One-time password - The Sakala
ନୂଆଦିଲ୍ଲୀ: ଆଜିକାଲି ଟଙ୍କା ନେଣଦେଣ ହେଉ କିମ୍ବା ଇ-ମେଲ୍‌ ଲଗ୍‌ଇନ୍‌ ସବୁଥି ପାଇଁ ଆବଶ୍ୟକ ପଡ଼ୁଛି ଓଟିପି। କିନ୍ତୁ, ବେଳେ ବେଳେ ମୋବାଇଲକୁ ଓଟିପି ଆସେନାହିଁ। ଏଥିପାଇଁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଯଦି ଆପଣଙ୍କ ମୋବାଇଲକୁ ଓଟିପି ଆସୁନାହିଁ, ତେବେ ଏହି ସମସ୍ୟାକୁ ସମାଧାନ କରିବା ନିତ୍ୟାନ୍ତ ଆବଶ୍ୟକ। କାରଣ ଅନେକ କ୍ଷେତ୍ରରେ ସାଇବର ଅପରାଧିମାନେ ମୋବାଇଲ ସିମର କ୍ଲୋନ୍ ତିଆରି କରିଥାନ୍ତି । ଏହାଦ୍ୱାରା ଓଟିପି ସାଇବାର ଅପରାଧିଙ୍କ ମୋବାଇଲକୁ ଚାଲିଯାଇଥାଏ। ତେଣୁ ଓଟିପି ଆସୁ ନ ଥିଲେ ଏହି ଟିପ୍‌ସ ଦ୍ବାରା ସମାଧାନ କରିପାରିବେ।
-ପ୍ରଥମେ ମୋବାଇଲ୍‌ ନେଟ୍‌ୱର୍କକୁ ଚେକ୍‌ କରନ୍ତୁ। ଯଦି ନେଟ୍‌ୱାର୍କ ଆସୁ ନ ଥାଏ ତେବେ ମୋବାଇଲକୁ ରିଷ୍ଟାର୍ଟ କରନ୍ତୁ।
-ଅନ୍ୟକୁ ଟେଷ୍ଟ ମେସେଜ୍‌ କରନ୍ତୁ। ଯଦି ମେସେଜ୍‌ ଯାଉ ନ ଥିବ କିମ୍ବା ଆସୁ ନ ଥିବ ତେବେ ମୋବାଇଲରେ ଏରୋପ୍ଲେନ୍‌ ମୋଡ୍‌ ଅନ୍‌ କରନ୍ତୁ। କିଛି ସମୟ ପରେ ଅଫ୍‌ କରି ଦିଅନ୍ତୁ।
-ମୋବାଇଲ୍‌ର ସେଟିଂ ଅପସନ୍‌କୁ ଯାଆନ୍ତୁ। ସେଟିଂରେ ଆପ୍‌ ଆଣ୍ଡ ନୋଟିଫିକେସନ୍‌ ବିକଳ୍ପ ଚୟନ କରନ୍ତୁ। ଏଠାରେ ମେସେଜ୍‌ ଆପ୍‌ ସର୍ଚ୍ଚ କରି Storage & Cache ଅପ୍‌ସନ୍‌ ବାଛନ୍ତୁ। ଏହାପରେ Clear Cache ଉପରେ କ୍ଲିକ୍‌ କରନ୍ତୁ।
-ଏହା ସତ୍ତ୍ବେ ବି ଯଦି ଓଟିପି ଆସୁନାହିଁ ତେବେ ମେସେଜ୍‌ ଆପ୍ଲିକେସନ୍‌କୁ ଫୋର୍ସ ଷ୍ଟପ୍‌ କରନ୍ତୁ।
-ଏସବୁ କରି ସାରିବା ପରେ ବି ଯଦି ଓଟିପି ଆସିବାରେ ସମସ୍ୟା ଦେଖା ଦେଉଛି, ତେବେ ଯେଉଁ ମୋବାଇଲ୍‌ ନେଟ୍‌ୱର୍କ ବ୍ୟବହାର କରୁଛନ୍ତି ତାହାର ଗ୍ରାହକ ସେବା କେନ୍ଦ୍ରକୁ ଫୋନ୍‌ କରି ଏ ବିଷୟରେ ଏକ ଅଭିଯୋଗ ଦାଖଲ କରିପାରିବେ।