SHG in Odisha - The Sakala
ଏସ୍‌‌ଏଚ୍‌‌ଜିଙ୍କୁ ସଶକ୍ତ କରିଛି ଆମିଷ ଆଚାର: ଚାହିଦାରେ ଚିଙ୍ଗୁଡ଼ି, ମଟନ୍‌‌ ଓ କଙ୍କଡ଼ା ଆଚାର
ଭୁବନେଶ୍ୱର: ସାଧାରଣତଃ ଆଚାର ନାଁ ଶୁଣିଲେ ସମସ୍ତଙ୍କ ପାଟିରେ ଲାଳ ଆସିଯାଏ। ଆମେ ସାଧାରଣତଃ ଆମ୍ବ, ଲେମ୍ବୁ, ଓଉ, କୋଳି ଆଦିରେ ତିଆରି ଉଭୟ ଖଟା ଓ ମିଠା ଆଚାର ଦୈନନ୍ଦିନ ଖାଦ୍ୟରେ ଖାଇଥାଉ। ହେଲେ ରୋହି, ଭାକୁର ମାଛ, ଚିକେନ୍‌‌, ମଟନ୍‌‌, କଙ୍କଡ଼ା, ଚିଙ୍ଗୁଡ଼ି ଓ ଶୁଖୁଆ ଆଦି ଆମିଷ ଖାଦ୍ୟରୁ ମଧ୍ୟ ତିଆରି ହେଉଛି ଆଚାର। ଯାହା ଆମେ ଖାଉଥିବା ସାଧାରଣ ଆଚାର ଠାରୁ ସ୍ୱାଦରେ କମ୍‌‌ ନୁହେଁ। ଏଭଳି ଆମିଷ ଆଚାର ତିଆରିକରି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ରାଜଧାନୀର ଏସ୍‌‌ଏଚ୍‌‌ଜି ମହିଳା ଏନ୍‌‌ ମୁନୀ। ଏଭଳି ଏକ ନିଆରା ପ୍ରଚେଷ୍ଟା ଆରମ୍ଭ କରି ବର୍ତ୍ତମାନ ମା’ ବୈଷ୍ଣବୀ ଏସ୍‌‌ଏଚ୍‌‌ଜିର ସଦସ୍ୟଙ୍କୁ ସାମିଲ କରାଇଛନ୍ତି। ଯାହା ମହିଳାଙ୍କୁ ରୋଜଗାରର ବାଟ ଦେଖାଇଛି। ଏନ୍‌‌ ମୁନୀଙ୍କ ୩୦ବର୍ଷର ଆମିଷ ତିଆରି ଅଭିଜ୍ଞତାକୁ ନେଇ ବର୍ଷେ ହେବ ରାଜଧାନୀବାସୀଙ୍କୁ ଆମିଷ ଆଚାର ଚଖାଉଛନ୍ତି ଏହି ଗ୍ରୁପ୍‌‌ର ୧୨ ସଦସ୍ୟ।
ମା’ମାନେ ସ୍ୱାବଲମ୍ବୀ ହେବା ପାଇଁ ବର୍ତ୍ତମାନ ବିଭିନ୍ନ ପ୍ରକାର ପନ୍ଥା ଆପଣାଇଛନ୍ତି। ରାଜ୍ୟ ସରକାରଙ୍କ ମିଶନ ଶକ୍ତି ଅଧୀନରେ ବିଭିନ୍ନ ସହାୟତା ପାଇବା ପରେ ମହିଳାମାନେ ନିଜେ ରୋଜଗାରକ୍ଷମ ହେବା ସହ ଆଖପାଖ ଅଞ୍ଚଳର ମହିଳାମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି। ଭୁବନେଶ୍ୱର ମହାନଗର ଅଧୀନସ୍ଥ ୱାର୍ଡ ନମ୍ବର-୪୧ ଖାରବେଳ ନଗର, ପିଏଚ୍‌‌ଡି କ୍ୟାମ୍ପସ୍‌‌-୩ରେ ରହୁଛନ୍ତି ଏସ୍‌‌ ମୁନୀ। ବର୍ତ୍ତମାନ ସେ ମା’ ବୈଷ୍ଣବୀ ଏସ୍‌‌ଏଚ୍‌‌ଜି ସଦସ୍ୟା ରହିଥିବା ବେଳେ ମୈତ୍ରୀ ମହାସଂଘର ସଭାପତି ରହିଛନ୍ତି। ତାଙ୍କର ବିଭିନ୍ନ ଆଚାର ତିଆରି କରିବାରେ ପୂର୍ବରୁ ହଷ୍ଟେଲରେ ରହୁଥିବା ନିଜ ପିଲାମାନଙ୍କ ପାଇଁ ସେ ଆମିଷ ଆଚାର ତିଆରି କରୁଥିଲେ। ମହିଳାମାନେ କିଭଳି ରୋଜଗାରକ୍ଷମ ହୋଇପାରିବେ ସେଥିପାଇଁ ସେ ବ୍ୟକ୍ତିଗତ ଭାବେ କରୁଥିବା ଏହି ଆଚାର ପ୍ରସ୍ତୁତି ଶୈଳୀ ନିଜ ଗ୍ରୁପ୍‌‌ର ମା’ ମାନଙ୍କୁ ଶିଖାଇଥିଲେ। ଯାହା ବର୍ତ୍ତମାନ ୧୨ଜଣ ମା’ଙ୍କୁ ନେଇ ସେ ଏହି ଆଚାର ପ୍ରସ୍ତୁତ କରୁଛନ୍ତି। ବର୍ତ୍ତମାନ ମା’ ମାନେ ଆଇଗିଣିଆସ୍ଥିତ ମହିଳା ଭେଣ୍ଡିଂଜୋନ୍‌‌ରେ ଏହି ଆଚାର ବ୍ୟବସାୟ କରୁଛନ୍ତି। ଏଠାରେ ରୋହି, ଭାକୁର ଆଚାର ସାଙ୍ଗକୁ ଚିଙ୍ଗୁଡ଼ି, କଙ୍କଡ଼ା, ଚିକେନ୍‌‌ ଓ ମଟନ୍‌‌ ଭଳି ବିଭିନ୍ନ ଆମିଷ ଆଚାର ଉପଲବ୍ଧ ରହିଛି। ରୋହି ଭାକୁର ଆଚାର ଦାମ୍‌‌ କିଲୋ ପିଛା ୭୦୦ରୁ ୭୫୦ ଟଙ୍କା ରହିଥିବା ବେଳେ ଚିକେନ୍‌‌ ଆଚାର ଦାମ୍‌‌ ରହିଛି ୧୨୦୦ଟଙ୍କା। ସେହିପରି କଙ୍କଡ଼ା ଓ ମଟନ୍‌‌ ଆଚାର କିଲୋ ପିଛା ୨ ହଜାରରୁ ୨୨ଶହ ଟଙ୍କା ରହିଛି। ତେବେ ଆମିଷ ଆଚାର ମଧ୍ୟରେ ଚିଙ୍ଗୁଡ଼ି ଆଚାରର ଚାହିଦା ଅଧିକ ରହିଥିବା ଏନ୍‌‌ ମୁନୀ କହିଛନ୍ତି। ଏହାର ଦାମ୍‌‌ କିଲୋପିଛା ୧୬ଶହ ଟଙ୍କା ରହିଛି। ତେବେ ଏହି ଆମିଷ ଆଚାରଗୁଡ଼ିକ ଗ୍ରାହକମାନେ ଅର୍ଡର ଦେଉଥିବା ବେଳେ ୨ରୁ ୩ମାସ ରୁ ଅଧିକ ସମୟ ରଖାଯାଇ ପାରିବନାହିଁ ବୋଲି ସେ କହିଛନ୍ତି। ଆଗକୁ ତାଙ୍କ ଅଧୀନରେ ରହିଥିବା ମହାସଂଘର ୧୮ଟି ଏସ୍‌‌ଏଚ୍‌‌ଜିର ୧୮୦ଜଣ ମହିଳାଙ୍କୁ ନେଇ ଆମିଷ ଆଚାର ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରଖବା ସହ ସେମାନଙ୍କ ଦ୍ୱାରା ଉତ୍ପାଦିତ ସାମଗ୍ରୀ ଆଗକୁ ରାଜ୍ୟ ବାହାରକୁ ରପ୍ତାନି କରାଯିବାକୁ ପ୍ରକ୍ରିୟା ଆରମ୍ଭ ହୋଇଥିବା ଏସ୍‌‌ ମୁନୀ କହିଛନ୍ତି।
ଭୁବନେଶ୍ବର: ୨୦୨୩-୨୪ ପାଇଁ ମିଶନ ଶକ୍ତି ବିଭାଗକୁ ୨୫୫୪ କୋଟିରୁ ଅଧିକ ଅର୍ଥ ବ୍ୟୟବରାଦ ହୋଇଛି। ଗତବର୍ଷ ତୁଳନାରେ ୨୭ପ୍ରତିଶତ ଅଧିକ ଅର୍ଥ ବ୍ୟୟବରାଦ ଦିଆଯାଇଛି । ଏନେଇ ପ୍ରେସମିଟରେ ସୂଚନା ଦେଇଛନ୍ତି ମିଶନ ଶକ୍ତି ମନ୍ତ୍ରୀ ଓ ସଚିବ। SHGଙ୍କୁ ଦିଆଯାଉଥିବା ଋଣ ୨ଟି ଲକ୍ଷ୍ୟ ନେଇ ଖର୍ଚ୍ଚ ହେଉଛି  ଗୋଟିଏ ହେଲା ବ୍ୟବସାୟ ଓ ଅନ୍ୟଟି ନିଜସ୍ଵ ଭରଣପୋଷଣ ଲାଗି । ଆଗରୁ ନିଜ ଆବଶ୍ୟକତା ପୂରଣ ପାଇଁ ମହାଜନ ପାଖକୁ ଯାଉଥିଲେ । ୬୦ ରୁ ୭୦% ସୁଧ ଦେଉଥିଲେ । ଏବେ SHG ଗ୍ରୁପ ଦ୍ଵାରା ସେମାନେ ଋଣ ପାଇପାରିଛନ୍ତି । ଏହା ସେମାନଙ୍କର ସଶକ୍ତିକରଣ। କୋଭିଡ ସମୟରେ ବିଭିନ୍ନ ଗୋଷ୍ଠୀରୁ ଋଣ ନେଇ ଘର ଚଳାଇଛନ୍ତି । ଫଳରେ ସେମାନେ ଗରିବୀ ଭିତରକୁ ଯିବେ ନାହିଁ । ତେଣୁ SHG ପଇସା ସୁଧ ଲଗାଇବାକୁ ଭିନ୍ନ ଦୃଷ୍ଟିକୋଣରେ ଦେଖନ୍ତୁ ନାହିଁ ।
ଏବର୍ଷ ଜଙ୍ଗଲ ଓ ପରିବେଶ, ଗଣଶିକ୍ଷା ବିଭାଗ ସହ ସହଭାଗିତା କରିବ ମିଶନ ଶକ୍ତି । ଜଙ୍ଗଲ ନିଆଁ ନେଇ ସଚେତନତା ସୃଷ୍ଟି, ନର୍ସରୀ କାମ ପାଇବେ ମିଶନ ଶକ୍ତି ମହିଳା। ସମସ୍ତ ୫ଟି ସ୍କୁଲ ଓ କସ୍ତୁରବା ଗାନ୍ଧୀ ସ୍କୁଲର ମେଣ୍ଟେନାନସ କରିବେ SHG । SHG ମହିଳାଙ୍କୁ ୫ ବର୍ଷରେ ୧୦ ହଜାର କୋଟି ଟଙ୍କାର କାମ ଯୋଗାଇବେ ରାଜ୍ୟ ସରକାର।
