2024 elections - The Sakala

ସ୍ୱଚ୍ଛ ଓ ଅବାଧ ନିର୍ବାଚନ ପାଇଁ ସ୍ୱତନ୍ତ୍ର ପଦକ୍ଷେପ
ଭୁବନେଶ୍ୱର: କମିଶନରେଟ ପୁଲିସ ଅଧୀନରେ ଥିବା ସମସ୍ତ ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ପରିଚାଳନା ନେଇ ପୁଲିସ ସେବା ଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ପୁଲିସ କମିଶନର ସଞ୍ଜୀବ ପଣ୍ଡା, ଅତିରିକ୍ତ ପୁଲିସ କମିଶନର ଅବିନାଶ କୁମାର, ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରଣା, ବିଏମସି କମିଶନର ରାଜେଶ ପାଟିଲ, ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ଉପସ୍ଥିତ ଥିଲେ। ଭୁବନେଶ୍ୱର ୟୁପିଡିର ସମସ୍ତ ଥାନା ଅଧିକାରୀ, ଜୋନ ଏସିପି ଏବଂ ତହସିଲଦାର, ବିଡ଼ିଓ, ଏବ ଅବକାରୀ ଅଧିକାରୀ ଏଥିରେ ସାମିଲ ହୋଇଥିଲେ । କେଉଁଭଳି ଭାବେ ନିର୍ବାଚନ ପରିଚାଳନା ହେବ ସେନେଇ ହୋଇଛି ଆଲୋଚନା । ନିର୍ବାଚନ ପାଇଁ ପ୍ରଶାସନ ପକ୍ଷରୁ ଗଠନ କରାଯିବ ସ୍ୱତନ୍ତ୍ର ଟିମ । ମଡେଲ କୋଡ ଅଫ କଣ୍ଡକ୍ଟ ଲାଗୁହେବା ପରେ ସ୍ୱଚ୍ଛ ଓ ଅବାଧ ନିର୍ବାଚନ କରାଇବା ପାଇଁ ଏହି ସ୍ୱତନ୍ତ୍ର ଟିମ କାମ କରିବ।

ରାସ୍ତା ଘାଟରୁ ହଟିବ ରାଜନୈତିକ ଦଳ ମାନଙ୍କର ପ୍ରଚାର ପୋଷ୍ଟର। ବିଏମସି ପକ୍ଷରୁ ମଧ୍ୟ ସ୍ୱତନ୍ତ୍ର ପଦକ୍ଷେପ ନିଆଯିବ । ପବ୍ଲିକ ପ୍ଲେସରୁ ସମସ୍ତ ବିଜ୍ଞାପନକୁ ହଟାଯିବା ସହ ଆବଶ୍ୟକ ପଡ଼ିଲେ ଜିଲ୍ଲାପାଳଙ୍କ ପକ୍ଷରୁ ସ୍ୱତନ୍ତ୍ର ଗାଇଡ଼ ଲାଇନ କରାଯିବ ଓ ବିଏମସି ପକ୍ଷରୁ ତାକୁ କାର୍ଯ୍ୟକାରୀ କରାଯିବ। ଶୋଭାଯାତ୍ରା, ସାଧାରଣ ସଭା, ପ୍ରଚାର ସମୟରେ ଗାଇଡଲାଇନକୁ କେମିତି ଅନୁସରଣ କରାଯିବ ସେନେଇ ଟ୍ରେନିଂ ଦିଆଯିବ । ଭୁବନେଶ୍ୱର ଓ କଟକରେ ସ୍ଵତନ୍ତ୍ର କେନ୍ଦ୍ରୀୟ ଫୋର୍ସ ଆସି ପହଁଚି ସାରିଛି । କମିଶନରେଟ ପୋଲିସ ମଧ୍ୟ ସ୍ଵତନ୍ତ୍ର ଟିମ ଗଠନ କରିସାରିଛି ।ନିର୍ବାଚନ ତଦାରଖ ପାଇଁ ସ୍ୱତନ୍ତ୍ର ଫ୍ଲାଇଙ୍ଗ ସ୍କ୍ୱାଡ୍ ଗଠନ ହୋଇଛି । ସ୍ୱଚ୍ଛ ଓ ଅବାଧ ନିର୍ବାଚନ କରିବା ପାଇଁ ସମସ୍ତ ଅଧିକାରୀଙ୍କୁ ଦିଆଯାଇଛି ସ୍ଵତନ୍ତ୍ର ଟ୍ରେନିଂ।

ପ୍ରାକ୍ ନିର୍ବାଚନୀ ଜାତୀୟ ସର୍ଭେ: ୨୦୨୪ ନିର୍ବାଚନରେ ବିଜେଡି ଜିତିବ ୧୨୮ ବିଧାନସଭା ଆସନ
ଭୁବନେଶ୍ବର: ୨୦୨୪ ନିର୍ବାଚନରେ ଓଡ଼ିଶାବାସୀ ପୁଣି ଫୁଙ୍କିବେ ଶଙ୍ଖ । ତେବେ ଏହି ନିର୍ବାଚନ ବିଜେଡି ପାଇଁ ହେବାକୁ ଯାଉଛି ଐତିହାସିକ । କାରଣ ଏହି ନିର୍ବାଚନରେ ବିଜେଡି ରେକର୍ଡ ସଂଖ୍ୟାରେ ବିଧାନସଭା ଆସିନରେ ଜିତିବାକୁ ଯାଉଛି । ଖାଲି ସେତିକି ନୁହେଁ, ଏହାସହ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ନେତୃତ୍ବରେ ଜନତା ଦଳ ୧୯୯୦ରେ ଜିତିଥିବା ୧୨୩ ବିଧାନସଭା ଆସନର ରେକର୍ଡ ମଧ୍ୟ ଭାଙ୍ଗିବାକୁ ଯାଉଛି ବିଜେଡି । ଅର୍ଥାତ ୨୦୨୪ ନିର୍ବାଚନରେ ବିଜେଡି ୧୨୮ ଆସନରେ ଜିତିବାକୁ ଯାଉଛି । ଏମିତି କହୁଛି ପ୍ରାକ୍ ନିର୍ବାଚନୀ ଜାତୀୟ ସର୍ଭେ ।

