Asia Cup - The Sakala
ଦୁବାଇ: ୟୁଏଇରେ ଏସିଆ କପ୍‌ ପୁରୁଷ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆସନ୍ତାକାଲିଠାରୁ ଆରମ୍ଭ ହେବ। ଏହି ପ୍ରତିଯୋଗିତାରେ ଏସିଆର ଶ୍ରେଷ୍ଠ ୮ଟି ଦଳ ଟି-୨୦ ଫର୍ମାଟରେ ଖେଳିବେ। ଭାରତ ଏହି ଟୁର୍ଣ୍ଣାମେଣ୍ଟର ଆୟୋଜକ ହୋଇଥିଲେ ମଧ୍ୟ ପାକିସ୍ତାନ ଖେଳିବାକୁ ନ ଆସିବାରୁ ନିରପେକ୍ଷ ଦେଶ ୟୁଏଇରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଉଛି। ପୂର୍ବରୁ ଏକାଧିକ ହାଇପ୍ରୋଫାଇଲ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାର ଅଭିଜ୍ଞତା ଥିବାରୁ ଭାରତ ଏହି ଭେନ୍ୟୁରେ ଆୟୋଜନ କରିବାକୁ ରାଜି ହୋଇଛି। ଏହା ଫଳରେ ଦୁବାଇ ଓ ଆବୁଧାବିରେ ଥିବା ଦୁଇଟି ଅନ୍ତର୍ଜାତୀୟ ଷ୍ଟାଡିୟମ୍‌ରେ ଏହି ମ୍ୟାଚ୍‌ ଆୟୋଜନ କରାଯିବ। ଏସିଆ କପ୍‌ର ପୂର୍ବସଂସ୍କରଣ ଦିନିକିଆ ଫର୍ମାଟରେ ଖେଳାଯାଇଥିଲା। ଆସନ୍ତାବର୍ଷ ଟି-୨୦ ବିଶ୍ୱକପ୍‌ ଖେଳାଯିବ। ଏଥିଲାଗି ଚଳିତ ସଂସ୍କରଣର ଏସିଆ କପ୍‌ ଟି-୨୦ ଫର୍ମାଟରେ ଖେଳିବାକୁ ଏସୀୟ କ୍ରିକେଟ କାଉନ୍ସିଲ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା।
ଭାରତ-ପାକ୍‌ ଗୋଟିଏ ଗ୍ରୁପ୍‌ରେ
ଟୁର୍ଣ୍ଣାମେଣ୍ଟରେ ଭାଗନେଇଥିବା ୮ଟି ଦଳକୁ ଦୁଇଟି ଗ୍ରୁପ୍‌ରେ ଭାଗ କରାଯାଇଛି। ଏହା ମଧ୍ୟରୁ ଗ୍ରୁପ୍‌-ଏ’ରେ ଭାରତ, ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ, ୟୁଏଇ ଏବଂ ଓମାନ ସ୍ଥାନ ପାଇଛନ୍ତି। ସେହିପରି ଗ୍ରୁପ୍‌-ବି’ରେ ଶ୍ରୀଲଙ୍କା, ବାଂଲାଦେଶ, ଆଫଗାନିସ୍ତାନ ଓ ହଂକଂ ସ୍ଥାନ ପାଇଛନ୍ତି। ଗ୍ରୁପ୍‌ ପର୍ଯ୍ୟାୟରେ ରାଉଣ୍ଡ ରବିନ ଲିଗ୍‌ ଭିତ୍ତିରେ ଦଳଗୁଡ଼ିକ ଥରେ ଲେଖାଏଁ ମ୍ୟାଚ୍‌ ଖେଳିବେ। ଏହା ମଧ୍ୟରୁ ଦୁଇ ଶ୍ରେଷ୍ଠ ଦଳ ଗୋଟିଏ ଗ୍ରୁପ୍‌ ହୋଇଥିବା ସୁପର-୪’କୁ ଉନ୍ନୀତ ହେବେ। ସୁପର-୪’ରେ ମଧ୍ୟ ଗୋଟିଏ ଦଳ ଅନ୍ୟସହ ଥରେ ଲେଖାଏଁ ଖେଳିବେ। ଏହା ପରେ ପଏଣ୍ଟ ତାଲିକାରେ ସ୍ଥାନ ପାଇଥିବା ଦୁଇ ଶ୍ରେଷ୍ଠ ଦଳ ଫାଇନାଲ ମୁକାବିଲାରେ ଅବତୀର୍ଣ୍ଣ ହେବେ।
୯ରେ ଆରମ୍ଭ, ୨୮ରେ ଫାଇନାଲ
ଏହି ଟୁର୍ଣ୍ଣାମେଣ୍ଟ ସେପ୍ଟେମ୍ବର ୯ରୁ ଆରମ୍ଭ ହୋଇ ୨୮ରେ ଶେଷ ହେବ। ମଙ୍ଗଳବାର ଏହି ଟୁର୍ଣ୍ଣାମେଣ୍ଟ ଗ୍ରୁପ୍‌-ବି’ରେ ସ୍ଥାନ ପାଇଥିବା ଆଫଗାନିସ୍ତାନ ଓ ହଂକଂ ମୁକାବିଲାରୁ ଆରମ୍ଭ ହେବ। ଲିଗ୍‌ ପର୍ଯ୍ୟାୟ ମ୍ୟାଚ୍‌ ଗୁଡ଼ିକ ସେପ୍ଟେମ୍ବର ୧୯ରେ ଶେଷ ହେବ। ସେପ୍ଟେମ୍ବର ୨୦ରୁ ୨୬ ତାରିଖଯାଏ ସୁପର-୪ ମୁକାବିଲା ଖେଳାଯିବ। ୨୮ରେ ଫାଇନାଲ ହେବ। ଏହି ଟୁର୍ଣ୍ଣାମେଣ୍ଟରେ ସ୍ଥାନ ପାଇଥିବା ଭାରତ ସେପ୍ଟେମ୍ବର ୧୦ରେ ପ୍ରଥମ ମ୍ୟାଚ୍‌ ୟୁଏଇ, ୧୪ରେ ଦ୍ୱିତୀୟ ମ୍ୟାଚ୍‌ ପାକିସ୍ତାନ ଓ ତୃତୀୟ ମ୍ୟାଚ୍‌ ଓମାନ ସହ ୧୯ରେ ଖେଳିବ। ଭାରତ-ଓମାନ ମୁକାବିଲାଟି ମଧ୍ୟ ଲିଗ୍‌ ପର୍ଯ୍ୟାୟରେ ଶେଷ ମ୍ୟାଚ୍‌ ହେବ।
ରାତି ୮ଟାରୁ ସୋନି ସ୍ପୋର୍ଟ୍ସ
ନେଟ୍‌ୱର୍କରେ ପ୍ରସାରଣ
ଏହି ମେଗା ଇଭେଣ୍ଟର ଟେଲିଭିଜନରେ ପ୍ରସାରଣ ଲାଗି ସୋନି ସ୍ପୋର୍ଟ୍ସ ନେଟ୍‌ୱର୍କ ଅଧିକାର ହାସଲ କରିଛି। ଏହା ଛଡ଼ା ସୋନି ଲାଇଭ୍‌ ଆପ୍‌ରେ ମଧ୍ୟ ମ୍ୟାଚ୍‌ର ଲାଇଭ୍‌ ଷ୍ଟ୍ରିମିଂ ଦେଖାଯାଇପାରିବ। ହଟ୍‌ଷ୍ଟାରରେ ମଧ୍ୟ ଲାଇଭ୍‌ ଷ୍ଟ୍ରିମିଂ ଦେଖିବାକୁ ମିଳିବ ବୋଲି ସୂଚନା ମିଳିଛି।
ସେହିପରି ଭାରତୀୟ ସମୟ ରାତି ୮ଟାରୁ ମ୍ୟାଚ୍‌ ଆରମ୍ଭ ହେବ। ଏସିଆ କପ୍‌ରେ ମୋଟ ୧୯ଟି ମ୍ୟାଚ୍‌ ଖେଳାଯିବ। ଏହା ମଧ୍ୟରୁ ସେପ୍ଟେମ୍ବର ୧୫ରେ ଖେଳାଯିବାକୁ ଥିବା ଗ୍ରୁପ୍‌-ବି’ର ଓମାନ-ୟୁଏଇ ମୁକାବିଲା ଭାରତୀୟ ସମୟ ଅପରାହ୍ଣ ୪ଟାରୁ ଆରମ୍ଭ। ଟୁର୍ଣ୍ଣାମେଣ୍ଟରେ ଏହି ଗୋଟିଏ ଦିନ ଡବଲ ହେଡର ମ୍ୟାଚ୍‌ ଖେଳାଯିବ। ରାତି ୮ଟାରୁ ଶ୍ରୀଲଙ୍କା ଓ ହଂକଂ ମଧ୍ୟରେ ମ୍ୟାଚ୍‌ ଅନୁଷ୍ଠିତ ହେବ। ଅନ୍ୟ ସମସ୍ତ ମ୍ୟାଚ୍‌ଗୁଡିକର ଆରମ୍ଭ ସମୟ ରାତି ୮ଟା ରଖାଯାଇଛି।
ଭାରତ ଏସିଆ କପ୍ ଚାମ୍ପିଅନ୍ : ଫାଇନାଲରେ ଶ୍ରୀଲଙ୍କାକୁ ୧୦ ୱିକେଟରେ ହରାଇଲା ଟିମ୍‌ ଇଣ୍ଡିଆ
କଲମ୍ବୋ: ଆର୍ ପ୍ରେମଦାସା ଷ୍ଟାଡିମୟରେ ଖେଳାଯାଉଥିବା ଏସିଆ କପ୍ ଫାଇନାଲ୍ ମ୍ୟାଚରେ ଭାରତ ଦମ୍‌ଦାର ବିଜୟ ହାସଲ କରିଛି। ଡିଫେଣ୍ଡିଂ ଚାମ୍ପିଅନ ଶ୍ରୀଲଙ୍କା ବିପକ୍ଷରେ ସହଜ ବିଜୟ ହାସଲ କରିବା ସହ ଅଷ୍ଟମ ଥର ପାଇଁ ଏସିଆ କପ୍ ଜିତିନେଇଛି ରୋହିତ ବାହିନୀ । ୫୧ ରନର ସହଜ ବିଜୟ ଲକ୍ଷ୍ୟକୁ ୬.୧ ଓଭରରେ ହାସଲ କରିନେଇଛି ଭାରତ । ଭାରତର ଦୁଇ ପ୍ରାରମ୍ଭିକ ବ୍ୟାଟର ଇଶାନ କିଶନ ଏବଂ ଶୁବମନ୍ ଗିଲ୍ ଅପରାଜିତ ରହି ବିଜୟ ଲକ୍ଷ୍ୟକୁ ହାସଲ କରିଛନ୍ତି । ଇଶାନ କିଶନ ବ୍ୟକ୍ତିଗତ ଭାବେ ୨୩ ରନ୍ କରିଥିବାବେଳେ ଶୁବମନ ୨୭ ରନ୍ କରିଛନ୍ତି । ବିନା ୱିକେଟ୍ ହରାଇ ଭାରତ ବିଜୟୀ ହୋଇଛି ।
ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ୧୫.୨ ଓଭରରେ ସମସ୍ତ ୱିକେଟ୍ ହରାଇ ମାତ୍ର ୫୦ ରନ୍ କରିଥିଲା । ଭାରତୀୟ ବୋଲରଙ୍କ ଘାତକ ବୋଲିଂ ଆଗରେ ତିଷ୍ଟି ପାରିନଥିଲେ ଶ୍ରୀଲଙ୍କା ବ୍ୟାଟର । ଟସ୍‌ ହାରି ବୋଲିଂ କରୁଥିବା ଭାରତ ଉଭୟ ବୋଲିଂ ଓ ଫିଲ୍ଡିଙ୍ଗରେ ଶ୍ରୀଲଙ୍କାର ବ୍ୟାଟରଙ୍କୁ ଧରାଶାୟୀ କରିଦେଇଛି। ଦିନିକିଆର ୫୦ ଓଭର ବିଶିଷ୍ଟ ମ୍ୟାଚରେ ମାତ୍ର ୧୫ ଓଭର ୨ବଲ୍‌ରେ ଶ୍ରୀଲଙ୍କାର ଖେଳ ସରିଯାଇଛି। ଭାରତୀୟ ଦ୍ରୁତ ବୋଲରଙ୍କୁ ସାମ୍ନା କରିପାରନାହାନ୍ତି ଶ୍ରୀଲଙ୍କା ବ୍ୟାଟର, ଶ୍ରୀଲଙ୍କାର ମାତ୍ର ଦୁଇ ଜଣ ବ୍ୟାଟର ଦୁଇ ଅଙ୍କ ଛୁଇଁ ପାରିନଥିଲେ।
