MPEDA - The Sakala

ସାମୁଦ୍ରିକ ଉତ୍ପାଦ ରପ୍ତାନୀ ଉନ୍ନୟନ କର୍ତ୍ତୃପକ୍ଷର ସଦସ୍ୟ ଭାବେ ନିର୍ବାଚିତ ହେଲେ ବିଜେଡି ସାଂସଦ ମାନସ ମଙ୍ଗରାଜ
ନୂଆଦିଲ୍ଲୀ : ବିଜୁ ଜନତା ଦଳର ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ସାମୁଦ୍ରିକ ଉତ୍ପାଦ ରପ୍ତାନୀ ଉନ୍ନୟନ କର୍ତ୍ତୃପକ୍ଷ (MPEDA)ର ସଦସ୍ୟ ଭାବେ ନିର୍ବାଚିତ ହୋଇଛନ୍ତି। ଏନେଇ ରାଜ୍ୟସଭା ଡେପୁଟି ସେକ୍ରେଟେରୀ ସତୀଶ ମେସରା ପତ୍ର ମାଧ୍ୟମରେ ଜଣାଇଛନ୍ତି। ସାମୁଦ୍ରିକ ଉତ୍ପାଦ ରପ୍ତାନୀ ଉନ୍ନୟନ ପ୍ରାଧିକରଣ (MPEDA) ର ସଦସ୍ୟ ଭାବେ ନିର୍ବାଚିତ ହେବା ପରେ ବିଜେଡି ରାଜ୍ୟସଭା ସାଂସଦ ଶ୍ରୀ ମଙ୍ଗରାଜ ଖୁସି ବ୍ୟକ୍ତ କରିବା ସହ ତାଙ୍କର ଏହି ସଫଳତାର ଶ୍ରେୟ ରାଜ୍ୟର ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଦେଇଛନ୍ତି। ଏଥି ସହିତ ଆଗକୁ ସାମୁଦ୍ରିକ ଉତ୍ପାଦ ଶିଳ୍ପକୁ ଆଗକୁ ନେବା ପାଇଁ ମୋର ମୂଲ୍ୟବାନ ଅବଦାନକୁ ଅପେକ୍ଷା କରିଛି ବୋଲି ଟ୍ବିଟ୍‌ କରି କହିଛନ୍ତି।

Pleased to share that I have been elected as a Member of the Marine Products Export Development Authority (MPEDA).

Looking forward to my valuable contribution to the promotion of marine products industry.

I owe my success to Hon’ble CM @Naveen_Odisha . Thank you Sir. pic.twitter.com/f9V9zTZkpZ

