E Bus - The Sakala

ରାଜ୍ୟକୁ ମିଳିବ ଆଉ ୩୫୦ ଇ-ବସ୍‌‌, ସ୍ବଚ୍ଛ ପରିବେଶ ସହ ସୁନିଶ୍ଚିତ ହେବ ସାଧାରଣ ପରିବହନ ସେବା
ଭୁବନେଶ୍ୱର: ରାଜ୍ୟକୁ ଆସିବ ଆଉ ୩୫୦ ଇ-ବସ୍‌‌। କଟକ, ଭୁବନେଶ୍ୱର ଓ ରାଉରକେଲାରେ ଏହି ବସ୍‌‌ ସେବା ଯୋଗାଇବ। ସାଧାରଣ ପରିବହନ ସେବା ବୃଦ୍ଧି ଓ ପରିବେଶ ଉପଯୋଗୀ ପଦକ୍ଷେପ ସ୍ୱରୂପ ଓଡ଼ିଶାକୁ ଏହି ବସ୍‌‌ ମିଳିବ। ପିଏମ୍‌‌-ଇ ବସ୍‌‌ ଯୋଜନାରେ ଏହି ବସ୍‌‌ ରାଜ୍ୟକୁ ମିଳିବାକୁ ଥିବା ବେଳେ ପ୍ରାଥମିକ ପର୍ଯ୍ୟାୟରେ ଓଡ଼ିଶା ସମେତ ଦେଶର ୭ଟି ରାଜ୍ୟକୁ ଏହି ବସ୍‌‌ ମିଳିବ। ବସ୍‌‌ ପାଇଁ ମୋ’ ବସ୍‌‌ ପରିଚାଳନା ସଂସ୍ଥା କ୍ରୁଟ୍‌‌ ପକ୍ଷରୁ କେନ୍ଦ୍ର ସହରାଞ୍ଚଳ ବିକାଶ ମନ୍ତ୍ରଣାଳୟ ନିକଟରେ ଡିପିଆର ପୈଠ କରାଯାଇସାରିଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଯୋଜନାକୁ କେନ୍ଦ୍ର ସରକାର ସ୍ୱୀକୃତି ଦେଇଥିବା ବେଳେ ଏହି ଯୋଜନାରେ ଖୁବ୍‌‌ଶୀଘ୍ର ଓଡ଼ିଶାକୁ ବସ୍‌‌ ମିଳିବ ବୋଲି ଆଶା ରହିଛି।

ଏହି ଯୋଜନାରେ ଲୋକସଂଖ୍ୟାକୁ ଦୃଷ୍ଟିରେ ରଖି ବସ୍‌‌ ସଂଖ୍ୟା ଦେବା ପାଇଁ ନିଷ୍ପତ୍ତି ହୋଇଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶାର ୪ଟି ସହରରେ ଏହି ଯୋଜନାରେ ଇ-ବସ୍‌‌ ଗଡ଼ାଇବା ପାଇଁ ନିଷ୍ପତ୍ତି ହୋଇଛି। ଭୁବନେଶ୍ୱର, କଟକ, ରାଉରକେଲା ଏବଂ ବ୍ରହ୍ମପୁର ସହରରେ ଏହି ସେବାରେ ବସ୍‌‌ ଯୋଗାଣ ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଥିବା ବେଳେ ୧୦ଲକ୍ଷ ଜନସଂଖ୍ୟା ବିଶିଷ୍ଟ ସହର ଭୁବନେଶ୍ୱର, କଟକ ଏବଂ ରାଉରକେଲାକୁ ୧୦୦ ଟି ଲେଖାଏଁ ଇ-ବସ୍‌‌ ମିଳିବ ଲକ୍ଷ୍ୟ ରହିଛି। ୫ ଲକ୍ଷରୁ କମ୍‌‌ ଜନସଂଖ୍ୟା ବିଶିଷ୍ଟ ବ୍ରହ୍ମପୁର ସହର ଏହି ଯୋଜନା ଅଧୀନରେ ୫୦ ଟି ଇ-ବସ୍‌‌ ପାଇବ ବୋଲି ସୂଚନା ମିଳିଛି।