ମହମ୍ମଦ ସିରାଜ ତାଙ୍କ ଘାତକ ବୋଲିଂରେ ଗୋଟିଏ ଓଭରରେ ଶ୍ରୀଲଙ୍କାର ୪ ଜଣ ବ୍ୟାଟରଙ୍କୁ ଆଉଟ କରିବା ସହ ମୋଟ୍‌ ୭ ଓଭର ବୋଲିଂ କରି  ଗୋଟିଏ ମେଡେନ୍‌ ଓଭର ସହ ୨୧ ରନ୍‌ ଦେଇ ୬ଟି ୱିକେଟ ନେଇଛନ୍ତି। ସେହିପରି ହାର୍ଦ୍ଦିକ ପାଣ୍ଡ୍ୟା ୨.୨ ଓଭର ବୋଲିଂ କରି ୩ ରନ୍‌ ଦେଇ ୩ଟି ୱିକେଟ ନେଇଛନ୍ତି, ଯଶପ୍ରୀତ ବୁମରା ମଧ୍ୟ ୫ ଓଭର ବୋଲିଂ କରି ଗୋଟିଏ ମେଡେନ୍‌ ଓଭର ସହ ୨୩ ରନ୍‌ ଦେଇ ଗୋଟିଏ ୱିକେଟ ନେଇଥିଲେ।
ଆଜିର  ମ୍ୟାଚରେ ଶ୍ରୀଲଙ୍କା ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ଶ୍ରୀଲଙ୍କା । କିନ୍ତୁ ଶ୍ରୀଲଙ୍କାର ଏହି ନିଷ୍ପତ୍ତିକୁ ଆରମ୍ଭରୁ ହିଁ ଭୁଲ ପ୍ରମାଣିତ କରିଦେଲେ ଭାରତର ଦୁଇ ଦ୍ରୁତ ବୋଲର ଯଶପ୍ରୀତ ବୁମରା ଓ ମହମ୍ମଦ ସିରାଜ । ପ୍ରଥମ ଓଭରରେ ହିଁ ବୁମରା ଶ୍ରୀଲଙ୍କାର କୁଶଲ ପରେରାଙ୍କୁ ଆଉଟ କରିଦେଇଥିଲେ । ଏହା ପରେ ଆରମ୍ଭ ହୋଇଥିଲା ସିରାଜଙ୍କ ମାରାତ୍ମକ  ବୋଲିଂ । ସେ ଭାରତର ୪ର୍ଥ ଓ ବ୍ୟକ୍ତିଗତଭାବେ ନିଜର ୨ୟ ଓଭର ବୋଲିଂ କରିବାକୁ ଆସି ଶ୍ରୀଲଙ୍କା ଟିମର ଅଣ୍ଟା ଭାଙ୍ଗିଦେଲେ । ଏହି ଓଭରରେ ସେ ଶ୍ରୀଲଙ୍କାର ୪ ଜଣ ବ୍ୟାଟ୍ସମ୍ୟାନ-ପ୍ରଥୁମ ନିଶଙ୍କା, ସଦିରା ସମରବିକ୍ରମା, ଚରିଥ୍ ଅସଲଙ୍କା ଓ ଧନଞ୍ଜୟ ଡିସିଲଭାଙ୍କୁ ପାଭିଲିୟନ ଫେରାଇଥିଲେ । ସେହିପରି ନିଜର ୩ୟ ଓଭରରେ ସେ ସନକାଙ୍କୁ ବୋଲଡ୍ କରିଦେଇଥିଲେ ।
ସିରାଜଙ୍କ ମାରାତ୍ମକ ସ୍ପେଲ୍‌ ପରେ ଆରମ୍ଭ ହୋଇଥିଲା ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଗ୍ନିବର୍ଷା ବୋଲିଂ । ହାର୍ଦ୍ଦିକ ପାଣ୍ଡ୍ୟା ୨.୨ ଓଭର ବୋଲିଂ କରି ୩ ରନ୍‌ ଦେଇ ୩ଟି ୱିକେଟ ହାସଲ କରିଛନ୍ତି। ଆଜିର ୫୦ ରନ୍‌ ଦିନିକିଆରେ ଶ୍ରୀଲଙ୍କାର ଦ୍ୱିତୀୟ ସର୍ବନିମ୍ନ ସ୍କୋର। ୨୦୧୨ରେ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୪୩ ରନରେ ଅଲଆଉଟ ହୋଇଥିଲା। ଆଜି ଏସିଆ କପ ଫାଇନାଲରେ ଶ୍ରୀଲଙ୍କା ୫୦ ରନ କରି ଅଲଆଉଟ ହୋଇଥିଲା। ଭାରତ ବିପକ୍ଷରେ ଏହା ଶ୍ରୀଲଙ୍କାର ସର୍ବନିମ୍ନ ସ୍କୋର। କୌଣସି ଫାଇନାଲରେ ମଧ୍ୟ ଏହା ସବୁଠାରୁ କମ ସ୍କୋର।  ଭାରତ ୨୦୧୮ରେ ଏସିଆ କପ୍ ଜିତିଥିଲା ଏବଂ ଦଳ ୫ ବର୍ଷ ପରେ ଅଷ୍ଟମଥର ଟାଇଟଲ ପୁଣିଥରେ ଜିତି ନେଇଛି।
ଏସିଆ କପ୍ ସୁପର-୪’ର ଶେଷ ମୁକାବିଲା, ଆଜି ମୁହାଁମୁହିଁ ହେବେ ଭାରତ-ବାଂଲାଦେଶ
କଲମ୍ବୋ: ଆଜି ଏସିଆ କପ୍‌‌ ସୁପର-୪’ର ଶେଷ ମୁକାବିଲା ଭାରତ ଓ ବାଂଲାଦେଶ ମଧ୍ୟରେ ଖେଳାଯିବ। ଏହି ପ୍ରତିଯୋଗିତାରେ ପ୍ରତ୍ୟେକ ଦଳ ୩ଟି ଲେଖାଏଁ ସୁପର-୪ ମ୍ୟାଚ୍‌‌ ଖେଳିବେ। ଏହା ମଧ୍ୟରୁ ଭାରତ ୨ଟି ମ୍ୟାଚ୍‌‌ ଖେଳି ୨ଟିଯାକରେ ବିଜୟୀ ହୋଇ ଫାଇନାଲରେ ପ୍ରବେଶ କରିସାରିଛି। ଅନ୍ୟପକ୍ଷରେ ବାଂଲାଦେଶ ୨ଟି ଯାକ ମ୍ୟାଚ୍‌‌ରେ ପରାଜିତ ହୋଇ ପ୍ରତିଯୋଗିତାରୁ ବାଦ୍‌‌ ପଡ଼ିଛି। ଏଭଳି ସ୍ଥିତିରେ ଏହି ମ୍ୟାଚ୍‌‌ର ଫଳାଫଳ ଉପରେ କିଛି ଗୁରୁତ୍ୱ ନାହିଁ। କିନ୍ତୁ ଭାରତୀୟ ଖେଳାଳିଙ୍କ ଲାଗି ବେଶ ଗୁରୁତ୍ୱ ବହନ କରୁଛି। କଲମ୍ବୋର ରଣସିଂହ ପ୍ରେମଦାସା ଷ୍ଟାଡିୟମ୍‌‌ରେ ଖେଳାଯାଇଥିବା ଶେଷ ଦୁଇଟି ମ୍ୟାଚ୍‌‌ରେ ସ୍ପିନରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି।
ଏପରିକି ପ୍ରଥମ ମ୍ୟାଚ୍‌‌ରେ ପାକିସ୍ତାନ ବିପକ୍ଷରେ ୨ ୱିକେଟରେ ୩୫୬ ରନ୍‌‌ କରିଥିବା ଭାରତ ଏହାର ପରଦିନ ଖେଳାଯାଇଥିବା ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌‌ରେ ବ୍ୟାଟରମାନେ ସଂଘର୍ଷ କରିଥିଲେ। ରୋହିତ ଶର୍ମା ଓ ଶୁବମାନ ଗିଲ ପ୍ରଥମ ୱିକେଟ ଯୋଡିରୁ ୮୦ ରନ୍‌‌ ଉଠାଇ ନଥିଲେ ଭାରତକୁ ଏହି ମ୍ୟାଚ୍‌‌ ଜିତିବା କଷ୍ଟକର ହୋଇପଡ଼ିଥାନ୍ତା। ଯୁବ ଅଲରାଉଣ୍ଡର ଦୁନିଥ ୱେଲାଲାଗେଙ୍କୁ ଅଟକାଇବା ଭାରତ ଲାଗି କଷ୍ଟକର ହୋଇଥିଲା। ବ୍ୟାଟିଂ ହେଉ ଅବା ବୋଲିଂ, ଉଭୟ ବିଭାଗରେ ୱେଲାଲାଗେ ଦମ୍‌‌ ଦେଖାଇ ଖେଳିଥିଲେ। ଏଣୁ ଶେଷ ଲିଗ୍‌‌ ମ୍ୟାଚ୍‌‌ରେ ଭାରତ ଯେପରି ବାଂଲାଦେଶ ସ୍ପିନରଙ୍କୁ ଠିକ୍‌‌ ଭାବେ ଖେଳିପାରିବ, ତାହା ଉପରେ ନିଶ୍ଚିତ ଗୁରୁତ୍ୱ ଦେବ। ଏଭଳି ସମୟରେ ଆହତ ଯୋଗଁ ଦୀର୍ଘ ଦିନ ଖେଳିପାରି ନଥିବା ଖେଳାଳିମାନେ ମଧ୍ୟ ଭଲ ଭାବେ ମ୍ୟାଚ୍‌‌ ପ୍ରାକ୍ଟିସ୍‌‌ ପାଇପାରିବେ। ପିଚ୍‌‌ ଯଦି ଏଭଳି ରହେ ତେବେ ଭାରତୀୟ ଦଳରେ ପରିବର୍ତ୍ତନ ହେବାର ସମ୍ଭାବନା କମ୍‌‌।
ଅନ୍ୟପକ୍ଷରେ ୪ଟି ମ୍ୟାଚ୍‌‌ରୁ କେବଳ ଆଫଗାନିସ୍ତାନକୁ ହରାଇଥିବା ବାଂଲାଦେଶ ନିକଟରେ କ୍ୱାଲିଟି ବୋଲିଂ ଖେଳିବାର ଅସୁବିଧା ରହିଛି। ଭାରତ ବିପକ୍ଷରେ ସେମାନେ ଏହି ଅସୁବିଧାକୁ ଦୂର କରିବେ ବୋଲି ଆଶା ରଖିିଛି। ସାକିବ-ଅଲ-ହସନ ଏଯାଏ ତାଙ୍କ ଦକ୍ଷତା ଅନୁଯାୟୀ ଖେଳିନାହାନ୍ତି। ଏଣୁ ସାକିବଙ୍କ ଲାଗି ମଧ୍ୟ ଏହି ମ୍ୟାଚ୍‌‌ ବେଶ୍‌‌ ଗୁରୁତ୍ୱପୂର୍ଣ୍ଣ। ଦଳର ଅନ୍ୟତମ ବରିଷ୍ଠ ଖେଳାଳି ମୁସ୍‌‌ଫିକର ରହିମ ମଧ୍ୟ ଏହି ମ୍ୟାଚ୍‌‌ରେ ଖେଳିବେ ନାହିଁ। ଏହା ସତ୍ତ୍ବେ ସାନ୍ତ୍ୱନାମୂଳକ ବିଜୟ ସହ ବାଂଲାଦେଶ ବିଶ୍ୱକପ୍‌‌ ଖେଳିବାକୁ ଆଶା ରଖିଛି।
ଏସିଆ କପ୍‌‌ରୁ ପାକିସ୍ତାନ ବିଦା, ଶେଷ ବଲ୍‌ରେ ଜିତିଲା ଶ୍ରୀଲଙ୍କା