ସର୍ଭେ ଅନୁସାରେ ବିଜେପି ବିଜେପି ୧୩, କଂଗ୍ରେସ ୪,  ସିପିଏମ ଗୋଟିଏ ଏବଂ ସ୍ବାଧୀନ ପ୍ରାର୍ଥୀ ଗୋଟିଏ ବିଧାନସଭା ଆସନରେ ବିଜୟୀ ହେବେ ନେଇ ରିପୋର୍ଟ ପ୍ରକାଶ ପାଇଛି । ୧୭ଟି ଲୋକସଭା ଆସନରେ ବିଜେଡି ସମସ୍ତ ୭ଟି ବିଧାନସଭା ଆସନ ଏବଂ ଅବଶିଷ୍ଟ ୪ଟି ଲୋକସଭା ଆସନରୁ ଦଳ ୨ରୁ ୩ଟି ଲେଖାଏଁ ବିଧାନସଭା ଆସନ ଜିତିବ ।

ଏକା ସାଙ୍ଗରେ ଲୋକସଭା ଓ ବିଧାନସଭା ନିର୍ବାଚନ ହେଉଥିବା ରାଜ୍ଯଗୁଡ଼ିକରେ ଏହି ସର୍ଭେ କରାଯାଇଥିଲା । ଏବେ ୱାନ ନେସନ- ୱାନ ଇଲେକ୍ସନ ବା ଗୋଟିଏ  ଦେଶ- ଗୋଟିଏ ନିର୍ବାଚନ କଥା ଉଠୁଥିବା ବେଳେ ଓଡ଼ିଶାରେ ୨୦୦୪ ମସିହାରୁ ଏହି ଧାରାରେ ନିର୍ବାଚନ ହୋଇ ଆସୁଛି ।

ସୂଚନାଯୋଗ୍ୟ, ୨୦୦୦ ମହିସାରୁ ବିଜେଡି ସରକାରକୁ ଆସିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବେ ରହି ଆସିଛନ୍ତି । ୨୪ ବର୍ଷ ଭିତରେ ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ଆଣିଛନ୍ତି ଯୁଗାନ୍ତକାରୀ ପରିବର୍ତ୍ତନ । ପ୍ରତିଟି ଓଡ଼ିଆଙ୍କ ପାଇଁ ହୋଇଛି କିଛି ନା କିଛି ବ୍ୟବସ୍ଥା । ସବୁ କ୍ଷେତ୍ରରେ ବିଶାର ଶିଖର ଛୁଇଁଛି ଓଡ଼ିଶା । ଆଉ ଏହାର ପ୍ରତିଫଳନ ଭୋଟରେ ଦେଖିବାକୁ ମିଳିଛି । ନିର୍ବାଚନ ପରେ ନିର୍ବାଚନ ହେଉଛି ଆଉ ପ୍ରତି ଥର ବିଜେଡି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହୁରି ସଦୃଢ଼ ହୋଇ କ୍ଷମତାକୁ ଫେରୁଛନ୍ତି । ପ୍ରତି ନିର୍ବାଚନରେ ବିଜେଡିର ଆସନ ସଂଖ୍ୟା ବଢ଼ିବାରେ ଲାଗିଛି । ୨୪ ବର୍ଷର ଶାସନ ନବୀନଙ୍କ ଦେଶର ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ପରିପାରିଛି ।

‘ଟାଇମ୍ସ ନାଓ’ର ପ୍ରାକ୍‌‌ ନିର୍ବାଚନୀ ସର୍ଭେ: ଆହୁରି ବଢ଼ିଛି ନବୀନଙ୍କ ଲୋକପ୍ରିୟତା, ଓଡ଼ିଶାରେ ପୁଣି ବିଜେଡି
ଭୁବନେଶ୍ୱର: କ୍ରମାଗତ ୫ମ ପାଳିର ଶାସନ ପରେ ବି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ବଢ଼଼ିବଢ଼଼ି ଚାଲିଛି। ବିଶେଷକରି ‘୫-ଟି’ ଉପକ୍ରମରେ ଲୋକମାନଙ୍କର ସମସ୍ୟାର ତ୍ୱରିତ୍‌‌ ସମାଧାନ, ରାଜ୍ୟବ୍ୟାପୀ ରୂପାନ୍ତରଣ କାର୍ଯ୍ୟକ୍ରମ ସର୍ବୋପରି ବ୍ୟାପକ ଜନମଙ୍ଗଳକାରୀ ଯୋଜନା ନବୀନଙ୍କ ପ୍ରତି ଭୋଟରଙ୍କ ଆସ୍ଥାକୁ ବହୁଗୁଣିତ କରିଛି। ଯାହାର ପ୍ରତିଫଳନ ଆଗାମୀ ଲୋକସଭା ନିର୍ବାଚନରେ ଦେଖିବାକୁ ମିଳିବ ବୋଲି ରାଜନୈତିକ ତଥ୍ୟାଭିଜ୍ଞମାନେ ଆଲୋଚନା କରୁଥିବାବେଳେ ଦେଶର ଅନ୍ୟତମ ପ୍ରମୁଖ ଗଣମାଧ୍ୟମ ‘ଟାଇମ୍ସ ନାଓ’ ଏହି ଚର୍ଚ୍ଚାରେ ମୋହର ମାରିଛି। ‘ଟାଇମ୍ସ ନାଓ-ଇଟିଜି’ର ସର୍ବେକ୍ଷଣ ଅନୁଯାୟୀ ଆଗାମୀ ସାଧାରଣ ନିର୍ବାଚନରେ ଶାସକ ବିଜେଡି ରାଜ୍ୟରେ ଗତ ସାଧାରଣ ନିର୍ବାଚନଠାରୁ ଅଧିକ ଭୋଟ ଓ ଅଧିକ ଆସନ ପାଇବ ବୋଲି ପ୍ରକାଶ କରିଛି। ଗତ ଅଗଷ୍ଟ ମାସରେ ‘ଟାଇମ୍ସ ନାଓ’ ପକ୍ଷରୁ ହୋଇଥିବା ସର୍ଭେରେ ରାଜ୍ୟରେ ବିଜେଡିକୁ ୧୪ଟି ଯାଏ ଲୋକସଭା ଆସନ ମିଳିବ ବୋଲି ଆକଳନ କରାଯାଇଥିଲା। ଏହାର ୪ ମାସ ପରେ ପୁନର୍ବାର ସର୍ଭେରେ ‘ଟାଇମ୍ସ ନାଓ’ ବିଜେଡି ପୂର୍ବ ଆକଳନଠାରୁ ଆହୁରି ଅଧିକ ଆସନ ପାଇବ ବୋଲି ଆକଳନ କରିବା ସହ ଏହି ସଂଖ୍ୟା ୧୫ରେ ପହଞ୍ଚିପାରେ ବୋଲି ମତ ଦେଇଛି।

