Commonwealth Games 2022 - The Sakala
ରାଜ୍ୟଗୋଷ୍ଠୀ କ୍ରୀଡ଼ାରୁ ଭାରତର ସ୍ୱର୍ଣ୍ଣିମ ବିଦାୟ; ୨୨ ସ୍ୱର୍ଣ୍ଣ ସହ ୬୧ ପଦକ ଜିତି ତାଲିକାର ଚତୁର୍ଥ ସ୍ଥାନରେ ଭାରତ
ବର୍ମିଂହାମ୍‍: ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଆଉ ଏକ ସଂସ୍କରଣ ସଫଳତାର ସହ ଶେଷ ହୋଇଛି। ଏହି କ୍ରୀଡ଼ାରେ ଅଂଶଗ୍ରହଣ କରି ଭାରତ ୨୨ ସ୍ୱର୍ଣ୍ଣ ସହ ୬୧ଟି ପଦକ ଜିତି ତାଲିକାରେ ଚତୁର୍ଥ ସ୍ଥାନରେ ରହିଛି। ଏହା ମଧ୍ୟରେ ରହିଛି ୧୬ ରୌପ୍ୟ ଓ ୨୩ କାଂସ୍ୟ ପଦକ। ୭୨ଟି ଦେଶକୁ ନେଇ ଆୟୋଜିତ ହୋଇଥିବା ଏହି ମେଗା ଇଭେଣ୍ଟରେ ଭାରତ ପଦକ ତାଲିକାରେ ଚତୁର୍ଥ ସ୍ଥାନ ଅଧିକାର କରିଛି। ୪ ବର୍ଷ ପୂର୍ବେ ଅଷ୍ଟ୍ରେଲିଆର ଗୋଲ୍ଡକୋଷ୍ଟଠାରେ ଅନୁଷ୍ଠିତ ୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ୨୬ ସ୍ୱର୍ଣ୍ଣ, ୨୦ ରୌପ୍ୟ, ୨୦ କାଂସ୍ୟ ସହ ମୋଟ ୬୬ଟି ପଦକ ଜିତି ତୃତୀୟ ସ୍ଥାନରେ ରହିଥିଲା। ଏହା ସତ୍ତ୍ବେ ଭାରତ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଉନ୍ନତ ଖେଳ ପ୍ରଦର୍ଶନ କରିବାରେ ସମର୍ଥ ହୋଇଛି। ଏହାର ମୁଖ୍ୟ କାରଣ ହେଲା ବର୍ମିଂହାମ୍‍ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସୁଟିଂକୁ ସାମିଲ କରାଯାଇନାହିଁ। ଗତ କିଛିବର୍ଷ ହେଲା ଭାରତୀୟ ସୁଟରମାନେ ଅଲିମ୍ପିକ୍ସକୁ
ଛାଡ଼ିଦେଲେ ଅନ୍ୟ ସବୁ ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ କରିଛି। ଭାରତ ଜିତୁଥିବା ପଦକର ୨୫ ଶତକଡ଼ା କେବଳ ସୁଟିଂରୁ ଆସିଥାଏ। ଏହି ଇଭେଣ୍ଟକୁ ବାଦ୍‍ ଦେଇ ଭାରତର ପ୍ରଦର୍ଶନ ଉଚ୍ଚକୋଟୀର ହୋଇଛି। ଏହି ପ୍ରତିଯୋଗିତାରେ ଭାରୋତ୍ତୋଳନାକାରୀ ମୀରାବାଇ ଚାନୁ ପ୍ରଥମ ଏବଂ ଟିଟି ଖେଳାଳି ଶରତ କମଲ ୨୨ତମ ତଥା ଶେଷ ସ୍ୱର୍ଣ୍ଣ ପଦକ ବିଜୟୀ ହୋଇଥିଲେ। ଶେଷ ଦିନରେ ୪ଟି ସ୍ୱର୍ଣ୍ଣ ପଦକ ମିଳିବା ଫଳରେ ଭାରତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରୁ ସ୍ୱର୍ଣ୍ଣିମ ବିଦାୟ ନେଇଛି।