କଲମ୍ବୋ: ଏସିଆ କପ୍‌‌ ସୁପର୍‌‌-୪’ର ଏକ ରୋମାଞ୍ଚକ ମୁକାବିଲାରେ ଗୁରୁବାର ଘରୋଇ ଶ୍ରୀଲଙ୍କା ଡିଏଲ୍‌ ପଦ୍ଧତିରେ ୨ ୱିକେଟ୍‌‌ରେ ପାକିସ୍ତାନକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି। ବର୍ଷା ବାଧାପ୍ରାପ୍ତ ୪୨ ଓଭରବିଶିଷ୍ଟ ଏହି ମ୍ୟାଚରେ ପାକିସ୍ତାନ ପକ୍ଷରୁ ଧାର୍ଯ୍ୟ ୨୫୨ ରନର କଷ୍ଟସାଧ୍ୟ ଲକ୍ଷ୍ୟକୁ ପିଛା କରି ଶ୍ରୀଲଙ୍କା ଶେଷ ବଲରେ ୮ ୱିକେଟ୍‌‌ ହରାଇ ବିଜୟୀ ହୋଇଥିଲା। ୱିକେଟ୍‌‌ରକ୍ଷକ କୁଶାଲ ମେଣ୍ଡିସଙ୍କ ୯୧ ଓ ଚାରିଥ ଆସଲଙ୍କା’ଙ୍କ ଅପରାଜିତ ୪୯ ରନ ଶ୍ରୀଲଙ୍କାକୁ ଫାଇନାଲରେ ପ୍ରବେଶ କରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା। ଅପରପକ୍ଷରେ ସୁପର୍‌‌-୪ରେ ୩ ମ୍ୟାଚରୁ ୨ ପରାଜୟ ଓ ଗୋଟିଏ ବିଜୟ ସହ ୩ୟ ସ୍ଥାନରେ ରହି ପାକିସ୍ତାନ ପ୍ରତିଯୋଗିତାରୁ ବିଦାୟ ନେଇଛି।
ସ୍ଥାନୀୟ ଆର୍‌‌ ପ୍ରେମଦାସା ଷ୍ଟାଡିୟମରେ ଅନୁଷ୍ଠିତ ବର୍ଷା ବାଧାପ୍ରାପ୍ତ ଏହି ମ୍ୟାଚରେ ଡିଏଲ୍‌‌ ପଦ୍ଧତି ଶ୍ରୀଲଙ୍କା ସାମ୍ନାରେ ୨୫୨ ରନର ଲକ୍ଷ୍ୟ ଧାର୍ଯ୍ୟ ରହିଥିଲା। ଏହାକୁ ପିଛା କରି ଘରୋଇ ଶ୍ରୀଲଙ୍କା ମଧ୍ୟକ୍ରମର ୩ ବ୍ୟାଟର୍‌‌ କୁଶାଲ ମେଣ୍ଡିସ, ସଦୀରା ସମରବିକ୍ରମା ଓ ଆସଲଙ୍କାଙ୍କ ଲଢ଼ୁଆ ବ୍ୟାଟିଂ ଯୋଗୁ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଥିଲା। ମେଣ୍ଡିସ ୮୭ ବଲରୁ ୮ ଚୌକା ଓ ୧ ଛକା ବଳରେ ସର୍ବାଧିକ ୯୧ ରନ କରିଥିଲେ। ସେହିଭଳି ୪୮ ରନ କରିଥିବା ସମରବିକ୍ରମା ୩ୟ ୱିକେଟ୍‌‌ରେ ମେଣ୍ଡିସଙ୍କ ସହ ଗୁରୁତ୍ୱପୂର୍ଣ୍ଣ ୧୦୦ ରନର ଭାଗୀଦାରି କରିଥିଲେ। ତେବେ ମ୍ୟାଚ ବିଜୟୀ ଅପରାଜିତ ୪୯ ରନ କରିଥିବା ଆସଲଙ୍କା ଶେଷ ବଲରେ ବିଜୟସୂଚକ ୨ ରନ କରି ହିରୋ ସାଜିଥିଲେ। ପାକିସ୍ତାନ ପକ୍ଷରୁ ଇଫତିକାର ଅହମ୍ମଦ ୩ ଓ ଶାହୀନ ଶାହ ଆଫ୍ରିଦୀ ୨ଟି ୱିକେଟ୍‌‌ ନେଇଥିଲେ।
ପୂର୍ବରୁ ପାକିସ୍ତାନ ଦଳ ଟସ୍‌‌ ଜିତିବା ପରେ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। କିନ୍ତୁ ଶ୍ରୀଲଙ୍କା ପେସ୍‌‌ ଓ ସ୍ପିନ ବୋଲିଂକୁ ଉଚିତ ମୁକାବିଲା କରି ନପାରି ଦଳ ବର୍ଷା ଯୋଗୁ ଖେଳ ବନ୍ଦ ରହିଲା ବେଳକୁ ୫ ୱିକେଟରେ ୧୩୦ ରନ୍‌‌ କରି ବିପଦରେ ପଡ଼ିଥିଲା। କିନ୍ତୁ ବର୍ଷା ଛାଡ଼ିବା ପରେ ମ୍ୟାଚ୍‌‌କୁ ୪୨ ଓଭର ବିଶିଷ୍ଟ କରାଯାଇଥିଲା। ଦୀର୍ଘଦିନ ହେଲା ଚୁପ୍‌‌ ରହିଥିବା ରିଜ୍‌‌ୱାନ୍‌‌ ଓ ଇଫତିକାର ଅହମ୍ମଦ୍‌‌ ଧୈର୍ଯ୍ୟର ସହ ବ୍ୟାଟିଂ କରି ପ୍ରଥମେ ଦଳକୁ ବିପଦରୁ ଉଦ୍ଧାର କରିଥିଲେ। ଏମାନେ ୬ଷ୍ଠ ୱିକେଟରେ ୭୮ ବଲ୍‌‌ରୁ ୧୦୮ ରନ୍‌‌ ଉଠାଇବା ଫଳରେ ଦଳ ଏକ ସମ୍ମାନଜନକ ସ୍କୋର କରିବାରେ ସମର୍ଥ ହୋଇଥିଲା। ଶେଷ ପର୍ଯ୍ୟନ୍ତ ଆଉଟ ହୋଇ ନଥିବା ରିଜୱାନ୍‌‌ ୭୩ ବଲ ଖେଳି ୬ ଚୌକା ଓ ୨ଛକା ସହାୟତାରେ ୮୬ ଓ ଇଫତିକାର ୪୦ ବଲ୍‌‌ରେ ୪୭ ରନ୍‌‌ କରିଥିଲେ। ଏମାନଙ୍କ ଭାଗୀଦାରି ଯୋର୍ଗୁଁ ପାକିସ୍ତାନ ୭ ୱିକେଟରେ ୨୫୨ ରନର ଏକ ବଡ଼ ସ୍କୋର କରିବାରେ ସମର୍ଥ ହୋଇଥିଲା। ପୂର୍ବରୁ ପାଳି ଆରମ୍ଭ କରିଥିବା ଅବ୍‌‌ଦୁଲ୍ଳା ସଫିକ୍‌‌ ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ କରି ୬୯ ବଲ୍‌‌ରେ ୫୨ ଓ ଅଧିନାୟକ ବାବର ଆଜମ ୩୫ ବଲ୍‌‌ରେ ୨୯ ରନ୍‌‌ କରିଥିଲେ। ଶ୍ରୀଲଙ୍କା ପକ୍ଷରୁ ଦୁଇ ଯୁବ ଫାଷ୍ଟ ବୋଲର ମାଥୀଶା ପତିରାଣା ଓ ପ୍ରମୋଦ ମଦୁଶାନ ପତିଆରା ଦେଖାଇ ୫ ଜଣ ଖେଳାଳିଙ୍କୁ ଆଉଟ କରିଥିଲେ। ପତିରାଣାଙ୍କୁ ୩ଟି ଓ ମଦୁଶାନଙ୍କୁ ୨ଟି ୱିକେଟ ମିଳିଥିଲା।
ଉଲ୍ଲେଖଯୋଗ୍ୟ, ପାକିସ୍ତାନ ୭ ୱିକେଟ୍‌‌ରେ ୨୫୨ ରନ କରିଥିଲେ। କିନ୍ତୁ ବର୍ଷା ଯୋଗୁ ଶ୍ରୀଲଙ୍କା ସାମ୍ନାରେ ସେହି ୪୨ ଓଭରରେ ୨୫୩ ପରିବର୍ତ୍ତେ ଡିଏଲ୍‌‌ ପଦ୍ଧତିରେ ୨୫୨ ରନର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା।
ସଂକ୍ଷିପ୍ତ ସ୍କୋର
ପାକିସ୍ତାନ: ୨୫୨/୭, ୪୨ ଓଭର (ମହମ୍ମଦ୍‌‌ ରିଜ୍‌‌ୱାନ-୮୬ ଅପରାଜିତ, ଅବ୍‌‌ଦୁଲ୍ଲା ସଫିକ୍‌‌-୫୨, ଇଫତିକାର ଅହମ୍ମଦ୍‌‌- ୪୭, ମାଥୀଶା ପତିରାଣା-୩/୬୫, ପ୍ରମୋଦ ମଦୁଶାନ- ୨/୫୮)।
ଶ୍ରୀଲଙ୍କା: ୨୫୨/୮(ଡିଏଲ୍‌), ୪୨ ଓଭର (କୁଶାଲ ମେଣ୍ଡିସ୍‌‌- ୯୧, ସମରବିକ୍ରମା-୪୮, ଆସଲଙ୍କା- ଅପରାଜିତ ୪୯, ଇଫତିକାର- ୩/୫୦, ଆଫ୍ରିଦୀ- ୨/୫୨)।
ଏସିଆକପ୍ ୨୦୨୩: ଆଜି ଶ୍ରୀଲଙ୍କାକୁ ଭେଟିବ ଭାରତ
କଲମ୍ବୋ: ପାକିସ୍ତାନଠୁ ବିଶାଳ ବିଜୟ ପରେ ଏସିଆ କପର ସୁପର-୪ର ଚତୁର୍ଥ ମ୍ୟାଚରେ ଆଜି ଶ୍ରୀଲଙ୍କାକୁ ଭେଟିବ ଟିମ୍ ଇଣ୍ଡିଆ । କଲମ୍ବେର ଆର୍ ପ୍ରେମଦାସା ଷ୍ଟାଡିୟମରେ ଆଜି ଅପରାହ୍ଣ ୩ଟାରେ ଏହି ମ୍ୟାଚ୍ ଖେଳାଯିବ । ଶ୍ରୀଲଙ୍କା ଏଯାଏଁ ଦୁଇଟି ମ୍ୟାଚ୍ ଖେଳି ଉଭୟ ମ୍ୟାଚରେ ବିଜୟ ହାସଲ କରିବା ସହ ୪ ପଏଣ୍ଟ ପାଇଁ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି।
ଅନ୍ୟପକ୍ଷରେ, ଗତକାଲି  ଏସିଆ କପ ସୁପର ଫୋରରେ ପାକିସ୍ତାନ ବିପକ୍ଷରେ ଭାରତର ଐତିହାସିକ ବିଜୟ ହୋଇଛି । ପାକିସ୍ତାନକୁ ୨୨୮ ରନରେ ହରାଇ ବିଶାଳ ବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ । ବିରାଟ କୋହଲି ଓ କେଏଲ୍ ରାହୁଲଙ୍କ ଅପରାଜିତ ଶତକୀୟ ପାଳି ପରେ କୁଲଦୀପ ଯାଦବଙ୍କ ଯାଦୁକରୀ ବୋଲିଂ ବଳରେ ଭାରତ ଏସିଆ କପ୍‌ର ସୁପର-୪ ମ୍ୟାଚ୍‌ରେ ପାକିସ୍ତାନକୁ ୨୨୮ ରନ୍‌ରେ ହରାଇ ଦେଇଛି ।
ସମ୍ଭାବ୍ୟ ଦଳ
ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), ଶୁବମାନ ଗିଲ, ବିରାଟ କୋହଲି, ଇଶାନ କିଶାନ, ଲୋକେଶ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ଶାର୍ଦ୍ଦୁଳ ଠାକୁର, କୁଲଦୀପ ଯାଦବ, ଯଶପ୍ରୀତ ବୁମ୍‌‌ରା ଓ ମହମ୍ମଦ ସିରାଜ।