ବିଜେଡିର ଲୋକପ୍ରିୟତା ଓ ଆସନ ବୃଦ୍ଧି ସଂକ୍ରାନ୍ତରେ ‘ଟାଇମ୍ସ ନାଓ’ର ଉପରୋକ୍ତ ସର୍ଭେ ସହ ରାଜନୈତିକ ବିଶେଷଜ୍ଞମାନେ ସହମତ ହୋଇଛନ୍ତି। ରାଜ୍ୟରେ ଚାଲିଥିବା ରୂପାନ୍ତରଣ ପର୍ବ ସାଧାରଣ ଲୋକଙ୍କୁ ବେଶ୍‌‌ ଆକର୍ଷିତ କରିପାରିଛି। ବିଶେଷକରି ସ୍କୁଲ ଓ କଲେଜରେ ରୂପାନ୍ତରଣ ସହ ଉତ୍ତମ ଶୈକ୍ଷିକ ବାତାବରଣ, ବିଭିନ୍ନ ଧର୍ମାନୁଷ୍ଠାନର ରୂପରେଖରେ ପରିବର୍ତ୍ତନ, ବ୍ୟାପକ ଭିତ୍ତିଭୂମି ଉନ୍ନୟନ ପ୍ରକଳ୍ପର କାର୍ଯ୍ୟନ୍ୱୟନ, ସର୍ବୋପରି ‘୫-ଟି’ ଅଧ୍ୟକ୍ଷଙ୍କ ମାରାଥନ୍‌‌ ଜିଲ୍ଲା ଗସ୍ତ ଏବଂ ବିଭିନ୍ନ ସମସ୍ୟାର ତ୍ୱରିତ୍‌‌ ସମାଧାନ ଲୋକଙ୍କ ମନରେ ନବୀନଙ୍କ ପ୍ରତି ଆସ୍ଥା ଓ ବିଶ୍ୱାସକୁ ଅଧିକ ଦୃଢ଼ୀଭୂତ କରିଛି। ଅନ୍ୟପକ୍ଷରେ ବିରୋଧୀଙ୍କ ସାଙ୍ଗଠନିକ ଦୁର୍ବଳତା, ଅପ୍ରାସଙ୍ଗିକ ପ୍ରସଙ୍ଗକୁ ନେଇ ରାଜନୈତିକ ଯାତ୍ରା, ପ୍ରସଙ୍ଗହୀନ ମନ୍ତବ୍ୟ ଲୋକଙ୍କଠାରୁ ସେମାନଙ୍କୁ ଦୂରେଇ ନେବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ବିଜେଡିର ୧.୫ କୋଟି ଭୋଟ ଲକ୍ଷ୍ୟ ଆଦୌ ଅସହଜ ନୁହେଁ ବୋଲି ରାଜନୈତିକ ତଥ୍ୟାଭିଜ୍ଞମାନେ ମତ ପ୍ରକାଶ କରିଛନ୍ତି।

ଏ ପ୍ରସଙ୍ଗରେ ବିଜେଡିର ବରିଷ୍ଠ ବିଧାୟକ ଅମର ପ୍ରସାଦ ଶତପଥୀ କହିଛନ୍ତି ଯେ ସମସ୍ତ ନିର୍ବାଚନରେ ସାଧାରଣ ଲୋକେ ବିଜେଡି ସହ ରହି ଆସିଛନ୍ତି। ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ବିପୁଳ ସଫଳତା ଏବଂ ଲୋକଙ୍କ ଆଶୀର୍ବାଦ ପାଉଛି। ଆଗାମୀ ନିର୍ବାଚନରେ ମଧ୍ୟ ଦଳ ଲୋକଙ୍କ ବିପୁଳ ସମର୍ଥନ ଏବଂ ଆଶୀର୍ବାଦ ପାଇବ। ସେହିପରି ବିଜେଡି ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ଯେ ରାଜ୍ୟର ବିକାଶ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଁ ଶ୍ରେଷ୍ଠ ବିକଳ୍ପ ଏ ବିଶ୍ୱାସ ରାଜ୍ୟବାସୀଙ୍କର ରହିଛି। ଆମ କାମ ବଳରେ ଏହି ବିଶ୍ୱାସ ଆମେ ଜନ୍ମେଇପାରିଛୁ। ଅତଏବ୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାବାସୀ ବିଜେଡି ଓ ନବୀନ ପଟ୍ଟନାୟକଙ୍କ ଉପରେ ପୁନର୍ବାର ସମାନ ଆସ୍ଥା ଏବଂ ବିଶ୍ୱାସ ପ୍ରକଟ କରିବେ ବୋଲି ସେ କହିଛନ୍ତି।

ପାର୍ବଣରୁ ଆରମ୍ଭ ‘୨୪’ ପ୍ରସ୍ତୁତି: ତୃଣମୂଳରେ ସଙ୍ଗଠନକୁ ଅଧିକ ଦୃଢ଼ କରିବା ଲକ୍ଷ୍ୟରେ ବିଜେଡି
ଭୁବନେଶ୍ୱର: ସାଧାରଣ ଓ ବିଧାନସଭା ନିର୍ବାଚନ ବିଜ୍ଞପ୍ତି ଆଉ ମାତ୍ର କେଇମାସ ବାକି । ଦେଶର ୫ଟି ରାଜ୍ୟର ବିଧାନସଭା ନିର୍ବାଚନରୁ ଜାତୀୟ ଦଳଗୁଡ଼ିକ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏହି କ୍ରମରେ ଓଡ଼ିଶାରେ ବି ରାଜନୀତି କ୍ରମଶଃ ଉଷ୍ଣ ହେବାରେ ଲାଗିଛି । ହେମନ୍ତର ପହିଲି ଶୀତରୁ ରାଜନୀତିର ଉଷ୍ଣ ପାରଦ ଉପରକୁ ଉଠିବ ବୋଲି ଆଶା କରାଯାଉଛି । ରାଜ୍ୟରେ ଶାସକ ବିଜେଡି ସହ ଉଭୟ ବିଜେପି ଓ କଂଗ୍ରେସ ନିଜ ନିଜ ସ୍ତରରେ ସାଂଗଠନିକ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ତୃଣମୂଳସ୍ତରରେ ସଙ୍ଗଠନକୁ ଦୃଢ଼ କରି ବିଜେଡି ଆଗାମୀ ନିର୍ବାଚନରେ ଏକ ପ୍ରଚଣ୍ଡ ବିଜୟ ପାଇଁ ପ୍ରସ୍ତୁତି ଚଳାଇଥିବାବେଳେ ନିଜ ସ୍ଥିତି ସୁଧାରିବାକୁ ବିଜେପି ଓ କଂଗ୍ରେସ ମଧ୍ୟ ପ୍ରୟାସ ଆରମ୍ଭ କରିଛନ୍ତି । ଏ କ୍ଷେତ୍ରରେ ବିଜୁ ଜନତା ଦଳ ଢେ଼ର ଆଗରେ ରହିଛି । ଅକ୍ଟୋବର ୨ରୁ ବ୍ଲକ୍‌ରୁ ଆରମ୍ଭ କରି ନିର୍ବାଚନମଣ୍ଡଳୀ, ଜିଲ୍ଲା ଓ ରାଜ୍ୟସ୍ତରରେ ଜନସମ୍ପର୍କ ପଦଯାତ୍ରା କରାଯାଉଛି । ଅନୁରୂପ ଭାବରେ ପ୍ରତ୍ୟେକ ପଞ୍ଚାୟତରୁ ମନୋନୀତ କର୍ମୀ ଓ କର୍ମକର୍ତ୍ତାଙ୍କୁ ତାଲିମ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ତାଲିମପ୍ରାପ୍ତ ମାଷ୍ଟର ଟ୍ରେନରମାନେ ନିଜ ପଞ୍ଚାୟତ, ବ୍ଲକ ଓ ଜିଲ୍ଲା ପରିଷଦ ଜୋନ୍‌ରେ ୨୯ ତାରିଖରୁ ତାଲିମ ପ୍ରଦାନ କରିବେ ।

