POS Machine - The Sakala

ଅଭିନବ ଉପାୟରେ ଠକେଇ; ‘ପସ୍‍’ ମେସିନ୍‍ ଲଗାଇ ଅଧକୋଟି ଚଳୁ
ଯାଜପୁର ଟାଉନ: ଅଧିକ ଲୋଭ ଦେଖାଇ ବିଭିନ୍ନ ଦୋକାନରେ ଲଗାଇଥିଲେ ‘ପସ୍‍’ (ପଏଣ୍ଟ ଅଫ୍‍ ସେଲ୍‌ଫ) ମେସିନ। ପ୍ରଥମେ ପ୍ରଥମେ ଦୋକାନର ଆକାଉଣ୍ଟକୁ ଠିକ୍‍ ଠାକ୍‍ ଟଙ୍କା ଆସିଲା। ମାତ୍ର ଏହାପରେ ଅଭିନବ ଉପାୟରେ ଆରମ୍ଭ ହେଲା ଠକେଇ। ପ୍ରାୟ ଅଧକୋଟିରୁ ଊର୍ଦ୍ଧ୍ବ ଟଙ୍କା ଚଳୁ କରିନେଲେ। ଏପରି ଏକ ଠକେଇ ଘଟଣାର ପର୍ଦ୍ଦାଫାସ୍‍ କରିଛି ଯାଜପୁର ପୁଲିସ। ଘଟଣାରେ ସମ୍ପୃକ୍ତ ଦମ୍ପତିଙ୍କ ସମେତ ୫ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ନଗଦ ୧୦ଲକ୍ଷ ଟଙ୍କା, ୪୬ ସିମ୍‍କାର୍ଡ, ୬୩ଟି ଏଟିଏମ୍‍ କାର୍ଡ, ୨୭ ଚେକ୍‍ବୁକ୍‍, ୨୧ ପାସ୍‍ବୁକ୍‍, ମୋବାଇଲ୍‍ ଫୋନ୍‍, ଲାପ୍‍ଟପ୍‍ ଜବତ ହୋଇଛି। ଗିରଫ ଅଭିଯୁକ୍ତମାନେ ହେଲେ ମାଳତୀ ନାୟକ, ସ୍ୱାମୀ ସୁନୀଲ ନାୟକ, ସଞ୍ଜୀବ କୁମାର ଦାସ ଓରଫ୍‍ ପିଙ୍କୁ, ପ୍ରମୋଦ ଯେନା ଓରଫ ମେଣ୍ଠ, ମିଲନ କୁମାର ସିଂ। ଯାଜପୁର ଟାଉନ ଥାନା ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏସ୍‍ଡିପିଓ ସରୋଜ ଉପାଧ୍ୟାୟ ଏହି ସୂଚନା ଦେଇଛନ୍ତି।

ସୂଚନା ମୁତାବକ, ଘଟଣାର ମୁଖ୍ୟ ଅଭିଯୁକ୍ତ ସୁନୀଲ ଓ ମାଳତୀ ମିଳିମିଶି ସୃଜନ ଇନପେଣ୍ଟେକ ନାମକ ଏକ ଅନ୍‍ଲାଇନ କମ୍ପାନୀ ଖୋଲିଥିଲେ। ଏହି କମ୍ପାନୀ ପେଟିଏମ୍‍ଠାରୁ ପସ୍‍ (ପଏଣ୍ଟ ଅଫ୍‍ ସେଲ୍‌ଫ) ମେସିନ ଲଗାଇବା ପାଇଁ ପ୍ରାଞ୍ଚାଇଜ୍‍ ଆଣିଥିଲେ। କମ୍ପାନୀ ପକ୍ଷରୁ ବିଭିନ୍ନ ଦୋକାନ ଓ ବ୍ୟବସାୟ ପ୍ରତିଷ୍ଠାନକୁ ଯାଇ ମେସିନ ଲଗାଇ ଭଲ କମିସନ ମିଳିବା ଲୋଭ ଦେଖାଇଥିଲେ। ଏହି