ଶ୍ରୀଲଙ୍କା: ଦିମୁଥ କରୁଣାରତ୍ନେ, ପଥୁମ ନିଶଙ୍କା, କୁଶଲ ମେଣ୍ଡିସ, ସଦିରା ସମରବିକ୍ରମା, ଚରିଥ ଆଶାଲଙ୍କା, ଧନଞ୍ଜୟ ଡି ସିଲଭା, ଡାସୁନ ଶଣକା, ଦୁଶନ ହେମଥ/ଦୁନିଥ ୱିଲାଲେଜ, ମହୀଶ ତୀକ୍ଷଣା, ବିନୁରା ଫର୍ଣ୍ଣାଣ୍ଡୋ, କାସୁନ ରଜିଥା।
ଏସିଆ କପ୍: ବର୍ଷା ଯୋଗୁଁ ଭାରତ-ପାକିସ୍ତାନ ମ୍ୟାଚ ସ୍ଥଗିତ
କଲମ୍ବୋ: ଭାରତ-ପାକିସ୍ତାନ ହାଇଭୋଲଟେଜ ଲଢ଼େଇରେ ପୁଣି ବର୍ଷା ସାଜିଛି ବାଧକ। ଶ୍ରୀଲଙ୍କାର ଆର ପ୍ରେମାଦାସା ଷ୍ଟାଡିୟମରେ ହଠାତ୍‌ ବର୍ଷା ମାଡ଼ି ଆସିବାରୁ ମ୍ୟାଚ୍‌କୁ ଅଧାରୁ ସ୍ଥଗିତ ରଖାଯାଇଛି। ଆଜିର ମ୍ୟାଚ ଆସନ୍ତାକାଲି ଅର୍ଥାତ ରିଜର୍ଭ ଡେ’ ରେ ଖେଳାଯିବ।
ଅଚାନକ ପବନ ସହ ବର୍ଷା ମାଡ଼ି ଆସିବାରୁ ଷ୍ଟାଡିୟମ କର୍ମଚାରୀମାନେ ପାଲ ଘୋଡ଼ାଇବାକୁ ବେଶ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଏଥିଯଥଗୁ ଆଉଟ ଫିଲ୍ଡ ପ୍ରଭାବିତ ହୋଇଥିଲା। ଆଉଟ ଫିଲ୍ଡ ସଂପୂର୍ଣ୍ଣ ଭାବେ ଓଦା ହୋଇଯାଇଛି। ଠିକ ସମୟରେ ଏହାକୁ ଘୋଡ଼ାଇବା ସମ୍ଭବ ହୋଇ ପାରି ନ ଥିଲା । ଫଳରେ ମ୍ୟାଚକୁ ଆସନ୍ତାକାଲି ଘୁଞ୍ଚାଯାଇଛି।
ସୂଚନା ଅନୁଯାୟୀ, ଟସ ଜିତି ପାକିସ୍ତାନ ଭାରତକୁ ବ୍ୟାଟିଂ ଆମନ୍ତ୍ରଣ ଦେଇଥିଲା । ଭାରତ ପ୍ରଥମେ ବ୍ୟାଟିଂ କରି ୨୪.୧ ଓଭରରେ ୨ଟି ୱିକେଟ ହରାଇ ୧୪୭ ରନ କରିଛି। ରୋହିତ ଶର୍ମା ୪୯ ବଲରେ ୫୬ ରନ କରି ଆଉଟ ହୋଇଥିବା ବେଳେ ଶୁଭମନ୍ ଗିଲ ୫୨ ବଲରେ ୫୮ ରନ କରି ଆଉଟ ହୋଇଥିଲେ। ପରେ ପାରିକୁ ଲୋକେଶ ରାହୁଲ ଓ ବିରାଟ କୋହଲି ସମ୍ଭାଳିଥିଲେ। ରାହୁଲ ୨୮ ବଲରେ ୧୭ ରନ କରି ଅପରାଜିତ ଥିବାବେଳେ ବିରାଟ ୧୬ ବଲରେ ୮ ରନ କରି ଅପରାଜିତ ରହିଛନ୍ତି। ସହିପରି, ପାକିସ୍ତାନ ପକ୍ଷରୁ ଶାହିନ ଆଫ୍ରିଦି ଓ ଶଦାବ ଖାନ୍‌‌ ଗୋଟିଏ ଲେଖାଏଁ ୱିକେଟ ନେଇଛନ୍ତି।
ବର୍ଷା ପାଇଁ ଆଜିର ମ୍ୟାଚ ସ୍ଥଗିତ ରଖାଯାଇଥିବା ବେଳେ ବଳକା ମ୍ୟାଚ ଆସନ୍ତାକାଲି ରିଜର୍ଭ ଡେ’ ରେ ଖେଳାଯିବ ବୋଲି କୁହାଯାଇଛି।
ଏସିଆ କପ୍‌‌: ନେପାଳକୁ ୧୦ ୱିକେଟରେ ହରାଇ ସୁପର-୪ରେ ପ୍ରବେଶ କଲା ଭାରତ
ପାଲିକଲ: ବର୍ଷା ବାଧାପ୍ରାପ୍ତ ମ୍ୟାଚ୍‌‌ରେ ନେପାଳକୁ ୧୦ ୱିକେଟରେ ହରାଇ ଭାରତ ଏଠାରେ ଚାଲିଥିବା ଏସିଆ କପ୍‌‌ ଦିନିକିଆ କ୍ରିକେଟ ପ୍ରତିଯୋଗିତାର ସୁପର-୪ରେ ପ୍ରବେଶ କରିଛି। ଏହା ଫଳରେ ଗ୍ରୁପ୍‌‌-ଏ’ରେ ଉଭୟ ପାକିସ୍ତାନ ଓ ଭାରତ ୩ ପଏଣ୍ଟ ଲେଖାଏଁ ସଂଗ୍ରହ କରିଛନ୍ତି। ଉନ୍ନତ ରନ୍‌‌ରେଟ୍‌‌ରେ ପାକିସ୍ତାନ ପ୍ରଥମ ଓ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି। ଭାରତ ତାହାର ପ୍ରଥମ ସୁପର-୪ ମ୍ୟାଚ୍‌‌ ପାକିସ୍ତାନ ସହ କଲମ୍ବୋର ଆର୍‌‌.ପ୍ରେମଦାସା ଷ୍ଟାଡିୟମ୍‌‌ରେ ସେପ୍ଟେମ୍ବର ୧୦ରେ ଖେଳିବ।
ଏହି ମ୍ୟାଚ୍‌‌ରେ ପ୍ରଥମେ ବ୍ୟାଟିଂ କରି ନେପାଳ ୪୮.୨ ଓଭରରେ ୨୩୦ ରନ୍‌‌ କରି ଅଲଆଉଟ ହୋଇଯାଇଥିଲା। ଜବାବରେ ୨୩୧ ରନ୍‌‌କୁ ପିଛା କରି ଭାରତ ୨.୧ ଓଭରରେ ୧୭/୦ ରନ୍‌‌ କରିଥିଲାବେଳେ ବର୍ଷା ଯୋଗୁଁ ଖେଳ ହୋଇପାରି ନଥିଲା। ବର୍ଷା ଛାଡିବା ପରେ ଡିଏଲ ମେଥଡ ଅନୁଯାୟୀ ଭାରତ ଆଗରେ ୨୩ ଓଭରରେ ୧୪୫ ରନ୍‌‌ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ଏହି ଲକ୍ଷ୍ୟକୁ ପିଛା କରି ଭାରତ ୨୦.୧ ଓଭରରେ କୌଣସି ୱିକେଟ ନ ହରାଇ ବିଜୟୀ ହୋଇଥିଲା। ଦଳ ପକ୍ଷରୁ ରୋହିତ ଶର୍ମା ୫୯ ବଲ୍‌‌ରେ ୬ଚୌକା ଓ ୫ଛକା ସହ ୭୪ ଓ ଶୁବମାନ ଗିଲ ୬୨ ବଲ୍‌‌ରେ ୮ ଚୌକା ଓ ୧ଛକା ସହ ୬୭ ରନ୍‌‌ରେ ଅପରାଜିତ ରହିଥିଲେ।
ପୂର୍ବରୁ ଭାରତୀୟ ଅଧିନାୟକ ରୋହିତ ଶର୍ମା କ୍ରମାଗତ ଦ୍ୱିତୀୟ ମ୍ୟାଚ୍‌‌ରେ ଟସ୍‌‌ ଜିତିଥିଲେ। ଏଥର କିନ୍ତୁ ସେ ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ନେପାଳ ବ୍ୟାଟିଂ ଆରମ୍ଭ କରିବା ପରେ ପ୍ରଥମ ୫ ଓଭରରେ ଦୁଇ ଓପନର ୩ଟି କ୍ୟାଚ୍‌‌ ଦେଇଥିଲେ। କିନ୍ତୁ ଶ୍ରେୟସ ଆୟର, ବିରାଟ କୋହଲି ଓ ଇଶାନ କିଶାନ ତାହାକୁ ଧରିବାରେ ସମର୍ଥ ହୋଇ ନଥିଲେ। ଏଥିରୁ ଫାଇଦା ନେଇଥିଲେ ନେପାଳ ବ୍ୟାଟର। ଭାରତ ସହ ପ୍ର୍‌‌ଥମ ଅନ୍ତର୍ଜାତୀୟ ମ୍ୟାଚ୍‌‌ ଖେଳୁଥିବା ନେପାଳର ବ୍ୟାଟରମାନେ ଭାରତୀୟ ପେସ ଓ ଫାଷ୍ଟ ବୋଲରଙ୍କୁ ସହଜରେ ଖେଳି ରନ୍‌‌ ସଂଗ୍ରହ କରିଥିଲେ। ଜୀବନଦାନ ପାଇଥିଲେ ମଧ୍ୟ ଭଲ ବ୍ୟାଟିଂ କରୁଥିବା କୁଶାଲ ଭୂର୍ତ୍ତେଲ କିଛିଟା ଆକର୍ଷଣୀୟ ସଟ ଖେଳିଥିଲେ। ପାୱାରପ୍ଲେ ଶେଷ ହେବାକୁ ଗୋଟିଏ ବଲ ବାକିଥିଲାବେଳେ ଅସିଫ ସେଖଙ୍କ ସହ ୬୫ ରନ୍‌‌ ଉଠାଇବା ପରେ ଭୂର୍ତ୍ତେଲ ଆଉଟ ହୋଇଥିଲେ। ମାତ୍ର ୨୫ ବଲ୍‌‌ରୁ ୩ଚୌକା ଓ ୨ଛକା ସହ ୩୮ ରନ୍‌‌ କରିଥିଲାବେଳେ ଶାର୍ଦ୍ଦୁଳ ଠାକୁରଙ୍କ ଦ୍ୱାରା ସେ ଆଉଟ ହୋଇଥିଲେ। ଏହା ପରେ ଭାରତୀୟ କ୍ୱାଲିଟି ସ୍ପିନ୍‌‌ ଆଗରେ ଏହି ଦଳ ତିଷ୍ଠି ପାରି ନଥିଲା। ବିଶେଷ କରି ରବୀନ୍ଦ୍ର ଜାଡେଜା ୧୬ରୁ ୨୨ ଓଭର ମଧ୍ୟରେ ଭୀମ ଶାର୍‌‌କୀ (୭), ରୋହିତ ପୌଡେଲ (୫) ଓ କୁଶାଲ ମଲ୍ଲ (୨)ଙ୍କୁ ଆଉଟ କରି ନେପାଳର ଏକ ମିନି ବିପର୍ଯ୍ୟୟ ଘଟାଇଥିଲେ। ଦୁଇ ସ୍ପିନର ଜାଡେଜା ଓ କୁଲଦୀପ ଯାଦବ ମିଳିତଭାବେ ୨୦ ଓଭର ବୋଲିଂ କରି ୭୪ ରନ୍‌‌ ଦେଇ ୩ଟି ୱିକେଟ ନେଇଥିଲେ। ୩୦ତମ ଓଭରରେ ଦଳର ଟପ୍‌‌ ସ୍କୋରର ଆସିଫ୍‌‌ ସେଖ୍‌‌ଙ୍କୁ ଆଉଟ କରି ମହମ୍ମଦ୍‌‌ ସିରାଜ ବଡ଼ ସଫଳତା ପାଇଥିଲେ। ଆସିଫ୍‌‌ ୯୭ ବଲ ଖେଳି ୮ ଚୌକା ସହ ସର୍ବାଧିକ ୫୮ ରନ୍‌‌ କରିଥିଲେ। ତାଙ୍କ ଆଉଟ ପରେ ବର୍ଷା ଯୋଗୁ ପ୍ରାୟ ଏକ ଘଣ୍ଟା ଖେଳ ବନ୍ଦ ରହିଥିଲା। ଏହା ପରେ ନଂ-୮ରେ ବ୍ୟାଟିଂ କରିବାକୁ ଆସିଥିବା ସୋମପାଳ କାମି ଭାରତୀୟ ବୋଲରଙ୍କୁ ନିରାଶ କରି ୫୬ ବଲ୍‌‌ରେ ୪୮ ରନ୍‌‌ ଉଠାଇଥିଲେ। ଦୀପେନ୍ଦ୍ର ସିଂ ୨୯ ଓ ଟୁର୍ଣ୍ଣାମେଣ୍ଟର ସର୍ବକନିଷ୍ଠ ଖେଳାଳି ଗୁଲସନ ଝା ୨୩ ରନ୍‌‌ କରିବା ଫଳରେ ନେପାଳ ୪୮.୨ ଓଭରରେ ୨୩୦ ରନ୍‌‌ କରିବାକୁ ସମର୍ଥ ହୋଇଥିଲା।
ଭାରତ ପକ୍ଷରୁ ରବୀନ୍ଦ୍ର ଜାଡେଜା ଓ ମହମ୍ମଦ୍‌‌ ସିରାଜ ୩ଟି ଲେଖାଏଁ ୱିକେଟ ପାଇଥିଲେ। କୁଲଦୀପ ଯାଦବଙ୍କୁ ବାଦ୍‌‌ ଦେଲେ ଅନ୍ୟ ସମସ୍ତ ବୋଲର ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ।
ଏସିଆ କପରେ ଆଜି ହାଇଭୋଲଟେଜ ଟକ୍କର; ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଏବଂ ପାକିସ୍ତାନ
ପାଲିକଲ: ଏସିଆ କପର ଆଜି ହାଇଭୋଲଟେଜ ମ୍ୟାଚ । ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଏବଂ ପାକିସ୍ତାନ । ଏଭଳି ଏକ ରକ୍ତଚାପ ବଢ଼଼ାଇଲାଭଳି ମୁକାବିଲା ଶ୍ରୀଲଙ୍କାର ପାଲିକଲ ଅନ୍ତର୍ଜାତୀୟ ଷ୍ଟାଡିୟମ୍‌‌ରେ ଆଜି ଖେଳାଯିବ। ଏସିଆ କପ୍‌‌ ଦିନିକିଆ କ୍ରିକେଟରେ ଏହି ମୁକାବିଲା ରହିଛି ଏବଂ ମହାଦେଶର ଦୁଇ ଶ୍ରେଷ୍ଠ କ୍ରିକେଟ ଦଳ ପରସ୍ପର ସହ ମୁକାବିଲା କରି ବିଶ୍ୱକପ୍‌‌ ଲଢ଼େଇ ଲାଗି ନିଜର ଦୋଷ ଦୁର୍ବଳତାକୁ ସଜାଡିନେବାକୁ ପ୍ରସ୍ତୁତି କରିବେ। ଏହି ମୁକାବିଲାର ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଦିଗ ରହିଛି। ତାହା ହେଲା ଚଳିତବର୍ଷର ଏସିଆ କପ୍‌‌ ପାକିସ୍ତାନରେ ହେବାର ଥିଲା। ସେଠାକୁ କ୍ରିକେଟ ଦଳକୁ ପଠାଇବା ଲାଗି ଭାରତ ସରକାର ମନା କରିଦେଇଥିଲେ। ଫଳରେ ଶ୍ରୀଲଙ୍କାକୁ ଏହି ମ୍ୟାଚ୍‌‌ ସହ ଏସିଆ କପ୍‌‌ର ୯ଟି ମ୍ୟାଚ୍‌‌ ସ୍ଥାନାନ୍ତରିତ କରାଯାଇଛି। ଭାରତ ଯାଇ ନଥିବାରୁ ପାକିସ୍ତାନ କ୍ରିକେଟ ବୋର୍ଡ ବିସିସିଆଇ ଉପରେ କ୍ଷୁବ୍ଧ ହୋଇଛି। ଭାରତକୁ ହରାଇଲେ ପିସିବି କମକର୍ତ୍ତାମାନେ ଖୁସି ହେବେ ବୋଲି ଖୋଲାଖୋଲି କହିଛନ୍ତି। ଏଭଳି ଅବସ୍ଥାରେ ମ୍ୟାଚ୍‌‌ଟି ଯେତିକି ରୋମାଞ୍ଚକ ହେବ ବୋଲି ଆଶା କରାଯାଉଛି, ସେହିପରି ଏକତରଫା ହେବାର ମଧ୍ୟ ଆଶଙ୍କା ରହିଛି।
ଏଭଳି ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀଙ୍କ ମଧ୍ୟରେ ମୁକାବିଲା ବେଳେ ଯେଉଁ ଦଳର ଖେଳାଳିମାନେ ‘ଚାପ’କୁ ଉପଯୁକ୍ତ ମୁକାବିଲା କରିପାରିବେ, ସେହି ଦଳ ନିଶ୍ଚିତ ବିଜୟୀ ହେବ। ଏହା ଛଡ଼ା ପାକିସ୍ତାନକୁ ହରାଇବାକୁ ହେଲେ ଭାରତକୁ ଏହି ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀଙ୍କ ନିକଟରେ ଥିବା ଫାଷ୍ଟ ବୋଲରଙ୍କୁ ଉଚିତ ମୁକାବିଲା କରିବାକୁ ପଡ଼ିବ। ଏହି ମୁକାବିଲା ପୂର୍ବରୁ ପାକିସ୍ତାନର ଫାଷ୍ଟ ବୋଲିଂ ଜବରଦସ୍ତ ଫର୍ମରେ ଥିଲାବେଳେ ଭାରତୀୟ ଟପ୍‌‌ ଅର୍ଡର ବ୍ୟାଟିଂର ସ୍ଥିରତା ନାହିଁ। ଏଣୁ ଭାରତକୁ ନିଶ୍ଚିତ ଏହି ସୁପରଫାଷ୍ଟ ଏକ୍ସପ୍ରେସମାନଙ୍କୁ ମୁକାବିଲା କରିବାକୁ ପଡ଼ିବ।
କ୍ରିକେଟ ଦୃଷ୍ଟିକୋଣରୁ ଦେଖିଲେ କେବଳ ଏହି ମୁକାବିଲା ନୁହେଁ, ବରଂ ସମଗ୍ର ଏସିଆ କପ ଉଭୟ ଦେଶ ଲାଗି ଗୁରୁତ୍ୱପୂର୍ଣ୍ଣ। ଅକ୍ଟୋବର ୫ରୁ ଭାରତରେ ଖେଳାଯିବାକୁ ଥିବା ଦିନିକିଆ ବିଶ୍ୱକପ୍‌‌ ଲାଗି ଏହି ପ୍ରତିଯୋଗିତା ମୋମେଣ୍ଟମ ଆଣିପାରିବ। ବିଶ୍ବର ନଂ.୧ ଦଳ ପାକିସ୍ତାନ ଏକ କ୍ୱାଲିଟି ପ୍ରତିଦ୍ୱନ୍ଦ୍ୱୀ। ଏହି ଦଳ ବିପକ୍ଷରେ ମ୍ୟାଚ୍‌‌ ଜିତିବା ଅର୍ଥ ବିଶ୍ୱର ଅନ୍ୟ ଦେଶଗୁଡିକ ଲାଗି ଉପଯୁକ୍ତ ପ୍ରସ୍ତୁତି କରିବା। ଭାରତୀୟ ଦଳ ମଧ୍ୟ ପାକିସ୍ତାନକୁ ଆଖିଆଗରେ ରଖି ରଣନୀତି ପ୍ରସ୍ତୁତି କରିଛି। ବେଙ୍ଗାଲୁରରେ ଭଲ ଅଭ୍ୟାସ ମଧ୍ୟ କରିଛି। କିନ୍ତୁ ଏହି ଟୁର୍ଣ୍ଣାମେଣ୍ଟ ଲାଗି ମନୋନୀତ ହୋଇଥିବା ଖେଳାଳିମାନେ କୌଣସି ଦିନିକିଆ ମ୍ୟାଚ୍‌‌ ଏକତ୍ର ହୋଇ ଖେଳି ନାହାନ୍ତି। ଏଣୁ ଦଳ ଫିଟ୍‌‌ ଥାଆନ୍ତୁ କିମ୍ବା ଖେଳାଳିମାନେ ଫର୍ମରେ ନଥାନ୍ତୁ, ସେଥିଲାଗି ସମର୍ଥକମାନେ ବିଜୟ ହାତଛଡ଼ା କରିବାକୁ ଆଦୌ ଚାହିଁବେ ନାହିଁ। ଭାରତୀୟ ବ୍ୟାଟରଙ୍କ ନିକଟରେ ଫର୍ମ ନାହିଁ, ପାକିସ୍ତାନ ଫାଷ୍ଟ ବୋଲର ଶକ୍ତିଶାଳୀ, ଏହାକୁ ଦୃଷ୍ଟିରେ ରଖି ଲଢ଼େଇ କରିବାକୁ ଭାରତୀୟ ଦଳ ପ୍ରସ୍ତୁତ ହେବା ଆବଶ୍ୟକ।
ଭାରତୀୟ ଦଳର ଟପ୍‌‌ ଓ ମିଡଲ ଅର୍ଡର ବ୍ୟାଟିଂ ଏବେ ପରୀକ୍ଷାର ସମ୍ମୁଖୀନ ହୋଇଛି। ଟପ୍‌‌ ଅର୍ଡରରେ ରୋହିତ ଶର୍ମା, ଶୁବମାନ ଗିଲ (ଫାଷ୍ଟ ବୋଲରଙ୍କୁ ଖେଳିପାରୁନାହାନ୍ତି) ଓ ବିରାଟ କୋହଲି ଖେଳିବାକୁ ଥିବାରୁ ଏମାନେ ବିଶ୍ୱର ଯେକୌଣସି ଭୟଙ୍କର ବୋଲରଙ୍କୁ ମୁକାବିଲା କରିବାର ଦକ୍ଷତା ରଖିଛନ୍ତି। କିନ୍ତୁ ଫର୍ମରେ ଥିବା ପାକିସ୍ତାନୀ ଫାଷ୍ଟ ବୋଲର ସାହିନ ଶାହା ଆଫ୍ରିଦୀ, ନସୀମ ଶାହ ଓ ହାରିସ ରୌଫଙ୍କ ସହ ଅନ୍ୟମାନଙ୍କୁ କିପରି ଏମାନେ ମୁକାବିଲା କରିବେ, ତାହା ଉପରେ ଭାରତର ସଫଳତା ନିର୍ଭର କରେ। ଏଣୁ ଏଠାରେ ଫର୍ମ ଓ କ୍ଲାସ୍‌‌ର ଆବଶ୍ୟକତା ରହିଛି। ପାକିସ୍ତାନର ଏହି ୩ ବୋଲର ଚଳିତବର୍ଷ ମିଳିତଭାବେ ୪୯ଟି ୱିକେଟ ନେଇସାରିଛନ୍ତି। ଏମାନଙ୍କ ମଧ୍ୟରେ ହାରିସ ରୌଫ୍‌‌ ୧୦ଟି ମ୍ୟାଚ୍‌‌ ଖେଳି ୧୭ ୱିକେଟ ପାଇଛନ୍ତି। ସ୍ପିନର ସଦାବ ଖାନ୍‌‌ ମଧ୍ୟ ଭଲ ଫର୍ମରେ ଅଛନ୍ତି। ପାକିସ୍ତାନର ଫାଷ୍ଟ ବୋଲରଙ୍କ ଭଳି ଟପ୍‌‌-୩ ବ୍ୟାଟର ମଧ୍ୟ ଜବରଦସ୍ତ ଫର୍ମରେ ଅଛନ୍ତି। ସେମାନଙ୍କ ମଧ୍ୟରୁ ଅଧିନାୟକ ବାବର ଆଜମ (୬୮୯ ରନ୍‌‌), ଫକର ଜମାନ (୫୯୩ ରନ୍‌‌) ଓ ଇମାମ୍‌‌-ଉଲ-ହକ୍‌‌ (୩୬୧) ରନ କରିଛନ୍ତି। ଏମାନଙ୍କ ପଛକୁ ମହମ୍ମଦ୍‌‌ ରିଜୱାନ୍‌‌ ରହିଛନ୍ତି।
