Maharashtra Governor - The Sakala

ସମସ୍ତ ପ୍ରକାର ରାଜନୈତିକ ଦାୟିତ୍ୱରୁ ମୁକ୍ତ ହେବାକୁ ଚାହୁଁଛନ୍ତି ମହାରାଷ୍ଟ୍ର ରାଜ୍ୟପାଳ, ପ୍ରଧାନମନ୍ତ୍ରୀଙ୍କ ସହ ହେଲେ କଥା
ମୁମ୍ବାଇ: ସମସ୍ତ ପ୍ରକାର ରାଜନୈତିକ ଦାୟିତ୍ୱରୁ ମୁକ୍ତ ହେବାକୁ ଚାହୁଁଛନ୍ତି ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶ୍ୟାରୀ । ଏନେଇ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କଥା ହୋଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ସମସ୍ତ ଦାୟିତ୍ୱରୁ ମୁକ୍ତି ଦେବା ପାଇଁ ନିବେଦନ କରିଛନ୍ତି ଭଗତ ସିଂ କୋଶ୍ୟାରୀ । ନିଜ ତରଫରୁ ସେ ପ୍ରଧାନମନ୍ତ୍ରୀଙ୍କ ସାମ୍ନାରେ ଏହି ଇଚ୍ଛା ପ୍ରକାଶ କରିଛନ୍ତି । ନିଜର ଆଗାମୀ ସମୟ ପଢିବା, ଲେଖିବାରେ ବିତାଇବାକୁ ଚାହୁଁଛନ୍ତି କୋଶ୍ୟାରୀ ।

ସୂଚନାଯୋଗ୍ୟ, ଗତ ଦିନରେ ନିଜର ବିବାଦୀୟ ବୟାନ ପାଇଁ ଚର୍ଚ୍ଚାରେ ରହିଥିଲେ ଭଗତ ସିଂହ କୋଶ୍ୟାରୀ । କୋଶ୍ୟାରୀ ଶିବାଜୀ ମହାରାଜଙ୍କ ଉପରେ ଦେଇଥିବା ବୟାନ ପରେ ହିଁ ରାଜ୍ୟପାଳ ପଦରୁ ଇସ୍ତଫା ଦେବା ନେଇ ସଙ୍କେତ ଦେଇଥିଲେ । ସେ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଚିଠି ଲେଖି ଶିବାଜୀ ମହାରାଜଙ୍କ ଉପରେ ଦେଇଥିବା ଟିପ୍ପଣୀ ପାଇଁ ଦୁଃଖ ବ୍ୟକ୍ତ କରିଥିଲେ ।

ଜାରି ହୋଇଥିବା ନିଜ ବୟାନରେ ସେ କହିଛନ୍ତି, ମୋ ପାଇଁ ଏହା ସମ୍ମାନର ବିଷୟ ଯେ ମୁଁ ମହାରାଷ୍ଟ୍ରର ରାଜ୍ୟପାଳ ଭାବେ ସେବା ପ୍ରଦାନ କରୁଛି । ଇଏ ସେହି ମହାରାଷ୍ଟ୍ର ଯେଉଁଠି ସନ୍ଥ, ସାମାଜିକ କର୍ମୀମାନେ ଜନ୍ମ ନେଇଥିଲେ । ଗତ ୩ ବର୍ଷ ମୋତେ ମହାରାଷ୍ଟ୍ର ଜନତାଙ୍କ ଠାରୁ ଭଲ ପାଇବା ମିଳିଛି । ଏହାକୁ ମୁଁ କେବେ ଭୁଲିପାରିବି ନାହିଁ ।