ଦୁଇ ଦଶନ୍ଧିରୁ ଊଦ୍ଧ୍ୱର୍କାଳ ରାଜ୍ୟରେ କ୍ଷମତାସୀନ ବିଜେଡି ସର୍ବଦା ନିର୍ବାଚନ ନିମନ୍ତେ ପ୍ରସ୍ତୁତ ରହିଥାଏ । ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କ୍ରମାଗତ ଷଷ୍ଠଥର ମୁଖ୍ୟମନ୍ତ୍ରୀ ଭାବରେ ଅଧିଷ୍ଠିତ କରିବା ପାଇଁ ଦଳ ଆଗାମୀ ଦିନ ପାଇଁ ଅତ୍ୟନ୍ତ ଯୋଜନାବଦ୍ଧ ଭାବରେ କାର୍ଯ୍ୟ ଆରମ୍ଭ କରିଛି । ସାଂଗଠନିକ ପୁନଃର୍ଗଠନ ପ୍ରକ୍ରିୟା ଶେଷ କରାଯିବା ସହ ଦଳର ଛାମୁଆ ସଂଗଠନର ନବକଳେବର କରାଯାଇଛି । ଭୋଟ ସଂଖ୍ୟାକୁ ଦେଢ଼ କୋଟିରେ ପହଞ୍ଚାଇବାକୁ ଲକ୍ଷ୍ୟଭେଦୀ ଯୋଜନା ପ୍ରସ୍ତୁତ କରାଯିବା ସହ ଗତ ନିର୍ବାଚନରେ ହରାଇଥିବା ବିଧାନସଭା ଓ ଲୋକସଭା ଆସନ ଦଖଲ ପାଇଁ ଅଭେଦ୍ୟ ରଣନୀତିର ନକ୍ସା ଆଙ୍କିଛନ୍ତି ଦଳର ନେତା ।

ଅପରପକ୍ଷେ ଦଳରେ ଥିବା ଗୋଷ୍ଠୀକନ୍ଦଳ ଓ ଦୁର୍ବଳ ସାଙ୍ଗଠନିକ ସ୍ଥିତିକୁ ସୁଧାରିବାକୁ ବିଜେପି କେନ୍ଦ୍ରୀୟ ନେତୃତ୍ୱଙ୍କ ଉପରେ ଭରସା କରିଛି । ଆଗାମୀ ମାସରେ ଦଳର ଦୁଇ ଜାତୀୟ ନେତାଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ରହିଛି । କିଛି ସପ୍ତାହ ତଳେ କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପିର ଅନ୍ୟତମ ଶୀର୍ଷ ନେତା ଅମିତ୍‌ ଶାହା ଓଡ଼ିଶା ଗସ୍ତରେ ଦଳୀୟ ନେତାଙ୍କୁ ବିଭିନ୍ନ ଟାସ୍କ ଦେଇଥିଲେ । ଗତ ସାଧାରଣ ନିର୍ବାଚନରେ ଯେଉଁ ଲୋକସଭା କ୍ଷେତ୍ରରେ ବିଜେପିର ବିଜୟ ହୋଇଥିଲା ସେଠାରେ ଅନ୍ୟୂନ ୧୦୦ ବୁଥ ଏବଂ ସବୁ ବିଧାନସଭା କ୍ଷେତ୍ରର ସର୍ବନିମ୍ନ ୨୫ଟି ବୁଥ୍‌କୁ ଦୃଢ଼ୀକରଣ କରିବାକୁ ଦେଇଥିବା ଦାୟିତ୍ୱର ସମୀକ୍ଷା କରିବାକୁ ଖୁବ୍‌ ଶୀଘ୍ର ସେ ପୁଣି ଓଡ଼ିଶା ଗସ୍ତରେ ଆସିବେ ବୋଲି ଦଳର ଜଣେ ବରିଷ୍ଠ ନେତା ସୂଚନା ଦେଇଛନ୍ତି । ମାତ୍ର ଆଗାମୀ ମାସରେ ରାଜସ୍ଥାନ, ମଧ୍ୟପ୍ରଦେଶ, ତେଲଙ୍ଗାନା ଆଦି ରାଜ୍ୟର ନିର୍ବାଚନ ଥିବାରୁ କେନ୍ଦ୍ରୀୟ ନେତୃତ୍ୱ ଓଡ଼ିଶା ସଙ୍ଗଠନ ଉପରେ ଗୁରୁତ୍ୱ ଦେବାକୁ ସମୟ ପାଇବେ ସେ ବିଶ୍ୱାସ ହେଉନାହିଁ ।

