Odisha BJP - The Sakala

ବିଜେପିକୁ ବିଜେଡିର ସିଧା ପ୍ରଶ୍ନ: ଓଡ଼ିଶାର ପ୍ରତିନିଧିତ୍ୱ ହ୍ରାସ ପ୍ରସଙ୍ଗରେ ନିରବ କାହିଁକି ?
ଭୁବନେଶ୍ୱର: ଡିଲିମିଟେସନ ପରେ ଦେଶର ସଂସଦରେ ଓଡ଼ିଶାର ପ୍ରତିନିଧିତ୍ୱ କମିଯିବ ବୋଲି ଯେଉଁ ଆଶଙ୍କା ପ୍ରକାଶ ପାଇଛି ତାକୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ଓିଶାର ସାଂସଦମାନଙ୍କୁ ଚିଠି ଲେଖିଛନ୍ତି। ଏହାକୁ ଗୁରୁତର ସହ ନେବା ପରିବର୍ତ୍ତେ ବିଜେପିର କିଛି ନେତା ପ୍ରଦାନ କରିଥିବା ଟିପ୍ପଣୀକୁ କଟୁ ଭାଷାରେ ସମାଲୋଚନା କରିଛି ବିଜେଡି। ରାଜ୍ୟର ହିତ ଦୃଷ୍ଟିରୁ ନବୀନ ଉଠାଇଥିବା ପ୍ରସଙ୍ଗ ପରିବର୍ତ୍ତେ ରାଜ୍ୟବାସୀଙ୍କୁ ଏଣୁତେଣୁ ଗପ କହି ଭୁଆଁ ବୁଲାଇବାରୁ ବିରତ ରହିବାକୁ ବିଜେଡି ପରାମର୍ଶ ଦେଇଛି। ଏହା ସହ ଓଡ଼ିଶାର ପ୍ରତିନିଧିତ୍ୱ ଜାତୀୟସ୍ତରରେ ହ୍ରାସ ପ୍ରସଙ୍ଗରେ କାହିଁକି ବିଜେପି ନେତାମାନେ ନିରବ ରହିଛନ୍ତି, ତାହାକୁ ନେଇ ମଧ୍ୟ ବିଜେଡି ପ୍ରଶ୍ନ ଉଠାଇଛି । ଶଙ୍ଖ ଭବନରେ ଦଳର ଗଣମାଧ୍ୟମ ସଂଯୋଜକ ଲେନିନ ମହାନ୍ତି ଓ ମୁଖପାତ୍ର ମିହିର ରାୟ ରାଜ୍ୟର ସ୍ୱାର୍ଥ ଦୃଷ୍ଟିରୁ କେନ୍ଦ୍ରର ନିଷ୍ପତ୍ତି ବିରୋଧରେ ରାଜ୍ୟ ବିଜେପି ସରକାର ବାରମ୍ୱାର ବିଫଳ ହେଉଛନ୍ତି ବୋଲି ଅଭିଯୋଗ କରିଛନ୍ତି।

ଲେନିନ ମହାନ୍ତି କହିଛନ୍ତି  ଯେ ମହିଳା ମାନଙ୍କୁ ସାମ୍ୱିଧାନିକ ପଦବୀରେ ସଂରକ୍ଷଣ ପ୍ରଦାନ କ୍ଷେତ୍ରରେ ସମଗ୍ର ଦେଶରେ ପ୍ରଥମେ ପ୍ରବାଦ ପୁରୁଷ ବିଜୁ ବାବୁ ଓ ପରେ ତାଙ୍କର ସୁପୁତ୍ର ନବୀନ ପଟ୍ଟନାୟକଙ୍କ ଅବଦାନ ଅତୁଳନୀୟ। ଡିଲିମିଟେସନ ମାଧ୍ୟମରେ ସଂସଦର ଆସନ ସଂଖ୍ୟା ବୃଦ୍ଧି ପ୍ରସ୍ତାବ ପ୍ରସଙ୍ଗରେ ନବୀନ ପଟ୍ଟନାୟକ ପ୍ରାୟ ଏକ ବର୍ଷ ତଳୁ ଜନସଂଖ୍ୟା ଆଧାରରେ ଆସନ ବୃଦ୍ଧି ହେଲେ ଓଡ଼ିଶାର ପ୍ରତିନିଧିତ୍ୱ କମିବାର ଆଶଙ୍କା କରିଥିଲେ। ଏବେ ତାହା ସତ୍ୟ ହେବାକୁ ଯାଉଛି। ରାଜ୍ୟର ହିତ ଦୃଷ୍ଟିରୁ ଏ କ୍ଷେତ୍ରରେ ବିଜେପି ନେତାମାନେ ସ୍ୱର ଉତ୍ତୋଳନ କରିବା ପରିବର୍ତ୍ତେ  ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଓ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏହି ଅନ୍ୟାୟକୁ ଢ଼ାଙ୍କିବାକୁ କାମ କରୁଛନ୍ତି । ଏହା ଅତ୍ୟନ୍ତ ନିନ୍ଦନୀୟ ଓ ରାଜ୍ୟବାସୀଙ୍କ ପ୍ରତି ବିଶ୍ୱାସଘାତକତା ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

ମିହିର ରାୟ କହିଛନ୍ତି ମୁଖ୍ୟମନ୍ତ୍ରୀ ଓ ରାଜ୍ୟର ସାଂସଦମାନଙ୍କୁ  ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଚିଠି ଲେଖି ସଂସଦରେ ଓଡ଼ିଶାର ପ୍ରତିନିଧିତ୍ୱ ହ୍ରାସକୁ ବିରୋଧ କରିବାକୁ ପ୍ରସ୍ତାବ ଦେଇଛନ୍ତି। ରାଜ୍ୟ ଓ ରାଜ୍ୟବାସୀଙ୍କ ସ୍ୱାର୍ଥରକ୍ଷା ପ୍ରତ୍ୟେକ ଓଡ଼ିଆର ଧର୍ମ। କ୍ଷମତାରେ ଥିବା ଦୃଷ୍ଟିରୁ ବିଜେପି ଏ କ୍ଷେତ୍ରରେ ଅଧିକ ସକ୍ରିୟ ହେବା କଥା, ମାତ୍ର ରାଜ୍ୟର ସ୍ୱାର୍ଥରକ୍ଷା ଅପେକ୍ଷା ବିଜେପି ସ୍ୱାର୍ଥହାନି ପାଇଁ ପ୍ରୟାସ କରୁଥିବା ମନେ ହେଉଛି। ନବୀନ ଉଠାଇଥିବା ପ୍ରସଙ୍ଗରେ ମନ୍ତବ୍ୟ ଦେବା ପରିବର୍ତ୍ତେ ରାହୁଳଙ୍କ ସହ ନବୀନ ସ୍ୱର ମିଳାଉଥିବା ଟିପ୍ପଣୀ ମନ୍ତ୍ରୀ ଶ୍ରୀ ପୂଜାରୀଙ୍କ ହୀନମନ୍ୟତାକୁ ଦର୍ଶାଉଛି। ସଂସଦରେ ଓଡିଶାର ପ୍ରତିନିଧିତ୍ୱ ହ୍ରାସ ପ୍ରସଙ୍ଗରେ ନିରବ ରହି  ଆଇନ ମନ୍ତ୍ରୀ ଓ ଭୁବନେଶ୍ୱର ସାଂସଦ କଥାକୁ ଗୋଳମାଳିଆ କରିଛନ୍ତି।  ରାଜ୍ୟରେ ବିଜେପି କ୍ଷମତାସୀନ ହେବା ପରଠାରୁ ଲଗାତର ଭାବେ ବିଭିନ୍ନ ପ୍ରସଙ୍ଗରେ ଓଡ଼ିଶା କେନ୍ଦ୍ର ଅବହେଳାର ଶିକାର ହେଉଥିବା ବେଳେ ରାଜ୍ୟ ବିଜେପି ସରକାର ଓ ୨୦ ବିଜେପି ସାଂସଦ ନିରବତା ରହସ୍ୟମୟ ବୋଲି ମିହିର କହିଛନ୍ତି ।

ବିଜେପିର ରାଜ୍ୟସଭା ପ୍ରାର୍ଥୀ ଦ୍ୱନ୍ଦ୍ୱ; ନାମାଙ୍କନ ପ୍ରତ୍ୟାହାର କରିବେ ଜଗନ୍ନାଥ !
ଭୁବନେଶ୍ୱର: ବିଜେପିର ରାଜ୍ୟସଭା ନାମାଙ୍କନ ଦ୍ୱନ୍ଦ୍ୱରେ ଲାଗିଛି ବିରାମ। ଦିନକ ତଳେ ଅନୁଷ୍ଠିତ ବିଜେପିର କୋର କମିଟି ବୈଠକରେ ଏ ସଂକ୍ରାନ୍ତରେ ଯାବତୀୟ ବାଦାନୁବାଦ ପରେ ଜଗନ୍ନାଥ ପ୍ରଧାନଙ୍କୁ ନାମାଙ୍କନ ପ୍ରତ୍ୟାହାର କରିବାକୁ ରାଜ୍ୟ ସଭାପତି ନିର୍ଦ୍ଦେଶ ଦେଇଛନ୍ତି। ଦଳୀୟ ପ୍ରାର୍ଥୀ ରୂପେ ମମତାଙ୍କ ନାମାଙ୍କନ ପରେ ଜଗନ୍ନାଥ ପ୍ରଧାନ ନାମାଙ୍କନ କେବଳ ହଟଚମଟ ପାଇଁ ଉଦ୍ଦିଷ୍ଟ ଥିଲା ବୋଲି ବାହାରେ ଦଳର ନେତାମାନେ ଟିପ୍ପଣୀ ଦେଉଥିଲେ ହେଁ ଏହା ପଛରେ ଆହୁରି ଅନେକ ଅସ୍ପଷ୍ଟ କାହାଣୀ, ଦଳୀୟ ଅନ୍ତର୍ବିବାଦ ଓ ଗୋଷ୍ଠୀ କନ୍ଦଳ ଥିବା ସୂଚନା ମିଳିଛି।

ଗତ ୨୨ ତାରିଖରେ ଓଡ଼ିଶାରେ ଖାଲି ପଡ଼ିଥିବା ଏକମାତ୍ର ଆସନ ପାଇଁ ୨ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ବିଜେପି ଟିକଟରୁ ପୂର୍ବତନ ସାଂସଦ ମମତା ମହାନ୍ତ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ବିଜେପିର ୯ବିଧାୟକ ଓ ଜଣେ ମନ୍ତ୍ରୀଙ୍କର ପ୍ରସ୍ତାବରେ ସ୍ୱାଧୀନ ଭାବେ ବିଜେପି ନେତା ଜଗନ୍ନାଥ ପ୍ରଧାନ ମଧ୍ୟ ନାମାଙ୍କନ ଭରିଛନ୍ତି। ଉଭୟଙ୍କ ପ୍ରାର୍ଥୀପତ୍ର କାଏମ ରହିଛି। ତେଣୁ ଆସନ୍ତାକାଲି ଜଗନ୍ନାଥ ନାମାଙ୍କନପତ୍ର ପ୍ରତ୍ୟାହାର କରିବା ଆପାତତଃ ସ୍ପଷ୍ଟ ହୋଇ ଯାଇଛି।

ମମତା ମହାନ୍ତଙ୍କ ଇସ୍ତଫା ପରେ ଖାଲି ହୋଇଥିବା ଏହି ୨୦ ମାସିଆ ରାଜ୍ୟସଭା ଆସନ ପାଇଁ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଆଶାୟୀ ଥିଲେ। ରାଜ୍ୟସଭା ଆସନ ସହ ରାଜ୍ୟ ସଭାପତି ପଦ ରଖିବାକୁ ତାଙ୍କର ଇଚ୍ଛାକୁ ଦଳ ଗ୍ରହଣ କରି ନ ଥିଲା। ଏଥିପାଇଁ ଅନ୍ୟ କିଛି ନାମ ବିଚାର ପରିସରକୁ ଆସିଥିଲେ ହେଁ ଶେଷରେ ମମତାଙ୍କ ନାମରେ ଦଳର ଶୀର୍ଷ କମିଟି ମୋହର ମାରିଥିଲା।

ମମତାଙ୍କ ପାଇଁ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ପ୍ରମୁଖ ପ୍ରସ୍ତାବକ ରହିଥିବା ବେଳେ ଜଗନ୍ନାଥଙ୍କ ପାଇଁ ଜଣେ ମନ୍ତ୍ରୀଙ୍କ ସମେତ ୯ ଜଣ ବିଜେପି ବିଧାୟକ ପ୍ରସ୍ତାବକ ରହିଥିଲେ। ଦଳ ଜଣକୁ ପ୍ରାର୍ଥୀ କରିଥିବା ବେଳେ ସମାନ ସମୟରେ ଜଣେ ସ୍ୱାଧୀନ ପ୍ରାର୍ଥୀଙ୍କୁ ସମାନ ବିଜେପିର ବିଧାୟକମାନେ କିପରି ସମର୍ଥନ କଲେ, ସେନେଇ ପ୍ରଶ୍ନ ଉଠିଛି। ନିଜର ପ୍ରାର୍ଥିତ୍ୱ ନେଇ ଜଗନ୍ନାଥ ସିଧାସଳଖ କିଛି କହିବାକୁ ମନା କରି ଦେଇଥିବା ବେଳେ ଏହା ପଛରେ ଦଳୀୟ କନ୍ଦଳ କିମ୍ବା ଅନ୍ୟ କିଛି କାରଣ ଥିବା ନେଇ ବିଶେଷଜ୍ଞମାନେ ମତବ୍ୟକ୍ତ କରୁଛନ୍ତି।

