OCS - The Sakala

ଓସିଏସରେ ସୌମ୍ୟରଞ୍ଜନଙ୍କ ସଫଳତା
କୃଷ୍ଣପ୍ରସାଦ: ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକ୍ ନିଳାମ୍ବୁ ଚିଲିକାର ତଟ ଦେଶରେ ଅବସ୍ଥିତ ବ୍ରହ୍ମପୁର ଗାଁର ପିତା କାର୍ତ୍ତୀକ ଜେନା ମାତା ଫୁଲଣୀ ଜେନାଙ୍କ ପୁଅ ସୌମ୍ୟ ରଂଜନ ଜେନା ଚଳିତ ବର୍ଷ ଓପିଏସସି ପରୀକ୍ଷାରେ ସଫଳତାର ସହ ୨୬୯ ନମ୍ବର ରଙ୍କ ପାଇ କୃତକାର୍ଯ୍ୟ ହୋଇଛନ୍ତି। ବାପା ଜଣେ ସାଧାରଣ ଜୀବଯାତ୍ରା ବ୍ୟକ୍ତି। ସେ ତାଙ୍କ ଜୀବନରେ ଅକ୍ଳାନ୍ତ ପରିଶ୍ରମର କରି ଦୁଇ ଝିଅ ଏବଂ ପୁଅ ସୌମ୍ୟ ରଞ୍ଜନଙ୍କୁ ପାଠ ପଢଉଥିଲା ବେଳେ ମାଆ ଜଣେ ଆଶାକର୍ମି ଥିଲେ। ଆଜି ବାପାମାଆଙ୍କ ପ୍ରଚେଷ୍ଟା ସହ ସୌମ୍ୟରଞ୍ଜନଙ୍କ ଉଦ୍ୟମ ଚେଷ୍ଟା ଫଳରେ ନିଜ ଗ୍ରାମ ବ୍ରହ୍ମପୁରର ନାମକୁ ଗୌରବମୟ କରିବା ସହ ବ୍ରହ୍ମଗିରି ଅଞ୍ଚଳ ପାଇଁ ଗର୍ବିତର ଉପାଖ୍ୟାନରେ ଅଭିନୀତ ହେଉଥିବାରୁ ସମଗ୍ର ଗ୍ରାମବାସୀଙ୍କ ଦ୍ବାରା ତାଙ୍କୁ ଓ ତାଙ୍କ ପରିବାର ବର୍ଗଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି।

ମେ ୧୪ରେ ଓସିଏସ୍ ଆନ୍‌ଥ୍ରୋପୋଲୋଜି ପରୀକ୍ଷା, ପ୍ରକାଶ ପାଇଲା ବିଜ୍ଞପ୍ତି
ଭୁବନେଶ୍ବର: ଓଡ଼ିଶା ଲୋକସେବା ଆୟୋଗ (OPSC) ଓଡ଼ିଶା ସିଭିଲ ସର୍ଭିସେସ (OCS) ମୁଖ୍ୟ ପରୀକ୍ଷା ୨୦୨୩ ଅନ୍ତର୍ଗତ ଆନ୍‌ଥ୍ରୋପୋଲୋଜି ପରୀକ୍ଷା ହେବା ନେଇ ବିଜ୍ଞପ୍ତି ଜାରି କରିଛି । ଆସନ୍ତା ୧୪ ମେ ୨୦୨୫ରେ ଏହି ବିଷୟର ଏକ ସାନି ପରୀକ୍ଷା ଆୟୋଜନ କରାଯିବ, ଯାହା ଏପ୍ରିଲ ୨୭, ୨୦୨୫ରେ ଅନୁଷ୍ଠିତ ଆନ୍‌ଥ୍ରୋପୋଲୋଜି ପେପର-୧ ଓ ପେପର-୨ରେ ସାମ୍ନାକୁ ଆସିଥିବା ତ୍ରୁଟିକୁ ସମାଧାନ କରିବା ପାଇଁ ନିଆଯାଇଛି ।