— Manas Mangaraj (@manasrmangaraj) July 28, 2022

ସୂଚନାଯୋଗ୍ୟ ୧୯୭୨ ମସିହାରେ ସଂସଦରେ ସାମୁଦ୍ରିକ ଉତ୍ପାଦ ରପ୍ତାନୀ ଉନ୍ନୟନ ପ୍ରାଧିକରଣ (MPEDA) ଗଠନ କରାଯାଇଥିଲା। ଏହାପୂର୍ବରୁ ଭାରତ ସରକାରଙ୍କ ଦ୍ବାରା ୧୯୬୧ରେ ପ୍ରତିଷ୍ଠିତ ସାମୁଦ୍ରିକ ଦ୍ରବ୍ୟ ରପ୍ତାନୀ ପ୍ରୋତ୍ସାହନ ପରିଷଦ ୨୫ ଅଗଷ୍ଟ ୧୯୭୨ରେ ସଂସଦ ଦ୍ବାରା ଗଠିତ ସାମୁଦ୍ରିକ ଉତ୍ପାଦ ରପ୍ତାନୀ ଉନ୍ନୟନ ପ୍ରାଧିକରଣ (MPEDA)ରେ ରୂପାନ୍ତରିତ ହୋଇଯାଇଥିଲା। ସାମୁଦ୍ରିକ ଉତ୍ପାଦ ରପ୍ତାନୀ ଉନ୍ନୟନ ପ୍ରାଧିକରଣ (MPEDA) କୁ ଦେଶରୁ ରପ୍ତାନି ହେଉଥିବା ସାମୁଦ୍ରିକ ଉତ୍ପାଦ ସହ ଏଥି ସହିତ ଜଡିତ ଶିଳ୍ପକୁ ବିଶେଷ ପ୍ରୋତ୍ସାହିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏହି ସଙ୍ଗଠନ ଚିଙ୍ଗୁଡ଼ି, କଙ୍କଡା ପରି ସାମୁଦ୍ରିକ ଉତ୍ପାଦ ଓ ଅନ୍ୟାନ୍ୟ ଜଳଜନ୍ତୁ କିମ୍ବା ଉଦ୍ଭିଦ ଯାହା ବାଣିଜ୍ୟିକ ଉତ୍ପାଦ ଭାବରେ ଜଣାଶୁଣା, ଏସବୁର ରପ୍ତାନୀକୁ ପ୍ରୋତ୍ସାହିତ କରିବା ସହ ଆବଶ୍ୟକ ଉତ୍ସଗୁଡିକର ବିକାଶ ତଥା ବୃଦ୍ଧି ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରିବ। ଏଥି ସହିତ ସାମୁଦ୍ରିକ ଉତ୍ପାଦ ରପ୍ତାନୀ ଉନ୍ନୟନ ପ୍ରାଧିକରଣ ନିଜ ସହ ଜଡିତ କୌଣସି ଉତ୍ପାଦକୁ ଗେଜେଟ୍ ଅଫ୍ ଇଣ୍ଡିଆର ବିଜ୍ଞପ୍ତି ଦ୍ବାରା ଆଇନ ମାଧ୍ୟମରେ ସାମୁଦ୍ରିକ ଉତ୍ପାଦ ବୋଲି ଘୋଷଣା କରିପାରନ୍ତି।ଏହି ନିୟମ ସାମୁଦ୍ରିକ ଦ୍ରବ୍ୟର ରପ୍ତାନିକୁ ନିୟନ୍ତ୍ରଣ କରିବା ଏବଂ ଦେଶରୁ ସ୍ଥାୟୀ, ଗୁଣାତ୍ମକ ସାମୁଦ୍ରିକ ଖାଦ୍ୟ ରପ୍ତାନି ସୁନିଶ୍ଚିତ କରିବା ପାଇଁ ଆବଶ୍ୟକ ସମସ୍ତ ପଦକ୍ଷେପ ଗ୍ରହଣ କରିବାକୁ MPEDA କୁ କ୍ଷମତା ପ୍ରଦାନ କରେ। ଦେଶରୁ ସାମୁଦ୍ରିକ ଖାଦ୍ୟ ରପ୍ତାନୀକୁ ସୁରକ୍ଷା ଏବଂ ବୃଦ୍ଧି ପାଇଁ ଭବିଷ୍ୟତରେ ଆବଶ୍ୟକ ହେଉଥିବା କୌଣସ ବିଷୟକୁ MPEDA ନିଜ ପାଇଁ ଲେଖିବାକୁ କ୍ଷମତା ଦିଆଯାଇଛି । ଏହା ସାମୁଦ୍ରିକ ଦ୍ରବ୍ୟ, ଏହାର କଞ୍ଚାମାଲ, ଫିକ୍ସିଂ ଷ୍ଟାଣ୍ଡାର୍ଡ, ନିର୍ଦ୍ଦିଷ୍ଟକରଣ ଏବଂ ଯାଞ୍ଚ କରିବା ସହିତ ବିଦେଶରେ ସାମୁଦ୍ରିକ ଖାଦ୍ୟ ମାର୍କେଟିଂ ପାଇଁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନେବାକୁ ମଧ୍ୟ କ୍ଷମତାପ୍ରାପ୍ତ।