ଭାରତୀୟ ଦଳ ଏବେ ସୁଦ୍ଧା କାହାକୁ ଖେଳାଇବ ବା ନ ଖେଳାଇବ ତାହା ସ୍ଥିର କରିପାରି ନାହିଁ। ଲୋକେଶ ରାହୁଲଙ୍କ ସ୍ଥାନରେ ଜଣେ ବାମହାତୀ ବ୍ୟାଟର ଭାବେ ୱିକେଟରକ୍ଷକ ଇଶାନ କିସାନଙ୍କୁ ସ୍ଥାନ ମିଳିପାରେ। ଶ୍ରେୟସ ଆୟର ଓ ହାର୍ଦ୍ଦିକ ପାଣ୍ଡ୍ୟା ମିଡଲ ଅର୍ଡର ପୂରଣ କରିବେ। ଭାରତ ଲାଗି ଖୁସିର ଖବର ହେଲା ଯଶପ୍ରୀତ୍‌‌ ବୁମ୍‌‌ରାଙ୍କ ଫିଟ୍‌‌ ହେବା। କିନ୍ତୁ ସେ କିପରି ହାଇଭୋଲ୍ଟେଜ ଗେମ୍‌‌ରେ ତିଷ୍ଠିବେ ତାହାକୁ ନେଇ ଚିନ୍ତା। ମହମ୍ମଦ ସାମି ଓ ମହମ୍ମଦ୍‌‌ ସିରାଜ ପେସ୍‌‌ ବୋଲର ଭାବେ, ରବୀନ୍ଦ୍ର ଜାଡେଜା, କୁଲଦୀପ ଯାଦବ ସ୍ପିନର ଭାବେ ଖେଳିବାର ସମ୍ଭାବନା ଅଧିକ। ଉଭୟ ଦଳର ମିଡଲ ଅର୍ଡର ଦୁର୍ବଳ। ଏଥିରୁ ଯିଏ ଫାଇଦା ନେବ ସେହି ଦଳ ଆଗରେ ରହିବ ନିଶ୍ଚୟ।
ପାକିସ୍ତାନରେ ହେବ ଏସିଆ କପ୍‌‌: ନିରପେକ୍ଷ ସ୍ଥାନରେ ଖେଳିବ ଭାରତ
ନୂଆଦିଲ୍ଲୀ: ସେପ୍ଟେମ୍ବରରେ ଆୟୋଜନ ହେବାକୁ ଥିବା ଏସିଆ କପ୍‌‌ କ୍ରିକେଟ୍‌ ପ୍ରତିଯୋଗିତା ପାକିସ୍ତାନରେ ଖେଳାଯିବା ସମ୍ଭାବନା ଦୃଢ ହୋଇଛି। ଟୁର୍ଣ୍ଣାମେଣ୍ଟର ଅଧିକାଂଶ ମ୍ୟାଚ୍‌‌ ପାକିସ୍ତାନରେ ଖେଳାଯିବ। କିନ୍ତୁ ଭାରତ ଏହି ଟୁର୍ଣ୍ଣାମେଣ୍ଟରେ ଖେଳିବାକୁ ଥିବା ମ୍ୟାଚ୍‌‌ଗୁଡିକ ପାକିସ୍ତାନ ବାହାରେ ଖେଳାଯିବ। ଅର୍ଥାତ ଭାରତ ତା’ର ମ୍ୟାଚ୍‌‌ଗୁଡିକ ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ), ଓମାନ କିମ୍ବା ଶ୍ରୀଲଙ୍କାରେ ଖେଳିବ। ତେଣୁ ଭାରତର ମ୍ୟାଚ୍‌‌ଗୁଡିକ ପାକିସ୍ତାନରୁ ଏହି ଦେଶଗୁଡିକ ମଧ୍ୟରୁ ଗୋଟିଏକୁ ସ୍ଥାନାନ୍ତର ହେବ। ଇଂଲଣ୍ଡରେ ମଧ୍ୟ ଭାରତ ତା’ର ମ୍ୟାଚ୍‌‌ ଖେଳିବାର ସମ୍ଭାବନା ରହିଛି।
ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଆୟୋଜନ ହେବାକୁ ଥିବା ଏସିଆ କପ୍‌‌ ୧୩ ଦିନଧରି ଚାଲିବ। ଏଥିରେ ୬ଟି ଦଳ ଅଂଶଗ୍ରହଣ କରିବେ ଓ ଫାଇନାଲ ସମେତ ମୋଟ ୧୩ଟି ମ୍ୟାଚ୍‌‌ ଖେଳାଯିବ। ଭାରତ ଓ ପାକିସ୍ତାନ ଗୋଟିଏ ଗ୍ରୁପ୍‌‌ରେ ସାମିଲ ରହିଛନ୍ତି। ଅନ୍ୟଏକ ଦଳ ଯୋଗ୍ୟତା ହାସଲ କରିବା ପରେ ଏହି ଗ୍ରୁପ୍‌‌ରେ ସାମିଲ ହେବ। ସେହିପରି ଶ୍ରୀଲଙ୍କା, ବାଂଲାଦେଶ ଓ ଆଫଗାନିସ୍ତାନ ଅନ୍ୟ ଗ୍ରୁପ୍‌‌ରେ ସାମିଲ ରହିଛନ୍ତ। ଯଦି ଭାରତ ଫାଇନାଲକୁ ଉଠେ ତାହାଲେ ଏହି ନିର୍ଣ୍ଣାୟକ ମ୍ୟାଚ ନିରପେକ୍ଷ ସ୍ଥାନରେ ଖେଳଯିବ ବୋଲି କୁହାଯାଇଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ଭାରତ ୨ଟି ମ୍ୟା୍‌‌ଚ ଖେଳିବ। ଯଦି ଗୋଟିଏ ମ୍ୟାଚ୍‌‌ରେ ବିଜୟୀ ହୁଏ ତେବେ ଭାରତ ସୁପର-୪କୁ ଉଠିବ ଓ ୩ଟି ମ୍ୟାଚ୍‌‌ ଖେଳିବ। ପୁଣି ଯଦି ଭାରତ ଫାଇନାଲକୁ ଉଠେ ତେବେ ମୋଟ୍‌‌ ୬ଟି ମ୍ୟାଚ୍‌‌ ଖେଳିବ। ତେଣୁ ଭାରତ ଓ ପାକିସ୍ତାନ ଏହି ଟୁର୍ଣ୍ଣାମେଣ୍ଟରେ ପରସ୍ପରକୁ ୩ଥର ଭେଟିବାର ସମ୍ଭାବନା ରହିଛି।
ଏସିଆ କପ୍: ସୁପର-୪ ମୁକାବିଲାରେ ଆଜି ମୁହାଁମୁହିଁ ହେବେ ଭାରତ-ଶ୍ରୀଲଙ୍କା
ଦୁବାଇ: ଚଳିତ ଏସିଆ କପ୍‍ ରେ ଭାରତ ଆଜି ସୁପର-୪ରେ ତା’ର ଦ୍ୱିତୀୟ ମ୍ୟାଚ୍‍ ରେ ଶ୍ରୀଲଙ୍କାକୁ ଭେଟିବ। ରବିବାର ଭାରତ ୫ ୱିକେଟରେ ପାକିସ୍ତାନଠାରୁ ପରାସ୍ତ ହୋଇଥିଲା। ଫଳରେ ଭାରତ ପାଇଁ ସ୍ଥାନୀୟ ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‍ ରେ ‘କର ବା ମର’ ସ୍ଥିତି ସୃଷ୍ଟି ହୋଇଛି। ପାକିସ୍ତାନଠାରୁ ହାରିବା ପରେ ଭାରତର ବୋଲିଂ ଓ ଫିଲ୍ଡିଂ ଦୁର୍ବଳତା ଓ ଦଳ ଚୟନ ନେଇ ଦ୍ୱନ୍ଦ୍ୱ ପଦାରେ ପଡ଼ିଛି। ଏହି ମ୍ୟାଚ୍‍ ରେ ଭାରତ ଓ ଶ୍ରୀଲଙ୍କା ପରସ୍ପରକୁ ୨୬ଥର ପାଇଁ ଭେଟିବେ। ଟି-୨୦ରେ ଶ୍ରୀଲଙ୍କା ବିପକ୍ଷରେ ଭାରତର ଭଲ ରେକର୍ଡ ରହିଛି। ଗତ ୨୫ଟି ମୁକାବିଲାରେ ଭାରତ ୧୭ଟିରେ ବିଜୟୀ ହୋଇଥିବା ବେଳେ ୭ଟିରେ ପରାଜୟ ବରଣ କରିଛି। ଗୋଟିଏ ମ୍ୟାଚ୍‍ ବାତିଲ ହୋଇଥିଲା।
ଏହାପୂର୍ବରୁ ୨୦୧୬ ମାର୍ଚ୍ଚ ୧ରେ ଢାକାର ମୀରପୁରରେ ଦୁଇଦଳ ଟି-୨୦ ଏସିଆ କପ୍‍ରେ ପରସ୍ପରକୁ ଭେଟିଥିଲେ ଓ ଏଥିରେ ଭାରତ ୫ ୱିକେଟରେ ବିଜୟ ହାସଲ କରିଥିଲା। ଟି-୨୦ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ଶ୍ରୀଲଙ୍କା ଦଳରେ ଏକାଧିକ ମ୍ୟାଚ୍‍ ୱିନର ରହିଛନ୍ତି। ଦଳରେ ପଥୁମ ନିଶାଙ୍କା, କୁସଲ ମେଣ୍ଡିସ୍‍, ଦନୁଷ୍କା ଗୁଣତିଲକା ଓ ଭାନୁକା ରାଜପକ୍ଷେଙ୍କ ଭଳି ବ୍ୟାଟର ରହିଛନ୍ତି। ଗତ ଆଫଗାନିସ୍ତାନ ବିପକ୍ଷରେ ଏମାନେ ଦମ୍‍ଦାର ପ୍ରଦର୍ଶନ କରିଛନ୍ତି। ସୁପରଷ୍ଟାର ବିରାଟ କୋହଲି ଓ ଲୋକେଶ ରାହୁଲ ଫର୍ମକୁ ଫେରିବ ଭାରତୀୟ ପ୍ରଶଂସକଙ୍କ ପାଇଁ ଖୁସି ଖବର ସାବ୍ୟସ୍ତ ହୋଇଛି। ଦୁବାଇର ଏହି ଷ୍ଟାଡିୟମରେ ଗତ ୫ଟି ଇନିଂସରେ ୧୮୦ରୁ ଊର୍ଦ୍ଧ୍ବ ସ୍କୋର ହୋଇଛି। ତେବେ ପିଚ୍‍ ଉପରେ ସବୁକିଛି ନିର୍ଭର କରେ। ଅପରପକ୍ଷରେ ଶ୍ରୀଲଙ୍କା ଏହି ମ୍ୟାଚ ଜିତି ହ୍ୟାଟ୍ରିକ ବିଜୟ ଲକ୍ଷ୍ୟରେ ରହିଛି। ପ୍ରଥମ ମ୍ୟାଚ୍‍ ରେ ଆଫଗାନିସ୍ତାକୁ ହରାଇଥିବାରୁ ଶ୍ରୀଲଙ୍କ ବିଜୟୀ ହେଲେ ଫାଇନାଲରେ ସ୍ଥାନ ପକ୍କା କରିବାର ନିକଟତର ହେବ। ଶ୍ରୀଲଙ୍କା ଦଳ ଅପରିବର୍ତ୍ତିତ ରହିବ ବୋଲି ଆଶା କରାଯାଉଛି। ଦ୍ରୁତ ବୋଲର ଆଭେସ ଖାନ୍‍ ଉପଲବ୍ଧ ହେଲେ ଭାରତ ୩ ଦ୍ରୁତ ବୋଲର, ଜଣେ ସ୍ପିନର ଓ ଦୁଇଜଣ ଅଲରାଉଣ୍ଡରଙ୍କୁ ନେଇ ପଡ଼ିଆକୁ ଓହ୍ଲାଇବ। ଫଳରେ ରବି ବିଷ୍ଣୋଇଙ୍କ ବଦଳରେ ଅକ୍ଷର ପଟେଲ ଦଳରେ ସ୍ଥାନ ପାଇବେ।
