specialist doctors - The Sakala
ଭୁବନେଶ୍ୱର: ଦୁଇ ଦିନ ତଳେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କୁ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଭେଟି ମେଡିକାଲ ସିଟ୍‌ ସଂଖ୍ୟା ବୃଦ୍ଧି କରିବା ପାଇଁ ନିବେଦନ କରିଛନ୍ତି। ମାତ୍ର ରାଜ୍ୟରେ ହଜାର ହଜାର ସଂଖ୍ୟାରେ ଡାକ୍ତର ଓ ବିଶେଷଜ୍ଞ ଡାକ୍ତର ପଦବୀ ଖାଲି ପଡ଼ିଥିଲେ ବି ସେଥିପ୍ରତି ମନ୍ତ୍ରୀ କିମ୍ବା ସ୍ୱାସ୍ଥ୍ୟ ବିଭାଗ ଦୃଷ୍ଟି ଦେଉନାହାନ୍ତି। ଫଳସ୍ୱରୂପ ସାମାନ୍ୟତମ ସ୍ୱାସ୍ଥ୍ୟ ସମସ୍ୟା ହେଲେ ବି ରୋଗୀମାନେ ବାଧ୍ୟହୋଇ ଭୁବନେଶ୍ୱର, କଟକ ଆଦି ସହରକୁ ଦୌଡୁଛନ୍ତି। କିଛି ରୋଗୀ ‘ଗୋପବନ୍ଧୁ’ ଓ ‘ଆୟୁଷ୍ମାନ’ ଯୋଜନାରେ ସହାୟତା ପାଉଥିବାବେଳେ ଆଉ କିଛି ରୋଗୀ ଘରୋଇ ଡାକ୍ତରଖାନାକୁ ଯାଇ ଖର୍ଚ୍ଚାନ୍ତ ହେଉଛନ୍ତି। ଏମିତିକି ‘ଆୟୁଷ୍ମାନ’ କାର୍ଡରେ ମାତ୍ରାଧିକ ସମସ୍ୟା ହେତୁ ଲୋକମାନେ ନିଜର ଜମିବାଡ଼ି ବିକ୍ରି କରି ଘରୋଇ ଡାକ୍ତରଖାନାରେ ଚିକିତ୍ସା ଖର୍ଚ୍ଚ ତୁଲାଉଛନ୍ତି।
ଗତ ମାର୍ଚ୍ଚ ମାସରେ ସରକାର ବିଧାନସଭାରେ ଦେଇଥିବା ତଥ୍ୟ ମୁତାବକ, ରାଜ୍ୟର ମୋଟ ମଞ୍ଜୁରୀପ୍ରାପ୍ତ ଡାକ୍ତରଙ୍କ ସଂଖ୍ୟା ୧୫,୭୭୪ ଥିବାବେଳେ ସେଥିମଧ୍ୟରୁ ୫୮୩୪ ଡାକ୍ତର ପଦବୀ ଖାଲିପଡ଼ିଛି। ଅର୍ଥାତ୍‌ ପାଖାପାଖି ୩୭ ପ୍ରତିଶତ ଡାକ୍ତର ପଦବୀ ରାଜ୍ୟର ସରକାରୀ ଡାକ୍ତରଖାନାଗୁଡ଼ିକରେ ଖାଲି ପଡ଼ିଛି। ରାଜ୍ୟର ୩୦ଟି ଜିଲ୍ଲାରେ ଥିବା ସରକାରୀ ଡାକ୍ତରଖାନାଗୁଡ଼ିକ ପାଇଁ ୨୮୨୩ଟି ମଞ୍ଜୁରୀପ୍ରାପ୍ତ ବିଶେଷଜ୍ଞ ଡାକ୍ତର ପଦବୀ ଥିବାବେଳେ ସେଥିମଧ୍ୟରୁ ୧୫୪୦ ପଦବୀରେ ଡାକ୍ତର ନାହାନ୍ତି। ଅର୍ଥାତ୍‌ ରାଜ୍ୟର ସରକାରୀ ଡାକ୍ତରଖାନାଗୁଡ଼ିକରେ ପାଖାପାଖି ୫୫ ପ୍ରତିଶତ ବିଶେଷଜ୍ଞ ଡାକ୍ତର