ଜୁଲାଇ ୨୮ରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତାରେ ୧୬ଟି ସ୍ପୋର୍ଟ୍ସରେ ୨୧୦ ଜଣ ଭାରତୀୟ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଏହା ମଧ୍ୟରୁ କୁସ୍ତି ବା ରେସଲିଂରେ ସର୍ବାଧିକ ୬ଟି ସ୍ୱର୍ଣ୍ଣ ସହ ୧୨ଟି ପଦକ ବିଜୟୀ ହୋଇଛି। ଏହା ବ୍ୟତୀତ ଟିଟିରେ ୪ଟି, ବ୍ୟାଡମିଣ୍ଟନ, ବକ୍ସିଂ ଓ ଭାରୋତ୍ତୋଳନରେ ୩ଟି ଲେଖାଏଁ ସ୍ୱର୍ଣ୍ଣ ପଦକ ହାସଲ କରିଛି। ଆଥଲେଟିକ୍ସରେ ଭାରତକୁ ପ୍ରଥମଥର ଟ୍ରିପଲ ଜମ୍ପରେ ଏଲ୍ଡହସ୍‍ ପଲ ସ୍ୱର୍ଣ୍ଣ ଓ ଅବଦୁଲ୍ଳା ଅବୁବାକର ରୌପ୍ୟ ପଦକ ଜିତି ଇତିହାସ ସୃଷ୍ଟି କରିଥିଲେ।
ଭାରତ ପକ୍ଷରୁ ୪୦ ବର୍ଷୀୟ ଟିଟି ଖେଳାଳି ଶରତ କମଲ ବ୍ୟକ୍ତିଗତଭାବେ ୩ଟି ସ୍ୱର୍ଣ୍ଣ ସହ ୪ଟି ପଦକ ଜିତିବାରେ ସମର୍ଥ ହୋଇଛନ୍ତି। ପିଭି ସିନ୍ଧୁ, ଲକ୍ଷ୍ୟ ସେନ୍‍ ବ୍ୟାଡମିଣ୍ଟନରେ, ମୀରବାଇ ଚାନୁ ଭାରୋତ୍ତୋଳନରେ, ବଜରଙ୍ଗ ପୁନିଆ, ରବିକୁମାର ଦହିଆ କୁସ୍ତିରେ, ଅମିତ ପଙ୍ଘାଲ ବକ୍ସିଂରେ ସ୍ୱର୍ଣ୍ଣ ପଦକ ଜିତି ନିଜ ମାନ୍ୟତା ଅନୁଯାୟୀ ପ୍ରଦର୍ଶନ କରିଥିଲେ। କିନ୍ତୁ ହକି ଓ କ୍ରିକେଟରେ ଭାରତ ଶକ୍ତିଶାଳୀ ଦେଶ ହୋଇଥିଲେ ମଧ୍ୟ ସ୍ୱର୍ଣ୍ଣ ପଦକ ଜିତିବାରେ ସମର୍ଥ ହୋଇ ନଥିଲା। ଫଳରେ ସମର୍ଥକଙ୍କୁ ନିରାଶ ହେବାକୁ ପଡ଼ିଥିଲା। ଅଲିମ୍ପିକ୍‍ ପଦକ ବିଜେତା ଲଭଲିନା ବୋରୋଗୋହାଇଁଙ୍କ ବିଫଳତା, ଅଲିମ୍ପିକ ସ୍ୱର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରା ଶେଷ ମୁହୂର୍ତ୍ତରେ ଓହରିଯିବା ଭାରତକୁ ନିରାଶ କରିଥିଲା। ଲନ୍‍ ବୋଲ୍ସରେ ଭାରତ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ସୃଷ୍ଟି କରିଥିଲା। ମୋଟାମୋଟି ଭାବେ ଭାରତ ଏହି ପ୍ରତିଯୋଗିତାରେ ଉନ୍ନତ ପ୍ରଦର୍ଶନ କରିଛି ବୋଲି ପରିସଂଖ୍ୟାନରୁ ଜଣାଯାଏ। ଏହି ପ୍ରତିଯୋଗିତାରେ ଓଡ଼ିଶାରୁ ୪ ଜଣ ଅଂଶଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରୁ ଦଳଗତ ଖେଳ ମହିଳା ହକିରେ ଦୀପ୍‍ଗ୍ରେସ୍‍ ଏକ୍କା ଓ ପୁରୁଷ ହକିରେ ଅମିତ ରୋହିଦାସ ଯଥାକ୍ରମେ କାଂସ୍ୟ ଓ ରୌପ୍ୟ ପଦକ ବିଜୟୀ ହୋଇଛନ୍ତି।
ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୨ : ବ୍ୟାଡମିଣ୍ଟନ ଡବଲ୍ସରେ ସାତ୍ୱିକ-ଚିରାଗଙ୍କୁ ସ୍ୱର୍ଣ୍ଣ, ଟିଟିରେ ଅଚନ୍ତା ଜିତିଲେ ସ୍ୱର୍ଣ୍ଣ
