Raksha Bandhan 2022 - The Sakala

ହାତ ତିଆରି ରାକ୍ଷୀରେ ଲାଖିଯାଉଛି ଆଖି, ରାକ୍ଷୀରେ ଚମକୁଛନ୍ତି ମହାପ୍ରଭୁ ଜଗନ୍ନାଥ
ବାଲେଶ୍ବର: ରାକ୍ଷୀ ଦେଖିଲେ ଆଖି ଲାଖିଯାଉଛି। ଯେମିତି ତିଆରି ସେମିତି ଆକର୍ଷଣୀୟ ମଧ୍ୟ। ବଜାରରେ ମିଳୁଥିବା ସାଧାରଣ ରାକ୍ଷୀ ନୁହେଁ। ନିଜେ କିଛି ଉଦ୍ୟମ କରି ନିଜ ପ୍ରତିଭା ଦେଖାଇଛନ୍ତି ସେ। ପ୍ରଥମ ଥର ଶାମୁକା, ଅଖା ସୂତା ଏବଂ ଗ୍ଲିଟର୍ ପେପର୍ ରେ ରାକ୍ଷୀ ତିଆରି କରିଛନ୍ତି। ଏହାବାଦେ ଉଲ୍ ରେ ମଧ୍ୟ ରାକ୍ଷୀ ପ୍ରସ୍ତୁତ କରିଛନ୍ତି। ବାଲେଶ୍ଵର ସହର ସତ୍ୟନଗରରେ ରହୁଥିବା ଛାତ୍ରୀ ଅନୁପମା ଦାସମହାପାତ୍ରଙ୍କ ହାତ ତିଆରି ରାକ୍ଷୀ ଅନେକଙ୍କୁ ଆକୃଷ୍ଟ କରିପାରିଛି। ରାକ୍ଷୀରେ ଚମକୁଛନ୍ତି ମହାପ୍ରଭୁ ଜଗନ୍ନାଥ। ଜଣେ କଳାକାର ଦୃଷ୍ଟିରୁ ତିଆରି ହୋଇଥିବା ରାକ୍ଷୀଗୁଡିକରେ ଆଖି ଲାଖି ହୋଇଯାଉଛି। ଅନୁପମାଙ୍କ ହାତ ତିଆରି ରାକ୍ଷୀ ନେବା ପାଇଁ ଏବେଠୁ ଅର୍ଡର ମଧ୍ୟ ହୋଇସାରିଲାଣି। ଯାହାକୁ ଅନୁପମା ପ୍ରସ୍ତୁତ କରିସାରିଛନ୍ତି।

ଗତବର୍ଷ ରାକ୍ଷୀ ପୂର୍ଣ୍ଣିମାରେ ଅନୁପମା ପ୍ରଥମ ଥର ପରୀକ୍ଷା ମୂଳକ ଭାବେ ନିଜେ ଚେଷ୍ଟା କରି କିଛି ରାକ୍ଷୀ ତିଆରି କରିଥିଲେ। ଗତବର୍ଷ କେବଳ ଗୋଲାପ ଫୁଲ ରାକ୍ଷୀ ପ୍ରସ୍ତୁତ କରିଥିଲେ। ଅନେକ ଏହାକୁ ଦେଖିବା ପରେ କିଣିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ। ମାତ୍ର ଅନୁପମା ସେତେ ପରିମାଣରେ ରାକ୍ଷୀ ପ୍ରସ୍ତୁତ କରି ନ ଥିଲେ। ତେବେ ଏବର୍ଷ ଭଉଣୀମାନଙ୍କ ଆଗ୍ରହକୁ ଦେଖି ଅନୁପମା ହାତ ତିଆରି ରକମ ରକମର ରାକ୍ଷୀ ପ୍ରସ୍ତୁତ କରିସାରିଛନ୍ତି। ପ୍ରଥମ ଥର ନିଜ ଆଇଡିଆରୁ ଶାମୁକାରେ ଜଗନ୍ନାଥ ରାକ୍ଷୀ, ଅଖା ସୂତାରେ ଡିଜାଇନ୍ କରି ରାକ୍ଷୀ ତିଆରି କରିଛନ୍ତି। ଏହାବାଦେ ସ୍ପଞ୍ଜ୍ ଗୋଲାପ ରାଖୀ, ଫଟୋ ରାଖୀ, ଗ୍ଲିଟର୍ ପେପର୍ ରାକ୍ଷୀ ଆଦି କରିଛନ୍ତି। ରାକ୍ଷୀର ଦର ୫୦ ଟଙ୍କାରୁ ଆରମ୍ଭ କରି ୧୫୦ ପର୍ଯ୍ଯନ୍ତ ରହିଛି। ତେବେ ଅନୁପମାଙ୍କୁ ଏବର୍ଷ ୬୦ ଟି ରାକ୍ଷୀ ଅର୍ଡର ଆସିଥିଲା। ଅନୁପମା ୭୦ଟି ରାକ୍ଷୀ ତିଆରି କରିସାରିଛନ୍ତି। ଏହାବ୍ୟତୀତ ଛୋଟ ପିଲାଙ୍କ ପାଇଁ ମଧ୍ୟ କାର୍ଟୁନ ରାକ୍ଷୀ ପ୍ରସ୍ତୁତ କରିଛନ୍ତି। ଏହି ରାଖୀ କାମ ଗତ ୨୦ ତାରିଖରୁ ଆରମ୍ଭ କରିଛନ୍ତି। ‘ଗତବର୍ଷ ପ୍ରଥମ କରି ଗୋଲାପ ଫୁଲ ରାଖୀ ପ୍ରସ୍ତୁତ କରିଥିଲି। ସମସ୍ତେ ପସନ୍ଦ କରିଥିଲେ। ଲୋକଙ୍କ ପସନ୍ଦକୁ ନଜରରେ ରଖି ଏବର୍ଷ ଅଧିକ ରାକ୍ଷୀ ତିଆରି କରିଛି। ଯାହା।ଅର୍ଡର ଆସିଥିଲା ତିଆରି ହୋଇଯାଇଛି। ଆଗକୁ ଆଉ ଅର୍ଡର ଆସିଲେ ରାକ୍ଷୀ ତିଆରି କରିବି। ସମସ୍ତେ ନିଜ ମନ ମୁତାବକ ଡିଜାଇନ୍ ଦେଲେ ବି ରାକ୍ଷୀ ପ୍ରସ୍ତୁତ କରୁଛି। ମୋର ପାଠପଢା ସହ କଳାକୃତି ପ୍ରତି ଆଗ୍ରହ ରହିଛି। ସେଥିପାଇଁ ପାଠ ପଢା ସରିବା ପରେ ରାକ୍ଷୀ ପ୍ରସ୍ତୁତ କରେ। ରାକ୍ଷୀରେ ନିଜେ ଚିତ୍ର କରିବା ସହ ଡିଜାଇନ୍ ମଧ୍ୟ କରେ’ ବୋଲି ଅନୁପମା କହିଛନ୍ତି।