President of India Droupadi Murmu - The Sakala

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କଠାରୁ ସମ୍ମାନଜନକ ଅର୍ଜୁନ ପୁରସ୍କାର ଗ୍ରହଣ କଲେ କ୍ରିକେଟର ମହମ୍ମଦ ସାମି
ନୂଆଦିଲ୍ଲୀ: ୨୦୨୩ ବର୍ଷ ପାଇଁ ଭାରତୀୟ କ୍ରୀଡ଼ା ପୁରସ୍କାର ଘୋଷଣା କରାଯାଇଥିଲା।  ଅ‌ାଜି ଭାରତର ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅର୍ଜୁନ ପୁରସ୍କାର ପ୍ରଦାନ କରିଛନ୍ତି। ଦିନିକିଆ ଅନ୍ତର୍ଜାତୀୟ (ଓଡିଆଇ) ବିଶ୍ବକପ୍‌ ୨୦୨୩ରେ ତାଙ୍କର ଚମତ୍କାର ପ୍ରଦର୍ଶନ ପାଇଁ ଭାରତୀୟ କ୍ରିକେଟ୍ ବୋର୍ଡ ବିସିସିଆଇ ସାମିଙ୍କ ନାମ ସୁପାରିସ କରିଥିଲା। ସାମି ବିଶ୍ୱକପ୍ ୨୦୨୩ର ଶ୍ରେଷ୍ଠ ବୋଲର୍‌ ପାଲଟିଥିଲେ। ଚଳିତବର୍ଷ ଅର୍ଜୁନ ପୁରସ୍କାର ପାଇଁ ମନୋନୀତ ହୋଇଥିବା ୨୬ ଜଣ କ୍ରୀଡ଼ାବିତଙ୍କ ତାଲିକାରେ ପାରା ତୀରନ୍ଦାଜ ଶୀତଲ ଦେବୀଙ୍କ ନାମ ମଧ୍ୟ ରହିଛି।

ସାମିଙ୍କ ବ୍ୟତୀତ ବ୍ୟାଡମିଣ୍ଟନରେ ଷ୍ଟାର ଯୋଡ଼ି ଚିରାଗ ସେଟ୍ଟୀ ଏବଂ ସାତ୍ବିକସାଈରାଜ୍ ରେଙ୍କିରେଡ୍ଡୀଙ୍କୁ ଖେଳରେ ସର୍ବୋଚ୍ଚ ସମ୍ମାନ ଖେଳ ରତ୍ନ ଆଓ୍ବର୍ଡ ମିଳିଛି ।

ଅଜୁର୍ନ ପୁରୁସ୍କାର ପାଇବାକୁ ଥିବା କ୍ରୀଡ଼ାବିତମାନଙ୍କ ନାମ- ଓଜସ ପ୍ରବୀଣ ଦେଓତାଲେ (ତୀରନ୍ଦାଜି), ଅଦିତି ଗୋପୀଚାନ୍ଦ ସ୍ୱାମୀ (ତୀରନ୍ଦାଜି), ଶ୍ରୀଶଙ୍କର (ଆଥଲେଟିକ୍ସ), ପାରୁଲ ଚୌଧୁରୀ (ଆଥଲେଟିକ୍ସ), ମହମ୍ମଦ ହୁସାମୁଦ୍ଦିନ (ବକ୍ସର), ଆର ବୈଶାଳୀ (ଚେସ୍), ମହମ୍ମଦ ସାମି (କ୍ରିକେଟ୍), ଅନୁଷ ଅଗ୍ରୱାଲ (ଅଶ୍ୱାରୋହୀ), ଦିକ୍ଷା ଡାଗର (ଗଲ୍ଫ), କ୍ରିଷନ ବାହାଦୁର ପାଠକ (ହକି), ସୁଶୀଲା ଚାନୁ (ହକି), ପବନ କୁମାର (କବାଡି), ରିତୁ ନେଗି (କବାଡି), ନସରିନ (ଖୋ-ଖୋ), ପିଙ୍କି (ଲନ୍ ବାଉଲ୍ସ), ଐଶ୍ୱର୍ୟ୍ୟା ପ୍ରତାପ ସିଂହ ତୋମାର (ସୁଟିଂ)।  ଇଶା ସିଂହ (ସୁଟିଂ), ହରିନ୍ଦର ପାଲ ସିଂହ (ସ୍କ୍ୱାଶ), ଆୟିକା ମୁଖାର୍ଜୀ (ଟେବୁଲ ଟେନିସ), ସୁନୀଲ କୁମାର (କୁସ୍ତି), ଆଣ୍ଟିମ୍ (କୁସ୍ତି), ରୋଶିବିନା ଦେବୀ (ଉଶୁ), ଶୀତଲ ଦେବୀ (ପାରା ଆର୍ଚରୀ), ଅଜୟ କୁମାର (ଦୃଷ୍ଟିହୀନ କ୍ରିକେଟ), ପ୍ରାଚୀ ଯାଦବ (ପାରା କ୍ୟାନୋଇଙ୍ଗ୍)।

ତିନି ଦିନିଆ ଓଡ଼ିଶା ଗସ୍ତ ସାରି ନୂଆଦିଲ୍ଲୀ ଫେରିଗଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଭୁବନେଶ୍ବର: ତିନି ଦିନିଆ ଓଡିଶା ଗସ୍ତ ସାରି ନୂଆଦିଲ୍ଲୀ ଫେରିଗଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ୨୫ ତାରିଖରେ ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଥିଲେ ରାଷ୍ଟ୍ରପତି। ଓଡ଼ିଶା ଗସ୍ତ ବେଳେ ଭୁବନେଶ୍ୱର ଓ କଟକର ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ବାୟୁସେନାର ସ୍ୱତନ୍ତ୍ର ବିମାନରେ ନୂଆଦିଲ୍ଲୀ ଫେରିଯାଇଛନ୍ତି। ରାଷ୍ଟ୍ରପତିଙ୍କ ଦିଲ୍ଲୀ ଗସ୍ତ ସମୟରେ ବିମାନବନ୍ଦରରେ ଉପସ୍ଥିତ ଥିଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେହିପରି ମୁଖ୍ୟ ଶାସନ ସଚିବ, ମେୟର ଓ ପୁଲିସ କମିଶନର ମଧ୍ୟ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା ।

ଶିମିଳିପାଳ ଅଭୟାରଣ୍ୟ ପରିଦର୍ଶନ କରିବେ ମହାମହିମ ରାଷ୍ଟ୍ରପତି; ପର୍ଯ୍ୟଟକଙ୍କ ପାଇଁ ଆସନ୍ତା ୪ ଓ ୫ ତାରିଖ ବନ୍ଦ ରହିବ ଶିମିଳିପାଳ
ବାରିପଦା: ମହାମହିମ ରାଷ୍ଟ୍ରପତିଙ୍କ ଶିମିଳିପାଳ ଅଭୟାରଣ୍ୟ ପରିଦର୍ଶନ କାର୍ଯ୍ୟକ୍ରମକୁ ଆଖି ଆଗରେ ରଖି ଶିମିଳିପାଳ ଅଭୟାରଣ୍ୟକୁ ଆସନ୍ତା ୪ ଓ ୫ ତାରିଖ ଦୁଇ ଦିନ ପାଇଁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ କରିଦିଆଯାଇଛି। ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ନିର୍ଦ୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଡ. ପ୍ରକାଶ ଚାନ୍ଦ ଗୋଗିନାନୀ ସୂଚନା ଦେଇଛନ୍ତି । ଏନେଇ ବ୍ୟାଘ୍ର ପ୍ରକଳ୍ପ କର୍ତ୍ତୃପକ୍ଷଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ଶିମିଳିପାଳ ଅଭୟାରଣ୍ୟକୁ ଦେଶର ମୁଖ୍ୟ ପ୍ରଥମ ଥର ପାଇଁ ଆସୁଥିବା ଆମ ପାଇଁ ବିଶେଷ କରି ଶିମିଳିପାଳ ପାଇଁ ଗର୍ବ ଓ ଗୌରବର ବିଷୟ। ଏହାକୁ ଦୃଷ୍ଟିରେ ରଖି ଶିମିଳିପାଳ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସମସ୍ତ ପ୍ରକାର ସୁରକ୍ଷା, ଆତିଥ୍ୟସେବା ଓ ପରିଦର୍ଶନ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଛି ବୋଲି ଶ୍ରୀ ଗୋଗିନେନୀ କହିଛନ୍ତି। ରାଷ୍ଟ୍ରପତି ଶ୍ରୀ ମୁର୍ମୁ ୫ତାରିଖ ପୂର୍ବାହ୍ନରେ ଯଶୀପୁର ହେଲିପେଡରୁ ଓହ୍ଲାଇ ସଡକ ପଥରେ ସ୍ବତନ୍ତ୍ର ଗାଡିରେ ଶିମିଳିପାଳ ଗସ୍ତ କରି ଅପରାହ୍ନରେ ପୁନର୍ବାର ଯଶୀପୁର ହ୍ୟାଲିପେଡକୁ ଫେରିବା କାର୍ଯ୍ୟକ୍ରମ ରହିଛି ।

ଆସନ୍ତା ମେ’ ୯ ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ବାରିପଦା: ଆସନ୍ତା ମାସରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବାରିପଦା ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ । ମଇ ୯ ତାରିଖରେ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ରାଷ୍ଟ୍ରପତି । ଏନେଇ ବିଶ୍ବ ବିଦ୍ୟାଳୟ କୁଳପତିଙ୍କୁ ରାଷ୍ଟ୍ରପତିଙ୍କ ବ୍ୟକ୍ତିଗତ ସଚିବଙ୍କ ଚିଠି ।

