Mission Shakti - The Sakala
ମିଶନ ଶକ୍ତିର ଗୌରବ ଲିଭାଇବାକୁ ସରକାରଙ୍କ ଉଦ୍ୟମ: ବିଜେଡି
ଭୁବନେଶ୍ୱର: ମିଶନ ଶକ୍ତି ସମ୍ୱନ୍ଧୀୟ ସରକାରୀ ୱେବସାଇଟରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ ଓ ତଥ୍ୟ ହଟାଇବାର ପ୍ରୟାସକୁ କଟୁ ସ୍ୱରରେ ସମାଲୋଚନା କରିଛି ବିଜେଡି।  ନବୀନ ସରକାରଙ୍କ ସମୟରେ ପ୍ରତିଷ୍ଠିତ ହୋଇଥିବା ମିଶନ ଶକ୍ତିର ଗୌରବମୟ ଇତିହାସକୁ ବିଜେପି ଲିଭାଇବାର ବୃଥା ପ୍ରୟାସ କରୁଛି ଓ ଏହା ବର୍ତ୍ତମାନର ସରକାରଙ୍କ ଅସୁରକ୍ଷିତ ମନୋଭାବକୁ ପ୍ରଦର୍ଶିତ କରିଛି ବୋଲି ବିଜେଡି କହିଛି ।
ଶଙ୍ଖ ଭବନରେ ବିଧାନସଭାରେ ବିଜେଡି ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ସାଂସଦ ସୁଲତା ଦେଓ, ପୂର୍ବତନ ମନ୍ତ୍ରୀ ଟୁକୁନି ସାହୁ ଓ ପୂର୍ବତନ ରାଜ୍ୟ ମହିଳା କମିସନର ଲୋପାମୁଦ୍ରା ବକ୍ସିପାତ୍ର ପ୍ରମୁଖ ମିଶନଶକ୍ତି ସମ୍ପର୍କରେ ରାଜ୍ୟସରକାରଙ୍କ ହୀନମନ୍ୟତାକୁ କଟୁ ସମାଲୋଚନା କରିଛନ୍ତି । ଏହି ନେତ୍ରୀମାନେ କହିଛନ୍ତି ଯେ ଯେଉଁ ସରକାର ଇତିହାସ ସୃଷ୍ଟି କରିବାର କ୍ଷମତା ରଖନ୍ତି, ସେ ଇତିହାସକୁ ସଂରକ୍ଷଣ କରନ୍ତି। ମାତ୍ର ଇତିହାସ ସୃଷ୍ଟି କରିବାରେ ଅକ୍ଷମ ସରକାର ଇତିହାସକୁ ଲିଭାଇବାର କରିଥାଏ। ବର୍ତ୍ତମାନର ସରକାର  ଇତିହାସକୁ ଲିଭାଇବାକୁ ଅପଚେଷ୍ଟା କରୁଛନ୍ତି । ଯେଉଁ ସରକାର ନିଜ କାର୍ଯ୍ୟଦକ୍ଷତା ଓ ସଫଳତାକୁ ଲୋକଙ୍କ ସାମ୍ନାରେ ରଖିବା ପରିବର୍ତ୍ତେ ପୂର୍ବତନ ସରକାରଙ୍କ କାର୍ଯ୍ୟର ଚିହ୍ନଗୁଡ଼ିକୁ ଲିଭାଇବାରେ ବ୍ୟସ୍ତ ରହେ, ସେ ପ୍ରକୃତରେ ନିଜ ବିଫଳତାକୁ ସ୍ୱୀକାର କରୁଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ଏହା ସ୍ପଷ୍ଟ କରୁଛି ଯେ ବର୍ତ୍ତମାନ ସରକାର ପୂର୍ବତନ ସରକାରଙ୍କ ଉତ୍ତରାଧିକାର ସହ ପ୍ରତିସ୍ପର୍ଦ୍ଧା କରିବାରେ ଅସମର୍ଥ।
ମିଶନ ଶକ୍ତି କୌଣସି ଦଳୀୟ ପ୍ରକଳ୍ପ ନୁହେଁ; ଏହା ଓଡ଼ିଶାର ଲକ୍ଷ ଲକ୍ଷ ମହିଳା, ସ୍ୱୟଂ ସହାୟକ ଗୋଷ୍ଠୀ ଓ କ୍ଷେତ୍ରସ୍ତରୀୟ କର୍ମୀଙ୍କ ଦୀର୍ଘ ବର୍ଷର ପରିଶ୍ରମ ଏବଂ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଗଢ଼ିଉଠିଥିବା ଏକ ଜନ ଆନ୍ଦୋଳନ। ଏହି ଇତିହାସକୁ ଲିଭାଇବାର ଅର୍ଥ ହେଉଛି ଓଡ଼ିଶାର ମହିଳାମାନଙ୍କ ଅବଦାନକୁ ଅସ୍ୱୀକାର କରିବା। ଫଟୋ ହଟାଇଦେଲେ ଲୋକଙ୍କ ସ୍ମୃତି ମଧ୍ୟ ଲିଭିଯିବ ବୋଲି ବିଜେପି ସରକାର ସମ୍ଭବତଃ ମନେ କରୁଛନ୍ତି। କିନ୍ତୁ ଓଡ଼ିଶାର ମହିଳାମାନଙ୍କୁ କିଏ ସଶକ୍ତ କରିଥିଲେ, କିଏ ମିଶନ ଶକ୍ତିକୁ ଏକ ଜନ ଆନ୍ଦୋଳନରେ ପରିଣତ କରିଥିଲେ, କିଏ ଲକ୍ଷ ଲକ୍ଷ ମହିଳାଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରି ସମ୍ମାନ ଓ ସଶକ୍ତ କରିଥିଲେ; ସେ କଥା ରାଜ୍ୟର ମହିଳାମାନେ ଭଲଭାବରେ ଜାଣିଛନ୍ତି । ରାଜ୍ୟର ମହିଳାମାନଙ୍କ ସଫଳତା ଓଡ଼ିଶାର ଇତିହାସରେ ଚିରସ୍ଥାୟୀ ହୋଇ ରହିବ। ସରକାରୀ ବିଭାଗ ଓ ପ୍ଲାଟଫର୍ମ ଗୁୃଡ଼ିକ କୌଣସି ରାଜନୈତିକ ଦଳର ସମ୍ପତ୍ତି ନୁହେଁ; ସେଗୁଡ଼ିକ ଓଡ଼ିଶାର ଜନସାଧାରଣଙ୍କ ସମ୍ପତ୍ତି। ସେଗୁଡ଼ିକର ଉଦ୍ଦେଶ୍ୟ ହେଉଛି ସଂସ୍ଥାଗତ ଇତିହାସକୁ ସଂରକ୍ଷଣ କରିବା, ଦଳୀୟ ପ୍ରଚାରର ମାଧ୍ୟମ ହେବା ଆଦୌ ନୁହେଁ।
ବର୍ତ୍ତମାନ ସରକାରଙ୍କର ଯଦି ନିଜ କାର୍ଯ୍ୟଦକ୍ଷତା ଉପରେ ବିଶ୍ୱାସ ଅଛି, ତେବେ ସେମାନେ ନିଜ ସଫଳତାକୁ ଲୋକଙ୍କ ସାମ୍ନାରେ ରଖନ୍ତୁ, ଅନ୍ୟମାନଙ୍କ ସଫଳତାକୁ ଲିଭାଇବାର ବୃଥା ଚେଷ୍ଟା କରନ୍ତୁ ନାହିଁ । ତେବେ ମିଶନ ଶକ୍ତିର ଇତିହାସକୁ ଲିଭାଇବାର ଏହି ପ୍ରୟାସ ଅନ୍ୟଏକ ଦିଗକୁ ଇଙ୍ଗିତ କରିଥି। ନବୀନଙ୍କ ଫଟୋକୁ ବି ଶାସକ ବିଜେପି ଭୟକରୁଛି । ତେବେ ଯେଉଁ  ମହାନ ବ୍ୟକ୍ତିଙ୍କ ଛବି ରାଜ୍ୟର କୋଟିକୋଟି ମହିଳାଙ୍କ ହୃଦୟରେ ଅଛି, ସେ ଛବି ସରକାର କିପରି ସରକାର ହଟାଇବେ ବୋଲି ବିଜେଡି ନେତ୍ରୀମାନେ କହିଛନ୍ତି।
