File Return - The Sakala

ଆୟକର ପୋର୍ଟାଲ୍‌ରେ ବୈଷୟିକ ତ୍ରୁଟି; ରିଟର୍ଣ୍ଣ ଭରିପାରିଲେନି ୪୧% କରଦାତା
ନୂଆଦିଲ୍ଲୀ: ପାଖେଇ ଆସିଲାଣି ରିଟର୍ଣ୍ଣ ଦାଖଲ ସମୟସୀମା। ଜୁଲାଇ ୩୧କୁ ଏଥିପାର୍ଇ ଶେଷ ସମୟସୀମା ରଖାଯାିଛି। ଅପରପକ୍ଷେ ଦେଶର ୪୧ ପ୍ରତିଶତ ଟିକସଦାତା ଏ ପର୍ଯ୍ୟନ୍ତ ସେମାନଙ୍କ ଆୟକର ରିଟର୍ଣ୍ଣ ଦାଖଲ କରିନାହାଁନ୍ତି । ଏହାର ମୁଖ୍ୟ କାରଣ ହେଉଛି ଆୟକର ରିଟର୍ଣ୍ଣ ଦାଖଲରେ ସମସ୍ୟା। ଏଥରମଧ୍ୟ ଆୟକର ପୋର୍ଟାଲ୍‌ରେ ବୈଷୟିକ ତ୍ରୁଟି ଦେଖାଦେଇଛି। ଏଥିଯୋଗୁ ୪୧% କରଦାତା ଏଯାଏ ରିଟର୍ଣ୍ଣ ଦାଖଲ କରିପାରିନାହାଁନ୍ତି ବୋଲି ଲୋକାଲ୍‌ ସର୍କଲ୍‌ ସର୍ଭେରେ କୁହାଯାଇଛି। ଏହାକୁ ନେଇ କରଦାତାଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖିବାକୁ ମିଳିଛି। ଅପରପକ୍ଷେ ପୂର୍ବବର୍ଷଗୁଡିକ ଭଳି ଏଥର ଆଉ ରିଟର୍ଣ୍ଣ ଦାଖଲ ସମୟସୀମାରେ ବୃଦ୍ଧି କରାଯିବନାହିଁ ବୋଲି କେନ୍ଦ୍ର ସରକାର ପୂର୍ବରୁ ଚେତାଇ ଦେଇଛନ୍ତି। ଫଳରେ ଏହି ଶେଷ ସମୟରେ କିଭଳି ରିଟର୍ଣ୍ଣ ଦାଖଲ କରିବେ ସେ ନେଇ କରଦାତଦାମାନେ ବେଶ ଚିନ୍ତାରେ।

