odisha health department - The Sakala

ରାଜ୍ୟରେ ସନ୍ଦିଗ୍ଧ ସ୍କ୍ରବ୍ ଟାଇଫସ୍ ମାମଲା: ଭୟଭୀତ ନହେବାକୁ ପରାମର୍ଶ, ସ୍ଥିତି ଉପରେ ସ୍ୱାସ୍ଥ୍ୟ ବିଭାଗର କଡ଼ା ନଜର
ଭୁବନେଶ୍ୱର: ରାଜ୍ୟରେ ସନ୍ଦିଗ୍ଧ ସ୍କ୍ରବ୍ ଟାଇଫସ୍ (Scrub Typhus) ମାମଲା ସାମ୍ନାକୁ ଆସିବା ପରେ ଲୋକଙ୍କୁ ଆତଙ୍କିତ ନହେବା ପାଇଁ ପରାମର୍ଶ ଦିଆଯାଇଛି। ସନ୍ଦିଗ୍ଧ ମାମଲାଗୁଡ଼ିକ ଉପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତୀକ୍ଷ୍ଣ ନଜର ରଖାଯାଇଛି ଏବଂ ଏହାର ମୁକାବିଲା ପାଇଁ ଏପିଡେମିଓଲୋଜିକାଲ୍ ତଥା ଲାବୋରେଟୋରୀ ସର୍ଭେଲାନ୍ସକୁ ଜୋରଦାର କରାଯାଇଛି।

୩୦ ଅଗଷ୍ଟ ୨୦୨୬ ରେ ପୂର୍ବରୁ ପରୀକ୍ଷା କରାଯାଇଥିବା ୯ଟି ନମୁନାର ଆଇଜିଏମ୍ ଏଲିସା (IgM ELISA) ରିପୋର୍ଟ ନେଗେଟିଭ୍ ଆସିଛି। ଏହି ସମୟ ମଧ୍ୟରେ ପ୍ରଭାବିତ ଅଞ୍ଚଳରେ ସାମୂହିକ ସ୍କ୍ରିନିଂ କରାଯାଇଛି ଏବଂ ଅଧିକ ନମୁନା ସଂଗ୍ରହ କରାଯାଇଛି। ସ୍ୱାସ୍ଥ୍ୟ ବିଭାଗ ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିବା ସହ ନିରନ୍ତର ସର୍ଭେଲାନ୍ସ ଏବଂ ଠିକ୍ ସମୟରେ ପରୀକ୍ଷା କରିବାକୁ ପରାମର୍ଶ ଦେଇଛି। ବର୍ତ୍ତମାନ ଏହି ସ୍ଥିତିକୁ ସନ୍ଦିଗ୍ଧ ସ୍କ୍ରବ୍ ଟାଇଫସ୍ କ୍ଲଷ୍ଟର ଭାବରେ ବିବେଚନା କରାଯାଉଛି ଏବଂ ଲାବୋରେଟୋରୀ ରିପୋର୍ଟ ନଆସିବା ପର୍ଯ୍ୟନ୍ତ କୌଣସି ଚୂଡ଼ାନ୍ତ ନିଷ୍କର୍ସ ବାହାର କରାଯାଇପାରିବ ନାହିଁ।

ଲୋକଙ୍କୁ ସ୍ୱଚ୍ଛ ଓ ପରିଷ୍କାର ପରିବେଶ ବଜାୟ ରଖିବା ସହ ଘଞ୍ଚ ଗଛଲତା, ବୁଦା ଏବଂ ଲମ୍ବା ଘାସ ଥିବା ଅଞ୍ଚଳକୁ ନଯିବା ପାଇଁ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଅନୁରୋଧ କରିଛନ୍ତି। ବାହାରକୁ ଯିବା ସମୟରେ ଫୁଲ୍ ସାର୍ଟ, ଲମ୍ବା ପ୍ୟାଣ୍ଟ୍ ଏବଂ ଜୋତା ପିନ୍ଧିବାକୁ ସେ ପରାମର୍ଶ ଦେଇଛନ୍ତି, ଯାହା ଦ୍ୱାରା ଶରୀରର ଚର୍ମ ସିଧାସଳଖ ସଂସ୍ପର୍ଶରେ ଆସିବ ନାହିଁ। ଏହା ସହିତ ଆଖପାଖ ପରିବେଶକୁ ସଫା ରଖିବା ଏବଂ ସିଧାସଳଖ ଘାସ କିମ୍ବା ମାଟି ଉପରେ ନବସିବା ବା ନଶୋଇବା ପାଇଁ ଜନସାଧାରଣଙ୍କୁ ନିବେଦନ କରାଯାଇଛି।