ମହାପ୍ରଭୁ ଜଗନ୍ନାଥ ଓ ବିଜେଡି କର୍ମୀଙ୍କ ଆଶୀର୍ବାଦରେ କାମ କରିବି: ସୁଜାତା ରାଉତ କାର୍ତ୍ତିକେୟନ
ଭୁବନେଶ୍ୱର: ବିଜେଡିରେ ସାମିଲ ହେଲେ ସୁଜାତା ରାଉତ କାର୍ତ୍ତିକେୟନ । ଆଜି ଶଙ୍ଖ ଭବନରେ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି ପୂର୍ବତନ ଆଇଏଏସ ଅଫିସର ସୁଜାତା ରାଉତ କାର୍ତ୍ତିକେୟନ । ସୁଜାତା ବିଜେଡିରେ ଯୋଗ ଦେବା ପରେ ନବୀନ ପଟ୍ଟନାୟକ ତାଙ୍କୁ ସ୍ୱାଗତ କରିଛନ୍ତି। ସୁଜାତା ଜଣେ ସାଧାରଣ କର୍ମୀ ଭାବେ ବିଜେଡିରେ ଯୋଗ ଦେଲେ ବୋଲି ନବୀନ କହିଛନ୍ତି । ସୁଜାତାଙ୍କୁ ଦଳକୁ ସ୍ବାଗତ କରିଛନ୍ତି ବିଜେଡିର ଅନେକ ବରିଷ୍ଠ ନେତା ।
ବିଜୁ ଜନତା ଦଳରେ ମିଶିବା ପରେ ସୁଜାତା କାର୍ତ୍ତିକେୟନ ନିଜର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ନବୀନ ବାବୁଙ୍କ ନେତୃତ୍ୱରେ ଓଡିଶାବାସୀଙ୍କ ସେବା କରିବି। ଦୀର୍ଘ ୨୪ ବର୍ଷ ଧରି ମୋତେ ସୁଯୋଗ ମିଳିଥିଲା ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶାର ସେବା କରିବା ପାଇଁ । ଆଜି ବିଜେଡିରେ ସେହିପରି ସେବାର ସୁଯୋଗ ମିଳିଛି । ଜଗନ୍ନାଥ ଓ ବିଜେଡି କର୍ମୀଙ୍କ ଆଶୀର୍ବାଦରେ ମୁଁ ନିଷ୍ଠାର ସହ କାମ କରିବି ବୋଲି କହିଛନ୍ତି ସୁଜାତା ରାଉତ କାର୍ତ୍ତିକେୟନ ।
୨୦୦୦ ମସିହା ବ୍ୟାଚର IAS ଅଫିସର ହେଉଛନ୍ତି ସୁଜାତା କାର୍ତ୍ତିକେୟନ। ସୁନ୍ଦରଗଡ଼ରେ ଜିଲ୍ଲାପାଳ ଥିବାବେଳେ ଛାତ୍ରୀଙ୍କ ପାଇଁ ସାଇକେଲ ଯୋଜନା ଆରମ୍ଭ କରିଥିଲେ । ସେହିପରି ୨୦୦୬ ରେ ମଧ୍ୟାହ୍ନ ଭୋଜନ (MDM) ରେ ଅଣ୍ଡା ସାମିଲ କରିବାରେ ସେ ଥିଲେ ପ୍ରମୁଖ ବିନ୍ଧାଣୀ, ଯାହା ପରେ ସମଗ୍ର ରାଜ୍ୟରେ ଲାଗୁ ହୋଇଥିଲା। ସୁନ୍ଦରଗଡ଼ରେ ସେ ବିଶେଷ କରି ଫୁଟବଲ ଏବଂ ହକି ଖେଳକୁ ପ୍ରୋତ୍ସାହିତ କରି 'ଫୁଟବଲ କଲେକ୍ଟର' ଭାବେ ଲୋକପ୍ରିୟତା ହାସଲ କରିଥିଲେ।
କଟକ ଜିଲ୍ଲାର ପ୍ରଥମ ମହିଳା ଜିଲ୍ଲାପାଳ ଭାବେ ସେ ଗର୍ଭବତୀ ମହିଳାଙ୍କ ସହାୟତା ପାଇଁ 'ମମତା ଯୋଜନା' ଆରମ୍ଭ କରିଥିଲେ। ଏହାବ୍ୟତୀତ ଓଡ଼ିଶାରେ ମହିଳା ସଶକ୍ତୀକରଣର ଅନ୍ୟତମ ପ୍ରମୁଖ ଯୋଜନା ମିଶନ ଶକ୍ତିର ସେ ନେତୃତ୍ୱ ନେଇଥିଲେ। ତାଙ୍କ ସଫଳ ନେତୃତ୍ୱରେ ଏହି ଯୋଜନାରେ ୭୦ ଲକ୍ଷ ମହିଳା ସାମିଲ ହୋଇଥିଲେ ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (SHG) ଗୁଡ଼ିକର ଋଣ ପ୍ରଦାନ ପରିମାଣ ୭ ବର୍ଷ ମଧ୍ୟରେ ୫୦୦ କୋଟି ଟଙ୍କାରୁ ୧୫,୦୦୦ କୋଟି ଟଙ୍କା କୁ ବୃଦ୍ଧି ପାଇଥିଲା।
ଝାନ୍ସିରେ ବୁର୍ଖା ପିନ୍ଧା ମହିଳା ଚୋର ଗିରଫ: ୪୦ ହଜାର ଟଙ୍କା ଓ ଅଳଙ୍କାର ଜବତ
ଉତ୍ତରପ୍ରଦେଶର ଝାନ୍ସିରେ ପୋଲିସ ଏକ ଚାଞ୍ଚଲ୍ୟକର ଘଟଣାର ପର୍ଦ୍ଦାଫାଶ କରିଛି। ଭିଡ଼ ବଜାରରେ ଚୋରି କରିବା ପରେ ନିଜର ପରିଚୟ ଲୁଚାଇବା ପାଇଁ ବୁର୍ଖା ପିନ୍ଧୁଥିବା ଜଣେ ମହିଳା ଚୋରକୁ ପୋଲିସ ଗିରଫ କରିଛି। ଗିରଫ ମହିଳାଙ୍କ ନିକଟରୁ ପୋଲିସ ୪୦ ହଜାର ଟଙ୍କା ନଗଦ ଏବଂ ଅନ୍ୟାନ୍ୟ ଅଳଙ୍କାର ଜବତ କରିଛି।
ଘଟଣାର ବିବରଣୀ
ଏହି ଘଟଣାଟି ଝାନ୍ସି ସହରର କୋତୱାଲୀ ଅଞ୍ଚଳ ଅନ୍ତର୍ଗତ ମାଣିକ ଚୌକ ବଜାରରେ ଘଟିଛି। ସୂଚନା ଅନୁଯାୟୀ, ଫେବୃଆରୀ ୧୮ ତାରିଖରେ ଏକ କସମେଟିକ୍ ଦୋକାନରେ ଗ୍ରାହକଙ୍କ ଭିଡ଼ ଥିବାବେଳେ ଜଣେ ମହିଳା ସେଠାରେ ପହଞ୍ଚିଥିଲେ। ସୁଯୋଗ ଦେଖି ସେ ଜଣେ ମହିଳା ଗ୍ରାହକଙ୍କ ପର୍ସରୁ ଟଙ୍କା ଓ ସାମଗ୍ରୀ ଚୋରି କରିନେଇଥିଲେ। ସିସିଟିଭି ଫୁଟେଜରେ ଦେଖାଯାଇଥିଲା ଯେ ଅଭିଯୁକ୍ତା ଜଣକ ପ୍ରଥମେ ହାତରେ ଏକ ନୀଳ ରଙ୍ଗର ବ୍ୟାଗ ଧରି ନିଜର କାର୍ଯ୍ୟକଳାପ ଲୁଚାଇବାକୁ ଚେଷ୍ଟା କରିଥିଲେ ଏବଂ ଚୋରି କରିବା ପରେ ତୁରନ୍ତ ବୁର୍ଖା ପିନ୍ଧି ସେଠାରୁ ଖସିଯିବାକୁ ଉଦ୍ୟମ କରିଥିଲେ।