ବର୍ମିଂହାମ:  ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଶେଷ ଦିନରେ ଭାରତକୁ ସ୍ୱର୍ଣ୍ଣ ବର୍ଷା ହେଉଛି। ଶେଷ ଦିନରେ କମାଲ କରିଛନ୍ତି ଭାରତୀୟ ଖେଳାଳି। ଆଜି ଦେଶ ପାଇଁ ଭାରତୀୟ ଖେଳାଳି ଜିତିଛନ୍ତି ୪ଟି ସ୍ୱର୍ଣ୍ଣ ପଦକ। ସେଥିରୁ କେବଳ ୩ଟି ଆସିଛି ବ୍ୟାଡ଼ମିଣ୍ଟନରୁ। ପ୍ରଥମେ ବ୍ୟାଡମିଣ୍ଟନ ମହିଳା ସିଙ୍ଗଲ୍ସରେ ପିଭି ସିନ୍ଧୁ ସ୍ୱର୍ଣ୍ଣ ପଦକ ଜିତିଲେ। ତାଙ୍କ ପରେ ପୁରୁଷ ସିଙ୍ଗିଲ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିଲେ ଲକ୍ଷ୍ୟ ସେନ୍‌। ଆଉ ଏହା ପରେ ପୁରୁଷ ଡବଲ୍ସରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ସାତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟୀ ଯୋଡ଼ି। ଏହା ସହିତ ପ୍ରଥମ ଥର ପାଇଁ ଗୋଟିଏ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ବ୍ୟାଡମିଣ୍ଟନରେ ତିନିଟି ସ୍ୱର୍ଣ୍ଣ ପଦକ ଜିତିଛି। ସେହିପରି ଆଜି ଅନ୍ୟ ଏକ ସ୍ୱର୍ଣ୍ଣ ପଦକ ଆସିଛି ଟେବୁଲ୍ ଟେନିସ୍‌ରୁ। ଏହାକୁ ଜିତିଛନ୍ତି ଦେଶର ଖେଳାଳି ଅଚନ୍ତା ଶରତ କମଳ।
ବ୍ୟାଡ଼ମିଣ୍ଟନ ପୁରୁଷ ଡବଲ୍ସରେ  ସାତ୍ୱିକ ଓ ଚିରାଗଙ୍କ ଯୋଡି ଫାଇନାଲରେ ଇଂଲଣ୍ଡର ଲେନ ବେନ ଓ ସିନ ମେଣ୍ଡିଙ୍କୁ ୨୧-୧୫, ୨୧-୧୩ରେ ମାତ ଦେଇଥିଲେ । ସାତ୍ୱିକ ଓ ଚିରାଗଙ୍କ ଯୋଡି ସେମିଫାଇନାଲରେ ମାଲେସିୟାର ଚେନ ପେଙ୍ଗ ସୁନ ଓ ଟେନ କିୟାନ ମେଙ୍ଗଙ୍କୁ ହରାଇ ଫାଇନାଲ ଟିକେଟ ହାତେଇଥିଲେ ।ଏହା ସହିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ବ୍ୟାଡମିଣ୍ଟନରେ ପୁରୁଷ ଡବଲ୍ସରେ ଦେଶ ପ୍ରଥମ ଥର ପାଇଁ ସ୍ୱର୍ଣ୍ଣ ପଦକ ପାଇଛି। ୪୫ ମିନିଟ୍ ପର୍ୟ୍ୟନ୍ତ ଏହି ମୁକାବିଲା ଚାଲିଥିଲା। ଏଥିରେ ସାତ୍ୱିକସାଇରାଜ ଓ ଚିରାଗ ଦମ୍‌ଦାର ପ୍ରଦର୍ଶନ କରିଥିଲେ।
ଅନ୍ୟପକ୍ଷରେ ଟେବୁଲ ଟେନିସ୍‌ ପୁରୁଷ ଏକକ ବର୍ଗରେ ଭାରତର ୪୦ ବର୍ଷୀୟ ଅଚନ୍ତା ଶରତ କମଳ ଇଂଲଣ୍ଡର ଲିୟାମ ପିଚଫୋର୍ଡଙ୍କଠାରୁ ୧୧-୧୩, ୧୧-୭, ୧୧-୨ ଓ ୧୧-୭ରେ ଜିତିଥିଲେ।ଏବେ ଯାଏଁ ଭାରତ ୬୦ ପଦକ ପାଇ ସାରିଲାଣି । ସେଥିରେ ୨୨ଟି ସ୍ୱର୍ଣ୍ଣ, ୧୫ଟି ରୌପ୍ୟ ଓ ୨୩ଟି ବ୍ରୋଞ୍ଜ ପଦକ ରହିଛି । ଆଜି ଗୋଟିଏ ଦିନରେ ଭାରତ ମୋଟ ୪ଟି ସ୍ୱର୍ଣ୍ଣ ପଦକ ହାସଲ କରିଛି । ଏହାସହ ଟେବୁଲ ତାଲିକାରେ ଭାରତ ଏବେ ଚତୁର୍ଥ ସ୍ଥାନରେ ରହିଛି ।
ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ରେ ଭାରତକୁ ଆଉ ଦୁଇ ପଦକ ମିଳିଛି। ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତୀୟ ଭାରୋତ୍ତୋଳନକାରୀଙ୍କ କମାଲ ପରେ ଏବେ ଚମକିଛନ୍ତି କୁସ୍ତି ଯୋଦ୍ଧା। ଆଜି ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତକୁ ମିଳିଛି ସପ୍ତମ ସ୍ଵର୍ଣ୍ଣ। ତାରକା କୁସ୍ତି ଖେଳାଳି ବଜରଙ୍ଗ ପୁନିଆ ଭାରତକୁ ଏହି ସ୍ଵର୍ଣ୍ଣ ପଦକ ଜିତାଇଛନ୍ତି। ୬୫ କେଜି ବର୍ଗ କୁସ୍ତିରେ ବଜରଙ୍ଗ ଏହି ସଫଳତା ହାସଲ କରିଛନ୍ତି। ଏଥି ସହିତ ମହିଳା ୫୭ କେଜି ଫ୍ରିଷ୍ଟାଇଲ କୁସ୍ତିରେ ଭାରତର ଅଂଶୁ ମଲିକ ରୌପ୍ୟ ପଦକ ଜିତିଛନ୍ତି। ସେମି ଫାଇନାଲରେ ମାତ୍ର ୬୪ ସେକେଣ୍ଡରେ ମ୍ୟାଚ୍ ଶେଷ କରିଥିବା ଅଂଶୁ ଫାଇନାଲରେ ହାରି ଯାଇଛନ୍ତି। ସେ ଫାଇନାଲରେ ହାରିବାରୁ ରୌପ୍ୟରେ ସନ୍ତୁଷ୍ଟ ହୋଇଛନ୍ତି।
HATTRICK FOR BAJRANG AT CWG 🔥🔥🔥
Tokyo Olympics 🥉medalist, 3 time World C’ships medalist @BajrangPunia is on winning streak 🔥🔥 to bag his 3rd consecutive medal at #CommonwealthGames 🥇 🥇🥈
Utter dominance by Bajrang (M-65kg) to win 🥇 #Cheer4India #India4CWG2022
1/1 pic.twitter.com/MmWqoV6jMw
— SAI Media (@Media_SAI) August 5, 2022
ଭାରତର ତାରକା କୁସ୍ତି ଖେଳାଳି ବଜରଙ୍ଗ ପୁନିଆ ଫାଇନାଲରେ ସେ କାନାଡାର ଲଛଲନ ମ୍ୟାକଗିଲଙ୍କୁ ହରାଇ କ୍ରମାଗତ ଦ୍ଵିତୀୟ ରାଜ୍ୟଗୋଷ୍ଠୀ କ୍ରୀଡାରେ ସ୍ଵର୍ଣ୍ଣ ପଦକ ଜିତିଛନ୍ତି। ଟୋକିଓ ଅଲିମ୍ପିକର କାଂସ୍ୟ ପଦକ ବିଜେତା ବଜରଙ୍ଗ ଇଂଲଣ୍ଡର ଜର୍ଜ ରାମକୁ ୧୦-୦ରେ ହରାଇ ସହଜ ବିଜୟ ସହ ସେମି ଫାଇନାଲରେ ପ୍ରବେଶ କରିଥିଲେ। ଏହା ପୂର୍ବରୁ ଡିଫେଣ୍ଡିଂ ଚାମ୍ପିଅନ ବଜରଙ୍ଗ ପୁରୁଷ କୁସ୍ତିର ୬୫ କେଜି ବର୍ଗରେ ମରିସସର ଜିନ ଗୁଲିୟାନେ ଜୋରିସ ବାଣ୍ଡୋଉଙ୍କୁ ମାତ୍ର ଏକ ମିନିଟ୍‌ରେ ୬-୦ରେ ମାତ୍ ଦେଇ ସେମି ଫାଇନାଲରେ ପହଞ୍ଚିଥିଲେ। ତାଙ୍କୁ ସେମି ଫାଇନାଲରେ ପହଞ୍ଚିବା ପାଇଁ ଦୁଇ ମିନିଟ୍‌ରୁ କମ ସମୟ ଲାଗିଥିଲା। ସେ ଲିଗ୍ ପର୍ୟ୍ୟାୟରେ ନାଉରୁର ଲୋବେ ବିଙ୍ଘମଙ୍କୁ ତଳେ ପକାଇ ୪-୦ରେ ସହଜ ବିଜୟ ହାସଲ କରିଥିଲେ। ବଜରଙ୍ଗ ଗୋଟିଏ ମିନିଟ୍‌ରେ ନିଜର ପ୍ରତିଦ୍ଵନ୍ଦ୍ଵୀଙ୍କ ଚାଲ୍‌କୁ ବୁଝି ନେଇଥିଲେ। ଅଚାନକ ବିଙ୍ଘମକୁ ତଳେ ପକାଇ ମୁକାବିଲା ଶେଷ କରିଥିଲେ।