ଭୁବନେଶ୍ୱରରେ ପହଞ୍ଚି ବାୟୁସେନାର ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ପୁରୀ ଗସ୍ତରେ ରାଷ୍ଟ୍ରପତି
ଭୁବନେଶ୍ୱର: ଦୁଇ ଦିନିଆ ଓଡିଶା ଗସ୍ତରେ ମହାମହିମ । ଗୁରୁବାର ଭୁବନେଶ୍ୱରରେ ପହଞ୍ଚି ସାରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଛନ୍ତି । ରାଷ୍ଟ୍ରପତି ହେବା ପରେ ଏହା ଦ୍ରୌପଦୀ ମୁର୍ମୁଙ୍କ ପ୍ରଥମ ଓଡିଶା ଗସ୍ତ । ବିମାନ ବନ୍ଦରରେ ମହାମହିମଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି । ସେଠାରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଶାସନ ସଚିବଙ୍କ ସହ ପୁଲିସ ଡିଜି ମଧ୍ୟ ଉପସ୍ଥିତ ରହିଛନ୍ତି । ଏୟାରପୋର୍ଟ ପରିସରରେ ରାଷ୍ଟ୍ରପତିଙ୍କୁ  ଗାର୍ଡ ଅଫ ଅନର ଦିଆଯାଇଛି।

ଏହା ପରେ ବାୟୁସେନାର ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ପୁରୀ ଗସ୍ତ କରିଛନ୍ତି ରାଷ୍ଟ୍ରପତି।  ପୁରୀରେ ଜିଲ୍ଲାପାଳ ସମର୍ଥ ବର୍ମା, ମନ୍ଦିର ଦର୍ଶନ ସମୟରେ ଗଜପତି ମହାରାଜ ଦିବ୍ୟସିଂହଦେବ ଏବଂ ଶ୍ରୀମନ୍ଦିର ପ୍ରଶାସକ ଭି ଭି ଯାଦବ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବେ। ଶ୍ରୀଜୀଉଙ୍କ ଦର୍ଶନ ପରେ ରାଷ୍ଟ୍ରପତି ପୁରୀସ୍ଥିତ ରାଜଭବନରେ ମଧ୍ୟାହ୍ନଭୋଜନରେ ମହାପ୍ରସାଦ ଗ୍ରହଣ କରି ପୁନଶ୍ଚ ବିମାନ ଯୋଗେ ଭୁବନେଶ୍ୱର ଫେରିବେ। ଅପରାହ୍ନ ୩ଟା ୧୫ ମିନିଟ୍‍ରୁ ୪ଟା ୧୫ ମିନିଟ୍‍ ଯାଏଁ ରାଜଧାନୀରେ ଥିବା ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ। ଏହା ପରେ ପୁନଶ୍ଚ ରାଜଧାନୀସ୍ଥିତ ରାଜଭବନ ଗସ୍ତ କରି କେତେକ ବ୍ୟକ୍ତିବିଶେଷଙ୍କୁ ସାକ୍ଷାତ କରିବେ।  ରାତ୍ର ୮ଟାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ନୈଶ୍ୟ ଭୋଜିରେ ଅଂଶଗ୍ରହଣ କରିବେ।

ପରଦିନ ଅର୍ଥାତ ଶୁକ୍ରବାର ମହାମହିମ ସ୍ଥାନୀୟ ଖଣ୍ଡଗିରିସ୍ଥିତ ତପୋବନ ହାଇସ୍କୁଲ, ସେ ଶିକ୍ଷାଲାଭ କରିଥିବା ୟୁନିଟ୍‍ ୨ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, କୁନ୍ତଳା କୁମାରୀ ସାବତ ଆଦିବାସୀ ବାଳିକା ଛାତ୍ରୀନିବାସ ପରିଦର୍ଶନ କରିବେ। ସକାଳ ୯ଟାରୁ ୧୦ଟା ମଧ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହା ପରେ ବିଶ୍ରାମ ପାଇଁ ପୁନଶ୍ଚ ରାଜଭବନ ଗସ୍ତ କରିବେ। ସେଠାରେ କିଛି ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ମହାମହିମ ଭେଟିବେ। ସେହିପରି ଏଆଇସିଟିଇ ଇଂଜିନିୟରିଂ ଓଡ଼ିଆ ବହି, ଇ-କୁମ୍ଭ ପୋର୍ଟାଲ ଏବଂ ସିଏସଟିଟି ଦ୍ୱାରା କରାଯାଇଥିବା ଓଡ଼ିଆ ଭାଷାରେ ଗ୍ଲସରୀକୁ ଲୋକାର୍ପଣ କରିବେ ବୋଲି ଜଣାପଡିଛି।

ଆଜି ଆସୁଛନ୍ତି ମହାମହିମ, ଦାୟିତ୍ୱ ନେବା ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରଥମ ଓଡ଼ିଶା ଗସ୍ତ
ଭୁବନେଶ୍ୱର: ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ଦୁଇ ଦିନ ପାଇଁ ଓଡ଼ିଶା ଆସୁଛନ୍ତି। ରାଷ୍ଟ୍ରପତି ଭାବେ ଦାୟିତ୍ୱ ନେବା ପରେ ଦ୍ରୌପଦୀ ମୁର୍ମୁଙ୍କ ଏହା ପ୍ରଥମ ଓଡ଼ିଶା ଗସ୍ତ। ଗୁରୁବାର ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରଠାରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ସ୍ୱାଗତ କରିବେ। ଭୁବନେଶ୍ୱରରେ ପହଞ୍ଚିବା ପରେ ରାଷ୍ଟ୍ରପତି ସେଠାରୁ ସ୍ୱତନ୍ତ୍ର ହେଲିକପ୍‍ଟର ଯୋଗେ ପୁରୀ ଗସ୍ତ କରିବେ ବୋଲି ଜଣାପଡିଛି।

ରାଷ୍ଟ୍ରପତିଙ୍କ ପ୍ରଥମ ଓଡ଼ିଶା ଗସ୍ତକୁ ଗୁରୁତ୍ୱ ଦୃଷ୍ଟିରୁ ଗୁରୁବାର ଦିନ ୧ଟାରୁ ଭୁବନେଶ୍ୱର ମହାନଗର ନିଗମ(ବିଏମସି) ଅଧୀନସ୍ଥ ସମସ୍ତ ସରକାରୀ ଦପ୍ତର ଓ ସରକାରୀ ତଥା ବେସରକାରୀ ଶିକ୍ଷାନୁଷ୍ଠାନଗୁଡ଼ିକକୁ ବନ୍ଦ ରଖାଯାଇଛି। ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତର ସର୍ବସଫଳତାକୁ ଦୃଷ୍ଟିରେ ରଖିତାଙ୍କ ସମ୍ମାନାର୍ଥେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏପରି ଛୁଟି ଘୋଷଣା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ରାଷ୍ଟ୍ରପତି ଦିନ ପ୍ରାୟ ୧୨ଟା ସମୟରେ ପୁରୀ ସ୍ଥିତ ଅସ୍ଥାୟୀ ହେଲିପ୍ୟାଡ୍‍ରେ ଅବତରଣ କରି ସିଧାସଳଖ ଶ୍ରୀମନ୍ଦିର ଯାଇ ଶ୍ରୀଜୀଉମାନଙ୍କ ଦର୍ଶନ କରିବେ। ପୁରୀରେ ଜିଲ୍ଲାପାଳ ସମର୍ଥ ବର୍ମା, ମନ୍ଦିର ଦର୍ଶନ ସମୟରେ ଗଜପତି ମହାରାଜ ଦିବ୍ୟସିଂହଦେବ ଏବଂ ଶ୍ରୀମନ୍ଦିର ପ୍ରଶାସକ ଭି ଭି ଯାଦବ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବେ। ଶ୍ରୀଜୀଉଙ୍କ ଦର୍ଶନ ପରେ ରାଷ୍ଟ୍ରପତି ପୁରୀସ୍ଥିତ ରାଜଭବନରେ ମଧ୍ୟାହ୍ନଭୋଜନରେ ମହାପ୍ରସାଦ ଗ୍ରହଣ କରି ପୁନଶ୍ଚ ବିମାନ ଯୋଗେ ଭୁବନେଶ୍ୱର ଫେରିବେ। ଅପରାହ୍ନ ୩ଟା ୧୫ ମିନିଟ୍‍ରୁ ୪ଟା ୧୫ ମିନିଟ୍‍ ଯାଏଁ ରାଜଧାନୀରେ ଥିବା ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ। ଏହା ପରେ ପୁନଶ୍ଚ ରାଜଧାନୀସ୍ଥିତ ରାଜଭବନ ଗସ୍ତ କରି କେତେକ ବ୍ୟକ୍ତିବିଶେଷଙ୍କୁ ସାକ୍ଷାତ କରିବେ। ଗୁରୁବାର ରାତ୍ର ୮ଟାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ନୈଶ୍ୟ ଭୋଜିରେ ଅଂଶଗ୍ରହଣ କରିବେ। ପରଦିନ ଅର୍ଥାତ ଶୁକ୍ରବାର ମହାମହିମ ସ୍ଥାନୀୟ ଖଣ୍ଡଗିରିସ୍ଥିତ ତପୋବନ ହାଇସ୍କୁଲ, ସେ ଶିକ୍ଷାଲାଭ କରିଥିବା ୟୁନିଟ୍‍ ୨ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, କୁନ୍ତଳା କୁମାରୀ ସାବତ ଆଦିବାସୀ ବାଳିକା ଛାତ୍ରୀନିବାସ ପରିଦର୍ଶନ କରିବେ। ସକାଳ ୯ଟାରୁ ୧୦ଟା ମଧ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହା ପରେ ବିଶ୍ରାମ ପାଇଁ ପୁନଶ୍ଚ ରାଜଭବନ ଗସ୍ତ କରିବେ। ସେଠାରେ କିଛି ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ମହାମହିମ ଭେଟିବେ। ସେହିପରି ଏଆଇସିଟିଇ ଇଂଜିନିୟରିଂ ଓଡ଼ିଆ ବହି, ଇ-କୁମ୍ଭ ପୋର୍ଟାଲ ଏବଂ ସିଏସଟିଟି ଦ୍ୱାରା କରାଯାଇଥିବା ଓଡ଼ିଆ ଭାଷାରେ ଗ୍ଲସରୀକୁ ଲୋକାର୍ପଣ କରିବେ ବୋଲି ଜଣାପଡିଛି।

ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥାର ବନ୍ଦୋବସ୍ତ କରାଯାଇଛି। ଆଇଜିପି କେନ୍ଦ୍ରାଞ୍ଚଳ ନରସିଂହ ଭୋଳ ପୁରୀରେ ସୁରକ୍ଷା ବ୍ୟବସ୍ଥା ଦାୟିତ୍ୱରେ ରହିଛନ୍ତି। ସେହିପରି ରାଜଧାନୀ ଭୁବନେଶ୍ୱର ପାଇଁ ଟ୍ୱିନ-ସିଟି କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଦାୟିତ୍ୱ ଦିଆଯାଇଛି। ରାଷ୍ଟ୍ରପତିଙ୍କ ଗସ୍ତର ଦିନକ ପୂର୍ବରୁ ବାୟୁସେନାର ସ୍ୱତନ୍ତ୍ର ଟିମ୍‍ ବିଭିନ୍ନ ଯାଞ୍ଚ କରିଛନ୍ତି। ପୁରୀ ଗସ୍ତରେ ପ୍ରାୟ ୧୦୦ ପୁଲିସ୍‍ ଅଧିକାରୀ ସୁରକ୍ଷା ଦାୟିତ୍ୱରେ ରହିଛନ୍ତି। ବ୍ଲୁ ବୁକ୍‍ ଆଧାରରେ ସମସ୍ତ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସାମଗ୍ରିକ ଭାବେ ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ୩୪ ପ୍ଲାଟୁନ୍‍ ପୁଲିସ୍‍ ଫୋର୍ସ, ୨୦୦ ପୁଲିସ୍‍ ଏସଆଇ ଏବଂ ଏଏସଆଇ, ୬୨ ଏସିପି ଏବଂ ୨୨ଏଡିସିପି ସୁରକ୍ଷା ଦାୟିତ୍ୱରେ ରହିବେ। ସେହିପରି ୪ ଜଣ ଡିସିପି ପାହ୍ୟାର ଅଧିକାରୀ ସ୍ୱତନ୍ତ୍ର ଭାବେ ସୁରକ୍ଷା ଦାୟିତ୍ୱରେ ରହିବେ ବୋଲି ଜଣାପଡିଛି।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପୁରୀ ଗସ୍ତକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ଯାପକ ପ୍ରସ୍ତୁତି, ଦେଢ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
ଭୁବନେଶ୍ବର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପୁରୀ ଗସ୍ତକୁ ନେଇ ଆଜି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଓ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଛତିଶା ନିଯୋଗ, ନିତୀ ସବ କମିଟି ଓ ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟମାନେ ଯୋଗ ଦେଇଥିଲେ। ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଷ୍ଟ୍ରପତିଙ୍କ ଗସ୍ତ ଓ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ପାଇଁ ବୈଠକରେ ସେବାୟତଙ୍କ ସହଯୋଗ କାମନା କରାଯାଇଥିଲା। ରାଷ୍ଟ୍ରପତି ଶ୍ରୀମନ୍ଦିରକୁ ଆସନ୍ତା ୧୦ ତାରିଖ ଦିନ ମଧ୍ୟାହ୍ନ ୧୨ ଟା ରୁ ୧ ଟା ପର୍ଯ୍ୟନ୍ତ ଦର୍ଶନ କରିବେ। ସୁରକ୍ଷା ଦୃଷ୍ଟିରୁ ଦର୍ଶନର ଦେଢ଼ ଘଣ୍ଟା ପୂର୍ବରୁ ପ୍ରାୟ ୧୦ ଟା ୩୦ ରୁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଏହି ସମୟ ମଧ୍ୟରେ ଶ୍ରୀମନ୍ଦିରକୁ ଶୋଧ କରାଯାଇ କେବଳ ପାଳିଆ ସେବାୟତମାନେ ଶ୍ରୀମନ୍ଦିର ପରିସରରେ ରହିବେ। ଶ୍ରୀମନ୍ଦିର ପରିସରରେ ରାଷ୍ଟ୍ରପତି ମହାପ୍ରସାଦ ସେବନ କରିବାର କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତି ଶ୍ରୀମନ୍ଦିର ଯାଇ ଦର୍ଶନ କରିବା ପରେ ସର୍ବସାଧାରଣ ଦର୍ଶନ ଆରମ୍ଭ କରାଯିବ। ସିଂହଦ୍ଵାର ନିକଟରେ ଥିବା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ। ଏ ସମସ୍ତ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ପାଇଁ ଆଜି ଅନୁଷ୍ଠିତ ବୈଠକରେ ଜିଲ୍ଲାପାଳ ସମର୍ଥ ବର୍ମା, ଏସପି କନୱର ବିଶାଳ ସିଂ, ପରିଚାଳନା କମିଟି ସଦସ୍ୟ ଓ ଛତିଶା ନିଯୋଗର ପ୍ରମୁଖ ସଦସ୍ୟ ସାମିଲ ହୋଇଥିଲେ।

ଦୁଇ ଦିନିଆ ଗସ୍ତରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଭୁବନେଶ୍ବର: ରାଷ୍ଟ୍ରପତି ଭାବେ ଦାୟିତ୍ବ ନେବା ପରେ ପ୍ରଥମ ଥର ଓଡିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଦୁଇ ଦିନିଆ ଗସ୍ତରେ ରାଷ୍ଟ୍ରପତି ଓଡିଶା ଆସିବାର କାର୍ଯ୍ଯକ୍ରମ ରହିଛି। ସେ ଓଡିଶା ଆସି ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବେ। ଆସନ୍ତା ୧୦ରେ ରାଷ୍ଟ୍ରପତି ଓଡିଶା ଆସିବେ। ଭୁବନେଶ୍ବରରେ ପହଞ୍ଚିବା ପରେ ରାଜଭବନରେ ରାତ୍ରି ରହଣିର କାର୍ଯ୍ଯକ୍ରମ ରହିଛି ।

ଏହା ପରେ ସେ ଭୁବନେଶ୍ବରରୁ ପୁରୀ ଅଭିମୁଖେ ବାହାରିବେ । ସେଠାରେ କାଳିଆ ଠାକୁରକୁ ଦର୍ଶନ କରି ୧୧ ତାରିଖରେ ଦିଲ୍ଲୀ ଫେରିଯିବେ ମହାମହିମ । ରାଜ୍ୟପାଳଙ୍କ କାର୍ଯ୍ଯାଳୟକୁ ରାଷ୍ଟ୍ରପତି ଭବନ ସଚିବାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଗତ ୨୫ ଜୁଲାଇ ୨୦୨୨ରେ ରାଷ୍ଟ୍ରପତି ଭାବେ ଦାୟିତ୍ବ ଗ୍ରହଣ କରିଥିଲେ ଦ୍ରୌପଦୀ ମୁର୍ମୁ ।

ସମଗ୍ର ଦେଶରେ ଚର୍ଚ୍ଚାରେ ମୟୂରଭଞ୍ଜ ଝିଅ
ମୟୂରଭଞ୍ଜ ଜିଲ୍ଲା ବାମନଘାଟି ଉପଖଣ୍ଡ କୁସୁମୀ ବ୍ଲକ୍‌ ଉପରବେଡ଼ା ଗାଁର ଝିଅ ଦ୍ରୌପଦୀ ମୁର୍ମୁ ଏବେ ଭାରତର ମହାମହିମ ରାଷ୍ଟ୍ରପତି। ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦରେ ଅଧିଷ୍ଠିତା। ଦ୍ରୌପଦୀଙ୍କ ପାଇଁ ସମଗ୍ର ମୟୂରଭଞ୍ଜ ଚର୍ଚ୍ଚାର ପରିଧିକୁ ଆସିଛି। ତେବେ ଦ୍ରୌପଦୀଙ୍କ ବ୍ୟତୀତ କଳ୍ପନା ସୋରେନ୍‍, ସୀତା ସୋରେନ୍‍, ମମତା ମହାନ୍ତ, ଚନ୍ଦ୍ରାଣୀ ମୁର୍ମୁ ମଧ୍ୟ ମୟୂରଭଞ୍ଜ ଜିଲ୍ଲା ପାଇଁ ପାଲଟିଛନ୍ତି ଗର୍ବ ଓ ଗୌରବ। ଅବଶ୍ୟ ବିଭିନ୍ନ ସମୟରେ ସେମାନଙ୍କ କାର୍ଯ୍ୟାବଳୀ ସେମାନଙ୍କୁ ଚର୍ଚ୍ଚାରେ ରଖିଛି। ଏମାନଙ୍କ ମଧ୍ୟରେ ଦୁଇ ଜଣ ଝାଡ଼ଖଣ୍ଡର ପ୍ରମୁଖ ରାଜନୈତିକ ଦଳ ଜେଏମ୍‍ଏମ୍‍ ଏବଂ ଅନ୍ୟ ଦୁଇ ଜଣ ଓଡ଼ିଶାର କ୍ଷମତାସୀନ ବିଜୁ ଜନତା ଦଳ ସହିତ ଜଡ଼ିତ ଅଛନ୍ତି।