ସଦ୍ୟତମ ସର୍ଭେ ଅନୁଯାୟୀ ଦେଶରେ ଏବେ ଅତି କମ୍‌ରେ ୪୧ ପ୍ରତିଶତ ଟିକସଦାତା ସେମାନଙ୍କ ରିଟର୍ଣ୍ଣ ଦାଖଲ କରିବାକୁ ଅପେକ୍ଷା କରିଛନ୍ତି। ଏଥିରେ ୧୦ ପ୍ରତିଶତ ରିଟର୍ଣ୍ଣ ଦାଖଲ କରିବାକୁ ଚେଷ୍ଟା କରିଛନ୍ତି କିନ୍ତୁ ସେମାନେ ଏଥିରେ ବୈଷୟିକ ତ୍ରୁଟିର ସମ୍ମୁଖୀନ ହୋଇଛନ୍ତି। ୨୦୨୧-୨୨ ଆର୍ଥିକବର୍ଷ ପାଇଁ ଆୟକର ରିଟର୍ଣ୍ଣ (ଆଇଟିଆର୍‌) ଦାଖଲ କରିବାର ଶେଷ ତାରିଖ ଚଳିତମାସ ୩୧ ରହିଛି। ସର୍ଭେରେ ଦେଶର ୩୦୬ ଟି ଜିଲ୍ଲାର ନାଗରିକଙ୍କଠାରୁ ୧୧,୦୦୦ରୁ ଅଧିକ ପ୍ରତିକ୍ରିୟା ଗ୍ରହଣ କରାଯାଇଥିଲା। ସେଥିରୁ ୬୯ ପ୍ରତିଶତ ପୁରୁଷ ଥିବାବେଳେ ୩୧ ପ୍ରତିଶତ ମହିଳା ଥିଲେ। ୫୯ ପ୍ରତିଶତ ମତଦାତା କହିଥିଲେ ଯେ ସେମାନେ ରିଟର୍ଣ୍ଣ ଦାଖଲ କରିସାରିଛନ୍ତି। ତେବେ ଜୁଲାଇ ୨୦ ରେ ଅର୍ଥାତ୍‌ ଏକ ସପ୍ତାହ ପୂର୍ବରୁ ହୋଇଥିବା ସର୍ଭେ ଫଳାଫଳରେ ଯଥେଷ୍ଟ ଉନ୍ନତି ଘଟିଛି। ଏହାପୂର୍ବରୁ ଲୋକାଲ୍ ସର୍କଲ୍ସ ଜାଣିବାକୁ ପାଇଛି ଯେ ଏହି ସର୍ଭେର ୫୪ ପ୍ରତିଶତ ମତଦାତା ଏ ପର୍ଯ୍ୟନ୍ତ ଚଳିତ ମାସ ଶେଷ ସୁଦ୍ଧା ଆବଶ୍ୟକ ରିଟର୍ଣ୍ଣ ଦାଖଳ କରିନାହାଁନ୍ତି, ଯେଉଁଥିରୁ ୩୭ ପ୍ରତିଶତ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ରିଟର୍ଣ୍ଣ ଦାଖଲ କରିପାରିବେ କି ନାହିଁ ସେ ନେଇ ଅନିଶ୍ଚିତତା ମଧ୍ୟରେ ରହିଛନ୍ତି। କେବଳ ୪୬ ପ୍ରତିଶତ ଟିକସଦାତା ସେମାନଙ୍କ ରିଟର୍ଣ୍ଣ ଦାଖଲ କରିଛନ୍ତି।

ସରକାରୀ ପୋର୍ଟାଲରେ ରିଟର୍ଣ୍ଣ ଦାଖଲ କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କ ବିଫଳତା ପୂର୍ବ ସର୍ଭେ ସମୟରେ ୪ ପ୍ରତିଶତରୁ ଏବେ ୧୦ ପ୍ରତିଶତକୁ ବୃଦ୍ଧି ପାଇଛି। ଏଥିସହ ୯ ପ୍ରତିଶତ ସ୍ୱୀକାର କରିଛନ୍ତି ଯେ, ସେମାନେ ରିଯର୍ଣ୍ଣ ଦାଖଲ ସମୟସୀମା ପୂରଣ କରିବାରେ ସକ୍ଷମ ହେବେ ନାହିଁ । ଏହାଛଡା ୧୩ ପ୍ରତିଶତ ମତଦାତା କହିଛନ୍ତି ଯେ ଜୁଲାଇ ୩୧ ତାରିଖ ସୁଦ୍ଧା ଏହା ଦାଖଲ କରିବା ଏକ ମହତ୍ବପୂର୍ଣ ପ୍ରୟାସ ହେବ। ଆୟକର ବିଭାଗ ଏକ ଟୁଇଟ୍ ମାଧ୍ୟମରେ ଜନସାଧାରଣଙ୍କୁ ସୂଚନା ଦେଇଛି ଯେ ୨୦୨୨-୨୩ ପାଇଁ ୩.୪ କୋଟିରୁ ଅଧିକ କରଦାତା ଇ-ଫାଇଲିଂ ପୋର୍ଟାଲରେ ୨୬ ଜୁଲାଇସୁଦ୍ଧା ପର୍ଯ୍ୟନ୍ତ ରିଟର୍ଣ୍ଣ ଦାଖଲ କରିଛନ୍ତି।