ନୂଆ ନେତା ସୃଷ୍ଟି କରିବାରେ ବିଫଳ ରାଜ୍ୟ ବିଜେପି; ଦାଗୀ, ଜନବିରୋଧୀ ନେତାଙ୍କୁ କୋଳେଇ ନେଉଛି
ଭୁବନେଶ୍ୱର: ମୁଣ୍ଡ ଉପରେ ସାଧାରଣ ନିର୍ବାଚନ ଥିବାବେଳେ ଦଳର ନେତାଙ୍କ ଉପରେ ଭରସା ପାଉନି। ସେଥିପାଇଁ ଅନ୍ୟ ଦଳର ନେତାଙ୍କ ଉପରେ ରାଜ୍ୟ ବିଜେପି ଆଖି ପକାଇଛି। ବିଶେଷକରି ଅପରାଧିକ ପୃଷ୍ଠଭୂମି ଏବଂ ଦୁର୍ନୀତି ସହ ସମ୍ପୃକ୍ତ ଜେଲ୍‌‌ ଫେରନ୍ତା ନେତାଙ୍କୁ ବିଜେପି କୋଳେଇ ନେବାକୁ ପଛଘୁଞ୍ଚା ଦେଉନାହିଁ। ଗତ କିଛିଦିନର ରାଜ୍ୟ ବିଜେପିର ମିଶ୍ରଣ ପର୍ବକୁ ନେଇ ବିଜେଡିର ଅଭିଯୋଗ ପରେ ଏହାକୁ ନେଇ ଧାରଣରେ ବେଶ୍‌‌ ଚର୍ଚ୍ଚା ଆଲୋଚନା ଜୋର୍‌‌ ଧରିଛି। ପ୍ରଦୀପ ପାଣିଗ୍ରାହୀ, ପ୍ରଶାନ୍ତ ଜଗଦ୍ଦେବଙ୍କ ପରେ ଚିଟ୍‌‌ଫଣ୍ଡ ମାମଲାରେ ସମ୍ପୃକ୍ତ ଥାଇ ଜେଲ୍‌‌ ଯାଇଥିବା ମୟୂରଭଞ୍ଜର ଜଣେ ପୂର୍ବତନ ସାଂସଦ ଖୁବଶୀଘ୍ର ବିଜେପିରେ ମିଶିବା ନେଇ ସମୟ ଧାର୍ଯ୍ୟ ହୋଇଛି। ଉପରୋକ୍ତ ନେତାଙ୍କ ବ୍ୟତୀତ ଏକାଧିକ ଦାଗୀ ନେତା ରାଜ୍ୟ ବିଜେପିର ସମ୍ପର୍କରେ ରହିଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଛି।

ରାଜନୀତିରେ ଦଳବଦଳ ନୂଆ କଥା ନୁହେଁ; ମାତ୍ର ରାଜ୍ୟ ବିଜେପି ଯେପରି ପରଘର ତିଅଣ ସୁଆଦିଆ ନୀତିରେ ଦାଗୀ ନେତାଙ୍କୁ କୋଳେଇନେବାକୁ ବ୍ୟାକୁଳ ହେଉଛି, ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିଜେପିର ଏପରି ବ୍ୟାକୁଳତାକୁ ନେଇ ରାଜନୈତିକ ମହଲରେ ଦୁଇଟି ଯୁକ୍ତି ଉପସ୍ଥାପନ କରାଯାଇଛି। ସେମାନଙ୍କ ଅନୁଯାୟୀ, ଦୀର୍ଘ ବର୍ଷ ଧରି ନୂଆ ନେତା ସୃଷ୍ଟି କରିବାରେ ଅସମର୍ଥତା ଏବଂ ପ୍ରାର୍ଥୀ ସଙ୍କଟ ପରିସ୍ଥିତି ରାଜ୍ୟ ବିଜେପିକୁ ଯେକୌଣସି ସ୍ତରକୁ ଯିବାକୁ ବାଧ୍ୟ କରିଛି। ଯାହାଫଳରେ ସେମାନେ ଜନବିରୋଧୀ ପ୍ରଦୀପ ପାଣିଗ୍ରାହୀ ଏବଂ ବିଜେପି କର୍ମୀଙ୍କୁ ଗାଡ଼ି ଚଢ଼ାଇ ମାରିଦେବାକୁ ଉଦ୍ୟମ କରିଥିବା ପ୍ରଶାନ୍ତ ଜଗଦ୍ଦେବଙ୍କ ଭଳି ନେତାଙ୍କୁ ଦଳରେ ସାମିଲ କରିବାକୁ ବାଧ୍ୟ ହୋଇଛନ୍ତି। ଦୀର୍ଘବର୍ଷ ଧରି ରାଜ୍ୟ ବିଜେପି ଦୁର୍ବଳ ସଂଗଠନ ପାଇଁ ସନ୍ତୁଳି ହେଉଥିବା ବେଳେ ଗୋଷ୍ଠୀକନ୍ଦଳ ଏବଂ ନେତୃତ୍ୱ ସଙ୍କଟ ରାଜ୍ୟ ବିଜେପିକୁ ରସାତଳଗାମୀ କରିଛି।

ଅନ୍ୟପକ୍ଷରେ ଦଳର ଛାମୁଆ ନେତାଙ୍କ ମଧ୍ୟରେ ମତଭେଦ ଚରମ ସୀମାରେ ପହଞ୍ଚିଥିବା ବେଳେ ରାଜ୍ୟର ଯୁବଗୋଷ୍ଠୀ ରାଜ୍ୟ ବିଜେପି ୟୁନିଟ୍‌‌ ପ୍ରତି ବିଶେଷ ଆଗ୍ରହ ଦେଖାଉ ନାହାନ୍ତି। ଯେକୌଣସି ଦଳର ଉତ୍ଥାନରେ ଯୁବଗୋଷ୍ଠୀଙ୍କ ଭୂମିକା ସର୍ବାଗ୍ରେ ଥିବାବେଳେ ରାଜ୍ୟ ବିଜେପି ପ୍ରତି ଯୁବବର୍ଗଙ୍କ ବଢ଼଼ୁଥିବା ନାପସନ୍ଦ ଦଳକୁ ଚିନ୍ତାରେ ପକାଇଛି। ସେହିପରି ରାଜ୍ୟରେ ଦଳର ସାଂଗଠନିକ କାର୍ଯ୍ୟକ୍ରମ ନାଁକୁ ମାତ୍ର ଥିବାବେଳେ ନୂଆ ନେତା ସୃଷ୍ଟି କରିବାରେ ରାଜ୍ୟ ବିଜେପି ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଛି। ଦଳର ସଂଗଠନ ଏବେ ଭୁଶୁଡ଼ି ପଡ଼ିଥିବା ବେଳେ ଅନ୍ୟ ଦଳର ନେତାଙ୍କୁ ଦଳରେ ମିଶାଇବାକୁ ରାଜ୍ୟ ବିଜେପି ବାଧ୍ୟ ହେଉଛି ବୋଲି ରାଜନୈତିକ ମହଲ ମତ ରଖିଛି।

ଅପରପକ୍ଷେ ବିଜେପିର ଏତାଦୃଶ କାର୍ଯ୍ୟକଳାକୁ ନେଇ କର୍ମୀ ମହଲ ମଧ୍ୟ ରାଜ୍ୟ ନେତୃତ୍ୱ ଉପରେ ଖପ୍ପା ହେଲେଣି। ଯେଉଁ ପ୍ରଶାନ୍ତ ଦଗଦ୍ଦେବ କର୍ମୀଙ୍କୁ ଗାଡ଼ି ମଡ଼ାଇ ମାରିଦେବାକୁ ଉଦ୍ୟମ କରିଥିଲେ ତାଙ୍କୁ ଦଳରେ ମିଶାଇ ରାଜ୍ୟ ବିଜେପି ନେତୃତ୍ୱ କର୍ମୀଙ୍କ ଉଦ୍ଦେଶ୍ୟରେ କେଉଁ ବାର୍ତ୍ତା ଦେବାକୁ ଚାହୁଁଛନ୍ତି ବୋଲି ସେମାନଙ୍କ ମଧ୍ୟରେ ପ୍ରଶ୍ନ ଉଠିଲାଣି। ପ୍ରଶାନ୍ତଙ୍କ ଆତଙ୍କୀ କାର୍ଯ୍ୟକଳାପ ପରେ ବିଜେଡି ତାଙ୍କୁ ଦଳରୁ ବହିଷ୍କାର କରିଥିବାବେଳେ ସେ ଜେଲ୍‌‌ ମଧ୍ୟ ଯାଇଥିଲେ। ଏହି ଘଟଣାକୁ ନେଇ ସେତେବେଳେ ରାଜ୍ୟ ବିଜେପି ସାରା ରାଜ୍ୟରେ ସତ୍ୟାଗ୍ରହ କରିଥିବା ବେଳେ ପ୍ରଶାନ୍ତଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲା। ଏପରିସ୍ଥଳେ କେଉଁ ବାଧ୍ୟବାଧକତା ପାଇଁ ଆଜି ରାଜ୍ୟର ଶୀର୍ଷ ନେତୃତ୍ୱ ତାଙ୍କୁ ଦଳରେ ମିଶାଇଲେ ବୋଲି ବିଜେପିର କର୍ମୀମାନେ ପ୍ରଶ୍ନ ପଚାରିଲେଣି।