ଦ୍ରୌପଦୀ ମୁର୍ମୁ

ମୟୂରଭଞ୍ଜ ଜିଲ୍ଲାର ପାହାଡ଼ପୁର ଗାଁର ପାହାଡ଼ି ବୋହୂ ଦ୍ରୌପଦୀ ମୁର୍ମୁ ଏବେ ଦେଶର ସର୍ବୋଚ୍ଚ ପଦରେ ଅଭିଷିକ୍ତ। ମୟୂରଭଞ୍ଜ ଜିଲ୍ଲା ବାମନଘାଟି ଉପଖଣ୍ଡ କୁସୁମୀ ବ୍ଲକର ଆଦିବାସୀ ଅଧ୍ୟୁଷିତ ଉପରବାଡ଼ ଗାଁର ବିରଞ୍ଚି ନାରାୟଣ ଟୁଡ଼ୁଙ୍କ ଝିଅ ଦ୍ରୌପଦୀ ମୁର୍ମୁ। ସେ ମୟୂରଭଞ୍ଜ ଜିଲ୍ଲାର ପାହାଡ଼ପୁର ଗାଁର ଶ୍ୟାମଚରଣ ମୁର୍ମୁଙ୍କୁ ବିବାହ କରିଥିଲେ।

୧୯୯୭ ରାଇରଙ୍ଗପୁର ବିଜ୍ଞାପିତ ଅଞ୍ଚଳ ପରିଷଦର କାଉନସିଲର ନିର୍ବାଚନରେ ଜିତିଥିଲେ। ଏହିଠାରୁ ଆରମ୍ଭ ହେଲା ସକ୍ରିୟ ରାଜନୈତିକ ଜୀବନଯାତ୍ରା। ସେହି ପରିଷଦର ଉପାଧ୍ୟକ୍ଷ ପଦବୀ ଆଦିବାସୀମାନଙ୍କ ପାଇଁ ସଂରକ୍ଷିତ ଥିବାରୁ ମୁର୍ମୁ ଏହାର ଉପସଭାପତି ହୋଇଥିଲେ। ସେହିବର୍ଷ ତାଙ୍କୁ ବିଜେପିର ରାଜ୍ୟ ଅନୁସୂଚିତ ଜନଜାତି ମୋର୍ଚ୍ଚାର ଉପ-ସଭାପତି ଘୋଷଣା କରାଯାଇଥିଲା। ୨୦୦୨ ରୁ ୨୦୦୯ ପର୍ଯ୍ୟନ୍ତ ସେ ବିଜେପିର ଅନୁସୂଚିତ ଜନଜାତି ମୋର୍ଚ୍ଚାର ଜାତୀୟ କାର୍ୟ୍ୟନିର୍ବାହୀ ସଦସ୍ୟ ମଧ୍ୟ ରହିଥିଲେ। ୨୦୧୦ରେ ବିଜେପିର ମୟୂରଭଞ୍ଜ ଜିଲ୍ଲା(ପଶ୍ଚିମ) ସଭାପତି ହୋଇଥିଲେ ଏବଂ ୨୦୧୩ରେ ସେହି ପଦବୀ ପାଇଁ ପୁନଃନିର୍ବାଚିତ ହୋଇଥିଲେ।

୨୦୦୦ରେ ଅନୁଷ୍ଠିତ ଓଡ଼ିଶା ବିଧାନସଭା ନିର୍ବାଚନରେ ସେ ବିଜେପି ଟିକେଟ୍‍ରେ ରାଇରଙ୍ଗପୁରରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଏବଂ ଜିତିଥିଲେ। ଏହା ଥିଲା ଶ୍ରୀମତୀ ମୁର୍ମୁଙ୍କ ପ୍ରଥମ ବିଧାନସଭା ନିର୍ବାଚନ ପ୍ରତିଦ୍ୱନ୍ଦ୍ୱିତା। ସେହିଥର ବିଜେଡି-ବିଜେପି ମେଣ୍ଟ ସରକାରରେ ସେ ବାଣିଜ୍ୟ ଓ ପରିବହନ, ମତ୍ସ୍ୟଚାଷ ଓ ପଶୁପାଳନ ବିଭାଗର ରାଷ୍ଟ୍ରମନ୍ତ୍ରୀ ପଦରେ ସ୍ୱାଧୀନ ଦାୟିତ୍ୱ ତୁଲାଇଥିଲେ। ୨୦୦୪ ବିଧାନସଭା ନିର୍ବାଚନରେ ସେ ପୁନର୍ବାର ସେହି ଆସନରୁ ଜିତିଥିଲେ। ୨୦୦୭ ମସିହାରେ ତାଙ୍କୁ ଓଡ଼ିଶା ବିଧାନସଭାର ଶ୍ରେଷ୍ଠ ବିଧାୟିକା ଭାବରେ ‘ନୀଳକଣ୍ଠ ସମ୍ମାନ’ରେ ସମ୍ମାନିତ କରାଯାଇଥିଲା। ୨୦୧୫ରେ ଶ୍ରୀମତୀ ମୁର୍ମୁଙ୍କୁ ଝାଡ଼ଖଣ୍ଡର ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଥିଲା। ଏହି ପଦବୀରେ ମଧ୍ୟ ସେ ଥିଲେ ଦେଶର ପ୍ରଥମ ଆଦିବାସୀ ମହିଳା। ଏହାପରେ ୨୦୨୨ରେ ବିଜେପି ନେତୃତ୍ୱାଧିନ ଏନଡିଏ ଦୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିଥିଲା। ତାଙ୍କ ବିପକ୍ଷରେ ବିରୋଧୀଙ୍କ ପକ୍ଷରୁ ପ୍ରାର୍ଥୀ ହୋଇଥିବା ଯଶୱନ୍ତ ସିହ୍ନାଙ୍କୁ ବଡ଼ ବ୍ୟବଧ୍ୟାନରେ ହରାଇ ଭାରତର ୧୫ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିଲେ।

ସୀତା ସୋରେନ୍‍

ଜେଏମ୍‍ଏମ୍‍ ସୁପ୍ରିମୋ ଶିବୁ ସୋରେନ୍‍ଙ୍କ ବଡ଼ ପୁଅ ସ୍ୱର୍ଗତ ଦୁର୍ଗା ସୋରେନ୍‍ଙ୍କ ପତ୍ନୀ ଏବଂ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‍ଙ୍କ ଭାଉଜ ସୀତା ସୋରେନ୍‍। ବର୍ତ୍ତମାନ ସେ ଝାଡ଼ଖଣ୍ଡ ଜାମା ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ଅନେକ ସମୟରେ ଜାତୀୟ ଗଣମାଧ୍ୟମରେ ତାଙ୍କ ନାଁକୁ ନେଇ ଚର୍ଚ୍ଚା ହୁଏ। ସେ ବହଳଦା ବ୍ଲକ୍‌ ଭିତରଆମଦା ପଞ୍ଚାୟତ ଅନ୍ତର୍ଗତ ଭଗାବନ୍ଦୀ ଗ୍ରାମର ବାସିନ୍ଦା ବଡ଼ନାରଣ ମାଝୀ ଓରଫ୍‍ ବଡ଼ନାରଣ ମୁର୍ମୁଙ୍କ ଝିଅ। ବଡ଼ନାରଣ ତୈଳ ଏବଂ ପ୍ରାକୃତିକ ଗ୍ୟାସ ନିଗମ(ଓଏନ୍‍ଜିସି)ର ଜଣେ ଅବସରପ୍ରାପ୍ତ ଅଧିକାରୀ। ବର୍ତ୍ତମାନ ଭୁବନେଶ୍ୱରରେ ରହୁଛନ୍ତି। ସୀତା ସୋରେନ୍‍ ୨୦୧୨ ରାଜ୍ୟସଭା ନିର୍ବାଚନରେ ଅର୍ଥ କାରବାର ଅଭିଯୋଗରେ ୭ ମାସ ଧରି ଜେଲରେ ରହିଥିଲେ। ତେେବ କ୍ରମାଗତ ୩ ଥର ଝାଡ଼ଖଣ୍ଡର ବିଧାୟକ ରୂପେ ନିର୍ବାଚିତ ହେବାର ଗୌରବ ଅର୍ଜନ କରିଛନ୍ତି। ଅନେକ ସମୟରେ ସେ ନିଜର ଶ୍ବଶୁର ଶିବୁ ସୋରେନ୍‍ ଏବଂ ଦିଅର ହେମନ୍ତ ସୋରେନଙ୍କୁ ସମାଲୋଚନା କରି ଚର୍ଚ୍ଚାରେ ଥାନ୍ତି। ଏପରିକି ହେମନ୍ତ ସୋରେନ୍‍ଙ୍କ ସରକାରକୁ ଆଦିବାସୀ ବିରୋଧୀ କହି ବହୁବାର ସମାଲୋଚନା କରିବାର ନଜିର ରହିଛି। ତାଙ୍କର ଦୁଇ ଝିଅ କିଛି ମାସ ତଳେ ‘ଦୁର୍ଗା ସୋରେନ୍‍ ସେନା’ ଗଠନ କରି ରାଜନୈତିକ ଚର୍ଚ୍ଚାକୁ ଆସିଛନ୍ତି। ସେ ଝାଡ଼ଖଣ୍ଡରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ପାଇଁ ଦାବିଦାର ଅଛନ୍ତି।