ନିଜ ବିବାଦୀୟ ମନ୍ତବ୍ୟ ପାଇଁ କ୍ଷମା ମାଗିଲେ ମହାରାଷ୍ଟ୍ର ରାଜ୍ୟପାଳ
ମୁମ୍ବାଇ: ମହାରାଷ୍ଟ୍ରକୁ ନେଇ ଦେଇଥିବା ବିବାଦୀୟ ବୟାନ ପାଇଁ ଆଜି ରାଜ୍ୟପାଳ ଭଗତ ସିଂହ କୋଶୟାରୀ କ୍ଷମା ମାଗିଛନ୍ତି। ରାଜ୍ୟପାଳ କହିଥିଲେ ଯେ, “ଯଦି ଗୁଜୁରାଟୀ ଓ ରାଜସ୍ଥାନୀଙ୍କୁ ମହାରାଷ୍ଟ୍ର, ବିଶେଷ କରି ମୁମ୍ବାଇ ଓ ଥାନେରୁ ହଟାଇ ଦିଆଯାଏ, ତେବେ ଏଠାରେ ଟଙ୍କା ଅଭାବ ପଡ଼ିଯିବ। ଆର୍ଥିକ ରାଜଧାନୀ ବୋଲାଉଥିବା ମୁମ୍ବାଇ ପାଖରୁ ଏହି ଟ୍ୟାଗ୍‌ ହଟିଯିବ।” ରାଜ୍ୟପାଳଙ୍କ ଏହି ବୟାନକୁ ତମ୍ବିତୋଫାନ ଆରମ୍ଭ ହୋଇଥିଲା। ତାଙ୍କର ଏଭଳି ବିବୃତିକୁ ବ୍ୟାପକ ବିରୋଧ କରାଯାଇଥିବା ବେଳେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ନିଜେ ଏହାକୁ ବିରୋଧ କରିଥିଲେ।

ସମସ୍ତ ରାଜନୈତିକ ଦଳର ବିରୋଧକୁ ଦୃଷ୍ଟିରେ ରଖି ରାଜ୍ୟପାଳ କୋଶୟାରୀ ସୋମବାର କ୍ଷମା ପ୍ରାର୍ଥନା କରିଛନ୍ତି। କ୍ଷମା ପ୍ରାର୍ଥନ କରି ସେ କହିଛନ୍ତି ଯେ, “ଜୁଲାଇ ୨୯ରେ ମୁମ୍ବାଇର ବିକାଶ ପାଇଁ କିଛି ନିର୍ଦ୍ଦିଷ୍ଟ ସଂପ୍ରଦାୟର ଲୋକଙ୍କ ଯୋଗଦାନ ସମ୍ପର୍କରେ ମୁଁ ଦେଇଥିବା ବୟାନ ଭୁଲ ଥିଲା। କେବଳ ମହାରାଷ୍ଟ୍ର ନୁହେଁ, ପୂରା ଭାରତର ବିକାଶ ପାଇଁ ସମସ୍ତଙ୍କର ସ୍ୱତନ୍ତ୍ର ଅବଦାନ ରହିଛି। ବିଶେଷ କରି ସମ୍ପୃକ୍ତ ରାଜ୍ୟର ଉଦାରତା ଏବଂ ସମସ୍ତଙ୍କୁ ସାଙ୍ଗରେ ନେଇଯିବାର ଉଜ୍ଜ୍ୱଳ ପରମ୍ପରା ଯୋଗୁଁ ଆଜି ଦେଶ ପ୍ରଗତି ଆଡ଼କୁ ଗତି କରୁଛି। ମୁଁ ନିଶ୍ଚିତ ଯେ ମହାରାଷ୍ଟ୍ରର ଲୋକମାନେ ମୁଁ ଦେଇଥିବା ମନ୍ତବ୍ୟ ପାଇଁ ମୋତେ କ୍ଷମା କରିବେ।

କିନ୍ତୁ ସେଦିନର ଭାଷଣରେ ମୋର କିଛି ଭୁଲ ହୋଇଯାଇଛି। ସେହି ଭୁଲକୁ ମହାରାଷ୍ଟ୍ର ଭଳି ମହାନ ପ୍ରଦେଶର ଅବମାନନା ରୂପେ ବିବେଚନା କରିବା କଥା କେବେ ହେଲେ କଳ୍ପନା କରାଯାଇ ପାରିବନି। ମହାରାଷ୍ଟ୍ରର ମହାନ ସନ୍ଥ ପରମ୍ପରାରେ ଆପଣ ଏହି ବିନମ୍ର ରାଜ୍ୟ ସେବକକୁ କ୍ଷମା କରି ନିଜର ବିଶାଳ ହୃଦୟର ପରିଚୟ ଦିଅନ୍ତୁ।”

