦୋଳନ ଆରମ୍ଭ କରିବ ବୋଲି ରାଜ୍ୟ କଂଗ୍ରେସ ଚେତାବନୀ ଦେଇଛି।