Odisha State Road Transport Corporation - The Sakala

ଓଏସ୍‌ଆର୍‌ଟିସିକୁ ବୋଝ ଅଚଳ ବସ୍‍, ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି ୨୦୦ରୁ ଅଧିକ ବସ୍‌
ଭୁବନେଶ୍ୱର: ଜନସାଧାରଣଙ୍କୁ ସୁଲଭ ମୂଲ୍ୟରେ ଉତ୍ତମ ପରିବହନ ସେବା ଯୋଗାଇବା ଉଦ୍ଦେଶ୍ୟରେ ପ୍ରତିଷ୍ଠା ହୋଇଥିବା ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (ଓଏସ୍‍ଆରଟିସି) ଏବେ ରୁଗ୍‍ଣ। ପରିଚାଳନାଗତ ତୃଟି, ଦାୟିତ୍ୱରେ ଥିବା ଅଧିକାରୀ ଓ କର୍ମଚାରୀଙ୍କ ଉଦାସୀନତା ଯୋଗୁଁ ଏକଦା ରାଜ୍ୟର ନିର୍ଭରଯୋଗ୍ୟ ପରିବହନ ସଂସ୍ଥାର ଆର୍ଥିକ ସ୍ଥିତି ଦୟନୀୟ। ଓଏସ୍‍ଆରଟିସିର ଉନ୍ନତି ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ବ୍ୟୟ କରୁଥିଲେ ସୁଦ୍ଧା ଅଭ୍ୟାସଗତ ପରିଚାଳନା ତ୍ରୁଟି ନିଗମକୁ ନିରନ୍ତର କ୍ଷତିଗ୍ରସ୍ତ କରୁଛି। ପରିସ୍ଥିତି ଏପରି ହୋଇଛି ଯେ ଓଏସ୍‍ଆର୍‍ଟିସି ଅଧୀନରେ ଏବେ ୨୧୯ଟି ବସ୍‍ ଅଚଳ ହୋଇ ବିଭିନ୍ନ ସ୍ଥାନରେ ପଡ଼ି ରହିଛି। ଅନ୍ୟପକ୍ଷରେ ୨୦୪ଟି ରୁଟରେ ମାତ୍ର ୩୭୮ଟି ବସ୍‍ ଯାତାୟାତ କରୁଛି। ମୋଟାମୋଟି ଭାବରେ ଅନୁଧ୍ୟାନ କଲେ ନିଗମର ପ୍ରାୟ ୪୦% ବସ୍‍ ଅଚଳ ଥିବାରୁ ଏହା ଯୋଗୁଁ ସଂସ୍ଥାକୁ ବିପୁଳ ଆର୍ଥିକ କ୍ଷତିର ସମ୍ମୁଖୀନ ହେବାକୁ ପଡ଼ୁଛି। ପରିବହନ ମନ୍ତ୍ରୀ ଟୁକୁନି ସାହୁ ବିଧାନସଭାରେ ଉପସ୍ଥାପନ କରିଥିବା ତଥ୍ୟ ଅନୁସାରେ ଓଏସ୍‍ଆରଟିସିର ୩୭୮ଟି ଚଳାଚଳ କରୁଥିବା ବେଳେ ୨୧୯ଟି ବସ୍‍ ଅଚଳ ହୋଇ ପଡ଼ିରହିଛି। ୩୭୮ଟି ବସ୍‍ ୨୦୪ଟି ରୁଟ୍‍ରେ ଚଳାଚଳ କରୁଥିବା ବେଳେ ୨୧୯ଟି ବସ୍‍ ମରାମତି ଅପେକ୍ଷାରେ ପଡ଼ି ରହିଛି। ନିଗମରେ ସମୁଦାୟ ୧୪୭୬ କର୍ମଚାରୀ ଅଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ୧୭୧ ଜଣ ନିୟମିତ, ୧୦୫୧ ଜଣ ଚୁକ୍ତି ଭିତ୍ତିକ, ୧୯୪ ଜଣ ସେବା ଯୋଗାଣକାରୀ ସଂସ୍ଥା ଦ୍ୱାରା ନିୟୋଜିତ ହୋଇଛନ୍ତି। ଆଉ ୬୦ ଜଣ କର୍ମଚାରୀ ଦୈନିକ ପାରିଶ୍ରମିକ ଆଧାରରେ କାମ କରୁଛନ୍ତି। ୧୯୭୪ ମସିହା ମେ’ ୧୫ ତାରିଖରେ ସ୍ଥାପନ ହୋଇଥିବା ଏହି ନିଗମ ୨୦୧୪-୧୫ ଆର୍ଥିକ ବର୍ଷରେ ୪.୧୨ କୋଟି ଟଙ୍କା ଲାଭ କରିଥିବା ବେଳେ ୨୦୧୬-୧୭ରେ ମାତ୍ର ୫ ଲକ୍ଷ ୭୦ ହଜାର ଟଙ୍କା ଲାଭ ହୋଇଥିଲା। ୨୦୧୭-୧୮ରେ ୨ କୋଟି ୪୭ ଲକ୍ଷ ଟଙ୍କା, ୨୦୧୮-୧୯ରେ ୩ କୋଟି ୫୩ ଲକ୍ଷ ଟଙ୍କା ଲାଭ ହୋଇଥିଲା। ତେବେ ୨୦୧୯-୨୦ ଓ ୨୦୨୦-୨୧ରେ ୧୯ କୋଟି ୬୪ ଲକ୍ଷ ଟଙ୍କା କ୍ଷତି ସହ୍ୟ କରିଛି ନିଗମ।