ଉଲ୍ଲେଖଯୋଗ୍ୟ ଶ୍ରୀ ମଙ୍ଗରାଜ ସାମୁଦ୍ରିକ ଉତ୍ପାଦ ରପ୍ତାନୀ ଉନ୍ନୟନ କର୍ତ୍ତୃପକ୍ଷ (MPEDA)ର ସଦସ୍ୟ ଭାବେ ନିର୍ବାଚତ ହେବା ଓଡିଶା ପାଇଁ ବେଶ ଲାଭଦାୟକ ହେବ। କାରଣ ଓଡ଼ିଶା ସାମୁଦ୍ରିକ ଉତ୍ପାଦ ରପ୍ତାନୀ କରିବାରେ ବର୍ତ୍ତମାନ ଦେଶରେ ଏକ ପ୍ରମୁଖ ରାଜ୍ୟରେ ପରିଣତ ହୋଇଛି। ଗତ ବର୍ଷ ରାଜ୍ୟରୁ ୪୫୬୦ କୋଟି ଟଙ୍କାର ସାମୁଦ୍ରିକ ଖାଦ୍ୟ ରପ୍ତାନୀ ହୋଇଥିବା ବେଳେ ଚଳିତ ବର୍ଷରେ ଏହି ପରିମାଣ ବୃଦ୍ଧି ପାଇବାର ଯଥେଷ୍ଟ ସମ୍ଭାବନା ରହିଛି। ଓଡ଼ିଶା ଗତବର୍ଷ ମୋଟ ୯.୯୧ ଲକ୍ଷ ମେଟ୍ରିକ୍‍ ଟନ୍‍ ମାଛ ଉତ୍ପାଦନ କରି ଦେଶରେ ଚତୁର୍ଥ ସ୍ଥାନ ହାସଲ କରିଥିବା ବେଳେ ୪୫୬୦ କୋଟି ଟଙ୍କାର ରେକର୍ଡ ସାମୁଦ୍ରିକ ଖାଦ୍ୟ ରପ୍ତାନୀ କରିଛି। ରାଜ୍ୟରେ ଥିବା ପ୍ରଚୁର ଜଳ ସମ୍ପଦରେ ବିଭିନ୍ନ ପ୍ରକାରର ମାଛ ଚାଷ କରି ମତ୍ସ୍ୟଜୀବୀ ଓ ମତ୍ସ୍ୟଚାଷୀମାନଙ୍କ ଆୟ ବୃଦ୍ଧି ନିମନ୍ତେ ପର୍ଯ୍ୟାପ୍ତ ସୁଯୋଗ ରହିଛି।

ମାଛ ଚାଷରେ ବିବିଧିକରଣ ଆଣିବା ଦିଗରେ ସାମୁଦ୍ରିକ ଉତ୍ପାଦ ରପ୍ତାନୀ ଉନ୍ନୟନ କର୍ତ୍ତୃପକ୍ଷ ଏବଂ ରାଜୀବ ଗାନ୍ଧୀ ଜଳକୃଷି କେନ୍ଦ୍ର ସହିତ ରାଜ୍ୟ ସରକାର ଗୋପାଳପୁରର ଓଡ଼ିଶା ଚିଙ୍ଗୁଡ଼ି ଜାଆଁଳ ଉତ୍ପାଦନ, ଯୋଗାଣ ଓ ଗବେଷଣା କେନ୍ଦ୍ର (ଓଏ୍‍ଏସ୍‍ପିଏଆରସି)ର ଉନ୍ନତି ତଥା ନବୀକରଣ ସହିତ ଭେକ୍‍ଟୀ ଏବଂ ଟାଇଗର୍‍ ଚିଙ୍ଗୁଡ଼ି ପ୍ରଜାତିର ଜାଆଁଳ ଉତ୍ପାଦନ ନିମନ୍ତେ ବୁଝାମଣା ପତ୍ର ସ୍ୱାକ୍ଷର କରିଥିବା ବେଳେ ଓଡ଼ିଶାରେ ଏହିପରି ଅଧିକ ପ୍ରକଳ୍ପ ପ୍ରତିଷ୍ଠା ନିମନ୍ତେ ବିଭାଗ ଦ୍ୱାରା ଗୁରୁତ୍ୱ ଦିଆଯାଇଛି। ମାଛଚାଷ ଓ ଉତ୍ପାଦନ ବୃଦ୍ଧି ନିମନ୍ତେ ଭିତ୍ତିଭୂମିର ଉନ୍ନତି ଓ ନିର୍ମାଣ ଦିଗରେ ପଦକ୍ଷେପ ନିଆଯାଉଥିବା ସମୟରେ ରାଜ୍ୟର ସାଂସଦ ମାନସ ମଙ୍ଗରାଜ ସାମୁଦ୍ରିକ ଉତ୍ପାଦ ରପ୍ତାନୀ ଉନ୍ନୟନ କର୍ତ୍ତୃପକ୍ଷ (MPEDA)ର ସଦସ୍ୟ ଭାବେ ନିର୍ବାଚିତ ହେବା ରାଜ୍ୟପାଇଁ ଶୁଭଙ୍କର ହେବ।