ଚନ୍ଦ୍ରାଣୀ ମୁର୍ମୁ

୧୬ଶ ଲୋକସଭାର ସର୍ବ କନିଷ୍ଠା ସାଂସଦ ରୂପେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଚନ୍ଦ୍ରାଣୀ ମୁର୍ମୁ। ସେ କେନ୍ଦୁଝର ଆଦିବାସୀ ସଂରକ୍ଷିତ ଲୋକସଭା ଆସନରୁ ବିଜୁ ଜନତା ଦଳରୁ ନିର୍ବାଚିତ ହୋଇଛନ୍ତି। ମୟୂରଭଞ୍ଜ ଜିଲ୍ଲାର ବାମନଘାଟି ଉପଖଣ୍ଡ ଅନ୍ତର୍ଗତ ବାଦାମପାହାଡ଼ ନିକଟସ୍ଥ ଅଙ୍ଗାରପଦା ଗ୍ରାମର ସଞ୍ଜୀବ ମୁର୍ମୁଙ୍କର ଝିଅ ଚନ୍ଦ୍ରାଣୀ। ସେ ମେକାନିକାଲ୍‌ ଇଞ୍ଜିନିୟରିଂରେ ସ୍ନାତକ ହାସଲ କରିଛନ୍ତି। ଚନ୍ଦ୍ରାଣୀଙ୍କ ପରିବାର କେନ୍ଦୁଝର ସହର ସନ୍ନିକଟ ଟିକରଗୁମୁରାରେ  ରହୁଥ଄ବା ବେଳେ ତାଙ୍କ କକାଖୁଡ଼ୀ ଅଙ୍ଗାରପଦାସ୍ଥିତ ଗାଁରେ ବସବାସ କରନ୍ତି। ଗାଁରେ କୌଣସି ସାମାଜିକ କାର୍ଯ୍ୟ ହେଲେ ସେ ନିଜର ପୈତୃକ ଗାଁକୁ ଆସିଥାନ୍ତି। ପିତା ସରକାରୀ ଚାକିରୀ କରୁଥିବା ବେଳେ ମା’ ଜଣେ ଗୃହିଣୀ। ଗତ ଲୋକସଭା ସମୟରେ ଚନ୍ଦ୍ରାଣୀଙ୍କୁ ବଦନାମ କରିବା ପାଇଁ ତାଙ୍କ ଫଟୋଥିବା ଅଶ୍ଳୀଳ ଭିଡିଓ ପ୍ରସ୍ତୁତ କରାଯାଇ ପ୍ରଘଟ କରାଯାଇଥିଲା। ଏହା ସତ୍ତ୍ବେ ବିରୋଧୀ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଅନନ୍ତ ନାୟକଙ୍କୁ ସେ ବିପୁଳ ଭୋଟ୍‌ ବ୍ୟବଧାନରେ ପରାସ୍ତ କରିଥିଲେ। ଚନ୍ଦ୍ରାଣୀଙ୍କର ଅଜା ହରିହର ସୋରେନ୍‍ ୧୯୮୦ ଏବଂ ୧୯୮୪ ମସିହାରେ କଂଗ୍ରେସ ଦଳରୁ ୨ଥର କେନ୍ଦୁଝର ଲୋକସଭା ଆସନରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ।

କଳ୍ପନା ସୋରେନ୍‍

ସାମ୍ପ୍ରତିକ ରାଜନୀତିରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପରେ ଜାତୀୟ ରାଜନୈତିକ ଚର୍ଚ୍ଚାକୁ ଆସିଛନ୍ତି କଳ୍ପନା ସୋରେନ୍‍। କଳ୍ପନା ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ସୁପ୍ରିମୋ ଶିବୁ ସୋରେନ୍‍ଙ୍କ ମଝିଆଁ ପୁଅ ତଥା ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‍ଙ୍କ ପତ୍ନୀ। ମୟୂରଭଞ୍ଜ ଜିଲ୍ଲାର ବାମନଘାଟି ଉପଖଣ୍ଡର ବହଳଦା ବ୍ଲକ୍‌ ବାସିଙ୍ଗୀ ପଞ୍ଚାୟତ ଅନ୍ତର୍ଗତ ତେନ୍ଦେଳା ଗ୍ରାମ ହେଉଛି ତାଙ୍କର ପୈତୃକ ଗାଁ। ତାଙ୍କ ବାପା ଆନ୍‍ପା ମାଝୀ ଓରଫ୍‍ ଆନ୍‍ପା ମୁର୍ମୁ ଜଣେ ଅବସରପ୍ରାପ୍ତ ସେନା ଅଧିକାରୀ। ବର୍ତ୍ତମାନ ତାଙ୍କ ବାପାମା’ ବାରିପଦାରେ ଅବସ୍ଥାନ କରୁଛନ୍ତି। ହେମନ୍ତ ବେଆଇନ ଖଣି ଲିଜ୍‍ ସଂକ୍ରାନ୍ତ ଅଫିସ୍‍ ଅଫ୍‍ ପ୍ରଫିଟ୍‍ ମାମଲାରେ ଛନ୍ଦି ହୋଇଛନ୍ତି। ସେ ଯଦି ମୁଖ୍ୟମନ୍ତ୍ରୀ ପଦରୁ ବିଦାୟ ନିଅନ୍ତି, ତାଙ୍କ ପତ୍ନୀ କଳ୍ପନା ସୋରେନ୍‍ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଚାଲିଛି।

ମମତା ମହାନ୍ତ

ମୟୂରଭଞ୍ଜର ଆଉ ଜଣେ ଝିଅ ହେଉଛନ୍ତି ଓଡ଼ିଶାର ରାଜ୍ୟସଭା ସାଂସଦ ମମତା ମହାନ୍ତ। ସେ ରାଜ୍ୟ ଓ ଜାତୀୟ ରାଜନୀତିରେ ପରିଚିତ ଚେହେରା। ବିଶେଷକରି କୁଡ଼ୁମୀମାନଙ୍କ ନିକଟରେ ଅତି ପ୍ରିୟ। କୁଡ଼ୁମୀମାନଙ୍କର ଆଦିବାସୀ ମାନ୍ୟତା ଆନ୍ଦୋଳନ ପ୍ରସଙ୍ଗ ସହିତ ଦୀର୍ଘଦିନ ଧରି ଜଡ଼ିତ ରହିଛନ୍ତି। କୁଡ଼ୁମୀମାନଙ୍କର ଆଦିବାସୀ ମାନ୍ୟତା, ଜାତୀୟ ଉଦ୍ୟାନ ଶିମିଳିପାଳ ମଧ୍ୟରେ ବସବାସ କରୁଥିବା ଆଦିବାସୀମାନଙ୍କର ସମସ୍ୟା, ମୟୂରଭଞ୍ଜରେ ରେଳପଥର ବିକାଶ ପ୍ରସଙ୍ଗକୁ ବହୁବାର ସଂସଦରେ ଉପସ୍ଥାପନ କରି ଚର୍ଚ୍ଚାରେ ରହିଛନ୍ତି। ବାରିପଦାସ୍ଥିତ ଶ୍ରୀମା ମହିଳା ମହାବିଦ୍ୟାଳୟରୁ ସ୍ନାତକ ଶିକ୍ଷା ଲାଭ କରିଥିବା ମମତାଙ୍କ ଶ୍ବଶୁର ଘର ବାମନଘାଟି ଉପଖଣ୍ଡର ବିଶୋଇ ନିକଟସ୍ଥ ନଙ୍ଗଳବେଣ୍ଟପୋଖରିଆରେ ଏବଂ ବାପଘର ସାରସକଣା ବ୍ଲକ୍‌ର କାଣିମହୁଲି ଗ୍ରାମରେ। ପ୍ରଥମେ ବିଜୁ ଜନତା ଦଳରୁ ୨୦୧୨ରେ ବିଶୋଇ ବ୍ଲକରୁ ଜିଲ୍ଲା ପରିଷଦ ସଭ୍ୟା ରୂପେ ନିର୍ବାଚିତ ହୋଇଥିଲେ। ବିଜୁ ଜନତା ଦଳର ପ୍ରାର୍ଥୀ ରୂପେ ୨୦୨୦ ମସିହାରୁ ଏଯାଏଁ ରାଜ୍ୟସଭା ସାଂସଦ ରହିଛନ୍ତି। ଜଣେ ଦକ୍ଷ ସଂଗଠକ ଓ ଆଗଧାଡ଼ିର ନାରୀନେତ୍ରୀ ରୂପେ ସମଗ୍ର ମୟୂରଭଞ୍ଜ ଜିଲ୍ଲାରେ ସେ ସୁପରିଚିତ।

ବାଚସ୍ପତିଙ୍କ ନେତୃତ୍ବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବାକୁ ଆଜି ଦିଲ୍ଲୀ ଯିବେ ଓଡ଼ିଶାର ୨୬ ଜଣିଆ ବିଧାୟକ ଟିମ୍
ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବା ପାଇଁ ଆଜି ଦିଲ୍ଲୀ ଯିବେ ଓଡ଼ିଶା ବିଧାୟକ।  ଦିନ ୧ଟା ୫୦ ମିନଟରେ ଭୁବନେଶ୍ବର ବିମାନବନ୍ଦରରୁ ଦିଲ୍ଲୀ ଅଭିମୁଖେ ବାହାରିବେ ୨୬ ଜଣିଆ ବିଧାୟକ ଟିମ୍ । ଦିଲ୍ଲୀରେ ପହଞ୍ଚିବା ପରେ ଆସନ୍ତାକାଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ବିଧାୟକ ଦଳ ଭେଟି ସମ୍ବର୍ଦ୍ଧନା ଜଣାଇବେ। ବାଚସ୍ପତି ବିକ୍ରମକେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ବିଧାୟକମାନେ ଦିଲ୍ଲୀ ଯିବେ ।

ଉପବାଚସ୍ପତି ରଜନୀକାନ୍ତ ସିଂ, ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ, ବିଧାୟକ ସୁଦାମ ମାର୍ଣ୍ଡି, ଦେବୀ ପ୍ରସାଦ ମିଶ୍ର, ସ୍ନେହାଙ୍ଗିନୀ ଛୁରିଆ, ପଦ୍ମିନୀ ଦିଆନ, ନରସିଂହ ମିଶ୍ର, ତାରା ପ୍ରସାଦ ବାହିନୀପତି, ସନ୍ତୋଷ ସିଂ ସାଲୁଜା, ମୋହନ ମାଝୀ, କୁସୁମ ଟେଟେ ପ୍ରମୁଖ ଦିଲ୍ଲୀ ଯିବେ ମହାମହିମଙ୍କୁ ଓଡିଶା ବିଧାନସଭା ପକ୍ଷରୁ ଧନ୍ୟବାଦ ଦେବା ପାଇଁ ଆଗତ ସଂକଳ୍ପକୁ ସର୍ବସମ୍ମତି କ୍ରମେ ପାରିତ କରାଯାଇଥିଲା । ସେଥିପାଇଁ ବାଚସ୍ପତିଙ୍କ ନେତୃତ୍ବରେ ବିଧାୟକ ଟିମ୍ ଯାଇ ରାଷ୍ଟ୍ରପତିଙ୍କୁ ଭେଟିବେ ।