କ୍ୟାଚ୍‌ ଛାଡି ମ୍ୟାଚ୍‌ ହାରିଲା ଭାରତ : ୫ ୱିକେଟରେ ବିଜୟ ସହ ବଦଲା ନେଲା ପାକିସ୍ତାନ
ଦୁବାଇ : ଏସିଆ କପର ସୁପର-୪ ପର୍ଯ୍ୟାୟରେ ଆଜି ଖେଳାଯାଉଥିବା ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱି ଭାରତ- ପାକିସ୍ତାନ ମ୍ୟାଚରେ ପାକିସ୍ତାନ ୫ ୱିକେଟରେ ବିଜୟ ଲାଭ କରିଛି। ରୋମାଞ୍ଚକର ଏହି ମ୍ୟାଚରେ ଶେଷ ପର୍ୟ୍ୟନ୍ତ ସସ୍‌ପେନ୍ସ ଲାଗିରହିଥିଲା। କିନ୍ତୁ ଶେଷ ମୁହୁର୍ତ୍ତରେ ଭାରତ ହାତରୁ ପାକିସ୍ତାନ ମ୍ୟାଚ ଛଡେଇ ନେଇଥିଲା। ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯାଉଛି ଆଜିର ମ୍ୟାଚକୁ ଜିତିନେଲା ପାକିସ୍ତାନ। ଭାରତକୁ ୫ ଓ୍ୱିକେଟରେ ହରାଇଲା ପାକିସ୍ତାନ। ଗୋଟିଏ ବଲ୍ ବାକି ଥାଇ ୫ ଓ୍ୱିକେଟ ହରାଇ ବିଜୟୀ ହେଲା ପାକିସ୍ତାନ। ମହମ୍ମଦ ରିଜଓ୍ୱାନଙ୍କ ୫୧ ବଲ୍ରୁ ୭୧ ରନ୍‌ ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ। ତେବେ ଶେଷ ସମୟରେ ଅର୍ଶଦୀପ୍ କ୍ୟାଚ ହାତ ଛଡ଼ା କରିବା ପରେ ମ୍ୟାଚ୍ ଏକପ୍ରକାରର ପାକିସ୍ତାନ ହାତକୁ ଚାଲିଯାଇଥିଲା।
ଆଜି ପାକିସ୍ତାନ ଟିମର ଅଧିନାୟକ ବାବର ଆଜମ୍ ଟସ୍ ଜିତିଥିଲେ । ଏହାପରେ ସେ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ପାକିସ୍ତାନ ପକ୍ଷରୁ ବ୍ୟାଟିଂ ଆମନ୍ତ୍ରଣ ପାଇଁ ଭାରତ ପ୍ରଥମେ ବ୍ୟାଟିଂ କରି ଭଲ ଆରମ୍ଭ କରିଥିଲା। ଭାରତକୁ ଦୁଇ ଓପନର ଅଧିନାୟକ ରୋହିତ ଶର୍ମା ଏବଂ ଉପ-ଅଧିନାୟକ ଲୋକେଶ ରାହୁଲ ଦମଦାର ଆରମ୍ଭ କରିଥିଲେ। ଦୁଇ ଓପନର ବ୍ୟାଟସମ୍ୟାନ ବିସ୍ଫୋରକ ବ୍ୟାଟିଂ କରି ୫.୧ ଓଭରରେ ୫୪ ରନ ଯୋଡିଥିଲେ। ରୋହିତ ଶର୍ମା ୧୬ ବଲ୍‌ରୁ ୩ ଚୌକା ଏବଂ ୨ ଛକା ସହ ୨୮ ରନ କରି ଆଉଟ୍ ହୋଇଥିଲେ।
ରୋହିତଙ୍କ ପରେ ଭଲ ଫର୍ମରେ ନଜର ଆସୁଥିବା ଉପ-ଅଧିନାୟକ ଲୋକେଶ ରାହୁଲ ଅଧିକ ସମୟ ରହି ନପାରି ଆଉଟ ହୋଇଯାଇଥିଲେ। ସେ ୨୦ ବଲ୍‌ରୁ ୧ ଚୌକା ଏବଂ ୨ ଛକା ସହାୟତାରେ ୨୮ ରନ କରିଥିଲେ। ଏହାପରେ କୋହଲି ଏବଂ ସୂର୍ଯ୍ୟକୁମାର ଯାଦବ ଭଲ ରନ୍‌ କରିବା ସହ ତୃତୀୟ ଓ୍ଵିକେଟ୍‌ରେ ୩୧ ରନ ଭାଗିଦାରୀ କରିଥିଲେ। ଗୋଟିଏ ପଟେ କୋହଲି ଦାୟିିତ୍ବ ସମ୍ପନ୍ନ ବ୍ୟାଟିଂ କରୁଥିବା ବେଳେ ଅନ୍ୟପଟେ ଭାରତ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇଥିଲା। ସୂର୍ଯ୍ୟକୁମାର,ଋଷଭ ପନ୍ତ ଜଲଦି ଆଉଟ ହୋଇଯାଇଥିଲେ। ତେବେ ହାର୍ଦ୍ଦିକ ପାଣ୍ଡ୍ୟା ଖାତା ଖୋଲିବା ପୂର୍ବରୁ ଆଉଟ୍ ହେବା ଭାରତକୁ ବହୁତ ବଡ ଝଟକା ଲାଗିଥିଲା।
ବିରାଟ କୋହଲି ଏସିଆ କପରେ କ୍ରମାଗତ ଦ୍ଵିତୀୟ ଅର୍ଦ୍ଧଶତକ ହାସଲ କରିଥିଲେ। ଦୀପକ ହୁଡ୍ଡା ୧୬ ରନ କରିଥିଲେ। ବିରାଟ କୋହଲି ଶେଷ ଓଭରରେ ପାଭିଲିୟନ ଫେରିଥିଲେ। ସେ ୪୪ ବଲରୁ ୪ ଚୌକା ଏବଂ ୧ ଛକା ସହ ୬୦ ରନ କରିଥିଲେ। ନିର୍ଦ୍ଧାରିତ ଓଭରରେ ଭାରତ ୭ ଓ୍ଵିକେଟ୍ ହରାଇ ୧୮୧ ରନ କରିଛି।ପାକିସ୍ତାନ ପକ୍ଷରୁ ଶାଦବ ଖାନ ୩୧ ରନ ଦେଇ ୨ଟି ସଫଳତା ପାଇଛନ୍ତି। ନସୀମ ଶାହ, ମହମ୍ମଦ ହସନେନ, ହାରିସ ରାଉଫ ଏବଂ ମହମ୍ମଦ ନଓ୍ଵାଜ ପ୍ରତ୍ୟେକ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି।
ଭାରତ ପକ୍ଷରୁ ଦିଆଯାଇଥିବା ୧୮୨ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଳାଇଥିବା ପାକିସ୍ତାନ ଆରମ୍ଭ ନିରାଶଜନକ ଥିଲା। ଅଧିନାୟକ ବାବର ଆଜମ ୧୪ ରନ କରି ଆଉଟ୍ ହୋଇଥିଲେ। ରବି ବିଷ୍ଣୋଇ ବାବରଙ୍କୁ ଆଉଟ୍ କରି ଭାରତକୁ ବଡ ସଫଳତା ଦେଇଥିଲେ। ଏହା ପରେ ଇନଫର୍ମ ମହମ୍ମଦ ରିଜଓ୍ଵାନ ଏବଂ ଫକର ଜମାନ ଦ୍ଵିତୀୟ ଓ୍ଵିକେଟ୍‌ରେ ୪୧ ରନ ଯୋଡିଥିଲେ। ଚହଲ ଫକର ଜମାନ(୧୫)ଙ୍କୁ ଆଉଟ୍ କରିଥିଲେ। ତେବେ ରିଜଓ୍ଵାନ ଏବଂ ମହମ୍ମଦ ନଓ୍ଵାଜଙ୍କ ଯୋଡି ଭାରତକୁ ଚାପରେ ରଖିଥିଲେ। ଦୁଇ ବ୍ୟାଟସମ୍ୟାନ ଦ୍ରୁତ ଗତିରେ ରନ ସଂଗ୍ରହ କରି ପାକିସ୍ତାନର ସ୍ଥିତି ମଜବୁତ କରିଥିଲେ। ଏହି କ୍ରମରେ ମହମ୍ମଦ ରିଜଓ୍ଵାନ ଏସିଆ କପ୍‌ରେ ନିଜର ଚମତ୍କାର ଫର୍ମ ବଜାୟ ରଖି ଅର୍ଦ୍ଧଶତକ ହାସଲ କରିଥିଲେ। ରିଜଓ୍ଵାନ ଏବଂ ନଓ୍ଵାଜ ତୃତୀୟ ଓ୍ଵିକେଟ୍‌ରେ ୭୩ ରନ ଯୋଡିଥିଲେ।
ଭାରତ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଥିବା ଏହି ଯୋଡିକୁ ଭାଙ୍ଗିଥିଲେ ଭୁବନେଶ୍ଵର କୁମାର। ୧୬ତମ ଓଭରରେ ନଓ୍ଵାଜ ମାତ୍ର ୨୦ ବଲ୍‌ରେ ୬ ଚୌକା ଏବଂ ୨ ଛକା ସହ ୪୨ ରନର ବିସ୍ଫୋରକ ଇନିଂସ ଖେଳିଥିଲେ। ୧୫.୩ ଓଭରରେ ୧୩୬ ରନ କରି ମଜବୁତ ସ୍ଥିତିରେ ଥିବା ପାକିସ୍ତାନ ଏହି ଯୋଡି ଭାଙ୍ଗିବା ପରେ ଚାପରେ ଆସିଥିଲା। ଏହା ପରେ ମହମ୍ମଦ ରିଜଓ୍ଵାନ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଲ୍‌ରେ ଆଉଟ୍ ହୋଇଥିଲେ। ସେ ୫୧ ବଲ୍‌ରୁ ୬ ଚୌକା ଏବଂ ୨ ଛକା ସହ ୭୧ ରନ କରିଥିଲେ। ଅନ୍ତିମ ୨ ଓଭରରେ ପାକିସ୍ତାନକୁ ଜିତିବା ପାଇଁ ୨୬ ରନ ଦରକାର ଥିଲା। ହେଲେ ୧୯ ତମ ଓଭରରେ ଭୁବନେଶ୍ଵର କୁମାର ୧୯ ରନ ଦେବା ଭାରତକୁ ବହୁତ ମହଙ୍ଗା ପଡିଥିଲା। ଶେଷ ଓଭରରେ ୭ ରନ ଥିବା ବେଳେ ପାକିସ୍ତାନ ୧୯.୫ ଓଭରରେ ୫ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ଖୁସଦିଲ ଶାହ ଅପରାଜିତ ୧୪ ରନ ଏବଂ ଇଫତିଖାର ଅହମ୍ମଦ ୨ ରନରେ ଅପରାଜିଥିଲେ।
ଏସିଆ କପ: ଆଜି ସୁପରସଣ୍ଡେର ହାଇଭୋଲଟେଜ ମ୍ୟାଚରେ ପୁଣି ଥରେ ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦୀ ଭାରତ-ପାକିସ୍ତାନ