🥈 FOR BIRTHDAY GIRL 🥳🥳
World C’ships Silver Medalist @OLyAnshu (W-57kg) 🤼‍♀️ displayed sheer dominance on the mat to win a 🥈 on her debut at #CommonwealthGames
Making her way to the FINAL with back to back technical superiority wins, Anshu has left wrestling fans in awe 🤩🤩 pic.twitter.com/EISsZixCyD
— SAI Media (@Media_SAI) August 5, 2022
ମହିଳା ୫୭ କେଜି ଫ୍ରିଷ୍ଟାଇଲ କୁସ୍ତିରେ ଭାରତର ଅଂଶୁ ମଲିକ ରୌପ୍ୟ ପଦକ ଜିତିଛନ୍ତି। ସେମି ଫାଇନାଲରେ ମାତ୍ର ୬୪ ସେକେଣ୍ଡରେ ମ୍ୟାଚ୍ ଶେଷ କରିଥିବା ଅଂଶୁ ଫାଇନାଲରେ ହାରି ଯାଇଛନ୍ତି।ଫାଇନାଲରେ ଅଂଶଙ୍କୁ ମୁକାବିଲା ଡିଫେଣ୍ଡିଂ ଚାମ୍ପିୟନ ନାଇଜେରିଆର ଓଡୁନୋୟା ଫୋଲାସାଡେଙ୍କ ସହ ହୋଇଥିଲା। ଆରମ୍ଭରୁ ହିଁ ଓଡୁନୋୟା ୪ ପଏଣ୍ଟ ନେଇ ଅଂଶଙ୍କୁ ବ୍ୟାକଫୁଟକୁ ଠେଲି ଦେଇଥିଲେ। ଏହାପରେ ଅଂଶୁ ଆଟାକିଂ ଖେଳିଥିଲେ। ହେଲେ ସେ ତ୍ରୁଟି କରିବାରୁ ଓଡୁନୋୟାଙ୍କୁ ଆଉ ୨ ପଏଣ୍ଟ ମିଳିଥିଲା। ଶେଷ ମିନିଟରେ ଅଂଶୁ ୪ ପଏଣ୍ଟ ହାସଲ କରିଥିଲେ ମଧ୍ୟ ମ୍ୟାଚ୍‌ ଜିତିବାକୁ ଏହା ସକ୍ଷମ ହୋଇଥିଲା। ଶେଷରେ ଅଂଶୁ ସ୍ୱର୍ଣ୍ଣ ପଦକ ମ୍ୟାଚ୍‌କୁ ୪-୬ରେ ହାରି ଯାଇଛନ୍ତି। ଓଡୁନୋୟଙ୍କ ଏହା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ କ୍ରମାଗତ ତୃତୀୟ ସ୍ୱର୍ଣ୍ଣ। ସେ ୨୦୧୪ ଓ ୨୦୧୮ରେ ସ୍ୱର୍ଣ୍ଣ ଜିତିଥିଲେ।
ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ଆଉ ଦୁଇ ପଦକ : ଟେବୁଲ ଟେନିସରେ ସ୍ୱର୍ଣ୍ଣ, ଭାରତ୍ତୋଳନରେ ବିକାଶ ଠାକୁରଙ୍କୁ ରୌପ୍ୟ
ବର୍ମିଂହାମ : ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ରେ ଭାରତକୁ ଆଉ ଦୁଇ ପଦକ। ପୁରୁଷ ଟେବୁଲ ଟେନିସ ଟିମ୍‌ ସିଙ୍ଗାପୁରକୁ ହରାଇ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ୯୬ କିଲୋ ଭାରତ୍ତୋଳନରେ ବିକାଶ ଠାକୁରଙ୍କୁ ରୌପ୍ୟ ପଦକ ମିଳିଛି । ଏହା ସହ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ପଦକ ସଂଖ୍ୟା ୧୨କୁ ବୃଦ୍ଧି ପାଇଛି। ଏଥିରେ ୫ ସ୍ୱର୍ଣ୍ଣ, ୪ ଟି ରୌପ୍ୟ ଓ ୩ ବ୍ରୋଞ୍ଜ ପଦକ ରହିଛି।