ସେହିପରି ହଜାର ହଜାର ଯୁବକଯୁବତୀଙ୍କୁ ଠକିଥିବା ଜନବିରୋଧୀ ନେତା ପ୍ରଦୀପ ପାଣିଗ୍ରାହୀ ଏବଂ ଚିଟ୍‌‌ଫଣ୍ଡ ଲୁଟେରାଙ୍କୁ ଦଳରେ ସାମିଲ କରିବା ପାଇଁ ରାଜ୍ୟ ବିଜେପିର ବ୍ୟାକୁଳତାକୁ ନେଇ କର୍ମୀ ମହଲ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ରାଜ୍ୟର ବିଭିନ୍ନ ନିର୍ବାଚନମଣ୍ଡଳୀରେ ଦଳର ସଂଗଠନ ଦେଖୁଥିବା ନେତାଙ୍କୁ ହତାଦର କରି ଆମଦାନୀ ନେତାଙ୍କ ହାତରେ ସ୍ଥାନୀୟ ସଂଗଠନ ଟେକିଦେବା ଉଦ୍ୟମ ରାଜ୍ୟ ବିଜେପି ପାଇଁ ବୁମେରାଂ ହେବା ସହ ଦଳକୁ ବେଶ୍‌‌ କ୍ଷତି ପହଞ୍ଚାଇବ ବୋଲି ନାମ ଗୋପନ ରଖିବା ସର୍ତ୍ତରେ ଦଳର ଜଣେ ବରିଷ୍ଠ ନେତା କହିଛନ୍ତି। ପରଘର ତିଅଣରେ ଘର ବେଶି ଦିନ ଚଳିବା କଷ୍ଟକର ବୋଲି ଏହି ନେତା ଜଣଙ୍କ କ୍ଷୋଭୋକ୍ତି ପ୍ରକାଶ କରିଛନ୍ତି।

ରଣକ୍ଷେତ୍ର ପାଲଟିଲା ଲୋୟର ପିଏମଜି; ବିଜେପି କର୍ମୀଙ୍କ ଆକ୍ରମଣରେ ଲହୁଲୁହାଣ ହେଲା ପୋଲିସ
ଭୁବନେଶ୍ବର: ରଣକ୍ଷେତ୍ର ପାଲଟିଲା ଲୋୟର ପିଏମଜି । ଭୁବନେଶ୍ୱର ଲୋୟର ପିଏମଜିରେ ଆନ୍ଦୋଳନ ନାଁରେ ବିଜେପି କର୍ମୀ କଲେ ଗୁଣ୍ଡାଗର୍ଦ୍ଦି । ବିଜେପି କର୍ମୀଙ୍କ ଆକ୍ରମଣରେ ଲହୁଲୁହାଣ ହେଲା ପୋଲିସ । ଲୋୟର ପିଏମଜିରେ ବିଜେପିର ଯୁବମୋର୍ଚ୍ଚା ରାଲି କରୁଥିବାବେଳେ ବିଜେପି କର୍ମୀ ଓ ପୋଲିସ ମୁହାଁମୁହିଁ ହୋଇଛନ୍ତି । ଠେଲାପେଲା ଧସ୍ତାଧସ୍ତିରେ ଅନେକ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ବିଜେପି କର୍ମୀଙ୍କ ଆକ୍ରମଣରେ ଡିଏସପି ଅମିତାଭ ମହାପାତ୍ର ଗୁରୁତର ହୋଇଥିବା ସୂଚନା ମିଳିଛି । ବିଜେପି କର୍ମୀଙ୍କ ଢେଲାମାଡ଼ରେ ଡିଏସପି ଅମିତାଭ ମହାପାତ୍ରଙ୍କ ମୁଣ୍ଡ ଫାଟିଥିବାବେଳେ ତାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲ ସ୍ଥାନାନ୍ତର କରାଯାଇଛି ।

ପୂର୍ବରୁ ପୋଲିସକୁ ଆକ୍ରମଣ କରିବା ନେଇ ସନ୍ଦେହ କରିଥିଲା ବିଜେଡି । ପୋଲିସ ଉପରକୁ ଢ଼େଲା, ପାଣି ବୋତଲ ମାଡ଼ ଓ ଅଣ୍ଡାମାଡ଼ କରିଛି ବିଜେପି । ଉତ୍ତ୍ୟକ୍ତ ବିଜେପି କର୍ମୀ ପୋଲିସ ଗାଡି ଉପରେ ଚଢ଼ି ଭଙ୍ଗାରୁଜା କରିବାକୁ ଉଦ୍ୟମ କରିଥିଲେ । ବିଜେପି କର୍ମୀଙ୍କ ଆକ୍ରମଣରେ ୧୦ରୁ ଅଧିକ ପୋଲିସ କର୍ମଚାରୀ ଗୁରୁତର ହୋଇଛନ୍ତି । ସୁରକ୍ଷା ଦୃଷ୍ଟିରୁ ମୃଦୁ ଲାଠିଚାଳନା କରିଥିଲା ପୋଲିସ ।

ବିରୋଧୀ ଦଳ ନେତା ପଦକୁ ନେଇ ବିବାଦୀୟ ମନ୍ତବ୍ୟ ଦେଲେ ଜୟନାରାୟଣ ମିଶ୍ର
ଭୁବନେଶ୍ୱର: ପୁଣି ବିବାଦୀୟ ମନ୍ତବ୍ୟ ଦେଲେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ବିରୋଧୀ ଦଳ ନେତା ପଦକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ଜୟନାରାୟଣ । ବିଧାନସଭାରେ ବିରୋଧୀ ଦଳର ନେତାମାନଙ୍କୁ ସରକାର ମ୍ୟାନେଜ କରୁଛନ୍ତି । ହେଲେ ତାଙ୍କୁ ମ୍ୟାନେଜ କରିପାରିଲେ ନାହିଁ, ତେଣୁ ତାଙ୍କ ବିରୋଧରେ ବିଭିନ୍ନ କଥା କହୁଛନ୍ତି ବୋଲି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ଜୟନାରାୟଣ । ଜୟନାରାୟଣ ଏଭଳି କହିବା ପୂର୍ବରୁ ନିଜ ଦଳର ସଭାପତି ଓ ଅନ୍ୟ ନେତାଙ୍କ ସହ ଆଲୋଚନା କରିଛନ୍ତି କି ? କାରଣ ଏହା ପୂର୍ବରୁ ବିରୋଧୀ ଦଳ ନେତା ବିଜେପିର ପ୍ରଦୀପ୍ତ ନାୟକ ଥିଲେ, ସେ ମ୍ୟାନେଜ ହେଉଥିଲେ କି, ଯଦି ହଁ ମ୍ୟାନେଜ ହେବା କ’ଣ ଭାରତୀୟ ଜନତା ପାର୍ଟିର ନେତାଙ୍କ ଚରିତ୍ର । ବିଜେପି ପୂର୍ବରୁ କଂଗ୍ରେସର ନରସିଂହ ମିଶ୍ର ବିରୋଧୀ ଦଳ ନେତା ଥିଲେ, ସେ ବି କ’ଣ ମ୍ୟାନେଜ ହେଉଥିଲେ କି ?