ଦୁବାଇ: ସୁପରସଣ୍ଡେରେ ଆଜି ପୁଣି ଏକ ମହା ମୁକାବିଲା । ଏସିଆ କପର ସୁପର-୪ ପର୍ଯ୍ୟାୟରେ ଆଜି ପୁଣି ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱି ଭାରତ- ପାକିସ୍ତାନ । ଚଳିତ ଟୁର୍ଣ୍ଣାମେଣ୍ଟରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀଙ୍କ ମଧ୍ୟରେ ଏହା ଦ୍ୱିତୀୟ ମୁକାବିଲା। ଯାହାକୁ ନେଇ କ୍ରୀଡାପ୍ରେମୀଙ୍କ ମଧ୍ୟରେ ବେଶ୍ ଉତ୍ସାହ । ପ୍ରଥମ ମ୍ୟାଚ୍‍ ରେ ଭାରତ ବିଜୟୀ ହୋଇଥିଲେ ମଧ୍ୟ ଏଥିରେ ଦଳଗତ ଖେଳ ଦେଖିବାକୁ ମିଳି ନଥିଲା। ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଲାଗି ଭାରତ ଏହି ମ୍ୟାଚ୍‍କୁ ଜିତିନେଇଥିଲା। ଭାରତ ଏବେ ସୁଦ୍ଧା ଦୁଇଟି ମ୍ୟାଚ୍‍ ଖେଳିସାରିଛି। ଏହି ଦୁଇଟି ମୁକାବିଲାରେ ଭାରତର ଟପ୍‍ ଅର୍ଡର ବ୍ୟାଟିଂ ଓ ଡେଥ୍‍ ବୋଲିଂ ପ୍ରଭାବଶାଳୀ ହୋଇପାରି ନାହିଁ। ପାକିସ୍ତାନ ବିପକ୍ଷ ମୁକାବିଲା ପୂର୍ବରୁ ଏହି ଦୁଇଟି ବିଭାଗରେ ବିଫଳ ହେବା ଦଳର ଚିନ୍ତା ବଢ଼଼ାଇଦେଇଛି। ଲୋକେଶ ରାହୁଲ, ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ନେଇ ଗଠିତ ଟପ୍‍ ଅର୍ଡର ପାୱାର ପ୍ଲେ’ରେ ଯେପରି ଖେଳିବା କଥା ତାହା କରିପାରି ନାହାନ୍ତି। ଉଭୟ ରୋହିତ ଓ କୋହଲି ଦୁବାଇର ସ୍ଲୋ ପିଚ୍‍ରେ ଆଦୌ ସହଜ ବ୍ୟାଟିଂ କରିପାରୁ ନାହାନ୍ତି। ପାକିସ୍ତାନ ବିପକ୍ଷରେ ପ୍ରଥମ ବଲ୍‍ରେ ଓ ହଂକଂ ବୋଲିଂ ବିପକ୍ଷରେ ୩୯ ବଲ୍‍ରେ ୩୮ ରନ୍‍ କରିଥିଲେ ରାହୁଲ। ଏହା ତାଙ୍କ କ୍ୟାରିୟରର ସବୁଠାରୁ ସ୍ଲୋ ବ୍ୟାଟିଂ। ଏମାନଙ୍କ ପରେ ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା ଓ ହଂକଂ ବିପକ୍ଷ ମ୍ୟାଚ୍‍ରେ ସୂର୍ଯ୍ୟକୁମାର ଯାଦବ ଭାରତକୁ ବିପଦରୁ ରକ୍ଷା କରିଛନ୍ତି। ଏବେ ଜାଡେଜା ଆହତ ହୋଇ ଦଳରୁ ବାଦ୍‍ ପଡ଼ିଛନ୍ତି। ତାଙ୍କ ସ୍ଥାନରେ ଅକ୍ଷର ପଟେଲ ସାମିଲ ହୋଇଥିଲେ ମଧ୍ୟ ସେ କିପରି ଖେଳିବେ ତାହାକୁ ନେଇ ସନ୍ଦେହ ରହିଛି। ଜାଡେଜାଙ୍କ ଯୋଗୁଁ ପନ୍ତ୍‍ଙ୍କୁ ପାକିସ୍ତାନ ବିପକ୍ଷ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‍ରୁ ବାଦ୍‍ ଦିଆଯାଇଥିଲା। ଏବେ ସେ କିମ୍ବା ଦିନେଶ କାର୍ତ୍ତିକଙ୍କ ମଧ୍ୟରୁ ଜଣେ ଖେଳିବେ।
ଜାଡେଜା ବାଦ୍‍ ପଡ଼ିବା ପୂର୍ବରୁ ହେଡ୍‍ କୋଚ୍‍ ରାହୁଲ ଦ୍ରାବିଡ ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା କରିଛନ୍ତି। ଦ୍ରାବିଡ ଏଯାଏ ଯାହା କରିଛନ୍ତି ତାହା ପୂର୍ବରୁ କରାଯାଇଥିବା ଯୋଜନା ଅନୁଯାୟୀ ହୋଇଛି। ଏଣୁ ଏହି ମ୍ୟାଚ୍‍ରେ କିଛି ନୂଆ କଥା ଦେଖିବାକୁ ମିଳିଲେ ଏହା ମଧ୍ୟ ଟିମ୍‍ ମ୍ୟାନେଜମେଣ୍ଟର ଏକ ଯୋଜନା ବୋଲି ଧରି ନେବାକୁ ହେବ। ସେ କୋଚ୍‍ ଦାୟିତ୍ୱ ନେବା ପରଠାରୁ ଯାହା କିଛି ନିଷ୍ପତ୍ତି ନେଇଛନ୍ତି ତାହା ଯୋଜନାବଦ୍ଧ ଭାବେ ହୋଇଛି। ଏହି ଯୋଜନା ଅନୁଯାୟୀ ଖେଳାଳିଙ୍କ ଅଦଳ ବଦଳ କରାଯାଉଛି, ଅଧିନାୟକ ଏବଂ କୋଚ୍‍ ବିଶ୍ରାମ ନେଉଛନ୍ତି, ନୂଆ ଖେଳାଳିଙ୍କୁ ସୁଯୋଗ ମିଳୁଛି। ଏସବୁ ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା ଟି-୨୦ ବିଶ୍ୱକପ୍‍କୁ ଆଖିଆଗରେ ରଖି କରାଯାଉଛି।
ଏବେ କିନ୍ତୁ ଦଳର ଚିନ୍ତା ଟପ୍‍ ଅର୍ଡର ବ୍ୟାଟିଂ ଓ ଡେଥ୍‍ ଓଭର ବଢ଼଼ାଇଦେଇଛି। ଟପ୍‍ ଅର୍ଡରରେ ରାହୁଲଙ୍କୁ ଆଉ ଏକ ସୁଯୋଗ ମିଳିପାରେ। ଏହା ମଧ୍ୟ ହୋଇପାରେ ବାମହାତୀ ଋଷଭ ପନ୍ତ ଇନିଂସ ଓପନ କରିପାରନ୍ତି। ସେ ଯହି ରାହୁଲ କିମ୍ବା କୋହଲିଙ୍କ ସ୍ଥାନରେ ଖେଳନ୍ତି ତେବେ ଉଭୟ ଦିନେଶ କାର୍ତ୍ତିକ ଓ ଅକ୍ଷର ପଟେଲଙ୍କୁ ଖେଳିବା ସୁଯୋଗ ମିଳିପାରେ। ପାକିସ୍ତାନ ଟପ୍‍ ଅର୍ଡରରେ ଦୁଇ ଜଣ ବାମହାତୀ ଥିବାରୁ ରବିଚନ୍ଦ୍ରନ ଅଶ୍ୱିନଙ୍କ ଖେଳିବାକୁ ମଧ୍ୟ ଏଡ଼ାଇଦେଇ ହେବ ନାହିଁ। ସେହିପରି ଡେଥ୍‍ ଓଭରରେ କୌଣସି ବୋଲର ରନ୍‍ ନିୟନ୍ତ୍ରଣ କରିପାରୁ ନାହାନ୍ତି। ପାକିସ୍ତାନ ବିପକ୍ଷରେ ହେଉ ଅବା ହଂକଂ ବିପକ୍ଷରେ ଡେଥ୍‍ ବୋଲିଂ କାମ କରୁନାହିଁ। ଆଭେଶ ଖାନ୍‍ ଓ ଅର୍ଶଦୀପ ସିଂଙ୍କ ଲାଗି ଏହା ଆଉ ଏକ ପରୀକ୍ଷା ହୋଇପାରେ।
ପାକିସ୍ତାନର ମଧ୍ୟ ସମାନ ଅସୁବିଧା। ଦଳର ସର୍ବଶ୍ରେଷ୍ଠ ଖେଳାଳି ଅଧିନାୟକ ବାବର ଆଜମ ଦୁଇଟିଯାକ ମ୍ୟାଚ୍‍ରେ ଫେଲ ମାରିଛନ୍ତି। ତାହା ଅର୍ଥ ନୁହେଁ ଯେ ଭାରତ ଏହି ଷ୍ଟାର ଖେଳାଳିଙ୍କୁ ହାଲକା ଭାବେ ନେଉଛି। ଭାରତ ଭଳି ଏହାର ଟପ୍‍ ଅର୍ଡର ମଧ୍ୟ ପାୱାର ପ୍ଲେ’ରେ ଦ୍ରୁତ୍‍ ରନ୍‍ ସଂଗ୍ରହ କରିପାରୁ ନାହାନ୍ତି। କିନ୍ତୁ ପ୍ରଥମ ୩ ବ୍ୟାଟରଙ୍କ ବାଦ୍‍ ଦଳରେ ଆଉ ଅଭିଜ୍ଞ ଖେଳାଳି ନାହାନ୍ତି। ବୋଲିଂରେ ଯୁବ ଖେଳାଳି ଶାହନୱାଜ ଦାହନି ଆହତ ହୋଇ ଏହି ମ୍ୟାଚ୍‍ରୁ ବାଦ୍‍ ପଡ଼ିଛନ୍ତି। ୧୯ ବର୍ଷୀୟ ଫାଷ୍ଟ ବୋଲର ନସୀମ ଶାହାଙ୍କୁ ଖେଳିବା ଖୁବ୍‍ କଷ୍ଟକର ହେଉଛି। ପାୱାର ପ୍ଲେ’ରେ ଦଳ ଭଲ ବୋଲିଂ କରିଛି। କିନ୍ତୁ ଅନ୍ୟମାନେ ପ୍ରଭାବୀ ହୋଇ ପାରି ନାହାନ୍ତି। ନସୀମ ଓ ବାମହାତୀ ସ୍ପିନର ମହମ୍ମଦ୍‍ ନୱାଜଙ୍କୁ ଖେଳିବା ଭାରତୀୟ ବ୍ୟାଟରଙ୍କ ଲାଗି ସମସ୍ୟା ସୃଷ୍ଟି କରିଛି। ଏମାନଙ୍କ ୮ ଓଭରକୁ ଭଲରେ ଖେଳିଦେଲେ ଅବଶ୍ୟ ଭାରତ ଏକ ବଡ଼ ସ୍କୋର କରିପାରିବ। ଦୁଇ ଦଳ ମଧ୍ୟରେ ଏପରି ହାଇଭୋଟେଜ୍‍ ମୁକାବିଲାରେ ସବୁଠାରୁ ବଡ଼ ସଫଳତା ହେଲା ଚାପକୁ ଉଚିତ ମୁକାବିଲା କରିବା। ଯେଉଁ ଦଳ କିମ୍ବା ଖେଳାଳି ମ୍ୟାଚ୍‍ର ଚାପକୁ ଠିକ୍‍ ଭାବେ ମୁକାବିଲା କରିପାରିବେ ସେହି ଦଳ କିମ୍ବା ଖେଳାଳିମାନେ ଏହି ମ୍ୟାଚ୍‍ରେ ସଫଳ ହେବେ।