ମନ୍ତ୍ରୀ ପ୍ରଦାନ କରିଥିବା ଏହି ତଥ୍ୟ ରାଜ୍ୟର ସରକାରୀ ପରିବହନ ସଂସ୍ଥାର ଦୁରାବସ୍ଥାକୁ ସ୍ପଷ୍ଟ ଇଙ୍ଗିତ କରୁଛି। ବିଭିନ୍ନ ସୂତ୍ରରେ ନିଗମ ଆର୍ଥିକ କ୍ଷତି ସହ୍ୟ କରୁଥିବା ନେଇ ବାରମ୍ବାର ଅଭିଯୋଗ ଆସୁଥିବା ବେଳେ ଏତେ ସଂଖ୍ୟକ ବସ୍‍ ଅଚଳ ହୋଇ ପଡ଼ିରହିବା ଦ୍ୱାରା ନିଗମ ଉପରେ ବୋଝକୁ ଦ୍ୱିଗୁଣିତ କରିଛି। ନିଗମକୁ ଆର୍ଥିକ କ୍ଷତିରୁ ରକ୍ଷା କରିବା ଲାଗି ଇତିମଧ୍ୟରେ ଏକାଧିକ ପଦକ୍ଷେପ ନିଆଯାଇଛି। ହେଲେ ସ୍ଥିତିରେ ଉନ୍ନତି କାର୍ହିଁକି ଘଟୁନାହିଁ, ତାହା ସ୍ପଷ୍ଟ ହୋଇନାହିଁ। ଯେଉଁଠି ଘରୋଇ ବସ୍‍ ଲାଭ ହାସଲ କରିପାରୁଛନ୍ତି ସେଠି ନିଗମର ବସ୍‍ ବିଫଳ ହେଉଛି। ଚଳିତ ବର୍ଷ ମାର୍ଚ୍ଚ ମାସରେ ନିଗମର ୮୬ଟି ପୁରୁଣା ବସ୍‍କୁ ନୂଆ ରୂପ ଦିଆଯାଇ ୪୬ଟି ପୁରୁଣା ରୁଟ୍‍ରେ ଚଳାଚଳ ଆରମ୍ଭ କରାଯାଇଥିଲା। ସେତେବେଳେ ସମୁଦାୟ ୫୧୨ ବସ୍‍ ୨୬୪ ରୁଟ୍‍ରେ ଚଳାଚଳ କରୁଛି ବୋଲି ନିଗମ ପକ୍ଷରୁ କୁହାଯାଇଥିଲା। ୧୦ ବର୍ଷ ମଧ୍ୟରେ ୧୦ ଲକ୍ଷ କିମି ଅତିକ୍ରମ କରିଥିବା ବସ୍‍ ଗୁଡ଼ିକୁ ନୂଆ ରୂପରେ ରାସ୍ତା ଉପରେ ଚଳାଇବା ପାଇଁ ନିଗମ ନୀତି ନିର୍ଦ୍ଧାରଣ କରିଥିଲା। ୨୦୨୨-୨୩ ଆର୍ଥିକ ବର୍ଷରେ ନୂଆ ବସ୍‍ ଆଣିବା ପାଇଁ ମଧ୍ୟ ନିଗମ ଲକ୍ଷ୍ୟ ରଖିଥିଲା। କୋଭିଡ୍‍ ମହାମାରୀ ହେତୁ କେବଳ ଘରୋଇ ବସ୍‍ ନୁହେଁ ନିଗମର ବସ୍‍ ମଧ୍ୟ କ୍ଷତି ସହ୍ୟ କରିଥିଲା। ଦୀର୍ଘ ଦିନ ଧରି ବସ୍‍ ଚଳାଚଳ ବନ୍ଦ ରହିବା ଫଳରେ ନିଗମ କ୍ଷତି ସହିବାକୁ ବାଧ୍ୟ ହୋଇଥିଲା।

ଏବେ ୧୮୦ଟି ନୂଆ ଗାଡ଼ି ଆଣିଥିବାରୁ ନିଗମର କ୍ଷତି ପରିମାଣ ହ୍ରାସ ପାଇବ ବୋଲି ନିଗମ ଆଶାବାଦୀ ଅଛି। ଯାତ୍ରୀଙ୍କ ଅଭିଯୋଗ ଅନୁସାରେ ଓଏସ୍‍ଆରଟିସିର ବସ୍‍ ସେବାର ଚାହିଦା ରହିଛି। କିନ୍ତୁ ନିର୍ଦିଷ୍ଟ ରୁଟ୍‍ରେ ଗାଡ଼ି ନ ଚାଲିବା, ନିମୟିତ ଭାବେ ବସ୍‍ ଚଳାଚଳ ନହେବା ଯୋଗୁଁ ଏହାର ଲୋକପ୍ରିୟତା ପ୍ରଭାବିତ ହେଉଛି। ସେହିପରି ଠିକ୍‍ ସମୟରେ ନିଗମର ବସ୍‍ ମିଳୁନାହିଁ। ୨୦୦ରୁ ଅଧିକ ବସ୍‍ ଅଚଳ ରହିବା ହେତୁ କ୍ଷତିପରିମାଣ ବଢ଼଼ୁଥିବା ଅଭିଯୋଗ ହେଉଛି। ତେବେ ଓଏସ୍‍ଆରଟିସିରେ ପରିଚାଳନାଗତ ତ୍ରୁଟି ନାହିଁ ବୋଲି ବିଭାଗ ଦାବି କରିବା ସହିତ ନିଗମର କ୍ଷତି ହ୍ରାସ ପରିବା ପାଇଁ ଉଦ୍ୟମ କରାଯାଉଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।