ଜୟନାରାୟଣ, ନରସିଂହଙ୍କ ସହ ଆଲୋଚନା କରିବା ପରେ ଏଭଳି ମନ୍ତବ୍ୟ ଦେଇଛନ୍ତି କି ? ବିରୋଧୀ ଦଳ ନେତାଙ୍କ ପଦ ମର୍ଯ୍ୟାଦାହାନୀ ହେବା ଭଳି ମନ୍ତବ୍ୟ ଦେଇ ଜୟନାରାୟଣ କ’ଣ କହିବାକୁ ଚାହୁଁଛନ୍ତି ? ତାଙ୍କ ଭଳି ନେତା ଯାହାଙ୍କ ନାମରେ ୧୬ଟି ସଙ୍ଗୀନ ଫୌଜଦାରୀ ମାମଲା ରହିଛି, କଥା କଥାକେ ମାଡ଼ ମାରିବା, ଖଣ୍ଡାଧରି ଗୋଡ଼ାଇବା, ହତ୍ୟା ଉଦ୍ୟମ ଓ ହତ୍ୟା ଭଳି ସଙ୍ଗୀନ ମାମଲା ରହିଛି, ସେଭଳି ଲୋକ ବିରୋଧୀ ଦଳ ନେତା ପଦବୀରେ ରହିବା ଗଣତନ୍ତ୍ର ପ୍ରତି ଠିକ୍ ହେବ ତ ? ଜୟନାରାୟଣ ନିଜକୁ ନିଜେ ପଚାରନ୍ତୁ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।

ହାଟରେ ପଡ଼ି ଦାଣ୍ଡରେ ଗଡୁଛି ବିଜେପି ଘର କଳି : ପରସ୍ପର ବିରୋଧରେ ଷଡ଼ଯନ୍ତ୍ର ଓ ଗୋଛିକଟାରେ ବ୍ୟସ୍ତ ଦଳର ତୁଙ୍ଗ ନେତା
ଭୁବନେଶ୍ୱର : ଗୋଟିଏ ପଟେ ରାଜ୍ୟରେ କ୍ଷମତାଦଖଲ ଲାଗି ଦିନ ରାତି ସ୍ୱପ୍ନ ଦେଖୁଛି ବିଜେପି। ଦଳର ନେତାମାନେ କ୍ଷମତା ହାସଲ ପାଇଁ ଆବଶ୍ୟକ ପଡ଼ିଲେ ମାର୍‍ପିଟ୍‍ କରିବାକୁ ପଛାଇବେ ନାହିଁ ବୋଲି ମନ୍ତବ୍ୟ ଦେଉଛନ୍ତି। କିଛି ବରିଷ୍ଠ ନେତା ଏକାଠି ବସିବା, ଏକାଠି ଭାବିବା ଓ ଏକାଠି କାମ କରିବାକୁ ଆହ୍ୱାନ ଦେଉଛନ୍ତି। ମାତ୍ର ଦଳରେ ଫାଟ ଦିନକୁ ଦିନ ଯୋଡ଼ି ହେବା ପରିବର୍ତ୍ତେ ମେଲିମେଲି ଯାଉଛି; ସଂଗଠନର ଚେର ଦିନକୁ ଦିନ ହୁଗୁଳିବାରେ ଲାଗିଛି। କଟକରୁ କଳାହାଣ୍ଡି, ମାଲକାନଗିରିରୁ ମୟୂରଭଞ୍ଜ ପର୍ଯ୍ୟନ୍ତ ଦଳ ବହୁଧା ବିଭକ୍ତ ଓ ଦଳର ନେତାମାନେ ପରସ୍ପର ଷଡ଼ଯନ୍ତ୍ର, ଗୋଛିକଟାରେ ବ୍ୟସ୍ତ। ସାଂଗଠନିକ ଦୁର୍ବଳତା ଓ ଗୋଷ୍ଠୀ ବିବାଦ ବର୍ତ୍ତମାନ ବିଜେପି ନେତୃତ୍ୱଙ୍କ ପାଇଁ ଶିରପୀଡ଼ା ପାଲଟିଛି। ଏହି ସ୍ଥିତିରେ ଶୀର୍ଷ ନେତାମାନେ ଆତଯାତ ହେଉଥିବା, ରଣନୀତି ନିର୍ଦ୍ଧାରଣ କରୁଥିବା ରାଜଧାନୀ ବିଜେପି ଦୁଇ ଫାଳ ହେବା ରାଜ୍ୟ ନେତୃତ୍ୱଙ୍କୁ ବିଚଳିତ କରିଛି।

ଅତୀତରେ ଦଳର ବରିଷ୍ଠ ନେତା ଜଗନ୍ନାଥ ପ୍ରଧାନ ଏବଂ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ନେଇ ଜିଲ୍ଲା ବିଜେପି ଏକ ପ୍ରକାର ବିଭାଜିତ ହୋଇଥିବାବେଳେ ସମ୍ପ୍ରତି ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ପରିବର୍ତ୍ତନକୁ ନେଇ ସୃଷ୍ଟି ହୋଇଛି ବିବାଦ। ଜିଲ୍ଲା ସଭାପତି ବାବୁ ସିଂହଙ୍କ ନିର୍ଦ୍ଦେଶରେ ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ଯୁବ ବିଜେପି ସଭାପତି ରଶ୍ମି ରଞ୍ଜନ ମୁଦୁଲିଙ୍କୁ ସଭାପତି ପଦରୁ ଅବ୍ୟାହତି ଦିଆଯିବା ପରେ ଜିଲ୍ଲା ବିଜେପିରେ କନ୍ଦଳ ପ୍ରବଳ ରୂପ ଧାରଣ କରିଛି। ଜିଲ୍ଲା ବିଜେପି ସଭାପତି ବାବୁ ସିଂ ଏହି ନିଷ୍ପତ୍ତିକୁ ସଠିକ୍‍ ଓ ତାଙ୍କ ଅଧିକାର ପରିସରଭୁକ୍ତ କହିଥିବାବେଳେ ଜିଲ୍ଲା ସାଧାରଣ ସାଧାରଣ ସମ୍ପାଦକ ଅଭିଷେକ ଆଚାର୍ଯ୍ୟ ଜିଲ୍ଲା ସଭାପତିଙ୍କ ନିଷ୍ପତ୍ତିକୁ ଅଯଥାର୍ଥ ଓ ବ୍ୟକ୍ତିଗତ ବୋଲି କହିଛନ୍ତି।