ପ୍ରତି ଜିଲ୍ଲାରେ SHG ମହିଳାଙ୍କୁ ଦିଆଯିବ ଡ୍ରାଇଭିଂ ଟ୍ରେନିଂ। ଗଞ୍ଜାମ ଇଣ୍ଡଷ୍ଟ୍ରିଆଲ ପାର୍କରେ ଶୁଖୁଆ, ଆଚାର ନିର୍ମାଣକୁ ଦିଆଯିବ ଗୁରୁତ୍ବ । SHG ମହିଳାଙ୍କୁ ମିଳିବ ଫେସନ୍, ବିୟୁଟି, ଷ୍ଟିଚିଂ, ଡିଜିଟାଲ ଓ ବିଜିନେସ ମ୍ୟାନେଜମଣ୍ଟ ଟ୍ରେନିଂ। OUAT ସହଭାଗିତାରେ କୃଷି ପ୍ରକ୍ରିୟାକରଣ ଟ୍ରେନିଂ ଦିଆଯିବ । ଚଳିତ ବର୍ଷ SHGର ୨ ଲକ୍ଷ ଇସି ସଦସ୍ୟ ଙ୍କୁ ଇ-ସ୍କୁଟର କ୍ରୟ ପାଇଁ ଋଣ ଯୋଗାଇବେ ରଜ୍ୟ ସରକାର । ସ୍କୁଟର ଋଣ ର ସମସ୍ତ ସୁଧ ରାଜ୍ୟ ସରକାର ବହନ କରିବେ । ଆବଶ୍ୟକ ପଡିଲେ ଅତିରିକ୍ତ ବଜେଟରେ ବଢାଯିବ ପାଣ୍ଠି ।
ମାଆମାନେ ଉଦ୍ୟୋଗୀ ହୁଅନ୍ତୁ ବୋଲି ଚାହାଁନ୍ତି ମୁଖ୍ୟମନ୍ତ୍ରୀ। ମାଆମାନେ ଅଧିକ ସଶକ୍ତ ହେବା ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ୟ। ଇଣ୍ଡଷ୍ଟ୍ରିଆଲ ପାର୍କ ପାଇଁ ୧୫୦କୋଟି ବ୍ୟୟ ବରାଦ ହୋଇଛି। ସବୁ ଏସଏଚଜିଙ୍କ ପାଇଁ ହେବ ଇଣ୍ଡଷ୍ଟ୍ରିଆଲ ପାର୍କ । ଏହାଛଡ଼ା ୫ଶହ ମିଶନ ଶକ୍ତି କାଫେ ଓ ବଜାର ଖୋଲିବାକୁ ଲକ୍ଷ୍ୟ ରଖାଯାଇଛି । ଫଳରେ ମିଶନଶକ୍ତି ମାଆ ମାନେ ସେମାନଙ୍କ ଉତ୍ପାଦ ସହଜରେ ବିକ୍ରି କରିପାରିବେ। ସାଧାରଣତଃ ପର୍ୟ୍ୟଟନସ୍ଥଳୀ ଓ ବଡ଼ ଜିଲ୍ଲାରେ ବଜାର ପାଇଁ ୩୭୦ କୋଟି ମିଳିଛି ।
ଓଡ଼ିଶାର ରାସନ ଆବଣ୍ଟନ ବ୍ୟବସ୍ଥାରେ ଏସ୍‍ଏଚ୍‍ଜିଙ୍କ ଭୂମିକାକୁ ନୀତି ଆୟୋଗର ପ୍ରଶଂସା
ଭୁବନେଶ୍ୱର: ଗର୍ଭବତୀ ମହିଳା, ମା’ ଏବଂ ଶିଶୁ ମାନଙ୍କ ପାଇଁ ଅଙ୍ଗନବାଡ଼ି କେନ୍ଦ୍ର ପକ୍ଷରୁ ଘରକୁ ଘର ଦିଆଯାଉଥିବା ରାସନ (ଟେକ୍‍ ହୋମ୍‍ ରାସନ) ଆବଣ୍ଟନ ବ୍ୟବସ୍ଥାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଭାଗିଦାରୀ ବ୍ୟବସ୍ଥା ପାଇଁ ରାଜ୍ୟ ସରକାରଙ୍କୁ ନୀତି ଆୟୋଗ ଏବଂ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ପକ୍ଷରୁ ପ୍ରଶଂସା ମିଳିଛି। କୁପୋଷଣ ଦୂର ଦିଗରେ ମହିଳା ଏସ୍‍ଏଚ୍‍ଜିଙ୍କ ଭୂମିକା ଉଲ୍ଲେଖନୀୟ ବୋଲି କୁହାଯାଇଛି। ଟେକ୍‍ ହୋମ୍‍ ରାସନ (ଟିଏଚ୍‍ଆର) କାର୍ଯ୍ୟାନ୍ୱୟନରେ ରାଜ୍ୟ ଓ କେନ୍ଦ୍ରଶାସୀତ ଅଞ୍ଚଳର ସରକାରଙ୍କ ସଫଳ ପଦକ୍ଷେପକୁ ନେଇ ନୀତି ଆୟୋଗ ଏବଂ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ପକ୍ଷରୁ ମୂଲ୍ୟାୟନ କରାଯାଇଥିଲା। ଏଥିରେ ଓଡ଼ିଶାର ପ୍ରଦର୍ଶନକୁ ପ୍ରଶଂସା କରାଯାଇଛି। ଏହି ବ୍ୟବସ୍ଥାରେ ଗୁଣବତ୍ତା ଏବଂ ପରିମାଣ ସୁନିଶ୍ଚିତ କରିଥିବାରୁ ଓଡ଼ିଶାକୁ ପ୍ରଶଂସା କରାଯାଇଛି।
ନୀତି ଆୟୋଗଙ୍କ ପକ୍ଷରୁ କୁହାଯାଇଛି ଯେ ଓଡ଼ିଶାର ପ୍ରତି ବ୍ଲକରେ ହାରାହାରି ଦୁଇଟିରୁ ଅଧିକ ଟିଏଚ୍‍ଆର ୟୁନିଟ୍‍ କାର୍ଯ୍ୟକାରୀ କରାଯାଇଛି ଯାହା ମହିଳା ଏସ୍‍ଏଚ୍‍ଜିଙ୍କ ଦ୍ୱାରା ପରିଚାଳିତ। ଏସ୍‍ଏଚ୍‍ଜି ଗୁଡ଼ିକ ରାସନ ପାଇଁ ଆବଶ୍ୟକ କଞ୍ଚାମାଲ ନିଜେ ସଂଗ୍ରହ କରୁଥିବା ବେଳେ କେବଳ ଗହମ ଏଫ୍‍ସିଆଇ ପକ୍ଷରୁ ଯୋଗାଇ ଦିଆଯାଉଛି। ସମସ୍ତ ଏଚ୍‍ଏଚ୍‍ଜି ନିକଟରେ ଟିଏଚ୍‍ଆର ଉତ୍ପାଦନ ପାଇଁ ଏଫ୍‍ଏସ୍‍ଏସ୍‍ଏଆଇ ଖାଦ୍ୟ ଲାଇସେନ୍ସ ସହିତ ଆବଶ୍ୟକ ସରଞ୍ଜାମ ମହଯୁଦ ଅଛି। ରାସନ ଆବଣ୍ଟନ କାର୍ଯ୍ୟ ସମାପନ ପାଇଁ ସମୟସୀମା ଧାର୍ଯ୍ୟ କରାଯାଇ ଥିବାରୁ ପୂରା