ଏହି ସାନି ପରୀକ୍ଷା ମେ ୧୪, ୨୦୨୫ରେ ଅନୁଷ୍ଠିତ ହେବ, ଯେଉଁଥିରେ ଆନ୍‌ଥ୍ରୋପୋଲୋଜି ପେପର-୧ ଓ ପେପର-୨ର ସଠିକ ସିଲାବସ୍‌ ଅନୁଯାୟୀ ପ୍ରଶ୍ନ ରହିବ । ପରୀକ୍ଷାର ସମୟ ଓ ସ୍ଥାନ ସମ୍ପର୍କିତ ବିସ୍ତୃତ ତଥ୍ୟ ଓପିଏସ୍‌ସିର ଅଫିସିଆଲ ଓ୍ୱେବସାଇଟ www.opsc.gov.in ରେ ଶୀଘ୍ର ପ୍ରକାଶ କରାଯିବ । ପରୀକ୍ଷାର୍ଥୀମାନଙ୍କୁ ନିୟମିତ ଭାବେ ଓ୍ୱେବସାଇଟ ଦେଖି ଆପଡେଟ୍‌ ରହିବାକୁ ପରାମର୍ଶ ଦିଆଯାଇଛି ।

ଖୁବଶୀଘ୍ର ପୂରଣ ହେବ ୩୯୯ ଓସିଏସ୍‌ ପଦ, ଜାନୁଆରୀ ୧୭ରୁ ଆବେଦନ ପ୍ରକ୍ରିୟା ଆରମ୍ଭ
କଟକ: ରାଜ୍ୟରେ ଓଡ଼ିଶା ସିଭିଲ ସର୍ଭିସ୍‌ (ଓସିଏସ୍‌)ର ୩୯୯ ପଦ ଖୁବ୍‌ଶୀଘ୍ର ପୂରଣ ହେବ। ବିଭିନ୍ନ ବିଭାଗରେ ଖାଲି ପଡ଼ିଥିବା ଏହି ପଦ ପାଇଁ ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ନିଯୁକ୍ତି ପରୀକ୍ଷା କରିବ। ଏନେଇ ରାଜ୍ୟ ସରକାର ସାଧାରଣ ପ୍ରଶାସନ ଓ ଜନ ଅଭିଯୋଗ ବିଭାଗ ପକ୍ଷରୁ କେଉଁ ବିଭାଗର କେତେ ପଦ ଫାଙ୍କା ରହିଛି, ତାହାର ତାଲିକା ଓପିଏସ୍‌ସିକୁ ପ୍ରଦାନ କରାଯାଇଛି। ଆସନ୍ତା ଜାନୁଆରୀ ୧୭ରୁ ଓସିଏସ-୨୦୨୩ ପ୍ରିଲିମିନାରୀ ପରୀକ୍ଷା ନିମନ୍ତେ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ଫେବ୍ରୁଆରୀ ୧୬ରେ ଶେଷ ହେବ। ମୋଟ ପଦରୁ ୧୩୧ଟି ମହିଳାଙ୍କ ନିମନ୍ତେ ସଂରକ୍ଷିତ ରହିଛି। ପ୍ରିଲିମନାରୀ ପରୀକ୍ଷା ପରେ ମୁଖ୍ୟ ଲିଖିତ ପରୀକ୍ଷା ସହ ସାକ୍ଷାତକାର ଏବଂ ପ୍ରମାଣପତ୍ର ଯାଞ୍ଚ ହେବ। ଏହି ସମସ୍ତ ପ୍ରକ୍ରିୟା ଶେଷରେ ଯେଉଁ ପ୍ରାର୍ଥୀ କୃତାକାର୍ଯ୍ୟ ହେବେ, ସେମାନଙ୍କର ଚୂଡ଼ାନ୍ତ ମେଧା ତାଲିକା ପ୍ରକାଶ ପାଇବ।