ଶନିବାର ଭୁବନେଶ୍ୱର ଜିଲ୍ଲା ବିଜେପିର ଲେଟର ପ୍ୟାଡରେ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ରଶ୍ମିରଞ୍ଜନ ମୁଦୁଲିଙ୍କୁ ତାଙ୍କ ପଦରୁ ଅବ୍ୟାହତି ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଜିଲ୍ଲା ବିଜେପି ସଭାପତିଙ୍କ ନିର୍ଦ୍ଦେଶକ୍ରମେ ରଶ୍ମିରଞ୍ଜନଙ୍କୁ ପଦରୁ ଅବ୍ୟାହତି ଦିଆଯାଇଛି ବୋଲି ସଙ୍ଗଠନର ସାଧାରଣ ସମ୍ପାଦକ ହିମାଂଶୁ ଛୋଟରାୟ ଏଥିରେ ଉଲ୍ଲେଖ କରିଥିଲେ। ମାତ୍ର ଏହି ବିଜ୍ଞପ୍ତିର କିଛି ସମୟ ମଧ୍ୟରେ ଜିଲ୍ଲା ବିଜେପିର ଅନ୍ୟତମ ସାଧାରଣ ସମ୍ପାଦକ ଅଭିଷେକ ଆଚାର୍ଯ୍ୟ ନିଜସ୍ୱ ଲେଟରପ୍ୟାଡ଼ରେ ଏକ ବିଜ୍ଞପ୍ତି ଜାରି କରିଥିଲେ। ବିଜେପି ଭୁବନେଶ୍ୱର ଜିଲ୍ଲା ସାଂଗଠନିକ ସଭାପତି ରଶ୍ଚିରଞ୍ଜନ ମୁଦୁଲିଙ୍କ ଅଦଳବଦଳର କୌଣସି ନିଷ୍ପତ୍ତି ହୋଇନାହିଁ ଏବଂ ତାଙ୍କୁ ଦାୟିତ୍ୱରୁ ଅବ୍ୟାହତି ଦିଆଯାଇଥିବା ନେଇ ଖବର ସମ୍ପୂର୍ଣ୍ଣ ମିଥ୍ୟା ବୋଲି ସେ ଉଲ୍ଲେଖ କରିଥିଲେ। ଦୁଇଟି ଯାକ ଖବର ପରସ୍ପର ବିରୋଧୀ ଥିବାରୁ ଏନେଇ ଉଭୟ ଜିଲ୍ଲା ସଭାପତି ବାବୁ ସିଂ ଏବଂ ସାଧାରଣ ସମ୍ପାଦକ ଅଭିଷେକ ଆଚାର୍ଯ୍ୟଙ୍କୁ ଯୋଗାଯୋଗ କରାଯାଇଥିଲା। ମାତ୍ର ରଶ୍ମିରଞ୍ଜନଙ୍କ ଅବ୍ୟାହତିକୁ ନେଇ ଉଭୟ ନେତା ଯାହା କହିଛନ୍ତି ସେଥିରୁ ଜିଲ୍ଲା ବିଜେପିରେ ସବୁକିଛି ଠିକ୍‍ ନାହିଁ ବୋଲି ଜଳଜଳ ଦିଶୁଛି।

ରଶ୍ମିରଞ୍ଜନଙ୍କୁ ପଦରୁ ଅବ୍ୟାହତି ଦିଆଯିବା ତାଙ୍କର ନିଜସ୍ୱ ନିଷ୍ପତ୍ତି ଏବଂ ଏ ନେଇ ନିଷ୍ପତ୍ତି ନେବାର ସମ୍ପୂର୍ଣ୍ଣ ଅଧିକାର ରହିଛି ବୋଲି ଜିଲ୍ଲା ସଭାପତି ବାବୁ ସିଂ କହିଛନ୍ତି। ମାତ୍ର ଜିଲ୍ଲା ସାଧାରଣ ସମ୍ପାଦକ ଅଭିଷେକ ଆଚାର୍ଯ୍ୟ ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତିଙ୍କୁ ବିଜେପି ଜିଲ୍ଲା ସଭାପତି ପରିବର୍ତ୍ତନ କରିପାରିବେ ନାହିଁ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି। ଏପରି ନିଷ୍ପତ୍ତି ନେବା ଜିଲ୍ଲା ସଭାପତିଙ୍କ କ୍ଷମତା ବହିର୍ଭୁତ। ଦଳର ବାଇ-ଲ ଅନୁସାରେ ଏଥିପାଇଁ ସଭିଙ୍କର ମତାମତ ନେବାର ଆବଶ୍ୟକତା ରହିଛି। ଯଦି ଜିଲ୍ଲା ସଭାପତି ସମସ୍ତଙ୍କର ମତାମତ ନେଇ ଶ୍ରୀ ମୁଦୁଲିଙ୍କୁ ବାହାର କରିଛନ୍ତି ତାହେଲେ ଆସନ୍ତାକାଲି ସେ ଦଳର ୩ ଜଣ ସାଧାରଣ ସମ୍ପାଦକଙ୍କୁ ଏକାଠି କରି ଏ ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରନ୍ତୁ ବୋଲି ଅଭିଷେକ ଆହ୍ୱାନ ଦେଇଛନ୍ତି। ରଶ୍ମିରଞ୍ଜନଙ୍କୁ ଦଳରୁ ବାହାର କରିବା ନେଇ ସଭାପତିଙ୍କ ନିଷ୍ପତ୍ତି ଶିରୋଧାର୍ଯ୍ୟ ନୁହେଁ। ଦଳର ଜଣେ ସାଧାରଣ ସମ୍ପାଦକଙ୍କ ହସ୍ତାକ୍ଷରରେ ରଶ୍ମିରଞ୍ଜନଙ୍କୁ ପଦରୁ ଅବ୍ୟାହତି ଦିଆଯାଇଥିବା ବେଳେ ସମାନ ଅଧିକାରରେ ମୁଁ ଏହାକୁ ଅଗ୍ରାହ୍ୟ କରୁଛି ବୋଲି ସେ କହିଛନ୍ତି। ଏହି ପ୍ରସଙ୍ଗକୁ ନେଇ ଜିଲ୍ଲା ବିଜେପିର ଦୁଇ ନେତୃତ୍ୱଙ୍କ ପରସ୍ପର ବିରୋଧୀ ମନ୍ତବ୍ୟ ଦଳରେ ସୃଷ୍ଟି କରିଛି ଝଡ଼। ଯେଉଁଠି ସଭାପତି ଓ ସାଧାରଣ ସମ୍ପାଦକ ଗୋଟିଏ ପ୍ରସଙ୍ଗରେ ଗୋଟିଏ ଆଭିମୁଖ୍ୟ ପୋଷଣ କରିପାରୁ ନାହାନ୍ତି; ସେଠି ଦଳ ନିର୍ବାଚନରେ କେମିତି ପ୍ରତିପକ୍ଷକୁ ସମ୍ମୁଖୀନ ହେବ ତାକୁ ନେଇ ସ୍ୱାଭାବିକ ସନ୍ଦେହ ସୃଷ୍ଟି ହୋଇଛି।

