Sujata Karthikeyan - The Sakala

ଲିଙ୍ଗଗତ ସମାନତା ଓ ମହିଳା ସଶକ୍ତୀକରଣ ନେଇ ଆସିପାରେ ସ୍ବତନ୍ତ୍ର ନୀତି
ଭୁବନେଶ୍ବର: ଲିଙ୍ଗଗତ ସମାନତା ଓ ମହିଳା ସଶକ୍ତୀକରଣ ନେଇ ଆସିପାରେ ସ୍ବତନ୍ତ୍ର ନୀତି। ଦ ଗଭର୍ନାନସ ଚ୍ୟାଲେଞ୍ଜ କାର୍ଯ୍ୟକ୍ରମରୁ ଆସିଥିବା ମତାମତ ନେଇ ଏହି ନୀତି ପ୍ରସ୍ତୁତ କରାଯିବ। ଯାହା ଝିଅ ଓ ମହିଳାଙ୍କ ସଶକ୍ତୀକରଣ ଦିଗରେ କାର୍ଯ୍ୟକାରୀ ହେବ। ମହିଳା ସଶକ୍ତୀକରଣ ଦିଗରେ ମିଶନ ଶକ୍ତି ଅଭିଯାନ ବଡ଼ ଭୂମିକା ଗ୍ରହଣ କରିଛି। ଗତ ଦୁଇ ଦଶନ୍ଧୀରେ ମହିଳା ସଶକ୍ତିକରଣ ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଇଛନ୍ତି। ଯାହା ଭିତରୁ ମିଶନ ଶକ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାନସ ସନ୍ତାନ। ଏଥିରେ ମହିଳାଙ୍କୁ ଆର୍ଥିକ ସ୍ତରର ବିକାଶ ସହ ମିଶନ ଶକ୍ତି ମାଆମାନଙ୍କୁ ପରିଚୟ ଦେଇ ପାରିଛି ।

ଦେଶର ପ୍ରଥମ ରାଜ୍ୟ ଭାବେ ମହିଳାମାନଙ୍କୁ ରାଜ୍ୟ ସରକାରଙ୍କ ସହ ଯୋଗସୂତ୍ର ରକ୍ଷା କରିବାର ସୁଯୋଗ ଦିଆଯାଇଛି। ଯେଉଁଥି ପାଇଁ ମହିଳାମାନେ ନେତୃତ୍ବ ନେଇ ପାରିଛନ୍ତି । ମିଶନ ଶକ୍ତି ମହିଳାଙ୍କୁ ଉଦ୍ୟୋଗୀ କରିବାକୁ ୫ ଲକ୍ଷ ଟଙ୍କା ଯାଏ ବିନା ସୁଧ ଋଣ ପ୍ରଦାନ କରୁଛନ୍ତି ସରକାର। ଏହି ଅବସରରେ ମହିଳାମାନଙ୍କୁ ସବୁ କ୍ଷେତ୍ରରେ ସଶକ୍ତ କରି ସାମାଜିକ ରୂପାନ୍ତର କରିବା ପାଇଁ ଯୁବ ସମାଜକୁ ଆଗେଇ ଆସିବାକୁ ଆହ୍ବାନ ଦେଇଛନ୍ତି ମିଶନ ଶକ୍ତି ସଚିବ ସୂଜାତା ରାଉତ କାର୍ତ୍ତିକେୟନ।

