CWG 2022 - The Sakala

ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୨ : ବ୍ୟାଡମିଣ୍ଟନ ସିଙ୍ଗଲରେ ସ୍ୱର୍ଣ୍ଣପଦକ ଜିତିଲେ ଲକ୍ଷ୍ୟ ସେନ୍
ବର୍ମିଂହାମ:  ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଶେଷ ଦିନରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣପଦକ ମିଳିଛି। ଭାରତୀୟ ବ୍ୟାଡମିଣ୍ଟନ ଷ୍ଟାର ଲକ୍ଷ୍ୟ ସେନ୍ ରାଜ୍ୟଗୋଷ୍ଠୀ କ୍ରୀଡାର ପୁରୁଷ ସିଙ୍ଗଲସ ଫାଇନାଲରେ ଜିତାପଟ ହାସଲ କରିବା ସହିତ ସୁନା ପଦକ ହାତେଇଛନ୍ତି । ସୋମବାର ମାଲେସିଆ ଖେଳାଳିଙ୍କୁ ହରାଇ ଲକ୍ଷ୍ୟ ସେନ୍ ଏହି ସଫଳତା ହାସଲ କରିଛନ୍ତି।ଲକ୍ଷ୍ୟ ସେନ୍ ପୁରୁଷ ସିଙ୍ଗଲସ ଫାଇନାଲରେ ଜିତିବା ସହ ଭାରତ ପାଇଁ ରାଜ୍ୟ ଗୋଷ୍ଠୀ କ୍ରୀଡାରେ ସ୍ୱର୍ଣ୍ଣ ପଦକ ସଂଖ୍ୟା ୨୦ରେ ପହଞ୍ଚିଛି।

ଆଜି ପୁରୁଷ ସିଙ୍ଗଲସ ବ୍ୟାଡମିଣ୍ଟନ ଫାଇନାଲରେ ପ୍ରଥମ ଗେମ୍ ହାରିଯାଇଥିଲେ ଲକ୍ଷ୍ୟ। ଏପରିକି ୨ୟ ଗେମରେ ବି ସେ ପ୍ରଥମରୁ ପଛୁଆ ଥିଲେ । ତେବେ ଲଗାତାର ୧୩ଟି ପଏଣ୍ଟ ହାସଲ କରି ସେ ଏହାକୁ ୨୧-୯ରେ ଜିତିନେଇଥିଲେ । ୩ୟ ଗେମରେ ଲକ୍ଷ୍ୟ ନିଜର ବିଜୟ ଧାରାକୁ ଜାରି ରଖିଥିଲେ ଓ ୨୧-୧୬ରେ ଜିତିଯାଇଥିଲେ । ଫଳରେ ଫାଇନାଲ ମ୍ୟାଚକୁ ସେ ୧୯-୨୧,୨୧-୯ ଓ ୨୧-୧୬ରେ ବିଜୟୀ ହୋଇ ସ୍ବର୍ଣ୍ଣ ହାତେଇଥିଲେ । ମାଲେସିଆ ଖେଳାଳିଙ୍କୁ ହରାଇ ଲକ୍ଷ୍ୟ ସେନ୍ ଏହି ସଫଳତା ହାସଲ କରିଛନ୍ତି । ଏଥିସହିତ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତର ସ୍ୱର୍ଣ୍ଣ ପଦକ ସଂଖ୍ୟା ୨୦କୁ ବୃଦ୍ଧି ପାଇଛି । ଏପର୍ୟ୍ୟନ୍ତ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତୀୟ ଖେଳାଳିମାନେ ମୋଟ ୨୦ଟି ସୁନାପଦକ ଜିତିଥିବାବେଳେ, ୧୫ଟି ରୌପ୍ୟ ପଦକ ଓ ୨୨ଟି ବ୍ରୋଞ୍ଜ ମେଡାଲ ଜିତିଛନ୍ତି ।

ସୂଚନାଯୋଗ୍ୟ ଯେ, ରାଜ୍ୟଗୋଷ୍ଠୀ କ୍ରୀଡାର ସିଙ୍ଗଲ୍ସ ବର୍ଗରେ ଲକ୍ଷ୍ୟ ସେନଙ୍କର ଏହା ପ୍ରଥମ ମେଡାଲ । ବିଶ୍ୱର ୧୦ ନମ୍ବର ସଟଲର କମନୱେଲଥରେ ଏହା ଦ୍ୱିତୀୟ ପଦକ । ସେ ମିକ୍ସଡ୍ ଡବଲ ଇଭେଣ୍ଟରେ ମଧ୍ୟ ରୌପ୍ୟ ପଦକ ଜିତିସାରିଛନ୍ତି । ଆଉ ଏବେ ସେ ସ୍ୱର୍ଣ୍ଣପଦକ ଜିତିବା ସହିତ ଇତିହାସ ରଚିଛନ୍ତି ।ରାଜ୍ୟ ଗୋଷ୍ଠୀ କ୍ରୀଡାରେ ଲକ୍ଷ୍ୟଙ୍କ ପୂର୍ବରୁ ଭାରତର ଷ୍ଟାର ମହିଳା ଶଟଲର ପିଭି ସିନ୍ଧୁ ଭାରତ ପାଇଁ ସ୍ୱର୍ଣ୍ଣ ଜିତି ଛନ୍ତି। ସେ କାନାଡାର ମିଚେଲ ଲିଙ୍କୁ ୨-୦ରେ ପରାସ୍ତ କରି ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ବ୍ୟାଡମିଣ୍ଟନରେ ଇଭେଣ୍ଟରେ ପ୍ରଥମ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି।

ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୨: ଭାରତକୁ ବକ୍ସିଂରେ ୩ୟ ସ୍ବର୍ଣ୍ଣ, ପୁରୁଷ ଡବଲ୍ସ ଟେବୁଲ ଟେନିସରେ ରୌପ୍ୟ
ବର୍ମିଂହାମ:  ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ମିଳିଲା ତୃତୀୟ ସ୍ୱର୍ଣ୍ଣ ପଦକ।  ନିଖତ ଜରିନ ୫୦ କେଜି (ଲାଇଟ୍ ଫ୍ଲାଇୱେଟ)ରେ ଜିତିଲେ ସ୍ୱର୍ଣ୍ଣ। ଉତ୍ତର ଆୟର୍ଲାଣ୍ଡର କାର୍ଲି ମ୍ୟାକନାଉଲ୍‌ଙ୍କୁ ହରାଇ ସେ ଏହି ପଦକ ହାସଲ କରିଛନ୍ତି। ପୂର୍ବରୁ ନିତୁ ଘନ୍‌ଘାସ ଓ ଅମିତ ପଙ୍ଗଲ ସ୍ୱର୍ଣ୍ଣ ଜିତିଥିଲେ।

ସେହିପରି ଆଜି ପୁରୁଷ ଡବଲ୍ସ ଟେବୁଲ ଟେନିସରେ ଭାରତକୁ ରୌପ୍ୟ ପଦକ ମିଳିଛି। ଫାଇନାଲରେ ହରିବା ପରେ ଅଚନ୍ତା ଶରତ କମଲ ଓ ସାଥିଆନ ଜ୍ଞାନଶେଖରନ ରୌପ୍ୟ ପଦକ ଜିତିଛନ୍ତି। ସେ ଇଂଲଣ୍ଡର ଲିଆମ୍ ପିଚଫୋର୍ଡ ଏବଂ ପଲ୍ ଡ୍ରିଙ୍କହଲ୍‌ଙ୍କ ଠାରୁ ହାରି ଯାଇଛନ୍ତି। ଫଳରେ ଏହି ଇଭେଣ୍ଟରେ ଭାରତୀୟ ଜୋଡ଼ିଙ୍କ ସ୍ୱର୍ଣ୍ଣ ଜିତିବା ଆଶା ଅଧୁରା ରହିଯାଇଛି।

ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୨: ବକ୍ସିଂରେ ଭାରତକୁ ଡବଲ ସ୍ବର୍ଣ୍ଣ ପଦକ
ବର୍ମିଂହାମ୍‍ : ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ଆଜି ଡବଲ ସ୍ବର୍ଣ୍ଣ ପଦକ ମିଳିଛି। ଉଭୟ ପୁରୁଷ ଓ ମହିଳା ବକ୍ସିଂରେ ଏହି ସଫଳତା ହସଲ କରିଛି ଭାରତ । ୪୮ କେଜି ବର୍ଗର ମହିଳା ବକ୍ସିଂରେ ନିତୁ ଘଂଘାସ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ବେଳେ ପୁରୁଷ ୫୧ କିଗ୍ରା ବର୍ଗରେ ଅମିତ ପଙ୍ଘଲ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି।

ଭାରତ ତରଫରୁ ନୀତୁ ଘାଂଘାସ ଇଂଲଣ୍ଡର ଡେମୀ ଜେଡକୁ ୫-୦ ରେ ପରାଜିତ କରିଛନ୍ତି । ସେହିପରି ଅମିତ ପଙ୍ଘଲ ଇଂଲଣ୍ଡର କିଆରନ ମାକଡୋନାଲଡ୍କୁ ୫-୦ ରେ ପରାଜିତ କରିଛନ୍ତି ।

ରାଜ୍ୟ ଗୋଷ୍ଠୀ କ୍ରୀଡ଼ା ୨୦୨୨: ଭାରତକୁ ଆଉ ୨ ପଦକ
ବର୍ମିଂହାମ: ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ସପ୍ତମ ଦିନରେ ଗୋଟିଏ ସ୍ୱର୍ଣ୍ଣ ଓ ଗୋଟିଏ ରୌପ୍ୟ ପଦକ ହାତେଇଛି । ପୁରୁଷ ହେଭିୱେଟ ପାରା ପାଓ୍ୱାରଲିଫ୍ଟ ଇଭେଣ୍ଟରେ ଭାରତର ସୁଧୀର ସ୍ୱର୍ଣ୍ଣ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି । ସେହିପରି ଆଥଲେଟିକ୍ସର ପୁରୁଷ ବର୍ଗ ଲଙ୍ଗ୍ ଜମ୍ପରେ ରୌପ୍ୟ ଆଣିଛନ୍ତି ଭାରତର ମୁରଲୀ ଶ୍ରୀଶଙ୍କର । ଏଯାବତ ୬ ଟି ସ୍ୱର୍ଣ୍ଣ, ୭ ରୌପ୍ୟ ଓ ୭ ବ୍ରୋଞ୍ଜ ସହ ଭାରତ ୨୦ଟି ପଦକ ହାତେଇବାରେ ସକ୍ଷମ ହେଲାଣି।

ଗତ ରାତିରେ ପ୍ରଥମେ ମୁରଲୀ ଶ୍ରୀଶଙ୍କର ଲଙ୍ଗ ଜମ୍ପ ଇଭେଣ୍ଟରେ ଭାରତ ପାଇଁ ରୌପ୍ୟ ପଦକ ଜିତିଛନ୍ତି। ଫାଇନାଲ ମ୍ୟାଚରେ ମୁରଲୀ ୮.୦୮ ମିଟର ଡିଆଁ ମାରି ଏହି ରାଙ୍କ ହାସଲ କରିଛନ୍ତି । ଚଳିତ କମନୱେଲଥ୍‌ ଗେମ୍ସର ଆଥଲେଟିକ୍ସ ଇଭେଣ୍ଟରେ ଭାରତର ଏହା ଦ୍ୱିତୀୟ ମଡେଲ । ଏହା ପୂର୍ବରୁ ତେଜସ୍ୱିନୀ ଶଙ୍କର ହାଇ ଜମ୍ପରେ ବ୍ରୋଞ୍ଚ ମେଡାଲ ହାସଲ କରିଥିଲେ।

ଏହାର କିଛି ସମୟ ପରେ ହେଭିୱେଟ ପାରା ପାଓ୍ୱାରଲିଫ୍ଟରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ସୁଧୀର । ଦ୍ୱିତୀୟ ପ୍ରୟାସରେ ସୁଧୀର ୨୧୨ କେଜି ଓଜନ ଉଠାଇ ରେକର୍ଡ ୧୩୪.୫ ଅଙ୍କ ହାସଲ କରି ସ୍ୱର୍ଣ୍ଣ ପଦକ ବିଜେତା ଘୋଷିତ ହୋଇଥିଲେ।

ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୨: ଭାରତକୁ ଆଉ ୩ ପଦକ
ବର୍ମିଂହାମ: ଭାରତୀୟ ମହିଳା ଜୁଡୋ ଖେଳାଳି ଲିକ୍‍ମାବାମ ସୁଶୀଳା ଦେବୀ ଚଳିତ ୨୨ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ ପଦକ ହାସଲ କରିଛନ୍ତି। ସୋମବାର ଅନୁଷ୍ଠିତ ୪୮ କେଜି ବର୍ଗ ଫାଇନାଲ ମୁକାବିଲାରେ ସେ ଦକ୍ଷିଣ ଆଫ୍ରିକାର ମାଇକେଲା ହ୍ୱାଇଟବୁଇଙ୍କଠାରୁ ପରାସ୍ତ ହୋଇ ସ୍ୱର୍ଣ୍ଣ ପଦକରୁ ବଞ୍ଚିତ ହୋଇଛନ୍ତି। ଏହାପୂର୍ବରୁ ସେମିଫାଇନାଲରେ ସୁଶୀଳା ମରିସସ୍‍ର ପ୍ରିସ୍‍କିଲା ମୋରାଣ୍ଡାଙ୍କୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲେ। ଏଥିପୂର୍ବରୁ ସକାଳେ ଅନୁଷ୍ଠିତ ସେମିଫାଇନାଲରେ ସୁଶୀଳା ମରିସସ୍‍ର ପ୍ରିସିଲା ମୋରଣ୍ଡଙ୍କୁ ପରାସ୍ତ କରିଥିଲେ। ଉତ୍ତରପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ଜନ୍ମିତ ୨୭ ବର୍ଷୀୟା ସୁଶୀଳା ପୂର୍ବରୁ ୨୦୧୪ ଗ୍ଲାସ୍‍ଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଏହି ବର୍ଗରେ ମଧ୍ୟ ରୌପ୍ୟ ପଦକ ହାସଲ କରିଥିଲେ।

ହରଜିନ୍ଦର ଦେଲେ ୯ମ ପଦକ

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ପାଇଁ ୯ମ ସଫଳତା ଭାରୋତ୍ତୋଳକ ହରଜିନ୍ଦର କୌର ଆଣିଛନ୍ତି। ସୋମବାର ଅନୁଷ୍ଠିତ ମହିଳା ୭୧ କିଗ୍ରା ବିଭାଗରେ ହରଜିନ୍ଦର ୩ୟ ସ୍ଥାନରେ ରହି କାଂସ୍ୟ ପଦକ ଜିତିଛନ୍ତି। ସେ ସ୍ନାଚରେ ୯୩ ଏବଂ କ୍ଲିନ ଆଣ୍ଡ ଜର୍କରେ ୧୧୯ କିଗ୍ରା ଉଠାଇଥିଲେ। ଫଳରେ ମୋଟ୍‍ ଉପରେ ସେ ୨୧୨ କିଗ୍ରା ଉଠାଇଥିଲେ। ଏହି ଇଭେଣ୍ଟରେ ଇଂଲଣ୍ଡର ସାରା ଡାଭିସ୍‍ (୨୯୨ କିଗ୍ରା) ଓ କାନାଡାର ଆଲେକ୍ସ ଅକ୍ସୱର୍ଥ (୨୧୪) ଯଥାକ୍ରମେ ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ବିଜୟୀ ହୋଇଥିଲେ।

ବିଜୟ ଯାଦବଙ୍କୁ କାଂସ୍ୟ

ଜୁଡୋ କ୍ରୀଡ଼ାରେ ଭାରତକୁ ଦ୍ୱିତୀୟ ପଦକ ବିଜୟ କୁମାର ଯାଦବ ଦେଇଛନ୍ତି। ସୋମବାର ପୁରୁଷ ୬୦ କିଗ୍ରା ବିଭାଗରେ ବିଜୟ ଏହି ପଦକ ସଫଳତା ଦେଇଥିଲେ। କାଂସ୍ୟ ପଦକ ମୁକାବିଲାରେ ସେ ସାଇପ୍ରସ୍‍ର ପେଟ୍ରୋସ କ୍ରିଷ୍ଟୋଡୋଉଲିଡେସ୍‍ଙ୍କୁ ପରାସ୍ତ କରିଥିଲେ।