ଏହି ପରିପ୍ରେକ୍ଷୀରେ ରାଜ୍ୟରେ ନିଜର ଶେଷ ଯୁଦ୍ଧ ପାଇଁ ‘କର ବା ମର’ ନୀତିରେ ରାଜ୍ୟ କଂଗ୍ରେସ କାର୍ଯ୍ୟ କରିବ ଓ ଦଳୀୟ କାର୍ଯ୍ୟକ୍ରମକୁ କ୍ରିୟାଶୀଳ କରିବାକୁ ଅଣ୍ଟା ଭିଡ଼ିଛି । ଆଗାମୀ ଦିନରେ ଅନୁଷ୍ଠିତ ହେବାକୁଥିବା ୫ଟି ରାଜ୍ୟର ବିଧାନସଭା ଫଳାଫଳ ରାଜ୍ୟ ସଙ୍ଗଠନର ପୁନର୍ବିନ୍ୟାସ ପରୋକ୍ଷରେ ନିର୍ଭର କରୁଛି । ପୁନଶ୍ଚ ରାଜ୍ୟରେ କଂଗ୍ରେସରେ ଯେପରି ନେତୃତ୍ୱକୁ ନେଇ ବିବାଦ ଦିନକୁ ଦିନ ବୃଦ୍ଧି ପାଉଛି ତାହା ଦଳ ପାଇଁ ଘାତକ ହୋଇପାରେ ବୋଲି ଆଶଙ୍କା ସୃଷ୍ଟି କରିଛି । ଅନୁରୂପ ଭାବରେ କେନ୍ଦ୍ରୀୟ ନେତୃତ୍ୱ ଉପରେ ବିଜେପି ଭରସା କରିବା ପରି କଂଗ୍ରେସ ମଧ୍ୟ ସଙ୍ଗଠନକୁ ସକ୍ରିୟ କରିବା ଲାଗି ରାହୁଳ ଓ ପ୍ରିୟଙ୍କାଙ୍କ ଓଡ଼ିଶା ଗସ୍ତକୁ ଚାହିଁ ବସିଛି । ଏହି ପରିପ୍ରେକ୍ଷୀରେ ଦଶହରା ପରେ ତିନି ଦଳ ନିଜନିଜର ଆଭିମୁଖ୍ୟ ଓ ଦୃଷ୍ଟିଭଙ୍ଗୀକୁ ନେଇ ଆଗାମୀ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିବେ ବୋଲି ସୂଚନା ମିଳିଛି । ତେଣୁ କିଛିଦିନର ବ୍ୟବଧାନ ପରେ ରାଜ୍ୟ ରାଜନୀତିରେ ପ୍ରତ୍ୟହ ନୂଆ ନୂଆ ଘଟଣାବଳୀ ଦେଖିବାକୁ ମିଳିପାରେ ବୋଲି ରାଜନୈତିକ ତଥ୍ୟାଭିଜ୍ଞମାନେ ମନେ କରୁଛନ୍ତି ।

୨୦୨୪ ନିର୍ବାଚନରେ ଓଡିଶା ରାଜନୀତିରେ କିଛି ପରିବର୍ତ୍ତନ ହେବନି, ବିଜେଡି ବହୁ ପରିମାଣରେ ଜିତିବ : ଦାମୋଦର ରାଉତ
ଭୁବନେଶ୍ବର :  : ୨୦୨୪ ସାଧାରଣ ନିର୍ବାଚନରେ ଓଡିଶା ରାଜନୀତିରେ କିଛି ପରିବର୍ତ୍ତନ ହେବନି। ନବୀନ ପଟ୍ଟନାୟକଙ୍କ ବିକଳ୍ପ ନାହାଁନ୍ତି । ୨୦୨୪ରେ ବିଜେଡି ବହୁ ପରିମାଣରେ ଜିତିବ ଆଉ ନବୀନ ହିଁ ମୁଖ୍ୟମନ୍ତ୍ରୀ ହେବେ ବୋଲି କହିଛନ୍ତି ବରିଷ୍ଠ ନେତା ଦାମୋଦର ରାଉତ। କୌଣସି ଦଳ ପାଇଁ ଓକିଲାତି କରୁନି ବରଂ ମୁଁ ମୋ ଅନୁଭବରୁ କହୁଛି ବୋଲି ଦାମ ରାଉତ କହିଛନ୍ତି। ଏଥି ସହିତ ରାଜନୈତିକ ସ୍ଥିତି ବର୍ତ୍ତମାନ ଓଡ଼ିଶାରେ ଯାହା ବିଜେଡି ସର୍ବାଧିକ ଭୋଟ ପାଇବ। ବିଜେପି ଆଉ କଂଗ୍ରେସରେ ବିକଳ୍ପର ଅଭାବ ହେତୁ ଲୋକ ବିଜେଡିକୁ ଭୋଟ ଦେଇ ଜିତେଇବେ।

ବିଜେପି ନିଜକୁ ମଜଭୁତ୍ କରିପାରିନାହିଁ। ଦଳରେ ନିଜ ନିଜ ଭିତରେ କନ୍ଦଳ ଦେଖାଦେଉଛି। ଆଉ କଂଗ୍ରେସ ଏବେ ଲଢିବା ସ୍ଥିତିରେ ନାହିଁ। ପିସିସି ସଭାପତି ଶରତ ପଟ୍ଟନାୟକ ଯେଉଁ ଡାକରା ଦେଇଥିଲେ ୯ ରୁ ୯୦ ତାହା କିଛି ବି କାର୍ଯ୍ୟକାରୀ ହୋଇପାରିନାହିଁ। ବର୍ତ୍ତମାନ କଂଗ୍ରେସ ଯେଉଁ ସ୍ଥିତିରେ ରହିଛି, ଏପରି ହେଲେ ଦଳ ୨୪ରେ ଅସ୍ଥିତ୍ବ ହରାଇବ।

ଭୁବନେଶ୍ୱରରେ ରହି ବାଇଟ୍‌ ଦେଲେ କିଛି ଲାଭ ହେବନି : ନରସିଂହ ମିଶ୍ର

ଆଗାମୀ ୨୦୨୪ ସାଧାରଣ ନିର୍ବାଚନକୁ ନେଇ ଏକ ପ୍ରଶ୍ନରେ ନରସିଂହ କହିଛନ୍ତି ଯେ, ରାଜନୈତିକ ପାଣିପାଗର ଭାବିଷ୍ୟତ୍ୱବାଣୀ ଦେବା କଷ୍ଟକର। ରାଜନୀତିରେ ୨୦୨୪ରେ କଣ ହେବ ଆକଳନ କରହେବ ନାହିଁ। କିନ୍ତୁ ମୋର ଆଶା କଂଗ୍ରେସ ଅତୀତର ଦୋଷ ଦୁର୍ବଳତାକୁ ଭୁଲି ଆତ୍ମସମୀକ୍ଷା କରିବ। ଗୁରୁତର ସହ ବିଚାର କରି ନିଷ୍ପତି ନେବ। ଆମ ନେତା ଖାଲି ଭୁବନେଶ୍ୱରରେ ରହି ରାଜନୀତି କରି ଗଣମାଧ୍ୟମରେ ବାଇଟ ଦେଲେ ଦଳର କିଛି ଲାଭ ହେବନି ବୋଲି ନରସିଂହ କହିଛନ୍ତି ।