ପ୍ରକ୍ରିୟାର ଅନୁଧ୍ୟାନ କାର୍ଯ୍ୟ ସହଜ ହୋଇପାରିଛି। ଗାଇଡ୍‍ଲାଇନ୍‍ ଅନୁପାଳନ ପୂର୍ବକ ଅନ୍ୟ ସରକାରୀ ବିଭାଗ ସହାୟତାରେ ଟିଏଚ୍‍ଆର ଉତ୍ପାଦନ ଲାଗି ଜିଲ୍ଲା ସ୍ତରରେ ରାଜ୍ୟ ସରକାର ମହିଳା ଏସ୍‍ଏଚ୍‍ଜିଙ୍କ ଚୟନ ବ୍ୟବସ୍ଥା କରିଛନ୍ତି।
ନୀତି ଆୟୋଗ ଏବଂ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ ଏହି କାର୍ଯ୍ୟକ୍ରମରେ ଗୋଷ୍ଠୀ ସହଭାଗିଦା ବୃଦ୍ଧି କରିବା ଉଦ୍ଦେଶ୍ୟରେ ପ୍ରତି ଅଙ୍ଗନବାଡ଼ି କେନ୍ଦ୍ରରେ ମାତୃତ୍ୱ କମିଟି (ଏମ୍‍ସି) ଏବଂ ପ୍ରତ୍ୟେକ ରାଜସ୍ୱ ଗ୍ରାମରେ ଯାଞ୍ଚ କମିଟି (ଜେସି) ଗଠନ କରାଯାଇଛି। ଅଙ୍ଗନବାଡ଼ି କେନ୍ଦ୍ରରେ ରାସନ ଆବଣ୍ଟନରେ ଗୁଣବତ୍ତା ସୁନିଶ୍ଚିତ କରିବା ଦାୟିତ୍ୱ ଏମ୍‍ସି ଉପରେ ନ୍ୟସ୍ତ କରାଯାଇଛି। ସେହିପରି ଯାଞ୍ଚ କମିଟି ମଧ୍ୟ ଏହାର ଗୁଣବତ୍ତା ଏବଂ ପରିମାଣ ତଦାରଖ କରୁଛି। ଗୋଷ୍ଠୀ ସହଭାଗିତା ଦ୍ୱାରା ନିର୍ଦ୍ଧାରିତ ସମୟରେ ହିତାଧିକାରୀଙ୍କୁ ରାସନ ଆବଣ୍ଟନ ଏବଂ ଗୁଣବତ୍ତା ସୁନିଶ୍ଚିତ କରାଯାଇ ପାରୁଛି। ଏହା ବ୍ୟତୀତ ଓଡ଼ିଶା ସରକାରଙ୍କ ଉଦ୍ୟମକ୍ରମେ ସୁପରଭାଇଜର୍‍, ସିଡିପିଓ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ, ମିଶନ୍‍ ଶକ୍ତି ବିଭାଗର କର୍ମଚାରୀଙ୍କୁ ଏଥିରେ ସାମିଲ କରାଯାଇଛି। ଏସବୁ ବିଭାଗର ଅଧିକାରୀମାନେ ପ୍ରତି ମାସର ନିର୍ଦ୍ଧାରିତ ତାରିଖରେ ରାସନ ଉତ୍ପାଦନ କେନ୍ଦ୍ର ପରିଦର୍ଶନ କରୁଛନ୍ତି। ପରିଣାମ ସ୍ୱରୂପ ମା’, ଗର୍ଭବତୀ ମହିଳା ଓ ଶିଶୁ ମାନଙ୍କୁ ଉଚ୍ଚ ମାନର ରାସନ ଯୋଗାଣ ସମ୍ଭବ ହୋଇପାରିଛି ବୋଲି କୁହାଯାଇଛି।