Asia Cup 2022 - The Sakala

ଏସିଆ କପ ଜିତିଲା ଭାରତୀୟ ମହିଳା ଦଳ, ଶ୍ରୀଲଙ୍କାକୁ ୮ ୱିକେଟରେ ହରାଇ ଭାରତ ଚମ୍ପିଆନ
ଢାକା: କମାଲ କଲେ ଭାରତୀୟ ମହିଳା କ୍ରିକେଟ ଦଳ । ଏସିଆ କପରେ ବାଜିମାତ କଲା ମହିଳା ଟିମ । ସପ୍ତମ ଥର ଏସିଆ କପ୍‌ ଟାଇଟଲ ହାତେଇଲା ଭାରତୀୟ ମହିଳା ଦଳ । ଏସିଆ କପର ଫାଇନାଲ ମ୍ୟାଚରେ ଭରତୀୟ ଟିମ୍ ୮ ୱିକେଟରେ ଶ୍ରୀଲଙ୍କାକୁ ପରାସ୍ତ କରି ଚମ୍ପିଆନ ହୋଇଛି । ଶ୍ରୀଲଙ୍କା ଦେଇଥିବା ୬୬ ରନର ସହଜ ବିଜୟ ଲକ୍ଷ୍ୟକୁ ୮ ଓ୍ବିକେଟ୍‌ ବାକିଥାଇ ଜିତିନେଇଛି ଭାରତ ।

ବାଂଲାଦେଶରେ ଚଳିତ ଥର ଟି-୨୦ ଫର୍ମାଟରେ ମହିଳା ଏସିଆ କପ ଆୟୋଜନ କରାଯାଇଥିଲା।  ଏସିଆ କପର ଫାଇନାଲରେ ଭାରତ ଆଜି ଶ୍ରୀଲଙ୍କାକୁ ଏକତରଫା ଭାବେ ୮ ୱିକେଟରେ ହରାଇ ଟ୍ରଫି କବଜା କରିଛି। ବୋଲିଂରେ ଭାରତର ରେଣୁକା ସିଂହ ଠାକୁର ଦମଦାର ପ୍ରଦର୍ଶନ କରିଥିଲେ। ତାଙ୍କ ଘାତକ ବୋଲିଂ ଯୋଗୁ ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ ହରାଇ ମାତ୍ର ୬୫ ରନ କରିଥିଲା। ଏହାର ଜବାବରେ ଭାରତ ୬୯ ବଲ ପୂର୍ବରୁ ବିଜୟ ହାସଲ କରି ନେଇଛି। ଜିତିବା ପାଇଁ ୭୦ ବଲରେ ୧ ରନ ଦରକାର ଥିବା ବେଳେ ମନ୍ଧାନା ବିଶାଳ ଛକା ମାରି ମ୍ୟାଚ୍‌ ଶେଷ କରିଛନ୍ତି।

ସୂଚନାଯୋଗ୍ୟ, ମହିଳା ଏସିଆ କପର ଏଯାଏ ୮ଟି ସଂସ୍କରଣ ଅନୁଷ୍ଠିତ ହୋଇଛି। ୮ଟି ଯାକ ସଂସ୍କରଣରେ ଭାରତୀୟ ମହିଳା ଦଳ ଫାଇନାଲକୁ ଯାଇଛି ଓ ୭ଥର ଚାମ୍ପିୟନ ହୋଇଛି। କେବଳ ୨୦୧୮ରେ ଦଳ ଫାଇନାଲକୁ ଯାଇଥିଲେ ମଧ୍ୟ ବାଂଲାଦେଶ ଠାରୁ ହାରି ଯାଇଥିଲା। ଏହାବାଦ ଦଳ ଆଉ କେବେ ବି ଏସିଆ କପ ଫାଇନାଲରେ ହାରି ନାହିଁ।

ଆଜି ଏସିଆ କପ୍‍ ଫାଇନାଲ: ଶ୍ରୀଲଙ୍କା- ପାକିସ୍ତାନ ହେବେ ମୁହାଁମୁହିଁ
ଦୁବାଇ: ନିଜ ଦେଶରେ ଅର୍ଥନୈତିକ ଓ ରାଜନୈତିକ ସଙ୍କଟ ଏବଂ କ୍ରିକେଟ ବୋର୍ଡରେ ରାଜନୀତି। ଏହାରି ଭିତରେ ଶ୍ରୀଲଙ୍କା କ୍ରିକେଟ ଦଳ ତାହାର ପରିଚୟ ଖୋଜି ପାଇବାରେ ସଫଳ ହୋଇଛି। ଏଠାରେ ରବିବାର ଏସିଆ କପ୍‍ ଟି-୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଫାଇନାଲ ଖେଳିବା ପୂର୍ବରୁ ଏହି ଦେଶ ଉଭୟ ପାକିସ୍ତାନ ଓ ଭାରତକୁ ପରାସ୍ତ କରି ଏକ ନୂଆ ଏବଂ ଶକ୍ତିଶାଳୀ ଦଳ ଭାବେ ନିଜକୁ ପ୍ରତିପାଦିତ କରିଛି। ଏହି ଦଳ ଯଦି ରବିବାର ପାକିସ୍ତାନ ସହ ଖେଳାଯିବାକୁ ଥିବା ଫାଇନାଲରେ ବିଜୟୀ ହୁଏ, ତେବେ ସଙ୍କଟରେ ଥିବା ଶ୍ରୀଲଙ୍କାର ନାଗରିକଙ୍କୁ କ୍ରିକେଟ ଖେଳାଳିଙ୍କର ଏହା ହେବ ଶ୍ରେଷ୍ଠ ପୁରସ୍କାର।

ଏହି ଟୁର୍ଣ୍ଣାମେଣ୍ଟର ଆୟୋଜକ ହୋଇଥିଲେ ମଧ୍ୟ ଘରୋଇ ମାଟିରେ ଶ୍ରୀଲଙ୍କା କ୍ରିକେଟ ବୋର୍ଡ ଏହାକୁ ପରିଚାଳନା କରିବାରେ ଅସମର୍ଥ ହୋଇଥିଲା। ଯାହା ଫଳରେ ୟୁଏଇକୁ ଏହି ଟୁର୍ଣ୍ଣାମେଣ୍ଟ ସ୍ଥାନାନ୍ତରିତ ହୋଇଥିଲା। ଏଭଳି ସମୟରେ ଶ୍ରୀଲଙ୍କା ଦଳ ଆଫଗାନିସ୍ତାନଠାରୁ ହାରିଯିବା ପରେ ଖେଳାଳିଙ୍କ ମନରେ ନିରାଶାଭାବ ସୃଷ୍ଟି ହେବା ସ୍ୱାଭାବିକ। ଏହି ଦୁଃଖକୁ ଭୁଲି ଦାସୁନ ସାନକାଙ୍କ ଶ୍ରୀଲଙ୍କା ଦଳ ଏକାଠି ହୋଇ ପ୍ରତିଦ୍ୱନ୍ଦ୍ୱୀଙ୍କୁ କଡ଼ା ମୁକାବିଲା କରିଥିଲେ। ବାଂଲାଦେଶ, ଆଫାଗାନିସ୍ତାନ, ଭାରତ ଓ ପାକିସ୍ତାନକୁ କ୍ରମାଗତ ଭାବେ ହରାଇ ଏହି ଦଳ ଫାଇନାଲ ଖେଳିବାକୁ ଉନ୍ନୀତ ହୋଇଛି। ପାଥୁମ ନିଶାଙ୍କା ଓ କୁଶାଲ ମେଣ୍ଡିସ୍‍ ଓପନିଂରେ ବେଶ ପ୍ରଭାବ ପକାଇଥିଲେ। ଟପ୍‍ ଅର୍ଡରରେ ଖେଳିବାକୁ ଆସୁଥିବା ଦାନୁସ୍କା ଗୁଣତିଳକ, ଭାନୁକା ରାଜପକ୍ଷ, ଶାନକା ଓ ଚାମିକା କରୁଣାରତ୍ନେ ଭଲ ରନ୍‍ କରୁଛନ୍ତି। ଯାହା ଫଳରେ ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‍ରେ ଜଣେ ହେଲେ ବ୍ୟାଟର ୩୫ ରନ୍‍ କରି ନଥିଲେ ମଧ୍ୟ ୧୭୦ ରନ୍‍ର ଟାର୍ଗେଟକୁ ସହଜରେ ହାସଲ କରିଥିଲା। ଏହି ମ୍ୟାଚ୍‍ରେ ସମସ୍ତ ଟପ୍‍ ଅର୍ଡର ବ୍ୟାଟରଙ୍କ ଷ୍ଟ୍ରାଇକ୍‍ ରେଟ ୧୫୦ରୁ ଅଧିକ ଥିଲା। ୱାନିନ୍ଦୁ ହାସରଙ୍ଗାଙ୍କ ସହ ମହେଶ ଥିକସାନା ଏକ ଶକ୍ତିଶାଳୀ ସ୍ପିନ ଯୋଡି କରିଛନ୍ତି। ମୁଖ୍ୟ ବୋଲର ଦୁଷ୍ମନ୍ତ ଚାମୀରାଙ୍କ ବଦଳରେ ଦିଲସାନ ମଧୁଶଙ୍କା ପେସ୍‍ ବୋଲରଙ୍କ ନେତୃତ୍ୱ ନେଉଛନ୍ତି। ୬ମାସ ପୂର୍ବେ ଭାରତ ସହ ଖେଳିଥିବା ଶ୍ରୀଲଙ୍କା ଦଳରେ ବିଶେଷ କିଛି ପରିବର୍ତ୍ତନ ହୋଇନାହିଁ। କିନ୍ତୁ ସେମାନଙ୍କ ଚିନ୍ତାଧାରା ଓ ଖେଳରେ ବଡ଼ ପରିବର୍ତ୍ତନ ହୋଇଛି। ସେମାନେ ଏଠାରେ ଖେଳିଥିବା ୫ଟି ମ୍ୟାଚ୍‍ରେ ୨୮ଟି ଛକା ଓ ୬୨ଟି ଚୌକା ମାରିଛନ୍ତି। ଏହା ହିଁ ଶ୍ରୀଲଙ୍କାର ପରିବର୍ତ୍ତନ (ଆକ୍ରମଣାତ୍ମକ ଖେଳ)କୁ ସୂଚାଇଥାଏ। ଏଭଳି ଖେଳିଲେ ଦଳର ନିଶ୍ଚିତ ପୁନଃଜନ୍ମ ହେବ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ।

କିନ୍ତୁ ପାକିସ୍ତାନ ଏହି ସଫଳତାରେ ବଡ଼ ପ୍ରତିବନ୍ଧକ ହୋଇ ଛିଡ଼ା ହୋଇଛି। ଦୁବାଇରେ ପାକିସ୍ତାନ ଘରୋଇ ଷ୍ଟାଡିୟମ୍‍ ଭଳି ସମର୍ଥନ ପାଇଥାଏ। ଦଳର ଷ୍ଟାର ଖେଳାଳି ତଥା ଅଧିନାୟକ ବାବର ଆଜମ ୫ଟି ମ୍ୟାଚ୍‍ରେ ମାତ୍ର ୬୩ ରନ୍‍ କରିଛନ୍ତି। ଏହା ସତ୍ତ୍ବେ ଦଳର ଆଉ କିଛି ତାରକା ଖେଳାଳି ମଧ୍ୟ ସୃଷ୍ଟି ହୋଇଛନ୍ତି। ମହମ୍ମଦ୍‍ ରିଜୱାନ, ମହମ୍ମଦ୍‍ ନୱାଜ (ବନାମ ଭାରତ) ଓ ନସୀମ ଶାହା (ବନାମ ଆଫଗାନିସ୍ତାନ) ହିରୋ ସାବ୍ୟସ୍ତ ହୋଇଛନ୍ତି। ଏମାନଙ୍କ କବ୍‍ଜାରୁ ଶ୍ରୀଲଙ୍କା ଖସିଯିବାର ସମ୍ଭାବନା ଯଥେଷ୍ଟ କମ୍‍। ବଡ଼ ବଡ଼ ମ୍ୟାଚ୍‍ରେ ପାକିସ୍ତାନର କେହି ଜଣେ ସାଧାରଣ ଖେଳାଳି ତାରକା ହୋଇଯାଇଥାନ୍ତି। ଏହି ମ୍ୟାଚ୍‍ରେ ଯେ ଆଉ ଜଣେ ତାରକାଙ୍କୁ ଦେଖିବାକୁ ନ ମିଳିବ ତାହା କିଏ କହିବ?

ଏସିଆ କପ ୨୦୨୨: ଶ୍ରୀଲଙ୍କାକୁ ୧୭୪ ରନର ଟାର୍ଗେଟ ଦେଲା ଭାରତ
ନୂଆଦିଲ୍ଲୀ: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଏସିଆ କପ ୨୦୨୨ ସୁପର-୪ର ତୃତୀୟ ମୁକାବିଲା ଦୁବାଇ ଆନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଳାଯାଉଛି। ସୁପର-୪ର ଏହି ମୁକାବିଲାରେ ଶ୍ରୀଲଙ୍କା ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା। ଭାରତୀୟ ଟିମ ପ୍ରଥମେ ବ୍ୟାଟିଂ କରିଥିଲା। ପ୍ରଥମେ ବ୍ୟାଟିଂ କରି ଭାରତ ୧୭୩ ରନ କରିଛି। ଏହି ମ୍ୟାଚକୁ ଜିତିବାକୁ ହେଲେ ଶ୍ରୀଲଙ୍କାକୁ ୧୭୪ ରନର ଆବଶ୍ୟକତା ରହିଛି।

ପ୍ରାରମ୍ଭିକ ପର୍ଯ୍ଯାୟରେ ଭାରତର ବ୍ୟାଟିଂ ବିପର୍ଯ୍ଯୟ ହୋଇଥିଲା । ଲୋକେସ ରାହୁଲ ୭ ବଲରେ ୬ ରନ କରି ଆଉଟ ହୋଇଥିବା ବେଳେ ବିରାଟ କୋହଲି ଖାତା ଖୋଲି ପାରି ନ ଥିଲେ। ଏହା ପରେ ରୋହିତ ଶର୍ମା ଏକ ଅଧିନାୟକ ପାରି ଖେଳିଥିଲେ। ୪୧ ବଲରେ ୭୧ ରନ କରି ରୋହିତ ଶର୍ମା ଆଉଟ ହୋଇଥିବା ବେଳେ ସୂର୍ଯ୍ଯକୁମାର ଯାଦବ ୨୯ ବଲରେ ୩୪ ରନ କରି ଆଉଟ ହୋଇଥିଲେ। ଏହା ପରେ ପାରିକୁ ଋଷଭ ପନ୍ତ ଓ ହାର୍ଦ୍ଧିକ ପାଣ୍ଡ୍ୟା ସମ୍ଭାଳିଥିଲେ। ହାର୍ଦ୍ଧିକ ପାଣ୍ଡ୍ୟା ୧୩ ବଲରେ ୧୭ ରନ କରି ଆଉଟ ହୋଇଥିଲେ। ପରେ ଦୀପକ ହୁଡ୍ଡା ପାରିକୁ ସମ୍ଭାଳିଥିଲେ। ଋଷଭ ପନ୍ତ  ୧୩ ବଲରେ ୧୭ ରନ କରି ଆଉଟ ହୋଇଥିଲେ। ଦୀପକ ହୁଡ୍ଡା ୪ ବଲରେ ୩ ରନ କରି ଆଉଟ ହୋଇଥିଲେ। ପରେ ଭୁବେନଶ୍ବର କୁମାର ଶୂନରେ ଆଉଟ ହୋଇଥିଲେ।  ରବିଚନ୍ଦ୍ରନ ଅଶ୍ବିନ ୭ ବଲରେ ୧୫ ଓ ଅର୍ଶଦୀପ ସିଂ ୧ ରନ କରି ଅପରାଜିତ ରହିଥିଲେ।

ଶ୍ରୀଲଙ୍କା ପକ୍ଷରୁ ଦିଲସାନ ମଧୁସଙ୍କା ୩ଟି ୱିକେଟ ନେଇଥିବା ବେଳେ । ଦାଶୁନ୍‌ ସନାକା ଓ  ଚାମିକା କରୁଣାରତ୍ନେ ୨ଟି ଲେଖାଏଁ ୱିକେଟ ନେଇଥିଲେ। ସେହିପରି ମହେଶ ଥିକସାନା ଗୋଟିଏ  ୱିକେଟ ନେଇଥିଲା।

ଏସିଆ କପ୍: ସୁପର-୪ ମୁକାବିଲାରେ ଆଜି ମୁହାଁମୁହିଁ ହେବେ ଭାରତ-ଶ୍ରୀଲଙ୍କା
ଦୁବାଇ: ଚଳିତ ଏସିଆ କପ୍‍ ରେ ଭାରତ ଆଜି ସୁପର-୪ରେ ତା’ର ଦ୍ୱିତୀୟ ମ୍ୟାଚ୍‍ ରେ ଶ୍ରୀଲଙ୍କାକୁ ଭେଟିବ। ରବିବାର ଭାରତ ୫ ୱିକେଟରେ ପାକିସ୍ତାନଠାରୁ ପରାସ୍ତ ହୋଇଥିଲା। ଫଳରେ ଭାରତ ପାଇଁ ସ୍ଥାନୀୟ ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‍ ରେ ‘କର ବା ମର’ ସ୍ଥିତି ସୃଷ୍ଟି ହୋଇଛି। ପାକିସ୍ତାନଠାରୁ ହାରିବା ପରେ ଭାରତର ବୋଲିଂ ଓ ଫିଲ୍ଡିଂ ଦୁର୍ବଳତା ଓ ଦଳ ଚୟନ ନେଇ ଦ୍ୱନ୍ଦ୍ୱ ପଦାରେ ପଡ଼ିଛି। ଏହି ମ୍ୟାଚ୍‍ ରେ ଭାରତ ଓ ଶ୍ରୀଲଙ୍କା ପରସ୍ପରକୁ ୨୬ଥର ପାଇଁ ଭେଟିବେ। ଟି-୨୦ରେ ଶ୍ରୀଲଙ୍କା ବିପକ୍ଷରେ ଭାରତର ଭଲ ରେକର୍ଡ ରହିଛି। ଗତ ୨୫ଟି ମୁକାବିଲାରେ ଭାରତ ୧୭ଟିରେ ବିଜୟୀ ହୋଇଥିବା ବେଳେ ୭ଟିରେ ପରାଜୟ ବରଣ କରିଛି। ଗୋଟିଏ ମ୍ୟାଚ୍‍ ବାତିଲ ହୋଇଥିଲା।

ଏହାପୂର୍ବରୁ ୨୦୧୬ ମାର୍ଚ୍ଚ ୧ରେ ଢାକାର ମୀରପୁରରେ ଦୁଇଦଳ ଟି-୨୦ ଏସିଆ କପ୍‍ରେ ପରସ୍ପରକୁ ଭେଟିଥିଲେ ଓ ଏଥିରେ ଭାରତ ୫ ୱିକେଟରେ ବିଜୟ ହାସଲ କରିଥିଲା। ଟି-୨୦ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ଶ୍ରୀଲଙ୍କା ଦଳରେ ଏକାଧିକ ମ୍ୟାଚ୍‍ ୱିନର ରହିଛନ୍ତି। ଦଳରେ ପଥୁମ ନିଶାଙ୍କା, କୁସଲ ମେଣ୍ଡିସ୍‍, ଦନୁଷ୍କା ଗୁଣତିଲକା ଓ ଭାନୁକା ରାଜପକ୍ଷେଙ୍କ ଭଳି ବ୍ୟାଟର ରହିଛନ୍ତି। ଗତ ଆଫଗାନିସ୍ତାନ ବିପକ୍ଷରେ ଏମାନେ ଦମ୍‍ଦାର ପ୍ରଦର୍ଶନ କରିଛନ୍ତି। ସୁପରଷ୍ଟାର ବିରାଟ କୋହଲି ଓ ଲୋକେଶ ରାହୁଲ ଫର୍ମକୁ ଫେରିବ ଭାରତୀୟ ପ୍ରଶଂସକଙ୍କ ପାଇଁ ଖୁସି ଖବର ସାବ୍ୟସ୍ତ ହୋଇଛି। ଦୁବାଇର ଏହି ଷ୍ଟାଡିୟମରେ ଗତ ୫ଟି ଇନିଂସରେ ୧୮୦ରୁ ଊର୍ଦ୍ଧ୍ବ ସ୍କୋର ହୋଇଛି। ତେବେ ପିଚ୍‍ ଉପରେ ସବୁକିଛି ନିର୍ଭର କରେ। ଅପରପକ୍ଷରେ ଶ୍ରୀଲଙ୍କା ଏହି ମ୍ୟାଚ ଜିତି ହ୍ୟାଟ୍ରିକ ବିଜୟ ଲକ୍ଷ୍ୟରେ ରହିଛି। ପ୍ରଥମ ମ୍ୟାଚ୍‍ ରେ ଆଫଗାନିସ୍ତାକୁ ହରାଇଥିବାରୁ ଶ୍ରୀଲଙ୍କ ବିଜୟୀ ହେଲେ ଫାଇନାଲରେ ସ୍ଥାନ ପକ୍କା କରିବାର ନିକଟତର ହେବ। ଶ୍ରୀଲଙ୍କା ଦଳ ଅପରିବର୍ତ୍ତିତ ରହିବ ବୋଲି ଆଶା କରାଯାଉଛି। ଦ୍ରୁତ ବୋଲର ଆଭେସ ଖାନ୍‍ ଉପଲବ୍ଧ ହେଲେ ଭାରତ ୩ ଦ୍ରୁତ ବୋଲର, ଜଣେ ସ୍ପିନର ଓ ଦୁଇଜଣ ଅଲରାଉଣ୍ଡରଙ୍କୁ ନେଇ ପଡ଼ିଆକୁ ଓହ୍ଲାଇବ। ଫଳରେ ରବି ବିଷ୍ଣୋଇଙ୍କ ବଦଳରେ ଅକ୍ଷର ପଟେଲ ଦଳରେ ସ୍ଥାନ ପାଇବେ।