ଭାରତୀୟ ପୁରୁଷ ଦଳ ଟେବୁଲ୍ ଟେନିସରେ ଚମତ୍କାର ପ୍ରଦର୍ଶନ କରି ସ୍ଵର୍ଣ୍ଣ ପଦକ ହାସଲ କରିଛି। ଫାଇନାଲ୍ ମୁକାବିଲାରେ ଭାରତ ସିଙ୍ଗାପୁରକୁ ୩-୧ରେ ହରାଇ ଏହି ସଫଳତା ପାଇଛି। ଭାରତପକ୍ଷରୁ ହରମୀତ ଦେଶାଇ ଏବଂ ଜି ସାଥିୟାନ ଡବଲ୍ସ ମ୍ୟାଚ୍ ଜିତି ଭାରତକୁ ଦମଦାର ଆରମ୍ଭ ଦେଇଛନ୍ତି। ଦୁଇ ଖେଳାଳି ନିଜ ନିଜ ମୁକାବିଲା ଜିତି ଭାରତକୁ ସ୍ଵର୍ଣ୍ଣ ପଦକ ଜିତାଇଛନ୍ତି।
3⃣rd GOLD FOR MEN'S TEAM 🏓🏓 at #CommonwealthGames 🔥🔥🔥#TeamIndia🇮🇳 defeat Team Singapore 🇸🇬 3️⃣-1️⃣ in the FINAL, defending their 2018 CWG 🥇
Bringing home 1️⃣1️⃣th Medal for India at @birminghamcg22
Superb Champions!!#Cheer4India#India4CWG2022
1/1 pic.twitter.com/MgIcBmMl2o
— SAI Media (@Media_SAI) August 2, 2022
ଆଜିର ସ୍ୱର୍ଣ୍ଣ ଲଢ଼େଇର ପ୍ରଥମ ଟାଇରେ ହରମିତ ଦେଶାଇ ଓ ସାଥିୟାନ ଗଣଶେଖରନଙ୍କ ଯୋଡ଼ି ୩-୦ରେ ସିଙ୍ଗାପୁରର ୟୋଙ୍ଗ ଇଜାକ କ୍ୟୁ ଓ ୱା ପାଙ୍ଗଙ୍କୁ ହରାଇଥିଲେ। ତେବେ ଦ୍ୱିତୀୟ ଟାଇରେ ଅଭିଜ୍ଞ ଶରତ କମଲ ୩-୧ ସେଟରେ ହାରି ଯାଇଥିଲେ। ଫଳରେ ସ୍ଥିତି ୧-୧ରେ ବରାବର ହୋଇ ଯାଇଥିଲେ।ଏହାପରେ ସାଥିୟାନ ନିଜର ଏକକ ବର୍ଗରେ ଦମଦାର ପ୍ରଦର୍ଶନ କରି ୩-୧ରେ ଟାଇକୁ ଜିତି ପୁଣି ଭାରତକୁ ଆଗୁଆ କରି ଦେଇଥିଲେ। ୪ର୍ଥ ଟାଇରେ ଦେଶାଇଙ୍କ ମୁକାବିଲା ଶରତ କମଲଙ୍କୁ ହରାଇଥିବା ଝେ ଚେୱିଙ୍କ ସହ ହୋଇଥିଲା। କିନ୍ତୁ ଦେଶାଇ ନିଜର ଜଲୱା ଦେଖାଇ ତାଙ୍କୁ ୩-୦ରେ ପରାସ୍ତ କରି ଦେଇଥିଲେ। ଏଥିସହ ଆଉ ଗୋଟିଏ ଟାଇ ପୂର୍ବରୁ ହିଁ ଭାରତୀୟ ଟିମ୍‌ ସ୍ୱର୍ଣ୍ଣ ପଦକୁ କବଜା କରି ନେଇଥିଲା।
1️⃣2️⃣th 🏅 FOR INDIA 🇮🇳 🥳@thakur671 wins his 3rd Consecutive medal 🥈🥉🥈 at #CommonwealthGames 🔥 🔥
Vikas clinched 🥈 in Men's 96kg Final with a total lift of 346Kg 🏋‍♂️ at #B2022
Snatch- 155kg
C&J- 191kg
With this #TeamIndia🇮🇳 wins its 8️⃣th Medal in 🏋‍♀️ 💪#Cheer4India pic.twitter.com/eSuHjBRoPF