ରାଜ୍ୟପାଳଙ୍କ ବୟାନକୁ ନେଇ ମହାରାଷ୍ଟ୍ରରେ ହଙ୍ଗାମା, ରାସ୍ତାକୁ ଓହ୍ଲାଇଲେ ମରାଠା
ମୁମ୍ବାଇ : ବିବାଦ ଘେରକୁ ଆସିଛନ୍ତି ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶିୟାରୀ। ‘ଯଦି ଗୁଜୁରାଟୀ ଏବଂ ରାଜସ୍ଥାନୀଙ୍କୁ ମୁମ୍ବାଇ ଏବଂ ପୁଣେରୁ ହଟାଇ ଦିଆଯାଏ, ତେବେ ଏଠାରେ ଟଙ୍କା ଅଭାବ ପଡିଯିବ। ଗୁଜରାଟୀ ମାନେ ମୁମ୍ବାଇରୁ ଚାଲିଗଲେ ମୁମ୍ବାଇକୁ ଆଉ ଭାରତର ଅର୍ଥନୈତିକ ରାଜଧାନୀ କୁହାଯିବ ନାହିଁ। ରାଜ୍ୟପାଳ ଏକ ସଭାରେ ଦେଇଥିବା ଏହି ବୟାନକୁ ନେଇ ମହାରାଷ୍ଟ୍ରରେ ହଙ୍ଗାମା ହେବା ସହ ରାସ୍ତାକୁ ଓହ୍ଲାଇଛନ୍ତି ମରାଠା। ଏଥି ସହିତ ବିଭିନ୍ନ ରାଜନୈତିକ ଦଳ ରାଜ୍ୟପାଳଙ୍କ ବୟାନକୁ ନିନ୍ଦନୀୟ କହିବା ସହ ଖୁବ୍‌ ଶିଘ୍ର କେନ୍ଦ୍ର ସରକାର ତାଙ୍କୁ ମହାରାଷ୍ଟ୍ରରୁ ପ୍ରତ୍ୟାହାର କରନ୍ତୁ ବୋଲି ଦାବି କରିଛନ୍ତି।

ଶୁକ୍ରବାର ଦିନ ମୁମ୍ବାଇର ଅନ୍ଧେରୀରେ ସ୍ବର୍ଗତା ଶାନ୍ତିଦେବୀ ଚମ୍ପକଲାଲ୍‌ଜୀ କୋଠାରୀଙ୍କ ନାମରେ ଗୋଟାଏ ଛକର ନାମକରଣ ଉତ୍ସବରେ ରାଜ୍ୟପାଳ ଭଗତ ସିଂହ କୋଶିୟାରୀ ଯୋଗଦେଇଥିଲେ। ଉକ୍ତ ସଭାରେ ଲୋକମାନଙ୍କ ସମ୍ଭୋଧନ କରିବା ସମୟରେ ସେ କହିଥିଲେ ବେଳେ ବେଳେ ମୁଁ ଲୋକଙ୍କୁ କୁହେ ଯେ, ଯଦି ମହାରାଷ୍ଟ୍ର ବିଶେଷକରି, ମୁମ୍ବାଇ ଓ ପୁଣେରୁ ଗୁଜରାଟୀ ଏବଂ ରାଜସ୍ଥାନୀମାନଙ୍କୁ ହଟାଇ ଦିଆଯାଏ ଆପଣମାନଙ୍କ ପାଖରେ ଆଉ ଅର୍ଥ ନଥିବ ଏବଂ ମୁମ୍ବାଇକୁ ଆଉ ଭାରତର ଅର୍ଥନୈତିକ ରାଜଧାନୀ କୁହାଯିବ ନାହିଁ ।