୨୦୨୪ ବିଧାନସଭା ନିର୍ବାଚନରେ ୧୨୫ ଆସନ ଦଖଲ ଲାଗି ବିଜେଡିର ଦୃଢ଼ୋକ୍ତି; ନବୀନଙ୍କ ନେତୃତ୍ୱରେ ବିପୁଳ ବିଜୟ ଆଶା
ଭୁବନେଶ୍ୱର: ନିରାସକ୍ତ ଭାବରେ ଦେଖିଲେ ପଦମ୍‍ପୁର ଉପନିର୍ବାଚନ ଅନ୍ୟ ସବୁ ଉପନିର୍ବାଚନ ପରି ସାଧାରଣ; କିନ୍ତୁ ଏହାର ପାର୍ଶ୍ବ ପ୍ରତିକ୍ରିୟା ବିଭିନ୍ନ ଦୃଷ୍ଟିରୁ ବହୁ ଗୁରୁତ୍ୱ ବହନ କରୁଛି। ୨୦୧୯ ବିଧାନସଭା ନିର୍ବାଚନ ପୂର୍ବରୁ ୨୦୧୮ ବିଜେପୁର ଉପନିର୍ବାଚନ ଯେଉଁ ବାର୍ତ୍ତା ଦେଇଥିଲା; ୨୦୨୪ ବିଧାନସଭା ନିର୍ବାଚନ ଅବ୍ୟବହିତ ପୂର୍ବରୁ ୨୦୨୨ର ପଦମ୍‍ପୁର ନିର୍ବାଚନ ଫଳ ଅନୁରୂପ ଆଭାସ ଦେଇଛି କି ? ରାଜନୀତିରେ ରୁଚି ରଖୁଥିବା ବ୍ୟକ୍ତିବିଶେଷ, ନିର୍ବାଚନ ସମୀକ୍ଷକ ଓ ରାଜନୈତିକ ବିଶେଷଜ୍ଞମାନଙ୍କ ପାଇଁ ଏବେ ଏହା ବିଶ୍ଳେଷଣର ବିଷୟ ହୋଇଛି। ଏହି ପରିପ୍ରେକ୍ଷୀରେ ବିଜେଡି ନେତା ସୁଶାନ୍ତ ସିଂହ ଆଗାମୀ ନିର୍ବାଚନରେ ଦଳର ସଫଳତା ସଂକ୍ରାନ୍ତ ଯେଉଁ ‘୧୨୫’ ଟିପ୍ପଣୀ ଦେଇଛନ୍ତି ତାହା ବିରୋଧୀମାନଙ୍କ ରକ୍ତଚାପ ବଢ଼଼ାଇ ଦେଇଛି।

ପଦମ୍‍ପୁର ନିର୍ବାଚନ ଅନେକ ଦୃଷ୍ଟିରୁ ଗୁରୁତ୍ୱ ବହନ କରିଥିବା କେହି ଅସ୍ୱୀକାର କରିବେ ନାହିଁ। ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପଦମ୍‍ପୁରରେ ଲଢ଼ୁଥିବା ‘ସମ୍ମାନ’ ଲଢ଼େଇରେ କଂଗ୍ରେସ ପ୍ରଚଣ୍ଡ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି ଏବଂ ବିଜେପିର ଅହଂକାରୀ ରଣନୀତି ଭୂତଳଶାୟୀ ହୋଇଛି। ଗତ ନିର୍ବାଚନରେ ବିଜେପିର ପରାଜୟ ବ୍ୟବଧାନ ଉପନିର୍ବାଚନରେ ୮ଗୁଣରୁ ଅଧିକକୁ ବୃଦ୍ଧି ପାଇଛି। ଏପରିକି ବିଜୟ ରଞ୍ଜନ ସିଂହ ବରିହା ବିଜେପିକୁ ମାତ୍ର ୫ ହଜାର ବ୍ୟବଧାନରେ ପରାଜିତ କରିଥିବାବେଳେ ତାଙ୍କ ଝିଅ ବର୍ଷା ସିଂହ ବରିହାଙ୍କ ବିଜୟ ବ୍ୟବଧାନ ୪୨ ହଜାର ଅତିକ୍ରମ କରିଛି। ଉପନିର୍ବାଚନର ପ୍ରଭାବ ପରବର୍ତ୍ତୀ ନିର୍ବାଚନକୁ ପ୍ରଭାବିତ କରେ କିମ୍ବା କରେ ନାହିଁ ତାହା ଭିନ୍ନ କଥା; ମାତ୍ର ପଦମ୍‍ପୁର ନିର୍ବାଚନ ଫଳାଫଳ ଯେ ରାଜ୍ୟରେ କ୍ଷମତା ସ୍ୱପ୍ନ ଦେଖୁଥିବା ବିଜେପିକୁ ଅତ୍ୟନ୍ତ ନିରାଶ କରିଛି ଏହା କହିବାରେ ଆଦୌ ଦ୍ୱିଧା ନାହିଁ।

ରାଜନୀତିର ପଶାପାଲିର ଗ୍ରାଣ୍ଡମାଷ୍ଟର ନବୀନଙ୍କ ନେତୃତ୍ୱରେ ପୁଣିଥରେ ଆଗାମୀ ନିର୍ବାଚନରେ ବିପୁଳ ବିଜୟ ଲାଭ କରିବ ବୋଲି ଆଶା ରଖିଛି ବିଜେଡି। ସେବା ଓ ସମର୍ପଣର ସୁବର୍ଣ୍ଣ ଜୟନ୍ତୀ ପାଳନ କରିଥିବା ନବୀନଙ୍କ ପାଇଁ ରାଜନୀତି ଏକ ଆଧ୍ୟାତ୍ମିକ ଯାତ୍ରା ଏବଂ କ୍ଷମତା ହେଉଛି ଜନସେବାର ମାଧ୍ୟମ। ଯେଉଁଥିପାଇଁ ତାଙ୍କ ସମକକ୍ଷ ନେତା ଓଡ଼ିଶାରେ ସୃଷ୍ଟି ହୋଇ ନାହାନ୍ତି। ରାଜ୍ୟବାସୀଙ୍କ ସେବା କରିବା ଲାଗି ନବୀନଙ୍କୁ ଷଷ୍ଠଥର ମୁଖ୍ୟମନ୍ତ୍ରୀ ଗାଦିରେ ବସାଇବାକୁ ବିଜେଡିର କର୍ମୀ, ନେତା ଓ କର୍ମକର୍ତ୍ତାମାନେ କିପରି ଦୃଢ଼ ପ୍ରତିଜ୍ଞ ହୋଇଛନ୍ତି ତାହାର ଆଭାସ ପଦମ୍‍ପୁରରେ ଦେଖିବାକୁ ମିଳିଛି।