— SAI Media (@Media_SAI) August 2, 2022
ସେହିପରି ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତକୁ ଭାରତ୍ତୋଳନେର ଆଉ ଗୋଟିଏ ସଫଳତା ପାଇଛି । ୯୬ କିଲୋ ଭାରତ୍ତୋଳନରେ ବିକାଶ ଠାକୁରଙ୍କୁ ରୌପ୍ୟ ପଦକ ମିଳିଛି । ୩୪୬ କେଜି ଭାର ଉଠାଇ ସେ ଦେଶ ପାଇଁ ପଦକ ହାସଲ କରିଛନ୍ତି । ସ୍ନାଚରେ ସେ ୧୫୫ କିଲୋ ଭାର ଉଠାଇଥିବା ବେଳେ କ୍ଲିନ ଆଣ୍ଡ ଜର୍କରେ ୧୯୧ କେଜି ଭାର ଉଠାଇଥିଲେ ।
ରାଜ୍ଯଗୋଷ୍ଠୀ କ୍ରୀଡ଼ା ୨୦୨୨: ଭାରତକୁ ଭାରୋତ୍ତୋଳନରେ ପୁଣି ସଫଳତା, ଜେରେମି ଲାଲନିରୁଙ୍ଗା ୬୭ କିଗ୍ରା ବର୍ଗରେ ଜିିତିଲେ ସ୍ବର୍ଣ୍ଣ
ଭୁବନେଶ୍ବର: ରାଜ୍ଯଗୋଷ୍ଠୀ କ୍ରୀଡ଼ାରେ ଭାରତ ଆଉ ଏକ ସ୍ବର୍ଣ୍ଣ ପଦକ ହସଲ କରିଛି। ଭାରୋତ୍ତୋଳକ ଜେରେମି ଲାଲରିନୁଙ୍ଗା ଏହି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ୬୭ କିଗ୍ରା ବର୍ଗରେ ଏହି ସଫଳତା ତାଙ୍କୁ ମିଳିଛି। ସ୍ନାଚରେ ୧୪୦, କ୍ଲିନ ଓ ଜର୍କରେ  ୧୬୦ କେଜି ଉଠାଇଛନ୍ତି ଜେରେମି। ଅର୍ଥାତ ସେ ରେକର୍ଡ ପ୍ରତିଷ୍ଠା କରି ମୋଟ୍ ୩୦୦ କିଲୋ ଓଜନ ଉଠାଇ ସ୍ଵର୍ଣ୍ଣ ପଦକ ଜିତିଛନ୍ତି। ଏଥିସହ ଭାରତର ମୋଟ ପଦକ ସଂଖ୍ଯା ୫କୁ ବୃଦ୍ଧି ହୋଇଛି।
ସୂଚନା ଅନୁଯାୟୀ, ଟୋକିଓ ଅଲିମ୍ପିକର ରୌପ୍ୟ ପଦକ ବିଜେତା ମୀରାବାଇ ଚାନୁ ୪୯ କିଲୋ ଭାର ବର୍ଗରେ ସ୍ଵର୍ଣ୍ଣ ପଦକ ଜିତିଛନ୍ତି। ସେହିପରି ସଙ୍କେତ ମହାଦେବ ପୁରୁଷ ୫୫ କିଲୋ ଭାରବର୍ଗ ଏବଂ ବିନ୍ଦିୟାରାମୀ ଦେବୀ ମହିଳା ୫୫ କିଲୋ ଭାର ବର୍ଗରେ ରୌପ୍ୟ ପଦକ ଜିତିଛନ୍ତି। ଏହା ବାଦ୍ ଗୁରୁରାଜା ପୂଜାରୀ ୬୧ କିଲୋ ଭାର ବର୍ଗରେ କାଂସ୍ୟ ପଦକ ଜିତିବାରେ ସଫଳ ହୋଇଥିଲେ।
ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତକୁ ପୁଣି ଏକ ପଦକ, ଭାରୋତ୍ତୋଳନରେ ବ୍ରୋଞ୍ଜ ଜିତିଲେ ଗୁରୁରାଜ ପୂଜାରୀ
ବର୍ମିଂହାମ୍‌: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ଆଉ ଏକ ସଫଳତା । ଭାରୋତ୍ତଳନର ପୁରୁଷ ୬୧ କିଲୋ ବର୍ଗରେ ଗୁରୁରାଜ ପୁଜାରୀ ବ୍ରୋଞ୍ଜ ପଦକ ହାସଲ କରି ଭାରତକୁ ଦ୍ୱିତୀୟ ପଦକ ଦେଇଛନ୍ତି । ଭାରୋତ୍ତଳନରେ ପ୍ରଥମେ ଦେଶକୁ ରୌପ୍ୟ ପଦକ ଭେଟିଦେଇଥିଲେ ସଙ୍କେତ ସରଗର । ବ୍ରୋଞ୍ଜ ଭେଟିଦେଲେ ଗୁରୁରାଜ ପୁଜାରୀ । ଗୁରୁରାଜ ୨୬୯ କିଲୋର ଓଜନ ଉଠାଇ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ପୂଜାରୀ ପ୍ରଥମ ସ୍ନେଚରେ ୧୧୮ କିଲୋ ଓ ଦ୍ୱିତୀୟ ଥର ୧୫୧ କିଲୋର ଭାରୋତ୍ତଳନ କରିଥିଲେ । ପୁଜାରୀ କମନ ୱେଲ୍ଥ ଗେମରେ କ୍ରମାଗତ ଭାବେ ଦ୍ୱିତୀୟ ଥର ପାଇଁ ପଦକ ଜିତିଛନ୍ତି । ମାଲେଶିଆର ମହମ୍ମଦ ଅଞ୍ଜିଲ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ଓ ନ୍ୟୁ ଗିନିର ମୋରେ ବାୟୁ ରୌପ୍ୟ ପଦକ ହାସଲ କରିଛନ୍ତି ।
୨୯ ବର୍ଷୀୟ ଗୁରୁରାଜ ପୂଜାରୀଙ୍କର ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଏହା ଦ୍ୱିତୀୟ ପଦକ। ୨୦୧୮ର ଗୋଲ୍ଡକୋଷ୍ଟ୍‍ ଗେମ୍ସରେ ମଧ୍ୟ ସେ ପଦକ ନିଜ କାମରେ କରିଥିଲେ। ସେତେବେଳେ ସେ ରୌପ୍ୟ ପଦକ ଜିତିଥିଲେ।
ରାଜ୍ୟଗୋଷ୍ଠୀ କ୍ରିଡ଼ା ୨୦୨୨: ଭାରତକୁ ପ୍ରଥମ ପଦକ, ଭାରୋତ୍ତୋଳନରେ ସଙ୍କେତ ମହାଦେବ ଜିତିଲେ ରୌପ୍ୟ
ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ମିଳିଲା ପ୍ରଥମ ପଦକ । ଭାରୋତ୍ତୋଳନକାରୀ ସଙ୍କେତ ମହାଦେବ ସରଗର ରୌପ୍ୟ ପଦକ ଜିତି ଭାରତକୁ ପ୍ରଥମ ପଦକ ଦେଇଛନ୍ତି। ସଂକେତ ପୁରୁଷ ଭାରୋତ୍ତଳନର ୫୫ କିଲୋ ବର୍ଗରେ ଭାରତ ପାଇଁ ରୌପ୍ୟ ପଦକ ହାସଲ କରିଛନ୍ତି । ସେ ୨୪୮ କିଲୋ ଭାର ଉଠାଇ ରୌପ୍ୟ ପଦକ ବିଜୟୀ ହୋଇଛନ୍ତି । ମହାରାଷ୍ଟ୍ରର ସାଙ୍ଗଲିରେ ସଙ୍କେତଙ୍କ ଘର । ସେ ପ୍ରଥମ ରାଉଣ୍ଡରେ ୧୧୩ କିଲୋ, ଦ୍ୱିତୀୟ ରାଉଣ୍ଡରେ ୧୩୫ କିଲୋ ଓ ଫାଇନାଲ ରାଉଣ୍ଡରେ ୨୪୮ କିଲୋ ଭାରୋଉତ୍ତଳନ କରିପାରିଥିଲେ ।
ତେବେ ଦ୍ୱିତୀୟ ଚେଷ୍ଟାରେ ସଙ୍କେତ ୧୪୧ କେଜି ଓଜନ ଉଠାଇବାକୁ ଚେଷ୍ଟା କରୁଥିବା ବେଳେ ତାଙ୍କ କହୁଣୀ ଗୁରୁତର ଭାବେ ଆଘାତ ପ୍ରାପ୍ତ ହୋଇଛି। ତଥାପି ସେ ତୃତୀୟ ଚେଷ୍ଟା କରିଥିଲେ। ହେଲେ ସେଥିରେ ମଧ୍ୟ ସଙ୍କେତ ନିରାଶ ହୋଇଛନ୍ତି। ତୃତୀୟ ଚେଷ୍ଟାରେ ଫେଲ ମାରିଥିବା ସଙ୍କେତଙ୍କ କହୁଣୀରେ ଆହୁରି ଶକ୍ତ ଆଘାତ ଲାଗିଛି। ଏଥିପାଇଁ ତାଙ୍କୁ ମେଡିକାଲ ସୁବିଧା ଯୋଗାଇ ଦିଆଯାଇଛି। ତେବେ ମାଲେସିଆର ବିନ କସଦନ ମହମ୍ମଦ ଅନିକ ମୋଟ ୨୪୯ କିଲୋଗ୍ରାମ ଭାର ଉଠାଇ ସୁନା ପଦକ ନିଜ ନାଁରେ କରିଛନ୍ତି । ଗତ କାଲି ରାଜ୍ୟ ଗୋଷ୍ଠୀ କ୍ରିଡା ଇଂଲଣ୍ଡର ବର୍ମିଂହମରେ ଆରମ୍ଭ ହୋଇଥିଲା ।