ନାହାନ୍ତିି। ସୁନ୍ଦରଗଡ଼, ରାୟଗଡ଼ା, ନୂଆପଡ଼ା, ନବରଙ୍ଗପୁର, ମୟୂରଭଞ୍ଜ, ମାଲକାନଗିରି, କୋରାପୁଟ, କେନ୍ଦୁଝର, କନ୍ଧମାଳ, କଳାହାଣ୍ଡି, ଗଞ୍ଜାମ, ଗଜପତି, ଢେଙ୍କାନାଳ, ଦେବଗଡ଼, ବୌଦ୍ଧ, ବଲାଙ୍ଗିର, ବରଗଡ଼ ଭଳି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାଗୁଡ଼ିକରେ ଅଧାରୁ ଅଧିକ ବିଶେଷଜ୍ଞ ଡାକ୍ତର ପଦବୀ ଖାଲି ପଡ଼ିଛି। ସେହିପରି ରାଜ୍ୟରେ ୩୨୦ଟି ଭେଷଜ ବିଶେଷଜ୍ଞ ପଦବୀ ଖାଲି ପଡ଼ିଥିବାବେଳେ ୨୩୫ଟି ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ପଦବୀରେ ଡାକ୍ତର ନାହାନ୍ତି। ଶିଶୁମାନଙ୍କ ସ୍ୱାସ୍ଥ୍ୟ ରକ୍ଷା ପାଇଁ ସରକାର ଚିନ୍ତିତ ଥିବାବେଳେ ଗତ ମାର୍ଚ୍ଚ ପହିଲା ସୁଦ୍ଧା ଓଡ଼ିଶାରେ ୫୯୧ଟି ମଞ୍ଜୁରୀପ୍ରାପ୍ତ ଶିଶୁ ରୋଗ ବିଶେଷଜ୍ଞ ପଦବୀ ମଧ୍ୟରୁ ୩୬୯ଟି ଖାଲି ପଡ଼ିଥିଲା। ବିଭିନ୍ନ କାରଣରୁ ଅସ୍ତ୍ରୋପଚାର ଚିକିତ୍ସା ଉପରେ ଚାପ ବଢ଼ୁଥିବାବେଳେ ରାଜ୍ୟରେ ୫୦୦ ମଞ୍ଜୁରୀପ୍ରାପ୍ତ ଶଲ୍ୟ ବିଶେଷଜ୍ଞ ପଦବୀ ମଧ୍ୟରୁ ୩୪୨ଟି ଖାଲି ପଡିଥିଲା। ଅଧାରୁ ଅଧିକ ନିଶ୍ଚେତକ ବିଶେଷଜ୍ଞ ପଦବୀ ଆମ ରାଜ୍ୟରେ ଖାଲି ପଡ଼ିଥିବାବେଳେ ନିଦାନ, ହୃଦରୋଗ, ଟିବି ଆଦି ବିଶେଷଜ୍ଞ ପଦବୀ ମଧ୍ୟ ଅଧାରୁ ଅଧିକ ଖାଲି ପଡିଛି।
ସରକାରୀ ମେଡିକାଲ୍‌ କଲେଜଗୁଡ଼ିକରେ ବି ସ୍ଥିତି ସେତେଟା ଭଲ ନାହିଁ। ୧୫ଟି ସରକାରୀ ମେଡିକାଲ କଲେଜରେ ପ୍ରାୟ ୧୦୦ ପ୍ରଫେସର ପଦବୀ, ପାଖାପାଖି ୨୦୦ ସହଯୋଗୀ ପ୍ରଫେସର ପଦବୀ ଓ ୯୦ରୁ ଅଧିକ ସହକାରୀ ପ୍ରଫେସର ପଦବୀ ମଧ୍ୟ ଖାଲି ଥିବା ଜଣାପଡ଼ିଛି। ମୋଟାମୋଟି ଭାବେ ସରକାରୀ ମେଡିକାଲ୍‌ କଲେଜଗୁଡ଼ିକରେ ବିଭିନ୍ନ ପାହ୍ୟାର ପାଖାପାଖି ୧୦୦୦ ଡାକ୍ତର ଓ ଡାକ୍ତରୀ ଶିକ୍ଷକ ପଦବୀ ଖାଲି ପଡ଼ିଛି। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁସାରେ, ଗ୍ରାମାଞ୍ଚଳରେ ଥିବା ସ୍ୱାସ୍ଥ୍ୟ କେନ୍ଦ୍ର, ଉପଖଣ୍ଡସ୍ତରୀୟ ଓ ଜିଲ୍ଲାସ୍ତରୀୟ ଡାକ୍ତରଖାନାଗୁଡ଼ିକରେ ବିଶେଷଜ୍ଞ ଡାକ୍ତରଙ୍କ ଅଭାବ ପରିଲଖିତ ହେଉଥିବାରୁ ବହୁ କ୍ଷେତ୍ରରେ ରୋଗୀମାନଙ୍କୁ ସରକାରୀ ମେଡିକାଲ୍‌ କଲେଜ ଓ ଅନ୍ୟ ଡାକ୍ତରଖାନାଗୁଡ଼ିକୁ ପଠାଇବାକୁ ଚିକିତ୍ସା ଦାୟିତ୍ୱରେ ଥିବା ଡାକ୍ତରମାନେ ବାଧ୍ୟ ହେଉଛନ୍ତି। ସରକାରୀ ଡାକ୍ତରଖାନା ଓ ସରକାରୀ ମେଡିକାଲ କଲେଜଗୁଡ଼ିକ ଉପରେ ସଂଖ୍ୟାଧିକ ରୋଗୀ ଭରସା କରୁଥିବା ବେଳେ ପର୍ଯ୍ୟାପ୍ତ ସଂଖ୍ୟକ ଡାକ୍ତର, ବିଶେଷଜ୍ଞ ଓ ଡାକ୍ତରୀ ଶିକ୍ଷକ ନ ଥିବାରୁ ବାଧ୍ୟ ହୋଇ ଅନେକ କ୍ଷେତ୍ରରେ ରୋଗୀମାନଙ୍କୁ ବ୍ୟୟବହୁଳ କର୍ପୋରେଟ୍‌ ହସ୍ପିଟାଲମାନଙ୍କୁ ଯାଇ ଲୋକେ ତଳିତଳାନ୍ତ ହେଉଛନ୍ତି।
ନୂଆ ମେଡିକାଲ କଲେଜ ଓ ଉପାନ୍ତ ଜିଲ୍ଲାକୁ ରାଜ୍ୟ ସରକାରଙ୍କ ଗୁରୁତ୍ୱ, ୩୭୭ ବିଶେଷଜ୍ଞ ଡାକ୍ତରଙ୍କୁ ମିଳିଲା ନିଯୁକ୍ତି
ଭୁବନେଶ୍ବର : ରାଜ୍ୟ ସରକାର ୩୭୭ ପିଜି ଡାକ୍ତରଙ୍କୁ ନିଯୁକ୍ତି ଦେଇଛନ୍ତି। କ୍ୟାପିଟାଲ ହସ୍ପିଟାଲ ସମେତ ରାଜ୍ୟର ବିଭିନ୍ନ ଜିଲ୍ଲା ମେଡିକାଲ ଏବଂ ମେଡିକାଲ କଲେଜରେ ଏହି ଡାକ୍ତରମାନଙ୍କୁ ନିଯୁକ୍ତି ମିଳିଛି। ବିଶେଷକରି ମେଡିକାଲ କଲେଜ ସମେତ ଉପାନ୍ତ ଏବଂ ଆଦିବାସୀ ବହୁଳ ଜିଲ୍ଲାକୁ ନିଯୁକ୍ତି କ୍ଷେତ୍ରରେ ପ୍ରଧାନ୍ୟ ଦିଆଯାଇଛି। ଇଏନ୍‍ଟି, ଜେନେରାଲ ମେଡିସିନ୍‍, ସ୍ତ୍ରୀ ଓ ପ୍ରସୂତି, ଶିଶୁ ରୋଗ, ଗାଏନୋକଲୋଜି ଅଙ୍କୋଲୋଜି, ରେଡିଓଥେରାପି, ସର୍ଜିକାଲ ଅଙ୍କୋଲୋଜି, ଆନେସ୍ଥେସିଓଲୋଜି, ଚର୍ମ, ଫାର୍ମାକଲୋଜି, ଜେନେରାଲ ସର୍ଜରୀ, ଚକ୍ଷୁ, ନେଫ୍ରୋଲୋଜି, ମାନସିକ ରୋଗ, ବାୟୋକେମିଷ୍ଟ୍ରି, ଅସ୍ଥିଶଲ୍ୟ ଆଦି ବିଭାଗରେ ସ୍ନାତକୋତ୍ତର ପାଠ୍ୟକ୍ରମ ଶେଷ କରିଥିବା ଏହି ଡ଼ାକ୍ତରମାନଙ୍କ ନିଯୁକ୍ତି ପରେ ସ୍ୱାସ୍ଥ୍ୟସେବା ଅଧିକ ତ୍ୱରାନ୍ୱିତ ହେବ ବୋଲି ଆଶା କରାଯାଉଛି।
ପିଜି ଡାକ୍ତରମାନଙ୍କୁ ଏସ୍‍ସିବି, ଏମ୍‍କେସିଜି ଏବଂ ଭିମସାର ବ୍ୟତୀତ ନୂଆ କରି ପ୍ରତିଷ୍ଠା ହୋଇଥିବା ବାରିପଦା ପିଆରଏମ୍‍ ମେଡିକାଲ କଲେଜ, ପୁରୀ ସ୍ଥିତ ଶ୍ରୀ ଜଗନ୍ନାଥ ମେଡିକାଲ କଲେଜ, କୋରାପୁଟ ସ୍ଥିତ ଏସ୍‍ଏଲ୍‍ଏନ୍‍ ମେଡିକାଲ କଲେଜ, ବାଲେଶ୍ୱର ସ୍ଥିତ ଫକିରମୋହନ ମେଡିକାଲ କଲେଜ, କ୍ୟାପିଟାଲ ହସ୍ପିଟାଲ ପିଜି ଇନଷ୍ଟିଚ୍ୟୁଟ୍‍ରେ ନିଯୁକ୍ତି ମିଳିଛି। ଚଳିତ ମାସ ୨୨ ତାରିଖରେ ରାଜ୍ୟ ସରକାର ୩୫୮ ଏଲୋପାଥିକ୍‍ ମେଡିକାଲ ଅଫିସର, ୧୧୬ ହୋମିଓପାଥିକ୍‍ ମେଡିକାଲ ଅଫିସର ଏବଂ ୩୬ ହୋମିଓପାଥିକ୍‍ ଅଧ୍ୟାପକଙ୍କୁ ନିଯୁକ୍ତି ଦେଇଥିଲେ।
ରାଜ୍ୟରେ ବିଭିନ୍ନ ସ୍ଥାନରେ ବିଶେଷକରି ସ୍ତ୍ରୀ ଓ ପ୍ରସୂତି, ଶିଶୁ ରୋଗ, ମେଡିସିନ୍‍, ଚର୍ମ, ସର୍ଜରୀ ଆଦି ବିଭାଗରେ ବିଶେଷଜ୍ଞ ଡ଼ାକ୍ତରଙ୍କ ଅଭାବ ରହିଛି। ରୋଗୀଙ୍କୁ ଠିକଣା ସମୟରେ ଠିକଣା ଚିକିତ୍ସା ନ ମିଳିଲେ ପରିସ୍ଥିତି ଜଟିଳ ହେବା ଆଶଙ୍କା ରହିଛି। ପିଜି ଡାକ୍ତରଙ୍କ ଅଭାବରେ ଏମ୍‍ବିବିଏସ୍‍ ଡାକ୍ତର ଚିକିତ୍ସା ଯୋଗାଉଛନ୍ତି। ଫଳରେ କାର୍ଯ୍ୟରତ ଡାକ୍ତରଙ୍କ ଉପରେ ପ୍ରବଳ କାର୍ଯ୍ୟଭାର ରହୁଛି। ଏପରିସ୍ଥଳେ ୩୭୭ ଜଣ ବିଶେଷଜ୍ଞ ଡାକ୍ତରଙ୍କ ନିଯୁକ୍ତି ଏହି ସ୍ଥିତିରେ ବେଶ୍‍ ଗୁରୁତ୍ୱ ବହନ କରୁଛି। ସ୍ୱାସ୍ଥ୍ୟ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ ମେଡିକାଲ କଲେଜକୁ ରାଜ୍ୟ ତଥା ରାଜ୍ୟ ବାହାରୁ ରୋଗୀ ଆସୁଥିବାରୁ ସେଠାରେ ମାନବସମ୍ବଳ ଅଭାବ ଉତ୍କଟ ଥିଲା। ତେଣୁ ସର୍ବାଧିକ ପିଜି ଡାକ୍ତରଙ୍କୁ ମେଡିକାଲ କଲେଜରେ ନିୟୋଜିତ କରାଯାଇଛି। ସେହିପରି ନୂଆ ମେଡିକାଲ କଲେଜରେ ମଧ୍ୟ ବିଶେଷଜ୍ଞ ଡାକ୍ତରଙ୍କ ଅଭାବ ରହିଥିଲା। ଅପରପକ୍ଷେ ଡ଼ାକ୍ତର ନିଯୁକ୍ତିରେ ମାଲକାନଗିରି, ସୁନ୍ଦରଗଡ଼, କୋରାପୁଟ, କଳାହାଣ୍ଡି, ନୂଆପଡ଼ା ଆଦି ଜିଲ୍ଲାକୁ ଗୁରୁତ୍ୱ ଦିଆଯାଇଛ ଓ ଆବଶ୍ୟକତାକୁ ଦେଖି ବିଶେଷଜ୍ଞ ଡାକ୍ତରଙ୍କୁ ନିଯୁକ୍ତି ମିଳିଛି।