TNC MP Kakoli Ghosh - The Sakala

ଦରବୃଦ୍ଧିର ପ୍ରତିବାଦ: ଲୋକସଭା ଗୃହରେ ବାଇଗଣ ଖାଇଲେ ଟିଏମସି ସାଂସଦ
ନୂଆଦିଲ୍ଲୀ: ଦରବୃଦ୍ଧି ଏବଂ ଜିଏସଟି ପ୍ରସଙ୍ଗକୁ ନେଇ ସୋମବାର ବିରୋଧୀ ସଂସଦରେ ହଙ୍ଗାମା କରିଛନ୍ତି। ପେନସିଲ ଠାରୁ ମ୍ୟାଗି ପର୍ଯ୍ୟନ୍ତ ଏବେ ଅନେକ ଜିନଷ ପାଇଁ ଆମକୁ କଷ୍ଟ ସହିବାକୁ ପଡ଼ୁଛି ବୋଲି ଗତକାଲି ଉତ୍ତରପ୍ରଦେଶର ଜଣେ ପ୍ରଥମ ଶ୍ରେଣୀରେ ପଢୁଥିବା କୁନି ପିଲାଟିଏ ନିଜ ହାତରେ ଚିଠି ଲେଖି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପଠାଇଥିଲା ବେଳେ ଏହା ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହାକୁ ଭିତ୍ତି କରି ଆଜି ବିରୋଧୀ ଦଳ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିଲେ। କଂଗ୍ରେସ, ଟିଏମସି ସମେତ ଅନ୍ୟ ବହୁ ବିରୋଧୀ ଉଭୟ ଗୃହରେ ବେକାରୀ, ଦରବୃଦ୍ଧି ପ୍ରସଙ୍ଗକୁ ନେଇ ହଙ୍ଗାମା କରିଥିଲେ। ଏହି ପ୍ରସଙ୍ଗରେ ଲୋକସଭାରେ ଆଲୋଚନା ଚାଲିଥିଲା ବେଳେ ଟିଏମସି ସାଂସଦ କାକୋଲି ଘୋଷ ହଠାତ ଛିଡା ହୋଇ ଏକ କଞ୍ଚା ବାଇଗଣ ବାହାର କରି ଚୋବାଇଥିଲେ। ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି ସାଙ୍ଗକୁ ଗ୍ୟାସ ଦର ବୃଦ୍ଧିକୁ ପ୍ରତିବାଦ କରି ସେ ଏଭଳି କରିଥିଲା ବେଳେ ଏଣିକି ଲୋକମାନେ କେବଳ କଞ୍ଚା ପନିପରିବା ହିଁ ଖାଇବାକୁ ହେବ ବୋଲି କହିଥିଲେ।

ଅନ୍ୟ ଦଳର ସଦସ୍ୟମାନେ ମଧ୍ୟ ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ। ତେବେ ସାଂପ୍ରତିକ ସ୍ଥିତିରେ ଅନ୍ୟ ଦେଶମାନଙ୍କ ତୁଳନାରେ ଭାରତର ଅର୍ଥନୀତି ଠିକଣା ବାଟରେ ଚାଲୁଛି ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଥିଲେ।