MP Manas Mangaraj - The Sakala

ଦିଲ୍ଲୀରେ ‘ଓଡ଼ିଶା ସାଂସ୍କୃତିକ କେନ୍ଦ୍ର ଓ ଐତିହ୍ୟ ଲାଇବ୍ରେରୀ’ ପ୍ରତିଷ୍ଠା ପାଇଁ ଯୋଜନା ନାହିଁ; ମାନସ ପ୍ରଶ୍ନରେ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀଙ୍କ ଉତ୍ତର...
ଭୁବନେଶ୍ୱର: ରାଜଧାନୀ ଦିଲ୍ଲୀରେ ‘ଓଡ଼ିଶା ସାଂସ୍କୃତିକ କେନ୍ଦ୍ର ଓ ଐତିହ୍ୟ ଲାଇବ୍ରେରୀ’ ସ୍ଥାପନ ସମ୍ପର୍କରେ କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି। ସଂସଦରେ ସାଂସଦ ମାନସ ରଞ୍ଜନ ମଙ୍ଗରାଜଙ୍କ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ କହିଛନ୍ତି ଯେ ନୂଆଦିଲ୍ଲୀରେ ଏକ ନିର୍ଦ୍ଦିଷ୍ଟ ‘ଓଡ଼ିଶା ସାଂସ୍କୃତିକ କେନ୍ଦ୍ର ଓ ଐତିହ୍ୟ ଲାଇବ୍ରେରୀ’ ପ୍ରତିଷ୍ଠା ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ କୌଣସି ପ୍ରସ୍ତାବ ମନ୍ତ୍ରଣାଳୟ ପାଖକୁ ଆସିନାହିଁ। ମନ୍ତ୍ରୀ ଆହୁରି କହିଛନ୍ତି ଯେ ଏପରି କୌଣସି ପ୍ରସ୍ତାବ ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ନିକଟରେ ମଧ୍ୟ ବିଚାରାଧୀନ ନାହିଁ ଓ ଏହା ସମ୍ୱନ୍ଧରେ କୌଣସି ସମୟସୀମା ନିର୍ଦ୍ଧାରିତ ହୋଇନାହିଁ। ତେଣୁ ନିକଟ ଭବିଷ୍ୟତରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବା ସମ୍ଭାବନା ନାହିଁ ବୋଲି ସ୍ପଷ୍ଟ ହୋଇଛି।

ଗୁରୁବାର ରାଜ୍ୟସଭାରେ ସାଂସଦ ଶ୍ରୀ ମଙ୍ଗରାଜ, ଓଡ଼ିଶା ସରକାରଙ୍କ ଦ୍ୱାରା ନୂଆଦିଲ୍ଲୀରେ ଏକ ନିର୍ଦ୍ଦିଷ୍ଟ ‘ଓଡ଼ିଶା ସାଂସ୍କୃତିକ କେନ୍ଦ୍ର ଓ ଐତିହ୍ୟ ଲାଇବ୍ରେରୀ’ ସ୍ଥାପନ ପାଇଁ କୌଣସି ପ୍ରସ୍ତାବ ମନ୍ତ୍ରଣାଳୟ ପାଖକୁ ଆସିଛି କି ବୋଲି ପ୍ରଶ୍ନ କରିଥିଲେ। ଏହାସହ ଯଦି ପ୍ରସ୍ତାବ ଆସିଥାଏ, ତେବେ ଏହାର ବିବରଣୀ ଏବଂ ଏହାର ପରୀକ୍ଷଣ/ଅନୁମୋଦନର ବର୍ତ୍ତମାନ ସ୍ଥିତି କ’ଣ ଜଣାଇବାକୁ ଆଗ୍ରହ ପ୍ରକାଶ କରିଥିଲେ। ଯଦି ନାହିଁ, ତେବେ କେନ୍ଦ୍ର ସରକାର କୌଣସି ଯୋଜନା ଅଧୀନରେ କିମ୍ୱା ଓଡ଼ିଶା ସରକାର ସହ ମିଳିତ ଭାବେ ଏହି ପଦକ୍ଷେପ ନେବେ କି? ଉକ୍ତ ସାଂସ୍କୃତିକ କେନ୍ଦ୍ର ଓ ଐତିହ୍ୟ ଲାଇବ୍ରେରୀ କେବେ ସ୍ଥାପିତ ହେବାର ସମ୍ଭାବନା ଅଛି ବୋଲି ଜଣାଇବାକୁ ପ୍ରଶ୍ନ କରିଥିଲେ। ଏହାର ଉତ୍ତରେ ମନ୍ତ୍ରୀ ଶ୍ରୀ ଶେଖାୱତ ଉପରୋକ୍ତ ତଥ୍ୟ ସହ ଏନେଇ କୌଣସି ଯୋଜନା ନାହିଁ ବୋଲି ସ୍ପଷ୍ଟ କରିଛନ୍ତି।

ମନ୍ତ୍ରୀ ଆହୁରି କହିଛନ୍ତି, ଦେଶର ବିଭିନ୍ନ ରାଜ୍ୟର ଲୋକକଳା ଓ ସଂସ୍କୃତିକୁ ପ୍ରୋତ୍ସାହନ ଦେବା ପାଇଁ ପ୍ରୟାଗରାଜଠାରେ ଉତ୍ତର କେନ୍ଦ୍ରାଞ୍ଚଳ ସାଂସ୍କୃତିକ କେନ୍ଦ୍ର ମାଧ୍ୟମରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହି ପରିସ୍ଥିତିରେ ଓଡ଼ିଶାର ଏକ ସ୍ୱତନ୍ତ୍ର ସାଂସ୍କୃତିକ କେନ୍ଦ୍ର ସ୍ଥାପନ ପାଇଁ ପ୍ରଥମେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତାବ ଆସିବା ଆବଶ୍ୟକ ବୋଲି ମନ୍ତ୍ରଣାଳୟ ସୂଚନା ଦେଇଛି।

ଓଡ଼ିଶାରେ ସାର କଳାବଜାରୀକୁ ନେଇ ରାଜ୍ୟସଭାରେ ସାଂସଦ ମାନସ ମଙ୍ଗରାଜଙ୍କ ଉଦ୍‌ବେଗ
ଭୁବନେଶ୍ୱର: ରାଜ୍ୟରେ ସାରର ବ୍ୟାପକ କଳାବଜାର ଏବଂ ଅବୈଧ ବିକ୍ରି କରାଯାଉଛି। ଅସାଧୁ ଉପାୟରେ ଡିଲର୍‌ ମାଲାମାଲ୍‌ ହେଉଥିଲା ବେଳେ ଚାଷୀ ମୁଣ୍ଡରେ ହାତ ଦେଉଛନ୍ତି। ଏଥିପାଇଁ ବିଭିନ୍ନ ସମୟରେ ଚାଷୀ ଏବଂ ବିଭିନ୍ନ ସଂଗଠନ ଆନ୍ଦୋଳନ ପାଇଁ ରାଜରାସ୍ତାକୁ ଉହ୍ଲାଉଛନ୍ତି। ରାଜ୍ୟରେ ଚାଷୀଙ୍କ ଏଭଳି ଦୟନୀୟ ଅବସ୍ଥା ଏବଂ ଡିଲର୍‌ଙ୍କ କାର୍ଯ୍ୟକଳାପକୁ ନେଇ ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜ ରାଜ୍ୟସଭାରେ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି। କେନ୍ଦ୍ର ସାର ମନ୍ତ୍ରୀଙ୍କୁ ଶ୍ରୀ ମଙ୍ଗରାଜ ଏନେଇ ୩ଟି ପ୍ରଶ୍ନ କରିଛନ୍ତି। ଗତ ତିନି ବର୍ଷ ମଧ୍ୟରେ ଓଡ଼ିଶାରେ ସାର କଳାବଜାରୀ ଓ ଅବୈଧ ବିକ୍ରୟ ସମ୍ପର୍କିତ ମାମଲା ସଂଖ୍ୟା କେତେ ରହିଛି। ଜିଲ୍ଲାୱାରୀ କେତେ ଡିଲର୍‌ମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ଏବଂ ଜରିମାନା ଆଦାୟ କରାଯାଇଛି। ଓଡ଼ିଶାରେ ସାରର ନିରପେକ୍ଷ ବଣ୍ଟନ ଏବଂ ତଦାରଖକୁ ସୁଦୃଢ଼ କରିବା ପାଇଁ କ’ଣ ସବୁ ପଦକ୍ଷେପ ଗ୍ରହଣ କରାଯାଇଛି।

ଏହାର ଉତ୍ତରରେ ମନ୍ତ୍ରୀ କହିଛନ୍ତି, କଳାବଜାରୀ ଏବଂ ଅବୈଧ ବିକ୍ରି ପାଇଁ ରାଜ୍ୟ ସରକାରଗୁଡ଼ିକ ଆଇନ ଅନୁଯାୟୀ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କ୍ଷମତାପ୍ରାପ୍ତ। ଓଡ଼ିଶା ସରକାରଙ୍କ ଅନୁଯାୟୀ, ୨୦୨୩-୨୪ ଏବଂ ୨୦୨୪-୨୫ ବର୍ଷ ମଧ୍ୟରେ ସାର କଳାବଜାରୀ କିମ୍ୱା ବେଆଇନ ବିକ୍ରୟ ସହିତ ଜଡ଼ିତ କୌଣସି ମାମଲା ରିପୋର୍ଟ ହୋଇନାହିଁ। ତଥାପି, ୨୦୨୫-୨୬ ମଧ୍ୟରେ ଢେଙ୍କାନାଳ, ଝାରସୁଗୁଡ଼ା ଏବଂ ସମ୍ୱଲପୁର ଜିଲ୍ଲାରେ ଗୋଟିଏ ଲେଖାଏଁ ମୋଟ ୩ଟି କଳାବଜାରୀ ମାମଲା ରିପୋର୍ଟ ହୋଇଛି। ଗତ ତିନିବର୍ଷ ମଧ୍ୟରେ ସାର ନିୟନ୍ତ୍ରଣ ଆଦେଶ, ୧୯୮୫ର ବିଭିନ୍ନ ବ୍ୟବସ୍ଥାର ଉଲ୍ଲଂଘନ ପାଇଁ ଡିଲର୍‌ମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଅନୁଯାୟୀ ୩୬ଜଣଙ୍କ ଲାଇସେନ୍ସକୁ ନିଲମ୍ବିତ କରାଯାଇଥିଲା। ସେହିପରି ୧୯୨ ଡିଲରଙ୍କ ଲାଇସେନ୍ସ ରଦ୍ଦ କରାଯାଇଛି।

ରାଜ୍ୟସଭାରେ ସାଂସଦ ମାନସଙ୍କ ପ୍ରଶ୍ନରେ କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରୀଙ୍କ ଉତ୍ତର: ଓଡ଼ିଶାର ପଞ୍ଚାୟତିରାଜ ବ୍ୟବସ୍ଥାରେ ୫୭ ହଜାର ମହିଳା ପ୍ରତିନିଧି
ଭୁବନେଶ୍ୱର: ଓଡ଼ିଶାରେ ବର୍ତ୍ତମାନ ୫୭ ହଜାର ୧ ଜଣ ମହିଳା ପଞ୍ଚାୟତିରାଜ ବ୍ୟବସ୍ଥାରେ ପ୍ରତିନିଧିତ୍ୱ କରୁଛନ୍ତି। ରାଜ୍ୟସଭାରେ ବିଜେଡି ସାଂସଦ ମାନସ ରଞ୍ଜନ ମଙ୍ଗରାଜଙ୍କ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରୀ ରାଜୀବ ରଞ୍ଜନ ସିଂହ ଏହି ତଥ୍ୟ ଦେଇଛନ୍ତି। ବୁଧବାର ସାଂସଦ ଶ୍ରୀ ମଙ୍ଗରାଜ ଏକ ଅଣତାରକା ପ୍ରଶ୍ନରେ ଓଡ଼ିଶାରେ ପଞ୍ଚାୟତିରାଜ ବ୍ୟବସ୍ଥାରେ କେତେଜଣ ମହିଳା ପ୍ରତିନିଧି ରହିଛନ୍ତି ଓ ଏମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ଗତ ୩ ବର୍ଷ ମଧ୍ୟରେ ତାଲିମ ପାଇଁ ନିଆଯାଇଥିବା ପଦକ୍ଷେପ ସାଙ୍ଗକୁ  ଓଡ଼ିଶାରେ ମହିଳା ସଦସ୍ୟଙ୍କ ପାଇଁ ବିଶେଷ ନେତୃତ୍ୱ ଏବଂ ଡିଜିଟାଲ୍‌ ତାଲିମ ମଡ୍ୟୁଲ୍‌ ପ୍ରଚଳନ କରିବାର କୌଣସି ପ୍ରସ୍ତାବ ରହିଛି କି ବୋଲି ଜାଣିବାକୁ ଆଗ୍ରହ ପ୍ରକାଶ କରିଥିଲେ। ଏହାସହିତ ପଞ୍ଚାୟତ କାର୍ଯ୍ୟକ୍ରମର ଯୋଜନା ଓ କାର୍ଯ୍ୟକାରିତାରେ ମହିଳାମାନଙ୍କର ଫଳପ୍ରଦ ଅଂଶଗ୍ରହଣ ସୁନିଶ୍ଚିତ କରିବା ପାଇଁ କ’ଣ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ଶ୍ରୀ ମଙ୍ଗରାଜ ପ୍ରଶ୍ନ କରିଥିଲେ।

ଏହାର ଉତ୍ତରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି. କେନ୍ଦ୍ର ସରକାର ‘ପୁନର୍ଗଠିତ ରାଷ୍ଟ୍ରୀୟ ଗ୍ରାମ ସ୍ୱରାଜ ଅଭିଯାନ’ ନାମରେ ଏକ ଯୋଜନା ପ୍ରଣୟନ କରିଛନ୍ତି। ଏହି ଯୋଜନାରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ପଞ୍ଚାୟତ ଶାସନକୁ ସୁଧାରିବା ପାଇଁ, ନିର୍ବାଚିତ ପ୍ରତିନିଧିମାନଙ୍କ କ୍ଷମତା ଆଦି ବିଷୟରେ ପ୍ରଶିକ୍ଷିତ କରାଯାଉଛି। ଏହି ଯୋଜନା ଅଧୀନରେ ତିନି ବର୍ଷରେ ମୋଟ ୨୪,୧୨,୯୯୦ ଜଣ ମହିଳା ନିର୍ବାଚିତ ପ୍ରତିନିଧିଙ୍କୁ ପ୍ରଶିକ୍ଷଣ ଦିଆଯାଇଥିବା ବେଳେ ଏଥିରେ ଓଡ଼ିଶାରୁ ୧,୨୨,୪୩୮ ଜଣ ମହିଳା ନିର୍ବାଚିତ ପ୍ରତିନିଧି ସାମିଲ ହୋଇଛନ୍ତି।
ଏହାସହିତ ଓଡ଼ିଶା ସମେତ ୨୧ଟି ରାଜ୍ୟରେ ପଞ୍ଚାୟତିରାଜ ବ୍ୟବସ୍ଥାରେ ୫୦% ମହିଳାଙ୍କୁ ସଂରକ୍ଷଣ ଦିଆଯାଉଛି। ତୃଣମୂଳ ସ୍ତରରେ ଶାସନରେ ମହିଳାମାନଙ୍କର ଅଂଶଗ୍ରହଣକୁ ଶକ୍ତିଶାଳୀ କରିବା ପାଇଁ, ପଞ୍ଚାୟତିରାଜ ମନ୍ତ୍ରାଳୟ ପକ୍ଷରୁ ଗ୍ରାମ ସଭା ପୂର୍ବରୁ ମହିଳା ସଭା ଆୟୋଜନ କରିବାକୁ ପରାମର୍ଶ ଦିଆଯାଉଛି। ଏହି ପ୍ରକ୍ରିୟା ମହିଳାମାନଙ୍କର ଅଧିକ ସହଭାଗିତାକୁ ଉତ୍ସାହିତ କରୁଛି ବୋଲି ମନ୍ତ୍ରୀ ଉତ୍ତର ଦେଇଛନ୍ତି।

ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଭିତ୍ତିଭୂମି ମିଶନରେ କେନ୍ଦ୍ରୀୟ ଅନୁଦାନ ହ୍ରାସକୁ ନେଇ ସଂସଦରେ ମାନସଙ୍କ ଉଦ୍‌ବେଗ
ଭୁବନେଶ୍ୱର: ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଭିତ୍ତିଭୂମି ମିଶନରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଲଗାତାର ଭାବେ ଓଡ଼ିଶାକୁ ଅର୍ଥ କମ୍‌ ମଞ୍ଜୁର କରାଯାଉଛି। ୨୦୨୨-୨୩ ମସିହାରେ ୨୧୧କୋଟି ଟଙ୍କା କେନ୍ଦ୍ରୀୟ ଅନୁଦାନ ମଞ୍ଜୁର କରାଯାଇଥିଲା ବେଳେ ୨୦୨୩-୨୪ ମସିହାରେ ୧୭୧ କୋଟି ଟଙ୍କା ଅନୁଦାନ ମିଳିଛି। ସେହିପରି ୨୦୨୪-୨୫ରେ ଏହା ଆହୁରି ହ୍ରାସ ପାଇଛି ଓ ଅନୁଦାନ ମାତ୍ର ୧୪୯ କୋଟିରେ ପହଞ୍ଚିଛି। ରାଜ୍ୟରେ ସ୍ୱାସ୍ଥ୍ୟ ବ୍ୟବସ୍ଥା ପ୍ରତି ସମ୍ବେଦନଶୀଳତା ବଢୁଥିଲା ବେଳେ ଭିତ୍ତିଭୂମି ମିଶନରେ ଏଭଳି କେନ୍ଦ୍ରୀୟ ଅନୁଦାନ ହ୍ରାସକୁ ନେଇ ସଂସଦରେ ଉଦ୍‌ବେଗ ପ୍ରକାଶ କରିଛନ୍ତି ନେଇ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ। ୨୦୨୨ ମସିହାରୁ ୨୦୨୫ ମଧ୍ୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ ସ୍ୱାସ୍ଥ୍ୟ ଯୋଜନାରେ ମୋଟ କେତେ କେନ୍ଦ୍ରୀୟ ଗ୍ରାଣ୍ଟ୍‌ ପ୍ରଦାନ କରାଯାଇଛି। ଯୋଜନା-ୱାରୀ ଏବଂ କ୍ଷେତ୍ର-ୱାରୀ ବିଭକ୍ତୀକରଣ ଓ କେନ୍ଦ୍ର ପକ୍ଷରୁ ଓଡ଼ିଶାକୁ ଅତିରିକ୍ତ ରାଶି ପ୍ରଦାନ ପ୍ରସଙ୍ଗରେ କେଉଁ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ଶ୍ରୀ ମଙ୍ଗରାଜ ପ୍ରଶ୍ନ କରିଛନ୍ତି ।

କେନ୍ଦ୍ରସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ରାଓ ଯାଦବ କହିଛନ୍ତି ଯେ  ସମାନ, ସୁଲଭ ଏବଂ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ସେବା ପାଇଁ ସାର୍ବଜନୀନ ପ୍ରବେଶ ହାସଲ କରିବା ଲକ୍ଷ୍ୟରେ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଜାତୀୟ ସ୍ୱାସ୍ଥ୍ୟ ମିଶନ କାର୍ଯ୍ୟକାରୀ କରୁଛି। ସରକାର ରାଜ୍ୟ, କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକୁ ସ୍ୱାସ୍ଥ୍ୟ ଭିତ୍ତିଭୂମିରେ ଉନ୍ନତି, ସ୍ୱାସ୍ଥ୍ୟ ସୁବିଧା ପାଇଁ ପର୍ଯ୍ୟାପ୍ତ ମାନବ ସମ୍ୱଳର ଉପଲବ୍ଧତା, ବିଶେଷକରି ଅବହେଳିତ ଏବଂ ଅବହେଳିତ ଗୋଷ୍ଠୀ ପାଇଁ ଗୁଣାତ୍ମକ ସ୍ୱାସ୍ଥ୍ୟସେବାର ଉପଲବ୍ଧତା ଏବଂ ସୁଗମତାକୁ ଉନ୍ନତ କରିବା ପାଇଁ ବୈଷୟିକ ଏବଂ ଆର୍ଥିକ ସହାୟତା ପ୍ରଦାନ କରନ୍ତି। ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଭିତ୍ତିଭୂମି ମିଶନ(ପିଏମ୍‌ ଅଭିମ୍‌) ଏକ କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନ;  ଯାହା କିଛି କେନ୍ଦ୍ରୀୟ କ୍ଷେତ୍ର ଉପାଦାନ ସହିତ ରହିଛି ଯାହାର ଯୋଜନା ଅବଧି (୨୦୨୧-୨୨ ରୁ ୨୦୨୫-୨୬) ପାଇଁ ୬୪,୧୮୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ପିଏମ୍‌ ଅଭିମ୍‌ ଅଧୀନରେ ପଦକ୍ଷେପଗୁଡ଼ିକ ପ୍ରାଥମିକ, ମାଧ୍ୟମିକ ଏବଂ ତୃତୀୟ ସ୍ତରର ସମସ୍ତ ସ୍ୱାସ୍ଥ୍ୟ ବ୍ୟବସ୍ଥା ଏବଂ ପ୍ରତିଷ୍ଠାନଗୁଡ଼ିକର ଦକ୍ଷତା ବିକାଶ ଉପରେ ଧ୍ୟାନ କେନ୍ଦ୍ରିତ କରେ, ଯାହା ଦ୍ୱାରା ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ବର୍ତ୍ତମାନ ଏବଂ ଭବିଷ୍ୟତର ମହାମାରୀ ବା ବିପର୍ଯ୍ୟୟର ପ୍ରଭାବଶାଳୀ ପ୍ରତିକ୍ରିୟା ପାଇଁ ପ୍ରସ୍ତୁତ କରାଯାଇପାରିବ। ପିଏମ-ଅଭିମ୍‌ରେ ରାଜ୍ୟକୁ ଲଗାତାର କମ୍‌ ଅର୍ଥ ରିଲିଜ କରାଯାଇଥିବା ସେ ସ୍ୱୀକାର କରିଛନ୍ତି । ତେବେ  ଜାତୀୟ ସ୍ୱାସ୍ଥ୍ୟ ମିଶନରେ ରାଜ୍ୟକୁ ଅଧିକ ଅର୍ଥ ଦିଆଯାଇଥିବା ଉଲ୍ଲେଖ କରି ମନ୍ତ୍ରୀ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଭିତ୍ତିଭୂମି ପ୍ରସଙ୍ଗକୁ ଏଡ଼ାଇ ଯାଇଛନ୍ତି ।

କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀଙ୍କୁ ସାସଂଦ ମାନସଙ୍କ ପ୍ରଶ୍ନ: ଗତ ୩ ବର୍ଷରେ କେତେ ଟଙ୍କା କେନ୍ଦ୍ରୀୟ ଅନୁଦାନ ମିଳିଛି
ଭୁବନେଶ୍ୱର: ଓଡ଼ିଶାରେ କେତେ ଜନଜାତି ଅଛନ୍ତି? ସେମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟ, ଜୀବିକା, ସାମାଜିକ ଓ ଆର୍ଥିକ ବିକାଶ ପାଇଁ ଗତ ୩ ବର୍ଷରେ କେତେ ଟଙ୍କା କେନ୍ଦ୍ରୀୟ ଅନୁଦାନ ମିଳିଛି? କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀଙ୍କୁ ରାଜ୍ୟସଭାରେ ସାଂସଦ ମାନସ ରଞ୍ଜନ ମଙ୍ଗରାଜ ପ୍ରଶ୍ନ କରି ଏହାର ଉତ୍ତର ଜାଣିବାକୁ ଆଗ୍ରହ ପ୍ରକାଶ କରିଥିଲେ।

ଏହାର ଉତ୍ତରରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ୍‌ ଓରାମ କହିଛନ୍ତି, ୨୦୧୧ ଜନଗଣନା ଅନୁଯାୟୀ ଓଡ଼ିଶାରେ ମୋଟ ୯୫ ଲକ୍ଷ ୯୦ ହଜାର ୭୫୬ଜଣ ଆଦିବାସୀ ଅଛନ୍ତି। ସେମାନଙ୍କ ସର୍ବାଙ୍ଗୀନ ବିକାଶ ପାଇଁ କେନ୍ଦ୍ର ସରକାର ୧୧ଟି ପ୍ରମୁଖ ଯୋଜନାରେ ରାଜ୍ୟକୁ ଆର୍ଥÒକ ପାଣ୍ଠି ପ୍ରଦାନ କରୁଛନ୍ତି। ଏଥିରେ ପ୍ରମୁଖ ଯୋଜନା ଭାବେ ଧରତି ଆବା ଗ୍ରାମ ଉତ୍କର୍ଷ ଅଭିଯାନ, ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ମହା ଅଭିଯାନ, ପ୍ରଧାନମନ୍ତ୍ରୀ ଜନଜାତୀୟ ବିକାଶ ମିଶନ, ଏକଲବ୍ୟ ମଡେଲ ରେସିଡେନସିଆଲ ସ୍କୁଲ, ସମ୍ୱିଧାନର ୨୭୫ଧାରା ଅନୁଯାୟୀ ଗ୍ରାଣ୍ଟ, ଏସସିଏ ଟୁ ଟିଏସଏସ, ଜନଜାତିଙ୍କ କଲ୍ୟାଣ ପାଇଁ କାମ କରୁଥିବା ସ୍ଵେଚ୍ଛାସେବୀ ଅନୁଷ୍ଠାନ, ପ୍ରି-ମାଟ୍ରିକ ସ୍କଲାରସିପ୍‌ ଟୁ ଏସ୍‌ଟି ଷ୍ଟୁଡେଣ୍ଟସ, ପୋଷ୍ଟ ମାଟ୍ରିକ ସ୍କଲାରସିପ୍‌ ଟୁ ଏସ୍‌ଟି ଷ୍ଟୁଡେଣ୍ଟସ, ଜନଜାତି ବିକାଶ ଯୋଜନା, ଏନଏସଟିଏଫଡିସି, ସପୋର୍ଟ ଟୁ ଟିଆରଆଇ ଭଳି ଯୋଜନାରେ ଜନଜାତିଙ୍କ ବିକାଶ ପାଇଁ କେନ୍ଦ୍ର ସରକାର ଅନୁଦାନ ଦେଇଆସୁଛନ୍ତି। ଏସବୁ ଯୋଜନାରେ ଗତ ୩ ବର୍ଷରେ ଓଡ଼ିଶାକୁ ୨ ହଜାର ୭୮୭ କୋଟି ୩ ଲକ୍ଷ ଟଙ୍କା ମିଳିଛି।

ସାଂସଦ ଶ୍ରୀ ମଙ୍ଗରାଜ ଗତ ତିନୋଟି ଆର୍ଥିକ ବର୍ଷ ମଧ୍ୟରେ ଆଦିବାସୀ ଉପ-ଯୋଜନା ପାଇଁ ସ୍ୱତନ୍ତ୍ର କେନ୍ଦ୍ରୀୟ ସହାୟତା, ଧାରା ୨୭୫ (୧) ଅନୁଦାନ ଏବଂ ଅନ୍ୟାନ୍ୟ ଯୋଜନା ଅଧୀନରେ ରାଜ୍ୟକୁ ଜାରି କରାଯାଇଥିବା ପ୍ରମୁଖ ଅନୁଦାନର ବିବରଣୀ ଜଣାଇବାକୁ ଦାବି କରିଥିଲେ। ଏହାସହିତ ଓଡ଼ିଶାରେ ଆଦିବାସୀ ସମ୍ପ୍ରଦାୟର ଶିକ୍ଷା, ସ୍ୱାସ୍ଥ୍ୟ, ଜୀବିକା ଏବଂ ସାମାଜିକ-ଅର୍ଥନୈତିକ ସ୍ଥିତିରେ ଉନ୍ନତି ଆଣିବା ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପଗୁଡ଼ିକ ସମ୍ପର୍କରେ ପ୍ରଶ୍ନ କରିଥିଲେ।

ମଣ୍ଡି ସମସ୍ୟାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ
ଭୁବନେଶ୍ୱର: ସାରା ରାଜ୍ୟରେ ଜାରି ରହିଛି ମଣ୍ଡି ଟେନସନ୍ । ଚାଷୀଙ୍କ ସମସ୍ୟା ପ୍ରତି ଆଖି ବୁଜି ଦେଇଛନ୍ତି ରାଜ୍ୟ ସରକାର। ମଣ୍ଡି ସମସ୍ୟା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ । ସେ କହିଛନ୍ତି, ଧାନ ସଂଗ୍ରହ ଓ ଟୋକନ ବଣ୍ଟନ ସମସ୍ୟା ଯୋଗୁଁ ରାଜ୍ୟର କୃଷକମାନେ ହନ୍ତସନ୍ତ ହେଉଛନ୍ତି । ଟୋକନ ବ୍ୟବସ୍ଥା ଓ ଟାର୍ଗେଟ ଲିମିଟ ଯୋଗୁଁ ଚାଷୀଙ୍କ ମଧ୍ୟରେ ଦ୍ବନ୍ଦ୍ବ ଓ ଆଶଙ୍କା ସୃଷ୍ଟି ହେଉଛି । ଏହା ଚାଷୀଙ୍କ ଜୀବିକା ଉପରେ ପ୍ରଭାବ ପକାଉଛି । ରାଜ୍ୟର ମଣ୍ଡିଗୁଡ଼ିକରେ ଶହ ଶହ ବସ୍ତା ଧାନ ଖୋଲା ଆକାଶ ତଳେ ପଡ଼ି ରହିଥିବା ସତ୍ତ୍ବେ ରାଜ୍ୟ ସରକାର ଚାଷୀଙ୍କ ଦୁଃଖ ଶୁଣୁନାହାନ୍ତି ବୋଲି ସାଂସଦ କହିଛନ୍ତି ।

https://twitter.com/manasrmangaraj/status/2016789870635864340

ପରିବେଶ ମଞ୍ଜୁରୀ ଅପେକ୍ଷାରେ ରାଜ୍ୟର ୧୨୭ ପ୍ରକଳ୍ପ: ମାନସ ମଙ୍ଗରାଜ
ଭୁବନେଶ୍ୱର: ରାଜ୍ୟର ମୋଟ ୧୨୭ଟି ପ୍ରକଳ୍ପ ପରିବେଶ ମଞ୍ଜୁରୀ ଅପେକ୍ଷାରେ ରହିଛି। ଉଭୟ ରାଜ୍ୟ ଓ କେନ୍ଦ୍ର ମନ୍ତ୍ରଣାଳୟ ନିକଟରେ ଏହି ପ୍ରକଳ୍ପଗୁଡ଼ିକ ବିଚାରାଧୀନ ଅବସ୍ଥାରେ ରହିଛି ବୋଲି ଗୁରୁବାର ରାଜ୍ୟସଭାରେ ବିଜେଡି ସାଂସଦ ମାନସ ରଞ୍ଜନ ମଙ୍ଗରାଜଙ୍କ ପ୍ରଶ୍ନରେ ଉତ୍ତର ଦେଇ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳଯର ରାଷ୍ଟ୍ର ମନ୍ତ୍ରୀ କୀର୍ତ୍ତି ବର୍ଦ୍ଧନ ସିଂ କହିଛନ୍ତି।

ଓଡ଼ିଶାର ଶିଳ୍ପ, ଖଣି ଓ ଭିତ୍ତିଭୂମି ଆଦି ସମ୍ପର୍କିତ କେତୋଟି ପ୍ରକଳ୍ପ ପରିବେଶ ଅନୁମତି ଅପେକ୍ଷାରେ ରହିଛି। ଏଭଳି ପ୍ରକଳ୍ପଗୁଡ଼ିକୁ ମଞ୍ଜୁରି ଦେବାରେ ବିଳମ୍ୱ ହେବାର ପ୍ରମୁଖ କାରଣ ସହ ଅଧିକ ଖଣିଜ ନିର୍ଭରଶୀଳତା ଥିବା ଓଡ଼ିଶା ଭଳି ରାଜ୍ୟଗୁଡ଼ିକ ପାଇଁ ପରିବେଶ ମଞ୍ଜୁରି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଲାଗି ସରକାର କୌଣସି ପଦକ୍ଷେପ ନେଇଛନ୍ତି କି ବୋଲି ଶ୍ରୀ ମଙ୍ଗରାଜ ପ୍ରଶ୍ନ କରିଥିଲେ। ଏହା ବ୍ୟତୀତ ପ୍ରକଳ୍ପଗୁଡ଼ିକ ମଞ୍ଜୁରି ପରେ ଏହା ଯେପରି ସ୍ଥାନୀୟ ସମୁଦାୟଙ୍କ ପରିବେଶ ସନ୍ତୁଳନ ବଜାୟ ରଖିବ ଏବଂ ଜଙ୍ଗଲ ଅଧିକାରକୁ ସୁନିଶ୍ଚିତ ରଖିବ, ସେନେଇ କେଉଁ ପଦକ୍ଷେପ ନିଆଯାଉଛି ସେ ବିଷୟରେ ଅବଗତ କରାଇବାକୁ ଶ୍ରୀ ମଙ୍ଗରାଜ ପ୍ରଶ୍ନ କରିଥିଲେ।

ଏହାର ଉତ୍ତରରେ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳଯର ରାଷ୍ଟ୍ର ମନ୍ତ୍ରୀ କୀର୍ତ୍ତି ବର୍ଦ୍ଧନ ସିଂ କହିଛନ୍ତି, ପରିବେଶ ପ୍ରଭାବ ଆକଳନ (ଇଆଇଏ) ବିଜ୍ଞପ୍ତି ୨୦୦୬ର ସଂଶୋଧିତ ବ୍ୟବସ୍ଥା ଅନୁଯାୟୀ, ପ୍ରକଳ୍ପଗୁଡ଼ିକ ସହିତ ଜଡ଼ିତ ସମସ୍ତ ପରିବେଶଗତ ପ୍ରଭାବକୁ ବିଚାରକୁ ନେଇ ବିଶେଷଜ୍ଞ ମୂଲ୍ୟାଙ୍କନ କମିଟି (ଇଏସି) କିମ୍ୱା ରାଜ୍ୟସ୍ତରୀୟ ବିଶେଷଜ୍ଞ ମୂଲ୍ୟାଙ୍କନ କମିଟି (ଏସ୍‌ଇଏସି) ଦ୍ୱାରା ପ୍ରସ୍ତାବଗୁଡ଼ିକର ମୂଲ୍ୟାଙ୍କନ କରାଯାଇଥାଏ। ଇଏସି/ଏସ୍‌ଇଏସିର ସୁପାରିସ ଆଧାରରେ ପ୍ରକଳ୍ପଗୁଡ଼ିକୁ ମନ୍ତ୍ରଣାଳୟ କିମ୍ୱା ରାଜ୍ୟ ପରିବେଶ ପ୍ରଭାବ ଆକଳନ ପ୍ରାଧିକରଣ (ଏସ୍‌ଇଆଇଏଏ) ଦ୍ୱାରା ପରିବେଶ ମଞ୍ଜୁରୀର ଅନୁମୋଦନ କରାଯାଏ। ତେବେ ‘ପରିବେଶ’ ପୋର୍ଟାଲରେ ଉପଲବ୍ଧ ତଥ୍ୟ ଅନୁଯାୟୀ, ଗତ ୧୨ ତାରିଖ ସୁଦ୍ଧା ଓଡ଼ିଶାର ଶିଳ୍ପ, ଖଣି ଏବଂ ଭିତ୍ତିଭୂମି  ସମ୍ୱନ୍ଧୀୟ ମୋଟ ୧୨୭ଟି ପ୍ରକଳ୍ପ ପରିବେଶ ମଞ୍ଜୁରୀ ପାଇଁ ରହିଛି। ନିର୍ଦ୍ଧାରିତ ପ୍ରକ୍ରିୟା ଅନୁଯାୟୀ ପରିବେଶ ସମ୍ୱନ୍ଧୀୟ ପ୍ରସଙ୍ଗ ଉପରେ ବିଚାର କରିବା ଏବଂ ପରିବେଶ ପରିଚାଳନା ଯୋଜନା (ଇଏମ୍‌ପି) ରେ ନିର୍ଦ୍ଧାରିତ ପ୍ରଶମନ ପଦକ୍ଷେପ ସମେତ ଉପଯୁକ୍ତ ପରିବେଶ ସୁରକ୍ଷା ବ୍ୟବସ୍ଥା ଅନ୍ତର୍ଭୁକ୍ତ କରିବା ପରେ ଏଗୁଡ଼ିକୁ ପରିବେଶ ମଞ୍ଜୁରୀ ପ୍ରଦାନ କରାଯାଇଥାଏ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

ରାଜ୍ୟରେ ପର୍ଯ୍ୟଟନସ୍ଥଳୀର ଦ୍ରୁତ ବିକାଶ ହେଉ: ସାଂସଦ ମାନସ ମଙ୍ଗରାଜ
ଭୁବନେଶ୍ୱର: ରାଜ୍ୟରେ ପର୍ଯ୍ୟଟନସ୍ଥଳୀ ଗୁଡ଼ିକର ବିକାଶ ଉପରେ ରାଜ୍ୟବାସୀଙ୍କ ରୋଜଗାର ଏବଂ ଉନ୍ନତି ନିର୍ଭରଶୀଳ। କିନ୍ତୁ, ପର୍ଯ୍ୟଟନସ୍ଥଳୀଗୁଡ଼ିକର ଦ୍ରୁତ ବିକାଶ ହୋଇପାରୁନି। ଏହାକୁ ନେଇ ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜ ଚିନ୍ତା ପ୍ରକଟ କରିଛନ୍ତି। ଏ ସଂପର୍କରେ ସେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀଙ୍କୁ ରାଜ୍ୟସଭାରେ ପ୍ରଶ୍ନ କରିଛନ୍ତି। ରାଜ୍ୟରେ ମୁଖ୍ୟ ପର୍ଯ୍ୟଟନସ୍ଥଳୀଗୁଡ଼ିକର ବିକାଶରେ ସାମଗ୍ରିକ ବିକାଶ ପାଇଁ ରାଜ୍ୟ ସରକାର କେନ୍ଦ୍ରକୁ କୌଣସି ପ୍ରସ୍ତାବ ଦେଇଛନ୍ତି କି ନାହିଁ? ସ୍ୱଦେଶ ଦର୍ଶନ, ପ୍ରସାଦ ଯୋଜନା ଏବଂ ଅନ୍ୟ କେନ୍ଦ୍ରୀୟ ଅନୁଦାନପ୍ରାପ୍ତ ଯୋଜନାରେ ରାଜ୍ୟକୁ କେତେ ପାଣ୍ଠି ପ୍ରଦାନ କରାଯାଇଛି? ରାଜ୍ୟରେ ପର୍ଯ୍ୟଟନର ଦ୍ରୁତ ବିକାଶ ପାଇଁ କ’ଣ ସବୁ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ସାଂସଦ ଶ୍ରୀ ମଙ୍ଗରାଜ ପ୍ରଶ୍ନ କରିଛନ୍ତି। ଏହାର ଉତ୍ତରରେ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ କହିଛନ୍ତି, ବିଭିନ୍ନ ଯୋଜନାରେ ୨୦୨୪-୨୫ ମସିହାରେ ହୀରାକୁଦର ଉନ୍ନୟନ ପାଇଁ ୯୯.୯୦ କୋଟି ଟଙ୍କା ମଞ୍ଜୁର କରାଯାଇଛି।  ସେହିପରି ସାତକୋଶିଆ ଉନ୍ନୟନ ପାଇଁ ୯୯.୯୯କୋଟି ଟଙ୍କା ମଞ୍ଜୁର କରାଯାଇଛି।

ବାୟୁ ପ୍ରଦୂଷଣକୁ ନେଇ ଗୃହରେ ଉଦବେଗ ପ୍ରକାଶ କଲେ ବିଜେଡ଼ି ସାଂସଦ ମାନସ ମଙ୍ଗରାଜ
ଭୁବନେଶ୍ବର: ରାଜ୍ୟସଭାରେ ଦିଲ୍ଲୀ ବାୟୁ ପ୍ରଦୂଷଣକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ସାଂସଦ ମାନସ ମଙ୍ଗରାଜ। ଶୀତ ଋତୁରେ ଦିଲ୍ଲୀ କେବଳ ପ୍ରଦୂଷଣର ସମ୍ମୁଖୀନ ହୁଏ ନାହିଁ, ଏହା ଏକ ଜନସ୍ୱାସ୍ଥ୍ୟ ବିପର୍ଯ୍ୟୟର ସମ୍ମୁଖୀନ ହୁଏ ବୋଲି ସେ କହିଛନ୍ତି। ସପ୍ତାହ ସପ୍ତାହ ଧରି, ଏକ୍ୟୁଆଇ (AQI) ୪୦୦ ଏବଂ ୫୦୦ ଉପରେ ରହେ।  ଏହା କେବଳ ଖରାପ ବାୟୁ ନୁହେଁ। ଏହା ହେଉଛି ବିଷାକ୍ତ ବାୟୁ। ଏହା ଆମର ପିଲାମାନଙ୍କୁ, ଆମର ବୟସ୍କ ନାଗରିକମାନଙ୍କୁ, ଏବଂ ଏହି ରାସ୍ତାରେ ଚାଲୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ କ୍ଷତି ପହଞ୍ଚାଉଛି ବୋଲି ଗୃହରେ କହିଛନ୍ତି ସାଂସଦ ମାନସ ମଙ୍ଗରାଜ।

ଓଡ଼ିଶାରୁ ଆସିଥିବା ଜଣେ ବ୍ୟକ୍ତି ଭାବରେ, ଯେଉଁ ରାଜ୍ୟ ଅଦ୍ୱିତୀୟ ଶୃଙ୍ଖଳା ସହିତ ବାତ୍ୟା, ବନ୍ୟା ଏବଂ ପ୍ରାକୃତିକ ବିପର୍ଯ୍ୟୟ ସହ ଲଢ଼େ, ମୁଁ ଜାଣେ ସଙ୍କଟ କିପରି ଦେଖାଯାଏ। କିନ୍ତୁ ଯାହା ମୋତେ ବ୍ୟଥିତ କରୁଛି ତାହା ହେଉଛି, ଦିଲ୍ଲୀରେ ଏକ ମାନବ-କୃତ ବିପର୍ଯ୍ୟୟ। ପ୍ରତିବର୍ଷ ଫେରିଆସେ, ଏବଂ ଆମେ ତାହା ମଝିରେ ହିଁ ଆମର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସଂସଦ ଅଧିବେଶନ କରି ଚାଲିଛୁ। ଆମର ସଦସ୍ୟମାନେ, ଆମର ଅଧିକାରୀମାନେ, ଡ୍ରାଇଭରମାନେ, ସ୍ୱଚ୍ଛତା କର୍ମଚାରୀମାନେ ଏବଂ ସୁରକ୍ଷା କର୍ମୀମାନେ ଏହି ଗୃହକୁ କାର୍ଯ୍ୟକ୍ଷମ ରଖିବା ପାଇଁ ପ୍ରତିଦିନ ଏହି ବିଷାକ୍ତ ବାୟୁରେ ନିଶ୍ୱାସ ନିଅନ୍ତି। ଆମେ ସେମାନଙ୍କ ଦୁଃଖକୁ ଅଣଦେଖା କରିପାରିବା ନାହିଁ। ଆମେ ଏହା ସ୍ୱାଭାବିକ ବୋଲି ଅଭିନୟ କରିପାରିବା ନାହିଁ ବୋଲି ସେ କହିଥିଲେ।

ସରକାରଙ୍କ ନିକଟରେ ଅନୁରୋଧ ରଖି କହିଥିଲେ ଯେ, ବାୟୁ ସୁରକ୍ଷିତ ନ ହେବା ପର୍ଯ୍ୟନ୍ତ ଶୀତକାଳୀନ ଅଧିବେଶନ ଏବଂ ବଜେଟ୍ ଅଧିବେଶନକୁ ଦିଲ୍ଲୀରୁ ସ୍ଥାନାନ୍ତର କରନ୍ତୁ। ଭାରତରେ ଅନେକ ସକ୍ଷମ ସହର ଅଛି ଯେଉଁଠାରେ ପରିଷ୍କାର ବାୟୁ ଏବଂ ଦୃଢ଼ ଭିତ୍ତିଭୂମି ରହିଛି । ଭୁବନେଶ୍ୱରରୁ ହାଇଦ୍ରାବାଦ, ଗାନ୍ଧୀନଗରରୁ ବେଙ୍ଗାଲୁରୁ ଏବଂ ଗୋଆରୁ ଡେରାଡୁନ୍ ପର୍ଯ୍ୟନ୍ତ। ଯଦି ଓଡ଼ିଶା ଏକ ବାତ୍ୟା ସମୟରେ ଲକ୍ଷ ଲକ୍ଷ ଲୋକଙ୍କୁ କିଛି ଘଣ୍ଟା ମଧ୍ୟରେ ସ୍ଥାନାନ୍ତର କରିପାରେ ଏବଂ ସଠିକତା ସହିତ ଜୀବନ ରକ୍ଷା କରିପାରେ, ତେବେ ନିଶ୍ଚିତ ଭାବରେ ଭାରତ ସରକାର ନିଜ ସଦସ୍ୟ ଏବଂ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ରକ୍ଷା ପାଇଁ ସଂସଦର ଦୁଇଟି ଅଧିବେଶନକୁ ସ୍ଥାନାନ୍ତର କରିପାରିବେ ବୋଲି ସେ ଗୃହରେ କହିଥିଲେ। ଏହା ରାଜନୀତି ବିଷୟରେ ନୁହେଁ। ଏହା ଜୀବନ ଏବଂ ସମ୍ମାନ ବିଷୟରେ। ସଂସଦକୁ ନେତୃତ୍ୱ ଦେଖାଇବାକୁ ପଡିବ।  ସରକାରଙ୍କୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏବଂ ବିଳମ୍ବ ନ କରି ଏହାକୁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟକାରୀ କରିବାକୁ ସାଂସଦ ମାନସ ମଙ୍ଗରାଜ କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି ।

ରାଷ୍ଟ୍ରକୁ ଜାଗ୍ରତ କରିଥିଲା ‘ବନ୍ଦେ ମାତରମ୍‌’: ମାନସ ମଙ୍ଗରାଜ
ଭୁବନେଶ୍ୱର: ଜାତୀୟ ଗୀତ ‘ବନ୍ଦେ ମାତରମ’ର ୧୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ରାଜ୍ୟସଭାରେ ହୋଇଛି ସ୍ୱତନ୍ତ୍ର ଆଲୋଚନା। ଏଥିରେ ଅଂଶଗ୍ରହଣ କରି ସାଂସଦ ମାନସ ମଙ୍ଗରାଜ ବନ୍ଦେ ମାତରମ୍‌କୁ ସାମ୍ବିଧାନିକ ସ୍ୱୀକୃତି ମିଳୁ ବୋଲି ନିଜର ମତବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯେ ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ଅମର ଶବ୍ଦ ଗୁଚ୍ଛର ସମାହାର ‘ବନ୍ଦେ ମାରତମ୍‌’  ଏକ କବିତା ବା ଗୀତ ନୁହେଁ, ଏହା ହେଉଛି ଭାରତର ଜାଗରଣର ମନ୍ତ୍ର।  ମହାତ୍ମା ଗାନ୍ଧୀ ଯଥାର୍ଥରେ କହିଥିଲେ ଯେ ସ୍ୱାଧୀନତା ସଂଗ୍ରାମ ଏବଂ ବନ୍ଦେ ମାତରମ୍‌ ପରସ୍ପର ପରିପୂରକ; ଅବିଚ୍ଛେଦ୍ୟ। ଏହି ଗୀତ କେବେ ଘୃଣା ଉଦ୍ରେକ କରିନଥିଲା; ବରଂ ଏହା ବଳିଦାନ, ଦେଶଭକ୍ତି ଓ ସ୍ୱାଧୀନତା ଆନ୍ଦୋଳନ ପାଇଁ ଅନୁପ୍ରେରଣା ସାଜିଥିଲା।

ଓଡ଼ିଶାରେ ସ୍ୱାଧୀନତା ଆନ୍ଦୋଳନ ସମୟରେ ବକ୍ସି ଜଗବନ୍ଧୁଙ୍କ ନେତୃତ୍ୱରେ ପାଇକ ବିଦ୍ରୋହଠାରୁ ଆରମ୍ଭ କରି ସମ୍ୱଲପୁରରେ ବୀର ସୁରେନ୍ଦ୍ର ସାଏ, ଗୋପବନ୍ଧୁ ଦାସ ଏବଂ ମଧୁସୂଦନ ଦାସଙ୍କ ପର୍ଯ୍ୟନ୍ତ ଦେଶାତ୍ମବୋଧକ କାର୍ଯ୍ୟକଳାପ ଅବିସ୍ମରଣୀୟ । ୧୮୯୬ ମସିହା କଲିକତା କଂଗ୍ରେସ ଅଧିବେଶନରେ ଯେତେବେଳେ ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋର ପ୍ରଥମ ଥର ପାଇଁ ଏହି କବିତା ଗାନ କରିଥିଲେ, ସେତେବେଳେ ସମସ୍ତଙ୍କ ଆଖିରେ ଲୁହ ଆସି ଯାଇଥିଲା।  ବଙ୍ଗଳାରୁୁ ଓଡ଼ିଶା, କଟକରୁ ପୁରୀ ପର୍ଯ୍ୟନ୍ତ; ସବୁଆଡେ଼ ଗୋଟିଏ ଧ୍ୱନି ପ୍ରକମ୍ପିତ ହେଉଥିଲା, ଯାହା ହେଲା ବନ୍ଦେ ମାତରମ। ୧୯୫୦ ମସିହା ଜାନୁଆରୀ ୨୪ ତାରିଖରେ ଡ. ରାଜେନ୍ଦ୍ର ପ୍ରସାଦ ଘୋଷଣା କରିଥିଲେ ଯେ  ଜାତୀୟ ସଙ୍ଗୀତ ସହିତ ବନ୍ଦେ ମାତରମ୍‌କୁ ସମାନ ସମ୍ମାନ ମିଳିବ। ମାତ୍ର ୭୫ ବର୍ଷ ପରେ ମଧ୍ୟ ଏହାର ସାମ୍ୱିଧାନିକ ସ୍ୱୀକୃତି ମିଳିନାହିଁ। ଏହି ଗୀତ ଭାରତର ପ୍ରତ୍ୟେକ ନାଗରିକ, ପ୍ରତ୍ୟେକ କୃଷକ, ପ୍ରତ୍ୟେକ ସୈନିକ, ପ୍ରତ୍ୟେକ ଶିଶୁର ଗୀତ।  ଯେପରି ଓଡ଼ିଆମାନେ ସଭ୍ୟତାଗତ ପରିଚୟକୁ ପ୍ରକାଶ କରିବା ପାଇଁ ଜୟ ଜଗନ୍ନାଥ କହନ୍ତି, ସେହିପରି ବନ୍ଦେ ମାତରମ୍‌ ହେଉଛି ଏକ ଏକୀକୃତ ସମାବେଶୀ ସଙ୍ଗୀତ ବୋଲି ଶ୍ରୀ ମଙ୍ଗରାଜ କହିଛନ୍ତି। ଯେଉଁ ରାଷ୍ଟ୍ର ତାହାର ମୁକ୍ତି ଗୀତଗୁଡ଼ିକୁ ଭୁଲିଯାଏ, ସେହି ରାଷ୍ଟ୍ର ଏହାକୁ ନିର୍ମାଣ କରିଥିବା ବଳିଦାନଗୁଡ଼ିକୁ ଭୁଲିଯିବାର ଆଶଙ୍କା ରହିଛି ବୋଲି ସେ ମତପ୍ରକାଶ କରିଛନ୍ତି।

ରାଜ୍ୟରେ ଆୟୁଷ ଭିତ୍ତିଭୂମିକୁ ନେଇ ରାଜ୍ୟସଭାରେ ସାଂସଦ ମାନସ ମଙ୍ଗରାଜଙ୍କ ଉଦ୍‌ବେଗ
ଭୁବନେଶ୍ୱର: ରାଜ୍ୟରେ ଆୟୁଷ ଭିତ୍ତିଭୂମିରେ ସୁଧାର ଆସିବାରେ ନାଆଁ ଧରୁନି। ଖାଲିଥିବା ଆୟୁଷ ପଦଗୁଡ଼ିକ ପୂରଣ ହେଉନାହିଁ। ନିଯୁକ୍ତି ଅପେକ୍ଷାରେ ଥିବା ଯୁବକଯୁବତୀଙ୍କୁ ନିଯୁକ୍ତି ମିଳୁନାହିଁ । ଏହି ପ୍ରସଙ୍ଗକୁ ନେଇ ରାଜ୍ୟସଭାରେ ଉଦ୍‌ବେଗ ପ୍ରକାଶ କରିଛନ୍ତି ସାଂସଦ ମାନସ ମଙ୍ଗରାଜ।

ମଙ୍ଗଳବାର ରାଜ୍ୟସଭାରେ ଶ୍ରୀ ମଙ୍ଗରାଜ ଓଡ଼ିଶାରେ କେତେ ସଂଖ୍ୟକ ଆୟୁଷ ହସ୍ପିଟାଲ, ଡିସ୍ପେନ୍‌ସରୀ,  ୱେଲ୍‌ନେସ୍‌ ସେଣ୍ଟର ରହିଛି ଓ କେତେ ଡାକ୍ତର, ଫାର୍ମାସିଷ୍ଟ୍‌ ଏବଂ ପାରାମେଡିକାଲ୍‌ ପଦ ଖାଲି ରହିଛି ବୋଲି ପ୍ରଶ୍ନ ଉଠାଇଛନ୍ତି। ଏହା ସହିତ ଆୟୁଷ ପଦବୀ ପୂରଣ ପାଇଁ ନେଇଥିବା ପଦକ୍ଷେପ ଓ ଓଡ଼ିଶା  ସରକାର ଆୟୁଷ ଭିତ୍ତିଭୂମି ସୁଦୃଢ଼ କରିବାକୁ ଦେଇଥିବା ପ୍ରସ୍ତାବ ଅଟକିଛି କି ବୋଲି ପ୍ରଶ୍ନ କରିଥିଲେ।

ଏହାର ଉତ୍ତରରେ ବିଭାଗୀୟ ମନ୍ତ୍ରୀ ପ୍ରତାପରାଓ ଯାଦବ କହିଛନ୍ତି ଯେ ଓଡ଼ିଶାରେ ମୋଟ୍‌ ୭ଟି ଆୟୁଷ ହସ୍ପିଟାଲ ରହିଛି। ସେହିପରି ୧୧୯୧ ଡିେସ୍ପେନ୍‌ସରୀ, ୧୪୮୫ ଆୟୁଷ ୟୁନିଟ୍‌ ରହିଛି। କେନ୍ଦ୍ରୀୟ ଯୋଜନା ଅଧୀନରେ ଓଡ଼ିଶାରେ ଜାତୀୟ ଆୟୁଷ ମିଶନ ଚାଲୁଛି। ଏହି ଯୋଜନା ଅଧୀନରେ ରାଜ୍ୟ ସରକାର ୫୦ ଶଯ୍ୟା, ୩୦ ଶଯ୍ୟା ଓ ୧୦ ଶଯ୍ୟା ବିଶିଷ୍ଟ ସାମଗ୍ରିକ ହସ୍ପିଟାଲ ନିର୍ମାଣ କରି ପାରିବେ ଏବଂ ଡାକ୍ତର, ଫାର୍ମାସିଷ୍ଟ୍‌ ଏବଂ ପାରାମେଡିକାଲ୍‌ଙ୍କୁ ନିଯୁକ୍ତି କରିପାରିବେ। ମାତ୍ର ଏଥିପାଇଁ ରାଜ୍ୟ ସରକାର ମାର୍ଗଦର୍ଶିକା ଅନୁସାରେ ଆଗୁଆ ରାଜ୍ୟସ୍ତରୀୟ ବାର୍ଷିକ ଆକ୍ସନ ପ୍ଲାନ୍‌ ଦାଖଲ କରିବା ଆବଶ୍ୟକ।

ରାଜ୍ୟ ଐତିହ୍ୟର ସଂରକ୍ଷଣ ପାଇଁ କେତେ ଅର୍ଥ ମଞ୍ଜୁର କରିଛ ? କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କଲେ ସାଂସଦ ମାନସ ମଙ୍ଗରାଜ
ନୂଆଦିଲ୍ଲୀ: ରାଜ୍ୟରେ ଶହଶହ ଐତିହାସିକ ସ୍ମାରକୀ, ଐତିହ୍ୟ ସ୍ଥାନ ରହିଛି । ଏହା ମଧ୍ୟରୁ ୮୧ଟି ସ୍ଥାନକୁ କେନ୍ଦ୍ର ସରକାର ମାନ୍ୟତା ଦେଇଛନ୍ତି ଓ ସଂରକ୍ଷଣ ଦାୟିତ୍ୱ ନେଇଛନ୍ତି। ମାତ୍ର ବିଡ଼ମ୍ବନା ହେଉଛି ଏହି ସ୍ଥାନଗୁଡ଼ିକର ସୁରକ୍ଷା ନିମନ୍ତେ ରାଜ୍ୟକୁ ଯେତିକି ସହାୟତା ମିଳିବା କଥା ସେତିକି ମିଳିପାରୁ ନାହିଁ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପୂର୍ବରୁ ଏଥିପାଇଁ କେନ୍ଦ୍ର ସରକାର ଯେତିକି ଆର୍ଥିକ ସହାୟତା ଦେଉଥିଲେ, ଏବେ ତାହାକୁ ହ୍ରାସ କରାଯାଇଛି। ସାଂସଦ ମାନସ ରଞ୍ଜନ ମଙ୍ଗରାଜ ରାଜ୍ୟସଭାରେ କରିଥିବା ପ୍ରଶ୍ନରେ କେନ୍ଦ୍ର ସଂସ୍କୃତିମନ୍ତ୍ରୀଙ୍କ ଉତ୍ତରରୁ ଏହା ସ୍ପଷ୍ଟ ହୋଇଛି।

ରାଜ୍ୟରେ ଐତିହ୍ୟ ସ୍ଥାନଗୁଡ଼ିକର ସୁରକ୍ଷା ସଂକ୍ରାନ୍ତ ମାନସଙ୍କ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱାତ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ତରଫରୁ ଆର୍କୋଲୋଜିକାଲ ସର୍ଭେ ଅଫ୍‌ ଇଣ୍ଡିଆ(ଏଏସ୍‌ଆଇ) ମାଧ୍ୟମରେ ଓଡ଼ିଶାର ଐତିହ୍ୟ ସ୍ମାରକୀ ଗୁଡ଼ିକର ସଂରକ୍ଷିତ କରାଯାଉଛି। ଏହାର ସୁରକ୍ଷା ପାଇଁ ମନ୍ତ୍ରଣାଳୟ ୨୦୨୨-୨୩ରେ ୧୩. ୧୮ କୋଟି ଟଙ୍କା ପ୍ରଦାନ କରିଥିବାବେଳେ ୨୦୨୪-୨୫ ଆର୍ଥିକ ବର୍ଷରେ ୧୨.୨୯ କୋଟି ଟଙ୍କା ପ୍ରଦାନ କରାଯାଇଛି। ଓଡ଼ିଶାରେ ମନ୍ତ୍ରଣାଳୟ ଅଧୀନରେ ୮୧ଟି ଐତିହାସିକ ସ୍ମାରକୀ ଏବଂ ଐତିହ୍ୟ ସ୍ଥାନ ରହିଛି। ଏହି ସ୍ଥାନରେ ଜବରଦଖଲ ଓ କ୍ଷତି ରୋକିବା ପାଇଁ ମନ୍ତ୍ରଣାଳୟ ପକ୍ଷରୁ ଜାତୀୟ ସଂରକ୍ଷଣ ନୀତି ଅନୁସାରେ ଏଏସ୍‌ଆଇ ଦ୍ୱାରା ପଦକ୍ଷେପ ଗ୍ରହଣ କରାଯାଉଛି। ସଂରକ୍ଷିତ ସ୍ମାରକୀ ଏବଂ କ୍ଷେତ୍ରଗୁଡ଼ିକରେ ଜଗିବା ପାଇଁ ମଲ୍ଟି ଟାସ୍କିଂ ଷ୍ଟାଫ୍‌ ନିୟୋଜିତ କରାଯାଇଛି। ଏଥିସହ ସ୍ମାରକୀଗୁଡ଼ିକରେ ବ୍ୟକ୍ତିଗତ ସୁରକ୍ଷା କର୍ମୀ ନିୟୋଜିତ ହୋଇଛନ୍ତି। ଏହାବ୍ୟତୀତ ଜବରଦଖଲ ଏବଂ କ୍ଷତି ରୋକିବା ପାଇଁ ସାମୟିକ ଯାଞ୍ଚ ମଧ୍ୟ କରାଯାଉଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ମାତ୍ର କେଉଁ ପରିସ୍ଥିତିରେ ରାଜ୍ୟକୁ ଏ ସଂକ୍ରାନ୍ତ ଅନୁଦାନ ହ୍ରାସ କରାଯାଇଛି, ସେ ସମ୍ପର୍କରେ ମନ୍ତ୍ରୀ ନିରୁତ୍ତର ରହିଛନ୍ତି ।