ଏହି ପରିପ୍ରେକ୍ଷୀରେ ବିଜେଡି ନେତା ସୁଶାନ୍ତ ସିଂହ ଆଗାମୀ ନିର୍ବାଚନରେ ବିଜେଡି ଅନ୍ୟୂନ ୧୨୫ ଆସନ ଦଖଲ କରିବ ବୋଲି ଦୃଢ଼ୋକ୍ତି ଅନେକ ଦୃଷ୍ଟିରୁ ଗୁରୁତ୍ୱବହନ କରୁଛି। ୨୦୦୦ ମସିହାରୁ ରାଜ୍ୟରେ ବିଜେଡିର ଜୟଯାତ୍ରା ଆରମ୍ଭ ହୋଇଥିଲା। ୨୦୦୦ ଓ ୨୦୦୪ରେ ମେଣ୍ଟ ସରକାରରେ ବିଜେଡି ଯେତିକି ପ୍ରତିଶତ ଭୋଟ ପାଇଥିଲା, ତାହା ୨୦୦୯, ୨୦୧୪ ଓ ୨୦୧୯ରେ ବହୁଗୁଣିତ ହୋଇ ସାରିଛି। ଦଳର ଭୋଟ ସଂଖ୍ୟା ଓ ଭୋଟ ହାରର ନିକଟବର୍ତ୍ତୀ ହେବା ପାଇଁ ପ୍ରତିପକ୍ଷ ଅସମର୍ଥ ହୋଇଛନ୍ତି। ବିଧାନସଭା ନିର୍ବାଚନରେ ଦଳର ଭୋଟ ସଂଖ୍ୟା ୧ କୋଟି ୫ ଲକ୍ଷ ଅତିକ୍ରମ କରିଥିଲା। ପଞ୍ଚାୟତ ନିର୍ବାଚନରେ ଏହା ୧.୨ କୋଟି ଅତିକ୍ରମ କରିଛି। ସଂଗଠନକୁ ଦୃଢ଼ୀକରଣ କରାଯାଇ ଏହାକୁ ୧.୫ କୋଟିରେ ପହଞ୍ଚାଇବା ପାଇଁ ଦଳ ପ୍ରସ୍ତୁତ କରିଥିବା ଲକ୍ଷ୍ୟଭେଦୀ ଯୋଜନା ସଫଳ ହେବା ଦିଶାରେ ଗତି କରୁଛି। ଚଳିତ ମାସରେ ୨୬ତମ ପ୍ରତିଷ୍ଠା ଦିବସ ପାଳନଠାରୁ ଆଗାମୀ ନିର୍ବାଚନ ପାଇଁ ଦଳ ବିଧିବଦ୍ଧ ପ୍ରସ୍ତୁତି ଆରମ୍ଭ କରିବ।

ନିର୍ବାଚନ ପରିଚାଳନାରେ ବିଜେଡି ରାଜ୍ୟର ଅନ୍ୟ ସମସ୍ତ ରାଜନୈତିକ ଦଳଠାରୁ ଯଥେଷ୍ଟ ଆଗରେ। ପ୍ରସ୍ତୁତି, ପରିଚାଳନା ଓ କାର୍ଯ୍ୟାନ୍ୱୟନ କ୍ଷେତ୍ରରେ ମଧ୍ୟ ଦଳର ନେତାମାନେ ପ୍ରବୀଣ। ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନ ଓ ଏହାକୁ କାର୍ଯ୍ୟକ୍ଷେତ୍ରରେ ରୂପାନ୍ତରଣରେ ଦଳୀୟ ନେତାମାନେ ଯେଉଁପରି ନିଷ୍ଠା ଦେଖାଇଥାଆନ୍ତି, ତାହା ଅନ୍ୟଦଳ ନିକଟରେ ଦେଖାଯାଏ ନାହିଁ। ଯେଉଁଥିପାଇଁ ଗତ ୨୨ ବର୍ଷ ଧରି ପ୍ରତ୍ୟେକ ନିର୍ବାଚନରେ ଦଳର ଭୋଟ ହାର ବୃଦ୍ଧି ପାଇ ଚାଲିଛି। ପଦମ୍‍ପୁର ଉପନିର୍ବାଚନ ଏହାର ଶେଷତମ ଉଦାହରଣ। ଭୋଟ ସଂଖ୍ୟା, ଭୋଟ ହାର, ବିଜୟ ବ୍ୟବଧାନ ସବୁ କ୍ଷେତ୍ରରେ ବିଜେଡି ପଦମ୍‍ପୁରରେ ଯେଉଁ ଅନତିକ୍ରମଣୀୟ ରେଖା ଟାଣିଛି, ତାକୁ ଅତିକ୍ରମ କରିବାକୁ ବିରୋଧୀମାନେ ଯେ ସକ୍ଷମ ହେବେ, ସେ ନେଇ ସଂଶୟ ସୃଷ୍ଟି ହୋଇଛି। ଏହି ପରିପ୍ରେକ୍ଷୀରେ ସୁଶାନ୍ତ ସିଂହଙ୍କ ‘୧୨୫’ ଆଶା ଆଦୌ ଅମୂଳକ ନୁହେଁ ବୋଲି ରାଜନୈତିକ ସମୀକ୍ଷକମାନେ ମନେ କରୁଛନ୍ତି।