ମେସିନ ଲଗାଇବା କାର୍ଯ୍ୟରେ କେତେକ ଯୁବକଙ୍କୁ ନିଯୁକ୍ତ କରିଥିଲେ ସୁନୀଲ। ଗୋଟିଏ ପସ୍‍ ମେସିନ ଯାଜପୁର ସହରର କ୍ରିଷ୍ଣା ଜୁଏଲାରୀ ମାଲିକ ବଟକୃଷ୍ଣ ସାହୁ ଲଗାଇଥିଲେ। ମେସିନ ଲଗାଇବାର କିଛିଦିନ ପର୍ଯ୍ୟନ୍ତ ଠିକ୍‍ଠାକ୍‍ ନିଜ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର ହେଉଥିଲା। ନିୟମ ମୁତାବକ ଏହି ମେସିନ ମାଧ୍ୟମରେ ଅନ୍‍ଲାଇନ କାରବାର ହେଲେ ପ୍ରଥମେ ସୃଜନ ଇନପେଣ୍ଟେକ ଆକାଉଣ୍ଟ ପରେ ପେଟିଏମ୍‍ ଆକଉଣ୍ଟକୁ ଯାଇ ଶେଷରେ ୨୪ ଘଣ୍ଟା ମଧ୍ୟରେ ଦୋକାନୀଙ୍କ ଆକାଉଣ୍ଟକୁ ଟଙ୍କା ଫେରିବା କଥା। କିନ୍ତୁ ଏହି ୨୪ ଘଣ୍ଟା ଭିତରେ ସୁନୀଲ ନିଜ ଆକାଉଣ୍ଟରୁ ଟଙ୍କା ଉଠାଇ ନେଇ ସୁନା କିଣି ନେଉଥିଲେ। ଫଳରେ ୨୪ ଘଣ୍ଟା ପରେ ଯେଉଁ ଅର୍ଥ ସମ୍ପୃକ୍ତ ଦୋକାନୀଙ୍କ ଆକାଉଣ୍ଟକୁ ଯିବା କଥା ତାହା ଯାଉ ନ ଥିଲା। ଏହି କାରବାର ଭିତରେ ସମସ୍ତେ ନିର୍ଦ୍ଧାରିତ କମିଶନ ପାଇବା କଥା। କିନ୍ତୁ ଏହି ମେସିନ ଲଗାଇବାର କିଛିଦିନ ପରେ କ୍ରିଷ୍ଣା ଜୁଏଲାରୀ ମାଲିକଙ୍କ ଆକଉଣ୍ଟକୁ ଟଙ୍କା ଆସି ନ ଥିଲା। ଏହାରି ମଧ୍ୟରେ ଅଭିଯୁକ୍ତ ସୁନୀଲ ଓ ତାଙ୍କ ପତ୍ନୀ ମାଳତୀ କ୍ରିଷ୍ଣା ଜୁଏଲାରୀରୁ ଅନ୍‍ଲାଇନ ମାଧ୍ୟମରେ ସୁନା କିଣିଥିଲେ। ଯେତେବେଳେ ପସ୍‍ ମେସିନରେ ଟଙ୍କା କାରବାର ହେଉଥିଲେ ମଧ୍ୟ ଦୋକାନ ଆକାଉଣ୍ଟକୁ ଟଙ୍କା ଫେରୁ ନ ଥିଲା। ଏ ନେଇ ବାରମ୍ବାର ସୁନୀଲଙ୍କୁ ଯୋଗାଯୋଗ କରିବାରୁ ସର୍ଭର ସ୍ଲୋ ଅଛି, ଆକାଉଣ୍ଟ ଫ୍ରିଜ୍‍ ହୋଇଯାଇଛି ଆଦି ଅନେକ ବାହାନା କରିଥିଲେ। ପରେ ସୁନୀଲ ଓ ତାଙ୍କ କମ୍ପାନୀଙ୍କ ଉପରେ ସନ୍ଦେହ ହେବାରୁ ବଟକୃଷ୍ଣ ଯାଜପୁର ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ପ୍ରଥମେ ଗତ ସୋମବାର ମାଳତୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ପରେ ଆଜି ସୁନୀଲ ସମେତ ୪ ଜଣଙ୍କୁ କୋର୍ଟ ଚାଲାଣ କରିଛି। ତଦନ୍ତ ସମୟରେ ଏମାନଙ୍କଠାରୁ ନଗଦ ୧୦ ଲକ୍ଷ ଟଙ୍କା, ୬୩ ଏଟିଏମ୍‍ କାର୍ଡ, ୨୭ ଚେକ୍‍ବୁକ, ଗୋଟିଏ କ୍ରେଡିଟ୍‍ କାର୍ଡ, ୭ ମୋବାଇଲ ହ୍ୟାଣ୍ଡସେଟ୍‍, ଗୋଟିଏ ଲାପଟପ୍‍, ୨୧ ବ୍ୟାଙ୍କ ପାସବୁକ, ୪୬ ମୋବାଇଲ ସିମକାର୍ଡ ଜବତ ହୋଇଛି।

ମୁଖ୍ୟ ଅଭିଯୁକ୍ତ ସୁନୀଲଙ୍କ ଘର ନୟାଗଡ଼ ହୋଇଥିବାବେଳେ ସେ ପତ୍ନୀଙ୍କ ସହିତ ଭୁବନେଶ୍ୱର ସହିଦନଗର ଥାନା ଅନ୍ତର୍ଗତ ପଥରବନ୍ଧ ଅଞ୍ଚଳରେ ରହୁଥିଲେ। ଜବତ ପାସ୍‍ବୁକ ଓ ଏଟିଏମ କାର୍ଡଗୁଡିକ ନିଜର ଓ ନିଜ ସମ୍ପର୍କୀୟଙ୍କ ନାମରେ ଖୋଲାଯାଇଥିବା ଆକାଉଣ୍ଟର। ସୁନିଲ ଓ ତା’ର ସହଯୋଗୀ କ୍ରିଷ୍ଣା ଜୁଏଲାରୀରୁ ୨୩ ଲକ୍ଷ ଟଙ୍କା ଠକେଇ କରିଥିବାବେଳେ କୁଆଖିଆ ଥାନା ଅନ୍ତର୍ଗତ ହରିପୁରର ପାତ୍ର ଜୁଏଲାରୀରୁ ୨୪ ଲକ୍ଷ ଓ ପୃଷ୍ଟି ଅଳଙ୍କାରରୁ ୭ ଲକ୍ଷ ଏମିତି ମୋଟ ୫୪ ଲକ୍ଷ ଟଙ୍କାର ଠକେଇ କରିଥିବା ପୁଲିସ ଅନୁସନ୍ଧାନରୁ ଜଣାପଡ଼ିଛି। ଏସବୁ ସୁନା ଦୋକାନରୁ ସୁନା କିଣି ଭୁବନେଶ୍ୱରର ରସୁଲଗଡ଼ରେ ଥିବା ଆଇସିଏଲ୍‍ ଗୋଲ୍ଡ ଲୋନ୍‍ ବ୍ୟାଙ୍କରେ ସୁନା ବନ୍ଧକ ରଖିଥିବା ଜଣାପଡ଼ିଛି। ପୁଲିସ ସେହି ଆକାଉଣ୍ଟକୁ ଫ୍ରିଜ୍‍ ମଧ୍ୟ କରିଛି। ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ଯାଜପୁର ଟାଉନ ଥାନାରେ ନଂ.୨୫୧/୨୨ରେ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ସାମ୍ବାଦିକ ସମ୍ମିଳନୀରେ ଏସ୍‍ଡିପିଓ ଉପାଧ୍ୟାୟ ସୂଚନା ଦେଇଥିଲେ।