ସାଧାରଣ ପ୍ରଶାସନ ଓ ଜନ ଅଭିଯୋଗ ବିଭାଗର ତାଲିକା ଅନୁଯାୟୀ, ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍‌)ମୋଟ ୩୦ଟି ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟା ହେବ। ସେଥିରୁ ଅଣସଂରକ୍ଷିତ ବର୍ଗ ବା ସାଧାରଣବର୍ଗ (ୟୁଆର)ରେ ୧୫ଟି, ଅନୁସୂଚିତ ଜାତି (ଏସସି) ବର୍ଗରେ ୮ ଏବଂ ଅନୁସୂଚିତ ଜନଜାତି (ଏସଟି) ବର୍ଗରେ ୭ଟି ପଦବୀ ସଂରକ୍ଷିତ ରହିଛି। ଓଡ଼ିଶା ବିତ୍ତ ସେବା (ଓଏଫଏସ୍‌)ରେ ୫୬ଟି ପଦବୀ ରହିଛି। ତନ୍ମଧ୍ୟରୁ ସାଧାରଣ ବର୍ଗରେ ୨୮, ଏସଇବିସିରେ ୬, ଏସ୍‌ସିରେ ୯ ଓ ଏସ୍‌ଟିରେ ୧୩ଟି ପଦବୀ ପୂରଣ ହେବ

। ଓଡ଼ିଶା ପୁଲିସ ସେବା(ଓପିଏସ)ରେ ମୋଟ ୬ଟି ପଦ ମଧ୍ୟରୁ ସାଧାରଣବର୍ଗରେ ୩ଟି, ଏସଇବିସି, ଏସ୍‌ସି ଓ ଏସ୍‌ଟିରେ ଗୋଟିଏ ଲେଖାଏଁ ପଦବୀ ରହିଛି। ଓଡ଼ିଶା କୋ-ଅପରେଟିଭ୍‌ ସର୍ଭିସ୍‌ (ଓସିଏସ)ରେ ୧୨ଟି ପଦବୀରୁ ୭ଟି ସାଧାରଣ ବର୍ଗ, ୪ଟି ଏସ୍‌ସି ଓ ୧ଟି ଏସ୍‌ଟି ବର୍ଗରେ ଖାଲି ରହିଛି। ଓଡ଼ିଶା ରେଭିନ୍ୟୁ ସର୍ଭିସ୍‌ (ଓଆର୍‌ଏସ୍‌)ରେ ୯୦ଟି ପଦବୀରେ ନିଯୁକ୍ତି ପରୀକ୍ଷା କରାଯିବ। ଏଥିରୁ ୪୫ଟି ଅଂସରକ୍ଷିତ ଥିବା ବେଳେ ୧୮ଟି ଏସ୍‌ଇବିସି, ୧୪ଟି ଏସ୍‌ସି ଓ ୧୩ଟି ଏସ୍‌ଟି ବର୍ଗରେ ସଂରକ୍ଷିତ ରହିଛି। ଓଡ଼ିଶା ଲେବର୍‌ ସର୍ଭିସ୍‌ (ଓଏଲଏସ)ରେ ୧୧୩ଟି ପଦବୀ ପୂରଣ ହେବ। ତନ୍ମଧ୍ୟରୁ ସାଧାରଣବର୍ଗରେ ୬୯, ଏସ୍‌ଇବିସିରେ ୧୦, ଏସ୍‌ସିରେ ୧୪ ଓ ଏସ୍‌ଟି ବର୍ଗରେ ୨୦ଟି ରହିଛି। ଓଡ଼ିଶା ଟ୍ୟାକ୍ସେସନ୍‌ ଓ ଆକାଉଣ୍ଟ୍‌‌ସ ସର୍ଭିସ୍‌ (ଓଟି ଆଣ୍ଡ ଏଏସ)ରେ ୬୮ଟି ପଦବୀରୁ ସାଧାରଣ ବର୍ଗରେ ୪୯ଟି, ଏସ୍‌ସିରେ ୬ ଓ ଏସ୍‌ଟିରେ ୧୩ଟି ସିଟ୍‌ ଫାଙ୍କା ରହିଛି। ଓଡ଼ିଶା ଏମ୍ପ୍ଲୟମେଣ୍ଟ ସର୍ଭିସ୍‌ (ଓଇଏସ)ରେ ୧ଟି, ଓଡ଼ିଶା କୋ-ଅପେରଟିଭ୍‌ ଅଡିଟ୍‌ ସର୍ଭିସ୍‌ (ଓସିଏଏସ)ରେ ୪ଟି, ଓଡ଼ିଶା ଟୁରିଜିମ୍‌ ସର୍ଭିସ୍‌ (ଓଟିଏସ)ରେ ୧୯ଟି ପଦବୀ ପୂରଣ ପାଇଁ ଓପିଏସ୍‌ସି ପରୀକ୍ଷା କରିବ।