ଏସିଆ କପ୍‌ : ପାକିସ୍ତାନକୁ ୧୮୨ ରନ୍‌ର ଟାର୍ଗେଟ ଦେଲା ଟିମ୍‌ ଇଣ୍ଡିଆ
ଦୁବାଇ: ସୁପରସଣ୍ଡେରେ ଆଜି ଏସିଆ କପର ସୁପର-୪ ପର୍ଯ୍ୟାୟରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱି ଭାରତ- ପାକିସ୍ତାନ ମୁହାଁମୁହିଁ ହୋଇଛନ୍ତି।  ଏହି ମୁକାବିଲାରେ ଟସ୍ ଜିତି ପାକିସ୍ତାନ ବୋଲିଂ ନିଷ୍ପତ୍ତି ନେଇଥିଲା। ଯାହା ଫଳରେ ଭାରତ ପ୍ରଥମେ ବ୍ୟାଟିଂ କରିଥିଲା। ୨୦ ଓଭର ଖେଳି ଭାରତୀୟ ଟିମ୍ ୭ ୱିକେଟ ହରାଇ ୧୮୧ ରନ୍ କରିଛି। ଆଜିର ମ୍ୟାଚରେ ଭାରତକୁ ହରାଇବାକୁ ପାକିସ୍ତାନ ଆକରେ ୧୮୨ ରନ୍‌ର ବଜିୟ ଲକ୍ଷ୍ୟ ରହିଛି। ଭାରତ ପକ୍ଷରୁ ବିରାଟ କୋହଲି ୬୦ ରନର ଦାୟିତ୍ଵପୂର୍ଣ୍ଣ ଇନିଂସ ଖେଳିଛନ୍ତି। ଦୁଇ ଓପନର ରୋହିତ ଶର୍ମା ଏବଂ କେଏଲ ରାହୁଲ ୨୮ ରନ ଲେଖାଏଁ କରିଛନ୍ତି।

ଆଜି ପାକିସ୍ତାନ ଟିମର ଅଧିନାୟକ ବାବର ଆଜମ୍ ଟସ୍ ଜିତିଥିଲେ । ଏହାପରେ ସେ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ପାକିସ୍ତାନ ପକ୍ଷରୁ ବ୍ୟାଟିଂ ଆମନ୍ତ୍ରଣ ପାଇଁ ଭାରତ ପ୍ରଥମେ ବ୍ୟାଟିଂ କରି ଭଲ ଆରମ୍ଭ କରିଥିଲା। ଭାରତକୁ ଦୁଇ ଓପନର ଅଧିନାୟକ ରୋହିତ ଶର୍ମା ଏବଂ ଉପ-ଅଧିନାୟକ ଲୋକେଶ ରାହୁଲ ଦମଦାର ଆରମ୍ଭ କରିଥିଲେ। ଦୁଇ ଓପନର ବ୍ୟାଟସମ୍ୟାନ ବିସ୍ଫୋରକ ବ୍ୟାଟିଂ କରି ୫.୧ ଓଭରରେ ୫୪ ରନ ଯୋଡିଥିଲେ। ରୋହିତ ଶର୍ମା ୧୬ ବଲ୍‌ରୁ ୩ ଚୌକା ଏବଂ ୨ ଛକା ସହ ୨୮ ରନ କରି ଆଉଟ୍ ହୋଇଥିଲେ।

ରୋହିତଙ୍କ ପରେ ଭଲ ଫର୍ମରେ ନଜର ଆସୁଥିବା ଉପ-ଅଧିନାୟକ ଲୋକେଶ ରାହୁଲ ଅଧିକ ସମୟ ରହି ନପାରି ଆଉଟ ହୋଇଯାଇଥିଲେ। ସେ ୨୦ ବଲ୍‌ରୁ ୧ ଚୌକା ଏବଂ ୨ ଛକା ସହାୟତାରେ ୨୮ ରନ କରିଥିଲେ। ଏହାପରେ କୋହଲି ଏବଂ ସୂର୍ଯ୍ୟକୁମାର ଯାଦବ ଭଲ ରନ୍‌ କରିବା ସହ ତୃତୀୟ ଓ୍ଵିକେଟ୍‌ରେ ୩୧ ରନ ଭାଗିଦାରୀ କରିଥିଲେ। ଗୋଟିଏ ପଟେ କୋହଲି ଦାୟିିତ୍ବ ସମ୍ପନ୍ନ ବ୍ୟାଟିଂ କରୁଥିବା ବେଳେ ଅନ୍ୟପଟେ ଭାରତ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇଥିଲା। ସୂର୍ଯ୍ୟକୁମାର,ଋଷଭ ପନ୍ତ ଜଲଦି ଆଉଟ ହୋଇଯାଇଥିଲେ। ତେବେ ହାର୍ଦ୍ଦିକ ପାଣ୍ଡ୍ୟା ଖାତା ଖୋଲିବା ପୂର୍ବରୁ ଆଉଟ୍ ହେବା ଭାରତକୁ ବହୁତ ବଡ ଝଟକା ଲାଗିଥିଲା।

ବିରାଟ କୋହଲି ଏସିଆ କପରେ କ୍ରମାଗତ ଦ୍ଵିତୀୟ ଅର୍ଦ୍ଧଶତକ ହାସଲ କରିଥିଲେ। ଦୀପକ ହୁଡ୍ଡା ୧୬ ରନ କରିଥିଲେ। ବିରାଟ କୋହଲି ଶେଷ ଓଭରରେ ପାଭିଲିୟନ ଫେରିଥିଲେ। ସେ ୪୪ ବଲରୁ ୪ ଚୌକା ଏବଂ ୧ ଛକା ସହ ୬୦ ରନ କରିଥିଲେ। ନିର୍ଦ୍ଧାରିତ ଓଭରରେ ଭାରତ ୭ ଓ୍ଵିକେଟ୍ ହରାଇ ୧୮୧ ରନ କରିଛି।ପାକିସ୍ତାନ ପକ୍ଷରୁ ଶାଦବ ଖାନ ୩୧ ରନ ଦେଇ ୨ଟି ସଫଳତା ପାଇଛନ୍ତି। ନସୀମ ଶାହ, ମହମ୍ମଦ ହସନେନ, ହାରିସ ରାଉଫ ଏବଂ ମହମ୍ମଦ ନଓ୍ଵାଜ ପ୍ରତ୍ୟେକ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି।

ଏସିଆ କପ୍‌ ସୁପର-୪ : ଟସ୍‌ ଜିତି ଭାରତକୁ ବ୍ୟାଟିଂ ନିମନ୍ତ୍ରଣ କଲା ପାକିସ୍ତାନ, ଟିମ୍‌ ଇଣ୍ଡିଆରେ ୩ ପରିବର୍ତ୍ତନ
ଦୁବାଇ: ସୁପରସଣ୍ଡେରେ ଆଜି ପୁଣି ଏକ ମହା ମୁକାବିଲା । ଏସିଆ କପର ସୁପର-୪ ପର୍ଯ୍ୟାୟରେ ଆଜି ପୁଣି ମୁହାଁମୁହିଁ ହେବାକୁ ଯାଉଛନ୍ତି ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱି ଭାରତ- ପାକିସ୍ତାନ। ଆଜିର ମୁକାବିଲାରେ ଟସ୍ ଜିତି ପାକିସ୍ତାନ ବୋଲିଂ ନିଷ୍ପତ୍ତି ନେଇଛି। ପାକିସ୍ତାନ ଟିମର ଅଧିନାୟକ ବାବର ଆଜମ୍ ଟସ୍ ଜିତିଥିଲେ । ଏହାପରେ ସେ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ତେବେ ଫାଇନାଲ ଆଡକୁ ଅଗ୍ରସର ହେବାକୁ ଏହି ମ୍ୟାଚ୍ ଦୁଇ ଦଳ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ।

Three changes for #TeamIndia going into this game.

Deepak Hooda, Hardik Pandya and Ravi Bishnoi come in the Playing XI.