ପୋଲିସର କାର୍ଯ୍ୟାନୁଷ୍ଠାନ ଓ ଜବତ ସାମଗ୍ରୀ
ସିସିଟିଭି ଫୁଟେଜ୍ ଆଧାରରେ 'ମିଶନ୍ ଶକ୍ତି' ଟିମ୍ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ମହିଳା ଜଣକ ସର୍ରାଫା ବଜାରରେ ପୁଣି ଚୋରି କରିବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ ହାତରେ ଧରାପଡ଼ିଥିଲେ। ପୋଲିସ ଅଧିକାରୀ ଲକ୍ଷ୍ମୀକାନ୍ତ ଗୌତମଙ୍କ ସୂଚନା ମୁତାବକ, ଗିରଫ ମହିଳାଙ୍କ ନିକଟରୁ ୪୦ ହଜାର ଟଙ୍କା ନଗଦ, ରୂପା ମୁଦ୍ରା, ଚେନ୍, ଗୋଟିଏ ସୁନା ନଥ ଏବଂ ରୂପା ପାଉଁଜି ଜବତ କରାଯାଇଛି।
ଅଭିଯୁକ୍ତଙ୍କ ପରିଚୟ
ପୋଲିସ ପଚରାଉଚରା ବେଳେ ଜଣାପଡ଼ିଛି ଯେ ଅଭିଯୁକ୍ତ ମହିଳାଙ୍କ ନାମ ରୁଖସାର ଏବଂ ସେ ଜାଲୌନ୍ ଜିଲ୍ଲାର ବାସିନ୍ଦା। ସେ ଭିଡ଼ର ଫାଇଦା ଉଠାଇ ଚୋରି କରୁଥିଲେ ଏବଂ ପୋଲିସ ଆଖିରେ ଧୂଳି ଦେବା ପାଇଁ ବାରମ୍ବାର ନିଜର ବେଶ ବଦଳାଉଥିଲେ। ବର୍ତ୍ତମାନ ପୋଲିସ ତାଙ୍କ ବିରୋଧରେ ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଛି।
ବଦଳିବ ମିଶନ ଶକ୍ତି ମହିଳାଙ୍କ ଡ୍ରେସ୍‌ କୋଡ୍‌, ମିଳିବ ଆଇଡି କାର୍ଡ ସହ ସ୍ମାର୍ଟ ଫୋନ୍‌
ଭୁବନେଶ୍ୱର: ବଦଳିବ ମିଶନ ଶକ୍ତି ମହିଳାଙ୍କ ଡ୍ରେସ୍‌ କୋଡ୍‌ । ମିଶନ ଶକ୍ତି ମହିଳାଙ୍କୁ ମିଳିବ ଆଇଡି କାର୍ଡ ସହ ସ୍ମାର୍ଟ ଫୋନ୍‌ । ଉତ୍କଳ ଦିବସରୁ ଲାଗୁ ହେବ ନୂଆ ଡ୍ରେସ୍‌ କୋଡ୍‌ । ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ମିଶନ ଶକ୍ତି ଭବନ ଠାରେ ଆୟୋଜିତ ସ୍ଵୟଂ ସହାୟକ ଗୋଷ୍ଠୀମାନଙ୍କୁ ସୁଧ ଫେରସ୍ତ କାର୍ଯ୍ୟକ୍ରମରେ ଯୋଗଦେଇ ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ୪୬ ହଜାର ସିଆରପିଙ୍କୁ ସ୍ମାର୍ଟ ଫୋନ୍ ମିଳିବ। ମିଶନ ଶକ୍ତି ମହିଳାଙ୍କୁ ଦିଆଯିବାକୁ ଥିବା ଶାଢୀରେ ଓଡ଼ିଆ ଅସ୍ମିତାର ଝଲକ ରହିବ ବୋଲି କହିଛନ୍ତି ପ୍ରଭାତୀ ପରିଡ଼ା ।
ଲୋୟର୍ ପିଏମଜିରେ ପୁଣି ମିଶନଶକ୍ତି ମହିଳାଙ୍କ ଧାରଣା, ରିଷ୍ଟ୍ରକଚରିଂ ବ୍ୟବସ୍ଥା ବନ୍ଦ କରିବା ସହ ସ୍ଥାୟୀ ନିଯୁକ୍ତି ଦାବି
ଭୁବନେଶ୍ୱର : ବିଧାନସଭା ସମ୍ମୁଖରେ ମିଶନଶକ୍ତି ମହିଳାଙ୍କ ଗର୍ଜନ । ଭୁବନେଶ୍ଵର ଲୋୟର୍ ପିଏମଜିରେ ପୁଣି ଧାରଣାରେ ବସିଲେ ମିଶନ ଶକ୍ତି ମହିଳା । ସ୍ଥାୟୀ ନିଯୁକ୍ତି ଦାବିରେ ଧାରଣା ବସିଛନ୍ତି । ନାରାବାଜିରେ କମ୍ପିଲା ଗାନ୍ଧୀ ମାର୍ଗ । ଦୁଇ ଦିନରେ ପହଞ୍ଚିଲା ମିଶନ ଶକ୍ତି ମାଆ ମାନଙ୍କ ଆନ୍ଦୋଳନ । ଓଡ଼ିଶା ଜୀବିକା ମିଶନ ଓ ମିଶନଶକ୍ତି ଅଧିନରେ କାର୍ଯ୍ୟରତ ଇସି ସଦସ୍ୟମାନେ ରାଜ୍ୟ ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣା ଦେଇଛନ୍ତି ।
ରିଷ୍ଟ୍ରକଚରିଂ ବ୍ୟବସ୍ଥା ବନ୍ଦ କରିବା ସହ ସ୍ଥାୟୀ ନିଯୁକ୍ତି କରିବା ପାଇଁ ଦାବି କରିଛନ୍ତି ହଜାର ହଜାର ମହିଳା । ଏହା ସହିତ ବକେୟା ଭତ୍ତା ପ୍ରଦାନ ସହ ମିଶନଶକ୍ତି ଏବଂ ଜୀବିକା ମିଶନରେ କାର୍ଯ୍ୟରତ କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କ ୫ ବର୍ଷିଆ ଚୁକ୍ତି ବାତିଲ କରି ସ୍ଥାୟୀ କରିବା, ମିଶନଶକ୍ତି ବିଭାଗ ରାଜ୍ୟର ସମସ୍ତ ମହିଳାଙ୍କ ଜୀବିକା ଅର୍ଜନର ରାହାକୁ ରାଜ୍ୟ ସରକାର ସୁନିଶ୍ଚିତ କରିବାକୁ ମହିଳା ଦାବି କରିଛନ୍ତି । ସେହିଭଳି ସ୍ଵୟଂ ସହାୟକ ଗୋଷ୍ଠୀର ପ୍ରତ୍ୟେକ ସଦସ୍ୟ ମାନଙ୍କୁ ମାସିକ ଏକ ହଜାର ଟଙ୍କା ହାରରେ ମହିଳା ସଶକ୍ତିକରଣ ଭତ୍ତା ପ୍ରଦାନ କରିବାକୁ ଦାବି କରାଯାଇଛି ।
ଭୁବନେଶ୍ୱର: ମିଶନ ଶକ୍ତି ବିରୋଧରେ ବିଜେପିର ବଡ ଷଡଯନ୍ତ୍ର । ଜାଣିଶୁଣି ମିଶନ ଶକ୍ତି ମା’ଙ୍କ ଦରମା ବନ୍ଦ କରୁଛି ବିଜେପି । କଡା ଭାଷାରେ ବିଜେପିର ଉଦ୍ଦେଶ୍ୟକୁ ନିନ୍ଦା କଲେ ନବୀନ ପଟ୍ଟନାୟକ । ବିଧାନସଭା ଶୀତକାଳନୀନ ଅଧିବେଶନର ପ୍ରଶ୍ନକାଳରେ ଏହାକୁ ନେଇ ବିରୋଧି ଦଳ ଗୃହରେ ପ୍ରତିବାଦ କରିଛନ୍ତି । ବିଜେଡି ବିଧାୟକ ଆନ୍ଦୋଳନରତ ମିଶନ ଶକ୍ତି କର୍ମୀଙ୍କୁ ଭେଟିବାକୁ ଯାଇଥିବା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ମିଶନ ଶକ୍ତି କର୍ମୀଙ୍କ ପ୍ରତି ନିଜ ସମର୍ଥନ ବ୍ୟକ୍ତ କରିଛନ୍ତି ।
ସାମ୍ବାଦିକଙ୍କୁ ଦେଇଥିବା ପ୍ରତିକ୍ରିୟାରେ ନବୀନ କହିଛନ୍ତି ଯେ, ମିଶନ ଶକ୍ତି କର୍ମୀଙ୍କ ଦରମା ବନ୍ଦ କରିବାକୁ ରାଜ୍ୟ ବିଜେପି ସରକାର ଷଡ଼ଯନ୍ତ୍ର କରୁଛନ୍ତି । ମିଶନ ଶକ୍ତି କର୍ମୀଙ୍କ ପ୍ରତି ବିଜେଡିର ସମର୍ଥନ ଜାରି ରହିବ ବୋଲି ନବୀନ କହିଛନ୍ତି ।
ରାଜ୍ୟ ସରକାର ମିଶନ ଶକ୍ତି କର୍ମୀଙ୍କ ଦରମା ବନ୍ଦ କରିଛନ୍ତି । ଦରମା ବନ୍ଦ କରିବା ଆଦୌ ଭଲ କଥା ନୁହେଁ । ବିଜେଡ଼ି ସର୍ବଦା ମିଶନ ଶକ୍ତି ମହିଳାଙ୍କ ସହିତ ରହିଛି ବୋଲି ନବୀନ କହିଛନ୍ତି ।
ଜୀବିକା ଦେଲା ମିଶନ ଶକ୍ତି, ଚାଷ କରି ନିଜକୁ ସ୍ୱାବଲମ୍ବୀ କରି ପାରିଛନ୍ତି ଗାଙ୍ଗେଶ୍ୱରୀ ସ୍ୱୟଂ ସହାୟିକା ଗୋଷ୍ଠୀର ମାଆମାନେ
କୋରାପୁଟ(ସୁବୋଧ ଚେଟ୍ଟୀ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟ ସରକାର ମିଶନ ଶକ୍ତି ଜରିଆରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ମାଆମାନଙ୍କୁ ବିଭିନ୍ନ ଯୋଜନାରେ ଅନ୍ତର୍ଭୁକ୍ତ କରି ସେମାନଙ୍କୁ ସ୍ୱବଲମ୍ୱୀ କରିବା ସହ ପରିବାରର ଆର୍ଥିକ ମାନଦଣ୍ଡ ବୃଦ୍ଧି କରିବାରେ ଭାରତ ବର୍ଷରେ ଇତିହାସ ରଚିଛନ୍ତି। କୋରାପୁଟ ବ୍ଲକ ପଦ୍ମପୁର ପଞ୍ଚାୟତ ନିଘାମାନିଗୁଡା ଗ୍ରାମର ଗାଙ୍ଗେଶ୍ୱରୀ ସ୍ୱୟଂ ସହାୟିକା ଗୋଷ୍ଠୀ ମାଆମାନେ ନିଜକୁ ସ୍ୱାବଲମ୍ବୀ କରି ଉଦାହରଣ ସୃଷ୍ଟି କରି ପାରିଛନ୍ତି।
ସାରା ରାଜ୍ୟରେ ୭୦ ଲକ୍ଷ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ମାଆ ମିଶନ ଶକ୍ତି ମାଧ୍ୟମରେ ରୋଜଗାରକ୍ଷମ ହୋଇ ପାରିଥିବା ବେଳେ କୋରାପୁଟ ଜିଲ୍ଲାର ମାଆ ମାନେ ମଧ୍ୟ ବେଶ ଉପକୃତ ହୋଇ ପାରିଛନ୍ତି। ଯେଉଁମାନେ ଦିନେ ଟଙ୍କାଟିଏ ରୋଜଗାର କରି ପାରୁନଥିଲେ ଆଜି ସେମାନେ ମିଶନ ଶକ୍ତି ସହାୟତାରେ ମାସକୁ ଜଣ ପିଛା ୩ ହଜାର ଟଙ୍କା ରୋଜଗାର କରିବାରେ ସମର୍ଥ ହୋଇଛନ୍ତି। କୋରାପୁଟ ବ୍ଲକ ପଦ୍ମପୁର ପଞ୍ଚାୟତ ନିଘାମାନିଗୁଡା ଗ୍ରାମର ଗାଙ୍ଗେଶ୍ୱରୀ ସ୍ୱୟଂ ସହାୟିକା ଗୋଷ୍ଠୀ ମାଆମାନେ ନିଜକୁ ସ୍ୱାବଲମ୍ବୀ କରି ଉଦାହରଣ ସୃଷ୍ଟି କରି ପାରିଛନ୍ତି।
ଗାଙ୍ଗେଶ୍ୱରୀ ସ୍ୱୟଂ ସହାୟିକା ଗୋଷ୍ଠୀ ପଦ୍ମପୁର ଏମବିକେ ସିପ୍ରା ରାଉତଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ୧୦ ଜଣ ସଦସ୍ୟା ଦୁଇ ବର୍ଷ ପୂର୍ବରୁ ଆତ୍ମନିର୍ଭରଶୀଳ ହେବାକୁ ଏକ ମାଷ୍ଟର ପ୍ଲାନ କରି ସଫଳତାର ପ୍ରଥମ ପାହାଚ ଚଢିବାରେ ସକ୍ଷମ ହୋଇ ପାରିଛନ୍ତି। ଗତ ଦୁଇ ବର୍ଷକ ମଧ୍ୟରେ ଗାଙ୍ଗେଶ୍ୱରୀ ଏସ୍‌‌ଏଚ୍‌‌ଜି ମାଆ ମାନେ ଜଣେ ବ୍ୟକ୍ତିଙ୍କ ୭୦ ଡେସିମଲ ଜାଗା ଲିଜ୍‌‌ ସୂତ୍ରରେ ନେଇ ବିଭିନ୍ନ ପ୍ରକାର ଚାଷ କରି ବେଶ ଲାଭବାନ ହୋଇଛନ୍ତି। ୨୦ ଡେସିମିଲ ଜମିରେ କରାଯାଇଥିବା ପୋଲି ହାଉସରେ ଉନ୍ନତ କିସମର ଆଳୁଚାରା, ଅମୃତ ଭଣ୍ଡା ଓ ଅନ୍ୟାନ୍ୟ ଚାରା ଉତ୍ପାଦନ କରି ବର୍ଷକରେ ସେମାନେ ୨ ଲକ୍ଷ ୭୫ ହଜାର ଟଙ୍କା ଲାଭ ପାଇଥିବା ବେଳେ ଛତୁଚାଷରୁ ୩୦ ହଜାର, ଫୁଲଚାଷରୁ ୨୫ ହଜାର, ମସଲା ଗୁଣ୍ଡ ତିଆରି କରି ୫୦ ହଜାର ମୋଟ ୩ ଲକ୍ଷ ୫୦ ହଜାର ଟଙ୍କା ଲାଭ ପାଇଥିବା ଗାଙ୍ଗେଶ୍ୱରୀ ଏସ୍‌‌ଏଚ୍‌‌ଜି ସଭାନେତ୍ରୀ ନିରୋଶା ଚୌଧରୀ ପ୍ରକାଶ କରିଛନ୍ତି। ଆସନ୍ତା ଦିନରେ ସେମାନେ ଆହୁରି ଅଧିକ ରୋଜଗାର କରିବା ଲକ୍ଷ ନେଇ କାମ କରିବେ ବୋଲି ସଦସ୍ୟାମାନେ କହିଛନ୍ତି। ରାଜ୍ୟ ସରକାରଙ୍କ କୃଷି ବିଭାଗ ପ୍ରମୁଖ ଶାସନ ସଚିବ ତଥା କମିଶନର ଡଃ.ଅରବିନ୍ଦ କୁମାର ପାଢ଼ୀ, ମିଶନ ଶକ୍ତି ମୁଖ୍ୟ ଉପଦେଷ୍ଟା ଡଃ.ଲୋପାମୁଦ୍ରା ବକ୍ସିପାତ୍ର ପ୍ରମୁଖ କୋରାପୁଟ ଜିଲ୍ଲା ଗସ୍ତ ସମୟରେ ଗାଙ୍ଗେଶ୍ୱରୀ ଏସ୍‌‌ଏଚଜି ଦ୍ୱାରା କରା ଯାଇଥିବା ପୋଲି ହାଉସ୍‌‌ ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଦେଖି ଖୁବ୍‌‌ ପ୍ରଶଂସା କରିଥିଲେ।
