Cancer Center - The Sakala

ଭୁବନେଶ୍ୱର କ୍ୟାପିଟାଲ ହସ୍‍ପିଟାଲରେ ଖୋଲିବ ସ୍ୱତନ୍ତ୍ର କର୍କଟ କେନ୍ଦ୍ର
ଭୁବନେଶ୍ୱର: ରାଜ୍ୟରେ କର୍କଟ ରୋଗୀଙ୍କ ସଂଖ୍ୟା ବଢୁଥିବା ବେଳେ ଏହାର ନିରୂପଣ ଓ ଚିକିତ୍ସା ପାଇଁ ରାଜ୍ୟ ସରକାର ଗୋଟିଏ ପରେ ଗୋଟିଏ ପଦକ୍ଷେପ ନେଉଛନ୍ତି। ରୋଡ୍‍ ମ୍ୟାପ୍‍ ପ୍ରସ୍ତୁତ କରି କର୍କଟ ରୋଗର ଚିକିତ୍ସା ପାଇଁ ଏକ ବିଶାଳ ଭିତ୍ତିଭୂମି ପ୍ରସ୍ତୁତି ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରୟାସ ଜାରି ରହିଛି। ପୂର୍ବରୁ କେବଳ କଟକସ୍ଥିତ ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ କେନ୍ଦ୍ର ଉପରେ ରୋଗୀଙ୍କମାନେ ନିର୍ଭର କରୁଥିଲେ। କିନ୍ତୁ ଏହି ସଂସ୍ଥାନ ଉପରୁ ଚାପ କମାଇବା ଉଦ୍ଦେଶ୍ୟରେ ଏବେ ଭୁବନେଶ୍ୱର କ୍ୟାପିଟାଲ ହସ୍‍ପିଟାଲ ପରିସରରେ ଏକ ସ୍ୱତନ୍ତ୍ର କର୍କଟ କେନ୍ଦ୍ର ଖୋଲିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏଣୁ ଏ ଦିଗରେ ଭିତ୍ତିଭୂମି ପ୍ରତିଷ୍ଠା ସହ ଆବଶ୍ୟକୀୟ ମାନବ ସମ୍ବଳ ଓ ବିଶେଷଜ୍ଞ ନିଯୁକ୍ତି ନେଇ ପ୍ରସ୍ତୁତି ଆରମ୍ଭ କରିଛନ୍ତି। କ୍ୟାନ୍ସର୍‍ କେୟାର ସେଣ୍ଟର ଆଣ୍ଡ ପବ୍ଲିକ୍‍ ହେଲଥ୍‍ ଲାବୋରେଟୋରୀ ନାମରେ ଏହି କର୍କଟ କେନ୍ଦ୍ର ପ୍ରତିଷ୍ଠା ପାଇଁ ଗତ ଏପ୍ରିଲ ମାସରେ ରାଜ୍ୟ ସରକାର ଏଥିପାଇଁ ବିଧିବଦ୍ଧ ଅନୁମତି ପ୍ରଦାନ କରିଥିଲେ। ଏଥିପାଇଁ ପ୍ରଶାସନିକସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଛି। କ୍ୟାପିଟାଲ ହସ୍ପିଟାଲରେ କର୍କଟ କେନ୍ଦ୍ର ଖୋଲିଲେ କଟକ ଏଏଚ୍‍ପିଜିଆଇସି ଉପରେ ଚାପ ହ୍ରାସ ପାଇବ। ଏହି କ୍ରମରେ ଶୁକ୍ରବାର ଜାତୀୟ ସ୍ୱାସ୍ଥ୍ୟ ମିଶନ୍‍ ନିର୍ଦ୍ଦେଶିକା ଶାଲିନୀ ପଣ୍ଡିତଙ୍କ ସହିତ ଏଏଚ୍‍ପିଜିଆଇସିର ନିର୍ଦ୍ଦେଶକ ଡାକ୍ତର ଲଲାଟେନ୍ଦୁ ଷଡ଼ଙ୍ଗୀ ଏବଂ ବରିଷ୍ଠ ଅଙ୍କୋଲୋଜିଷ୍ଟ ଡାକ୍ତର ଦୀନେଶ ପେନ୍ଧାରକର କ୍ୟାପିଟାଲ ହସ୍ପିଟାଲ ପରିଦର୍ଶନ କରି ଭିତ୍ତିଭୂମିର ସମୀକ୍ଷା କରିଛନ୍ତି।

୨୦୧୬ ମସିହାରେ କ୍ୟାପିଟାଲ ହସ୍ପିଟାଲ ପରିସରରେ ଏକ କ୍ୟାନସର୍‍ ୟୁନିଟ୍‍ ପ୍ରତିଷ୍ଠା କରାଯାଇଥିଲା। ଏଠାରେ ରୋଗୀମାନଙ୍କୁ ଏବେ ପରାମର୍ଶ ଏବଂ କେମୋ ଥେରାପି ଦିଆଯାଉଛି। ଏଠାରେ ୧୪ଟି ଶଯ୍ୟା ରହିଥିବା ବେଳେ ପାଲିଆଟିଭ୍‍ କେୟାର ସେଣ୍ଟର ଭାବେ ଏହା ବ୍ୟବହାର ହେଉଛି। କ୍ୟାନସର୍‍ ସେଣ୍ଟର ପ୍ରତିଷ୍ଠା ପାଇଁ ‘ଓଡ଼ିଶା କମ୍ପ୍ରିହେନ୍ସିଭ୍‍ କ୍ୟାନସର୍‍ କେୟାର ପ୍ରୋଗ୍ରାମ୍‍’ ଅଧୀନରେ ୫୦ କୋଟି ଟଙ୍କାର ବ୍ୟୟ ଅଟଳକ ପ୍ରସ୍ତୁତ କରାଯାଇଛି। ସେହିପରି ଷ୍ଟେଟ୍‍ ପବ୍ଲିକ୍‍ ହେଲଥ୍‍ ଲାବୋରେଟୋରୀ ପ୍ରତିଷ୍ଠା ପାଇଁ ୨୦.୩୫ କୋଟି ଟଙ୍କାର ବ୍ୟୟ ଅଟଳକ ହୋଇଛି । କ୍ୟାପିଟାଲ ହସ୍ପିଟାଲରେ ପିଜି ଇନ୍‍ଷ୍ଟିଚ୍ୟୁଟ୍‍ ରେ ନାମ ଲେଖା ଆରମ୍ଭ ହେବାକୁ ଯାଉଥିବା ବେଳେ ରାଜ୍ୟ ସରକାର ଏଥିପାଇଁ ଭିତ୍ତିଭୂମି ପ୍ରସ୍ତୁତ କରୁଛନ୍ତି। ଏହି ପରିପ୍ରେକ୍ଷୀରେ କ୍ୟାନ୍ସର୍‍ କେୟାର ସେଣ୍ଟର ଆଣ୍ଡ ପବ୍ଲିକ୍‍ ହେଲଥ୍‍ ଲାବୋରେଟୋରୀ ପ୍ରତିଷ୍ଠା ବେଶ୍‍ ଗୁରୁତ୍ୱବହନ କରୁଛି। ସ୍ୱାସ୍ଥ୍ୟ ବିଭାଗ ଅଧିକାରୀଙ୍କ କହିବା ଅନୁସାରେ ମେଡିକାଲ କଲେଜ ହେବା ପରେ କ୍ୟାପିଟାଲ ହସ୍ପିଟାଲ ଅନ୍ୟତମ ବଡ଼ ଡାକ୍ତରଖାନା ଭାବେ ପରିଗଣିତ ହେଉଛି। ଦୈନିକ ଏଠାକୁ ୫ ହଜାରରୁ ଅଧିକ ରୋଗୀ ଆସୁଛନ୍ତି। କିନ୍ତୁ ଭୁବନେଶ୍ୱର, ପୁରୀ, ଖୋର୍ଦ୍ଧା, ଗଞ୍ଜାମ ଜିଲ୍ଲାର ଲୋକେ କର୍କଟ ଚିକିତ୍ସା ପାଇଁ କଟକ ଯାଉଛନ୍ତି। ସମଗ୍ର ରାଜ୍ୟରୁ କର୍କଟ ରୋଗୀ ଆସୁଥିବାରୁ କଟକ ସ୍ଥିତ ଏଏଚ୍‍ପିଜିଆଇସି ଉପରେ ପ୍ରବଳ ଚାପ ପଡୁଛି। ଏପରିସ୍ଥଳେ କ୍ୟାପିଟାଲ ହସ୍ପିଟାଲରେ କ୍ୟାନ୍ସର୍‍ କେୟାର ସେଣ୍ଟର ଆଣ୍ଡ ପବ୍ଲିକ୍‍ ହେଲଥ୍‍ ଲାବୋରେଟୋରୀ ପ୍ରତିଷ୍ଠା ହେଲେ ବହୁ ରୋଗୀ ଉପକୃତ ହୋଇପାରିବେ। ଖୁବ୍‍ ଶୀଘ୍ର ଏହାର କାମ ଆରମ୍ଭ ହେବ ବୋଲି ଜଣାପଡିଛି।

ପୂର୍ବାପେକ୍ଷା ରାଜ୍ୟରେ କର୍କଟ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ବେଳେ ଭିତ୍ତିଭୂମି ସୁଦୃଢ଼ କରିବା ଜରୁରୀ ହୋଇପଡିଛି। ଏପରିସ୍ଥଳେ ରାଜ୍ୟ ସରକାର ଏଏଚ୍‍ପିଜିଆଇସିର ନବକଳେବର କରୁଥିବା ବେଳେ ଝାରସୁଗୁଡ଼ାରେ କ୍ୟାନସର୍‍ ହସ୍ପିଟାଲ ପ୍ରତିଷ୍ଠା ପାଇଁ ଉଦ୍ୟମ ଜାରି ରଖିଛନ୍ତି। ସେହିପରି ନିକଟରେ କିମ୍ସ ପକ୍ଷରୁ କ୍ୟାନସର୍‍ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଥିବା ବେଳେ ଭୁବନେଶ୍ୱର ଉପକଣ୍ଠରେ ୨୧୦ କୋଟି ଟଙ୍କା ବ୍ୟୟରେ ବାଗ୍‍ଚୀ ଶ୍ରୀ ଶଙ୍କର କ୍ୟାନସର୍‍ ହସ୍ପିଟାଲ ଆଣ୍ଡ ରିସର୍ଚ୍ଚ ସେଣ୍ଟର ନିର୍ମାଣ ଜାରି ରହିଛି। କର୍କଟ ଚିକିତ୍ସା ପାଇଁ କ୍ୟାନ୍ସର କେୟାର ପ୍ରୋଗ୍ରାମ୍‍ ମାଧ୍ୟମରେ ଆସନ୍ତା ୫ ବର୍ଷରେ ରାଜ୍ୟ ସରକାର ୫୭୭ କୋଟି ଟଙ୍କା ବ୍ୟୟ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି। ଅପରପକ୍ଷେ ଏମ୍ସ ଭୁବନେଶ୍ୱରରେ କର୍କଟ ବିଭାଗକୁ ସୁଦୃଢ଼ କରାଯିବା ସହିତ ଯନ୍ତ୍ରଣା ଉପଶମ ୟୁନିଟ୍‍ ଖୋଲିବା ପାଇଁ ଲକ୍ଷ୍ୟ ରହିଛି।