Coast Guard - The Sakala
ଓଡ଼ିଶା ଉପକୂଳ ସୁରକ୍ଷା ପାଇଁ ବଡ଼ ରୋଡମ୍ୟାପ୍: ଦେଶର ଶ୍ରେଷ୍ଠ ମେରାଇନ୍ ପୋଲିସ ହେବାକୁ ଡିଜିପିଙ୍କ ଲକ୍ଷ୍ୟ
ଭୁବନେଶ୍ୱର: ଓଡ଼ିଶାର ଉପକୂଳ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ୱାଇ.ବି. ଖୁରାନିଆ ଏକ ରାଜ୍ୟସ୍ତରୀୟ ମଲ୍ଟି-ଏଜେନ୍ସି ଉପକୂଳ ସୁରକ୍ଷା ସେମିନାରର ଉଦଘାଟନ କରିଛନ୍ତି। ଏହି ଦିନିକିଆ କର୍ମଶାଳାରେ ହୋଇଥିବା ଆଲୋଚନା ରାଜ୍ୟର ଉପକୂଳ ସୁରକ୍ଷା ରଣନୀତିକୁ ଆହୁରି ମଜବୁତ କରିବାରେ ବିଶେଷ ସହାୟକ ହେବ ବୋଲି ସେ ପ୍ରକାଶ କରିଛନ୍ତି।
ଏହି ଗୁରୁତ୍ୱପୂର୍ଣ୍ଣ କର୍ମଶାଳାରେ ଭାରତୀୟ ନୌସେନା, ଭାରତୀୟ ତଟରକ୍ଷୀ ବାହିନୀ (କୋଷ୍ଟ ଗାର୍ଡ), ବନ୍ଦର କର୍ତ୍ତୃପକ୍ଷ, ମତ୍ସ୍ୟ ନିର୍ଦ୍ଦେଶାଳୟ, ପଡ଼ୋଶୀ ରାଜ୍ୟର ଅଧିକାରୀ ଏବଂ କେନ୍ଦ୍ର ସରକାରଙ୍କ ବିଭିନ୍ନ ସଂସ୍ଥାକୁ ମିଶାଇ ମୋଟ ୧୮ଟି ଏଜେନ୍ସି ଅଂଶଗ୍ରହଣ କରିଥିଲେ। ଦିନତମାମ ଆୟୋଜିତ ୬ଟି ବୈଷୟିକ ଅଧିବେଶନରେ ଉପକୂଳ ସୁରକ୍ଷାର ବୈଷୟିକ ଦିଗ ଏବଂ ନୂତନ ଆହ୍ୱାନଗୁଡ଼ିକ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ନିଜ ନିଜର ଅଭିଜ୍ଞତା ବାଣ୍ଟିଥିଲେ।
ସମ୍ମିଳନୀକୁ ସମ୍ବୋଧିତ କରି ଶ୍ରୀ ଖୁରାନିଆ କହିଥିଲେ ଯେ, ଉପକୂଳ ସୁରକ୍ଷା ଦେଶର ଆଭ୍ୟନ୍ତରୀଣ ସୁରକ୍ଷାର ଏକ ଅବିଚ୍ଛେଦ୍ୟ ଅଙ୍ଗ। ଓଡ଼ିଶାର ୫୭୪.୭ କିଲୋମିଟର ଦୀର୍ଘ ଉପକୂଳ ଏବଂ ପାରାଦୀପ, ଧାମରା ଓ ଗୋପାଳପୁର ଭଳି ପ୍ରମୁଖ ବନ୍ଦର ରାଜ୍ୟର ଅର୍ଥନୈତିକ ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବାରୁ ଏହି ଅଞ୍ଚଳର ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଇଛି। ଡିଜିପି ସୂଚନା ଦେଇଛନ୍ତି ଯେ, ବର୍ତ୍ତମାନ ଉପକୂଳରେ ଥିବା ୧୮ଟି ସାମୁଦ୍ରିକ ଥାନା (ମେରାଇନ ଥାନା)ରେ ୭୦୦ରୁ ଅଧିକ ପୋଲିସ କର୍ମଚାରୀ ମୁତୟନ ଅଛନ୍ତି। ଗତ ଦୁଇ ବର୍ଷ ମଧ୍ୟରେ ଉପକୂଳ ଭିତ୍ତିଭୂମିର ବିକାଶ ପାଇଁ ସରକାର ପ୍ରାୟ ୧୫୦-୨୦୦ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି। ଏହାଛଡ଼ା ୧୫ଟି ଫାଷ୍ଟ ଇଣ୍ଟରସେପ୍ଟର ବୋଟ୍, ୫ଟି ଡ୍ରୋନ୍ ଏବଂ ୫ଟି ଭଡ଼ା ଟ୍ରଲର ମାଧ୍ୟମରେ ସାମୁଦ୍ରିକ ପାଟ୍ରୋଲିଂକୁ କଡ଼ାକଡ଼ି କରାଯାଇଛି।
ଉପକୂଳ ସୁରକ୍ଷାକୁ ଆହୁରି ଅତ୍ୟାଧୁନିକ କରିବା ପାଇଁ ଓଡ଼ିଶା ପୋଲିସ ଆଗାମୀ ଦିନରେ ଅଧିକ ୧୦ଟି ଫାଷ୍ଟ ଇଣ୍ଟରସେପ୍ଟର ବୋଟ୍, ମିନି କଣ୍ଟ୍ରୋଲ୍ ସେଣ୍ଟର, ସିସିଟିଭି କ୍ୟାମେରା ଏବଂ ଆଧୁନିକ ଆଣ୍ଟି-ଡ୍ରୋନ୍ ସିଷ୍ଟମ୍ ମୁତୟନ କରିବାକୁ ଯୋଜନା କରୁଛି। ମତ୍ସ୍ୟଜୀବୀଙ୍କ ଡଙ୍ଗା ଉପରେ ନଜର ରଖିବା ପାଇଁ ନଭମିତ୍ର (NABHMITRA) ଆପ୍ ବ୍ୟବହାର କରାଯାଉଛି। ଏହାବ୍ୟତୀତ ଭୁବନେଶ୍ୱରରେ ଏକ ଅତ୍ୟାଧୁନିକ 'କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ସେଣ୍ଟର' ପ୍ରତିଷ୍ଠା କରାଯାଇଛି, ଯାହା ମେରାଇନ ଥାନା ଓ ଡ୍ରୋନ୍ ଗୁଡ଼ିକରୁ ସିଧାସଳଖ ତଥ୍ୟ ସଂଗ୍ରହ କରିବ। ଆଗାମୀ ଦୁଇ ବର୍ଷ ମଧ୍ୟରେ ଓଡ଼ିଶା ପୋଲିସର କୋଷ୍ଟାଲ୍ ସିକ୍ୟୁରିଟି ୱିଙ୍ଗ୍ ଦେଶର ସର୍ବୋତ୍ତମ ସୁରକ୍ଷା ୟୁନିଟ୍ ଭାବେ ଉଭା ହେବ ବୋଲି ଡିଜିପି ଆଶାବ୍ୟକ୍ତ କରିଛନ୍ତି।
ଭାରତୀୟ ତଟରକ୍ଷୀ ବାହିନୀର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ୩ଜଣ ନିଖୋଜ