ଏଥିସହ ୩ଟି ଲେଖାଏ ସ୍ୱର୍ଣ୍ଣ ଓ ରୌପ୍ୟ ଏବଂ ୨ଟି କାଂସ୍ୟ ପଦକ ସହ ଭାରତୀୟ ଖେଳାଳିମାନେ ମୋଟ୍‍ ୮ଟି ପଦକ ହାସଲ କରିଛି। ଭାରୋତ୍ତୋଳନରେ ମୀରାବାଇ ଚାନୁ, ଜେରେମି ଲାଲା ରୁନିଙ୍ଗା ଓ ଅଚିନ୍ତ ଶିଉଳି ସ୍ୱର୍ଣ୍ଣିମ ସଫଳତା ହାସଲ କରିଥିଲେ। ସେହିପରି ସୁଶୀଳା, ସଙ୍କେତ ସର୍ଗର ଓ ବିନ୍ଦ୍ୟାରାଣୀ ଦେବୀଙ୍କୁ ରୌପ୍ୟ ପଦକ ମିଳିଥିବା ବେଳେ ବିଜୟ ଓ ଗୁରୁରାଜ ପୂଜାରୀ କାଂସ୍ୟ ପଦକ ହାସଲ କରିଥିଲେ। ମହିଳା-୪ ଲନ୍‍ ବାଉନ୍ସ ଟିମ୍‍ ଫାଇନାଲରେ ପ୍ରବେଶ କରି ଆଉଏକ ରୌପ୍ୟ ପଦକ ଜିତିବା ସ୍ପଷ୍ଟ କରିଛନ୍ତି।

ରାଜ୍ଯଗୋଷ୍ଠୀ କ୍ରୀଡ଼ା ୨୦୨୨: ଭାରତକୁ ଭାରୋତ୍ତୋଳନରେ ପୁଣି ସଫଳତା, ଅଚିନ୍ତା ଶୁଳି ୭୩ କିଗ୍ରା ବର୍ଗରେ ଜିିତିଲେ ସ୍ବର୍ଣ୍ଣ
ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଆଉ ଏକ ସ୍ୱର୍ଣ୍ଣପଦକ ହାସଲ କରିଛି ଭାରତ । ଭାରୋତ୍ତଳନରେ ମିଳିଛି ଭାରତକୁ ପୁଣି ଆଉ ଏକ ସଫଳତା। ୭୩ କିଲୋଗ୍ରାମ ବର୍ଗରେ ଅଚିନ୍ତା ଶୁଳି ଏହି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ଏହାସହ ରାଜ୍ୟଗୋଷ୍ଠୀ କ୍ରୀ଼ଡାରେ ଭାରୋତ୍ତୋଳନରେ ସବୁଠାରୁ ଅଧିକ ପଦକ ହାସଲ କରିଥିବା ଦେଶ ମଧ୍ୟରେ ସାମିଲ ହୋଇପାରିଛି ଭାରତ ।

ଅଚିନ୍ତା ସ୍ନାଚରେ ୧୪୩ କେଜି ଓଜନ ଉଠାଇ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରେକର୍ଡ କରିଛନ୍ତି । ସେ କ୍ଲିନ୍ ଏଣ୍ଡ୍ ଜର୍କର ପ୍ରଥମ ଉଦ୍ୟମରେ ୧୬୬ କେଜି ଓଜନ ଉଠାଇଥିଲେ । ଦ୍ୱିତୀୟ ପ୍ରୟାସରେ ଫେଲ୍ ମାରିଥିଲେ ମଧ୍ୟ ତୃତୀୟ ପ୍ରୟାସରେ ୧୭୦ କେଜି ଉଠାଇବାରେ ସକ୍ଷମ ହୋଇଥିଲେ। ଫଳରେ ମୋଟ ୩୧୩ କେଜି ଓଜନ ଉଠାଇ ଏହି ମେଡାଲ ହାସଲ କରିବାରେ ସଫଳ ହୋଇଛନ୍ତି ଅଚିନ୍ତା ଶୁଳି।

ଏଥିସହ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାତର  ପଦକ ସଂଖ୍ଯା ୬କୁ ବୃଦ୍ଧି ପାଇଛି। ଏହି ସମସ୍ତ ୬ଟି ମେଡାଲ ଭାରୋତ୍ତଳନରେ ହିଁ ମିଳିଛି । ଅଚିନ୍ତା ଶୂଳିଙ୍କ ପୂର୍ବରୁ ମୀରାବାଇ ଚାନୁ ଏବଂ ଜେରେମି ଲାଲରିନୁଂଗା ଭାରୋତ୍ତୋଳନରେ ଦେଶ ପାଇ ସ୍ୱର୍ଣ୍ଣ ଜିତିଛନ୍ତି । ସଂକେତ ମହାଦେବ ସରଗର ଏବଂ ବିନ୍ଦିଆଦେବୀ ରାଣୀ ରୌପ୍ୟ ପଦକ ଜିତିଛନ୍ତି । ଗୁରୁରାଜ ପୂଜାରୀ ବ୍ରୋଞ୍ଚ ପଦକ ହାସଲ କରିଛନ୍ତି । ଭାରତକୁ ଚଳିତ ବର୍ଷ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ୩ଟି ସ୍ୱର୍ଣ୍ଣ, ୨ଟି ରୌପ୍ୟ ଏବଂ ଗୋଟିଏ ବ୍ରୋଞ୍ଚ ପଦକ ମିଳିଛି ।

ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨: ମହିଳା କ୍ରିକେଟରେ ପାକିସ୍ତାନ ବିପକ୍ଷରେ ଭାରତର ଦମଦାର୍ ବିଜୟ
ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡାରେ ରବିବାର ମହିଳା ଟି-୨୦ କ୍ରିକେଟ ଭାରତ ସହ ପାକିସ୍ତାନର ମଧ୍ଯରେ ଖେଳା ଯାଇଥିଲା। ଏହି ମ୍ଯାଚରେ ଭାରତ ୨ ୱିକେଟ ହରାଇ ପାକିସ୍ତାନ ଠାରୁ ଜିତି ନେଇଛି। ଭାରତ ପକ୍ଷରୁ ସ୍ମ୍ରିତି ମାନ୍ଧାନା ୪୨ ବଲରେ ୬୩ ରନ୍ କରି ଅପରାଜିତ ରହି ଭାରତକୁ ବିଜୟ କରାଇଥିଲେ।

ପାକିସ୍ତାନ ପ୍ରଥମେ ଟସ୍ ଜିତି ବ୍ୟାଟିଂ କରିଥିଲା । ବର୍ଷା କାରଣରୁ ୨୦ ଓଭର ପରିବର୍ତ୍ତେ ୧୮ ଓଭର ଖେଳ ହୋଇଥିଲା । ନିର୍ଦ୍ଧାରିତ ୧୮ ଓଭରରେ ପାକିସ୍ତାନ ନିଜର ସମସ୍ତ ୱିକେଟ୍ ହରାଇ ୯୯ ରନ୍ ସଂଗ୍ରହ କରିଥିଲା। ଭାରତ ୧୦୨ ରନ କରି ମ୍ଯାଚକୁ ସହଜରେ ଜିତି ନେଇଛି।

ଭାରତ ପକ୍ଷରୁ ଶେଫାଳି ବର୍ମା ୧୬ରନ କରି ଆଉଟ ହୋଇଥିବେ ବେଳେ ସାଭିନେନି ମେଘନା ୧୪ ରନ କରି ଆଉଟ ହୋଇଥିଲେ। ଅନ୍ଯପଟେ ସ୍ମ୍ରିତି ମାନ୍ଧାନା ୪୨ ବଲରେ ୬୩ ରନ୍ କରି ଅପରାଜିତ ରହିଥିବା ବେଳେ ଯେମିମାହ ୩ ବଲରେ ୨ ରନ କରି ଅପରାଜିତ ରହିଥିଲେ।