change in the IPS level - The Sakala
ଭୁବନେଶ୍ୱର: ରାଜ୍ୟ ସରକାର ଆଇପିଏସ୍‌ ଓ ଓପିଏସ୍‌ ସ୍ତରରେ ଏକ ବଡ଼ ଅଦଳବଦଳ କରିଛନ୍ତି। ଏନେଇ ଗୃହ ବିଭାଗ ପକ୍ଷରୁ ପ୍ରକାଶିତ ଦୁଇଟି ଭିନ୍ନ ଭିନ୍ନ ବିଜ୍ଞପ୍ତିରେ ୧୭ଜଣ ଆଇପିଏସ୍‌ ଏବଂ ୧୩ ଓପିଏସ୍‌ଙ୍କୁ ବଦଳି କରିଛନ୍ତି। ଏହି ନିର୍ଦ୍ଦେଶନାମା ଅନୁୟାୟୀ,ଏସ୍‌ସିଆରବି ନିର୍ଦ୍ଦେଶକ ସନ୍ତୋଷ ବାଲାଙ୍କୁ ଏସ୍‌ଏଫଏସ୍‌ଏଲ୍‌ ନିର୍ଦ୍ଦେଶକ ଭାବେ ନିଯୁକ୍ତି କରାଯାଇଛି। କେନ୍ଦ୍ରାଞ୍ଚଳ ଆଇଜି ଏସ୍‌.ପ୍ରବୀନ କୁମାରଙ୍କୁ ଆଇଜି ପ୍ରୋଭିଜନିଂକୁ ବଦଳି କରାଯାଇଛି। ସେହିପରି ହେଡ୍‌କ୍ୱାର୍ଟର୍ସରେ ଥିବା ଗଜଭିଏ ଶତୀଶ୍‌ କୁମାରଙ୍କୁ ଆଇଜି ସ୍ପେଶାଲ ଆର୍ମଡ ପୁଲିସକୁ ବଦଳି କରାଯାଇଛି। ଭିଜିଲାନ୍ସ ଆଇଜି ସଞ୍ଜୟ କୁମାର କୌଶଲଙ୍କୁ ଇଓଡବ୍ଲ୍ୟୁ(ଅର୍ଥନୈତିକ ଅପରାଧ ଶାଖା) ଆଇଜି ଭାବେ ବଦଳି କରାଯାଇଛି। ସ୍ପେଶାଲ ଆର୍ମ୍‌ ପୁଲିସ ଆଇଜି ଅଭିନାଶ କୁମାରଙ୍କୁ ରାଜ୍ୟ ଅପରାଧ ନଥି ଶାଖାର ନିର୍ଦ୍ଦେଶକ ଭାବେ ଦାୟିତ୍ୱ ମିଳିଛି। ସେହିପରି ପୂର୍ବାଞ୍ଚଳ ଡିଆଇଜି ସତ୍ୟଜିତ୍‌ ନାୟକଙ୍କୁ କେନ୍ଦ୍ରାଞ୍ଚଳ ଡିଆଇଜି ଭାବେ ଦାୟିତ୍ୱ ଦିଆଯାଇଥିବା ବେଳେ ପୁରୀ ଏସ୍‌ପି ପିନାକ ମିଶ୍ରଙ୍କୁ ପୂର୍ବାଞ୍ଚଳର ଡିଆଇଜି ଭାବେ ବଦଳି କରାଯାଇଛି। ଝାରସୁଗୁଡ଼ା ଏସ୍‌ପି ପରମାର ସ୍ମିତ୍‌ ପରଶୋତ୍ତମ ଦାସଙ୍କୁ କ୍ରାଇମ୍‌ବ୍ରାଞ୍ଚ ଏସ୍‌ପି ଭାବେ ନିଯୁକ୍ତି ମିଳିଥିବା ବେଳେ ରେଲୱେ ଏସ୍‌ପି ବିବେକାନନ୍ଦ ଶର୍ମାଙ୍କୁ ଖୋର୍ଦ୍ଧା ଏସ୍‌ପି ଭାବେ ବଦଳି କରାଯାଇଛି। କଟକ(ଗ୍ରାମାଞ୍ଚଳ) ଏସ୍‌ପି ପ୍ରତୀକ ସିଂଙ୍କୁ ପୁରୀ ଏସ୍‌ପି ଭାବେ ନିଯୁକ୍ତି ମିଳିଛି। ସୁନ୍ଦରଗଡ଼ ଏସ୍‌ପି ପ୍ରତ୍ୟୁଷ ଦିବାକରଙ୍କୁ ବାଲେଶ୍ୱର ଏସ୍‌ପି ଭାବେ ବିଦଳି କରାଯାଇଥିବା ବେଳେ ମୁଖ୍ୟାଳୟ ଓଏସ୍‌ଡିରେ ଥିବା ଭିନିତ୍‌ ଅଗ୍ରୱାଲଙ୍କୁ କଟକ(ଗ୍ରାମାଞ୍ଚଳ) ଏସ୍‌ପି ଭାବେ ନିଯୁକ୍ତ ମିଳିଛି। ବାଲେଶ୍ୱର ଏସ୍‌ପି ରାଜ ପ୍ରସାଦଙ୍କୁ ସ୍ପେଶାଲବ୍ରାଞ୍ଚ ଏସ୍‌ପି ଭାବେ ବଦଳି କରାଯାଇଥିବା ବେଳେ ନୂଆପଡ଼ା ଏସ୍‌ପି ଥିବା ଗୁଣ୍ଡାଲା ରେଡ୍ଡୀଙ୍କୁ ଝା ରସୁଗୁଡ଼ା ଏସ୍‌ପି ଭାବେ ନିଯୁକ୍ତି ମିଳିଛ। ସେହିପରି ଭୁବନେଶ୍ୱର ଅତିରିକ୍ତ ଡିସିପି ଥିବା ଅଙ୍କିତ ବର୍ମାଙ୍କୁ ଜଗତସିଂହପୁର ଏସ୍‌ପି ଭାବେ ନିଯୁକ୍ତି ମିଳିଥିବା ବେଳେ ଖୋର୍ଦ୍ଧା ଅତିରିକ୍ତ ଏସ୍‌ପି ଥିବା ଅମ୍ରିତ୍‌ପାଲ ସିଂଙ୍କୁ ନୂଆପଡ଼ା ଏସ୍‌ପି, ଭୁବନେଶ୍ୱରରେ ଅତିରିକ୍ତ ଡିସିପି ଥିବା ଅମ୍ରିତ୍‌ପାଲ କୌରଙ୍କୁ ସୁନ୍ଦରଗଡ଼ ଏସ୍‌ପି ଭାବେ ବଦଳି କରାଯାଇଛି।
ସେହିପରି ଜଗତସିଂପୁର ଏସ୍‌ପି ଭବାନୀ ଶଙ୍କର ଉଦ୍‌ଗାତା(ଓପିଏସ୍‌)ଙ୍କୁ ରେଲୱେ ଏସ୍‌ପି ଭାବେ ବଦଳି କରାଯାଇଛି। କମିଶନ୍‌ରେଟ ପୁଲିସରେ ଥିବା ଡିସିପି ବିମଳେନ୍ଦୁ ଶତପଥିଙ୍କୁ ରାଜ୍ୟ ପୁଲିସ ମୁଖ୍ୟାଳୟକୁ ଏସପି ଭାବେ ବଦଳି କରାଯାଇଥିବା ବେଳେ କମିଶନରେଟ୍‌ ପୁଲିସରେ ଥିବା ଅତିରିକ୍ତ ଡିସିପି କିଶୋରଚନ୍ଦ୍ର ମୁଣ୍ଡ୍‌, ଅନୁପ କୁନୁଗୋଙ୍କୁ ଡିସିପି କରାଯାଇଛି। ପୁଲିସ ମୁଖ୍ୟାଳୟରେ ଅତିରିକ୍ତ ଏସ୍‌ପି ଥିବା ଶ୍ରୀକାନ୍ତ କୁମାର ବେହେରାଙ୍କୁ ଇଓଡବ୍ଲ୍ୟୁ ଏସ୍‌ପି ଭାବେ ବଦଳି କରାଯାଇଛି। ତାଳଚେରରେ ଅତିରିକ୍ତ ଏସ୍‌ପି ଥିବା ସୁରେନ୍ଦ୍ରନାଥ ରାୟଗୁରୁଙ୍କୁ ରାଜ୍ୟ ପୁଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି। କଳାହାଣ୍ଡି ଅତିରିକ୍ତ ଏସ୍‌ପି ଭାବେ କାର୍ଯ୍ୟରତ ଆନନ୍ଦବର୍ଦ୍ଦନ ଗୁରୁଙ୍କୁ ରାଜ୍ୟ ପୁଲିସ ମୁଖ୍ୟାଳୟକୁ ଏସ୍‌ପି ଭାବେ ବଦଳି କରାଯାଇଥିବା ବେଳେ ପୁଲିସ ମୁଖ୍ୟାଳୟରେ କାର୍ଯ୍ୟରତ ଅତିରିକ୍ତ ଏସ୍‌ପି ତପନ ନାରାୟଣ ରଥଙ୍କୁ କଟକ ସ୍ଥିତି ଏସ୍‌ପି ମୁଖ୍ୟାଳୟକୁ ଏଆଇଜି ଭାବେ ବଦଳି କରାଯାଇଛି। ଭିଜିଲାନ୍ସ ଅତିରିକ୍ତ ଏସ୍‌ପି ଥିବା ସତ୍ୟବାନ ମହାନନ୍ଦଙ୍କୁ ଭିଜିଲାନ୍ସ ଏସ୍‌ପି ଭାବେ ବଦଳି କରାଯାଇଥିବା ବେଳେ କେନ୍ଦ୍ରାପଡ଼ା ସ୍ଥିତି ଆଇୟୁସିଏଡବ୍ଲ୍ୟୁ’ରେ ଅତିରିକ୍ତ ଏସ୍‌ପି ଦେବାଶିଷ ଧଳଙ୍କୁ ସ୍ପେଶାଲବ୍ରାଞ୍ଚ ଏସ୍‌ପି ଭାବେ ବଦଳି କରାଯାଇଛି। ସେହିପରି ରାଜ୍ୟ ପୁଲିସ ମୁଖ୍ୟାଳୟରେ ଅତିରିକ୍ତ ଏସ୍‌ପି ଶଙ୍କର ନାୟକଙ୍କୁ କଟକ ଏସ୍‌ପି ମୁଖ୍ୟାଳୟକୁ ଏଆଇଜି ଭାବେ ବଦଳି କରାଯାଇଥିବା ବେଳେ କମିଶନରେଟ ପୁଲିସରେ ଅତିରିକ୍ତ ଡିସିପି ଦେବଦତ୍ତ କରଙ୍କୁ ରାଜ୍ୟ ପୁଲିସ ମୁଖ୍ୟାଳୟକୁ ଏସ୍‌ପି ଭାବେ ବଦଳି କରାଯାଇଛି। ସେହିପରି ରେଲୱେ ଅତିରିକ୍ତ ଏସ୍‌ପି ସତ୍ୟଜିତ ମିଶ୍ରଙ୍କୁ ଉପକୂଳ ସୁରକ୍ଷା ଏଆଇଜି ଭାବେ ବଦଳି କରାଯାଇଛି।
ଆଇପିଏସ୍ ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର, ବଦଳିଲେ ବୌଦ୍ଧ ଓ ଦେବଗଡ଼ ଏସ୍‌ପି
ଭୁବନେଶ୍ବର : ଆଇପିଏସ୍‌ ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ବୌଦ୍ଧ ଓ ଦେବଗଡ଼ ଜିଲ୍ଲାର ଏସପିଙ୍କୁ ପରିବର୍ତ୍ତନ କରାଯାଇଛି । ପ୍ରହ୍ଲାଦ ସହାଇ ମୀନା ହେଲେ ବୌଦ୍ଧ ଜିଲ୍ଲାର ନୂଆ ଏସପି । କ୍ରାଇମ ଡିସିପି ପ୍ରମୋଦ ରଥଙ୍କୁ ଦେବଗଡ଼ ଏସପି ଭାବେ ଦାୟିତ୍ୱ ଦିଆଯାଇଛି । ଏନେଇ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ସେହିପରି ଚିତ୍ତରଞ୍ଜନ ସାମନ୍ତଙ୍କୁ ଭୁବନେଶ୍ୱର କମ୍ପ୍ୟୁଟର ଏସପି ଭାବେ ଦାୟିତ୍ୱ ଦିଆଯାଇଛି । ସୁଦାମ ସାହୁ ପ୍ରମୋସନ ପାଇ ଭୁବନେଶ୍ୱର-କଟକ କ୍ରାଇମ ଡିସିପି ହୋଇଛନ୍ତି।
ସେହିପରି ସୟଦ ମୁଜିବୁର ରେହମାନଙ୍କୁ ସିଗନାଲ ଏସପି ଦାୟିତ୍ୱ ମିଳିଛି । କିଶୋର କୁମାର ପାଣିଗ୍ରାହୀଙ୍କୁ ଏସଟିଏଫ ଏସପି, ଜ୍ଞାନରଞ୍ଜନ ମହାପାତ୍ରଙ୍କୁ ସ୍ପେଶାଲ ବ୍ରାଞ୍ଚ ଏସପି ଭାବେ ଦାୟିତ୍ୱ ମିଳିଛି । ସୂଚନା ଯୋଗ୍ୟ ଯେ, ଗତ ଏପ୍ରିଲ ମାସରେ ରାଜ୍ୟରେ ଆଇପିଏସ୍ ସ୍ତରରେ ଅଦଳବଦଳ କରାଯାଇଥିଲା । ସେ ସମୟରେ କଟକ ଓ ଭୁବନେଶ୍ୱରରେ ନୂଆ ଡିସିପିଙ୍କୁ ଦାୟିତ୍ୱ ଦିଆଯାଇଥିଲା । ଏହାଛଡ଼ା ଏପ୍ରିଲ ମାସରେ ରାଜ୍ୟର ୯ଟି ଜିଲ୍ଲାର ଏସପିଙ୍କ ସମେତ ୧୨ ଜଣ ଆଇପିଏସ ଅଧିକାରୀଙ୍କୁ ମଧ୍ୟ ପରିବର୍ତ୍ତନ କରାଯାଇଥିଲା ।