ମହିଳାଙ୍କୁ ସ୍ୱାବଲମ୍ବୀ କରିଛି ଖରାଦିନିଆ ଥଣ୍ଡା ପାନୀୟ, ବଢୁଛି ମାଣ୍ଡିଆ ଲସି ଓ ଜୁସ୍‌‌ର ଚାହିଦା
ଭୁବନେଶ୍ୱର: ଦିନକୁ ଦିନ ଗ୍ରୀଷ୍ମପ୍ରବାହ ବୃଦ୍ଧି ପାଉଥିବାବେଳେ ଥଣ୍ଡା ପାନୀୟର ଆଦର ବଢ଼଼ୁଛି। ସେଥିମଧ୍ୟରେ ଏବେ ବିଶେଷ ଚାହିଦା ରହିଛି ମାଣ୍ଡିଆ ଲସି ଓ ଜୁସ୍‌‌। ଏହା ବେଶ୍‌‌ ପୁଷ୍ଟିକର ହେବା ସହ ସ୍ୱାସ୍ଥ୍ୟ ପ୍ରତି ବେଶ୍‌‌ ସକାରାତ୍ମକ ପ୍ରଭାବ ପକାଉଥିବାରୁ କେବଳ ଚାହିଦା ବଢ଼଼ୁନି, ଏହାର ବ୍ୟବସାୟ ପ୍ରତି ମନଯୋଗ ଦେଉଥିବା ଲୋକେ ବି ବେଶ୍‌‌ ଲାଭାନ୍ୱିତ ହେଉଛନ୍ତି।
ରାଜଧାନୀରେ ଖରାଦିନିଆ ଥଣ୍ଡା ପାନୀୟ ଭାବେ ମାଣ୍ଡିଆ ଲସି, ଜୁସ୍‌‌, ଦହି ଆଦିର ବେଶ୍‌‌ ଚାହିଦା ବଢ଼଼ୁଛି। ଲୋକଙ୍କ ନିକଟରେ ପୁଷ୍ଟିକର ଖାଦ୍ୟ ପହଞ୍ଚିବା ସହ ଏଥିରୁ ରୋଜଗାରକ୍ଷମ ହୋଇପାରିଛନ୍ତି ଅନେକ ଏସଏଚ୍‌‌ଜିର ମହିଳାମାନେ। ପୁରୁଣା ଭୁବନେଶ୍ୱରର ମା’ ତାରାଦେବୀ ଏସ୍‌‌ଏଚ୍‌‌ଜିର ୧୦ଜଣ ମହିଳା ମାଣ୍ଡିଆରୁ ପ୍ରସ୍ତୁତ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରି ସ୍ୱାବଲମ୍ବୀ ହୋଇପାରିଛନ୍ତି। ଡାଇବେଟିସ୍‌‌ ଲୋକଙ୍କ ପାଇଁ ମାଣ୍ଡିଆ ଛାଞ୍ଚ୍‌‌ ମଧ୍ୟ ଅନେକଙ୍କ ନିୟମିତ ପାନୀୟ ତାଲିକାରେ ସ୍ଥାନ ପାଇଛି। ମହିଳାମାନେ ମିଲେଟ୍‌‌ରୁ କୁକିଜ୍‌‌, ସୁପର୍‌‌ ଫୁଡ଼୍‌‌ ଛତୁଆ ଗୁଣ୍ଡ, ମୁଡ଼କୀ, ବିସ୍କୁଟ, ବରା, କେକ୍‌‌, ପକୁଡ଼ି ଆଦି ବିକ୍ରି କରୁଥିବା ବେଳେ ଖରାଦିନରେ ଅଧିକ ବିକ୍ରି ହେଉଛି ମାଣ୍ଡିଆରୁ ପ୍ରସ୍ତୁତ ପାନୀୟ। ମାଣ୍ଡିଆକୁ ସିଝାଇ ସେଥିରେ ଦହି, ଚିନି ଓ ଅନ୍ୟ ସାମଗ୍ରୀ ମିଶାଇ ଲସି ପ୍ରସ୍ତୁତ କରାଯାଉଥିବା ବେଳେ ଛାଞ୍ଚ୍‌‌ରେ ଆମ୍ବକଷି ଅଦା, ପୁଦିନା ପତ୍ର, ଲୁଣ ଆଦି ମିଶାଇ ପ୍ରସ୍ତୁତ କରାଯାଉଛି ଏହି ପାନୀୟ। ଏହି ଜୁସ୍‌‌ର ଦାମ୍‌‌ ୩୦ଟଙ୍କା ରହିଥିବାବେଳେ ବିଭିନ୍ନ ଷ୍ଟଲରେ ବିକ୍ରି କରାଯାଉଥିବା ଦେଖିବାକୁ ମିଳେ।
ସବୁଠାରୁ ବଡ଼କଥା ହେଉଛି ବର୍ତ୍ତମାନ ବିବାହ ହେଉ ଅବା ଜନ୍ମଦିନ ଭଳି ବିଭିନ୍ନ ଉତ୍ସବରେ ମଧ୍ୟ ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟ ଓ ପାନୀୟ ସାମିଲ ହୋଇଛି। ନିମୟିତ ୧୦୦ରୁ ୧୫୦ଜଣଙ୍କ ପାଇଁ ଏହା ପ୍ରସ୍ତୁତ କରାଯାଉଥିବା ମା’ ତାରାଦେବୀ ଏସ୍‌‌ଏଚ୍‌‌ଜି ଗ୍ରୁପ୍‌‌ର ଲିତାଞ୍ଜଳି ବେହେରା କହିଛନ୍ତି। ସେ କହିଛନ୍ତି ଯେ, ବର୍ତ୍ତମାନ ଘରେ ଘରେ ମିଲେଟ୍‌‌ ଫୁଡ଼୍‌‌ ତଥା ମାଣ୍ଡିଆ ଚାଷକୁ ପ୍ରୋତ୍ସାହିତ କରିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ଲୋକଙ୍କୁ ମିଲେଟ୍‌‌ ଜାତୀୟ ଖାଦ୍ୟର ପ୍ରଚାରପ୍ରସାର ପାଇଁ ଓଡ଼ିଶା ମିଲେଟ୍‌‌ ମିଶନ୍‌‌ ପକ୍ଷରୁ ମଧ୍ୟ ଅନେକ ପଦକ୍ଷେପ ନିଆଯାଉଛି। ଏହାକୁ ସଫଳ କରିବାକୁ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି। ମିଶନ୍‌‌ ଶକ୍ତି ଓ ଓଡ଼ିଶା ମିଲେଟ୍‌‌ ମିଶନ୍‌‌ ମାଧ୍ୟମରେ ଏହାର ବ୍ରାଣ୍ଡିଂ କରାଯାଇ ବିକ୍ରି କରାଯାଉଛି। ମାଣ୍ଡିଆରୁ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ସାମଗ୍ରୀ ବିକ୍ରି ହେଉଥିବା ସହ ଖରାଦିନରେ ପାନୀୟକୁ ଲୋକେ ଅଧିକ ପସନ୍ଦ କରୁଛନ୍ତି।
ମିଶନ ଶକ୍ତି ମାଆଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଉପହାର, ଏଣିକି ବିନା ସୁଧରେ ମିଳିବ ୧୦ ଲକ୍ଷ ଟଙ୍କା ଯାଏଁ ଋଣ