୨୦୨୪ ଲାଗି ବିଜେପିର ପ୍ରସ୍ତୁତି : କାଗଜକଲମରେ ସଫଳତାର ଚିତ୍ର ଆଙ୍କୁଛି ରାଜ୍ୟ ନେତୃତ୍ୱ
ଭୁବନେଶ୍ୱର : ଉଭୟ ପଞ୍ଚାୟତ ଓ ପୌର ନିର୍ବାଚନରେ ସାଂଘାତିକ ବିପର୍ଯ୍ୟୟ ପରେ ରାଜ୍ୟ ସଂଗଠନ ସଜାଡ଼ିବାକୁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ବିଜେପି ଶୀର୍ଷ ନେତୃତ୍ୱ। ଅଗଷ୍ଟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓଡ଼ିଶା ଗସ୍ତରେ ଆସି ଦଳୀୟ ପଦାଧିକାରୀଙ୍କୁ ନିର୍ଦ୍ଦିଷ୍ଟ ମନ୍ତ୍ର ଦେଇଥିବା ବେଳେ ଦଳର ନବନିଯୁକ୍ତ ରାଜ୍ୟ ପ୍ରଭାରୀ ସୁନିଲ ବଂଶଲ ଉତ୍ତରପ୍ରଦେଶ ଢ଼ାଞ୍ଚାରେ ପ୍ରସ୍ତୁତ କରିଛନ୍ତି ରଣନୀତି। ବିଜେପି ଶୀର୍ଷ ନେତୃତ୍ୱଙ୍କ ନଜରରେ ଓଡ଼ିଶା ପ୍ରଥମରୁ ରହିଥିବା ସତ୍ତ୍ବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିତ୍ୱ ଓ ବିଜେଡିର ରଣନୀତି ସମ୍ମୁଖରେ ବିଜେପିର ସମସ୍ତ ଚେଷ୍ଟା ବିଫଳ ହୋଇଛି। ରାଜ୍ୟ ବିଜେପିର ମିଶନ ୧୨୦ ଫମ୍ପା ବାହାସ୍ଫୋଟରେ ପରିଣତ ହୋଇଛି।

ଏପରିସ୍ଥଳେ ବିଜେପି ନେତୃତ୍ୱ ଆଗାମୀ ସାଧାରଣ ନିର୍ବାଚନ ପାଇଁ ଯେଉଁ ଫର୍ମୂଲା ନେଇ ଲଢ଼େଇ କରିବାକୁ ପ୍ରସ୍ତୁତ ହେଉଛନ୍ତି ତାହାକୁ ନେଇ ରାଜନୈତିକ ମହଲରେ ସନ୍ଦେହ ପ୍ରକାଶ ପାଇଛି। ଦଳ ୨୦୧୯ ସାଧାରଣ ନିର୍ବାଚନରେ ଦଳର ପ୍ରଦର୍ଶନକୁ ଆଧାର କରି ୨୦୨୪ ପାଇଁ ରଣନୀତି ପ୍ରସ୍ତୁତ କରୁଛି। ମାତ୍ର ସାଧାରଣ ନିର୍ବାଚନର ୩ ବର୍ଷ ପରେ ଦଳର ସ୍ଥିତି ପୂର୍ବ ପରି ନାହିଁ, ଅନେକ ସ୍ଥାନରେ ଦଳୀୟ ସଂଗଠନ ହୁଗୁଳି ଗଲାଣି। ଗୋଷ୍ଠୀକନ୍ଦଳ, ନିର୍ବାଚିତ ଲୋକପ୍ରତିନିଧିଙ୍କ ନିଷ୍କ୍ରିୟତା ସର୍ବୋପରି ଶାସକ ବିଜେଡିର ଲଗାତାର ସାଂଗଠନିକ କାର୍ଯ୍ୟକ୍ରମ ସ୍ଥାନୀୟ ଅଞ୍ଚଳରେ ବିଜେପିର ଭୋଟବ୍ୟାଙ୍କଙ୍କୁ ଅନେକାଂଶରେ କ୍ଷତିଗ୍ରସ୍ତ କରି ସାରିଛି। ଏହା ସତ୍ତ୍ବେ ବାସ୍ତବତାକୁ ଭୂଲି ୨୦୧୯ ନିର୍ବାଚନର ସଫଳତା ଆଧାରରେ ରାଜ୍ୟ ବିଜେପି ପକ୍ଷରୁ କେନ୍ଦ୍ରୀୟ ନେତୃତ୍ୱ ସମ୍ମୁଖରେ ଆସନ୍ତା ନିର୍ବାଚନ ପାଇଁ ଯେଉଁ ନକ୍ସା ପ୍ରସ୍ତୁତ କରାଯାଇଛି ତାହା ଦଳ ପାଇଁ ଅଧିକ କ୍ଷତିକାରକ ହୋଇପାରେ ବୋଲି ବିଶେଷଜ୍ଞମାନେ ମନେ କରୁଛନ୍ତି।

ଗତ ସାଧାରଣ ନିର୍ବାଚନରେ ବିଜେପି ମୟୂରଭଞ୍ଜରେ ୬ ବିଧାନସଭା ଆସନ ସହ ଲୋକସଭା ଆସନ ଜିଣିବାରେ ସମର୍ଥ ହୋଇଥିଲା। ମାତ୍ର ସଦ୍ୟ ସମାପ୍ତ ପଞ୍ଚାୟତ ନିର୍ବାଚନରେ ଜିଲ୍ଲାରେ ବିଜେପିର ଶୋଚନୀୟ ପରାଜୟ ଦଳର ମେରୁଦଣ୍ଡରେ ପ୍ରଚଣ୍ଡ ଆଘାତ ଦେଇଛି। ଖାଲି ମୟୂରଭଞ୍ଜ ନୁହେଁ କଳାହାଣ୍ଡିଠାରୁ ଆରମ୍ଭ କରି ସମ୍ବଲପୁର, ବଲାଙ୍ଗୀର, ନୂଆପଡ଼ା, ସୁନ୍ଦରଗଡ଼ ପରି ଜିଲ୍ଲାଗୁଡ଼ିକରେ ଯେଉଁଠାରେ ବିଜେପି ଭଲ ପ୍ରଦର୍ଶନ କରିଥିଲା ସେଠାରେ ଦଳର ସାଂଗଠନିକ ସ୍ଥିତି ସମ୍ପୂର୍ଣ୍ଣ ଭାବେ ଦୋହଲି ହୋଇଯାଇଛି। ୨୦୧୯ ସାଧାରଣ ନିର୍ବାଚନ ଏବଂ ୨୦୨୩ ପଞ୍ଚାୟତ ଓ ପୌର ନିର୍ବାଚନରେ ଦଳକୁ ମିଳିଥିବା ଭୋଟ୍‍ ହାରକୁ ତଉଲିଲେ ଏହି ପାର୍ଥକ୍ୟ ସ୍ପଷ୍ଟ ହୋଇ ଯାଇଛି। ମାତ୍ର ବିଜେପି ବାସ୍ତବ ସ୍ଥିତି ପରଖିବା ପରିବର୍ତ୍ତେ ୨୦୧୯ରେ ସଫଳତା ଆଧାରରେ ୨୦୨୪ ପାଇଁ ରଣନୀତି ପ୍ରସ୍ତୁତ କରୁଛି।

ଦଳୀୟ ରଣନୀତି ଅନୁଯାୟୀ ୨୦୧୯ରେ ଦଳ ଯେଉଁ ଲୋକସଭା ଏବଂ ବିଧାନସଭା ଆସନରେ ଅଳ୍ପ ଭୋଟରେ ହାରିଥିଲା ସେଠାରେ ଦଳ ପକ୍ଷରୁ ସ୍ୱତନ୍ତ୍ର ଫୋକସ୍‍ ଦିଆଯିବ। ସେହିପରି ଗତ ସାଧାରଣ ନିର୍ବାଚନରେ ଯେଉଁ ଲୋକସଭା କ୍ଷେତ୍ରରେ ବିଜେପିର ବିଜୟ ହୋଇଥିଲା ସେଠାରେ ଅନୁନ୍ୟ ୧୦୦ଟି ବୁଥ୍‍କୁ ମଜବୁତ୍‍ କରାଯିବ। ସେହିପରି ସବୁ ବିଧାନସଭା କ୍ଷେତ୍ରର ସର୍ବନିମ୍ନ ୨୫ଟି ବୁଥ୍‍କୁ ଶକ୍ତିଶାଳୀ କରାଯିବ। ଗତ ସାଧାରଣ ନିର୍ବାଚନରେ ଯେଉଁ ଲୋକସଭା କ୍ଷେତ୍ରରେ ବିଜେପିର ପରାଜୟ ଘଟିଥିଲା, ସେଠାରେ ବିଜେପିର ଲୋକସଭା ପ୍ରବାସ ଯୋଜନାକୁ କାର୍ଯ୍ୟକାରୀ କରାଯିବ। ଏହି ଯୋଜନା ଅଧୀନରେ କେନ୍ଦ୍ରମନ୍ତ୍ରୀମାନେ ଆସି ସ୍ଥିତି ଅନୁଧ୍ୟାନ କରିବେ।