ଦେଶର ରାଷ୍ଟ୍ରପତି ପଦବୀ ଗ୍ରହଣ କରି ଶ୍ରୀମତୀ ଦ୍ରୌପଦୀ ମୁୁର୍ମୁ ଓଡ଼ିଆ ଜାତିର ପରିଚୟରେ ଆଉ ଏକ ଗରିମାମୟ ପୃଷ୍ଠା ଯୋଡ଼ି ଦେଇଛନ୍ତି : ନବୀନ ପଟ୍ଟନାୟକ
ଭୁବନେଶ୍ବର : ଖବରକାଗଜରେ ସମ୍ପାଦକୀୟ ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ ଦେଶର ସର୍ବୋଚ୍ଚ ଆସନରେ ଅଧିଷ୍ଠିତ ହେବା ପରେ ତାଙ୍କ ଉଦ୍ଦେଶ୍ୟରେ ନବୀନ ‘ଏ ମାଟିର କନ୍ୟା’ ଶୀର୍ଷକରେ ଏକ ସମ୍ପାଦକୀୟ ଲେଖିଛନ୍ତି। ନବୀନ କହିଛନ୍ତି, ସଂସଦ ଭବନର ସେଣ୍ଟ୍ରାଲ ହଲରେ ଯେତେବେଳେ ଦ୍ରୌପଦୀ ମୁର୍ମୁ ଶପଥ ନେଉଥିଲେ, ସେତେବେଳେ ତାହା ଥିଲା ପ୍ରତ୍ୟେକ ଓଡ଼ିଆଙ୍କ ପରି ମୋ ପାଇଁ ଗୌରବର ସର୍ବଶ୍ରେଷ୍ଠ ମୁହୂର୍ତ୍ତ । ଓଡ଼ିଶା ମାଟିର କନ୍ୟା, ଜଣେ ଜନଜାତି ଝିଅ, ଜଣେ ମା’, ଜଣେ ଭଉଣୀ, ଭାରତବର୍ଷର ସର୍ବୋଚ୍ଚ ସମ୍ବିଧାନିକ ପଦରେ ଅଧିଷ୍ଠିତ ହେଉଥିଲେ । ଓଡ଼ିଆ ସ୍ୱାଭିମାନର ଆଉ ଏକ ମହାର୍ଘ୍ୟ ଅବସରରେ ଉପନୀତ ହୋଇଥିଲା । ଇତିହାସର ସେହି ସ୍ୱର୍ଣ୍ଣିମ ଅଧ୍ୟାୟରେ ସାମିଲ ହେବା ମୋର ସୌଭାଗ୍ୟ ଥିଲା ବୋଲି ନବୀନ କହିଛନ୍ତି ।‘ଏ ମାଟିର କନ୍ୟା’ ଶୀର୍ଷକରେ ନବୀନଙ୍କ ଆଲେଖ୍ୟ ଚର୍ଚ୍ଚା ସାଉଣ୍ଟୁଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶର ରାଷ୍ଟ୍ରପତି ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁଙ୍କ ଉଦ୍ଦେଶ୍ୟରେ ଲେଖିଥିବା ‘ଏ ମାଟିର କନ୍ୟା’ …….

“ମୁଁ ଦ୍ରୌପଦୀ ମୁର୍ମୁ…………. ”। ଜୁଲାଇ ୨୫ ତାରିଖ ସମୟ ପୂର୍ବାହ୍ନ ୧୦.୧୪ ମିନିଟ୍ । ଆମ ଗଣତନ୍ତ୍ରର ସର୍ବୋଚ୍ଚ ମନ୍ଦିର ନୂଆଦିଲ୍ଲୀର ସଂସଦ ଭବନର ସେଣ୍ଟ୍ରାଲ ହଲ୍‌ରେ ଯେତେବେଳେ ଏହି ଶବ୍ଦ ଉଚ୍ଚାରିତ ହେଉଥିଲା, ତାହାଥିଲା ପ୍ରତ୍ୟେକ ଓଡ଼ିଆଙ୍କ ପରି ମୋ ପାଇଁ ଗୌରବର ସର୍ବଶ୍ରେଷ୍ଠ ମୁହୂର୍ତ୍ତ ।

ଓଡ଼ିଶା ମାଟିର କନ୍ୟା, ଜଣେ ଜନଜାତି ଝିଅ, ଜଣେ ମା’, ଜଣେ ଭଉଣୀ, ଭାରତବର୍ଷର ସର୍ବୋଚ୍ଚ ସାମ୍ବିଧାନିକ ପଦବୀରେ ଅଧିଷ୍ଠିତ ହେଉଥିଲେ। ଓଡ଼ିଆ ଅସ୍ମିତା, ଓଡ଼ିଆ ସ୍ୱାଭିମାନର ଆଉ ଏକ ମହାର୍ଘ୍ୟ ଅବସର ଉପନୀତ ହୋଇଥିଲା। ଇତିହାସର ସେହି ସ୍ୱର୍ଣ୍ଣିମ ଅବସରରେ ସାମିଲ ହେବା ଥିଲା ମୋର ସୌଭାଗ୍ୟ। ସାଢ଼େ ଚାରି କୋଟି ଓଡ଼ିଶାବାସୀଙ୍କ ପକ୍ଷରୁ ସଂସଦ ଭବନର ସେଣ୍ଟ୍ରାଲ ହଲ୍‌ରେ, ସେଦିନର ମୋର ବିନମ୍ର ଉପସ୍ଥିତି ଥିଲା ସମସ୍ତଙ୍କ ତରଫରୁ ମହାମହିମ ରାଷ୍ଟ୍ରପତିଙ୍କୁ ସମୁଚିତ ସମ୍ମାନ ପ୍ରଦର୍ଶନ। ମହାପ୍ରଭୁ ଶ୍ରୀଜଗନ୍ନାଥ ଆମ ସମସ୍ତଙ୍କର ଆରାଧ୍ୟ । ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସେ ଆମ ଓଡ଼ିଆ ଜାତିର ସର୍ବଶ୍ରେଷ୍ଠ ପରିଚୟ । ଓଡ଼ିଆ ଜାତି ତା’ର ସେହି ପରିଚୟରେ ଗର୍ବିତ ଓ ଗୌରବାନ୍ୱିତ ।

ଓଡ଼ିଆ ଜାତି ଏକ ମହାନ ଜାତି । ଓଡ଼ିଶା ଇତିହାସର ପ୍ରତିଟି ପୃଷ୍ଠାରେ ସ୍ୱାଭିମାନୀ ଓଡ଼ିଆର ଅସ୍ମିତା କାହାଣୀ ଲିପିବଦ୍ଧ। କଳିଙ୍ଗ ଯୁଦ୍ଧ ପରେ ସମ୍ରାଟ ଅଶୋକଙ୍କୁ ଏ ମାଟି ଅହିଂସା ମନ୍ତ୍ରରେ ଦୀକ୍ଷିତ କରିଥିଲା । ଓଡ଼ିଆ ସ୍ୱାଭିମାନ ଓ ଅସ୍ମିତାକୁ ଶୀର୍ଷରେ ପହଞ୍ଚାଇଥିଲେ ସମ୍ରାଟ ମହାମେଘବାହନ ଐର ଖାରବେଳ । ସମ୍ରାଟ କପିଳେନ୍ଦ୍ର ଦେବ କଳିଙ୍ଗ ସାମ୍ରାଜ୍ୟକୁ ଗଙ୍ଗାଠାରୁ ଗୋଦାବରୀ ପର୍ଯ୍ୟନ୍ତ ପରିବ୍ୟାପ୍ତ କରିଥିଲେ । ମୋଗଲ ଓ ମରହଟ୍ଟାମାନେ ଓଡ଼ିଶାକୁ ଦଖଲ କରିବାକୁ ବାରମ୍ବାର ଉଦ୍ୟମ କରିଥିବା ସତ୍ତ୍ୱେ ନିଜ ମାଟିର ଟେକ ଓ ଜାତିର ସ୍ୱାଭିମାନ ରଖିବାକୁ ଓଡ଼ିଆ ବୀର ଆଗେଇ ଆସିଥିଲା । ନିଜ ପ୍ରାଣ ବିନିମୟରେ ମାଟି ମା’କୁ ସୁରକ୍ଷା ଦେଇଥିଲା । ସିପାହୀ ବିଦ୍ରୋହ ପୂର୍ବରୁ ଓଡ଼ିଆ ପାଇକଙ୍କ ନେତୃତ୍ୱରେ ବ୍ରିଟିଶ ବିରୋଧରେ ସଂଘଟିତ ପ୍ରଥମ ସ୍ୱାଧୀନତା ସଂଗ୍ରାମ ଭାରତ ଇତିହାସର ଏକ ଉଲ୍ଲେଖନୀୟ ଘଟଣା।