ଓଡ଼ିଶା ସିଭିଲ ସର୍ଭିସ ଆଶାୟୀଙ୍କୁ ମିଳିବ ଆଉ ଏକ ସୁଯୋଗ: ତିନୋଟି ସୁଯୋଗ ସରିଥିଲେ ବି ଦେଇପାରିବେ ଆଉ ଏକ ପରୀକ୍ଷା
ଭୁବନେଶ୍ୱର: ଓଡ଼ିଶା ସିଭିଲ ସର୍ଭିସ ବା OCS ଆଶାୟୀଙ୍କ ପାଇଁ ଆଉ ଏକ ସୁଯୋଗ । ପରୀକ୍ଷାର୍ଥୀଙ୍କୁ ଆଉ ଏକ ସୁଯୋଗ ଦେବାକୁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି । ତିନୋଟି ସୁଯୋଗ ସରିଥିଲେ ବି ପରୀକ୍ଷା ପାଇଁ ମିଳିବ ଆଉ ଏକ ସୁଯୋଗ । ୨୦୧୯, ୨୦୨୦ ଓ ୨୦୨୧ରେ ଦେଇଥିବା ପରୀକ୍ଷାର୍ଥୀଙ୍କୁ ମିଳିବ ଆଉ ଏକ ସୁଯୋଗ ପାଇପାରିବେ । ୨୦୨୨ରେ ପରୀକ୍ଷା ଦେଇ ପାରିନଥିବା ଆଶାୟୀଙ୍କୁ ମିଳିଲା ସୁଯୋଗ । ଏନେଇ ସର୍ବୋଚ୍ଚ ବୟସସୀମା ଅତିକ୍ରମ କରିଥିଲେ ମଧ୍ୟ ପରୀକ୍ଷାର୍ଥୀ ଦେଇପାରିବେ ପରୀକ୍ଷା ।

ପୂର୍ବରୁ ମଧ୍ୟ ରାଜ୍ୟ ସରକାର ଆଶାୟୀଙ୍କୁ ଏଭଳି ସୁଯୋଗ ଦେଇଥିଲେ । ବିଭିନ୍ନ ସମୟରେ ଆଇନରେ ପରିବର୍ତ୍ତନ ଯୋଗୁ ଏହି ସୁଯୋଗ ମିଳୁଛି । ନିକଟରେ ଓଡ଼ିଆରେ ସିଭିଲ୍ ସର୍ଭିସ ପରୀକ୍ଷା ପାଇଁ ଅନୁମତି ମିଳିଛି । ଭବିଷ୍ୟତରେ ଆଉ ଏଭଳି ସୁଯୋଗ ମିଳିବ ନାହିଁ । ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ସଂକଳ୍ପ ଜାରି କରିଛି ।

ଓଡ଼ିଶା ସିଭିଲ ସଭିର୍ସ ପ୍ରିଲିମ ପରୀକ୍ଷା-୨୦୨୨ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ୧୭ରୁ ଆବେଦନ
ଭୁବନେଶ୍ୱର: ଓଡ଼ିଶା ସିଭିଲ ସଭିର୍ସ ପ୍ରିଲିମ ପରୀକ୍ଷା-୨୦୨୨ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଓଡ଼ିଶା ଲୋକସେବା ଆୟୋଗ ବା OPSC ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି । ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଜାନୁଆରୀ ୧୭ରୁ ଆଶାୟୀ ଛାତ୍ରଛାତ୍ରୀ ଅନଲାଇନରେ କରିପାରିବେ ଆବେଦନ । ଜାନୁଆରୀ ୧୭ରୁ ଆବେଦନ ଆରମ୍ଭ ହେଉଥିବାବେଳେ ଫେବ୍ରୁଆରୀ ୧୬ ଆବେଦନର ଶେଷ ତାରିଖ ରହିଛି । ଆଶାୟୀ ଛାତ୍ରଛାତ୍ରୀ http:/opsc.gov.inରେ କରିପାରିବେ ଆବେଦନ ।