ଗାନ୍ଧୀନଗର: ଭାରତୀୟ ତଟରକ୍ଷୀ ବାହିନୀର ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଗୁଜୁରାଟ ପୋରବନ୍ଦର ଉପକୂଳ ଆରବ ସାଗରରେ ଜରୁରୀ ଅବତରଣ ବେଳେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଯେଉଁଥିରେ ୨ କୋଷ୍ଟଗାର୍ଡ ପାଇଲଟଙ୍କ ସମେତ ୩ ଜଣ ନିଖୋଜ ଥିବା ବେଳେ ଜଣେ ସୁରକ୍ଷିତ ଉଦ୍ଧାର କରାଯାଇଛି ।
ତେବେ ଏକ ଧ୍ରୁବ ହେଲିକପ୍ଟର ଗୁଜୁରାଟରେ ବନ୍ୟା ବିତ୍ପାତ କାରଣରୁ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ଓ ସେମାନଙ୍କୁ ଖାଦ୍ୟ ଯୋଗାଇ ଦେବାରେ ନିୟୋଜିତ ହୋଇଥିଲା । ହେଲେ ଗତକାଲି ରାତି ପ୍ରାୟ ୧୧ଟା ସମୟରେ ପୋରବନ୍ଦର ପାଖରେ ଆରବିଆନ ସମୁଦ୍ରରେ ଜରୁରୀକାଳୀନ ଅବତରଣ କରୁଥିଲା ବେଳେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଯେଉଁଥିରେ ୩ ଜଣ ନିଖୋଜ ହୋଇଥିବା ବେଳେ ସେମାନଙ୍କୁ ଉଦ୍ଧାର ପାଇଁ ଜୋରଦାର ସର୍ଚ୍ଚ ଅପରେସନ୍ ଜାରି ରହିଛି ।
ବିଶାଖାପାଟଣା : ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ସ୍ୱାମୀ ନିଜର ପତ୍ନୀ ସବୁଦ୍ରରେ ନିଖୋଜ ହୋଇଯାଇଥିବା ଅଭିଯୋଗ କରିଥିଲେ। ଯୁବକଙ୍କ ଅଭିଯୋଗ ପରେ ପୁଲିସ ଖୋଜାଖୋଜି ପରେ କୌଣସି ସୂଚନା ନପାଇବାରୁ  ନୌସେନା ଓ କୋଷ୍ଟଗାର୍ଡକୁ ସହାୟତା ମାଗିଥିଲା। ପୁଲିସର ଅନୁରୋଧ ପରେ ନୌସେନା ଓ କୋଷ୍ଟଗାର୍ଡ ପକ୍ଷରୁ ସର୍ଚ୍ଚ ଅପରେସନ୍‌ ଆରମ୍ଭ କରାଯାଇଥିଲା। ଯୁବତୀଙ୍କ ସ୍ବାମୀଙ୍କ ଅଭିଯୋଗ ପରେ ପ୍ରାୟ ୭୨ ଘଣ୍ଟା ଧରି ଖୋଜିବା ପରେ ମଧ୍ୟ ନିଖୋଜ ଯୁବତୀଙ୍କର କୌଣସି ଖୋଜ୍‌ଖବର ପାଇନଥିଲା ନୌସେନା। ଏପରିକି ଯୁବତୀଙ୍କ ଖୋଜିବା ପାଇଁ କୋଷ୍ଟଗାର୍ଡ ହେଲିକପ୍ଟର ମଧ୍ୟ ନିଯୋଜିତ କରାଯାଇଥିଲା। ସବୁଦ୍ରରେ ନିଖୋଜ ଯୁବତୀଙ୍କୁ ଖୋଜିବା ପାଇଁ  ନୌସେନା ପ୍ରାୟ ୧ କୋଟି ଖର୍ଚ୍ଚ ପରିବା ପରେ ଯାହା ଜଣାପଡିଥିଲା,ତାହା ଯୁବତୀଙ୍କ ସ୍ବାମୀ ଏବଂ ନୌସେନା-ପୁଲିସ ଅଧିକାରୀଙ୍କ ପାଦ ତଳୁ ମାଟି ଖସାଇଦେଇଥିଲା। ବାସ୍ତବରେ ଉକ୍ତ ଯୁବତୀ ସମୁଦ୍ରରେ ନିଖୋଜ ହୋଇନଥିଲେ ବରଂ ସମୁଦ୍ର କୂଳରୁ ନିଜ ସ୍ବାମୀଙ୍କୁ ଛାଡି ବୟଫ୍ରେଣ୍ଡ ସହ ଫେରାର ହୋଇଯାଇଥିଲେ।
ସୂଚନା ଅନୁସାରେ ଜଣେ ଯୁବକ ତାଙ୍କ ଦ୍ବିତୀୟ ବିବାହ ବାର୍ଷିିକୀରେ ପତ୍ନୀଙ୍କୁ ସରପ୍ରାଇଜ୍‌ ଦେବା ପାଇଁ ବିଶାଖାପାଟଣା ସି ବଚ୍‌କୁ ବୁଲାଇବାକୁ ଆଣିଥିଲେ। ସେଠାରେ ସେ ତାଙ୍କ ପତ୍ନୀଙ୍କୁ ଗୋଲାପ ଦେଇ ଫିଲ୍ମି ଅନ୍ଦାଜରେ ପ୍ରେମ ବ୍ୟକ୍ତ କରିଥିଲେ। ଏହାପରେ ଦୁହେଁ ବେଶ୍‌ କିଛି ସମୟ ବୁଲାବୁଲି କରିଥିଲେ ସମୁଦ୍ରକୂଳରେ । ଏହି ସମୟରେ ସ୍ବାମୀଙ୍କୁ ଏକ ଫୋନ୍‌ କଲ୍‌ ଆସିଲା। ସ୍ବାମୀ ଜଣଙ୍କ ଫୋନ୍‌ରେ କଥା ହେବାରେ ଟିକେ ବ୍ୟସ୍ତ ରହିବା ସହ ସ୍ତ୍ରୀଙ୍କଠୁ କିଛି ପାଦ ଦୂରକୁ ଚାଲିଗଲେ। ପତ୍ନୀ ମଧ୍ୟ ନିଜ ଫୋନ୍‌ରେ ସେଲଫି ନେବାରେ ବ୍ୟକ୍ତ ଥିଲେ। କିନ୍ତୁ କିଛି ସମୟ ପରେ ସ୍ବାମୀ ଫୋନ୍‌ରୁ କଥା ହୋଇଫେରିବା ପରେ ଦେଖନ୍ତି ତାଙ୍କ ସ୍ତ୍ରୀ ସେ ସ୍ଥାନରେ ନାହାନ୍ତି। ପତ୍ନୀଙ୍କୁ କଲ୍‌ କରିବା ପରେ ତାଙ୍କ ଫୋନ୍‌ ବନ୍ଦ ଆସିଲା। ଏହାପରେ ସେ ତାଙ୍କୁ ଖୋଜାଖୋଜି କରିବା ପରେ ମଧ୍ୟ ପାଇନଥିଲେ। ଉଭୟ ସମୁଦ୍ର କୂଳରେ ବୁଲୁଥିବା କାରଣରୁ ଏବଂ ସ୍ତ୍ରୀ ସମୁଦ୍ର କୂଳରେ ସେଲଫି ନେବା ସମୟରେ ସମୁଦ୍ରରେ ପଡିଯାଇଛନ୍ତି ବୋଲି ଭାବି ସ୍ବାମୀ ପୁଲିସରେ ଅଭିଯୋଗ କରିଥିଲେ।
ପତ୍ନୀଙ୍କୁ ବହୁତ ଖୋଜାଖୋଜି କରିବା ପରେ ସ୍ୱାମୀ ଅନୁଭବ କଲେ ଯେ ତାଙ୍କ ପତ୍ନୀ ବୁଡିଯାଇଥିବେ । ଏହା ତାଙ୍କୁ ବହୁତ ବିବ୍ରତ କରିଥିଲା ​। ତେଣୁ ସେ  ପୁଲିସ ଓ ମତ୍ସ୍ୟଜୀବୀଙ୍କ ସହାୟତା ଲୋଡିଥିଲା। ପ୍ରଥମେ ମତ୍ସ୍ୟଜୀବୀ ଓ ପୁଲିସ ଖୋଜିବା ପରେ ମଧ୍ୟ ତାଙ୍କ ପତ୍ନୀଙ୍କର କୌଣସି ପତ୍ତା ମିଳିନଥିଲା। ବକଙ୍କ ଅଭିଯୋଗ ପରେ ପୁଲିସ ଖୋଜାଖୋଜି ପରେ କୌଣସି ସୂଚନା ନପାଇବାରୁ  ନୌସେନା ଓ କୋଷ୍ଟଗାର୍ଡକୁ ସହାୟତା ମାଗିଥିଲା। ପୁଲିସର ଅନୁରୋଧ ପରେ ନୌସେନା ଓ କୋଷ୍ଟଗାର୍ଡ ପକ୍ଷରୁ ସର୍ଚ୍ଚ ଅପରେସନ୍‌ ଆରମ୍ଭ କରାଯାଇଥିଲା। ଯୁବତୀଙ୍କ ସ୍ବାମୀଙ୍କ ଅଭିଯୋଗ ପରେ ପ୍ରାୟ ୭୨ ଘଣ୍ଟା ଧରି ଖୋଜିବା ପରେ ମଧ୍ୟ ନିଖୋଜ ଯୁବତୀଙ୍କର କୌଣସି ଖୋଜ୍‌ଖବର ପାଇନଥିଲା ନୌସେନା। ଏପରିକି ଯୁବତୀଙ୍କ ଖୋଜିବା ପାଇଁ କୋଷ୍ଟଗାର୍ଡ ହେଲିକପ୍ଟର ମଧ୍ୟ ନିଯୋଜିତ କରାଯାଇଥିଲା। ସବୁଦ୍ରରେ ନିଖୋଜ ଯୁବତୀଙ୍କୁ ଖୋଜିବା ପାଇଁ  ନୌସେନା ପ୍ରାୟ ୧ କୋଟି ଖର୍ଚ୍ଚ ପରିବା ପରେ ଜଣାପଡିଲା ଯେ ମହିଳା ଜଣଙ୍କ ତାଙ୍କ ବୟଫ୍ରେଣ୍ଡ ସହ ଫେରାର ହୋଇଯାଇଛନ୍ତି। ନିଜେ ଯୁବତୀ ତାଙ୍କ ମାଙ୍କୁ ମେସେଜ କରି ଜଣାଇଲେ ଯେ ସେ ନିଜ ବୟଫ୍ରେଣ୍ଡଙ୍କ ସହ ନେଲୋର ପଳାଇଆସିଛନ୍ତି ।
ଉଲ୍ଲେଖନୀୟ କଥା ହେଉଛି, ଏହି ମହିଳା ୨୦୨୦ ମସିହାରେ ବିବାହ କରିଥିଲେ। ସେ ସ୍କୁଲ ଦିନରୁ ଅନ୍ୟ କାହାକୁ ଭଲ ପାଉଥିଲେ କିନ୍ତୁ ପରିବାର ଲୋକ ତାଙ୍କ ଅନ୍ୟତ୍ର ବିବାହ କରାଇଦେଇଥିଲେ। ବିବାହ ପରେ ମଧ୍ୟ ସେ ତାଙ୍କ ପ୍ରେମିକଙ୍କ ସହ ଲୁଚିଛଫି ଯୋଗାଯୋଗରେ ଥିଲେ ଏବଂ ଯୋଜନା ମୁତାବକ ଦ୍ବିତୀୟ ବିବାହ ବାର୍ଷିିକୀ ବୁଲିବାକୁ ଯାଇଥିବା ସମୟରେ ପ୍ରେମିକ ସହ ଫେରାର ହୋଇଯାଇଥିଲେ।