Live – https://t.co/xhki2AW6ro #INDvPAK #AsiaCup202 pic.twitter.com/ZeimY92kpW

— BCCI (@BCCI) September 4, 2022

ଆଜିର ମ୍ୟାଚ ପାଇଁ ଭାରତୀୟ ଦଳରେ ୩ଟି ପରିବର୍ତ୍ତନ କରାଯାଇଛି। ହାର୍ଦ୍ଦିକ ପାଣ୍ଡ୍ୟା ଦଳକୁ ଫେରିଥିବା ବେଳେ ଦୀପକ ହୁଡ୍ଡା ଏବଂ ରବି ବିଷ୍ଣୋଇଙ୍କୁ ଚୂଡାନ୍ତ ଏକାଦଶରେ ସ୍ଥାନ ମିଳିଛି। ଦିନେଶ କାର୍ତ୍ତିକଙ୍କୁ ଦଳରୁ ବାଦ୍ ଦିଆଯାଇଛି। ତାଙ୍କ ସ୍ଥାନରେ ଋଷଭ ପନ୍ତ ଖେଲିବେ।

ତେବେ ୭ ଦିନ ମଧ୍ୟରେ ଦୁଇ ଦଳ ମଧ୍ୟରେ ପୁଣି ଥରେ ଦେଖିବାକୁ ମିଳିବ କଡା ଟକ୍କର । ଚଳିତ ଏସିଆ କପରେ ଦ୍ୱିତୀୟ ଥର ପାଇଁ ଏହି ଦୁଇ ଦଳ ମୁହାଁମୁହିଁ ହେଉଛନ୍ତି । ଯାହାକୁ ନେଇ କ୍ରୀଡାପ୍ରେମୀଙ୍କ ମଧ୍ୟରେ ବେଶ୍ ଉତ୍ସାହିତ । ଗତ ୨୮ ତାରିଖରେ ଖେଳାଯାଇଥିବା ମୁକାବିଲାରେ ଭାରତ ୫ ୱିକେଟରେ ବିଜୟୀ ହୋଇଥିଲା । ତେଣୁ ଲଗାତର ବିଜୟ ଧାରା ବଜାୟ ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ ରୋହିତ ବାହିନୀ । ସେପଟେ ପାକିସ୍ତାନ ପାଖରେ ପ୍ରଥମ ମ୍ୟାଚ୍ ପରାଜୟର ପ୍ରତିଶୋଧ ନେବାକୁ ସୁଯୋଗ ରହିଛି । ଆଜିର ସୁପର-୪ ମୁକାବିଲାରେ ଯିଏ ଜିତିବ ସେହି ଦଳ ଫାଇନାଲ ଖେଳିବାର ନିକଟତର ହେବ ।

ପ୍ରଥମ ମ୍ୟାଚ୍‍ ରେ ଭାରତ ବିଜୟୀ ହୋଇଥିଲେ ମଧ୍ୟ ଏଥିରେ ଦଳଗତ ଖେଳ ଦେଖିବାକୁ ମିଳି ନଥିଲା। ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଲାଗି ଭାରତ ଏହି ମ୍ୟାଚ୍‍କୁ ଜିତିନେଇଥିଲା। ଭାରତ ଏବେ ସୁଦ୍ଧା ଦୁଇଟି ମ୍ୟାଚ୍‍ ଖେଳିସାରିଛି। ଏହି ଦୁଇଟି ମୁକାବିଲାରେ ଭାରତର ଟପ୍‍ ଅର୍ଡର ବ୍ୟାଟିଂ ଓ ଡେଥ୍‍ ବୋଲିଂ ପ୍ରଭାବଶାଳୀ ହୋଇପାରି ନାହିଁ। ପାକିସ୍ତାନ ବିପକ୍ଷ ମୁକାବିଲା ପୂର୍ବରୁ ଏହି ଦୁଇଟି ବିଭାଗରେ ବିଫଳ ହେବା ଦଳର ଚିନ୍ତା ବଢ଼଼ାଇଦେଇଛି। ଲୋକେଶ ରାହୁଲ, ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ନେଇ ଗଠିତ ଟପ୍‍ ଅର୍ଡର ପାୱାର ପ୍ଲେ’ରେ ଯେପରି ଖେଳିବା କଥା ତାହା କରିପାରି ନାହାନ୍ତି। ଉଭୟ ରୋହିତ ଓ କୋହଲି ଦୁବାଇର ସ୍ଲୋ ପିଚ୍‍ରେ ଆଦୌ ସହଜ ବ୍ୟାଟିଂ କରିପାରୁ ନାହାନ୍ତି। ପାକିସ୍ତାନ ବିପକ୍ଷରେ ପ୍ରଥମ ବଲରେ ଓ ହଂକଂ ବୋଲିଂ ବିପକ୍ଷରେ ୩୯ ବଲ୍‍ରେ ୩୮ ରନ୍‍ କରିଥିଲେ ରାହୁଲ। ଏହା ତାଙ୍କ କ୍ୟାରିୟରର ସବୁଠାରୁ ସ୍ଲୋ ବ୍ୟାଟିଂ। ଏମାନଙ୍କ ପରେ ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା ଓ ହଂକଂ ବିପକ୍ଷ ମ୍ୟାଚ୍‍ରେ ସୂର୍ଯ୍ୟକୁମାର ଯାଦବ ଭାରତକୁ ବିପଦରୁ ରକ୍ଷା କରିଛନ୍ତି। ଏବେ ଜାଡେଜା ଆହତ ହୋଇ ଦଳରୁ ବାଦ୍‍ ପଡ଼ିଛନ୍ତି। ଏବେ କିନ୍ତୁ ଦଳର ଚିନ୍ତା ଟପ୍‍ ଅର୍ଡର ବ୍ୟାଟିଂ ଓ ଡେଥ୍‍ ଓଭର ବଢ଼଼ାଇଦେଇଛି। ଟପ୍‍ ଅର୍ଡରରେ ରାହୁଲଙ୍କୁ ଆଉ ଏକ ସୁଯୋଗ ମିଳିପାରେ। ଏହା ମଧ୍ୟ ହୋଇପାରେ ବାମହାତୀ ଋଷଭ ପନ୍ତ ଇନିଂସ ଓପନ କରିପାରନ୍ତି।

🏏 Pakistan win the toss and opt to field first 🏏

One change to our playing XI for today's match 👇#AsiaCup2022 | #INDvPAK pic.twitter.com/EtchyU02mD

— Pakistan Cricket (@TheRealPCB) September 4, 2022

ପାକିସ୍ତାନର ମଧ୍ୟ ସମାନ ଅସୁବିଧା। ଦଳର ସର୍ବଶ୍ରେଷ୍ଠ ଖେଳାଳି ଅଧିନାୟକ ବାବର ଆଜମ ଦୁଇଟିଯାକ ମ୍ୟାଚରେ ଫେଲ ମାରିଛନ୍ତି। ତାହା ଅର୍ଥ ନୁହେଁ ଯେ ଭାରତ ଏହି ଷ୍ଟାର ଖେଳାଳିଙ୍କୁ ହାଲକା ଭାବେ ନେଉଛି। ଭାରତ ଭଳି ଏହାର ଟପ୍‍ ଅର୍ଡର ମଧ୍ୟ ପାୱାର ପ୍ଲେ’ରେ ଦ୍ରୁତ୍‍ ରନ୍‍ ସଂଗ୍ରହ କରିପାରୁ ନାହାନ୍ତି। କିନ୍ତୁ ପ୍ରଥମ ୩ ବ୍ୟାଟରଙ୍କ ବାଦ୍‍ ଦଳରେ ଆଉ ଅଭିଜ୍ଞ ଖେଳାଳି ନାହାନ୍ତି। ବୋଲିଂରେ ଯୁବ ଖେଳାଳି ଶାହନୱାଜ ଦାହନି ଆହତ ହୋଇ ଏହି ମ୍ୟାଚ୍‍ରୁ ବାଦ୍‍ ପଡ଼ିଛନ୍ତି। ୧୯ ବର୍ଷୀୟ ଫାଷ୍ଟ ବୋଲର ନସୀମ ଶାହାଙ୍କୁ ଖେଳିବା ଖୁବ୍‍ କଷ୍ଟକର ହେଉଛି। ପାୱାର ପ୍ଲେ’ରେ ଦଳ ଭଲ ବୋଲିଂ କରିଛି। କିନ୍ତୁ ଅନ୍ୟମାନେ ପ୍ରଭାବୀ ହୋଇ ପାରି ନାହାନ୍ତି। ନସୀମ ଓ ବାମହାତୀ ସ୍ପିନର ମହମ୍ମଦ୍‍ ନୱାଜଙ୍କୁ ଖେଳିବା ଭାରତୀୟ ବ୍ୟାଟରଙ୍କ ଲାଗି ସମସ୍ୟା ସୃଷ୍ଟି କରିଛି। ଏମାନଙ୍କ ୮ ଓଭରକୁ ଭଲରେ ଖେଳିଦେଲେ ଅବଶ୍ୟ ଭାରତ ଏକ ବଡ଼ ସ୍କୋର କରିପାରିବ। ଦୁଇ ଦଳ ମଧ୍ୟରେ ଏପରି ହାଇଭୋଟେଜ୍‍ ମୁକାବିଲାରେ ସବୁଠାରୁ ବଡ଼ ସଫଳତା ହେଲା ଚାପକୁ ଉଚିତ ମୁକାବିଲା କରିବା। ଯେଉଁ ଦଳ କିମ୍ବା ଖେଳାଳି ମ୍ୟାଚ୍‍ର ଚାପକୁ ଠିକ୍‍ ଭାବେ ମୁକାବିଲା କରିପାରିବେ ସେହି ଦଳ କିମ୍ବା ଖେଳାଳିମାନେ ଏହି ମ୍ୟାଚରେ ସଫଳ ହେବେ।