ଆତଙ୍କିତ ହେବାର ଆବଶ୍ୟକତା ନାହିଁ, କୋଭିଡ୍ ବର୍ତ୍ତମାନ ସାଧାରଣ ଫ୍ଲୁ ଭଳି: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ
ଭୁବନେଶ୍ୱର: ରାଜ୍ୟରେ କରୋନା ସ୍ଥିତିକୁ ନେଇ ଆତଙ୍କିତ ହେବାର କୌଣସି ଆବଶ୍ୟକତା ନାହିଁ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। ସାମ୍ପ୍ରତିକ କୋଭିଡ୍ ଆକ୍ରାନ୍ତଙ୍କ ଠାରେ ଖୁବ୍ ସାମାନ୍ୟ ଲକ୍ଷଣ ଦେଖାଯାଉଛି, ଯାହାକି ସାଧାରଣ ଫ୍ଲୁ କିମ୍ବା ଋତୁକାଳୀନ ଇନ୍‌ଫ୍ଲୁଏଞ୍ଜା ସହିତ ସମାନ ବୋଲି ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ରବୀନ୍ଦ୍ରନାଥ ମିଶ୍ର ପ୍ରକାଶ କରିଛନ୍ତି।

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଯେ, ଆତଙ୍କିତ ହେବାର କୌଣସି କାରଣ ନାହିଁ। ବର୍ତ୍ତମାନ କୋଭିଡ୍ ସାଧାରଣ ଇନ୍‌ଫ୍ଲୁଏଞ୍ଜା ଭଳି ରହିଛି। ରାଜ୍ୟରେ କୋଭିଡ୍ ବ୍ୟାପିବା ନେଇ ଆମ ପାଖରେ କୌଣସି ରିପୋର୍ଟ ନାହିଁ।

ଗଞ୍ଜାମ ଜିଲ୍ଲାରେ ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ସମ୍ପର୍କରେ ସ୍ୱାସ୍ଥ୍ୟ ବିଭାଗ ଗଣମାଧ୍ୟମରୁ ଖବର ପାଇଥିଲା। ବର୍ତ୍ତମାନ ସୁଦ୍ଧା ୨ ଜଣ ବ୍ୟକ୍ତି ହୋମ୍ ଆଇସୋଲେସନରେ ଥିବା ବେଳେ ଜଣେ ରୋଗୀ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସମସ୍ତ ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ଏବଂ ସେମାନଙ୍କ ଉପରେ କଡ଼ା ନଜର ରଖାଯାଇଥିବା ନିର୍ଦ୍ଦେଶକ କହିଛନ୍ତି। ସୂଚନାଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସ୍ଥିତ ଏମକେସିଜି ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଜଣେ ମହିଳା ରୋଗୀ କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ଏବଂ ତାଙ୍କର ଚିକିତ୍ସା ଜାରି ରହିଛି।

ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇବା ପରେ ଓଡ଼ିଶାରେ ଚିହ୍ନଟ ହୋଇଥିବା ନୂଆ ମାମଲାଗୁଡ଼ିକ ଉପରେ ସମସ୍ତଙ୍କ ନଜର ରହିଛି। ଏହାକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବିଭାଗ ପରିସ୍ଥିତି ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିଛି ଏବଂ ଭାରତ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ସମସ୍ତ ଗାଇଡଲାଇନ୍ ଓ ପ୍ରୋଟୋକଲ୍ ଅନୁଯାୟୀ ପଦକ୍ଷେପ ନେଉଛି। ରାଜ୍ୟରେ ସାମଗ୍ରିକ ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରହିଛି ବୋଲି ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷ ଆଶ୍ୱାସନା ଦେଇଛନ୍ତି।

ଓଡ଼ିଶାରେ ଚିହ୍ନଟ ହେଲେ ପ୍ରଥମ ଡେଲ୍‌ଟା ପ୍ଲସ୍‌ ଭ୍ୟାରିଏଣ୍ଟ ରୋଗୀ, ସୂଚନା ଦେଲେ କେନ୍ଦ୍ର ସରକାର
ରାଜ୍ୟରେ ପସିଲା ଡେଲଟା ପ୍ଲସ ଭ୍ୟାରିଆଣ୍ଟ । ଓଡ଼ିଶାରେ ଚିହ୍ନଟ ହେଲେ ପ୍ରଥମ ଡେଲ୍‌ଟା ପ୍ଲସ୍‌ ଭ୍ୟାରିଏଣ୍ଟ ରୋଗୀ । ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କେନ୍ଦ୍ର ସରକାର । ଦେଶରେ ଚିହ୍ନଟ ହୋଇଥିବା ମୋଟ ୪୮ଟି ଡେଲ୍‌ଟା ପ୍ଲସ୍‌ ଭ୍ୟାରିଏଣ୍ଟ କେସ୍‌ ଭିତରୁ ଓଡ଼ିଶାରେ ଗୋଟିଏ ଚିହ୍ନଟ ହୋଇଛି। ଓଡ଼ିଶାର ଦେବଗଡ଼ରେ ଚିହ୍ନଟ ହୋଇଛି ଏହି କେସ୍‌ ।

As of today, there are 48 cases of Delta Plus across the country: Dr SK Singh, National Centre for Disease Control (NCDC) Director #COVID19 pic.twitter.com/2DKkvqJjQE