ଭୁବନେଶ୍ବର: ମିଶନ ଶକ୍ତି ମାଆଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଉପହାର । ଏଣିକି ବିନା ସୁଧରେ ମିଳିବ ୧୦ ଲକ୍ଷ ଟଙ୍କା ଯାଏଁ ଋଣ । ସେହିଭଳି ୟୁନିଫର୍ମ ଓ ବ୍ଲେଜର ପାଇଁ ୭୦ ଲକ୍ଷ ମହିଳା ଓ ଦେଢ ଲକ୍ଷ ମିଶନ ଶକ୍ତି ଲିଡରଙ୍କୁ ୭୩୦ କୋଟି ଟଙ୍କାର ଆର୍ଥିକ ସହାୟତା ଦିଆଯିବ । ଏହାସହ ସୁଧ ଫେରସ୍ତ ବାବଦକୁ ୧୪୫ କୋଟି ଟଙ୍କା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ସେହିଭଳି ଗତ ୫ ବର୍ଷରେ ୯୨୫ କୋଟି ଟଙ୍କା ଫେରସ୍ତ କରାଯାଇଛି । ମିଶନ ଶକ୍ତି ବଜାର ଉଦଘାଟନ ପୂର୍ବରୁ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଗାମୀ ୫ ବର୍ଷରେ ରାଜ୍ୟରେ ୫ ହଜାର ମିଶନ ଶକ୍ତି ବଜାର ଖୋଲାଯିବ ।
ଚଳିତବର୍ଷ ମିଶନ ଶକ୍ତିର ମା’ ମାନେ ୧୫ ହଜାର କୋଟି ଟଙ୍କା ଋଣ ପାଇଛନ୍ତି । ଆସନ୍ତା ୫ ବର୍ଷରେ ମିଶନ ଶକ୍ତି ମା’ଙ୍କୁ ୭୫ ହଜାର କୋଟି ଟଙ୍କାର ଋଣ ଯୋଗାଇ ଦିଆଯିବ । ସେପଟେ ଆଜି ସଂଧ୍ଯାରେ ଉଦଘାଟିତ ହେବ ମିଶନ ଶକ୍ତି ବଜାର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବଜାରକୁ ଉଦଘାଟନ କରିବେ। ଏହାଦ୍ବାରା ଏଣିକି ଘରେ ଘରେ ପହଞ୍ଚିବ ମିଶନ ଶକ୍ତି ମହିଳାଙ୍କ ଉତ୍ପାଦ । ଗ୍ରାହକଙ୍କୁ ଉଭୟ ଅନଲାଇନ ଓ ଅଫଲାଇନ କିଣିବା ସୁବିଧା ମିଳିବ। ଏହି ବଜାରରେ ଲୋକେ ଝାଡ଼ୁଠାରୁ ପାଟଶାଢ଼ୀ, ବେତ ସୋଫା, ଘରକରଣା ଜିନିଷ, ମିଲେଟ୍ସ୍ ଉତ୍ପାଦ, ପଟ୍ଟଚିତ୍ର, ପେଣ୍ଟିଂ, କନ୍ଧମାଳ ହଳଦୀ ସମେତ ପ୍ରାୟ ପ୍ରାୟ ୧ ହଜାର ପ୍ରକାର ଉତ୍ପାଦ କିଣିବାର ସୁବିଧା ପାଇବେ । ମିଶନଶକ୍ତି ବଜାରର ପରିଚାଳନା ଦାୟିତ୍ବ ପାଇଛି ଖୋର୍ଦ୍ଧା ମାତୃଶକ୍ତି ଫାର୍ମର୍ସ ପ୍ରଡ୍ୟୁସ୍ କମ୍ପାନୀ ଲିମିଟେଡ୍।
‘ବ୍ରାଇଡାଲ୍‌ ମେକ୍‌-ଅପ୍‌‌’ ତାଲିମ୍‌ ନେଲେ ୩୦ ଏସ୍‌‌ଏଚ୍‌‌ଜି ମା’
ଭୁବନେଶ୍ୱର: ବର୍ତ୍ତମାନ ବ୍ୟୁଟି, ମେକ୍‌‌ଅପ୍‌‌ ଓ ଫେସିଆଲ ଆଦି ସେବା କ୍ଷେତ୍ରର ଚାହିଦା ବଢ଼ୁଛି। ତେଣୁ ଏ ଦିଗରେ ଏସ୍‌‌ଏଚ୍‌‌ଜି ମା’ମାନଙ୍କୁ ତାଲିମ ଦେଇ ସେମାନଙ୍କ ପାଇଁ ରୋଜଗାରର ନୂଆ ବାଟ ସୃଷ୍ଟି କରାଯାଉଛି। ମିଶନ ଶକ୍ତି ବିଭାଗର ସହଭାଗିତାରେ ଭୁବନେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ରଠାରେ ‘ଓଡ଼ିଆ ବ୍ରାଇଡାଲ ମେକଅପ୍‌‌’ ପାଠ୍ୟକ୍ରମରେ ସେମାନଙ୍କୁ ମାଗଣା ତାଲିମ ଦିଆଯାଉଛି। ଏହି କାର୍ଯ୍ୟକ୍ରମ ଅଧୀନରେ ଦ୍ୱିତୀୟ ବ୍ୟାଚ୍‌‌ରେ ରାଜ୍ୟର ୩୦ ଜଣ ଏସ୍‌‌ଏଚ୍‌‌ଜି ମା’ ତାଲିମ ଶେଷ କରି ବାହାରିଛନ୍ତି।
ବିଶ୍ୱ ଦକ୍ଷତା କେନ୍ଦ୍ରର ‘ସ୍କୁଲ ଅଫ୍‌‌ ସର୍ଭିସେସ୍‌‌’ ବିଭାଗରେ ଏସ୍‌‌ଏଚ୍‌‌ଜି ମହିଳାଙ୍କ ଲାଗି ଏହି ସ୍ୱତନ୍ତ୍ର ତାଲିମ ପାଠ୍ୟକ୍ରମ କରାଯାଇଥିଲା। ଏଥିରେ ୮ଟି ଜିଲ୍ଲାର ୩୦ ଜଣ ମହିଳା ଯୋଗ ଦେଇଥିଲେ। ୩ ସପ୍ତାହ ଧରି ଚାଲିଥିବା ଏହି ଆଧୁନିକ ତାଲିମ ମାଧ୍ୟମରେ ସେମାନେ ବେସିକ୍‌‌ ଫେସିଆଲ, ବ୍ରାଇଡାଲ ମେକ୍‌‌ଅପ୍‌‌, ହେୟାର କଟିଂ, ପ୍ୟାଡିକିୟୋର, ମ୍ୟାନିକିୟୋର, ସାମ୍ପୋଇଙ୍ଗ୍‌‌, ହେଡ୍‌‌ ମସାଜ୍‌‌ ଏବଂ ଥ୍ରେଡିଂ ଆଦି ଉପରେ ପ୍ରଶିକ୍ଷଣ ନେଇଥିଲେ। ତାଲିମ ଶେଷରେ ଏହି ଏସ୍‌‌ଏଚ୍‌‌ଜି ମା’ମାନଙ୍କୁ ପ୍ରମାଣପତ୍ର ଦେବା ପାଇଁ ବିଶ୍ୱ ଦକ୍ଷତା କେନ୍ଦ୍ରଠାର ଗୁରୁବାର ଦିନ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିରେ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷା ତଥା ବିଶ୍ୱ ଦକ୍ଷତା କେନ୍ଦ୍ରର ସିଇଓ ଅଳକା ମିଶ୍ର ଯୋଗଦେଇ ସେମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏହି ଅବସରରେ ସେମାନଙ୍କୁ ସାର୍ଟିଫିକେଟ୍‌‌ ସହ ମେକ୍‌‌ଅପ୍‌‌ କିଟ୍‌‌ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ଏସ୍‌‌ଏଚ୍‌‌ଜି ମା’ଙ୍କୁ ନେଇ ଏକ ରାମ୍ପ ସୋ’ ଆୟୋଜନ କରାଯାଇଥିଲା। ତେବେ ମହିଳାମାନଙ୍କୁ ଏହି ସୁଯୋଗ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏସ୍‌‌ଏଚଜି ମା’ମାନେ ଅଶେଷ ଧନ୍ୟବାଦ ଜଣାଇଥିଲେ।