ବିଜେପି ସ୍ବପ୍ନ ଦେଖୁଛି ହେଲେ ସ୍ବପ୍ନ ପୂରଣ ହେବନି : ଆଗାମୀ ସାଧାରଣ ନିର୍ବାଚନର ସଫା ହୋଇଯିବେ
ଭୁବନେଶ୍ବର : ୨୦୨୪ ରେ ବିରୋଧୀ ଶୁନ୍ୟ ହେବ ଓଡ଼ିଶା। ବିଜେଡି ୧୪୭ ବିଧାୟକ ଓ ୨୧ ସାଂସଦ ପଦ ହାତେଇବ। ବିଜେଡି ସଙ୍ଗଠନ ତୃନମୂଳ ସ୍ତରରେ ସୁଦୃଢ ହୋଇଛି,ଲୋକଙ୍କ ସମସ୍ୟା ସହ ଯୋଡ଼ି ହୋଇଛି ବିଜେଡି। ବିରୋଧୀଙ୍କ କିଛି ହାୱା କାମ ଦେବନି। ୨୦୨୪ରେ ଲୋକମାନେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବକୁ ଆହୁରୀ ଅଧିକ ସମର୍ଥନ କରିବେ ଏବଂ ବିରୋଧୀ ମୂଳପୋଛ ହୋଇଯିବେ।  ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ସର୍ଭେକୁ ନେଇ ଏମିତି କିଛି ପ୍ରତିକ୍ରିୟା ରଖିଛନ୍ତି ରାଜସ୍ଵ ମନ୍ତ୍ରୀ ତଥା ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ।

ଜାତୀୟ ଗଣମାଧ୍ୟମ ସର୍ଭେର ରିପୋର୍ଟକୁ ନେଇ ପ୍ରଶ୍ନର ଉତ୍ତର ରଖି ରାଜସ୍ଵ ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି, ବିଜେପି ସ୍ୱପ୍ନ ଦେଖୁଛି ହେଲେ ସେ ସ୍ୱପ୍ନ କେବେ ପୂରଣ ହେବନି । ପଞ୍ଚାୟତ ଓ ପୌର ନିର୍ବାଚନରେ ସଫା ହୋଇଗଲେ । ଆଗକୁ ସାଧାରଣ ନିର୍ବାଚନର ବି ସଫା ହୋଇଯିବେ । ଓଡ଼ିଆ ଝିଅକୁ ରାଷ୍ଟ୍ରପତି ପ୍ରାର୍ଥୀ କରାଯିବା କାରଣରୁ ଦ୍ରୌପଦୀଙ୍କୁ ବିଜେଡି ସମର୍ଥନ ଦେଲା। ଏହାକୁ ନେଇ ବିଜେପି ଶକ୍ତି ବୃଦ୍ଧି ପାଇବ ବୋଲି ଭାବିବା ଭୁଲ୍ ବୋଲି ପ୍ରମିଳା ଉତ୍ତର ରଖିଛନ୍ତି । ତା ସହିତ ରାଜ୍ୟରେ କଂଗ୍ରେସ ବିଜେପି ଏକ ହୋଇଯାଇଛନ୍ତି । ବିଜେଡି ଯେତିକି ଭୋଟ୍ ପାଇଥିଲା ତାହା ବଢ଼ିଛି କିନ୍ତୁ କଂଗ୍ରେସ ଭୋଟ୍ ବିଜେପିକୁ ଯାଇଛି । କଂଗ୍ରେସ ଲଢ଼ିବା ଅବସ୍ଥାରେ ନାହିଁ। ତାଙ୍କ ପୂରୁଣା ଭୋଟ ଫେରାଇ ଆଣିବା ପାଇଁ କଂଗ୍ରେସ ଲାଗୁ ବୋଲି ପ୍ରମିଳା ମଲ୍ଲିକ କହିଛନ୍ତି।

ଏଥି ସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ କେନ୍ଦ୍ରମନ୍ତ୍ରୀ ମାନେ ଘନ ଘନ ଓଡ଼ିଶାଗସ୍ତ କରୁଛନ୍ତି, ଏହାର ପ୍ରଭାବ ରାଜ୍ୟ ରାଜନୀତି ଉପରେ ପଡ଼ିବ କି ବୋଲି ପ୍ରଶ୍ନରେ ଉତ୍ତର ଦେଇ ପ୍ରମିଳା କହିଛନ୍ତି, କେନ୍ଦ୍ରମନ୍ତ୍ରୀ ଡେରା ପକାଇଲେ କିଛି ଅସୁବିଧା ନାହିଁ । ଏହାର କିଛି ପ୍ରଭାବ ପଡ଼ିବନି। ସେମାନେ ଆସି ଲୋକଙ୍କ ସମସ୍ୟା ସମାଧାନ କରୁନାହାନ୍ତି ବରଂ ଅଧିକ ସମସ୍ୟା ସୃଷ୍ଟି କରୁଛନ୍ତି ।

ସୂଚନାଯୋଗ୍ୟ ଯେ, ଦ୍ରୌପଦୀଙ୍କୁ ରାଷ୍ଟ୍ରପତି କରିବା ପରେ ଓଡିଶାରେ ବିଜେପିକୁ ବଡ ସଫଳତା ମିଳିପାରେ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ଆସନ୍ତା ସାଧାରଣ ନିର୍ବାଚନରେ ବିଜେପିକୁ ଅଧିକ ସିଟ୍ ମିଳିବ ବୋଲି କିଛି ଗଣମାଧ୍ୟମ ସଂସ୍ଥା ଅନୁମାନ କରିଛନ୍ତି।ଇଣ୍ଡିଆ ଟିଭି-ମ୍ୟାଟେରିଜ୍ ସର୍ଭେ ଅନୁଯାୟୀ, ଯଦି ଆଜି ନିର୍ବାଚନ ଅନୁଷ୍ଠିତ ହୁଏ, ତେବେ ୨୧ଟି ଲୋକସଭା ଆସନ ମଧ୍ୟରୁ ୧୧ଟି ଆସନ ବିଜେପି ଜିତିପାରେ । ଅନ୍ୟପକ୍ଷରେ ବିଜୁ ଜନତା ଦଳ ୮ଟି ଆସନ ଜିତିବ ବୋଲି ଅନୁମାନ କରାଯାଇଛି । ଅନ୍ୟପଟେ କଂଗ୍ରେସ ୨ଟି ଆସନ ହାସଲ କରିପାରେ ବୋଲି ସର୍ଭେରେ ଅନୁମାନ କରାଯାଇଛି। କନ୍ତୁ ଏହା କେବଳ ଏକ ସର୍ଭେ। ଓଡ଼ିଶାର ଜନତା ବିକାଶକୁ ଭଲ ପାଆନ୍ତି ଏବଂ ନବୀନ ବାବୁଙ୍କ ବିକାଶ ସହ ଓଡ଼ିଶାବାସୀ ଅଛନ୍ତି ଏଣୁ ୨୦୨୪ରେ ବିଜେଡି ୨୦୧୯ ଅପେକ୍ଷା ଭଲ ରେଜଲ୍ଟ କରିବ ବୋଲି ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି।