Kerala High Court - The Sakala

‘ଦ କେରଳ ଷ୍ଟୋରୀ-୨’ ମୁକ୍ତିଲାଭ ଉପରେ ରୋକ୍: ଅନ୍ତରୀଣ ରହିତାଦେଶ ଜାରି କଲେ କେରଳ ହାଇକୋର୍ଟ
ନୂଆଦିଲ୍ଲୀ: ବିବାଦୀୟ ଚଳଚ୍ଚିତ୍ର ‘ଦ କେରଳ ଷ୍ଟୋରୀ-୨’ (The Kerala Story 2) ରିଲିଜ୍ ଉପରେ କେରଳ ହାଇକୋର୍ଟ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଶୁକ୍ରବାର (ଫେବୃଆରୀ ୨୭) ଦିନ ଏହି ଚଳଚ୍ଚିତ୍ରଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାର ଥିଲା, କିନ୍ତୁ ଠିକ୍ ରିଲିଜ୍ ପୂର୍ବରୁ ଆଜି କୋର୍ଟ ଏହା ଉପରେ ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି।

ଏହି ମାମଲାର ଶୁଣାଣି କରି ବିଚାରପତି ଜଷ୍ଟିସ୍ ବେଚୁ କୁରିଆନ୍ ଥୋମାସ୍ କହିଛନ୍ତି ଯେ, ଚଳଚ୍ଚିତ୍ର ନିର୍ମାତାମାନେ କୋର୍ଟଙ୍କୁ ଏହି ସିନେମା ଦେଖାଇବା ପାଇଁ ଆଗ୍ରହୀ ନଥିଲେ। ଏହି ଚଳଚ୍ଚିତ୍ର ବିରୋଧରେ ଆଗତ ଏକ ଆବେଦନର ଶୁଣାଣି ସମୟରେ କୋର୍ଟ ଏହି ମନ୍ତବ୍ୟ ଦେଇଛନ୍ତି। ନିର୍ମାତାଙ୍କ ପକ୍ଷରୁ ଏଯାଏଁ ଏହି ନିଷ୍ପତ୍ତି ଉପରେ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

‘ଦ କେରଳ ଷ୍ଟୋରୀ-୨’ରେ କେରଳ, ରାଜସ୍ଥାନ ଏବଂ ମଧ୍ୟପ୍ରଦେଶରେ ଧର୍ମ ପରିବର୍ତ୍ତନ ପ୍ରସଙ୍ଗକୁ ଚିତ୍ରଣ କରାଯାଇଛି। କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଏହାକୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ଏହା ଧର୍ମନିରପେକ୍ଷତା ପ୍ରତି ଏକ ବିପଦ ଏବଂ କେରଳ ବିରୋଧରେ ଏକ ମିଥ୍ୟା ପ୍ରଚାର। ରାଜ୍ୟର ସାମ୍ପ୍ରଦାୟିକ ସଦ୍ଭାବନାକୁ ନଷ୍ଟ କରିବା ପାଇଁ ଏଭଳି ପ୍ରୟାସ କରାଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି।

ଅନ୍ୟପକ୍ଷରେ, ପ୍ରଯୋଜକ ବିପୁଲ ଅମୃତଲାଲ ଶାହା ପୂର୍ବରୁ ସ୍ପଷ୍ଟ କରିଥିଲେ ଯେ ଏହି ଚଳଚ୍ଚିତ୍ର କେରଳ ରାଜ୍ୟ ବିରୋଧରେ ନୁହେଁ। ସେନ୍ସର ବୋର୍ଡ (CBFC) ଗତ ସପ୍ତାହରେ ଏହାକୁ ‘U/A’ ସାର୍ଟିଫିକେଟ୍ ଦେଇଥିଲା। ଏହି ଚଳଚ୍ଚିତ୍ରରେ ଉଲକା ଗୁପ୍ତା, ଅଦିତି ଭାଟିଆ ଏବଂ ଐଶ୍ୱର୍ଯ୍ୟା ଓଝା ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି।

ନଗ୍ନତା ଓ ଅଶ୍ଳୀଳତାକୁ ନେଇ କେରଳ ହାଇକୋର୍ଟଙ୍କ ରାୟ: ନଗ୍ନତା ଭିତରେ ବି ସୌନ୍ଦର୍ଯ୍ୟ ଉପଭୋଗ କରାଯାଇ ପାରିବ
କୋଚି: ମହିଳାଙ୍କ ନଗ୍ନ ଶରୀରର ଚିତ୍ରଣ ପରିପ୍ରେକ୍ଷୀେର କେରଳ ହାଇକୋର୍ଟ ସୋମବାର ଭିନ୍ନ ମତ ଦେଇଛନ୍ତି। ମହିଳାଙ୍କ ନଗ୍ନ ଶରୀରର ଚିତ୍ରଣକୁ ସବୁ ବେଳେ ଯୌନ କିମ୍ବା ଅଶ୍ଳୀଳ ଦୃଷ୍ଟିରେ ଦେଖିବା ଉଚିତ ନୁହେଁ ବୋଲି ହାଇକୋର୍ଟ କହିଛନ୍ତି। ନଗ୍ନତା ମଧ୍ୟରେ ସୌନ୍ଦର୍ଯ୍ୟକୁ ମଧ୍ୟ ଉପଭୋଗ କରିବାର ସୁଯୋଗ ରହିଛି। ଯାହାକି ଆମର ସଂସ୍କୃତି ଏବଂ ପରମ୍ପରା ସହ ଜଡ଼ିତ ପୁରାତନ ମନ୍ଦିରରେ ରହିଥିବା ମୂର୍ତ୍ତିଗଡ଼ିକରେ ରହିଛି ବୋଲି ହାଇାକୋର୍ଟ କହିଛନ୍ତି। ଏଥିସହିତ ପୁରୁଷ ଏବଂ ମହିଳାଙ୍କ ଅର୍ଦ୍ଧ ନିଗ୍ନ ଶରୀରକୁ ନେଇ ସମାଜରେ ରହିଥିବା ମତଭେଦକୁ ମଧ୍ୟ ହାଇକୋର୍ଟ ଦର୍ଶାଇଛନ୍ତି। ଜଣେ ପୁରୁଷ ଅର୍ଦ୍ଧ ନିଗ୍ନ ପୋଷାକରେ ସ୍ବଚ୍ଛନ୍ଦରେ ବୁଲି ପାରୁଥିଲା ବେଳେ ଏହି ଅବସ୍ଥାରେ ଜଣେ ମହିଳାଙ୍କ ପାଇଁ ଅନେକ ସମସ୍ୟା ରହିଛି। କିନ୍ତୁ ନଗ୍ନତାକୁ ସବୁ ବେଳେ ଯୌନ ଦୃଷ୍ଟିରୁ ଦେଖିବା ଉଚିତ ନୁହେଁ ବୋଲି ହାଇକୋର୍ଟ କହିଛନ୍ତି।

ଜଣେ ମହିଳା ତାଙ୍କ ପିଲାମାନଙ୍କୁ ଯୌନ ଶିକ୍ଷା ଦେବା ଉଦ୍ଦେଶ୍ୟରେ ସେମାନଙ୍କ ଶରୀରର ଉପର ଭାଗର ନଗ୍ନ ଚିତ୍ରଣ ଭିଡିଓ ରେକର୍ଡିଂ କରିଥିଲା ବେଳେ ସଂପୃକ୍ତ ମହିଳାଙ୍କ ବିରୋଧରେ ‘ପକ୍ସୋ’ ଅଧିନରେ ମାମଲା ରୁଜୁ କରାଯାଇଥିଲା। କିନ୍ତୁ ହାଇକୋର୍ଟ ସଂପୃକ୍ତ ମହିଳାଙ୍କୁ ଏହି ମାମଲାରୁ ମୁକ୍ତ କରିବା ସହିତ ଏହି ରାୟ ଦେଇଛନ୍ତି। ନାରୀ ଶରୀର ବିଷୟରେ ପୁରୁଷତାନ୍ତ୍ରିକ ଧାରଣା ଏବଂ ତାଙ୍କ ପିଲାମାନଙ୍କର ଯୌନଶିକ୍ଷାକୁ ଚ୍ୟାଲେଞ୍ଜ କରିବା ପାଇଁ ସେ ଏହି ଭିଡିଓ ତିଆରି କରିଛନ୍ତି ବୋଲି ମହିଳା ଜଣଙ୍କ ଦେଇଥିବା ସ୍ପଷ୍ଟୀକରଣକୁ ମଧ୍ୟ କୋର୍ଟ ଗ୍ରହଣ କରି ଏହି ଭିଡିଓକୁ ଅଶ୍ଳୀଳ ବୋଲି ବିବେଚନା କରାଯାଇ ପାରିବନି ବୋଲି କହିଛନ୍ତି। ମହିଳାଙ୍କ ଉପର ଭାଗର ଶରୀରର ନଗ୍ନତାକୁ କେବଳ ଯୌନ ଦୃଷ୍ଟିରୁ ବିବେଚନା କରାଯିବା ଉଚିତ ନୁହେଁ ବୋଲି ହାଇକୋର୍ଟ କହିଛନ୍ତି।