ଆଜି ସେହି ଓଡ଼ିଆ ଜାତିର ପରିଚୟକୁ ଭାରତବର୍ଷର ରାଜନୈତିକ ଶୀର୍ଷରେ ପହଞ୍ଚାଇ ଜଣେ ଓଡ଼ିଆ ଝିଅ ସର୍ବୋଚ୍ଚ ଆସନରେ ପ୍ରତିଷ୍ଠିତ । ଦେଶର ରାଷ୍ଟ୍ରପତି ପଦବୀ ଗ୍ରହଣ କରି ଶ୍ରୀମତୀ ଦ୍ରୌପଦୀ ମୁୁର୍ମୁ ଓଡ଼ିଆ ଜାତିର ପରିଚୟରେ ଆଉ ଏକ ଗରିମାମୟ ପୃଷ୍ଠା ଯୋଡ଼ି ଦେଇଛନ୍ତି। ଓଡ଼ିଶା ଆଜି ବିଭିନ୍ନ କ୍ଷେତ୍ରରେ ତା’ର ଏକ ପ୍ରଭାବଶାଳୀ ପରିଚୟ ସୃଷ୍ଟି କରିବାରେ ସକ୍ଷମ ହୋଇଛି। ଆମ ରାଜ୍ୟର ମୟୂରଭଞ୍ଜ ପରି ଏକ ସଂସ୍କୃତିସମୃଦ୍ଧ ଜିଲ୍ଲାରେ ଜନ୍ମଗ୍ରହଣ କରି ଦେଶର ପ୍ରଥମ ନାଗରିକ ଭାବେ ଶ୍ରୀମତୀ ମୁର୍ମୁଙ୍କ ପ୍ରତିଷ୍ଠା ସାଢ଼େ ଚାରିକୋଟି ଓଡ଼ିଆଙ୍କ ଲାଗି ନିଶ୍ଚିତ ଏକ ଗର୍ବର ବିଷୟ ।

ଆମ ରାଷ୍ଟ୍ରପତିଙ୍କର ଅନ୍ୟତମ ବିଶିଷ୍ଟ ପରିଚୟ ହେଲା, ସେ ଜଣେ ଓଡ଼ିଆ ମହିଳା। ସମାଜରେ ମା’ ସବୁବେଳେ ଶ୍ରେଷ୍ଠ। ସେ ସୃଷ୍ଟି ଓ ଶକ୍ତିର ପ୍ରତୀକ । ସେହି ମା’ ସଶକ୍ତ ହେଲେ ହିଁ ସମାଜ, ପରିବାର, ରାଜ୍ୟ ଓ ଦେଶ ସଶକ୍ତ ହୋଇଥାଏ । ସେଥିଲାଗି ମୁଁ ସବୁବେଳେ ମା’ମାନଙ୍କୁ ସମାଜର ପ୍ରତ୍ୟେକଟି ପାହାଚରେ ଆଗକୁ ବଢ଼ି ଶୀର୍ଷତାର ସୋପାନରେ ପହଞ୍ଚାଇବାକୁ ପ୍ରୟାସ କରିଆସିଛି। ମା’ମାନେ ସଶକ୍ତ ହୁଅନ୍ତୁ ଓ ନେତୃତ୍ୱ ନିଅନ୍ତୁ ଏହି ଲକ୍ଷ୍ୟରେ ଯେତେବେଳେ ଆମେ ଆଗକୁ ବଢ଼ୁଛୁ ସେତେବେଳେ ଜଣେ ଓଡ଼ିଆ ଝିଅ ବା ଜନଜାତି ବର୍ଗର ମହିଳା ଭାବରେ ଭାରତବର୍ଷର ସର୍ବୋଚ୍ଚ ପଦବୀରେ ବସିବାର ସୁଯୋଗ ପାଇବା, ଆମ ସମସ୍ତଙ୍କ ପାଇଁ ଏକ ଗୌରବମୟ ଉପଲବ୍ଧି। ମୋ ମତରେ ମହିଳା ସଶକ୍ତିକରଣ କ୍ଷେତ୍ରରେ ଏହା ଆମ ସମସ୍ତଙ୍କ ଲାଗି ଏକ ଐତିହାସିକ କୀର୍ତ୍ତିସ୍ତମ୍ଭ। ଭାରତବର୍ଷର ମହାମହିମ ରାଷ୍ଟ୍ରପତି ଭାବରେ ଶ୍ରୀମତୀ ମୁର୍ମୁ ଆଜି ସାର୍ବଭୌମ ଦେଶର ପ୍ରତୀକ । ଦେଶର କୋଟି କୋଟି ମା’ ଭଉଣୀଙ୍କ ଆଶା ଓ ଆକାଂକ୍ଷାର ପ୍ରତିବିମ୍ବ ।

ରାଜନୀତିରେ ମହିଳାମାନେ ଆଗକୁ ଆସନ୍ତୁ, ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ସାମିଲ ହୁଅନ୍ତୁ; ଏହାଥିଲା ନବେ ଦଶକରେ ବିଜୁ ବାବୁଙ୍କର ଲକ୍ଷ୍ୟ । ଏଥିପାଇଁ ମହିଳାମାନଙ୍କ ନିମନ୍ତେ ସରକାରୀ ଚାକିରିରେ ସଂରକ୍ଷଣ ସହିତ ପଞ୍ଚାୟତ ଓ ପୌରସଂସ୍ଥାମାନଙ୍କରେ ମଧ୍ୟ ମହିଳାମାନଙ୍କ ସକାଶେ ସ୍ଥାନ ସଂରକ୍ଷଣ କରି ସାରାଦେଶ ପାଇଁ ସେ ଉଦାହରଣ ସୃଷ୍ଟି କରିଥିଲେ । ପରବର୍ତ୍ତୀ ସମୟରେ ସେହି ସଂରକ୍ଷଣ ସୀମାକୁ ଆମେ ୫୦ ଭାଗକୁ ବୃଦ୍ଧି କରିଛୁ । ଆମର ମା’ ମାନଙ୍କୁ ବହୁ ସଂଖ୍ୟାରେ ନେତୃତ୍ୱ ନେବାପାଇଁ ଏହା ସୁଯୋଗ ସୃଷ୍ଟି କରିଛି।

ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମର ସଫଳତା ମୋତେ ସବୁଠାରୁ ଅଧିକ ଖୁସି ଦେଇଥାଏ । ମୁଁ ଆନନ୍ଦିତ ଯେ ଆଜି ଅନେକ ସ୍ଥାନରେ ପୁରୁଷମାନଙ୍କ ଅପେକ୍ଷା ମା’ମାନେ ହିଁ ନେତୃତ୍ୱର ଦକ୍ଷତା ଓ ପାରଦର୍ଶିତାରେ ଆଗରେ ରହିଛନ୍ତି। ଗତ ସାଧାରଣ ନିର୍ବାଚନରେ ଓଡ଼ିଶାର ୨୧ ଲୋକସଭା ଆସନରୁ ୭ଟି ଆସନରେ ମା’ମାନେ ହିଁ ଭାରତର ସଂସଦକୁ ପ୍ରତିନିଧିତ୍ୱ କରୁଛନ୍ତି ।

ଗଣତନ୍ତ୍ରର ତୃଣମ‌ୂଳ ସ୍ତରରେ ଆଜି ମା’ମାନଙ୍କ ପ୍ରତିନିଧିତ୍ୱ ବୃଦ୍ଧି ପାଇଛି । ତ୍ରିସ୍ତରୀୟ ପଞ୍ଚାୟତ ବ୍ୟବସ୍ଥା ଓ ପୌର ଶାସନରେ ମହିଳାଙ୍କ ନେତୃତ୍ୱ ସାରା ଦେଶରେ ସର୍ବାଗ୍ରେ ରହିଛି । ଆମର ୩୦ଟି ଜିଲ୍ଲା ପରିଷଦ ମଧ୍ୟରୁ ଆଜି ୨୧ଟିରେ ମହିଳାମାନେ ଅଧ୍ୟକ୍ଷା ଦାୟିତ୍ୱ ସୂଚାରୁ ରୂପେ ନିର୍ବାହ କରୁଛନ୍ତି । ପଞ୍ଚାୟତ ସମିତି, ପଞ୍ଚାୟତ, ପୌରସଭା ତଥା ବିଭିନ୍ନ ୱାର୍ଡ଼ର ନେତୃତ୍ୱ ନେବା କ୍ଷେତ୍ରରେ ୫୦ ପ୍ରତିଶତରୁ ଅଧିକ ସ୍ଥାନରେ ମା’ ମାନେ ହିଁ ମେୟର, ଅଧ୍ୟକ୍ଷା, ଉପାଧ୍ୟକ୍ଷା, ସଭ୍ୟା ତଥା ସରପଞ୍ଚ, ୱାର୍ଡ଼ମେମ୍ବର, କାଉନସିଲର ଓ କର୍ପୋରେଟର ଭାବରେ ନିର୍ବାଚିତ ହୋଇ ଜନସେବାରେ ନିଜକୁ ନିୟୋଜିତ ରଖିଛନ୍ତି । ସବୁଠାରୁ ବଡ଼ ଉପଲବ୍ଧି ଯେ ଆଜି ଆମର ମିଶନଶକ୍ତି କାର୍ଯ୍ୟକ୍ରମରେ ୭୦ଲକ୍ଷରୁ ଅଧିକ ମା’ ସାମିଲ ହୋଇ ନିଜକୁ ସାମାଜିକ ତଥା ଆର୍ଥିକ କ୍ଷେତ୍ରରେ ସଶକ୍ତ କରିପାରିଛନ୍ତି । ସଂସଦ ଓ ବିଧାନସଭାରେ ମହିଳାମାନଙ୍କ ଲାଗି ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ କରିବା ଲାଗି ମୋର ପ୍ରୟାସ ଜାରି ରହିଛି ।