ଏସିଆ କପ: ଆଜି ସୁପରସଣ୍ଡେର ହାଇଭୋଲଟେଜ ମ୍ୟାଚରେ ପୁଣି ଥରେ ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦୀ ଭାରତ-ପାକିସ୍ତାନ
ଦୁବାଇ: ସୁପରସଣ୍ଡେରେ ଆଜି ପୁଣି ଏକ ମହା ମୁକାବିଲା । ଏସିଆ କପର ସୁପର-୪ ପର୍ଯ୍ୟାୟରେ ଆଜି ପୁଣି ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱି ଭାରତ- ପାକିସ୍ତାନ । ଚଳିତ ଟୁର୍ଣ୍ଣାମେଣ୍ଟରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀଙ୍କ ମଧ୍ୟରେ ଏହା ଦ୍ୱିତୀୟ ମୁକାବିଲା। ଯାହାକୁ ନେଇ କ୍ରୀଡାପ୍ରେମୀଙ୍କ ମଧ୍ୟରେ ବେଶ୍ ଉତ୍ସାହ । ପ୍ରଥମ ମ୍ୟାଚ୍‍ ରେ ଭାରତ ବିଜୟୀ ହୋଇଥିଲେ ମଧ୍ୟ ଏଥିରେ ଦଳଗତ ଖେଳ ଦେଖିବାକୁ ମିଳି ନଥିଲା। ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଲାଗି ଭାରତ ଏହି ମ୍ୟାଚ୍‍କୁ ଜିତିନେଇଥିଲା। ଭାରତ ଏବେ ସୁଦ୍ଧା ଦୁଇଟି ମ୍ୟାଚ୍‍ ଖେଳିସାରିଛି। ଏହି ଦୁଇଟି ମୁକାବିଲାରେ ଭାରତର ଟପ୍‍ ଅର୍ଡର ବ୍ୟାଟିଂ ଓ ଡେଥ୍‍ ବୋଲିଂ ପ୍ରଭାବଶାଳୀ ହୋଇପାରି ନାହିଁ। ପାକିସ୍ତାନ ବିପକ୍ଷ ମୁକାବିଲା ପୂର୍ବରୁ ଏହି ଦୁଇଟି ବିଭାଗରେ ବିଫଳ ହେବା ଦଳର ଚିନ୍ତା ବଢ଼଼ାଇଦେଇଛି। ଲୋକେଶ ରାହୁଲ, ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ନେଇ ଗଠିତ ଟପ୍‍ ଅର୍ଡର ପାୱାର ପ୍ଲେ’ରେ ଯେପରି ଖେଳିବା କଥା ତାହା କରିପାରି ନାହାନ୍ତି। ଉଭୟ ରୋହିତ ଓ କୋହଲି ଦୁବାଇର ସ୍ଲୋ ପିଚ୍‍ରେ ଆଦୌ ସହଜ ବ୍ୟାଟିଂ କରିପାରୁ ନାହାନ୍ତି। ପାକିସ୍ତାନ ବିପକ୍ଷରେ ପ୍ରଥମ ବଲ୍‍ରେ ଓ ହଂକଂ ବୋଲିଂ ବିପକ୍ଷରେ ୩୯ ବଲ୍‍ରେ ୩୮ ରନ୍‍ କରିଥିଲେ ରାହୁଲ। ଏହା ତାଙ୍କ କ୍ୟାରିୟରର ସବୁଠାରୁ ସ୍ଲୋ ବ୍ୟାଟିଂ। ଏମାନଙ୍କ ପରେ ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା ଓ ହଂକଂ ବିପକ୍ଷ ମ୍ୟାଚ୍‍ରେ ସୂର୍ଯ୍ୟକୁମାର ଯାଦବ ଭାରତକୁ ବିପଦରୁ ରକ୍ଷା କରିଛନ୍ତି। ଏବେ ଜାଡେଜା ଆହତ ହୋଇ ଦଳରୁ ବାଦ୍‍ ପଡ଼ିଛନ୍ତି। ତାଙ୍କ ସ୍ଥାନରେ ଅକ୍ଷର ପଟେଲ ସାମିଲ ହୋଇଥିଲେ ମଧ୍ୟ ସେ କିପରି ଖେଳିବେ ତାହାକୁ ନେଇ ସନ୍ଦେହ ରହିଛି। ଜାଡେଜାଙ୍କ ଯୋଗୁଁ ପନ୍ତ୍‍ଙ୍କୁ ପାକିସ୍ତାନ ବିପକ୍ଷ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‍ରୁ ବାଦ୍‍ ଦିଆଯାଇଥିଲା। ଏବେ ସେ କିମ୍ବା ଦିନେଶ କାର୍ତ୍ତିକଙ୍କ ମଧ୍ୟରୁ ଜଣେ ଖେଳିବେ।

ଜାଡେଜା ବାଦ୍‍ ପଡ଼ିବା ପୂର୍ବରୁ ହେଡ୍‍ କୋଚ୍‍ ରାହୁଲ ଦ୍ରାବିଡ ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା କରିଛନ୍ତି। ଦ୍ରାବିଡ ଏଯାଏ ଯାହା କରିଛନ୍ତି ତାହା ପୂର୍ବରୁ କରାଯାଇଥିବା ଯୋଜନା ଅନୁଯାୟୀ ହୋଇଛି। ଏଣୁ ଏହି ମ୍ୟାଚ୍‍ରେ କିଛି ନୂଆ କଥା ଦେଖିବାକୁ ମିଳିଲେ ଏହା ମଧ୍ୟ ଟିମ୍‍ ମ୍ୟାନେଜମେଣ୍ଟର ଏକ ଯୋଜନା ବୋଲି ଧରି ନେବାକୁ ହେବ। ସେ କୋଚ୍‍ ଦାୟିତ୍ୱ ନେବା ପରଠାରୁ ଯାହା କିଛି ନିଷ୍ପତ୍ତି ନେଇଛନ୍ତି ତାହା ଯୋଜନାବଦ୍ଧ ଭାବେ ହୋଇଛି। ଏହି ଯୋଜନା ଅନୁଯାୟୀ ଖେଳାଳିଙ୍କ ଅଦଳ ବଦଳ କରାଯାଉଛି, ଅଧିନାୟକ ଏବଂ କୋଚ୍‍ ବିଶ୍ରାମ ନେଉଛନ୍ତି, ନୂଆ ଖେଳାଳିଙ୍କୁ ସୁଯୋଗ ମିଳୁଛି। ଏସବୁ ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା ଟି-୨୦ ବିଶ୍ୱକପ୍‍କୁ ଆଖିଆଗରେ ରଖି କରାଯାଉଛି।

ଏବେ କିନ୍ତୁ ଦଳର ଚିନ୍ତା ଟପ୍‍ ଅର୍ଡର ବ୍ୟାଟିଂ ଓ ଡେଥ୍‍ ଓଭର ବଢ଼଼ାଇଦେଇଛି। ଟପ୍‍ ଅର୍ଡରରେ ରାହୁଲଙ୍କୁ ଆଉ ଏକ ସୁଯୋଗ ମିଳିପାରେ। ଏହା ମଧ୍ୟ ହୋଇପାରେ ବାମହାତୀ ଋଷଭ ପନ୍ତ ଇନିଂସ ଓପନ କରିପାରନ୍ତି। ସେ ଯହି ରାହୁଲ କିମ୍ବା କୋହଲିଙ୍କ ସ୍ଥାନରେ ଖେଳନ୍ତି ତେବେ ଉଭୟ ଦିନେଶ କାର୍ତ୍ତିକ ଓ ଅକ୍ଷର ପଟେଲଙ୍କୁ ଖେଳିବା ସୁଯୋଗ ମିଳିପାରେ। ପାକିସ୍ତାନ ଟପ୍‍ ଅର୍ଡରରେ ଦୁଇ ଜଣ ବାମହାତୀ ଥିବାରୁ ରବିଚନ୍ଦ୍ରନ ଅଶ୍ୱିନଙ୍କ ଖେଳିବାକୁ ମଧ୍ୟ ଏଡ଼ାଇଦେଇ ହେବ ନାହିଁ। ସେହିପରି ଡେଥ୍‍ ଓଭରରେ କୌଣସି ବୋଲର ରନ୍‍ ନିୟନ୍ତ୍ରଣ କରିପାରୁ ନାହାନ୍ତି। ପାକିସ୍ତାନ ବିପକ୍ଷରେ ହେଉ ଅବା ହଂକଂ ବିପକ୍ଷରେ ଡେଥ୍‍ ବୋଲିଂ କାମ କରୁନାହିଁ। ଆଭେଶ ଖାନ୍‍ ଓ ଅର୍ଶଦୀପ ସିଂଙ୍କ ଲାଗି ଏହା ଆଉ ଏକ ପରୀକ୍ଷା ହୋଇପାରେ।

ପାକିସ୍ତାନର ମଧ୍ୟ ସମାନ ଅସୁବିଧା। ଦଳର ସର୍ବଶ୍ରେଷ୍ଠ ଖେଳାଳି ଅଧିନାୟକ ବାବର ଆଜମ ଦୁଇଟିଯାକ ମ୍ୟାଚ୍‍ରେ ଫେଲ ମାରିଛନ୍ତି। ତାହା ଅର୍ଥ ନୁହେଁ ଯେ ଭାରତ ଏହି ଷ୍ଟାର ଖେଳାଳିଙ୍କୁ ହାଲକା ଭାବେ ନେଉଛି। ଭାରତ ଭଳି ଏହାର ଟପ୍‍ ଅର୍ଡର ମଧ୍ୟ ପାୱାର ପ୍ଲେ’ରେ ଦ୍ରୁତ୍‍ ରନ୍‍ ସଂଗ୍ରହ କରିପାରୁ ନାହାନ୍ତି। କିନ୍ତୁ ପ୍ରଥମ ୩ ବ୍ୟାଟରଙ୍କ ବାଦ୍‍ ଦଳରେ ଆଉ ଅଭିଜ୍ଞ ଖେଳାଳି ନାହାନ୍ତି। ବୋଲିଂରେ ଯୁବ ଖେଳାଳି ଶାହନୱାଜ ଦାହନି ଆହତ ହୋଇ ଏହି ମ୍ୟାଚ୍‍ରୁ ବାଦ୍‍ ପଡ଼ିଛନ୍ତି। ୧୯ ବର୍ଷୀୟ ଫାଷ୍ଟ ବୋଲର ନସୀମ ଶାହାଙ୍କୁ ଖେଳିବା ଖୁବ୍‍ କଷ୍ଟକର ହେଉଛି। ପାୱାର ପ୍ଲେ’ରେ ଦଳ ଭଲ ବୋଲିଂ କରିଛି। କିନ୍ତୁ ଅନ୍ୟମାନେ ପ୍ରଭାବୀ ହୋଇ ପାରି ନାହାନ୍ତି। ନସୀମ ଓ ବାମହାତୀ ସ୍ପିନର ମହମ୍ମଦ୍‍ ନୱାଜଙ୍କୁ ଖେଳିବା ଭାରତୀୟ ବ୍ୟାଟରଙ୍କ ଲାଗି ସମସ୍ୟା ସୃଷ୍ଟି କରିଛି। ଏମାନଙ୍କ ୮ ଓଭରକୁ ଭଲରେ ଖେଳିଦେଲେ ଅବଶ୍ୟ ଭାରତ ଏକ ବଡ଼ ସ୍କୋର କରିପାରିବ। ଦୁଇ ଦଳ ମଧ୍ୟରେ ଏପରି ହାଇଭୋଟେଜ୍‍ ମୁକାବିଲାରେ ସବୁଠାରୁ ବଡ଼ ସଫଳତା ହେଲା ଚାପକୁ ଉଚିତ ମୁକାବିଲା କରିବା। ଯେଉଁ ଦଳ କିମ୍ବା ଖେଳାଳି ମ୍ୟାଚ୍‍ର ଚାପକୁ ଠିକ୍‍ ଭାବେ ମୁକାବିଲା କରିପାରିବେ ସେହି ଦଳ କିମ୍ବା ଖେଳାଳିମାନେ ଏହି ମ୍ୟାଚ୍‍ରେ ସଫଳ ହେବେ।