— ANI (@ANI) June 25, 2021

ଦେଶରେ ଡେଲ୍‌ଟା ପ୍ଲସ୍‌ ଭ୍ୟାରିଏଣ୍ଟର ୪୮ ମାମଲା ମଧ୍ୟରୁ ମହାରାଷ୍ଟ୍ରରୁ ୨୦, ତାମିଲନାଡୁରୁ ୯, ମଧ୍ୟପ୍ରଦେଶରୁ ୭, କେରଳରୁ ୩, ପଞ୍ଜାବ ଓ ଗୁଜୁରାଟରୁ ୨ ଜଣ ଲେଖାଏଁ, ଓଡିଶା, ରାଜସ୍ଥାନ, ଜାମ୍ମୁ କାଶ୍ମୀର ଓ କର୍ଣ୍ଣାଟକରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି । ମହାରାଷ୍ଟ୍ରରେ ପ୍ରଥମ ଥର ପାଇଁ ଡେଲ୍ଟା ପ୍ଳସ୍ ରୋଗୀଙ୍କ ମୃତ୍ୟୁ ହୋଇଛି । ମୃତ ମହିଳା ଜଣଙ୍କ ରତ୍ନଗିରିର, ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା ।

ପଡ଼ୋଶୀ ରାଜ୍ୟରେ ସଂକ୍ରମଣ ବଢ଼ିବାରୁ ସତର୍କ ହେଲା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ , ଗଠନ କଲା କମିଟି
ଭୁବନେଶ୍ବର : ଦେଶର ବିଭିନ୍ନ ରାଜ୍ୟରେ ପୁଣିଥରେ ବଢିଚାଲିଛି କରୋନା ସଂକ୍ରମଣ। ଆଜି ସମଗ୍ର ଦେଶରେ ନୂଆ ୨୩ ହଜାର ୨୮୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଓଡିଶାର ପଡୋଶୀ ରାଜ୍ୟମାନଙ୍କରେ ମଧ୍ୟ କରୋନା ପୁଣିଥରେ କୟା ବିସ୍ତାର କରିବା ଆରମ୍ଭ କରିଛି। ଯାହାକୁ ଦେଖି ଆଗୁଆ ସତର୍କ ହୋଇ ଯାଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ।

ବାହାର ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ଦେଖି ପଦକ୍ଷେପ ନେଲା ସ୍ୱାସ୍ଥ୍ୟ ବିଭାଗ । ପଡ଼ୋଶୀ ଓ ବାହାର ରାଜ୍ୟର ପ୍ରଭାବ ରାଜ୍ୟ ଉପରେ ନ ପଡ଼ିବା ନେଇ ସ୍ୱାସ୍ଥ୍ୟ ବିଭାଗ କମିଟି ଗଠନ କରିଛି । ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ, ଆରଏମଆରସି ନିର୍ଦେଶକ, ଆଇଏଲ୍ଏସ୍ ନିର୍ଦ୍ଦେଶକଙ୍କୁ ନେଇ କମିଟି ଗଠନ ହୋଇଛି ।

ବାହାର ରାଜ୍ୟରେ ବଢୁଥିବା ସଂକ୍ରମଣର ପ୍ରଭାବ ଯେମିତି ଓଡ଼ିଶା ଉପରେ ନ ପଡ଼ିବ ସେ ନେଇ କମିଟି ପଦକ୍ଷେପ ନେବ । ଅନ୍ୟ ରାଜ୍ୟରେ ସଂକ୍ରମଣ ମାମଲା ବଢ଼ୁଥିବା ବେଳେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବହୁତ କମ୍ ଅଛି । ସୋମବାର ସୁଦ୍ଧା ରାଜ୍ୟରେ ଦୈନିକ ଟିକାକରଣ ୧ ଲକ୍ଷରେ ପହଞ୍ଚିବ । ଏନେଇ ସୂଚନା ଦେଇଛି ସ୍ୱାସ୍ଥ୍ୟ ବିଭାଗ ।

ଅନ୍ୟପଟେ ପାଞ୍ଚୋଟି ରାଜ୍ୟରୁ ଓଡ଼ିଶାକୁ ସିଧା ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଯାଇଛି । ମହାରାଷ୍ଟ୍ର କେରଳ, କର୍ଣ୍ଣାଟକ, ପଞ୍ଜାବ ଓ ଗୁଜୁରାଟ ଭଳି ରାଜ୍ୟରେ ଏବେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ତେଣୁ ଏଥିପ୍ରତି ବିଶେଷ ଗୁରୁତ୍ୱ ଦିଆଯାଇଛି । ଉକ୍ତ ରାଜ୍ୟ ଗୁଡ଼ିକରୁ ଆସୁଥିବା ଲୋକଙ୍କୁ କୋଭିଡ୍‌ ନେଗେଟିଭ୍‌ ରିପୋର୍ଟ ଆଣିବା ବାଧ୍ୟତାମୂଳକ । ଓଡ଼ିଶା ବିମାନବନ୍ଦରରେ ପହଞ୍ଚିବା ପରେ ସେମାନଙ୍କର ଆର୍‌ଟିପିସିଆର୍‌ ଟେଷ୍ଟ କରାଯିବ । ନେଗେଟିଭ୍‌ ରିପୋର୍ଟ ଆସିଲେ ତାଙ୍କୁ ଛଡ଼ାଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।