ଏସସି/ଏସଟି ବ୍ୟକ୍ତିଙ୍କ ବିରୋଧରେ ସୋସିଆଲ ମିଡିଆରେ ଅରୁଚିକର ଟିପ୍ପଣୀ ଦେଲେ ଆଇନର ପରିସରଭୁକ୍ତ ହେବେ- କେରଳ ହାଇକୋର୍ଟ
ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏସସି ଓ ଏସଟି ବ୍ୟକ୍ତିଙ୍କ ବିରୋଧରେ କିଛି ମନ୍ତବ୍ୟ ପୋଷ୍ଟ କରୁଥିଲେ ସାବାଧାନ। ହୋଇପାରେ ଜେଲ୍ ।  ଏସସି/ଏସଟି ଆଇନ ଅନୁଯାୟୀ କାର୍ଯ୍ଯାନୁଷ୍ଠାନର ଶିକାର ହୋଇପାରନ୍ତି । ଆଜି ଏକ ମାମଲାର ଶୁଣାଣି ବେଳେ କେରଳ ହାଇକୋର୍ଟ ଏଭଳି ନିଷ୍ପତ୍ତି ଶୁଣାଇଛନ୍ତି।

ଏକ ମାମଲାର ଶୁଣାଣି କରିବା ସହ ଜଣେ ୟୁଟ୍ୟୁବରଙ୍କ ଆଗୁଆ ଜାମିନ ଆବେଦନକୁ ଖାରଜ କରିଛନ୍ତି। ୟୁଟ୍ୟୁବର ଜଣକ ବିଭିନ୍ନ ସୋସିଆଲ ମିଡିଆରେ ଜଣେ ତଫସିଲଭୁକ୍ତ ଜନଜାତି ବର୍ଗର ବ୍ୟକ୍ତିଙ୍କ ବିରୋଧରେ କେତେକ ଟିପ୍ପଣୀ ଦେବା ପରେ ତାଙ୍କ ନାମରେ ମାମଲା ରୁଜୁ ହୋଇଥିଲା। କେରଳର ଟ୍ରୁ ଟିଭି ନାମକ ଏକ ଅନଲାଇନ ନ୍ୟୁଜ ପ୍ଲାଟଫର୍ମର ପରିଚାଳନା ନିର୍ଦ୍ଦେଶକଙ୍କ ଆଗୁଆ ଜାମିନ ଆବେଦନ ମାମଲାର ଶୁଣାଣି କରି କୋର୍ଟ ଏହି ରାୟ ଦେଇଛନ୍ତି। ପବ୍ଲିକ ପ୍ରସିକ୍ୟୁଟର କେ.ଏ. ନୌସାଦ ଯୁକ୍ତି ଦର୍ଶାଇଥିଲେ, ଡିଜିଟାଲ ଯୁଗରେ ଏସସି-ଏସଟି ଆଇନର ଆଭିମୁଖ୍ୟକୁ ଉପଯୁକ୍ତ ଭାବେ ପାଳନ କରିବାର ଆବଶ୍ୟକତା ରହିଛି।

ମାମଲାର ଶୁଣାଣି କରି ଜଷ୍ଟିସ ବେଚୁ କୁରିଆନ ଥୋମାସ କହିଛନ୍ତି ଏସସି-ଏସଟି ବ୍ୟକ୍ତିଙ୍କ ବିରୋଧରେ କୌଣସି ଅଶାଳୀନ ବା ଅରୁଚିକର ଟିପ୍ପଣୀ ଏସସି-ଏସଟି ଆଇନର ପରିସରଭୁକ୍ତ ହେବ।