ଏସିଆ କପ୍‌ରେ ଭାରତକୁ ବଡ଼ ଝଟକା : ବାଦ୍‌ ପଡିଲେ ଷ୍ଟାର ଅଲରାଉଣ୍ଡର ଜାଡେଜା, ଏହି ଖେଳାଳିଙ୍କୁ ମିଳିଲା ସ୍ଥାନ
ଦୁବାଇ : ଏସିଆ କପ୍‌ରେ ଟିମ୍ ଇଣ୍ଡିଆକୁ ଲାଗିଛି ବଡ଼ ଝଟକା। ଏସିଆ କପ୍‌ର ସୁପର ୪ ଅଭିଯାନ ପୂର୍ବରୁ ଟିମ୍ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଦଳରୁ ବାଦ୍‌ ପଡିଛନ୍ତି। ଡାହାଣ ଆଣ୍‌ଠୁରେ ଆଘାତ ଲାଗିଥିବା କାରଣରୁ ରବୀନ୍ଦ୍ର ଜାଡେଜା ଦଳରୁ ବାଦ୍‌ ପଡିଥିବା ଜଣାପଡିଛି। ଜାଡେଜାଙ୍କ ବଦଳରେ ଦଳରେ ଅକ୍ସର ପଟେଲ ସ୍ଥାନ ପାଇଛନ୍ତି। ଖୁବ୍ ଶୀଘ୍ର ସେ ଦୁବାଇରେ ଦଳରେ ଯୋଗଦେବେ।

ବିସିସିଆଇ ସୂଚନା ମୁତାବକ ଜାଡେଜା ତାଙ୍କ ଡାହାଣ ଆଣ୍ଠୁରେ ଆଘାତ କାରଣରୁ ଦଳରୁ ବାଦ ପଡିଛନ୍ତି। ସେ ଚଳିତ ଏସିଆ କପ୍‌ରେ ଆଉ କୌଣସି ମ୍ୟାଚ୍‌ ଖେଳିପାରିବେନି। ଜାଡେଜା ବର୍ତ୍ତମାନ ବିସିସିଆଇ ମେଡିକାଲ ଟିମ୍‌ ତତ୍ତ୍ବାବଧାନରେ ରହିଛନ୍ତି।

ଭଲ ଫର୍ମରେ ଥିଲେ ଜାଡେଜା

ଏସିଆ କପରେ ରବିନ୍ଦ୍ର ଜାଡେଜା ବହୁତ ଭଲ ଫର୍ମରେ ଥିଲେ। ସେ ପାକିସ୍ତାନ ବିପକ୍ଷରେ ଦୁଇଟି ଓଭର ବୋଲିଂ କରି ୧୧ ରନ୍ ଦେଇଥିବା ବେଳେ  ବ୍ୟାଟିଂ କରି ୨୯ ବଲ୍ରୁ ୩୫ର ଏକ ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ। ସେ ଅର୍ଦ୍ଧ ଶତାବ୍ଦୀର ସହଭାଗୀତା ସହ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ଭାରତୀୟ ଦଳକୁ ବିଜୟୀ କରାଇଥିଲେ। ଏଥି ସହିତ ସେହି ମ୍ୟାଚରେ ସେ ଏକ ଗୁରୁତ୍ୱପୂର୍ଣ୍ଣ କ୍ୟାଚ୍ ମଧ୍ୟ ନେଇଥିଲେ। ଏଥି ସହିତ ହଂକଂ ବିପକ୍ଷ ଦ୍ୱିତୀୟ ମ୍ୟାଚରେ ଜାଡେଜା ଚାରି ଓଭରରେ ମାତ୍ର ୧୫ ରନ୍ ଦେଇ ଗୋଟିଏ ୱିକେଟ୍ ନେଇଥିଲେ। ଏହା ବ୍ୟତୀତ ଏକ ଚମତ୍କାର ରନ୍ ଆଉଟ୍ ମଧ୍ୟ କରିଥିଲେ।

ଏସିଆ କପ୍ ପାଇଁ ଭାରତ ଦଳ

ରୋହିତ ଶର୍ମା (କ୍ୟାପଟେନ), କେ.ଏଲ୍ ରାହୁଲ (ଉପ-ଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡା,ଋଷଭ ପନ୍ତ (ୱିକେଟ ରକ୍ଷକ), ଦୀନେଶ କାର୍ତ୍ତିକ (ୱିକେଟ ରକ୍ଷକ), ହାର୍ଦ୍ଦିକ ପାଣ୍ଡ୍ୟା, ଆକ୍ସର ପଟେଲ, ରବିଚନ୍ଦ୍ରନ ଅଶ୍ୱିନ, ୟୁଜବେନ୍ଦ୍ର ଚହଲ, ରବି ବିଷ୍ଣୋଇ , ଭୁବନେଶ୍ୱର କୁମାର, ଅର୍ଶଦୀପ ସିଂହ,ଆଭେସ ଖାନ୍।

ଏସିଆ କପ: ଆଜି ଭାରତ-ହଂକଂ ମଧ୍ୟରେ ମୁକାବିଲା, ବଡ଼ ବିଜୟ ସହ ସୁପର-୪ରେ ପହଞ୍ଚିବାକୁ ଟିମ୍ ଇଣ୍ଡିଆର ଲକ୍ଷ୍ୟ
ଦୁବାଇ: ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ)ରେ ଚାଲିଥିବା ଏସିଆ କପ୍‍ ଟି-୨୦ ଟୁର୍ଣ୍ଣାମେଣ୍ଟରେ ଭାରତ ଆଜି ଅପେକ୍ଷାକୃତ ଦୁର୍ବଳ ହଂକଂକୁ ଭେଟିବ। ପ୍ରଥମ ମ୍ୟାଚରେ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ରବିବାର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୨ଟି ବଲ ବାକି ରଖି ୫ ୱିକେଟରେ ପରାସ୍ତ କରିଥିଲା। ଫଳରେ ଭାରତର ଆତ୍ମବିଶ୍ୱାସ ଆକାଶଛୁଆଁ ରହିଛି। ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‍କୁ କିନ୍ତୁ ଭାରତ ବୃହତ୍‍ ବ୍ୟବଧାନରେ ଜିତିବା ପାଇଁ ପ୍ରୟାସ କରିବ।

ଆଉ ଗୋଟିଏ ମ୍ୟାଚ୍‍ ଜିତିଲେ ଭାରତ ସୁପର-୪ରେ ସ୍ଥାନ ହାସଲ କରିବ। ହଂକଂଙ୍କୁ ଭାରତ ଆଦୌ ହାଲକା ଭାବେ ଗ୍ରହଣ କରିବ ନାହିଁ। ଏସିଆ କପ୍‍ କ୍ୱାଲିଫାୟର୍ସରେ ହଂକଂ ସବୁ ୩ଟି ମ୍ୟାଚ୍‍ ଜିତି ମୁଖ୍ୟ ଡ୍ରରେ ସାମିଲ ହୋଇଥିଲା। ହଂକଂ କ୍ୱାଲିଫାୟର୍ସରେ ଆୟୋଜକ ୟୁଏଇ, ସିଙ୍ଗାପୁର ଓ କୁଏତ ଭଲି ଦଳକୁ ପରାସ୍ତ କରିଥିଲା। ଏହାପୂର୍ବରୁ ଶେଷଥର ପାଇଁ ଭାରତ ଓ ହଂକଂ ୨୦୧୮ ଏସିଆକପ୍‍ରେ ପରସ୍ପରକୁ ଭେଟିଥିଲେ। ଓଡ଼ିଆ ଖେଳାଳି ଅଂଶୁମାନ ରଥଙ୍କ ଦୃଢ଼ ବ୍ୟାଟିଂ ବଳରେ ହଂକଂ ଭାରତକୁ କଡ଼ା ଟକ୍କର ଦେଇଥିଲା ଓ ବିଜୟ ସମ୍ଭାବନା ସୃଷ୍ଟି କରିଥିଲା। ଟି-୨୦ କ୍ରିକେଟରେ ବିପର୍ଯ୍ୟୟ ଘଟାଇବା କୌଣସି ଦଳ ପାଇଁ ଅସମ୍ଭବ ନୁହଁ। କ୍ରିକେଟର ଏହି ଛୋଟ ଫର୍ମାଟ୍‍ରେ ସବୁ ପୂର୍ବାନୁମାନ ଭୁଲ ହୋଇପାରେ। ତେଣୁ ଭାରତ ଏହି ମ୍ୟାଚ୍‍କୁ ଗୁରୁତର ସହ ଗ୍ରହଣ କରିବ।

ପାକିସ୍ତାନ ବିପକ୍ଷରେ ଐତିହାସିକ ବିଜୟ ହାସଲ କରିଥିଲେ ମଧ୍ୟ ଭାରତର କେତୋଟି ସମସ୍ୟା ରହିଛି। ଯଦି ଏଗୁଡିକର ସମାଧାନ ହେବ ତାହାଲେ ଭାରତ ରେକର୍ଡ ଅଷ୍ଟମଥର ପାଇଁ ଚାମ୍ପିଅନ ହେବାର ଗୌରବ ଅର୍ଜନ କରିବ। ଏହା ପୂର୍ବରୁ ଭାରତ ଦିନିକିଆ ସିରିଜରେ ୩-୦ରେ ଜିମ୍ବାୱେକୁ ପରାସ୍ତ କରି କ୍ଲିନ୍‍ ସୁଇପ୍‍ କରିଥିଲା। ପାକିସ୍ତାନ ବିପକ୍ଷରେ ଶୂନରେ ଆଉଟ ହୋଇଥିବା ଲୋକେଶ ରାହୁଲଙ୍କୁ ଯଦି ଦଳରୁ ବାଦ୍‍ ଦିଆଯାଏ ତାହାଲେ ଦୀପକ ହୁଦା କିମ୍ବା ରିଷଭ ପନ୍ତ ସାମିଲ ହୋଇାପାରନ୍ତି। ରୋହିତ ଶର୍ମା ଓ ବିରାଟ କୋହଲି ଭଲ ପ୍ରଦର୍ଶନ କରିବେ ବୋଲି ଆଶା କରାଯାଉଛି। ରୋହିତ ଚଳିତ ବର୍ଷ ୧୪ ଟି-୨୦ ମ୍ୟାଚ୍‍ ଖେଳିଥିଲେ ମଧ୍ୟ ମାତ୍ର ଗୋଟିଏ ଅର୍ଦ୍ଧଶତକ ଅର୍ଜନ କରିଛନ୍ତି। ପ୍ରଥମ ମ୍ୟାଚ୍‍ର ହିରୋ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉପରେ ସମସ୍ତଙ୍କ ନଜର ରହିବ।

ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), ଲୋକେଶ ରାହୁଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀନେଶ କାର୍ତ୍ତିକ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ଭୁବନେଶ୍ୱର କୁମାର, ୟୁଜବେନ୍ଦ୍ର ଚହଲ, ଆଭେସ ଖାନ ଓ ଅର୍ଶଦୀପ ସିଂ।

ହଂକଂ ଦଳ: ନିଜାକତ ଖାନ୍‍ (ଅଧିନାୟକ), ୟାସିମ ମୁର୍ତ୍ତାଜା, ବାବର ହାୟାତ, କିଞ୍ଚିତ ଶାହା, ଏଇଜାଜ ଖାନ, ସ୍କଟ ମ୍ୟାକେନ, ଜିସାନ ଅଲି, ହାରୁନ ଅର୍ଶାଦ, ଏହସାନ ଖାନ, ମହମ୍ମଦ ଘଜନଫର ଓ ଆୟୁସ ଶୁକ୍ଳା।

ହାରିଲା ପାକିସ୍ତାନ : ରୋମାଞ୍ଚକର ମ୍ୟାଚ୍‌ରେ ‘ପାକ୍‌’କୁ ୫ ଓ୍ଵିକେଟ୍‌ରେ ହରାଇଲା ଟିମ୍‌ ଇଣ୍ଡିଆ
ଦୁବାଇ : ଦୁବାଇଠାରେ ଖେଳାଯାଉଥିବା ଏସିଆ କପର ୨ୟ ମ୍ୟାଚରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ହରାଇ ଭାରତ ବିଜୟ ଅଭିଯାନ ଆରମ୍ଭ କରିଛି। ଆଜି ଖେଳାଯାଉଥିବା ବହୁପ୍ରତୀକ୍ଷିତ ଏହି ମୁକାବିଲାରେ ଟସ୍ ଜିତି ଭାରତ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଯାହା ଫଳରେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଥିଲା ପାକିସ୍ତାନ। ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ସାମ୍ନା କରିବାରେ ବିଫଳ ହୋଇ ପାକିସ୍ତାନ ୧୪୭ ରନ୍‌ରେ ଅଲ୍‌ଆଉଟ ହୋଇଯାଇଥିଲା।ପାକିସ୍ତାନ ଦଳର ନାମୀ ବ୍ୟାଟ୍ସମ୍ୟାନ ବାବର ଆଜମ, ଫକର ଜମାନ ବଡ଼ ସ୍କୋର କରିବାକୁ ବିଫଳ ହୋଇଥିଲେ । ଉଭୟ ମାତ୍ର ୧୦ ରନ ଲେଖାଏଁ କରି ଆଉଟ ହୋଇଥିଲେ । ତେବେ ମହମ୍ମଦ ରିଜଓ୍ବାନ ୪୩ ରନ କରିଥିବାବେଳେ ଇଫତାର ୨୮ ରନ କରିଥିଲେ।

WHAT. A. WIN!#TeamIndia clinch a thriller against Pakistan. Win by 5 wickets 👏👏

Scorecard – https://t.co/o3hJ6VNfwF #INDvPAK #AsiaCup2022 pic.twitter.com/p4pLDi3y09

— BCCI (@BCCI) August 28, 2022

ପାକିସ୍ତାନର ୧୪୮ ରନ୍‌ ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିବା ଭାରତ ପ୍ରଥମରୁ କେଏଲ ରାହୁଲଙ୍କ ୱିକେଟ ହରାଇ ସଙ୍କଟରେ ପଡିଥିଲା। କିନ୍ତୁ ଏହାପରେ ପୂର୍ବତନ ଅଧିନାୟକ ବିରାଟ କୋହଲି ଏବଂ ବର୍ତ୍ତମାନର ଅଧିନାୟକ ରୋହିତ ଶର୍ମା ଦଳର ସ୍କୋରକୁ ଆଗକୁ ବଢାଇନେଇଥିଲେ। ହେଲେ ଭାରତର ସ୍କୋର ୫୦ ହୋଇଥିବା ସମୟରେ ଅଧିନାୟକ ରୋହିତ ଶର୍ମା ନସୀମ ଶାହଙ୍କ ଶିକାର ବନିଥିଲେ। ରୋହିତ ୧୮ ବଲ୍‌ରେ ୧୨ ରନ୍‌ କରି ଆଉଟ ହୋଇଥିଲେ। ଏହାପରେ ବିରାଟ ମଧ୍ୟ ଅଧିକ ସମୟ ରହିପାରିନଥିଲେ ଦଳର ସ୍କୋର ୫୩ ଥିବା ବେଳେ ସେ ମଧ୍ୟ ମହମ୍ମଦ ନୱାଜଙ୍କ ଦ୍ବାରା ଆଉଟ ହୋଇଥିଲେ । ବିରାଟ ୩୪ ବଲ୍‌ରେ ୩ଟି ଚୌକା ଓ ଗୋଟିଏ ଛକା ବଳରେ ୩୫ ରନ୍‌ କରି ପ୍ୟାଭିଲିୟନ ଫେରିଥିଲେ।

Hardik Pandya finishes things off in style 🎉#INDvPAK #AsiaCup2022 pic.twitter.com/O7e4UcWbL0

— BCCI (@BCCI) August 28, 2022

ଟିମ୍‌ ଇଣ୍ଡିଆର ୩ ଜଣ ବଡ ବ୍ୟାଟର ରାହୁଲ,ରୋହିତ ଓ ବିରାଟ ଆଉଟ ହେବାପରେ ଜେଡେଜା-ସୂର୍ଯ୍ୟ କୁମାର ଦଳକୁ ବିଜୟ ଆଡକୁ ଅଗ୍ରସର କରାଇଥିଲେ। ସୂର୍ଯ୍ୟ କୁମାର ୧୮ ବଲ୍‌ରେ ୧୮ ରନ୍‌ କରି ଆଉଟ ହୋଇଯାଇଥିଲେ। ଏହାପରେ ଆସିଥିବା ହାର୍ଦ୍ଦିକ ପାଣ୍ଡ୍ୟା ବୋଲିଂ ପରେ ବ୍ୟାଟରେ ପାକିସ୍ତାନକୁ ଦମ୍‌ ଦେଖାଇଥିଲେ। ଜାଡେଜା ଓ ପାଣ୍ଡ୍ୟା ଦଳକୁ ବିଜୟ ଦ୍ବାରଦେଶରେ ପହଞ୍ଚାଇବା ସମୟରେ ଜାଡେଜା ୩୫ ରନ୍‌ରେ ଆଉଟ ହୋଇଥିଲେ।ଜାଡେଜା ୨୯ ବଲରେ ୩୫ ରନ୍‌ କରି ମହମ୍ମଦ ନୱାଜଙ୍କ ତୃତୀୟ ଶିକାର ହୋଇଥିଲେ। ଜାଡେଜାଙ୍କ ପରେ ଦିନେଶ କାର୍ତ୍ତିକ ବ୍ୟାଟିଂ କରିବାକୁ ଆସି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସାଥ୍‌ ଦେଇ ଦଳକୁ ବିଜୟୀ କରିଥିଲେ। ହାର୍ଦ୍ଦିକ ୧୭ ବଲ୍‌ ଖେଳି ୩୩ ରନ୍‌ କରି ଭାରତକୁ ବିଜୟୀ କରାଇଥିଲେ।

ଦୁବାଇରେ ଦମ୍‌ ଦେଖାଇଲେ ଭାରତୀୟ ବୋଲର : ୧୪୭ରେ ପାକିସ୍ତାନ ଅଲ୍‌ଆଉଟ୍‌
ଦୁବାଇ: ବିଶ୍ୱ ତଥା ଏସିଆ କ୍ରିକେଟର ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ମଧ୍ୟରେ ଏସିଆ କପ୍‍ କ୍ରିକେଟରେ ମହା ମୁକାବିଲା  ଖେଳାଯାଉଛି।  ବହୁପ୍ରତୀକ୍ଷିତ ଏହି ମୁକାବିଲାରେ ଟସ୍ ଜିତି ଭାରତ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଯାହା ଫଳରେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଥିଲା ପାକିସ୍ତାନ। କିନ୍ତୁ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ସାମ୍ନା କରିବାରେ ବିଫଳ ହୋଇ ପାକିସ୍ତାନ ବ୍ୟାଟିଂ ଲାଇନଅଫ୍‌ ଭୁସୁଡି ପଡିଛି। ପାକିସ୍ତାନ ୧୪୭ ରନ୍‌ରେ ଅଲ୍‌ଆଉଟ ହୋଇଛି। ପାକିସ୍ତାନ ଦଳର ନାମୀ ବ୍ୟାଟ୍ସମ୍ୟାନ ବାବର ଆଜମ, ଫକର ଜମାନ ବଡ଼ ସ୍କୋର କରିବାକୁ ବିଫଳ ହୋଇଥିଲେ । ଉଭୟ ମାତ୍ର ୧୦ ରନ ଲେଖାଏଁ କରି ଆଉଟ ହୋଇଥିଲେ । ତେବେ ମହମ୍ମଦ ରିଜଓ୍ବାନ ୪୩ ରନ କରିଥିବାବେଳେ ଇଫତଖାର ୨୮ ରନ କରିଥିଲେ ।

ଭୁବନେଶ୍ବର କୁମାର, ହାର୍ଦ୍ଧିକ ପାଣ୍ଡ୍ୟା ଘାତକ ବୋଲିଂ କରି ପାକିସ୍ତାନକୁ ଝଟକା ଦେବା ସହ ଦୁହେଁ ୭ଟି ୱିକେଟ ନେଇଛନ୍ତି। ଭୁବନେଶ୍ବର କୁମାର ୪ ଓଭର ବୋଲିଂ କରି ୨୬ ରନ୍‌ ଦେଇ ୪ଟି ୱିକେଟ ନେଇଥିବା ବେଳେ ହାର୍ଦ୍ଧିକ ପାଣ୍ଡ୍ୟା ୪ ଓଭରରେ ୨୫ ରନ୍‌  ଦେଇ ୩ ୱିକେଟ ନେଇଛନ୍ତି। ସେହିପରି ଅର୍ଶଦୀପ ସିଂହ ୩.୫ ଓଭର ବୋଲିଂ କରି ୩୩ ରନରେ ୨ଟି ଏବଂ ଅଭେଶ ଖାନ୍‌ ୨ ଓଭରରେ ୧୯ ରନ ଦେଇ ୧ଟି ଓ୍ଵିକେଟ୍ ନେଇଛନ୍ତି।

ଆଜିର ମ୍ୟାଚରେ ଭାରତ ଟସ୍‌ ଜିତି ପାକିସ୍ତାନକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ପାକ୍‌ର ଅଧିନାୟକ ବାବର ଆଜମ(୧୦)ଙ୍କୁ ଆଉଟ୍ କରି ଭୁବନେଶ୍ଵର କୁମାର ଭାରତକୁ ବଡ ସଫଳତା ଦେଇଥିଲେ। ଏହା ପରେ ମହମ୍ମଦ ରିଜଓ୍ଵାନ ଏବଂ ଫକର ଜମାନ ଦ୍ଵିତୀୟ ଓ୍ଵିକେଟ୍‌ରେ ୨୭ ରନ ଯୋଡିଥିଲେ। ଦଳୀୟ ସ୍କୋର ୪୨ ରନରେ ଫକର ଜମାନ(୧୦)ଙ୍କୁ ଅଭେଶ ଖାନ ଆଉଟ୍ କରିଥିଲେ। ରିଜଓ୍ଵାନ ଏବଂ ଇଫତିକାର ଅହମ୍ମଦ ଭଲ ବ୍ୟାଟିଂ କରିଥିଲେ। ଦୁଇ ବ୍ୟାଟସମ୍ୟାନ ତୃତୀୟ ଓ୍ଵିକେଟ୍‌ରେ ୪୫ ରନ ଯୋଡିଥିଲେ। ଇଫତିକାରଙ୍କୁ ଆଉଟ୍ କରି ଏହି ଯୋଡି ଭାଙ୍ଗି ଭାରତକୁ ତୃତୀୟ ସଫଳତା ଦେଇଥିଲେ ହାର୍ଦ୍ଦିକ ପାଣ୍ଡ୍ୟା। ଇଫତିକାର ୨୨ ବଲରୁ ୨୮ ରନ କରି ପାଭିଲିୟନ ଫେରିଥିଲେ।

ତେବେ ୧୫ତମ ଓଭରରେ ପାକିସ୍ତାନକୁ ଲଗାତର ଦୁଇଟି ଝଟକା ଲାଗିଥିଲା। କ୍ରିଜରେ ଜମି ରହି ଇନିଂସ ସମ୍ଭାଳିଥିବା ମହମ୍ମଦ ରିଜଓ୍ଵାନଙ୍କୁ ଆଉଟ୍ କରି ପାକିସ୍ତାନକୁ ବଡ ଝଟକା ଦେଇଥିଲେ ପାଣ୍ଡ୍ୟା। ରିଜଓ୍ଵାନ ୪୨ ବଲ୍‌ରୁ ୪ ଚୌକା ଏବଂ ୧ ଛକା ସହ ୪୩ ରନ କରିଥିଲେ। ରିଜଓ୍ଵାନଙ୍କ ଆଉଟ୍ ପରେ ନିମ୍ନ କ୍ରମରେ ପାକିସ୍ତାନ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇଥିଲା। ପୁଣି ସେହି ଓଭରରେ ଖୁସଦିଲ ଶାହ(୨) ପାଣ୍ଡ୍ୟାଙ୍କ ତୃତୀୟ ଶିକାର ହୋଇଥିଲେ। ଆସିଫ ଅଲ୍ଲୀ(୯) ଭୁବନେଶ୍ଵରଙ୍କ ଶିକାର ହୋଇଥିଲେ। ମହମ୍ମଦ ନଓ୍ଵାଜ(୧)ଙ୍କୁ ଅର୍ଶଦୀପ ପାଭିଲିୟନ ପଠାଇଥିଲେ। ୧୯ ତମ ଓଭରରେ ଭୁବନେଶ୍ଵର କୁମାର ଲଗାତାର ଦୁଇଟି ବଲ୍‌ରେ ଶାଦବ ଖାନ(୧୦) ଏବଂ ନସୀମ ଶାହ(୦)ଙ୍କୁ ଆଉଟ୍ କରି ହ୍ୟାଟ୍ରିକ ସୃଷ୍ଟି କରିଥିଲେ। ଶେଷରେ ପାକିସ୍ତାନ ନିର୍ଦ୍ଧାରିତ ଓଭରରେ ୧୪୭ ରନରେ ଅଲଆଉଟ୍ ହୋଇଛି। ହାରିସ ରଉଫ ୧୩ ରନ କରି ଅପରାଜିତ ଥିଲେ। ଶାହାନଓ୍ଵାଜ ଦହାନି ୬ ବଲରୁ ୧୬ ରନ କରି ଅର୍ଶଦୀପ ସିଂହଙ୍କ ବଲରେ ଆଉଟ୍ ହୋଇଥିଲେ।

ମହାମୁକାବିଲାରେ ଟସ୍‌ ଜିତି ଭାରତର ବୋଲିଂ ନିଷ୍ପତ୍ତି, ଟିମ୍‌ ଇଣ୍ଡିଆର ପ୍ଲେଇଙ୍ଗ ୧୧ରୁ ଆଉଟ୍‌ ହେଲେ ଏହି ଖେଳାଳି
ଦୁବାଇ: ବିଶ୍ୱ ତଥା ଏସିଆ କ୍ରିକେଟର ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ମଧ୍ୟରେ ଏସିଆ କପ୍‍ କ୍ରିକେଟରେ ମହା ମୁକାବିଲା ଆରମ୍ଭ ହୋଇଛି।  ବହୁପ୍ରତୀକ୍ଷିତ ଏହି ମୁକାବିଲାରେ ଟସ୍ ଜିତି ଭାରତ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଆଜିର ମୁକାବିଲାରେ ଋଷଭ ପନ୍ତ ଚୂଡାନ୍ତ ଏକାଦଶରୁ ବାଦ୍ ପଡିଥିବା ବେଳେ ଦିନେଶ କାର୍ତ୍ତିକଙ୍କୁ ସାମିଲ୍ କରାଯାଇଛି। ଅଭେଶ ଖାନଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ୍ କରାଯାଇଛି।

Captain @ImRo45 has won the toss and we will bowl first against Pakistan.

A look at our Playing XI for the game.

Live – https://t.co/o3hJ6VNfwF #INDvPAK #AsiaCup2022 pic.twitter.com/O0HQXFQzC4

— BCCI (@BCCI) August 28, 2022

ଆଜିର ମ୍ୟାଚରେ ଭାରତୀୟ ଦଳର ତାରକା ବ୍ୟାଟର ବିରାଟ କୋହଲି ଟିମକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଗତ ବର୍ଷଠାରୁ ଫର୍ମରେ ନଥିବା ବିରାଟ ଏହି ବଡ଼ ମ୍ୟାଚରେ ଏକ ଭଲ ଇନିଂସ ଖେଳିବେ ବୋଲି ଫ୍ୟାନମାନେ ଆଶା କରୁଛନ୍ତି । ବ୍ୟକ୍ତିଗତଭାବେ ବିରାଟଙ୍କ ପାଇଁ ଏହି ମ୍ୟାଚ ଗୁରୁତ୍ବବହନ କରୁଛି । କାରଣ ଏହା ତାଙ୍କ କ୍ୟାରିୟରର ୧୦୦ ତମ ଟି୨୦ ମ୍ୟାଚ୍ ।

ଅନ୍ୟପଟେ ଏହି ମ୍ୟାଚରେ ପାକିସ୍ତାନ ୩ ଦ୍ରୁତବୋଲର, ୨ ସ୍ପିନର ଖେଳାଉଛି । ପାକିସ୍ତାନ ପାଇଁ ନସିମ ଖାଁ ଏହି ମ୍ୟାଚରେ ଡେବ୍ୟୁ କରୁଛନ୍ତି ବୋଲି ଅଧିନାୟକ ବାବର ଆଜମ ସୂଚନା ଦେଇଛନ୍ତି । ତେବେ ପାକିସ୍ତାନର ମୁଖ୍ୟ ଷ୍ଟ୍ରାଇକ୍ ବୋଲର ସାହିନ ଆଫ୍ରିଦି ଏହି ଟୁର୍ଣ୍ଣାମେଣ୍ଟରୁ ବାଦ ପଡ଼ିଛନ୍ତି ।

ଭାରତୀୟ ଦଳ : ରୋହିତ ଶର୍ମା(ଅଧିନାୟକ), ଲୋକେଶ ରାହୁଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦିନେଶ କାର୍ତ୍ତିକ(ଓ୍ଵିକେଟ୍ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ଭୁବନେଶ୍ଵର କୁମାର, ଅଭେଶ ଖାନ, ୟୁଜବେନ୍ଦ୍ର ଚହଲ, ଅର୍ଶଦୀପ ସିଂହ।

ପାକିସ୍ତାନ ଦଳ : ମହମ୍ମଦ ରିଜଓ୍ଵାନ(ଓ୍ଵିକେଟ୍ କିପର), ବାବର ଆଜମ(ଅଧିନାୟକ), ଫକର ଜମାନ, ଇଫତିକାର ଅହମ୍ମଦ, ଖୁସଦିଲ ଶାହ, ଆସିଫ ଅଲ୍ଲୀ, ଶାଦାବ ଖାନ, ମହମ୍ମଦ ନଓ୍ଵାଜ, ନସୀମ ଶାହ, ହାରିସ ରଉଫ, ଶାହାନଓ୍ଵାଜ ଦହାନୀ।