ରାଜ୍ୟ ସରକାର ଓ ସମଗ୍ର ପକ୍ଷରୁ ଆୟୋଜିତ ଦ ଗଭର୍ନାନସ ଚ୍ୟାଲେଞ୍ଜ କାର୍ଯ୍ୟକ୍ରମରେ ବିଟସୋମ, ଦିଲ୍ଲୀ ଏଫଏମଏସ୍, ଆଇଆଇଏମ ବ୍ୟାଙ୍ଗଲୋର, ଆଇଆଇଏମ କାଲକାଟା, ଆଇଆଇଏମ ଲକ୍ଷ୍ନୌ ଓ ଏକ୍ସଆଇଏମ ଭୁବନେଶ୍ବର ଭାଗ ନେଇଥିଲେ। ଓଡ଼ିଶାର ସାମଗ୍ରିକ ଚିତ୍ର ଦେଖି ମହିଳା ସଶକ୍ତୀକରଣ ନେଇ ମତମତା ଦେଇଥିଲେ। ମହିଳାଙ୍କ ସୁରକ୍ଷା ପାଇଁ ସେଫଟି ବ୍ୟାଣ୍ଡ, ମିଶନ ଶକ୍ତି ମହିଳାଙ୍କୁ ଉଦ୍ୟୋଗୀ କରିବା ପାଇଁ ଦକ୍ଷତା ବୃଦ୍ଧି, ଆର୍ଥିକ ସହାୟତା, ଘରୋଇ ସଂସ୍ଥା ସହ ଲିଙ୍କ ପରି ଅନେକ ପରାମର୍ଶ ଆସିଥିଲା । ଯାହାକୁ ତର୍ଜମା କରି ସ୍ବତନ୍ତ୍ର ନୀତି କାର୍ୟ୍ୟକାରୀ ଦିଗରେ କାମ କରାଯିବ। ଏସଡିଜି-୫ ପାଇଁ ହୋଇଥିବା ଏହି କାର୍ୟ୍ୟକ୍ରମରେ ଆଇଆଇଏମ ବାଙ୍ଗାଲୋର ପ୍ରଥମ, ଏକ୍ସଆଇଏମ ଭୁବନେଶ୍ବର ଦ୍ବିତୀୟ ଓ ଏଫଏମଏସ୍ ଦିଲ୍ଲୀ ତୃତୀୟ ସ୍ଥାନ ଅଧିକାର କରିଛନ୍ତି।

ମହିଳା ସଶକ୍ତୀକରଣରେ ଓଡ଼ିଶାର ପ୍ରୟାସକୁ ସାରା ଦେଶ ପ୍ରଶଂସା କରୁଛି। ସେମାନଙ୍କ ଆର୍ଥିକ, ସାମାଜିକ ଓ ରାଜନୈତିକ ସ୍ତରରେ ଆଗକୁ ଆଣିବାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନକଲ୍ୟାଣକାରୀ ଯୋଜନା ଗୁରୁତ୍ବପୂର୍ଣ୍ଣ ଭୂମିକା ନେଇଛି । ଯାହା ଆଜି ଉପାନ୍ତ ମହିଳାଙ୍କ ଆର୍ଥିକ ବିକାଶର ପଥ ସୁଗମ କରିଛି।

ରାଜ୍ୟର ୭୦ ଲକ୍ଷ ମାଆ ମାନଙ୍କୁ ମିଶନ ଶକ୍ତି ଦେଇଛି ସ୍ବତନ୍ତ୍ର ପରିଚୟ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ମିଶନ ଶକ୍ତି ମାଆଙ୍କ କାମକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା । ରାଜ୍ୟର ୭୦ ଲକ୍ଷ ମାଆ ମାନଙ୍କୁ ମିଶନ ଶକ୍ତି ସ୍ବତନ୍ତ୍ର ପରିଚୟ ଦେଇଛି । ମିଶନ ଶକ୍ତିର ମାଆ ମାନେ ବହୁତ ଭଲ କାମ କରୁଛନ୍ତି । ମା’ମାନେ ଆଗକୁ ବଢ଼ିବା ସହିତ ଏକ ସାମାଜିକ ପୁଞ୍ଜି ହୋଇପାରିଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅନ୍ତର୍ଜାତୀୟ ପୁଷ୍ଟିଶସ୍ୟ ସମ୍ମିଳନୀରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ମାଆମାନେ ଆଗକୁ ବଢିବା ସହ ଉନ୍ନତି କରିଛନ୍ତି । ସେମାନେ SHGରୁ MSMEକୁ ଉନ୍ନୀତ ହୋଇପାରିଛନ୍ତି । କଠିନ ପରିଶ୍ରମ ପାଇଁ ଏହା ସମ୍ଭବ ହୋଇପାରିଛି । ମାଆ ମାନଙ୍କର ଏହି ପ୍ରଗତି ଦେଖି ମୁଁ ବହୁତ ଖୁସି । ମା’ମାନେ ମିଲେଟକୁ ସହର ଓ ଗ୍ରାମାଞ୍ଚଳ ଲୋକଙ୍କ ପାଖରେ ପହଞ୍ଚାଇଛନ୍ତି । ମାଆ ମାନଙ୍କ ଉଦ୍ୟମ ପ୍ରଶଂସନୀୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ମିଶନ ଶକ୍ତି ୭୦ ଲକ୍ଷ ମାଆଙ୍କ ପରିବାର । ମିଶନ ଶକ୍ତିର ଶକ୍ତି ସଂଖ୍ୟାରେ ନୁହେଁ, ମାଆଙ୍କ ଦୃଢ଼ ପରିଶ୍ରମ ଓ ସମର୍ପଣ ହିଁ ମିଶନ ଶକ୍ତିର ଶକ୍ତି । ମିଶନ ଶକ୍ତିର ଶକ୍ତି ହେଉଛନ୍ତି ଆମ ମାଆମାନେ । ଅନ୍ତର୍ଜାତୀୟ ପୁଷ୍ଟିଶସ୍ୟ ସମ୍ମିଳନୀରେ ଏପରି କହିଛନ୍ତି ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ । ମାଣ୍ଡିଆର ପ୍ରଚାର ପ୍ରସାରରେ ଓଡ଼ିଶା ସୁନାମ ଆଣିଛି । ଯେଉଁଥିରେ ହକଦାର ସାଜିଛନ୍ତି ମିଶନ ଶକ୍ତି ମାଆ । କୃଷି ବିଭାଗର ବିଭିନ୍ନ କାର୍ଯ୍ୟକ୍ରମରେ ମାଆମାନେ ସଶକ୍ତ ହୋଇଛନ୍ତି ।

ପଞ୍ଚାୟତର ପୋଖରୀରେ ମାଆମାନେ ମାଛଚାଷ କରୁଛନ୍ତି, ବିଭିନ୍ନ ଫସଲ ଚାଷ କରୁଛନ୍ତି ମିଶନ ଶକ୍ତିମାଆ । ନୂଆପଡ଼ାରେ ଷ୍ଟ୍ରବେରୀ ଓ କୋରାପୁଟରେ କଫିଚାଷ ମିଶନ ଶକ୍ତି ମାଆମାନଙ୍କ ପାଇଁ ସମ୍ଭବ ହୋଇଛି । ଏସଏଚଜିରୁ ଏମଏସଏମଇର ଯାତ୍ରାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବପ୍ନ ସଫଳ ହୋଇଛି । ମହିଳାମାନେ ଉଦ୍ୟୋଗୀ ବନିଛନ୍ତି । ଯୁଗଯୁଗରୁ ମାଟି ସହିତ ମାଆମାନଙ୍କର ସମ୍ପର୍କ ରହିଛି । ସୃଷ୍ଟିର ଆରମ୍ଭରୁ ମାଆ ଓ ମାଟିର ସମ୍ପର୍କ ରହିଛି । ଘରେ ରୋଷେଇ କ’ଣ ହେବ ଓ ପରିବାର କେମିତି ଚଳିବ ତାହା ମଧ୍ୟ ମାଆଙ୍କ ହାତରେ ରହିଛି ।

ନୂତନ ଓଡ଼ିଶାରେ ମାଆର ସମ୍ପର୍କକୁ ବ୍ୟାପକ କରିଛି ମିଶନ ଶକ୍ତି । ମାଟି ଓ ହାଣ୍ଡିଶାଳରୁ ବାହାରି ମାଆମାନେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ସ୍ବର ଉତ୍ତୋଳନ କରି ଏସଏଚଜିରୁ ଏମଏସଏମଇ ପାଟଲିଛନ୍ତି ମାଆ । ମାଆମାନେ ମାଣ୍ଡିଆ ଚାଷ କରିବା ସହ ଏହାର ପ୍ରୋସେସିଂ ମଧ୍ୟ କରୁଛନ୍ତି । ଏହାକୁ ବଡ଼ବଡ଼ ଜାଗାରେ ପହଞ୍ଚାଇ ମାଣ୍ଡିଆ ମାଧ୍ୟମରେ ମାଆମାନେ ସ୍ବତନ୍ତ୍ର ପରିଚୟ ପାଇପାରିଛନ୍ତି । ଏକାଧିକ ମାଆଙ୍କ ଉଦାହରଣ ଦେଇ ମିଲେଟ କିପରି ମାଆଙ୍କୁ ସଶକ୍ତ କରିଛି ତାହାର ଉଦାହରଣ ଦେଇଥିଲେ ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ ।

ଆର୍ଥିକ ଓ ସାମାଜିକ ସଶକ୍ତିକରଣ ସହ ମହିଳାମାନଙ୍କ ନେତୃତ୍ୱ ବିକାଶ କରିପାରିଛି ମିଶନ ଶକ୍ତି: ସୁଜାତା କାର୍ତ୍ତିକେୟନ
ଭୁବନେଶ୍ବର : ମିଶନ ଶକ୍ତି ମହିଳାମାନଙ୍କୁ ଏକ ସ୍ଵତନ୍ତ୍ର ପରିଚୟ ଦେଇଛି । ମିଶନ ଶକ୍ତି ଅଧୀନରେ କାର୍ଯ୍ୟ କରୁଥିବା ସ୍ଵୟଂ ସହାୟକ ଗୋଷ୍ଠୀର ମହିଳାମାନେ ସରକାର ଏବଂ ସମାଜ ମଧ୍ୟରେ ସେତୁ ସଦୃଶ କାର୍ଯ୍ୟ କରୁଛନ୍ତି ବୋଲି ମିଶନ ଶକ୍ତି ବିଭାଗର କମିଶନର ତଥା ସଚିବ ସୁଜାତା ଆର୍ କାର୍ତ୍ତିକେୟନ ପ୍ରକାଶ କରିଛନ୍ତି ।

ଆଜି ଓ୍ବାର୍ଲ୍ଡ ସ୍କିଲ ସେଣ୍ଟରରେ ଆୟୋଜିତ ମହତ୍ମା ଗାନ୍ଧୀ ଜାତୀୟ ଫେଲୋଙ୍କ ଦକ୍ଷତା ବିକାଶ କର୍ମଶାଳାର ଉଦଯାପନୀ ଦିବସରେ ଯୋଗଦେଇ ଶ୍ରୀମତୀ କାର୍ତ୍ତିକେୟନ ରାଜ୍ୟରେ ମିଶନ ଶକ୍ତିର ସଫଳତା ଏବଂ ଆହ୍ଵାନ ସଂପର୍କରେ ଅଧିକାରୀମାନଙ୍କୁ ବିସ୍ତୃତ ସୂଚନା ପ୍ରଦାନ କରିଛନ୍ତି । ଶ୍ରୀମତୀ କାର୍ତ୍ତିକେୟନ କହିଛନ୍ତି ଯେ ଓଡିଶା ସରକାରଙ୍କ ପ୍ରମୁଖ ବିକାଶମୂଳକ ପଦକ୍ଷେପ ମଧ୍ୟରୁ ମହିଳା ସଶକ୍ତିକରଣ ଅନ୍ୟତମ । ମହିଳାମାନଙ୍କର ଆର୍ଥିକ ସଶକ୍ତିକରଣ ସେମାନଙ୍କର ସାମାଜିକ ସଶକ୍ତିକରଣରେ ଯଥେଷ୍ଟ ସହାୟକ ହୋଇଥାଏ । ବିଶେଷ କରି ତୃଣମୂଳସ୍ତରର ମହିଳାମାନେ ନିଷ୍ପତ୍ତି ଗ୍ରହଣରେ ଭାଗନେବା ଆବଶ୍ୟକ । ମିଶନ ଶକ୍ତି ମାଧ୍ୟମରେ ମହିଳାଙ୍କ ନେତୃତ୍ଵ ବିକାଶ ହୋଇପାରିଛି । କୋଭିଡ୍ ସମୟରେ ରାଜ୍ୟର ସ୍ଵୟଂ ସହାୟିକା ଗୋଷ୍ଠୀର ମହିଳାମାନେ ସୂଚାରୁ ରୂପେ ଦାୟିତ୍ୱ ନିର୍ବାହ କରି ଏହାକୁ ପ୍ରମାଣିତ କରିଛନ୍ତି ।