ଜଣେ ଜନଜାତି ଭାରତର ସର୍ବୋଚ୍ଚ ସାମ୍ବିଧାନିକ ପଦବୀରେ ଅଧିଷ୍ଠିତ ହୁଅନ୍ତୁ, ଏହା ମୋର ଏକ ବଡ଼ ଅଭିଳାଷ ଥିଲା । ସେଥିଲାଗି ୨୦୧୨ ମସିହା ରାଷ୍ଟ୍ରପତି ନିର୍ବାଚନରେ ଭାରତବର୍ଷର ଜଣେ ମହାନ ଜନନେତା ତଥା ସୁଦକ୍ଷ ପ୍ରଶାସକ ଡଃ ପି.ଏ. ସାଙ୍ଗମାଙ୍କୁ ରାଷ୍ଟ୍ରପତି କରିବା ପାଇଁ ମୁଁ ପ୍ରସ୍ତାବ ଦେଇଥିଲି । ଡଃ ସାଙ୍ଗମା କେବଳ ଆଦିବାସୀ ବର୍ଗର ନୁହଁନ୍ତି, ସମାଜର ସବୁ ବର୍ଗର ଲୋକଙ୍କର ଜଣେ ସମ୍ମାନସ୍ପଦ ନେତା ଥିଲେ । ମେଘାଳୟର ମୁଖ୍ୟମନ୍ତ୍ରୀ, ଜଣେ କେନ୍ଦ୍ରମନ୍ତ୍ରୀ ତଥା ଲୋକସଭାର ବାଚସ୍ପତି ଭାବରେ ସେ ତାଙ୍କ ପ୍ରତିଭାର ପରିଚୟ ଦେଇଥିଲେ । ସମଗ୍ର ଭାରତବର୍ଷରେ ସେ ଜଣେ ସୁପ୍ରତିଷ୍ଠିତ ତଥା ଆଦରଣୀୟ ବ୍ୟକ୍ତିିତ୍ୱ ଥିଲେ । ତେଣୁ ତାଙ୍କୁ ଭାରତର ରାଷ୍ଟ୍ରପତି କରିବା ଦିଗରେ ସମସ୍ତଙ୍କ ସହଯୋଗ ପାଇଁ ମୁଁ ସର୍ବୋତ୍ତମ ଉଦ୍ୟମ କରିଥିଲି।

ଯେତେବେଳେ ପଞ୍ଚଦଶ ରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ ଚୟନରେ ଓଡିଆ ଝିଅ ତଥା ଜନଜାତି ନେତ୍ରୀ ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ନାଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରସ୍ତାବ ଦେଲେ ଏବଂ ମୋ ସହ ଆଲୋଚନା କଲେ; ମୁଁ ସର୍ବାନ୍ତକରଣରେ ସମର୍ଥନ ଜଣାଇଥିଲି। ପ୍ରାର୍ଥୀ ଘୋଷଣା ହେବା ପରେ ଦଳମତ ନିର୍ବିଶେଷରେ ଓଡିଆ ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବା ଲାଗି ନିବେଦନ କରିଥିଲି।

ଆଜି ମୁଁ ବହୁତ ଖୁସି ଯେ ମୋ ଓଡ଼ିଶାର ଜଣେ ଝିଅ, ଜଣେ ଜନଜାତି ମହିଳା ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଦେଶର ସେହି ସର୍ବୋଚ୍ଚ ସାମ୍ବିଧାନିକ ପଦବୀ ମଣ୍ଡନ କରି ମୋ ମାଟିର ଗୌରବକୁ ବୃଦ୍ଧି କରିଛନ୍ତି । ସାରା ବିଶ୍ୱକୁ, ଭାରତବର୍ଷ, ବିଶେଷ କରି ଜଗନ୍ନାଥ ଧାମର ଶାନ୍ତି, ମୈତ୍ରୀ, ଭ୍ରାତୃତ୍ୱ, ସାମ୍ୟ ଓ ଏକତାର ବାର୍ତ୍ତା ଦେଇଛନ୍ତି ।

ସଂସଦର ସେଣ୍ଟ୍ରାଲ ହଲ୍‌ରେ ମହାମହିମ ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ସମୟରେ ତାଙ୍କ ଭାଷଣର ଗୋଟିଏ କଥା ମୋତେ ବେଶ୍‌ ପ୍ରଭାବିତ କରିଥିଲା । ସେ କହିଥିଲେ ଯେ ରାଷ୍ଟ୍ରପତି ପଦବୀକୁ ତାଙ୍କର ନିର୍ବାଚନ ପ୍ରମାଣିତ କରିଛି ଭାରତର ଗରିବ ଲୋକ ସ୍ୱପ୍ନ ଦେଖିପାରେ ଓ ସେହି ସ୍ୱପ୍ନକୁ ମଧ୍ୟ ସାକାର କରିପାରେ । ମହାମହିମ ରାଷ୍ଟପ୍ରତିଙ୍କର ଏହି ଉକ୍ତି ନିଶ୍ଚିତ ଭାବରେ ଆମ ସମସ୍ତଙ୍କ ପାଇଁ ପ୍ରେରଣାଦାୟକ ଓ ତାତ୍ପର୍ଯ୍ୟପୂର୍ଣ୍ଣ ।୨୦୦୦ ମସିହାରୁ ମୁଁ ଓଡ଼ିଶା ମା’ର ସେବାରେ ନିଜକୁ ସମର୍ପିତ କରିଦେଇଛି । ସେବେଠାରୁ ସମାଜର ଗରିବ, ଅବହେଳିତ, ମହିଳା ଓ ପଛୁଆ ବର୍ଗଙ୍କୁ ଆଗକୁ ଆଣିବା ପାଇଁ ସତତ ପ୍ରୟାସ ଜାରି ରଖିଛି । ବିଶେଷକରି ଜନଜାତି ଭାଇଭଉଣୀମାନଙ୍କ ପାଇଁ ଶିକ୍ଷା ଓସାମାଜିକ କ୍ଷେତ୍ରରେ ପରିବର୍ତ୍ତନ ଆଣି ସେମାନଙ୍କୁ ସ୍ୱପ୍ନ ଦେଖିବାର ତଥା ସେହି ସ୍ୱପ୍ନକୁ ସାକାର କରିବାର ପଥ ପ୍ରଶସ୍ତ କରିଚାଲିଛି । ଶିକ୍ଷା ରୂପାନ୍ତରଣର ଶକ୍ତିଶାଳୀ ମାଧ୍ୟମ। ଶିକ୍ଷା ଜରିଆରେ ଜନଜାତି ପିଲାମାନଙ୍କୁ ସଶକ୍ତ କରି ସେମାନଙ୍କୁବିକାଶର ମୁଖ୍ୟଧାରାକୁ ଆଣିବା ନିମନ୍ତେ ଅନେକ କାର୍ଯ୍ୟକ୍ରମ ଜାରି ରହିଛି ।

ଖୁସିର କଥା ଏହାର ଫଳସ୍ୱରୂପ ଆଜି ଆମ ରାଜ୍ୟର ଅଗଣିତ ଜନଜାତି ପୁଅଝିଅ ଭଲ ପାଠପଢ଼ିବାର ସୁଯୋଗ ପାଇ ବଡ଼ ହେବାର ସ୍ୱପ୍ନ ଦେଖିପାରୁଛନ୍ତି ଓ ସେହି ସ୍ୱପ୍ନକୁ ସାକାର ମଧ୍ୟ କରିପାରୁଛନ୍ତି । ସମାଜର ସବୁ ବର୍ଗର ଗରିବ ପିଲାଙ୍କୁ ବଡ଼ ହେବାର ରାସ୍ତା ପ୍ରଶସ୍ତ କରିବାରେ ଆମର ପ୍ରୟାସ ଅନେକ ଉପଲବ୍ଧି ଆଣିପାରିଛି । ଜଣେ ଜନଜାତି ଝିଅ ଭାବରେ ଆଜିର ମହାମହିମ ରାଷ୍ଟ୍ରପତି ମୟୂରଭଞ୍ଜର ଉପରବେଡ଼ା ଗାଁରୁ ଆସି ଭୁବନେଶ୍ୱରରେ ରହି ପାଠ ପଢ଼ିବା, ସରକାରୀ ଚାକିରି କରିବା ସହିତ ପରବର୍ତ୍ତୀ ସମୟରେ ରାଜନୀତି କ୍ଷେତ୍ରକୁ ଆସି କାଉନସିଲର, ବିଧାୟକ, ମନ୍ତ୍ରୀ, ରାଜ୍ୟପାଳ ଏବଂ ସର୍ବୋପରି ରାଷ୍ଟ୍ରପତି ଦାୟିତ୍ୱ ଗ୍ରହଣ କରି ଯେଉଁ ବିରଳ ସଫଳତା ହାସଲ କରିଛନ୍ତି, ତାହା ସବୁଦିନ ପାଇଁ ଏକ ପଥ ପ୍ରଦର୍ଶକ ଉଦାହରଣ ହୋଇ ରହିବ ।

ଶେଷରେ ମୁଁ ତାଙ୍କୁ ଆଉଥରେ ଅଭିନନ୍ଦନ ଜଣାଉଛି । ଶପଥ ଗ୍ରହଣ ସମୟରେ ତାଙ୍କର ପ୍ରଥମ ସମ୍ବୋଧନରୁ ସାରା ବିଶ୍ୱକୁ ସେ ଯେଉଁ ଜଗତକଲ୍ୟାଣର ବାର୍ତ୍ତା ଦେଇଛନ୍ତି ଏବଂ ଓଡ଼ିଆ ଜାତିର ଗୌରବ ସନ୍ଥକବି ଭୀମଭୋଇଙ୍କ ଉକ୍ତିକୁ ଉଦ୍ଧୃତ କରିଛନ୍ତି, ଆଜି ତାହା ଆଉଥରେ ଆମ ଅସ୍ମିତାର ପ୍ରତିଷ୍ଠାକୁ ଗୌରବମଣ୍ଡିତ କରିଛି । ମୁଁ ଆଶା ରଖିବି, ଆମ ସମସ୍ତଙ୍କ କାର୍ଯ୍ୟ ଓ ଭାବନାରେ ସନ୍ଥକବି ଭୀମଭୋଇଙ୍କର ସେହି ଉକ୍ତି ‘ମୋ ଜୀବନ ପଛେ ନର୍କେ ପଡ଼ିଥାଉ, ଜଗତ ଉଦ୍ଧାର ହେଉ’ ସତତ ପ୍ରତିଫଳିତ ହେଉ ।