ଏହିକ୍ରମରେ ବିଜେପିର ୭ ଜଣ କେନ୍ଦ୍ରମନ୍ତ୍ରୀ ଗତ ୨ ଦିନ ମଧ୍ୟରେ ଓଡ଼ିଶା ଆସି ନିଜର କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ କରିଛନ୍ତି। ଓଡ଼ିଶାରେ ବିଜେପି ପ୍ରାୟ ୧୬ଟି ଲୋକସଭା ଆସନ ଜିଣିବାର କ୍ଷମତା ରଖିଥିବା ନେଇ ଦଳର ରାଜ୍ୟ ନେତୃତ୍ୱମାନେ ଶୀର୍ଷ ନେତୃତ୍ୱଙ୍କୁ କାଗଜ କଲମରେ ବୁଝାଇ ଦେଇଛନ୍ତି। ରାଜ୍ୟରେ ଦଳର ସାଂଗଠନିକ ସ୍ଥିତି ନେଇ ସମ୍ପୂର୍ଣ୍ଣ ଅଜ୍ଞ ଦଳୀୟ ଶୀର୍ଷ ନେତୃତ୍ୱ ସେହି ଆଧାରରେ ଅଙ୍କ କଷିବାରେ ବ୍ୟସ୍ତ ଥିବାବେଳେ ଏପଟେ କିନ୍ତୁ ବିଜେପି ପାଦତଳୁ ମାଟି ଖସି ଖସି ଯାଉଛି। ଯେଉଁ ୨୨ ଜଣ ବିଧାୟକ ଗତ ସାଧାରଣ ନିର୍ବାଚନରେ ବିଜୟ ଲାଭ କରିଥିଲେ ସେମାନଙ୍କ ମଧ୍ୟରୁ ଅଧିକାଂଶ ଏବେ ସାଧାରଣ ଲୋକଙ୍କଠାରୁ ପ୍ରାୟତଃ ନିଜକୁ ଦୂରେଇ ରଖୁଛନ୍ତି। ବିଧାନସଭାରେ ଦଳର ପ୍ରଦର୍ଶନ ଆଦୌ ନାହିଁ କହିଲେ ଚଳେ।

ସେହିପରି ବିଭିନ୍ନ ସମୟରେ ଅପ୍ରସଙ୍ଗକୁ ପ୍ରସଙ୍ଗ କରି ରାଜନୀତି କରିବାକୁ ଚାହୁଁଥିବା ନେତାଏ ରାଜ୍ୟସ୍ୱାର୍ଥ ପ୍ରସଙ୍ଗରେ ମୁହଁରେ ତୁଣ୍ଡି ବାନ୍ଧୁଛନ୍ତି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଜନ ଅସନ୍ତୋଷ ତୀବ୍ର ହେଲାଣି। ସେହିପରି ଦଳରେ ଗୋଷ୍ଠୀକନ୍ଦଳ ତୀବ୍ରତର ହେଉଥିବା ବେଳେ ଦଳର ଅନେତ ତୃଣମୂଳସ୍ତରୀୟ ସକ୍ରିୟ କାର୍ଯ୍ୟକର୍ତ୍ତା ଅନ୍ୟ ଦଳ ସମ୍ପର୍କରେ ରହିଛନ୍ତି। ଏପରିକି ବିଜେପି ଭୋଟବ୍ୟାଙ୍କର ଏକ ବଡ଼ ପ୍ରତିଶତ ଏବେ ଦଳଠାରୁ ମୁହଁ ଫେରାଇ ନେବା ସ୍ଥିତିରେ ରହିଛନ୍ତି ବୋଲି ରାଜନୈତିକ ସମୀକ୍ଷକମାନେ ମତପ୍ରକାଶ କରିଛନ୍ତି।

ବିରୋଧୀ ଦଳ ନେତା ହେଲେ ଜୟନାରାୟଣ ମିଶ୍ର, ଘୋଷଣା କଲେ ବିଜେପି ରାଜ୍ୟ ସହପ୍ରଭାରୀ
ଭୁବନେଶ୍ୱର: ବିରୋଧୀ ଦଳ ନେତା ହେଲେ ସମ୍ୱଲପୁର ବିଧାୟକ ଜୟନାରାୟଣ ମିଶ୍ର। ବିଜେପି ପକ୍ଷରୁ ଏନେଇ ଆନୁଷ୍ଠାନିକ ଭାବେ ତାଙ୍କ ନାଁ ଘୋଷଣା ହୋଇଛି । ବିଜେପିର ଓଡ଼ିଶା ଦାୟିତ୍ୱରେ ଥିବା ସହ ପ୍ରଭାରୀ ବିଜୟ ପାଲ ସିଂ ତୋମାର ଏନେଇ ଘୋଷଣା କରିଛନ୍ତି। ବର୍ତ୍ତମାନର ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଦୀର୍ଘ ଦିନ ହେବ ଅସୁସ୍ଥ ଅଛନ୍ତି । ଯେଉଁଥିପାଇଁ ସେ ଦୁଇ ବର୍ଷ ଧରି ବିଧାନସଭାକୁ ଆସିପାରୁ ନାହାନ୍ତି। ଦିଲ୍ଲୀରେ ତାଙ୍କର ଚିକିତ୍ସା ଜାରି ରହିଥିବା ବେଳେ ବର୍ତ୍ତମାନ ସମ୍ୱଲପୁର ବିଧାୟକ ଜୟନାରାୟଣଙ୍କୁ ବିରୋଧୀ ଦଳ ନେତା ଭାବେ ବିଜେପି ଘୋଷଣା କରିଛି।

ଅନ୍ୟପକ୍ଷରେ ନୂଆ ଦାୟିତ୍ୱ ପାଇବା ପରେ ଜୟନାରାୟଣ ରାଜ୍ୟ ବିଜେପି ନେତାଙ୍କୁ ଧନ୍ୟବାଦ ଦେଇଛନ୍ତି । କହିଛନ୍ତି ଏହି ଗୁରୁଦାୟିତ୍ବକୁ ସମ୍ପୂର୍ଣ୍ଣ ନିଷ୍ଠାର ସହ ପୂରଣ କରିବି । ସମ୍ବଲପୁରରରୁ ଚାରି ଚାରି ଥର ବିଧାୟକ ହୋଇଛନ୍ତି ଜୟନାରାୟଣ ମିଶ୍ର । ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ନବୀନ ମେଣ୍ଟ ସରକାରରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଥିଲେ । ସେହିପରି ପିଏସି କମିଟି ଅଧ୍ୟକ୍ଷ ହେବେ ମୋହନ ମାଝୀ । ବିରୋଧୀ ଦଳର ମୁଖ୍ୟ ସଚେତକ ଅଛନ୍ତି ମୋହନ ମାଝୀ ।