କାର୍ଯ୍ୟକ୍ରମ ଶେଷ ହେବା ପରେ ମା’ମାନେ ମିଶନ ଶକ୍ତି ଭବନରେ ବିଭାଗୀୟ ସଚିବ ସୁଜାତା ରାଉତ କାର୍ତ୍ତିକେୟନ୍‌‌ଙ୍କୁ ସାକ୍ଷାତ କରିଥିଲେ। ଏହି ଅବସରରେ ଶ୍ରୀମତୀ କାର୍ତ୍ତିକେୟନ୍‌‌ ଓଡ଼ିଆ ବ୍ରାଇଡାଲ ମେକଅପ୍‌‌ ପାଠ୍ୟକ୍ରମ ଶେଷ କରିଥିବା ଏସ୍‌‌ଏଚ୍‌‌ଜି ମା’ମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏସ୍‌‌ଏଚ୍‌‌ଜିଙ୍କୁ ଏସ୍‌‌ଏମ୍‌‌ଇରେ ପରିଣତ କରିବା ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ୟ। ଏହାଦ୍ୱାରା ମହିଳାମାନେ ନିଜେ ରୋଜଗାରକ୍ଷମ ହେବା ସହ ଅନ୍ୟମାନଙ୍କୁ ମଧ୍ୟ ରୋଜଗାର ଦେଇପାରିବେ। ଫଳରେ ସେମାନେ ଆର୍ଥିକ ଓ ସାମାଜିକ ସ୍ତରରେ ପ୍ରତିଷ୍ଠିତ ହୋଇପାରିବେ। ତେଣୁ ଏସ୍‌‌ଏଚଜି ମହିଳାଙ୍କୁ ବିଭିନ୍ନ ବିଷୟରେ ଉନ୍ନତମାନର ତାଲିମ ଦେଇ ସେମାନଙ୍କ ଦକ୍ଷତା ବିକାଶ ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ବିଶ୍ୱ ଦକ୍ଷତା କେନ୍ଦ୍ରରେ ଓଡ଼ିଆ ବ୍ରାଇଡାଲ ମେକ୍‌‌ଅପ୍‌‌ରେ ତାଲିମ ନେଇଥିବା ମହିଳାମାନେ ଆଗାମୀ ଦିନରେ ତାଙ୍କ ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରିବେ ବୋଲି ଶ୍ରୀମତୀ କାର୍ତ୍ତିକେୟନ କହିଥିଲେ।
ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ଏସ୍‌ଏଚ୍‌ଜି ମା’ମାନଙ୍କ ମାଗଣାରେ ରହିବା, ଖାଇବା ବ୍ୟବସ୍ଥା ଓ ଯାତାୟାତ ସୁବିଧା କରାଯାଇଥିଲା। ସାର୍ଟିଫିକେଟ୍‌‌ ପ୍ରଦାନ କାର୍ଯ୍ୟକ୍ରମରେ ବିଶ୍ୱ ଦକ୍ଷତା କେନ୍ଦ୍ରର ସିଓଓ ତଥା ବିଭାଗୀୟ ଅତିରିକ୍ତ ସଚିବ ପିନାକୀ ପଟ୍ଟନାୟକ, ବିଶ୍ୱ ଦକ୍ଷତା କେନ୍ଦ୍ରର ଅଧ୍ୟକ୍ଷ ସଙ୍ଗରଣ ଗୋପାଳ, ଉପାଧ୍ୟକ୍ଷ ଡକ୍ଟର ଶୁଭଙ୍ଗ କିଶୋର ଦାସ ଏବଂ ସ୍କୁଲ ଅଫ୍‌‌ ସର୍ଭିସେସର ନିର୍ଦ୍ଦେଶକ ସୁଗୁଣା ଶ୍ରୀନିବାସନ ପ୍ରମୁଖ ଯୋଗ ଦେଇଥିଲେ।
ମିଶନଶକ୍ତି ଜରିଆରେ ଛତୁଚାଷ କରି ସାମାଜିକ ଓ ଅର୍ଥନୈତିକ ସ୍ତରରେ ସଶକ୍ତ ହୋଇପାରିଛନ୍ତି ବାଗଦା ଗ୍ରାମର ୧୩୫ ମହିଳା
ଭୋଗରାଇ(ଦିଲ୍ଲୀପ ଦାସ): ପ୍ରଥମେ କିଛି ମାସ ସାମାନ୍ୟ କ୍ଷତି ସହିବାକୁ ପଡୁଥିଲା। ମାତ୍ର ସେଥିରେ ଧର୍ଯ୍ୟ ନ ହରାଇ ଦୃଢ଼ମନା ସହକାରେ ଚାଷ କାର୍ଯ୍ୟ ଚଳାଇ ରଖିଥିଲେ। ଏବେ ସେହି ଚାଷରୁ ମାସକୁ ଜଣକ ପ୍ରତି ପାଖାପାଖି ୨ହଜାର ଟଙ୍କା ରୋଜଗାର କରୁଛନ୍ତି। ଭୋଗରାଇ ବ୍ଲକ ବାଗଦା ଗ୍ରାମର ୧୩୫ ଜଣ ମହିଳା କ୍ରିଷ୍ଣା ଜେନାଙ୍କ ସହଯୋଗରେ ଛତୁଚାଷ କରି ମହିଳା ସ୍ୱୟଂସହାୟକ ଗୋଷ୍ଠୀର ମହିଳାମାନେ ଏବେ ଚର୍ଚ୍ଚାରେ ଅଛନ୍ତି।
ମିଶନଶକ୍ତି ଜରିଆରେ ଗାଁର ମହିଳାମାନେ ରୋଜଗାର କରିବାର ରାସ୍ତା ପାଇଛନ୍ତି। ସାମାଜିକ ଓ ଅର୍ଥନୈତିକ ସ୍ତରରେ ସଶକ୍ତ ହୋଇପାରିଛନ୍ତି। ଗାଁ ପ୍ରଥମେ ୧୦ଜଣ ମହିଳା ମିଶି ୫୦ ହଜାର ଟଙ୍କା ବିନିଯୋଗ କରି ଆରମ୍ଭ କରିଥିଲେ ଛତୁ ଚାଷ। ପରେ ସେହି ଗାଁର ବିଭିନ୍ନ ଗୋଷ୍ଠୀର ୧୩୫ରୁ ଅଧିକ ମହିଳା ମିଶି ସେହି ଛତୁଚାଷ କଲେ। ମାତ୍ର ୨ ବର୍ଷ ଭିତରେ ଏହି ସବୁ ଗୋଷ୍ଠୀର ମହିଳାଙ୍କୁ ୩୦ଲକ୍ଷ ଟଙ୍କା ଲାଭାଂଶ ମିଳିଛି। ତେବେ ଏହି ମହିଳାଙ୍କୁ ରୋଜଗାରର ରାସ୍ତା ଦେଖାଇଛନ୍ତି ମିଶନଶକ୍ତି ଦ୍ୱାରା ନିଯୁକ୍ତ ଥିବା ସିଆରପି କ୍ରିଷ୍ଣା ଜେନା। କ୍ରିଷ୍ଣାଙ୍କ ପ୍ରଚେଷ୍ଟା ଓ ଦିଗଦର୍ଶନରେ ମହିଳାମାନେ ସୃଷ୍ଟି କରିଛନ୍ତି ନିଜର ସ୍ୱତନ୍ତ୍ର ପରିଚୟ। ଏଭଳି ଉଦାହରଣ ସୃଷ୍ଟି କରିପାରିଛନ୍ତି ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ ଦାହୁଣଦା ଗ୍ରାମପଞ୍ଚାୟତ ଅଧୀନ ବାଗଦା ଗାଁର ମହିଳାମାନେ। କ୍ରିଷ୍ଣା ୨୦୧୩ ମସିହାରେ ଦାହୁଣାଦା ପଞ୍ଚାୟତର ଜିପିଏଲଏଫରେ ସିଆରପି ଭାବରେ ନିଯୁକ୍ତି ପାଇବାର ସୁଯୋଗ ପାଇଥିଲେ। ପରବର୍ତ୍ତୀ ସମୟରେ ମିଶନ ଶକ୍ତି ଏବଂ ଓଡ଼ିଶା ଜୀବିକା ମିଶନ ଜରିଆରେ ସେ ଛତୁ ଚାଷ କରିବା ପାଇଁ ତାଲିମ ନେଇଥିଲେ। ତାଲିମ ନେବା ପରେ କିଷ୍ଣା ଜେନାଙ୍କ ଅଧୀନରେ ଥିବା ୧୫ଟି ସ୍ୱୟଂ ସହାୟକ ଗୋଷ୍ଠୀର ଆଉ ୧୦୦ ଜଣ ମହିଳା ଏହି ଛତୁ ଚାଷ ବିଷୟରେ ପ୍ରଶିକ୍ଷଣ ନେଇ ମିଳିତ ଭାବେ ଛତୁ ଚାଷ ଆରମ୍ଭ କରିଥିଲେ। ଛତୁ ଚାଷ ଏକ ଲାଭଜନକ ଚାଷ ହୋଇଥିବା ବେଳେ ପ୍ରତିଦିନ ପ୍ରାୟ ୫୦ରୁ ୬୦କେଜି ଛତୁ ଅମଳ ହୋଇଥାଏ। ଏହି ଚାଷ କରି ଏବେ ମହିଳାମାନେ ସ୍ୱାବଲମ୍ୱୀ ହୋଇଛନ୍ତି।
ପ୍ରଗତି ଆଣିଛି ମିଶନ ଶକ୍ତି; ଋଣ ଟଙ୍କାରେ ଧୂପକାଠି ତିଆରି କରି ନିଜେ ସ୍ୱାବଲମ୍ୱୀ ହେବା ସହ ଅନ୍ୟଙ୍କୁ ରୋଜଗାରକ୍ଷମ କରାଇ ପାରିଛନ୍ତି ଝୁଲଣା
କେନ୍ଦ୍ରାପଡା(ଦେବଦତ୍ତ ଦାଶ): ମିଶନ ଶକ୍ତି ଆଜି ପ୍ରଗତି ଆଣିଛି। ଏନେଇ ୨୦୨୨-୨୩ ଆର୍ଥିକ ବର୍ଷରେ ଏସ୍‌‌ଏଚ୍‌ଜିକୁ ୧୧, ୦୦୦ କୋଟିରୁ ଅଧିକ ସହାୟତା ରାଶି ଯୋଗାଇ ମହିଳାମାନଙ୍କୁ ସଶକ୍ତ କରାଯାଇଛି। ଏସ୍‌‌ଏଚ୍‌‌ଜିରୁ ୨ ପ୍ରତିଶତ ସୁଧରେ ଗତ ୨ ବର୍ଷ ତଳେ ଜଣେ ମହିଳା ସଦସ୍ୟା ୪୦ ହଜାର ଟଙ୍କା ଋଣ ନେଇଥିଲେ। ଏହି ଋଣ ଟଙ୍କାରେ ମେସିନ କିଣି ଧୂପକାଠି ତିଆରି ଆରମ୍ଭ କରିଥିଲେ। ଦୃଢ଼ଇଛା ଶକ୍ତି ବଳରେ ମହିଳା ଜଣଙ୍କ ନିଜେ ସ୍ୱାବଲମ୍ୱୀ ହେବା ସହ ସୁରଟରୁ ଫେରିଥିବା ନିଜ ଅଞ୍ଚଳରେ କିଛି ବ୍ୟକ୍ତିଙ୍କୁ ରୋଜଗାରକ୍ଷମ କରାଇ ପାରିଛନ୍ତି ଝୁଲଣା ସ୍ୱାଇଁ।
କେବଳ ଯେ ନିଜ ସ୍ୱାମୀଙ୍କୁ ରୋଜଗାର ଦେଇଛନ୍ତି ତାହା ନୁହେଁ ବରଂ ଅଞ୍ଚଳର ଅନ୍ୟ ୭ରୁ ୧୦ ଜଣ ମହିଳାଙ୍କୁ ସ୍ୱାବଲମ୍ୱୀ କରାଇପାରିଛନ୍ତି। ଏମିତିକି ମହିଳା ଜଣଙ୍କ ନିଜ ପରିବାର ସଦସ୍ୟଙ୍କ ସହିତ ଗାଁର ଅନ୍ୟ କେତେକ ମହିଳାଙ୍କ ସହାୟତାରେ ଗାଁର ଅର୍ଥନୀତିକୁ ସୁଦୃଢ କରିବାକୁ ଚେଷ୍ଟା କରିଛନ୍ତି। ଉଦ୍ୟୋଗୀ ମହିଳା ଜଣଙ୍କ କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ ନୈନ୍ଦିପୁର ଅଞ୍ଚଳର ଝୁଲଣା ସ୍ୱାଇଁ।।ଝୁଲଣା ମୈତ୍ରମୁନି ଗୋଷ୍ଠିରୁ ୨ ବର୍ଷ ତଳେ ୪୦ ହଜାର ଟଙ୍କା ଋଣ ନେଇ ଧୂପକାଠି କାରଖାନା କରିଛନ୍ତି। ଝୁଲଣାଙ୍କ ସ୍ୱାମୀ ଗୁଜୁରାଟରେ ଏକ କପଡ଼ା ୟୁନିଟରେ କାମ କରୁଥିଲେ। ବିଗତ ୨୨ ବର୍ଷ ହେଲା ସେ କପଡ଼ା କାରଖାନାରେ ମାତ୍ର ୧୫ ହଜାର ଟଙ୍କା ଦରମାରେ କାର୍ଯ୍ୟ କରୁଥିଲେ। କିନ୍ତୁ କରୋନା ମହାମାରୀ ଯୋଗୁ ଘରକୁ ପଳାଇ ଆସିଥିଲେ। ଆଉ ଏଠାରେ ଶରୀର ଅସୁସ୍ଥ ହୋଇଗଲା।ରୋଜଗାରର ସବୁ ରାସ୍ତା ତାଙ୍କର ବନ୍ଦ ହୋଇଗଲା। ପରିବାର ଚଳିବା କଷ୍ଟକର ହୋଇପଡ଼ିଲା। ତେବେ ଝୁଲଣା ତାଙ୍କ ସ୍ୱାମୀ ଅଧିର ସ୍ୱାଇଁଙ୍କୁ ଆଉ ବାହାରକୁ ଯିବାକୁ ମନାକଲେ। ଏସ୍‌‌ଏଚଜିରୁ କିଛି ଟଙ୍କା ଋଣ ଆଣି ଧୂପକାଠି ତିଆରି ମେସିନ ଆଣିଲେ। ସ୍ୱାମୀ ସ୍ତ୍ରୀ ଦୁହେଁ ମିଶି ଧୂପକାଠି ତିଆରି ଆରମ୍ଭ କଲେ। ଆଉ ପାଖଆଖ ମହିଳାଙ୍କୁ ମଧ୍ୟ ଏଥିରେ ସାମିଲ କଲେ। ସବୁ ଖର୍ଚ୍ଚ ଯାଇ ଏବେ ମାସିକ ୨୫ ରୁ ୩୦ ହଜାର ଟଙ୍କା ଲାଭ ହେଉଛି ବୋଲି ଝୁଲଣା କହିଛନ୍ତି। ହାତ ପାହାନ୍ତାରେ ଧୂପକାଠି ତିଆରି ହେଉଥିବାରୁ ବେଶ କମ ଦାମରେ ମିଳିଯାଉଛି।ତେବେ ଏହି ଧୂପକାଠି କିଣିବାକୁ ଲୋକଙ୍କ ଆଗ୍ରହ ଦେଖିବାକୁ ମିଳୁଛି। ଆହୁରି ମଧ୍ୟ ନିକଟସ୍ଥ ବଜାରରେ ଧୂପକାଠି ବିକ୍ରି କରି ନିଜେ ଓ ଅନ୍ୟମାନଙ୍କ ପରିବାରକୁ ଦୁଇ ପଇସା ରୋଜଗାର କରାଇବାର ବାଟ ଦେଖାଉଛନ୍ତି। ତାଛଡା ଧୂପକାଠି କାରଖାନା ଅଞ୍ଚଳର ଅର୍ଥନୀତିକୁ ମଧ୍ୟ ସୁଦୃଢ କରିବାରେ ସହାୟକ ହେଉଛି ବୋଲି ବୁଦ୍ଧିଜୀବୀ ମତ ପ୍ରକାଶ କରିଛନ୍ତି। ତେବେ ଏସ୍‌‌ଏଚଜି ଋଣରୁ ଆଜି ଧୂପକାଠି କାରଖାନା ଶ୍ରୀ ଭକ୍ତି ଅଗରବତୀ କରିପାରିଥିବାରୁ ଝୁଲଣା ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି।