al-Zawahiri - The Sakala

ଆମେରିକାର ଡ୍ରୋନମାଡରେ ଅଲକାଏଦା ମୁଖ୍ୟ ଅଲ ଜୱାହିରି ନିହତ, ମୁଣ୍ଡ ଉପରେ ଥିଲା ୨୫ ମିଲିୟନ ଡଲାର ପୁରସ୍କାର ରାଶି
ୱାଶିଂଟନ: ଆଫଗାନିସ୍ତାନରେ ଆମେରିକାର ଡ୍ରୋନ ଆକ୍ରମଣରେ ଅଲକାଏଦା ନେତା ଆୟମାନ ଅଲ ଜୱାହିରି ନିହତ ହୋଇଛନ୍ତି। ଆମେରିକାରେ ଥିବା ସେଣ୍ଟ୍ରାଲ ଇଣ୍ଟେଲିଜେନ୍ସ ଏଜେନ୍ସିର ଅଧିକାରୀମାନେ ସୋମବାର ଏ ସଂକ୍ରାନ୍ତରେ ଗଣମାଧ୍ୟମ ସଂସ୍ଥା ରଏଟରକୁ କହିଛନ୍ତି। ଲାଡେନର ମୃତ୍ୟୁ ପରେ ଅଲ-କାଏଦାର ମୁଖ୍ୟ ଥିବା ଅଲ୍ ଜଓ୍ୱାହିରିର ମୁଣ୍ଡ ଉପରେ ୨୫ ମିଲିୟନ ଡଲାର ପୁରସ୍କାର ରାଶି ଘୋଷଣା କରିଥିଲା ଆମେରିକା । ଶେଷରେ ଗତକାଲି ଆମେରିକା ଆକ୍ରମଣରେ ହିଁ ଯାଇଛି ଅଲ-ଜାୱାହିରୀଙ୍କ ଜୀବନ। ଆମେରିକାକୁ ଏଥର ସମ୍ପୂର୍ଣ୍ଣ ନ୍ୟାୟ ମିଳିଲା ବୋଲି କହିଛନ୍ତି ଏହାର ରାଷ୍ଟ୍ରପତି ଜୋ’ ବାଇଡେନ ।

ସୂଚନା ଅନୁଯାୟୀ, ଆଫଗାନିସ୍ତାନର ଅଲ-କାଏଦା ମୁଖ୍ୟଙ୍କୁ ଟାର୍ଗେଟ କରି ଗତକାଲି ଡ୍ରୋନ ଆକ୍ରମଣ ହୋଇଥିଲା । ଏଥିରେ ଅଲ-କାଏଦାର ମୁଖ୍ୟ ଆୟମାନ ଅଲ-ଜାୱାହିରିଙ୍କ ମୃତ୍ୟୁ ଘଟିଛି। ରାଷ୍ଟ୍ରପତି ଜୋ ବାଇଡେନ ସୋମବାର କହିଛନ୍ତି ଯେ କାବୁଲରେ ହୋଇଥିବା ଏୟାର ଷ୍ଟ୍ରାଇକରେ ଅଲ-କାଏଦା ନେତା ଆୟମାନ ଅଲ-ଜାୱାହିରିଙ୍କ ମୃତ୍ୟୁ ହୋଇଛି। ଅଲ-ଜାୱାହିରିଙ୍କ ମୃତ୍ୟୁ ପରେ ଏଥର ଆମେରିକାବାସୀ ସମ୍ପୂର୍ଣ୍ଣ ନ୍ୟାୟ ପାଇଲେ ବୋଲି ସେ ଗଣମାଧ୍ୟମକୁ କହିଛନ୍ତି। ଏଥିସହ ଆମେରିକାକୁ ଅସୁବିଧାରେ ପକାଉଥିବା ଲୋକଙ୍କୁ ଖୋଜିଖୋଜି ମାରିବୁ ବୋଲି କହିଛନ୍ତି ବାଇଡେନ।

ବିଶ୍ବରେ ଆତଙ୍କ ଖେଳାଇ ଆସିଥିବା ଅଲ କାଏଦା ଆତଙ୍କବାଦି ସଂଗଠନର ପ୍ରତିଷ୍ଠାତା ଓସାମା ବିନ ଲାଦେନ ୨୦୧୧ରେ ଆମେରିକାର ଆକ୍ରମଣରେ ନିହତ ହେବା ପରେ ଅଲକାଏଦା ସଂଗଠନ ପାଇଁ ଏହା ଏକ ଝଟକା ଥିଲା। ସେହି ଦିନଠାରୁ ଆୟମାନ ଅଲ ଜୱାହିରି ଅଲକାଏଦା ସଂଗଠନକୁ ମଜବୁତ କରିବାରେ ଅଣ୍ଟା ଭିଡିଥିଲା। ଏହା ଜଣାପଡିବା ପରେ ଆମେରିକା ପକ୍ଷରୁ ତାଙ୍କ ଠିକଣା ଖୋଜା ଯାଇଥିଲା। ଆମେରିକା ଉପରେ ୨୦୦୧ ମସିହା ସେପ୍ଟେମ୍ବର ୧୧ ତାରିଖରେ ହୋଇଥିବା ଆକ୍ରମଣରେ ସେ ବି ଜଣେ ମାଷ୍ଟର ମାଇଣ୍ଡ ଥିଲେ। ସେହି ଆତଙ୍କବାଦୀ ଘଟଣାରେ ପ୍ରାୟ ୩ ହଜାର ଲୋକ ପ୍ରାଣ ହରାଇଥିଲେ, ଯାହାକି ସମଗ୍ର ବିଶ୍ୱବାସୀଙ୍କୁ ଥରାଇ ଦେଇଥିଲା।