ରାଜ୍ୟ ସରକାର ପାଞ୍ଚ ବର୍ଷ ନିମନ୍ତେ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ବ୍ୟବସାୟ ପାଇଁ ୫ ହଜାର କୋଟି ଟଙ୍କାର ପାଣ୍ଠି ଯୋଗାଇଦେବାର ବ୍ୟବସ୍ଥା କରିଛନ୍ତି । ସେହିପରି ଆଗାମୀ ଦିନରେ ପ୍ରତ୍ୟେକ ବ୍ଲକ ଓ ଜିଲ୍ଲା ସ୍ତରରେ ୫୦୦ ମିଶନ ଶକ୍ତି ବଜାର / ଆଉଟଲେଟ ଆରମ୍ଭ କରାଯିବା ନିମନ୍ତେ ଯୋଜନା କରାଯାଇଛି । ଏତଦ୍‌ବ୍ୟତୀତ ପ୍ରତ୍ୟେକ ବ୍ଲକରେ ମିଶନ ଶକ୍ତି କାଫେ ସ୍ଥାପନ କରିବାର ଲକ୍ଷ୍ୟ ରଖାଯାଇଛି । ଏହି କାଫେରେ କାର୍ୟ୍ୟରତ ମହିଳାମାନେ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ହୋଟେଲ ମେନେଜମେଣ୍ଟରେ ତାଲିମ ପାଇଛନ୍ତି । ନୂତନ ଓଡିଶା ଗଠନରେ ସ୍ଵୟଂ ସହାୟକ ଗୋଷ୍ଠୀ ସହଯୋଗୀ ଭାବେ ରାଜ୍ୟର ବିକାଶରେ ନେତୃତ୍ଵ ନେବ ବୋଲି ଶ୍ରୀମତୀ କାର୍ତ୍ତିକେୟନ ପ୍ରକାଶ କରିଛନ୍ତି ।

ଏହି କର୍ମଶାଳାରେ କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡଃ ଅରବିନ୍ଦ ପାଢୀ ଖାଦ୍ୟର ବିବିଧତା ଏବଂ ଖାଦ୍ୟ ଅପଚୟ ହ୍ରାସ ଉପରେ ଗ୍ରାହକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ଆହ୍ୱାନ କରିଛନ୍ତି । ସେ କହିଛନ୍ତି ଯେ ସ୍ଵାସ୍ଥ୍ୟକର , ନିରାପଦ ଏବଂ ପୁଷ୍ଟିକର ଖାଦ୍ୟ ପ୍ରତି ଗ୍ରାହକଙ୍କ ଆଗ୍ରହ ବଢାଇବା ନିମନ୍ତେ ସଚେତନତା ଅଭିଯାନର ଆବଶ୍ୟକତା ରହିଛି । ମହିଳାମାନଙ୍କ ପାଇଁ କୃଷିଭିତ୍ତିକ ପ୍ରଯୁକ୍ତିବିଦ୍ୟା ବିକାଶ କରିବା ଜରୁରୀ ଅଟେ । ଚାଷ ଜମି ଉପରେ ମହିଳାଙ୍କ ଅଧିକାର ରହିବା ସହ ନିଷ୍ପତ୍ତି ନେବାର କ୍ଷମତା ମଧ୍ୟ ସେମାନଙ୍କର ହାତରେ ରହିବା ଦରକାର । ଏହା ଦ୍ଵାରା କୃଷି କ୍ଷେତ୍ରରେ ମଧ୍ୟ ମହିଳା ସଶକ୍ତିକରଣ ହୋଇପାରିବ । ଅକ୍ଷୟ ଶକ୍ତିର ବ୍ୟବହାର , ଡିଜିଟାଲ ମାଧ୍ୟମରେ କୃଷି ସୂଚନା ଏବଂ ସେବାର ସମୟାନୁବର୍ତ୍ତୀ ବିତରଣ ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି ।

ଏହି ଅବସରରେ ସିଟିଟିସି , ସିପେଟ୍‌ , ଓର୍ମାସ୍ , ଅରେଞ୍ଜ କ୍ରସ୍ ଏବଂ ଟାଟା ଷ୍ଟ୍ରାଇଭ୍ ସଂସ୍ଥାର ପ୍ରତିନିଧିମାନେ ପ୍ରଦାନ କରୁଥିବା ଦକ୍ଷତା ବିକାଶ ତାଲିମ ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ଶେଷରେ ଏହି ୨୯ ଜଣ ଅଧିକାରୀ ୪ ଗୋଟି ଦଳରେ ବିଭକ୍ତ ହୋଇ ଆଗାମୀ ବର୍ଷ ନିମନ୍ତେ ଏକ ଯୋଜନା ପ୍ରସ୍ତୁତ କରି ଉପସ୍ଥାପନ କରିଥିଲେ । ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣର ସିଇଓ ରେଘୁ ଜି ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀ , ନିୟୋଜନ ନିର୍ଦ୍ଦେଶାଳୟର ଅଧିକାରୀ ଏବଂ ବିଭିନ୍ନ ଜିଲ୍ଲା ନିୟୋଜନ ଅଧିକାରୀମାନେ ଉପସ୍ଥିତ ଥିଲେ ।

ମହିଳାଙ୍କ ସାମାଜିକ-ଅର୍ଥନୈତିକ ସ୍ତରରେ ମିଶନ ଶକ୍ତି ପ୍ରମୁଖ ଭୂମିକା ଗ୍ରହଣ କରିଛି : ସୁଜାତା କାର୍ତ୍ତିକେୟନ
କେନ୍ଦ୍ରାପଡା : ତୃଣମୂଳ ସ୍ତରରେ କାମ କରିବ ମିଶନ ଶକ୍ତି । କେହି ଯେମେତି ବିଭାଗୀୟ ଯୋଜନାରୁ ବଞ୍ଚିତ ନ ହୁଅନ୍ତି ସେଥି ପ୍ରତି ଧ୍ୟାନ ଦେବାକୁ ନିର୍ଦେଶ ହୋଇଛି । ଆଗକୁ କିଭଳି ମିଶନ ଶକ୍ତି ଆହୁରି ଲୋକାଭିମୁଖୀ ହେବା ସହ ମହିଳାଙ୍କୁ ଅଧିକରୁ ଅଧିକ ସ୍ୱାବଲମ୍ବୀ କରାଇବ ଏନେଇ ମିଶନ ଶକ୍ତି ନିର୍ଦେଶୀକା ସୁଜାତା କାର୍ତ୍ତିକେୟନ ଜିଲ୍ଲାପାଳ ଅମ୍ରିତି ଋତୁରାଜଙ୍କୁ ନିର୍ଦେଶ ଦେଇଛନ୍ତି ॥ ଜିଲ୍ଲାର ସମସ୍ତ ମହିଳା ସାମିଲ ହେବା ସହ କିଭଳି ସେମାନଙ୍କ ଉନ୍ନତି ହୋଇପାରିବ ଏନେଇ ଜିଲ୍ଲାପାଳ ସଦଭାବନା ଗୃହରେ ୨ ଘଣ୍ଟା ସେ ଆଲୋଚନା କରିଛନ୍ତି । ଏହାଛଡା ସରକାରଙ୍କ ସମସ୍ତ ଯୋଜନାରେ କିଭଳି ମହିଳାଙ୍କୁ ସାମିଲ କରାଯିବ ସେ ନେଇ ଆଲୋଚନା ହୋଇଥିଲା । ଏ ସମସ୍ତ ଦିଗକୁ ନେଇ କେନ୍ଦ୍ରାପଡ଼ା ଗସ୍ତରେ ଆସିଥିବା ମିଶନ ଶକ୍ତି କମିଶନର ସୁଜାତା କାର୍ତ୍ତିକେୟନ କେନ୍ଦ୍ରାପଡା ଜିଲ୍ଲାପାଳ ଓ ଅନ୍ୟ ଅଧିକାରୀ ମାନଙ୍କ ସହ ଆଲୋଚନା କରିଛନ୍ତି ।

ଜିଲ୍ଲାପାଳଙ୍କ ସଦଭାବନା ଗୃହରେ ଅନୁଷ୍ଠିତ ହୋଇଥିଲା ଏହି ବୈଠକ । କେନ୍ଦ୍ରାପଡା ଜିଲ୍ଲାପାଳ ଅମ୍ରିତ ଋତୁରାଜ ଓ ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତି ରହି ଜିଲ୍ଲାରେ ସ୍ୱୟଂ ସହାୟକ ଗୋଷ୍ଠୀର କାର୍ଯ୍ୟଶୈଳୀ ସମ୍ପର୍କରେ ନିର୍ଦେଶୀକା ପଚାରି ବୁଝିଛନ୍ତି । ଜିଲ୍ଲା ମହିଳା ଏସଏଚଜି କିପରି କୌଣସି ବିଭାଗ ଦ୍ଵାରା ସମସ୍ୟାରେ ପଡ଼ିବେ ନାହିଁ ଓ ଅଧିକରୁ ଅଧିକ ରୋଜଗାରକ୍ଷମ ହୋଇପାରିବେ ସେଥିପ୍ରତି ନଜର ଦେବାକୁ କମିଶନର ସବୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ମହିଳା ସଶକ୍ତିକରଣ ଉପରେ ନିର୍ଦେଶୀକା ଗୁରୁତ୍ୱ ଦେଇଛନ୍ତି। ତୃଣମୂଳସ୍ତରରେ ସମସ୍ତ ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବାର ପ୍ରୟାସ ଆରମ୍ଭ ହୋଇଛି । ଯାହାକୁ ମିଶନ ଶକ୍ତି ସଫଳତାର ସହ ଆଗକୁ ଆଗକୁ ନେଇ ଚାଲିଛି ।

ଓଡ଼ିଶା ସରକାର ଆରମ୍ଭ କରିଥିବା ମହିଳା ସଶକ୍ତିକରଣ କାର୍ୟ୍ୟକ୍ରମ ମିଶନ ଶକ୍ତି’ ଏବେ ସମଗ୍ର ଭାରତ ବର୍ଷ ପାଇଁ ଶ୍ରେଷ୍ଠ ମଡ଼େଲ ହୋଇ ଛିଡା ହୋଇଛି । ଆଉ ମହିଳା ମାନେ ଚାରି କାନ୍ତି ଭିତରେ ଆବଦ୍ଧ ହୋଇ ନାହାନ୍ତି । ମହିଳାଙ୍କ ସାମାଜିକ-ଅର୍ଥନୈତିକ ସ୍ତରରେ ମିଶନ ଶକ୍ତି ପ୍ରମୁଖ ଭୂମିକା ଗ୍ରହଣ କରିଛି । ଜିଲ୍ଲା ସ୍ତରୀୟ ମିଶନଶକ୍ତି ବିଭାଗର ଏହି ସମୀକ୍ଷା ବୈଠକରେ ମିଶନଶକ୍ତି ମହିଳାଙ୍କ ସ୍ୱୟଂସମ୍ପୂର୍ଣ୍ଣତା ଓ ବିକାଶ ପାଇଁ ପ୍ରମୁଖ ଭୂମିକା ନେବ ବୋଲି ନିର୍ଦେଶୀକା କହିଛନ୍ତି ।

ଆଗାମୀଦିନରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠି ଗୁଡିକୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରାଯାଇ ସେମାନଙ୍କ ଆର୍ଥିକ ବିକାଶକୁ ତ୍ୱରାନ୍ୱିତ କରାଯିବ । ଜିଲ୍ଲାର ପ୍ରତ୍ୟେକ ବ୍ଲକରେ ୫୦ଲକ୍ଷ ଟଙ୍କାର ଓ ପ୍ରତିପଂଚାୟତ ଏବଂ ପ୍ରତି ପୈାରସଂସ୍ଥାର ପ୍ରତ୍ୟେକ ୱାର୍ଡରେ ୫ଲକ୍ଷ ଟଙ୍କା ବ୍ୟୟ ଅଟ୍ଟକଳରେ ମିଶନଶକ୍ତି ଗୃହ ନିର୍ମାଣ କରାଯିବ । ସେହି ଗୃହ ଗୁଡିକରେ ସ୍ୱୟଂ ସହାୟିକା ଗୋଷ୍ଠି ଗୁଡିକ ବୈଠକ କରିବା ସହ ସେମାନଙ୍କର ଉତ୍ପାଦିତ ଦ୍ରବ୍ୟର ବିକ୍ରୟ କରିପାରିବେ । କେନ୍ଦ୍ରାପଡା ସହରର ନୂଆବସଷ୍ଟାଣ୍ଡ ପରିସରରେ ଖୁବଶୀଘ୍ର ଏକ ମିଶନଶକ୍ତି ବଜାରର ଶୁଭାରମ୍ଭ କରାଯିବ ବୋଲି ଶ୍ରୀମତୀ ପାଣ୍ଡିଆନ କହିଥିଲେ । ପ୍ରତି ବ୍ଲକ ସ୍ତରୀୟ ମହାସଙ୍ଘକୁ ପୂର୍ବରୁ ୨୫ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିବା ବେଳେ ଚଳିତବର୍ଷ ଆହୁରି ୨୫ଲକ୍ଷ ଟଙ୍କାର ଅନୁଦାନ ପ୍ରଦାନ କରାଯିବ । ସେହି ଅର୍ଥରୁ ମହାସଙ୍ଘ ମାଧ୍ୟମରେ ଋଣ ନେଇ ମହିଳା ସ୍ୱୟଂ ସହାୟିକା ଗୋଷ୍ଠି ଗୁଡିକ ବିଭିନ୍ନ ବ୍ୟବସାୟ କରି ସେମାନଙ୍କ ଆର୍ଥିକ ବିକାଶ ସହ ସ୍ୱାବଲମ୍ବୀ ହୋଇପାରିବେ ବୋଲି କହିଛନ୍ତି ଶ୍ରୀମତୀ ପାଣ୍ଡିଆନ ।

କେନ୍ଦ୍ରାପଡା ଜିଲ୍ଲା ରାଜ୍ୟର ମିଶନଶକ୍ତି କାର୍ୟ୍ୟକ୍ରମରେ ସବୁ କ୍ଷେତ୍ରରେ ଭଲ ପ୍ରଦର୍ଶନ କରିଥିବାରୁ ଶ୍ରୀମତୀ ପାଣ୍ଡିଆନ ତାହାର ପ୍ରସଂଶା କରିଥିଲେ । ଏହି ସମୀକ୍ଷା ବୈଠକରେ ଜିଲ୍ଲାପାଳ ଅମ୍ରିତ ଋତୁରାଜ, ସହକାରୀ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ଦିଲ୍ଲିପ କୁମାର ପରିଡା, ଉପଜିଲ୍ଲାପାଳ ନିରଞ୍ଜନ ବେହେରା, ରାଜ୍ୟ ମିଶନଶକ୍ତି ବିଭାଗର ଉପ ଶାସନ ସଚିବ ବିନୋଦ କୁମାର ଜେନା, ଟିମ ଲିଡର ଚୈାଧୁରୀ ଶ୍ରୀପତି ମିଶ୍ର, କେନ୍ଦ୍ରାପଡା ପୈାରସଂସ୍ଥାର ନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳ, ପଟ୍ଟାମୁଣ୍ଡାଇ ପୈାରସଂସ୍ଥାର ନିର୍ବାହୀ ଅଧିକାରୀ ସମ୍ପଦ କୁମାର ସ୍ୱାଇଁ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରିଣୀ ଚିନ୍ମୟୀ ରଥ, ମିଶନଶକ୍ତିର ଜିଲ୍ଲା ସଂଯୋଜକ କୈଳାସ ସେନାପତି, ବିକାଶ କୁମାର ମହାନ୍ତି, ଓ.ଏଲ.ଏମ.ର ଡିପିଏମ ସତ୍ୟଭାମା ପ୍ରଧାନ, ସମସ୍ତ ବ୍ଲକର ମିଶନଶକ୍ତିର ବିପିସି ଓ ଓ.ଏଲ.ଏମ.ର ବିପିଏମମାନେ ଉପସ୍ଥିତ ଥିଲେ ।