ରାଜ୍ୟର ପ୍ରମଖ ସହର ଭୁବନେଶ୍ୱର, କଟକ, ପୁରୀ, ଖୋର୍ଦ୍ଧା ଓ ରାଉର୍‌‌କେଲାରେ ବର୍ତ୍ତମାନ ମୋ’ ବସ୍‌‌ ସେବା ଜାରି ରହିଛି।

ବର୍ତ୍ତମାନ ରାଜ୍ୟ ସରକାର ଏହି ଯୋଜନାରେ ୪୦୫ ଟି ବସ୍‌‌ ଚଳାଇଛନ୍ତି। ଖୁବ୍‌ଶୀଘ୍ର ଏହି ବସ୍‌‌ ସେବା ସମ୍ବଲପୁର, ଝାରସୁଗୁଡ଼ା ଓ ବ୍ରହ୍ମପୁରକୁ ସଂପ୍ରସାରିତ ହେବା ନେଇ ଯୋଜନା ରହିଛି। ରାଜ୍ୟ ସରକାର ୨୦୧୮ ମସିହାରେ ଏହି ସେବା ଆରମ୍ଭ କରିଥିବା ବେଳେ ସହରାଞ୍ଚଳବାସୀଙ୍କ ସାଧାରଣ ପରିବହନ ସେବା କ୍ଷେତ୍ରରେ ଏହା ବଡ଼ ଭାଗୀଦାରି ହୋଇପାରିଛି।

ହକି ବିଶ୍ବକପ ପୂର୍ବରୁ ଖୁବଶୀଘ୍ର ରାଜଧାନୀରେ ଗଡ଼ିବ ଆଉ ୪୦ ଇ-ବସ୍‌
ଭୁବନେଶ୍ବର: ହକି ବିଶ୍ୱକପକୁ ନଜରରେ ରଖି କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ ଅର୍ଥାତ କ୍ରୁଟ ପକ୍ଷରୁ ବଡ ପଦକ୍ଷେପ ନିଆଯାଇଛି।  ଖୁବଶୀଘ୍ର ଭୁବନେଶ୍ୱରକୁ ୪୦ଟି ଇଲେକ୍ଟ୍ରିକ ବସ ବା ଇ -ବସ ଆସିବ।  ଭୁବନେଶ୍ୱରରେ ଇ-ବସ ସଂଖ୍ୟା ୧୦ ରୁ ୫୦କୁ ବୃଦ୍ଧି ପାଇବ।  ବିଶ୍ୱକପ ହକି ଆୟୋଜନ ପୂର୍ବରୁ ଭୁବନେଶ୍ୱରକୁ ଆସିବ ସମସ୍ତ ବସ ।

ସେହିପରି କ୍ରୁଟ ପକ୍ଷରୁ ରାଉରକେଲାକୁ ଯୋଗାଇ ଦିଆଯିବ ୨୫ ଟି ମୋ-ବସ୍ ।  ବିଶ୍ୱକପ ପୂର୍ବରୁ ରାଉରକେଲାରେ ଗଡିବ ମୋ -ବସ। ଆଗକୁ CNG ବସ ଆଣିବାକୁ ଲକ୍ଷ୍ୟ ରଖିଛି କ୍ରୁଟ।  ପ୍ରଦୂଷଣ ନିୟନ୍ତ୍ରଣ କରିବା ଲକ୍ଷ୍ୟରେ କ୍ରୁଟର ଯୋଜନା ବୋଲି କ୍ରୁଟ ଏମଡି ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି।