ବଢ଼ିବ ଓଡ଼ିଆ ପିଲାଙ୍କ ଆତ୍ମବିଶ୍ୱାସ : ଏଣିକି ଓଡ଼ିଆ ଭାଷାରେ ବି ହେବ ଓସିଏସ୍‍ ପରୀକ୍ଷା
ଭୁବନେଶ୍ୱର : ଏଣିକି ଓଡ଼ିଆ ଭାଷାରେ ବି ଛାତ୍ରଛାତ୍ରୀ ଓସିଏସ(ଓଡ଼ିଶା ପ୍ରଶାସନିକ ସେବା) ପରୀକ୍ଷା ଦେଇ ପାରିବେ। ଓସିଏସ୍‍ର ପ୍ରିଲିମ୍‍, ମେନ୍‍ ଓ ଇଣ୍ଟରଭ୍ୟୁ (ସାକ୍ଷାତକାର) ଆଦି ଓଡ଼ିଆରେ ହେବ। ପ୍ରଶ୍ନ ଓଡ଼ିଆ ଏବଂ ଇଂରାଜୀ ଭାଷାରେ ପ୍ରସ୍ତୁତ ହେବ। ପରୀକ୍ଷାର୍ଥୀ ଉଭୟ ଇଂରାଜୀ ଓ ଓଡ଼ିଆ ଭାଷାରେ ପରୀକ୍ଷା ଦେଇପାରିବେ। ୟୁପିଏସସି ଢାଞ୍ଚାରେ ହିଁ ସମସ୍ତ ପରୀକ୍ଷା ଆୟୋଜନ ହେବ। ସରକାରୀ ସ୍ତରରେ ଏନେଇ ନିଷ୍ପତ୍ତି ହୋଇଛି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଓପିଏସସିକୁ ମଧ୍ୟ ମାର୍ଗଦର୍ଶିକା ଜାରି ହୋଇଛି। ମାର୍ଗଦର୍ଶିକା ଅନୁଯାୟୀ ମେନ୍‍ ପରୀକ୍ଷା ଢାଞ୍ଚାରେ ବି ପରିବର୍ତ୍ତନ ହେବ। ଇଂରାଜୀରେ ରଚନା ୨ଶହ ମାର୍କର ହେବାକୁ ଥିବାବେଳେ ୪ଟି ପେପର୍‍ରେ ସାଧାରଣ ଜ୍ଞାନ ବିଭାଗର ପରୀକ୍ଷା ହେବ।

୩ଶହ ଲେଖାଏଁ ୪ଟି ସାଧାରଣ ଜ୍ଞାନ ବିଷୟକୁ ମୋଟ୍‍ ୧୨ଶହ, ଅପ୍ସନାଲ୍‍ ପେପର୍‍ ପ୍ରଥମ ଓ ଦ୍ୱିତୀୟରେ ୩ଶହ ଲେଖାଏଁ ମୋଟ୍‍ ୬ଶହ ମାର୍କର ପରୀକ୍ଷା ହେବ। ମେନ୍‍ ପରୀକ୍ଷା ସମୁଦାୟ ୨ ହଜାର ସହ ସାକ୍ଷାତକାର ୨୫୦ ମାର୍କ ସମ୍ବଳିତ ହେବ। ସେହିପରି ମେନ୍‍ର ବିଭିନ୍ନ ବିଷୟର ପ୍ରଶ୍ନ ପାଇଁ ଓଡ଼ିଆରେ ମଧ୍ୟ ଉତ୍ତର ଲେଖାଯାଇ ପାରିବ। ଯାହାକି ପୂର୍ବରୁ ଓଡ଼ିଆ ଭାଷାକୁ ବାଦ୍‍ ଦେଲେ ଅନ୍ୟ ବିଷୟଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ପାଇଁ ଉପଲବ୍ଧ ନ ଥିଲା। ପରୀକ୍ଷାର୍ଥୀ ମାନେ ଉଭୟ ଭାଷାର ପ୍ରଶ୍ନପତ୍ର ପାଇବେ ଓ ଉଭୟ ଭାଷାରେ ଉତ୍ତର ମଧ୍ୟ ଲେଖିପାରିବେ। ବହୁ ପୂର୍ବରୁ ଓଡ଼ିଆରେ ଓଏଏସ ପରୀକ୍ଷା ଆୟୋଜନ ଲାଗି ଦାବି ହୋଇ ଆସୁଥିଲା। ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା ପକ୍ଷରୁ ଏନେଇ ବାରମ୍ବାର ସରକାରଙ୍କୁ ଅବଗତ କରାଯାଇଥିଲା।

୧୯୮୦ ମସିହାରୁ ସର୍ବଭାରତୀୟ ପ୍ରଶାସନିକ ସେବାରେ ବହୁ ଭାଷାରେ ପରୀକ୍ଷା ହେଇ ଆସୁଥିବା ବେଳେ ଏବେ ୨୨ଟି ଭାଷାରେ ପରୀକ୍ଷା ହେଉଛି। କିନ୍ତୁ ଓଡ଼ିଶା ପ୍ରଶାସନିକ ସେବା ବା ଓସିଏସ ପରୀକ୍ଷା ଓଡ଼ିଆ ଭାଷାରେ ହୋଇ ପାରୁ ନ ଥିଲା। ଏନେଇ ଭାଷା ପ୍ରେମୀଙ୍କ ପକ୍ଷରୁ ୨୦୧୧ରେ ହାଇକୋର୍ଟରେ ପିଟିସନ ଦାଖଲ ହୋଇଥିଲା। ଯାହାର ଶୁଣାଣି କରି କୋର୍ଟ ଓଡ଼ିଆ ଭାଷାରେ ପରୀକ୍ଷା କରିବାକୁ ନିର୍ଦ୍ଦେଶ ଆସିଥିଲା। ମାତ୍ର ତାହା କାର୍ଯ୍ୟକାରୀ ହୋଇପାରିନଥିଲା। ବର୍ତ୍ତମାନ ସ୍ଥିତିରେ ଏହାକୁ ଲାଗି ଯାଉଥିବା ବେଳେ ପଛୁଆ ଓ ଆଦିବାସୀ ଅଞ୍ଚଳର ମେଧାବୀ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।

୨୦୧୭ରେ ଓଡ଼ିଆ ଭାଷାରେ ଲେଖିବା ପାଇଁ ଅନୁମତି ଥିଲେ ମଧ୍ୟ ସଚେତନତା ଅଭାବରୁ ଅନେକ ପରୀକ୍ଷାର୍ଥୀ ଏନେଇ ଅବଗତ ହୋଇପାରିନଥିଲେ। ତେବେ ସରକାରଙ୍କ ନିଷ୍ପତ୍ତିକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି। ଆଶାୟୀଙ୍କ କହିବା ଅନୁଯାୟୀ କିଛି ପିଲାଙ୍କ ପାଇଁ ଇଂରାଜୀ ଭାଷାରେ ପ୍ରଶାସନିକ ପରୀକ୍ଷା ଦେବା ଏକ ବାଧକ ହେଉଥିଲା। ଅନ୍ତତଃପକ୍ଷେ ଏବେ ସେମାନଙ୍କ ଆତ୍ମବିଶ୍ୱାସ ବଢ଼଼ିବ। ସେହିପରି ଓପିଏସସି ପୂର୍ବ ଭଳି ପରୀକ୍ଷାର୍ଥୀଙ୍କ ମାର୍କ ସାର୍ବଜନୀନ କରିବା ପାଇଁ ମଧ୍ୟ ଆଶାୟୀଙ୍କ ମହଲରେ ଦାବି ହେଉଛି।