#WATCH | If Gujaratis and Rajasthanis are removed from Maharashtra, especially Mumbai and Thane, no money would be left here. Mumbai would not be able to remain the financial capital of the country: Maharashtra Governor Bhagat Singh Koshyari pic.twitter.com/l3SlOFMc0v

— ANI (@ANI) July 30, 2022

ରାଜ୍ୟପାଳଙ୍କ ଏହି ବୟାନ ପରେ ମହାରାଷ୍ଟ୍ରରେ ତୀବ୍ର ସମାଲୋଚନା କରାଯାଉଛି। ରାଜ୍ୟପାଳ ଦେଇଥିବା ଟିପ୍ପଣୀକୁ ନେଇ ‘ଶିବସେନା’ ସାଂସଦ ସଞ୍ଜୟ ରାଉତ ତୀବ୍ର ନିନ୍ଦା କରିଛନ୍ତି। ବହୁ ଦଶନ୍ଧି ଧରି ଲାଗି ରହିଥିବା ମରାଠୀ-ଗୁଜରାଟୀ ବିବାଦ ତେଜି ଉଠୁଥିବା ବେଳେ ସାଂସଦ ସଞ୍ଜୟ ରାଉତ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ଅନୁରୋଧ କରି କହିଛନ୍ତି ଯେ, ସେ ଅନ୍ତତଃ ରାଜ୍ୟପାଳ ଦେଇଥିବା ବିବୃତିକୁ ନିନ୍ଦା କରନ୍ତୁ।

महाराष्ट्रात भाजपा पुरस्कृत मुख्यमंत्री होताच मराठी माणूस आणि शिवरायांचा अपमान सुरू झाला..स्वाभिमान अभिमान यावर बाहेर पडलेला गट हे ऐकूनही गप्प बसणार असेल तर शिवसेनेचे नाव घेऊ नका..मुख्यमंत्री शिंदे..राज्यपालांचा साधा निषेध तरी करा.मराठी कष्टकरी जनतेचा हा अपमान आहे..
ऐका .. ऐका… pic.twitter.com/dOvC2B0CFu

— Sanjay Raut (@rautsanjay61) July 30, 2022

ଟୁଇଟ୍‌ କରି ସଞ୍ଜୟ ରାଉତ ଲେଖିଛନ୍ତି, ‘ବିଜେପି’ ପ୍ରାୟୋଜିତ ମୁଖ୍ୟମନ୍ତ୍ରୀ କ୍ଷମତାସୀନ ହେବା କ୍ଷଣି ମରାଠୀ ବ୍ୟକ୍ତି ଅପମାନିତ ହୋଇଥିଲେ। ମୁଖ୍ୟମନ୍ତ୍ରୀ ସିନ୍ଦେ ଅନ୍ତତଃ ରାଜ୍ୟପାଳଙ୍କୁ ନିନ୍ଦା କରନ୍ତୁ। କଠୋର ପରିଶ୍ରମୀ ମରାଠୀ ଜନତାଙ୍କ ପ୍ରତି ଏହା ଅପମାନ। ଜନସାଧାରଣଙ୍କୁ ଜାଗ୍ରତ ହେବାକୁ ଆହ୍ବାନ ଦେଇ ସାଂସଦ ସଞ୍ଜୟ ରାଉତ କହିଛନ୍ତି, ମହାରାଷ୍ଟ୍ର ଏବଂ ମରାଠୀଙ୍କୁ ରାଜ୍ୟପାଳ ଭିକାରି ବୋଲି ଅଭିହିତ କରିଛନ୍ତି। ମୁଖ୍ୟମନ୍ତ୍ରୀ ସିନ୍ଦେ, ଆପଣ ଶୁଣୁଛନ୍ତି ତ? ନା ଆପଣଙ୍କ ମହାରାଷ୍ଟ୍ର ଭିନ୍ନ। ଯଦି ଆପଣଙ୍କର ଆତ୍ମସମ୍ମାନ ଥାଏ, ତେବେ ରାଜ୍ୟପାଳଙ୍କ ଇସ୍ତଫା ଦାବି କରନ୍ତୁ ବୋଲି ଶିବସେନା ସାଂସଦ ସଞ୍ଜୟ ରାଉତ କହିଛନ୍ତି।

ଅନ୍ୟପଟେ ମହାରାଷ୍ଟ୍ର ନବନିର୍ମାଣ ସେନା ପ୍ରମୁଖ ରାଜ ଠାକରେ ଏହି ଘଟଣାରେ ରାଜ୍ୟପାଳଙ୍କୁ ଟାର୍ଗେଟ କରି କହିଛନ୍ତି ” ଆପଣ ମରାଠୀ ଲୋକଙ୍କୁ ବୋକା ବନାନ୍ତୁ ନାହିଁ। ଯଦି ଆପଣ ମହାରାଷ୍ଟ୍ରର ଇତିହାସ ବିଷୟରେ କିଛି ଜାଣି ନାହାଁନ୍ତି, ତେବେ ଏହା ବିଷୟରେ କୌଣସି ମନ୍ତବ୍ୟ ଦିଅନ୍ତୁ ନାହିଁ।”

"मराठी माणसाला डिवचू नका!" pic.twitter.com/0to6ByNyPk

— Raj Thackeray (@RajThackeray) July 30, 2022

ରାଜ ଠାକରେ ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟପାଳଙ୍କ ପଦ ଏକ ସମ୍ମାନଜନକ ପଦବୀ ତେଣୁ ଲୋକମାନେ ଏହା ବିରୁଦ୍ଧରେ କିଛି କହିବେ ନାହିଁ, କିନ୍ତୁ ଆପଣଙ୍କ ବିବୃତ୍ତି ମହାରାଷ୍ଟ୍ରର ଲୋକଙ୍କୁ ଆଘାତ ଦେଇଛି। ରାଜ ଆହୁରି କହିଛନ୍ତି “ରାଜ୍ୟରେ ମରାଠୀ ଲୋକଙ୍କ ପାଇଁ ଭଲ ଚାକିରି ସୁଯୋଗ ସୃଷ୍ଟି ହେଉଛି। ତେଣୁ ଅନ୍ୟ ରାଜ୍ୟର ଲୋକମାନେ ଏଠାକୁ ଆସି କାମ ପାଉଛନ୍ତି। ସେମାନେ ଅନ୍ୟ କୌଣସି ସ୍ଥାନରେ ଏପରି ପରିବେଶ ପାଇବେ କି? ବୋଲି ପ୍ରଶ୍ନ କରିଛନ୍ତି ରାଜ ଠାକରେ। ତେବେ ଏହି ଘଟଣାକୁ ତୀବ୍ର ନିନ୍ଦା କରିବା ସହିତ ମରାଠୀ ଲୋକଙ୍କୁ ବୋକା ବାନାନ୍ତୁ ନାହିଁ ବୋଲି ରାଜ ଠାକରେ ରାଜ୍ୟପାଳ ଭଗତ ସିଂହ କୋଶିୟାରୀଙ୍କୁ କହିଛନ୍ତି।

ସେପଟେ ସେପଟେ କଂଗ୍ରେସ ନେତା ସଚିନ ସାୱନ୍ତ ମଧ୍ୟ ରାଜ୍ୟପାଳଙ୍କ ଏହି ବୟାନକୁ ନିନ୍ଦା କରିଛନ୍ତି। ସେ ରାଜ୍ୟପାଳଙ୍କ ବିବାଦୀୟ ବୟାନର ଭିଡିଓ ଟ୍ୱିଟ୍‌ କରି ମରାଠାମାନଙ୍କୁ ଅପମାନ ଦୁଃଖଦାୟକ ବୋଲି କହିଛନ୍ତି। ସେହିପରି ଆଉ ଜଣେ କଂଗ୍ରେସ ନେତା ରାଜ୍ୟପାଳ ତାଙ୍କ ବିବାଦୀୟ ବୟାନକୁ ନେଇ କ୍ଷମା ମାଗିବା ଉଚିତ ବୋଲି କହିଛନ୍ତି।