ଭୁବନେଶ୍ବରରେ ଇ-ବସ୍‌ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ଜୁଲାଇ ୩୧ ପର୍ଯ୍ୟନ୍ତ କରିପାରିବେ ମାଗଣା ଯାତ୍ରା
ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବରରେ ଆରମ୍ଭ ହେଲା ଇ-ବସ୍‍ ସେବା। ମୋ ବସ୍‍’ର ସଫଳତା ପରେ ରାଜ୍ୟରେ ପ୍ରଥମଥର ପାଇଁ ରାଜଧାନୀରେ ଇ-ବସ୍‍ ସେବା ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବ୍ୟାଟେରି ଚାଲିତ ‘ମୋ ବସ୍‌’ ଏବଂ ‘ଅଟୋ ରିକ୍ସା’ର ଆନୁଷ୍ଠାନିକ ଭାବେ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏୟାରପୋର୍ଟ ରୋଡ୍‌ ନବୀନ ନିବାସ ସାମ୍ନାରେ ଉଭୟ ମୋ ଇ-ରାଇଡ ଏବଂ ଇ-ବସ୍‌କୁ ଶୁଭାରମ୍ଭ କରିଛନ୍ତି। ଉଭୟ ଇ-ରାଇଡ୍‌ ଓ ଇ-ବସ୍‌ ବାୟୁ ଏବଂ ଶବ୍ଦ ପ୍ରଦୂଷଣ ମୁକ୍ତ ହୋଇଥିବା ବେଳେ ଏହି ସେବା ‘ମୋ ବସ୍‌’ ଯାତ୍ରୀମାନଙ୍କ ପ୍ରଥମ ଓ ଶେଷ ମାଇଲ୍‌ ସଂଯୋଗୀକରଣ କରିବ।

ପ୍ରଥମ ପର୍ଯ୍ୟାୟରେ ସହରରେ ୧୦ଟି ଇ-ବସ୍‍ ଚଳାଚଳ କରିବ। ଇ-ବସ୍‌ଗୁଡ଼ିକ ‘ମୋ ବସ୍‌’ର ୪ଟି ରୁଟ୍‌ରେ ହିଁ ଗତି କରିବ। ସମସ୍ତ ଇ-ବସ୍‌ରେ ଏସି ସୁବିଧା ସହିତ, ମହିଳା ଯାତ୍ରୀମାନଙ୍କ ପାଇଁ ଗୋଲାପୀ ରଙ୍ଗର ସଂରକ୍ଷିତ ସିଟ୍‌ ରହିଛି। ଇ-ବସ୍‌ ଗାଇଡ ଭାବରେ ୫୦% ପ୍ରତିଶତ ମହିଳା ଓ ମୋ ଇ-ରାଇଡରେ ଶତପ୍ରତିଶତ ମହିଳା ଓ କିନ୍ନରଙ୍କୁ ସାରଥୀ ଭାବରେ ନିଯୁକ୍ତି ଦିଆଯାଇଛି। ଏହାଦ୍ବାରା କ୍ରୁଟ୍‌ର ମୁଖ୍ୟ ଲକ୍ଷ୍ୟ ସ୍ପଷ୍ଟ ପ୍ରତିଫଳିତ ହୋଇଛି। ପ୍ରଥମ ଥର ପାଇଁ ରାଜ୍ୟରେ ଏକ ନୂତନ ପଦକ୍ଷେପ ଭାବରେ କ୍ରୁଟ୍‌ ପକ୍ଷରୁ ମହିଳାମାନଙ୍କୁ ‘ମୋ ବସ୍‌’ ଚାଳନା ପାଇଁ ସୁଯୋଗ ଦିଆଯାଇଛି।

ପ୍ରଥମ ଥର ପାଇଁ ଆପଣଙ୍କ ସହରରେ ପ୍ରଦୂଷଣମୁକ୍ତ ମୋ ଇ-ରାଇଡ୍ ଏବଂ ଇ-ବସ୍ ୨୯ଜୁଲାଇ, ୨୦୨୨ରୁ ଗତି କରିବ। ଆପଣ ବିନା ମୂଲ୍ୟରେ ୨୯ ରୁ ୩୧ ତାରିଖ ଯାଏଁ ୯, ୧୧, ୧୨ ଏବଂ ୨୩ ନମ୍ବର ରୁଟ୍ ରେ ମାଗଣା ଯାତ୍ରା କରି ଇ-ବସ୍ ର ଅନୁଭବ ନେଇପାରିବେ। #GreenMobility#EBuses#FreeRides pic.twitter.com/aoAN5ot4d0

— Capital Region Urban Transport (@CRUT_BBSR) July 29, 2022

ଏହି ନୂତନ ସେବାର ଶୁଭାରମ୍ଭ ଉପଲକ୍ଷେ ସାଧାରଣ ଯାତ୍ରୀମାନେ ଜୁଲାଇ ୨୯ରୁ ୩୧ ତାରିଖ ପର୍ୟ୍ୟନ୍ତ ବିନା ଟିକେଟ୍‌ରେ ପ୍ରଦୂଷଣ ବିହୀନ ଇ-ବସ୍‌ ଯାତ୍ରାର ଅନୁଭବ ନେଇପାରିବେ। ସେହିପରି ଏହି ସେବା ଦ୍ବାରା ୫୦୦ରୁ ଊର୍ଦ୍ଧ୍ବ ରୋଜଗାର ସୃଷ୍ଟି ହୋଇଥିବା ବେଳେ ଆଗାମୀ ଦିନରେ ଆହୁରି ଅଧିକ ରୋଜଗାର ସୃଷ୍ଟି ହେବାର ସମ୍ଭାବନା ରହିଛି। ଇ-ବସ୍‌ର ଟିକେଟ ମୂଲ୍ୟ ସାଧାରଣ ଏସି ବସ୍‌ ଟିକେଟ୍‌ ମୂଲ୍ୟ ସହିତ ସମାନ ରହିଛି। ଆବଶ୍ୟକ ଯାତ୍ରୀମାନଙ୍କ ପାଇଁ ଉଦ୍ଦିଷ୍ଟ ଥିବା ବସ୍‌ ଟିକେଟ୍‌ ମୂଲ୍ୟରେ ରିହାତି ପୂର୍ବଭଳି ସମାନ ରହିଛି। ପ୍ରଥମ ପର୍ଯ୍ଯାୟରେ ଏହି ଇ–ବସ୍ ସେବା ରୁଟ ନମ୍ବର ୯, ୧୧, ୧୨ ଓ ୨୩ ରେ ଚଳାଚଳ କରିବ। ମୋ ଇ-ରାଇଡ ଭୁବନେଶ୍ବରର ପଟିଆ, ପାତ୍ରପଡ଼ା ଏବଂ ପୋଖରିପୁଟ ଅଞ୍ଚଳର ବିଭିନ୍ନ ରୁଟ୍‌ରେ ଗଡ଼ିବା ସହିତ ଏହାର ଟିକେଟ୍‌ ମୂଲ୍ୟ ଫ୍ଲାଟ ୧୦ ଟଙ୍କା ରହିଛି।

ପ୍ରାଥମିକ ପର୍ଯ୍ୟାୟରେ ଚାଲିବାକୁ ଥିବା ୧୦ଟି ଇ-ବସ୍‍ ୨ ମାସ ହେବ ଭୁବନେଶ୍ୱରରେ ପହଞ୍ଚି ସାରିଥିବା ବେଳେ ଟ୍ରାଏଲ୍‍ ରନ୍‍ କରାଯାଇଥିଲା।  ଏହି ୧୦ଟି ଏସି ବସ୍‍ର ଚାଳନା ପାଇଁ ‘ମୋ ବସ୍‍’ର ସ୍ୱତନ୍ତ୍ର କ୍ୟାପଟେନ୍‍ଙ୍କୁ ଚୟନ କରାଯାଇ ତାଲିମ ପ୍ରଦାନ କରାଯାଇଛି। ବର୍ତ୍ତମାନ ଭୁବନେଶ୍ୱର ସମେତ କଟକ ଓ ପୁରୀକୁ ଜାରି ରହିଥିବା ‘ମୋ ବସ’କୁ ବହୁ ପରିମାଣରେ ଆଦୃତି ମିଳିଛି। ରାଜଧାନୀ ସମେତ ଅନ୍ୟ କିଛି ସହରାଞ୍ଚଳରେ ପରିବହନ କ୍ଷେତ୍ରରେ କ୍ରୁଟ୍‍ର ‘ମୋ ବସ’ ସେବା ଅତ୍ୟାଧୁନିକ ଓ ଆରାମଦାୟକ ହୋଇପାରିଛି। ସହରୀ ଯାତାୟାତ ସେବାରେ ସଂସ୍କାର ଆଣିଥିବା ଏହି ସେବା ଜାତୀୟ ସ୍ତରରେ ମଡେଲ୍‍ ହୋଇପାରିଛି।

ମୋ ଇ-ରାଇଡ୍ ଏବଂ ଇ-ବସ୍ ରେ ଯାତ୍ରା କରନ୍ତୁ ଏବଂ ଆପଣଙ୍କ ସହରକୁ ଏକ ପ୍ରଦୂଷଣ ମୁକ୍ତ ସହର ଭାବରେ ଗଠନ କରନ୍ତୁ। #MoBus#EBus#MoBusForBetterYou#GreenMobility pic.twitter.com/qdqdSJIH1b

— Capital Region Urban Transport (@CRUT_BBSR) July 28, 2022

ବର୍ତ୍ତମାନ ୩୨ଟି ରୁଟ୍‌ରେ ଚଳାଚଳ କରୁଥିବା ୨୨୫ଟି ବସ୍‌ରେ ଭୁବନେଶ୍ୱର, କଟକ, ଖୋର୍ଦ୍ଧା, ପିପିଲି, କୋଣାର୍କ ଓ ପୁରୀ ଭଳି ସହର ଦୈନିକ ହାରାହାରି ୧.୫ ଲକ୍ଷ ଯାତ୍ରୀ ଯାତାୟାତ କରୁଛନ୍ତି। ଏହି ବସ୍‍ଗୁଡ଼ିକ ସୁ-ବ୍ୟବସ୍ଥିତ ପରିଚାଳନା ବ୍ୟବସ୍ଥା ମାଧ୍ୟମରେ ପରିଚାଳିତ ହେଉଛି। ପ୍ରାଥମିକ ପର୍ଯ୍ୟାୟରେ ୧୦ଟି ବସ୍‍ ଗଡ଼ିବାକୁ ଥିବା ବେଳେ ଖୁବ୍‍ଶୀଘ୍ର ଆଉ ୪୦ ବସ୍‍ ଏଥିରେ ଯୋଡ଼ି ହୋଇ ମୋଟ୍‍ ୫୦ଟି ଇ-ବସ୍‌ ଚାଲିବ ବୋଲି ଜଣାପଡ଼ିଛି। ଏହି ସେବାରେ ଲୋକମାନେ ଇ-ରିକ୍ସା ଜରିଆରେ ମୋ ବସ୍‍ଷ୍ଟାଣ୍ଡ ପର୍ଯ୍ୟନ୍ତ ଆସି ବସ୍‍ ଧରି ନିଜ ଗନ୍ତବ୍ୟସ୍ଥଳକୁ ଯାଇପାରିବେ। ଦୀର୍ଘଦିନ ଧରି ଇ-ବସ୍‍ ସେବା ଆରମ୍ଭ କରିବା ପାଇଁ ଯୋଜନା ରହିଥିବା ବେଳେ କରୋନା ଏଥିରେ ବଡ଼ ଆହ୍ୱାନ ହୋଇଥିଲା। ମାତ୍ର ଧୀରେ ଧୀରେ ସ୍ଥିତି ସୁଧୁରିବା ପରେ ଏବେ ଇ-ବସ ‘ମୋ ବସ୍‍’ରେ ଯୋଡ଼ି ହେବାକୁ ଯାଉଛି। ଇତି ମଧ୍ୟରେ ପଟିଆ ଓ ଭଗବାନପୁରରେ ଅତ୍ୟାଧୁନିକ ବସ୍‍ ଡିପୋ ନିର୍ମିତ କରାଯାଇଛି। ଏହି ଡିପୋରେ ଇ-ବସ୍‌ ଚାର୍ଜିଂ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି।